spot_img
Home Blog Page 3408

ଅତିକର ପୁଅ ଅସଦର ଏନକାଉଣ୍ଟର, ଉମେଶ ପାଲ ହତ୍ୟାକାଣ୍ଡର ଥିଲେ ୱାଣ୍ଟେଡ

ଲକ୍ଷ୍ନୌ: ଉମେଶ ପାଲ ହତ୍ୟାକାଣ୍ଡରେ ୟୁପି ପୋଲିସକୁ ବଡ ସଫଳତା  । ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦର ପୁଅ ଅସଦର ଏନକାଉଣ୍ଟର  । ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ଅସଦକୁ ଏନକାଉଣ୍ଟର କରିଛି ୟୁପି ପୋଲିସ  । ଏହା ସହ ମଦମ୍ମଦ ଗୁଲାମର ବି ହୋଇଛି ଏନକାଉଣ୍ଟର  । ଝାନ୍ସୀରେ ଆଜି ସକାଳୁ ୟୁପି ଏସଟିଏଫ ଦୁହିଁଙ୍କୁ ଏନକାଉଣ୍ଟର କରିଛି  । ଡେପୁଟି ଏସପି ନଭେନ୍ଦୁ ଓ ଡେପୁଟି ଏସପି ବିମଲଙ୍କ ତତ୍ତ୍ବାବଧାନରେ ଅପରେସନ କରିଥିଲା ୟୁପି ପୋଲିସ  । ଦୁହିଁଙ୍କ ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ବି ଘୋଷଣା କରାଯାଇଥିଲା  ।

ଏନକାଉଣ୍ଟର ପରେ ପୋଲିସ ସେମାନଙ୍କ ଠାରୁ ହତିଆର ଜବତ କରିଛି  ।  ଗୋଟିଏ ପଟେ ଉମେଶ ପାଲ ହତ୍ୟାକାଣ୍ଡରେ ଅତିଫ ଅହମ୍ମଦ ଓ ଅସରଫକୁ ଆଜି କୋର୍ଟରେ ହାଜର କରାଯାଇଛି  । ଅନ୍ୟପଟେ ପୁଅ ଓ ତା ସହଯୋଗୀକୁ ଏନକାଉଣ୍ଟର କରାଯାଇଛି  । ଦିନ ଦ୍ବିପ୍ରହରରେ ଉମେଶ ପାଲଙ୍କୁ ହତ୍ୟା କରିଥିବା ମହମ୍ମଦ ଗୁଲାମଙ୍କୁ ବି ଆଜାଦ୍‌ କରିଛି ୟୁପି ପୋଲିସ  ।

ଗତ ଫେବୃଆରୀ ୨୪ରେ ପ୍ରୟାଗରାଜରେ ରାଜୁପାଲ ହତ୍ୟାକାଣ୍ଡର ସାକ୍ଷୀ ଉମେଶ ପାଲ୍‌ଙ୍କୁ ବିଚ୍‌ ବଜାରରେ ଗୋଡାଇ ଗୋଡାଇ ଗୁଳି କରି ହତ୍ୟା କରାଯାଇଥିଲା  । ଉମେଶ ପାଲ ସମେତ ତାଙ୍କର ଦୁଇ ସରକାରୀ ଅଙ୍ଗରକ୍ଷୀ ବି ପ୍ରାଣ ହରାଇଥିଲେ  ।

