spot_img
Home Blog Page 3338

ଗାଁରେ ଯାଇ କାମ ଖୋଜିବାକୁ ଯୁବପୀଢୀଙ୍କୁ ଚୀନ ସରକାରଙ୍କ ଚେତାବନୀ

ବେଜିଂ: ବେକାରୀଙ୍କୁ ସରକାର ନିଯୁକ୍ତି ଦେବାକୁ ଭାରତରେ ଦାବି ହେବା ସ୍ବାଭାବିକ କଥା । ମାତ୍ର ଚୀନର ସବୁଠାରୁ ଧନୀ ପ୍ରଜାତନ୍ତ୍ରରେ କରାଯାଇଥିବା ନୂଆ ନିୟମ ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ । ଦେଶରେ ବେକାରୀ ଯଥେଷ୍ଟ ବୃଦ୍ଧି ପାଇଥିବାବେଳେ ଗୁଆଙ୍ଗଦଙ୍ଗ ପ୍ରଜାତନ୍ତ୍ର କର୍ତ୍ତୃପକ୍ଷ କରିଛନ୍ତି ନୂଆ ନିୟମ । ଗାଁକୁ ଯାଇ କାମ ଖୋଜିବାକୁ ପ୍ରାୟ 3 ଲକ୍ଷ ଗ୍ରାଜୁଏଟ ବେକାର ଯୁବକଯୁବତୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ଗୁଆଙ୍ଗଦଙ୍ଗର ପଡୋଶୀ ସହର ହେଉଛି ବିଶ୍ବର ଅନ୍ୟତମ ସମୃଦ୍ଧ ସହର ହଂକଂ । ତେବେ ସେଠାରେ ନିଯୁକ୍ତି ଦେବା ସପକ୍ଷରେ ନାହାନ୍ତି ସରକାର । ଗୁଆଙ୍ଗଦଙ୍ଗ କର୍ତ୍ତୃପକ୍ଷ କହିଛନ୍ତି- ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା କଲେଜ ଗ୍ରାଜୁଏଟ ଓ ଯୁବ ଉଦ୍ୟୋଗପତିମାନେ ଗ୍ରାମକୁ ଯାଇ କାମ ଖୋଜିବେ । ସେହିପରି ଗ୍ରାମାଞ୍ଚଳର ଯୁବକଯୁବତୀମାନେ ନିଜ ଅଞ୍ଚଳରେ ରହି କାମଧନ୍ଦା ଖୋଜିବାକୁ ବି ଦିଆଯାଇଛି ପରାମର୍ଶ । ଗ୍ରାମୀଣ ଅର୍ଥନୀତିକୁ ସଶକ୍ତ କରିବାକୁ ହେଲେ ସହରାଞ୍ଚଳ ଯୁବକମାନେ ଗ୍ରାମାଞ୍ଚଳକୁ ଯାଇ କାମ ଧନ୍ଦା ଖୋଜିବାକୁ ଗତ ଡିସେମ୍ବର 2022ରେ ରାଷ୍ଟ୍ରପତି ସି ଜିନପିଙ୍ଗ ଆହ୍ବାନ ଦେଇଥିଲେ ।

ଜିନପିଙ୍ଗଙ୍କ ଏହି ନିର୍ଦ୍ଦେଶକୁ ପ୍ରାଥମିକତା ଦେଇଛନ୍ତି ଗୁଆଙ୍ଗଦଙ୍ଗ କର୍ତ୍ତୃପକ୍ଷ । ଅତୀତର ମାଓ ଜେ ଦୁଂଙ୍କ ସମୟରେ ବି ଗ୍ରାମାଞ୍ଚଳରେ କାମଧନ୍ଦା କରିବାକୁ ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କୁ ପଠାଇଦିଆଯାଇଥିଲା । ଚୀନରେ ବର୍ତ୍ତମାନ ବେକାରୀ ଯଥେଷ୍ଟ ବଢିବାରେ ଲାଗିଛି । ପ୍ରତି 5 ଜଣରେ ଜଣେ ବେକାର ଥିବା ସୂଚନା ମିଳିଛି । ଦେଶରେ 16ରୁ 24 ବର୍ଷ ବୟସ୍କ ବେକାରଙ୍କ ହାର ଜାତୀୟ ହାରର 19 ଦଶମିକ 6 ପ୍ରତିଶତ ରହିଛି । ସର୍ଭେ ଅନୁସାରେ ଚୀନର ବିଭିନ୍ନ ସହରରେ ବେକାରଙ୍କ ସଂଖ୍ୟା 1 କୋଟି 10 ଲକ୍ଷ ରହିଛନ୍ତି । ଦେଶର ଅର୍ଥନୀତିରେ ଘାଟା ଆସିଥିବାବେଳେ ଦେଶରେ ଚାକିରି ଅନୁପାତ ବ୍ୟାପକ ହ୍ରାସ ପାଇଛି । ଆଇଟି କ୍ଷେତ୍ର ଧିମେଇ ଯିବାର ପ୍ରଭାବ ନିଯୁକ୍ତି କ୍ଷେତ୍ର ଉପରେ ପଡୁଛି ।

