spot_img
Home Blog Page 3437

ବିଧାନସଭାରେ ଦିବଙ୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବିଧାନସଭାରେ ଦିବଙ୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ  ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ନବଦାସଙ୍କ ଦେହାନ୍ତଙ୍କୁ ନେଇ ମର୍ମାହତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ  । ଓଡିଶାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ସ୍ୱର୍ଗତ ଦାସଙ୍କ ଅବଦାନ ଅତୁଳନୀୟ  । କୋଭିଡ ମହାମାରୀ ସମୟରେ ଓଡିଶାରେ ମହାମାରୀ ପରିଚାଳନା କ୍ଷେତ୍ରରେ ସର୍ବଦା ଅତୁଳନୀୟ  । ତିନୋଟି ମେଡିକାଲ କଲେଜ ଏବଂ ରାଜ୍ୟ ପାଇଁ ଥିବା ତାଙ୍କ ଅବଦାନକୁ ଗୃହରେ ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ  ।

ସ୍ୱର୍ଗତ ନବଦାସଙ୍କ ସ୍ମୃତି ଚାରଣ କରିଥିଲେ ଗୃହର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଶୋକ ପ୍ରସ୍ତାବରେ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ  । ଶୋକ ସନ୍ତପ୍ତ ପରିବାର ବର୍ଗକୁ ସମବେଦନା ମଧ୍ୟ ଜଣାଇଥିଲେ ମୁଖ୍ୟମନ୍ତ୍ରୀ  । ସେହିପରି ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର ମଧ୍ୟ ନବଦାସଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ  । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ସ୍ୱର୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ମୋର ଅତ୍ୟନ୍ତ ଘନିଷ୍ଠ ବନ୍ଧୁ  । ତାଙ୍କ ଦେହାନ୍ତ ସମଗ୍ର ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି  । ସେହିପରି ସ୍ୱର୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଗୃହରେ ସମସ୍ତ ସଦସ୍ୟ ନୀରବ ପ୍ରାର୍ଥନା କରିଥିଲେ  ।

‘ଦ କାଶ୍ମୀର ଫାଇଲ୍ସ’କୁ ମିଳିଲା ଦାଦାସାହେବ ଫାଲକେ ଆଓ୍ବାର୍ଡ

ନୂଆଦିଲ୍ଲୀ : ଭାରତୀୟ ଚଳଚ୍ଚିତ୍ର ଜଗତର ସମ୍ମାନଜନକ ପୁରସ୍କାର ଦାଦା ସାହେବ ଫାଲକେ ପୁରସ୍କାର- ୨୦୨୩ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ’ଦ କାଶ୍ମୀର ଫାଇଲ୍ସ’କୁ ମିଳିଛି ଶ୍ରେଷ୍ଠ ଫିଲ୍ମର ସମ୍ମାନ । ପୁରସ୍କାରକୁ କାଶ୍ମୀରୀ ହିନ୍ଦୁଙ୍କୁ ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଉତ୍ସର୍ଗ କରିଥିବା ବେଳେ ସବୁ ଭାରତୀୟଙ୍କ ଭଲପାଇବା ପାଇଁ ପୁରସ୍କାର ମିଳିଛି ବୋଲି କହିଛନ୍ତି।

ଆଲିଆ ଭଟ୍ଟଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର । ଫିଲ୍ମ ଗଙ୍ଗୁବାଇ ପାଇଁ ଆଲିଆ ଭଟ୍ଟ ଏହି ପୁରସ୍କାର ପାଇଛନ୍ତି । ସେହିପରି ଶ୍ରେଷ୍ଠ ଅଭିନେତା ଭାବେ ସମ୍ନାନିତ ହୋଇଛନ୍ତି ରଣବୀର କପୁର । ଫିଲ୍ମ ବ୍ରହ୍ମାସ୍ତ୍ର ପାଇଁ ରଣବୀରଙ୍କୁ ଏହି ସମ୍ମାନ ମିଳିଛି। ଶ୍ରେଷ୍ଠ ଖଳନାୟକ ଭାବେ ଚୁପ୍‌ ଫିଲ୍ମ ପାଇଁ ଦଲକର ସଲମାନ ପୁରସ୍କୃତ ହୋଇଛନ୍ତି । ସେହିପରି ବର୍ଷର ଶ୍ରେଷ୍ଠ ଫିଲ୍ମର ଖିତାବ୍ ଜିତିଛି ଏନଟିଆର ଓ ରାମଚରଣ ଷ୍ଟାର୍‌ର ଫିଲ୍ମ RRR ।