ପାକିସ୍ତାନର ବିଚିତ୍ର ପଦକ୍ଷେପ, ୟୁକ୍ରେନକୁ ଯୋଗାଇବ ୨୩୦ଟି ସାମରିକ ସାମଗ୍ରୀ କଣ୍ଟେନର

ଇସଲାମାବାଦ: ଖାଦ୍ୟ ଓ ଆର୍ଥିକ ସଂକଟରେ ଛଟପଟ ହେଉଥିବା ପାକିସ୍ତାନର ବିଚିତ୍ର ପଦକ୍ଷେପ । ଯୁଦ୍ଧବିଧ୍ବସ୍ତ ୟୁକ୍ରେନକୁ ୨୩୦ଟି ସାମରିକ ସାମଗ୍ରୀ କଣ୍ଟେନର ଯୋଗାଇବାକୁ ଘୋଷଣା କରିଛି । ନିଜ ଦେଶର ବିଭିନ୍ନ ବିମାନ ଇଞ୍ଜିନର ଆଧୁନିକୀକରଣ ଲାଗି ଋଷ ନିକଟରେ ପାକିସ୍ତାନ ଅନୁରୋଧ କରିଆସୁଥିବାବେଳେ ୟୁକ୍ରେନକୁ ଏହି ଯୁଦ୍ଧାସ୍ତ୍ର ଯୋଗାଣ ନେଇ ଘୋଷଣା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଚଳିତ ମାସରେ କରାଚୀ ବନ୍ଦରରୁ ଏହି ସରଞ୍ଜାମ ୟୁକ୍ରେନ ଉଦ୍ଦେଶ୍ୟରେ ପଠାଯିବ । ଏମଭି ବୋକ୍ରାମ ଓ ଏମଭି ଖେର୍ସନ ଜରିଆରେ ଏହି ଯୁଦ୍ଧାସ୍ତ୍ର ପଠାଯିବ ବୋଲି ସୂଚନା ମିଳିଛି । ଏହି ଦୁଇଟି ଜାହାଜରେ ଆମେରିକା ଓ ୟୁରୋପୀୟ ପତାକା ଲଗାଯିବ । ପୋଲାଣ୍ଡ ଓ ଜର୍ମାନୀର ବିଭିନ୍ନ ବନ୍ଦର ଦେଇ ଏହି ଯୁଦ୍ଧାସ୍ତ୍ର ୟୁକ୍ରେନ ପଠାଯିବ ।

ୟୁକ୍ରେନ ବୈଦେଶିକ ଉପମନ୍ତ୍ରୀ ଏମିନ ଜାପାରୋଭାଙ୍କ ଭାରତ ଗସ୍ତ ପରେ ପରେ କିଭକୁ ଅସ୍ତ୍ର ଯୋଗାଣ ନେଇ ଘୋଷଣା କରିଛି ପାକିସ୍ତାନ । ଗତ ଜାନୁଆରୀରେ ବି ୟୁକ୍ରେନକୁ ୧୫୫ ମିମି ଆର୍ଟିଲେରି ଶେଲ, M4A2 ପ୍ରପେଲିଂ ବ୍ୟାଗଚାର୍ଜ, M82 ପ୍ରାଇମର ଓ ପିଡିଏମ ଫ୍ୟୁଜ ପଠାଇଥିଲା ବୋଲି ସୂଚନା ମିଳିଛି ।

ନବକଳେବର ପୂର୍ବରୁ ଏମିତି ଥିଲା ରାଜଧାନୀ ଯେତେବେଳେ ଆସିଥିଲେ ନେହେରୁ

ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ବରର ୭୫ତମ ପ୍ରତିଷ୍ଠା ଦିବସ । ଭୁବନେଶ୍ବର ପାଳୁଛି ପ୍ଲାଟିନମ ଜୁବଲି ।

ସମୟ ସହିତ ତାଳ ଦେଇ ଭୁବନେଶ୍ବରର ବୃଦ୍ଧି ପାଇଛି କଳେବର । ଆଜି ପ୍ରତିଷ୍ଠା ଦିବସ ପାଳୁଛି ରାଜଧାନୀ ଭୁବନେଶ୍ବର ।

ବିନ୍ଦୁସାଗରର ଏମିତି ଫଟୋ ଦେଖିନଥିବେ । ପ୍ରତିଷ୍ଠା ଦିବସରେ ଦେଖନ୍ତୁ ପୁରୁଣା ଭୁବନେଶ୍ବରର ଚିତ୍ର ।

ସମୟ ସହିତ ତାଳ ଦେଇ ଭୁବନେଶ୍ବରର ବୃଦ୍ଧି ପାଇଛି କଳେବର ।

ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଦ୍ବାରା ରାଜଧାନୀର ଶୁଭ ଦିଆଯାଇଥିଲା ।

 

 