ତୃତୀୟ ପର୍ଯ୍ୟାୟରେ ଆଜି ୫ ଜିଲ୍ଲାରେ ସ୍କୁଲ ରୂପାନ୍ତରଣ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟରେ ଫାଇଭ-ଟି ସ୍କୁଲ ରୂପାନ୍ତରଣର ଲୋକାର୍ପଣ । ଆଜି ୫ ଜିଲ୍ଲାର ୪୪୯ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ବାଲେଶ୍ବରର ୨୩୩, ନୟାଗଡ଼ର ୬୪, ନୂଆପଡ଼ାର ୫୮, ରାୟଗଡ଼ାର ୪୬ ସୁନ୍ଦରଗଡ଼ ଜିଲ୍ଲାରେ ନୂଆରୂପ ପାଇଥିବା ୪୯ଟି ହାଇସ୍କୁଲର ଲୋକାର୍ପଣ କରାଯିବା ।

ଫାଇଭ-ଟି ଉପକ୍ରମରେ ଏହି ସ୍କୁଲ ଗୁଡ଼ିକୁ ରୂପାନ୍ତରିତ କରିଛନ୍ତି ରାଜ୍ୟ ସରକାର । କେବଳ ସ୍ବଚ୍ଛଳ ବର୍ଗର ଛାତ୍ରଛାତ୍ରୀମାନେ ଉନ୍ନତ ଶିକ୍ଷା ବ୍ୟବସ୍ଥାର ସୁବିଧା ପାଇପାରିବେ । ଏ ଧାରଣାକୁ ଦୂର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫାଇଭ-ଟି ସ୍କୁଲ ମାଧ୍ୟମରେ ପିଲାଙ୍କ ପାଇଁ ତିଆରି ହୋଇଛି ବିରାଟ ସୁଯୋଗ ।

ସ୍ମାର୍ଟ କ୍ଲାସରୁମ ସାଙ୍ଗକୁ ଇ-ଲାଇବ୍ରେରୀ ଓ ଅତ୍ୟାଧୁନିକ ଭିତ୍ତିଭୂମିରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩ ହଜାର ୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି । ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬ ହଜାର ୧୩୨ଟି ସ୍କୁଲ ରୂପାନ୍ତରିତ ହେବ । ଆଉ ୬ ମାସ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ସବୁ ସରକାରୀ ହାଇସ୍କୁଲ ରୂପାନ୍ତରିତ ହେବ ।

ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ମାମଲାରେ ଆଜି ଶୁଣାଣି କରିବେ ଗୁଜରାଟ ହାଇକୋର୍ଟ

ଗାନ୍ଧୀନଗର: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ମାମଲାରେ ଆଜି ଶୁଣାଣି କରିବେ ଗୁଜରାଟ ହାଇକୋର୍ଟ । ମୋଦି ସାଙ୍ଗିଆ ମାମଲାରେ ନିମ୍ନକୋର୍ଟ ରାୟକୁ ସେସନସ କୋର୍ଟ ଗତ ଏପ୍ରିଲ 20 ତାରିଖରେ କାଏମ ରଖିବା ପରେ ଏହି ମାମଲାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ରାହୁଲ । ରାହୁଲ ଗାନ୍ଧୀଙ୍କ ସପକ୍ଷରେ କଂଗ୍ରେସ ସାଂସଦ ତଥା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭି ମାମଲା ଲଢୁଛନ୍ତି ।

