କୋଲକାତା: ବେଲୁନ ଗ୍ୟାସ ସିଲିଣ୍ଡର ଫାଟି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଉର୍ଦ୍ଧ୍ୱ ଗୁରୁତର । ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗଣା ଜିଲ୍ଲା ସ୍ଥିତ ଜୟନଗର ଅଞ୍ଚଳର ବାଟରା ଗାଁରେ ଘଟିଛି ଏହି ଅଘଟଣ । ଏକ ମେଳାରେ ବହୁ ଦୋକାନ ବଜାର ବସି ଥିବା ବେଳେ ଏକ ବେଲୁନ ଗ୍ୟାସ ସିଲିଣ୍ଡ ହଠାତ ଫାଟି ଯାଇଥିଲା । ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ୪ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୦ରୁ ଉର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମେଳାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ସ୍ଥାନୀୟ ପ୍ରଶାସନ ।
କଙ୍ଗନାଙ୍କ ଉପରେ ଫାୟର ନଓ୍ୱାଜଙ୍କ ଭାଉଜ-ଦିଦି , ସବୁ କଥାରେ ମୁଣ୍ଡ ଖେଳାଅନି
ମୁମ୍ବାଇ: ବିବାଦୀୟ ବୟାନ୍ ଦେଇ ଚର୍ଚ୍ଚାରେ ବଲିଉଡର ବିବାଦୀୟ କୁଇନ୍ କଙ୍ଗନା ରାଣାଓ୍ୱତ । ଅଭିନେତା ନଓ୍ୱାଜୁଦ୍ଦିନ୍ ସିଦ୍ଦିକୀଙ୍କ ଏକ ଭିଡ଼ିଓ ଦେଖିବା ପରେ ନଓ୍ୱାଜଙ୍କ ଏକ୍ସ ଓ୍ୱାଇଫ୍ଙ୍କୁ ନେଇ କଟୁ କଥା କହିବା କଙ୍ଗନାଙ୍କୁ ମହଙ୍ଗା ପଡ଼ିଛି । ଦିଦି ପରକଥାରେ ସବୁବେଳେ ମୁଣ୍ଡ ଖେଳାଅନି, ଯଦି କିଛି ଘଟେ କିଏ ଦାୟୀ ରହିବ ବୋଲି କଙ୍ଗନାଙ୍କୁ ପ୍ରଶ୍ନ କରିଛନ୍ତି ନଓ୍ୱାଜୁଦ୍ଦିନଙ୍କ ଭଉଣୀ ।

ସୂଚନାଯୋଗ୍ୟ, ନଓ୍ୱାଜ୍ଜୁଦ୍ଦିନଙ୍କ ପୂର୍ବ ପତ୍ନୀ ଆଲିୟା ନଓ୍ୱାଜଙ୍କୁ ଘରୁ ବାହାର କରିବା ପରେ ଝଗଡ଼ା ଭିଡ଼ିଓକୁ ସୋସିଅଲ ମିଡିଆରେ ଶେୟାର କରିଦେଲେ । ନଓ୍ୱାଜୁଦ୍ଦିନଙ୍କ ଏହି ଭିଡ଼ିଓ ଦେଖି କଙ୍ଗନା ରନୌତ ଆଲିୟା ସିଦ୍ଦିକୀଙ୍କ ଉପରେ ରାଗି ଯାଇ କହିଦେଲେଯେ, ନଓ୍ୱାଜ ସବୁକିଛି ତାଙ୍କ ଭାଇ ମାନଙ୍କୁ ଦେଇ ଦେଇଛନ୍ତି । ନିଜ ପାଖରେ ତାଙ୍କର କିଛି ନାହିଁ । ତାଙ୍କର ଏଭଳି ସ୍ଥିତିରେ ମୋତେ ଦୁଃଖ ଲାଗୁଛି । ବାସ୍ ଏତିକିରେ ରାଗିଗଲେ ନଓ୍ୱାଜଙ୍କ ଭାଉଜ । ଆମ ଘର କଥା ନ ଜାଣି ଅଧିକ ମୁଣ୍ଡ ଖେଳାଅନି ବୋଲି ସେ କଙ୍ଗନାଙ୍କୁ ଜବାବ ଦେଇଛନ୍ତି ।
ଭିଡ଼ିଓରେ କ’ଣ ଥିଲା ସମ୍ପୂର୍ଣ୍ଣ ଦୃଶ୍ୟ?