ଜଳୁଛି ଅଧିକାଂଶ ଜିଲ୍ଲା, ଦିନ ସାଢେ ୧୧ ସୁଦ୍ଧା ୩୯ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଜାରି ହୋଇଛି ତାତିର ଅଘୋଷିତ କର୍ଫ୍ୟୁ । ଜଳୁଛି ଉତ୍ତର, ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶା । ଦିନ ୧୧ଟା ୩୦ସୁଦ୍ଧା ୩୯ଡିଗ୍ରୀ ଉପରେ ୩ ସହରର ତାପମାତ୍ରା । ୩୯.୨ ଡିଗ୍ରୀ ତାପମାତ୍ରା ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା । ସେହିପରି ବାଲେଶ୍ୱର ଓ ଚାନ୍ଦବାଲିରେ ୩୯ଡିଗ୍ରୀ , ଭୁବନେଶ୍ୱରରେ ୩୮.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ସମ୍ବଲପୁରରେ ୩୮.୨, କେନ୍ଦୁଝରରେ ୩୭.୬, ହୀରାକୁଦରେ ୩୭.୪, ଗୋପାଳପୁରରେ ୩୪.୬, ପୁରୀରେ ୩୩.୪ ଓ ପାରାଦୀପରେ ୩୩ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ୮ଟି ଜିଲ୍ଲା ଏବଂ ୧୫ ତାରିଖରେ ୯ ଜିଲ୍ଲାକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରାଯାଇଛି । ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ୪୦ ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରେକର୍ଡ ହୋଇପାରେ ।

ସେହିଭଳି ଉପକୂଳ ଓଡ଼ିଶାର ଖୋର୍ଦ୍ଧା, ପୁରୀ, ନୟାଗଡ, ଜଗତସିଂହପୁର, ଯାଜପୁର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ତାତି ୪୦ ଡିଗ୍ରୀ ଅତିକ୍ରମ କରିବ । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରିଛି ପାଣିପାଗ କେନ୍ଦ୍ର । ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ଝାରସୁଗୁଡ଼ା: ବିଧାନସଭା ଆସନ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ କରାଯିବ। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ନାମାଙ୍କନ ଭରିପାରିବେ ପ୍ରାର୍ଥୀ । ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହେବ ନାମାଙ୍କନପତ୍ର ଦାଖଲ । ୨୧ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ ଏବଂ ୨୪ ତାରିଖ ଅପରାହ୍ନ ୩ଟା ସୁଦ୍ଧା ପ୍ରାର୍ଥୀ ନିଜ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ।

ମେ ୧୦ରେ ଭୋଟଗ୍ରହଣ କରାଯିବ । ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଭୋଟ୍ ଦେବେ ଝାରସୁଗୁଡ଼ା ଭୋଟର । ମେ ୧୩ରେ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ । ଗତ ଜାନୁଆରୀ ୨୯ ତାରିଖରେ ତତ୍କାଳୀନ ମନ୍ତ୍ରୀ ନବକିଶୋର ଦାସଙ୍କୁ ହତ୍ୟା ପରେ ଝାରସୁଗୁଡ଼ା ବିଧାନସଭା ଆସନ ଖାଲିପଡ଼ିଛି ।

୪୮ ଘଣ୍ଟା ପାଇଁ ସମ୍ବଲପୁରରେ ଚାଲିବନି ସୋସିଆଲ ମିଡିଆ

ସମ୍ବଲପୁର: ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ । ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କଲେ ସରକାର । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତକାଲି ହନୁମାନ ଜୟନ୍ତୀ ବାଇକ ରାଲି ସମୟରେ ପୋଲିସ ଉପରକୁ ପଥରମାଡ ଘଟଣା ପରେ ଶାନ୍ତି ଶୃଙ୍ଖଳା ଭଙ୍ଗ ପାଇଁ କିଛି ଗୋଷ୍ଠୀ ପ୍ରୟାସ କରୁଛନ୍ତି । ସୋସିଆଲ ମିଡିଆ ଦ୍ବାରା ଲୋକଙ୍କୁ ଉସକେଇବା ପାଇଁ ମେସେଜ ପଠାଯାଉଛି । ତେଣୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସରକାରଙ୍କ ପକ୍ଷରୁ ଇଣ୍ଟରନେଟ ବନ୍ଦ କରାଯାଇଛି ।