ଏହି ବହୁଚର୍ଚ୍ଚିତ ମାମଲାର ଶୁଣାଣି କରିବାକୁ ଜଷ୍ଟିସ ଗୀତା ଗୋପୀ ଅଗ୍ରାହ୍ୟ କରିବା ପରେ ବିଚାର ଭାର ଜଷ୍ଟିସ ହେମନ୍ତ ପ୍ରଚ୍ଛକଙ୍କୁ ଦିଆଯାଇଛି । ଗତ 13 ଏପ୍ରିଲ 2019ରେ କର୍ଣ୍ଣାଟକ କୋଲରରେ ମୋଦି ସାଙ୍ଗିଆକୁ ନେଇ ରାହୁଲଙ୍କ ବିବାଦୀୟ ବୟାନ ପରେ ଆଇପିସିର ଧାରା 499, 500 ଓ 504 ଅନୁସାରେ ମାମଲା ରୁଜୁ ହୋଇଥିଲା । ଗତ 23 ମାର୍ଚ୍ଚରେ ମାନହାନି ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 2 ବର୍ଷ ଜେଲଦଣ୍ଡାଦେଶ ଦେଇଥିଲେ ସିଜେଏମ କୋର୍ଟ ।

କୋର୍ଟ ରାୟ ପରେ ଗତ 24 ମାର୍ଚ୍ଚରେ ସାଂସଦ ପଦ ହରାଇଥିଲେ ରାହୁଲ ଗାନ୍ଧୀ । ସମ୍ବିଧାନର ଧାରା 102(1)(e) ତଥା 1951 ଜନପ୍ରତିନିଧି ଆଇନର ଧାରା 8 ଅନୁସାରେ ସଦସ୍ୟ ପଦ ରଦ୍ଦ ହୋଇଥିଲା । ଗତ 20 ଏପ୍ରିଲରେ ସିଜେଏମଙ୍କ ରାୟକୁ ସେସନସ କୋର୍ଟ କାଏମ ରଖିବା ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ରାହୁଲ ।

ଆନନ୍ଦନଗରରେ ସେକ୍ସ ରାକେଟ ଠାବ; ଜଣେ ବଙ୍ଗୀୟ ଯୁବତୀ ସହ ୪ ଯୁବକ ଓ ରାଣୀ ମହୁମାଛି ଗିରଫ

ଢେଙ୍କାନାଳ: ନନ୍ଦିଘୋଷ ଟିଭିର ମହା ପ୍ରଭାବ । ଖବର ପ୍ରସାରଣ ପରେ ଆକ୍ସନ ମୁଡରେ ଢେଙ୍କନାଳ ଟାଉନ ଥାନା ପୋଲିସ । ଟାଉନ ଥାନା ଅନ୍ତର୍ଗତ ଆନନ୍ଦନଗରରେ ଏକ ଘରେ ସେକ୍ସ ରାକେଟ ଠାବ କରାଯାଇଛି । ଜଣେ ବଙ୍ଗୀୟ ଯୁବତୀ ସହ 4 ଯୁବକ ଓ ରାଣୀ ମହୁମାଛି ଗିରଫ ହୋଇଛନ୍ତି । ଦୀର୍ଘ ଦିନରୁ ଏମାନେ ଏକ ଘରେ ଚଳାଇଥିଲେ ସେକ୍ସ ରାକେଟ । ସେକ୍ସ ରାକେଟରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ ଜାରି ରଖିଚି ଟାଉନ ଥାନା ପୋଲିସ । ଢେ଼ଙ୍କାନାଳରେ ସେକ୍ସ ରାକେଟ ଚାଲିଥିବା ଖବର 4 ଦିନ ତଳେ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ପୋଲିସ ବିଭିନ୍ନ ଜାଗାରେ ଚଢାଉ ଜାରି ରହିଚି ।

ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ଏକାଧିକ ପ୍ଲଟ ନେବା ଉପରେ ରୋକ ଲଗାଇଲେ ହାଇକୋର୍ଟ

କଟକ: ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଏକାଧିକ ପ୍ଲଟ ନେବା ଉପରେ ରୋକ ଲଗାଇଲେ ହାଇକୋର୍ଟ । ଜଣେ ବ୍ୟକ୍ତି ସେକୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଗୋଟିଏ ପ୍ଲଟ ନେଇପାରିବେ । ଏହି ନିୟମ ତୁରନ୍ତ ମହାଧିବକ୍ତାଙ୍କ ମାଧ୍ୟମରେ ଗୃହ ଓ ନଗର ଉନ୍ନୟନ ବିଭାଗ, ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ବିଡିଏର ଜଣେ ଅବସରପ୍ରାପ୍ତ କର୍ମଚାରୀ ସରୋଜ ମଲ୍ଲିକ ବିଡିଏରୁ କର୍ମଚାରୀ ଇଚ୍ଛାଧୀନ କୋଟା ସହିତ ଭିନ୍ନ ଭିନ୍ନ ତରିକାରେ 3ଟି ପ୍ଲଟ ହଟେଇ ଥିଲେ ।