ଗ୍ୟାଙ୍ଗଷ୍ଟର ନେଟଓ୍ବର୍କ ନେଇ ୮ ରାଜ୍ୟରେ ଚାଲିଛି ଏନଆଇଏର ରେଡ୍

ନୂଆଦିଲ୍ଲୀ :  ଗ୍ୟାଙ୍ଗଷ୍ଟର ଓ କ୍ରିମିନାଲ ସିଣ୍ଡିକେଟ ଉପରେ ଏନଆଇଏର ଫୋକସ୍ । ଗ୍ୟାଙ୍ଗଷ୍ଟର ନେଟଓ୍ବର୍କ ମାମଲାରେ ୮ଟି ରାଜ୍ୟରେ ଚାଲିଛି ଏନଆଇଏର ରେଡ୍ । ଦେଶରେ ଏକକାଳୀନ ୭୦ରୁ ଅଧିକ ସ୍ଥାନରେ ଏନଆଇଏ ଚଢ଼ାଉ କରିଥିବା ଜଣାପଡିଛି । ପଞ୍ଜାବ, ହରିୟାଣା, ରାଜସ୍ଥାନ, ଦିଲ୍ଲୀ, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ଗୁଜରାଟ ଓ ମଧ୍ୟପ୍ରଦେଶରେ ଏନଆଇଏ ଛାନବିନ୍ ଚଳାଇଛି । ଗ୍ୟାଙ୍ଗଷ୍ଟରଙ୍କୁ ଅର୍ଥ ଯୋଗାଣ ଲିଙ୍କ ନେଇ ଖୋଳତାଡ଼ କରୁଛି ଏନଆଇଏ ।

ୟୁପିର ପିଲ୍‌ଭିଟ୍‌ ଏନ୍‌ଆଇଏ କର୍ମଚାରୀମାନେ ଜଣେ ଅସ୍ତ୍ର ଯୋଗଣାକାରୀଙ୍କ ଘରେ ଚଢ଼ାଉ କରୁଥିବା ସୂଚନା ରହିଛି। ସୂତ୍ରରୁ ଜାଣିବାକୁ ମିଳିଛି ‌‌ଯେ ଚଢ଼ାଉ ସମୟରେ ଯୋଗାଣକାରୀର ଘରୁ ପାକିସ୍ଥାନରୁ ଆସିଥିବା ଅସ୍ତ୍ର ଜବତ ହୋଇଛି।ପୂର୍ବରୁ ଗ୍ୟାଙ୍ଗ୍‌ଷ୍ଟର୍‌ ଲରେନ୍ସ ବିଷ୍ନୋଇ ଏବଂ ନୀରଜ ବବାନା ଗ୍ୟାଙ୍ଗ୍‌ର କିଛି ସଦସ୍ୟଙ୍କୁ ଏନ୍‌ଆଇଏ ପଚରାଉଚରା କରି ଯେଉଁ ତଥ୍ୟ ସଂଗ୍ରହ କରିଥିବା ତାହାରି ଆଧାରରେ ଏହି ଚଢ଼ାଉ ହେଉଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି। ଆଜି ‌ହେଉଥିବା ଏହି ଚଢ଼ାଉରେ ଅନେକ ଅସ୍ତ୍ରଶସ୍ତ୍ର ଜବତ ହୋଇ ସାରିଲାଣି।

ପାକିସ୍ତାନର ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇ ସହ ଗ୍ୟାଙ୍ଗ୍‌ଷ୍ଟର୍‌ମାନଙ୍କ ସଂପୃକ୍ତି ସଂପର୍କରେ ସୂଚନା ପାଇବା ପରେ ଜାତୀୟ ତଦନ୍ତକାରୀ ଦଳ ଆଜିକୁ ମିଶାଇ ୪ ଥର ଚଢ଼ାଉ କରି ସାରିଲାଣି। ବେଆଇନ୍‌ କାର୍ୟ୍ୟକଳାପ ଅଧିନିୟମ ଅନୁଯାୟୀ ଅନେକ ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କୁ ଗିରଫ ବି କରାଯାଇଛି।