ଭିଡ଼ିଓରେ ଦେଖିବାକୁ ମିଳିଥିଲାଯେ ନଓ୍ୱାଜଙ୍କ ଏକ୍ସ ଓ୍ୱାଇଫ୍ ଆଲିୟା ସିଦ୍ଦିକୀ ଯେଉଁ ସୋସିଅଲ ମିଡିଆରେ ଏକ ଭିଡ଼ିଓ ଶେୟାର କରିଥିଲେ । ଯେଉଁଥିରେ ନଓ୍ୱାଜ ବଙ୍ଗଳା ବାହାରେ ଠିଆ ହୋଇଛନ୍ତି ଏବଂ ଭିତରକୁ ଯିବାକୁ ଚାହୁଁଛନ୍ତି । କିନ୍ତୁ ଆଲିୟା ତାଙ୍କୁ ଯିବାକୁ ଦେଉ ନାହାଁନ୍ତି । ଏହି ସମୟରେ ଝଗଡ଼ା ଭିଡ଼ିଓକୁ ଆଲିୟା ସୋସିଅଲ ମିଡିଆରେ ଶେୟାର କରି ଦେଇଛନ୍ତି ।
କଂଗ୍ରେସରେ ରହି ବିଜେପି ମୁଖପାତ୍ରଙ୍କ ଭଳି ବୟାନ ଦେଇଛନ୍ତି ବିଜୟ: ଲେନିନ ମହାନ୍ତି
ଭୁବନେଶ୍ୱର: ବିଜୟ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀକୁ ନେଇ ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ପ୍ରେସ ମିଟ୍ । ଆସାପୂର୍ବକ କ୍ଷମତା ନମିଳିବା ପରେ ବିଜୟ ପଟ୍ଟନାୟକ ଏପରି କହିଛନ୍ତି ବୋଲି କହିଛି ବିଜେଡି । ବିଜୟ ପଟ୍ଟନାୟକଙ୍କ ମନର ଇଚ୍ଛା ଥିଲା ଯେ ଅବସର ପରେ ସେ ବିଜେଡିରେ ଯୋଗ ଦେଇ ରାଜ୍ୟସଭା ଯିବେ । କିନ୍ତୁ ତାହା ଏଠାରେ ଯେହେତୁ ସମ୍ଭବ ହୋଇପାରିଲା ନାହିଁ ସେତେବେଳେ କଂଗ୍ରେସରେ ସାମିଲ ହେବାକୁ ସେ ବାଧ୍ୟ ହେଲେ । ଆଉ ଏବେ ବିଜେପି ପ୍ରବକ୍ତାଙ୍କ ଭଳି କହିଛନ୍ତି । ବିଜୟ ପଟ୍ଟନାୟକଙ୍କ ଦ୍ଵାରା କୁହାଯାଇଥିବା ଉକ୍ତି – ‘ସେତେବେଳର ନବୀନ ଆଉ ଏବେକାର ନବୀନ ମଧ୍ୟରେ ଆକାଶ ପତଳା ତଫାତ’ ବୟାନର ଉତ୍ତରରେ ବିଜେଡି କହିଛି ଯେ କ୍ଷମତାକୁ ଚାହୁଁଥିବା ଲୋକେ ଯେବେ ତାଙ୍କର ପୁରା ଇଚ୍ଛା ପୂରଣ ହେଲାନାହିଁ ସେତେବେଳେ ସେ ଏପରି ଆକ୍ରୋଶ ମୂଳକ ଭାବେ କହିଛନ୍ତି ।
ଲେନିନ କହିଛନ୍ତି ଆଜି ସାମ୍ବାଦିକ ସମ୍ମିଳନୀ ଦେଖି ଲାଗିଲା ଯେ ଯେମିତି ଜଣେ ବିଜେପି ମୁଖପାତ୍ର କହୁଛନ୍ତି । ବିଜୟଙ୍କ ଇଚ୍ଛା ଥିଲା ବିଜେଡିରେ ମିଶି ରାଜ୍ୟସଭାକୁ ଯିବେ ହେଲେ ତାହା ନହେବାକୁ ବିଭିନ୍ନ ଆଡେ ବୁଲି କଂଗ୍ରେସରେ ମିଶିଲେ । ସେ କଂଗ୍ରେସରେ ଥାଇ ଆଗକୁ ବିଜେପିର ପ୍ରବକ୍ତା ଭଳି କାମ କରିବେ । ବିଜୟ ପଟ୍ଟନାୟକଙ୍କ କ୍ଷମତା ଲାଳସା ଥିଲା, ଯାହା ପୂରଣ ହୋଇପାରିଲାିନି । ବିଜୟଙ୍କ ପ୍ରଥମ ପ୍ରେସମିଟରୁ ଏହି ଆଭିମୁଖ୍ୟ ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ଲେନିନ ମହାନ୍ତି । ସୂଚନାଥାଉକି ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲେ ବିଜୟ ପଟ୍ଟନାୟକ ।