ତେବେ କର୍ମଚାରୀ କୋଟାରେ ମିଳିଥିବା ପ୍ଲଟଟିକୁ ବିଡିଏ ବାତିଲ କରିଦେଇଥିଲେ । ଏହାକୁ ଚ୍ୟଲେଞ୍ଜ କରି ସରୋଜ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ବିଡିଏ ପକ୍ଷରୁ ଦୟାନନ୍ଦ ମହାପାତ୍ର କେସ ପରିଚାଳନା କରୁଥିଲେ । ଏକାଧିକ ପ୍ଲଟ ନେଇ ଏହାକୁ ବ୍ୟବସାୟୀକରଣ କରାଯାଉଛି । ଫଳରେ ପ୍ରକୃତ ହିତାଧିକାରୀ ସାଧାରଣ ଲୋକ ପ୍ଲଟ କିମ୍ବା ଘର ଟିଏ କୌଣସି ଉନ୍ନୟନ କତୃପକ୍ଷଙ୍କ ଠାରୁ ପାଇବାରେ ବଂଚିତ ହେଉଛନ୍ତି । କୋର୍ଟ ଏହାକୁ ଗ୍ରହଣ କରି ସରୋଜଙ୍କ ଆବେଦନ ଖାରଜ କରିବା ସହିତ ଏହି ନିର୍ଦେଶ ସରକାରକୁ ଦେଇଛନ୍ତି ।

ବରମୁଣ୍ଡା ଓଭରବ୍ରିଜରେ ସିରିଜ ଦୁର୍ଘଟଣା

ଭୁବନେଶ୍ୱର: ବରମୁଣ୍ଡା ଓଭରବ୍ରିଜରେ ସିରିଜ ଦୁର୍ଘଟଣା । ଏକ ସ୍କୁଟିକୁ ଏକ କାର ଧକ୍କା ଦେବା ଫଳରେ ଛିଟିକି ପଡ଼ି ସ୍କୁଟିଚାଳକ ହୋଇଛନ୍ତି ଗୁରୁତର । ସେପଟେ ଏହି ଘଟଣାକୁ ଦେଖି ଜାତୀୟ ରାଜପଥ ସଫେଇ କରୁଥିବା ଏକ ଗାଡି ବ୍ରେକ ମାରିବାରୁ ପଛରେ ଆସୁଥିବା ଏକ ଟ୍ରକ ସଫେଇ ଗାଡିକୁ ଧକ୍କା ଦେବା ସହ ଏକ ବାଇକକୁ ଧକ୍କା ଦେଇଥିଲା । ଏହି ସିରିଜ ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଟ୍ରାଫିକ ପରିଚାଳନା କରିଥିଲେ । କିଛି ସମୟ ପରେ ରାଜପଥରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା ।

କାଳିଆ ଯୋଜନାରେ ଉପକୃତ ଚାଷୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କାଳିଆ ଯୋଜନାରେ ଉପକୃତ ଚାଷୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କାଳିଆ ଯୋଜନା ହିତାଧିକାରୀଙ୍କ ସହ ନବୀନ ନିବାସରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଆଲୋଚନା ବେଳେ ଚାଷୀମାନେ ସେମାନଙ୍କ ଅଭିଜ୍ଞତା ଉପସ୍ଥାପନ କରିଥିଲେ । ଜୀବନ ଜୀବିକାରେ ଉନ୍ନତି ତଥା ସେମାନଙ୍କ ଅର୍ଥନୈତିକ ରୂପାନ୍ତରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି କାଳିଆ ଯୋଜନା ବୋଲି କହିଥିଲେ ଚାଷୀ ।