ସେଲ୍ଫି ପାଇଁ ସୋନୁ ନିଗମଙ୍କ ସହ ଠେଲା ପେଲା, ଥାନାରେ ପହଞ୍ଚିଲେ କଣ୍ଠଶିଳ୍ପୀ

ନୂଆଦିଲ୍ଳୀ: ସୋମବାର ମୁମ୍ବାଇର ଚେମ୍ବୁରଠାରେ ଏକ ସଂଗୀତ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ସୋନୁ ନିଗମ ଓ ତ‌ାଙ୍କ୍‌ ଟିମ୍‌ ସହ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ନେଇ ପୋଲିସ୍‌ ‌ଷ୍ଟେସନ୍‌ରେ ପହଞ୍ଚିଛନ୍ତି ନିଜେ ସୋନୁ।

ସଂଗୀତ କାର୍ଯ୍ୟକ୍ରମର ଏକ ଭିଡିଓ ଏବେ ଖୁବ୍ ଜୋର୍‌ରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଭିଡିଓରେ ସୋନୁଙ୍କ ଟିମ୍‌ର ବୋଲି କୁହାଯାଉଥିବା ଜଣେ ସଦସ୍ୟଙ୍କୁ କିଛି ଲୋକ ଟାଣି ଟାଣି ମଞ୍ଚ ତଳକୁ ଆଣୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ଘଟିବା ପରେ କଣ୍ଠଶିଳ୍ପୀ ସୋନୁ ଚେମ୍ବୁର ପୁଲିସ୍‌ ଷ୍ଟେସନ୍‌ ଯାଇ ପୁଲିସ୍‌ ସହାୟତା ଲୋଡ଼ିଛନ୍ତି। ତେବେ ପୋଲିସ୍‌ ‌ଏତଲା ଗ୍ରହଣ କରିବା ପରେ ଭିଡିଓଟିର ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ମୁମ୍ବାଇ ଚେମ୍ବୁରରେ ଲାଇଭ ପରଫର୍ମମାନ୍ସ ପରେ ସୋନୁ ନିଗମ ବାହାରକୁ ବାହାରିଥିଲେ । ସିଢିରେ ଓହ୍ଲାଉଥିବାବେଳେ ସ୍ୱପି୍ନଲ ପ୍ରକାଶ ନାଁରେ ଜଣେ ଯୁବକ ତାଙ୍କୁ ସେଲ୍ଫି ନେବାକୁ କହି ଠେଲିଦେଇଥିଲା । ଫଳରେ ସିଢି ଉପରେ ପଡିଯାଇଥିଲେ ସୋନୁ । ଏହାପରେ ସେ ତୁରନ୍ତ ପୁଲିସରେ ମାମଲା ଦାଏର କରିଛନ୍ତି ।

ନାଟୋ ଓ ୟୁରୋପୀୟ ରାଷ୍ଟ୍ରସଂଘରେ ମିଶିପାରେ ୟୁକ୍ରେନ

କିବ୍ : ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ ଓ ୟୁରୋପୀୟ ୟୁନିଅନରେ ୟୁକ୍ରେନକୁ ସାମିଲ କରିବା ନେଇ ଫିଟିପାରେ ବାଟ । ଏନେଇ ଆଜି ବେଲଜିୟମ ବ୍ରସଲେସରେ ଅନୁଷ୍ଠିତ ହେବ ଇୟୁ, ନାଟୋ ବୈଠକ । ପ୍ରଥମ ଥର ଲାଗି ଏହି ବୈଠକରେ ସାମିଲ ହେବ ୟୁକ୍ରେନ । ଏନେଇ ସୂଚନା ଦେଇଛନ୍ତି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା । ଏନେଇ ଇୟୁ ବୈଦେଶିକ ଓ ନିରାପତ୍ତା ନୀତି ମୁଖ୍ୟ ଯୋଶେପ ବୋରେଲ ଓ ନାଟୋ ମହାସଚିବ ଜେନସ୍ ଷ୍ଟଲଟନବର୍ଗଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି କୁଲେବା ।