ହ୍ବାଟ୍ସଆପ୍‌, ଫେସବୁକ, ଟୁଇଟର, ଇନଷ୍ଟାଗ୍ରାମ, ସ୍ନାପଚାଟ ଭଳି ସୋସିଆଲ ମିଡିଆ ସାଇଟ ବ୍ୟାନ୍‌ କରାଯାଇଛି । ଆଜି ସକାଳ ୧୦ଟାରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ କରାଯାଇଛି । ଆଜି ସକାଳୁ ପଥରମାଡ଼କୁ ନେଇ ୨୫ ଜଣଙ୍କୁ ଉଠାଇ ନେଲା ପୋଲିସ । ପଥରମାଡରେ ୧୦ରୁ ଅଧିକ ପୋଲିସ ଆହତ ହୋଇଛନ୍ତି । ବର୍ତମାନ ସମ୍ବଲପୁରର ୬ ଥାନା ଅଂଚଳରେ ୧୪୪ ଧାରା ଜାରି ରହିଛି । ବର୍ତମାନ ପରିସ୍ଥିତି ନିୟନ୍ତ୍ରଣାଧିନ ଅଛି ।

ବିଶେଷକରି ରାମ ମନ୍ଦିର ହନୁମାନ ମନ୍ଦିର ଓ ବିଭିନ୍ନ ମସଜିଦରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଏଲଓସିରେ ସନ୍ଦିଗ୍ଧ ଡ୍ରୋନ ଖସାଇଲା ସୁରକ୍ଷାବଳ, ଆଖପାଖ ଗାଁରେ ସର୍ଚ୍ଚ ଅପରେସନ

ଶ୍ରୀନଗର: ଏଲଓସିରେ ଉତ୍ତେଜନା ପାଇଁ ଚକ୍ରାନ୍ତ୍ର କରୁଛି ପାକ୍ । ଜମ୍ମୁ-କାଶ୍ମୀରର ରଜୌରୀ ଜିଲ୍ଲା ବେରୀ ପଟନ ଓ ସିଓଟ ଅଞ୍ଚଳରେ ଉଡୁଥିବା ସନ୍ଦିଗ୍ଧ ଡ୍ରୋନକୁ ଖସାଇଛନ୍ତି ସୁରକ୍ଷାକର୍ମୀ । ଡ୍ରୋନରୁ ୫ଟି ଲୋଡେଡ ମାଗାଜିନ, ଟଙ୍କା ଓ କିଛି ପ୍ୟାକେଟ ଜବତ ହୋଇଛି । ସୀମାଞ୍ଚଳରେ କିଛି ସନ୍ଦିଗ୍ଧ ବସ୍ତୁ ଉଡୁଥିବା ଜଣାପଡ଼ିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।

ଏବେବି ଆଖପାଖ ଗାଁରେ ସୁରକ୍ଷାକର୍ମୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ବୋଲି ସେନା କହିଛି ।

ପଞ୍ଚୁଦଣ୍ଡ ମହାମିଳନରେ ହଜାର ହଜାର ଭକ୍ତଙ୍କ ସମାଗମ, ଧୂଳିଦଣ୍ଡ ପାଣିଦଣ୍ଡ ଦେଖିବାକୁ ଭିଡ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗାଁଠୁ ସହର ସବୁଠି ମାନସିକ ଧାରୀଙ୍କ ଘର ଆଗରେ ଦଣ୍ଡଯାତ୍ରା ପାଇଁ ଉତ୍ସାହ । ଢୋଲ ଓ ମହୁରୀ ଶବ୍ଦରେ କମ୍ପି ଉଠୁଛି ସାରା ପରିବେଶ  । ଧୂଳିଦଣ୍ଡ ସାଙ୍ଗକୁ ପାଣିଦଣ୍ଡ ପରେ ରାତିରେ ବିଭିନ୍ନ ପୌରାଣିକ ନାଟକ ଓ ସାମାଜିକ ନାଟକ ପରିବେଷଣ ହେଉଛି। ଗଞ୍ଜାମ ଜିଲ୍ଲା ଆସିକା ବ୍ଲକର ଖାରିଆ ପଞ୍ଚାୟତର ସନ୍ଧି ନୂଆଁପଲି ଗାଁରେ ପଞ୍ଚୁଦଣ୍ଡ ମହାମିଳନରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି  ।