ଅଙ୍ଗନବାଡି କେନ୍ଦ୍ରକୁ ଉନ୍ନୀତ ହେଲେ ୨ ହଜାର ୮୩୬ ମିନି ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର: ଅଙ୍ଗନବାଡି କେନ୍ଦ୍ରକୁ ଉନ୍ନୀତ ହେଲେ ୨ ହଜାର ୮୩୬ ମିନି ଅଙ୍ଗନବାଡି କେନ୍ଦ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ଏଥିପାଇ ବାର୍ଷିକ ଅତିରିକ୍ତ ୧୮.୭୫ କୋଟି ଟଙ୍କା ବହନ କରିବେ ରାଜ୍ୟ ସରକାର । ରାଜ୍ୟରେ ଶିଶୁ ଓ ମହିଳା ମାନଙ୍କ ସ୍ବାସ୍ଥ୍ୟ ଓ ସଚେତନତା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ରାଜ୍ୟରେ ବର୍ତ୍ତମାନ 74 ହଜାର 154 ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ 10 ହଜାର 416 ମିନି ଅଙ୍ଗନବାଡି ଥିଲା । ସେଥିରୁ 2 ହଜାର 836 ମିନି ଅଙ୍ଗନବାଡି ଏବେ ଅଙ୍ଗନବାଡିକୁ ଉନ୍ନୀତ ହୋଇଛନ୍ତି ।

ଏହି ଅଙ୍ଗନବାଡି କେନ୍ଦ୍ର ଗୁଡିକର ବିଭିନ୍ନ କାର୍ଯ୍ୟ ପରିଚାଳନା ପାଇଁ ଯଥା – ଔଷଧ, ଆସବାବପତ୍ର ଓ ପ୍ରଶାସନିକ ଖର୍ଚ୍ଚ ତୁଲାଇବା ପାଇଁ ଅଧିକ ପାଣ୍ଠିର ବ୍ୟବସ୍ଥା ମଧ୍ୟ କରାଯିବ । ଏଥିପାଇଁ ସାରା ରାଜ୍ୟରେ ୧୧୪ ଟି ସୁପର ଭାଇଜର ପଦବୀ ସୃଷ୍ଟି କରାଯାଇଛି । ଏହି ଅପଗ୍ରେଡେସନ ସହିତ ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀଙ୍କୁ ସହାୟତା କରିବା ପାଇଁ ଜଣେ ଜଣେ ଅଙ୍ଗନବାଡି ସହାୟକ ନିଯୁକ୍ତ କରାଯିବ। ଏହିପରି ୨ ହଜାର ୮୩୬ ଅଙ୍ଗନବାଡି ସହାୟକଙ୍କୁ ନିଯୁକ୍ତ କରାଯିବ ଏବଂ ଏହାସହିତ, ୨ ହଜାର ୮୩୬ ମିନି ଅଙ୍ଗନବାଡି କର୍ମୀ ପଦବୀକୁ ଉନ୍ନୀତ କରାଯାଇ ଅଙ୍ଗନବାଡି କର୍ମୀ ପଦବୀ ସୃଷ୍ଟି କରାଯିବ। ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ଅତିରିକ୍ତ ୧୮ କୋଟି ୭୫ ଲକ୍ଷ ୪୧ ହଜାର ୪୪୦ ଟଙ୍କା ଖର୍ଚ୍ଚ କରିବେ ।