ବୈଠକରେ ଇୟୁ ଓ ନାଟୋରେ ୟୁକ୍ରେନର ସଦସ୍ୟତା ପ୍ରସଙ୍ଗରେ ହେବ ଆଲୋଚନା । ଗତକାଲି ବିଶ୍ବକୁ ସରପ୍ରାଇଜ ଦେଇ ୟୁକ୍ରେନ ରାଜଧାନୀ କିବ ଗସ୍ତ କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଋଷ- ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂରିବାକୁ ଯାଉଥିବାବେଳେ ୟୁକ୍ରେନବାସୀଙ୍କୁ ସୁରକ୍ଷା ଦେବାଲାଗି ସେ ଅତ୍ଯାଧୁନିକ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ, ଆଣ୍ଟିଆର୍ମର ସିଷ୍ଟମ, ଏୟାର ସର୍ଭେଲାନ୍ସ ରାଡାର ଯୋଗାଇବାକୁ କରିଥିଲେ ଘୋଷଣା । ସେ କହିଥିଲେ- ୟୁକ୍ରେନର ଗଣତନ୍ତ୍ର, ସାର୍ବଭୌମ ଓ ସୀମାଗତ ସଂହତି ପ୍ରସଙ୍ଗରେ ଆମେରିକା ସମ୍ପୂର୍ଣ୍ଣ ସମର୍ଥନ କରିବ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଆଶ୍ବସ୍ତି ; ମାର୍ଚ୍ଚ ୩ ଯାଏ ଜାମିନ ଦେଲେ ଲାହୋର ହାଇକୋର୍ଟ

ଇସଲମାବାଦ:  ପାକିସ୍ତାନ ନିର୍ବାଚନ କମିଶନ ଅଫିସ ଆଗରେ ବିକ୍ଷୋଭ ମାମଲା । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଆଶ୍ବସ୍ତି । ଆସନ୍ତା ମାର୍ଚ୍ଚ ୩ ତାରିଖ ଯାଏ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ଲାହୋର ହାଇକୋର୍ଟ । ସଶରୀରେ ହାଜର ହେବା ଲାଗି କୋର୍ଟ ନିର୍ଦ୍ଦେଶକୁ ନେଇ କୋର୍ଟ ବାହାରେ ପାକିସ୍ତାନ ତେହରିକ-ଇ-ଇନସାଫ ଦଳର କର୍ମୀ କରିଥିଲେ ହଙ୍ଗାମା ।

ଇମ୍ରାନଙ୍କ ସପକ୍ଷରେ କର୍ମୀମାନେ ନାରାବାଜି କରିବା ପରେ କୋର୍ଟ ସମ୍ମୁଖରେ ଦେଖାଦେଇଥିଲା ଅଚଳାବସ୍ଥା । ଶେଷରେ ସେ ବାଧ୍ୟ ହୋଇ କୋର୍ଟରୁମକୁ ଯିବା ପରେ ବିଚାରପତି ତାଙ୍କୁ ଦେଇଥିଲେ ଜାମିନ । ଗତବର୍ଷ ବେଆଇନ ଅର୍ଥ ମାମଲାରେ ତାଙ୍କ ସଦସ୍ୟତାକୁ ନିର୍ବାଚନ କମିଶନ ରଦ୍ଦ କରିବା ପରେ ଦେଶବ୍ୟାପୀ ହଙ୍ଗାମା ସୃଷ୍ଟି ହୋଇଥିଲା ।

ହିଂସାକାଣ୍ଡକୁ ନେଇ ଗିରଫ ପରଓ୍ବାନା ବିରୋଧରେ ଜାମିନ ଆବେଦନ କରିଥିଲେ ଇମ୍ରାନ । ଶେଷରେ ଲାହୋର ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ତେବେ ଉପଯୁକ୍ତ କୋର୍ଟରେ ଆବେଦନ କରିବାକୁ ଇମ୍ରାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ବିଧାନସଭା ଅଧିବେଶନ ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର : ବଜେଟ ଅଧିବେଶନ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ବିଧାନସଭା । ନିୟୋଜିତ ରହିବେ ବମ୍ ସ୍କ୍ବାଡ୍, ଡଗ୍ ସ୍କ୍ବାଡ୍ ସାଙ୍ଗକୁ ଷ୍ଟ୍ରାଇକିଂ ଫୋର୍ସ । ୫ ଅସ୍ଥାୟୀ କଣ୍ଟ୍ରୋଲ ରୁମକୁ କଣ୍ଟ୍ରୋଲ କରିବେ ଭୁବନେଶ୍ବର ଡିସିପି । ଟ୍ରାଫିକ ଡାଇଭର୍ସନ ସହ ପବ୍ଲିକ୍ ପ୍ଲେସରେ କଡ଼ାକଡ଼ି ଯାଞ୍ଚ କରାଯାଉଛି । ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି ପୋଲିସ୍‌ ଡିଜି ସୁନିଲ ବଂଶଲ ।