ପଞ୍ଚୁଦଣ୍ଡରେ ଯିଏ ଯାହା ମାନସିକ କରନ୍ତି ତାହା ପୂରଣ ହୋଇ ଥାଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଆସିଛି  । ପଞ୍ଚୁଦଣ୍ଡ ମହାମିଳନ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଆସିକା, କବିସୂର୍ଯ୍ୟନଗର, ଖୁକୁଣ୍ଡିଆ ଓ ଗୋଲିଆ ଗାଁର ଦଣ୍ଡୁଆ ମାନେ ଆସି ମାନସିକ ଧାରୀଙ୍କ ଘର ସମୁଖରେ ଦଣ୍ଡ ବିଧାନ କରିଛନ୍ତି  । ତତଲା ବାଲିରେ ଖାଲି ପାଦରେ ନିଷ୍ଠାର ସହ ଦଣ୍ଡୁଆ ମାନେ ଦଣ୍ଡ ବିଧାନ କରିଛନ୍ତି । ୧୩ରୁ ୧୪ ଦିନ ନିଷ୍ଠାର ସହ ଦଣ୍ଡ ନାଚରେ ସାମିଲ ହୋଇ ଦଣ୍ଡୁଆମାନେ ମାଆ କାଳୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି  ।

ବିଶେଷ କରି ପଞ୍ଚୁଦଣ୍ଡରେ ପାଞ୍ଚୋଟି ଦଣ୍ଡ ମହାମିଳନ ନିଆରା ପରିବେଶ ସୃଷ୍ଟି କରିଥାଏ । ଯାହାକୁ ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ  ।

ଆହୁରି ୧୨ ଦିନ ସଂକ୍ରମଣ ସଂଖ୍ୟା ବଢିବ, ଦିଲ୍ଲୀ ଏମ୍ସରେ ମାସ୍କ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୧୫୮ ଜଣ ସଂକ୍ରମିତ ହୋଇଛନ୍ତି । ସକ୍ରିୟ ମାମଲା ରହିଛି ୪୪ ହଜାର ୯୯୮ । ଟେଷ୍ଟିଂ ବଢୁଥିବାରୁ ସଂଖ୍ୟା ବଢୁଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଆସନ୍ତା ୧୦ରୁ ୧୨ ଦିନ ସଂକ୍ରମଣ ସଂଖ୍ୟା ଅଧିକ ରହିବ । ଏହାପରେ ଧିରେ ଧିରେ ସଂକ୍ରମଣ ସଂଖ୍ୟା କମିବ । ଦେଶରେ କରୋନା ଏବେ ଶେଷ ପର୍ଯ୍ୟାୟରେ ରହିଛି ।

ସଂକ୍ରମଣ ବଢୁଥିଲେ ବି ହସ୍ପିଟାଲରେ ଭର୍ତ୍ତି ସଂଖ୍ୟା କମିଛି । ଲୋକେ କେହି ଗୁରୁତର ହେଉନାହାନ୍ତି । କୋଭିଡ ନିୟମ ମାନି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଦିଲ୍ଲୀ ଏମ୍ସରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଓମିକ୍ରନର ସବଭାରିଆଣ୍ଟ ଅଧିକ ସଂକ୍ରାମକ ହୋଇଥିବାରୁ ଲୋକେ ଅଧିକ ସଂକ୍ରମିତ ହେଉଛନ୍ତି ।

ଏକତରଫା ପ୍ରେମରୁ ନାବାଳିକାଙ୍କୁ ଭୁଜାଲିରେ ଆକ୍ରମଣ

କଟକ: ଏକ ତରଫା ପ୍ରେମରୁ ନାବାଳିକାଙ୍କୁ ଭୁଜାଲିରେ ଆକ୍ରମଣ କଲା ବିଫଳ ପ୍ରେମିକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନା ଓସ୍ତନାରାୟଣୀପୁର ଗ୍ରାମରେ। ସେହି ଗ୍ରାମର ପ୍ରତିସ୍ ପଟ୍ଟନାୟକ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଏକ ତରଫା ପ୍ରେମ କରୁଥିଲେ। ନାବାଳିକା ଜଣଙ୍କ ରାତିରେ କୋଚିଂରୁ ଫେରୁଥିବା ସମୟରେ ଯୁବକ ଜଣଙ୍କ ନାବାଳିକାଙ୍କୁ ପ୍ରେମ ନିବେଦନ କରିଥିଲେ।

ନାବାଳିକା ମନା କରିଦେବାରୁ ଭୁଜାଲିରେ ଆକ୍ରମଣ କରିଛି ଯୁବକ। ଏନେଇ ନରସିଂହପୁର ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ନରସିଂହପୁର ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀ ଯୁବକ ପେରାର ଥିବାରୁ ପୋଲିସ ତାକୁ ଖୋଜୁଛି ।