ଦୋଷୀ ସାବ୍ୟସ୍ତ ପରେ ବିଏସପି ସାଂସଦ ଅଫଜଲ ଅନସାରୀଙ୍କ ସଦସ୍ୟ ପଦ ରଦ୍ଦ

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି ସାଂସଦ ଅଫଜଲ ଅନସାରୀଙ୍କ ସଦସ୍ୟ ପଦ ରଦ୍ଦ । ଏକ ହତ୍ୟା ଓ ଅପହରଣ ମାମଲାରେ ଉତ୍ତରପ୍ରଦେଶରେ ଗ୍ୟାଙ୍ଗଷ୍ଟର ତଥା ରାଜନେତା ଅଫଜଲ ଅନସାରୀ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କର ସଦସ୍ୟ ପଦ ରଦ୍ଦ ହୋଇଛି । ଏକ ଏମପି-ଏମଏଲଏ କୋର୍ଟ ସାଂସଦ ଅଫଜଲ ଅନସାରୀଙ୍କୁ ୪ ବର୍ଷ କାରାବାସ ଶୁଣାଇଥିଲେ । ଉତ୍ତରପ୍ରଦେଶର ବହୁ ଚର୍ଚ୍ଚିତ ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟ ହତ୍ୟାକାଣ୍ଡ ଏବଂ ବ୍ୟବସାୟୀ ନନ୍ଦକିଶୋର ରୁଙ୍ଗଟା କିଡନାପ ପରେ ମୁଖତାର ଅନସାରୀ ଓ ଭାଇ ଅଫଜଲ ବିରୋଧରେ ଗ୍ୟାଙ୍ଗଷ୍ଟର ଆଇନ ଲାଗିଥିଲା । ପୂର୍ବରୁ ଗ୍ୟାଙ୍ଗଷ୍ଟର ମାମଲାରେ ମୁଖତାରଙ୍କୁ ଗାଜିପୁର ଏମପି/ଏମଏଲଏ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । କୋର୍ଟ ତାଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । କୋର୍ଟ ତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ବସାଇଥିଲେ । ୨୦୦୫ରେ ଗାଜିପୁରରେ କ୍ରିଷ୍ଣାନନ୍ଦଙ୍କୁ ମୁଖତାର ଓ ଆଫଜଲ ହତ୍ୟା କରିବା ନେଇ ଅଭିଯୋଗ ହୋଇଥିଲା ।

ଏପ୍ରିଲରେ ସର୍ବକାଳୀନ ସର୍ବାଧିକ ୫୦୩୫.୭୪ କୋଟି ଟଙ୍କାର ଜିଏସଟି ଆଦାୟ କରିଛି ଓଡ଼ିଶା

ଭୁବନେଶ୍ୱର: ୨୦୨୩ ମସିହା ଏପ୍ରିଲ ମାସରେ ରାଜ୍ୟର ଜିଏସଟି ବାବଦକୁ ୫ହଜାର ୩୫କୋଟି ୭୪ଲକ୍ଷ ଟଙ୍କା ଆଦାୟ ହୋଇଛି। ଏହା ସର୍ବକାଳୀନ ସର୍ବାଧିକ ସଂଗ୍ରହ। ରାଜ୍ୟ ଜିଏସଟି ବା ଓଜିଏସଟି ଓ ସମନ୍ବିତ ଜିଏସଟି ବା ଆଇଜିଏସଟି ବାବଦକୁ ୨୦୨୩ ମସିହା ଏପ୍ରିଲ ମାସରେ ଓଡିଶାକୁ ମିଳିବାକୁ ଥିବା ଜିଏସଟି ପରିମାଣ ସହ ୨୩୫୯.୧୭ କୋଟି ଟଙ୍କା ସଂଗ୍ରହ ହୋଇଛି । ଗତବର୍ଷ ଏପ୍ରିଲ ମାସରେ ୧୬୮୦କୋଟି ଟଙ୍କା ତୁଳନାରେ ଏଥର ୪୦.୪୩ ପ୍ରତିଶତ ଅଭିବୃଦ୍ଧି ହୋଇଛି। ଚଳିତ ବର୍ଷ ଏପ୍ରିଲରେ ରାଜ୍ୟ ବାଣିଜ୍ୟ ଏବଂ ଜିଏସଟି ବିଭାଗ ଦ୍ୱାରା ସଂଗ୍ରହ ହୋଇଥିବା ଜିଏସଟି, ଭାଟ, ବୃତ୍ତିଗତ କର, ପ୍ରବେଶ ଶୁଳ୍କ ଭଳି ବିଭିନ୍ନ ଟିକସ ଏବଂ ଜିଏସଟିରେ ମିଶିଥିବା ସମସ୍ତ ଟିକସର ବକେୟା ରାଶି ସଂଗ୍ରହ କ୍ଷେତ୍ରରେ ଗତବର୍ଷ ତୁଳନାରେ ୩୬.୭୦ ପ୍ରତିଶତ ଅଭିବୃଦ୍ଧି ହୋଇଛି। ୨୬୬୧.୯୨ କୋଟି ଟଙ୍କା ସଂଗ୍ରହ ହୋଇଛି। ଗତବର୍ଷ ଏପ୍ରିଲ ମାସରେ ୧୯ଶହ ୪୭.୨୧ କୋଟି ଟଙ୍କା ଆଦାୟ ହୋଇଥିଲା। ଏଥର ସେବା କ୍ଷେତ୍ର ଓ କାରବାର କ୍ଷେତ୍ରରେ ବୃଦ୍ଧି ହୋଇଥିବାରୁ ଟିକସ ସଂଗ୍ରହ ଅଧିକ ହୋଇଛି।