ରିଲ୍ସ ବେଳେ ସ୍କୁଲ ବସ୍ ଆସିଯିବାରୁ ଡ୍ରାଇଭରଙ୍କୁ ଆକ୍ରମଣ
ଭୁବନେଶ୍ୱର: ରିଲସ କରିବାବେଳେ ସ୍କୁଲ୍ ବସ ଆସିଯିବାରୁ ଡ୍ରାଇଭରଙ୍କ ଉପରକୁ ଅତର୍କିତ ଆକ୍ରମଣ l ସହିଦ ନଗର ଠାରେ ଲୟଲା ସ୍କୁଲ ପିଲାଙ୍କୁ ଛାଡିବାକୁ ଆସିଥିବାବେଳେ ରାସ୍ତା ଉପରେ କିଛି ପିଲା ଟିକଟକ୍ କରୁଥିଲେ l ବସ୍ ଆସିଯିବାରୁ ଉତକ୍ଷିପ୍ତ ହୋଇ ବସକୁ ଟେକା ମାରି କାଚ ଭାଙ୍ଗିବା ସହ ଡ୍ରାଇଭରଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ l ବସରେ ଥିବା ପିଲାମାନେ ମଧ୍ୟ ଏଥିରେ ଆହତ ହୋଇଛନ୍ତି l ସହିଦନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ୨ ଜଣଙ୍କୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି l
ଚୌଦ୍ୱାର ଜେଲକୁ ସ୍ଥାନାନ୍ତର ହୋଇପାରେ ଅଭିଯୁକ୍ତ ଗୋପାଳ
ଝାରସୁଗୁଡ଼ା: ଚୌଦ୍ବାର ଜେଲକୁ ସ୍ଥାନାନ୍ତର ହୋଇପାରେ ନବକିଶୋର ଦାସ ହତ୍ୟା ଅଅଭିଯୁକ୍ତ ଗୋପାଳ ଦାସ । ସୁରକ୍ଷା ଦୃଷ୍ଟିରୁ ସ୍ଥାନାନ୍ତର ହୋଇପାରେ ଗୋପାଳ । ଏ ନେଇ ଜେଲ ଡିଜିଙ୍କୁ ଅନୁରୋଧ କରିଛନ୍ତି ଝାରସୁଗୁଡା ଜେଲ କର୍ତ୍ତୃପକ୍ଷ । ଜେଲ ଡିଜିଙ୍କ ଅନୁମତି ମିଳିବା ପରେ ସବ ଜେଲ ପକ୍ଷରୁ ଗୋପାଳକୁ ସ୍ଥାନାନ୍ତର ପାଇଁ JMFC ଙ୍କ ନିକଟରେ ଆବେଦନ କରାଯିବ । କୋର୍ଟଙ୍କ ଅନୁମତି ପରେ ଗୋପାଳକୁ ଚୌଦ୍ବାରା ଜେଲ ଅଣାଯିବ । ବର୍ତ୍ତମାନ ଝାରସୁଗୁଡ଼ା ଉପକାରାଗାରରେ ଅଛି ଗୋପାଳ ।
ଆଜି ଗୋପାଳର ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିଛି । ଅଭିଯୁକ୍ତ ଗୋପାଳ ଦାସକୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର ପରେ ଝାରସୁଗୁଡ଼ା ଉପକାରାଗାରକୁ ପଠାଇଛି କ୍ରାଇମବ୍ରାଞ୍ଚ । ପରେ ସେଠାରୁ ପୁଣି ଜେଏମଏଫସି କୋର୍ଟକୁ ଆଣି ଅଭିଯୁକ୍ତର ୧୬୪ଧାରାରେ ବୟାନ ରେକର୍ଡ କରାଯାଇଥିଲା । ଆଜି କଡ଼ା ସୁରକ୍ଷା ବଳୟରେ ଗୋପାଳକୁ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ । ଗତକାଲି ବିଳମ୍ବିତ ରାତିରେ ଗୁଜରାଟରୁ ଝାରସୁଗୁଡା ଅଣାଯାଇ ବିମାନବନ୍ଦର ଥାନାରେ ରଖାଯାଇଥିଲା ।