ପୋଲିସ୍ କମିଶନର, ଭୁବନେଶ୍ୱର ଡିସିପି, ଗୁଇନ୍ଦା ବିଭାଗ ଓ ଆଇନଶୃଙ୍ଖଳା ର ବରିଷ୍ଠ ଅଧିକାରୀ ଉପସ୍ଥିତିରେ ଯାଞ୍ଚ କରାଯାଇଛି । ବିଧାନସଭା ଏବଂ ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣି କରାଯାଇଛି । ୩୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଡିସିପିଙ୍କ ନେତୃତ୍ବରେ ୧୦ ଆଡ଼ିସିନାଲ ଡିସିପି, ୧୧ ଏସିପି, ୧୩ ଇନ୍ସପେକ୍ଟର, ୧୦୦ ଜଣ ସବଇନ୍ସପେକ୍ଟର, ୨୦୦ ଜଣ କନଷ୍ଟେବଳ ନିୟୋଜିତ ହୋଇଛନ୍ତି । ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍‌ ସ୍କ୍ବାଡ୍‌, ଅଗ୍ନିଶମ ବାହିନୀ ସଜାଗ ରହିଛନ୍ତି । ସବୁ ଦିଗ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।

ଆଜିଠୁ ବିଧାନସଭାର ବଜେଟ ଅଧିବେଶନ; ଗ୍ୟାଲେରୀରେ ବସିବାକୁ ସାଧାରଣ ଲୋକଙ୍କୁ ଅନୁମତି

ଭୁବନେଶ୍ବର : ଆଜିଠୁ ବିଧାନସଭାର ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହେବ । ୨୪ରେ ଆସିବ ବଜେଟ । ଗତକାଲି ସରିଛି ସର୍ବଦଳୀୟ ବୈଠକ । ଗୃହକୁ ସୁଚାରୁ ରୂପେ ଚଳାଇବାକୁ ସବୁ ଦଳର ନେତାଙ୍କ ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି । ସର୍ବଦଳୀୟ ବୈଠକରେ ୧୫ଟି ପ୍ରସଙ୍ଗରେ ଆଲୋଚନା ହୋଇଛି । କୌଣସି ବିଧାୟକ ଚାହିଁଲେ ଭିଡିଓ କନଫରେନସିଂରେ ବିଧାନସଭା ସହ ଯୋଡ଼ି ହୋଇପାରିବେ ।

ଦର୍ଶକ ଗ୍ୟାଲେରୀରେ ବସିବାକୁ ସାଧାରଣ ଲୋକଙ୍କୁ ଅନୁମତି ମିଳିବ । ଦୁଇ ପର୍ଯ୍ୟାୟରେ ବଜେଟ ଅଧିବେଶନ ଚାଲିବା ନେଇ ସୂଚନା ଦିଆଯାଇଛି । ବିଧାନସଭାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆଜିଠୁ ମାର୍ଚ୍ଚ ୧ ତାରିଖ ଓ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଆଜି ସକାଳ ୧୦ଟା୩୦ ରେ ବିଧାନସଭା ୫୪ ନମ୍ବର କକ୍ଷରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସିବ । ବିଧାନସଭା ଅଧିବେଶନରେ କଣ ରହିବ ରଣନୀତି । ସେ ନେଇ ସମସ୍ତ ଦଳିୟ ବିଧାୟକଙ୍କୁ ନବୀନ ଗୁରୁମନ୍ତ୍ର ଦେବେ । ବିରୋଧୀ ଦଳ ନେତା ମହିଳା ଥାନାଧିକାରୀଙ୍କୁ ମାଡ଼ ମାରିବା, କେନ୍ଦ୍ର ଅବହେଳା, କେନ୍ଦ୍ର ବଜେଟରେ ଚାଷୀଙ୍କ ଅନୁଦାନ ୭ ପ୍ରତିଶତ ହ୍ରାସ ପରି ପ୍ରସଙ୍ଗରେ ବିରୋଧୀଙ୍କୁ ଘେରିବ ବିଜେଡି । ସେହିଭଳି କଂଗ୍ରେସ ମଧ୍ୟ ନିଜ ରଣନୀତି ପ୍ରସ୍ତୁତ କରିଛି । ଗତକାଲି ବିଜେପି ବିଧାୟକ ଦଳ ବୈଠକ ବସିଥିଲା ।

ସାମ୍ନାକୁ ଆସିଲା ନବଦାସଙ୍କୁ ଗୁଳିମାଡ଼ର ସ୍ପଷ୍ଟ ଚିତ୍ର

ଝାରସୁଗୁଡ଼ା : ନବକିଶୋର ଦାସ ହତ୍ୟା ମାମଲା । ସାମ୍ନାକୁ ଆସିଲା ନବଦାସଙ୍କୁ ଗୁଳିମାଡ଼ର ସ୍ପଷ୍ଟ ଚିତ୍ର । ସ୍ପଷ୍ଟ ଦିବାଲୋକରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଗୋପାଳ ଦାସ ଗୁଳି କରୁଥିବାର ଚିତ୍ର ସାମ୍ନାକୁ ଆସିଛି। ଭଲ ଭାବରେ ଦେଖନ୍ତୁ ଏହି ଦୃଶ୍ୟକୁ । ଅଭିଯୁକ୍ତ ଗୋପାଳ ଅତି ନିକଟରୁ ନବକିଶୋର ଦାସଙ୍କୁ ନିଜ ସର୍ଭିସ ରିଭଲଭରରୁ ନବ କିଶୋର ଦାସଙ୍କୁ ଗୁଳିମାରି ହତ୍ୟା କରିଛି ।

ନବଦାସଙ୍କୁ ଦୁଇ ଜଣ ସମର୍ଥକ ଫୁଲମାଳ ପିନ୍ଧାଉଥିବା ସମୟରେ ହଠାତ ଗୁଳି ମାରିଥିଲା ଅଭିଯୁକ୍ତ ଗୋପାଳ । ଗୁଳିଟି ନବ କିଶୋର ଦାସଙ୍କ ଛାତିରେ ବାଜିଥିଲା । ଫଳରେ ଘଟଣାସ୍ଥଳରେ ଟଳି ପଡିଥିଲେ ନବ ଦାସ । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବରର ଆପୋଲୋ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କ ବିୟୋଗ ହୋଇଥିଲା ।

 

ମାମଲାରେ ଅଭିଯୁକ୍ତ ଗୋପାଳକୁ ଗିରଫ କରାଯାଇଥିବା ବେଳେ, କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି । ଘଟଣା ପରୁଠୁ କ୍ରାଇମବ୍ରାଞ୍ଚ କ୍ରାଇମ୍ ସିନ୍ ରିକ୍ରିଏସନ କରିବା ସହ ସବୁ ଦିଗକୁ ନେଇ ଛାନବିନ୍ କରିଥିଲା । ଫରେନସିକ୍ ଯାଞ୍ଚ ହୋଇଥିବା ବେଳେ, ଅଭିଯୁକ୍ତର ନାର୍କୋ ଓ ପଲିଗ୍ରାଫ୍ ଟେଷ୍ଟ ହୋଇଥିଲା । ଏବେ ଗୋପାଳକୁ ଚୌଦ୍ବାର ଜେଲରେ ରଖାଯାଇଛି ।

 

ତୁର୍କୀରେ ପୁଣି ବଡ଼ ଧରଣର ଭୂକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୬.୪

ନୂଆଦିଲ୍ଲୀ: ତୁର୍କୀରେ ପୁଣି ବଡ଼ ଧରଣର ଭୂକମ୍ପ । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୬.୪ ମପାଯାଇଛି । ତୁର୍କୀ-ସିରିଆ ସୀମାରେ ଏହି ଭୂକମ୍ପ ଆସିଛି । ସାରା ତୁର୍କୀ ଓ ସିରିଆରେ ଆତଙ୍କ ଖେଳିଯାଇଛି । ଏହି ଭୂକମ୍ପର ଅଧିକ ପ୍ରଭାବ ଦକ୍ଷିଣ ତୁର୍କୀରେ ହୋଇଥିବାର ଆଶଙ୍କା କରାଯାଉଛି । ଲତାକିୟାରେ ପ୍ରାୟ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଭୂକମ୍ପର ଦୁଇଟି ଝଟକା ଅନୁଭୁତ କରାଯାଇଛି । ସେଣ୍ଟ୍ରାଲ ଅନ୍ତାକ୍ୟାରେ ଭୂମିକମ୍ପ ପରେ ଆଉ କିଛି କୋଠା ଭୁଶୁଡ଼ି ପଡ଼ିଛି । କିଛିଦିନ ତଳେ ଘଟିଥିବା ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୫୦ ହଜାର ପାର୍ କରିଛି । ଏବେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ ।