spot_img
Home Blog Page 3438

ନିପ୍ପନ ଷ୍ଟିଲ ମୁଖ୍ୟଙ୍କ ସହ ନବୀନଙ୍କ ୱାନ୍ ଟୁ ୱାନ୍ ଆଲୋଚନା

ନନ୍ଦିଘୋଷ ବ୍ୟୁରୋ: ଜାପାନରୁ ଛୁଟିବ ନିବେଶର ସୁଅ । ନିପ୍ପନ ଷ୍ଟିଲକୁ ପୁଞ୍ଜି ନିବେଶ ପାଇଁ ଆହ୍ବାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ନିପ୍ପନ ଷ୍ଟିଲକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ । ନିପ୍ପନ ଷ୍ଟିଲକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବେ ସରକାର । ନିପ୍ପନ ଷ୍ଟିଲ ଓଡ଼ିଶାରେ ୩୦ନିୟୁତ ପାଉଣ୍ଡର ପୁଞ୍ଜି ନିବେଶ କରିବ । ଓଡ଼ିଶାରେ ନିପ୍ପନ ଷ୍ଟିଲ ସର୍ବବୃହତ ପୁଞ୍ଜି ନିବେଶ କରିବ । ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଲେ ନିପ୍ପନ ଷ୍ଟିଲ ମୁଖ୍ୟ ଏଇଜି ହାସିମୋତୋ ।

ସୂର୍ଯ୍ୟୋଦୟର ଦେଶରେ ଓଡିଶା ବିକାଶର ନୂଆ ଅଧ୍ୟାୟ । ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଟୋକିଓରେ ପହଞ୍ଚିବା ପରେ ଭାରତୀୟ ରାଷ୍ଟ୍ରଦୂତ ଶିବି ଜର୍ଜ ଓ ଦୂତାବାସ ଅଧିକାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ବାଗତ କରିଛନ୍ତି । ଆଜି ନିପନ ଷ୍ଟିଲ କର୍ପୋରେସନର ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଇଜି ହାସିମୋତୋଙ୍କ ସହ ଓ୍ବାନ୍ ଟୁ ଓ୍ବାନ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ନବୀନଙ୍କ ସହ ଜାପାନ ଗସ୍ତରେ ଅଛନ୍ତି ଶିଳ୍ପ, ଏମଏସଏମଇ ଓ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । ଏଥିସହ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ସଚିବ ମନୋଜ ମିଶ୍ର, 5T ସଚିବ ଭି.କେ ପାଣ୍ଡିଆନ, କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଓ ଇପିକଲର ପରିଚାଳନା ନିର୍ଦ୍ଦେଶକ ଗସ୍ତ ରେ ସାମିଲ ହୋଇଛନ୍ତି ।

ବିଜେପି ନେତାଙ୍କ ଦାଦାଗିରି, ଆମ୍ବୁଲାନ୍ସ ଆଗରେ ଗାଡି ରଖିଦେବାରୁ ଡାକ୍ତରଖାନା ଯାଇପାରିଲାନି ଆମ୍ବୁଲାନ୍ସ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବିଜେପି ନେତାଙ୍କ ଦବଙ୍ଗଗିରି। ଆମ୍ବୁଲାନ୍ସ ଆଗରେ ଗାଡି ରଖିଦେବାରୁ ଡାକ୍ତରଖାନା ଯାଇପାରିଲାନି ଆମ୍ବୁଲାନ୍ସ । ଯାହା ଫଳରେ ଆମ୍ବୁଲାନ୍ସ ଭିତରେ ଥିବା ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶର ସୀତାପୁରରୁ ଆସିଛି ଏଭଳି ଘଟଣା ।

ମୃତକଙ୍କ ପରିବାର ଲୋକ ଘଟଣାକୁ ନେଇ ବିଜେପି ନେତାଙ୍କୁ କହିବା ପରେ ଧମକ ଦେଇଥିଲେ ବିଜେପି ନେତା ଉମେଶ ମିଶ୍ରା । ରୋଗୀ ସୁରେଶ ଚନ୍ଦ୍ର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ହୃଦଘାତ ହେବା ଯୋଗୁଁ ଜିଲ୍ଲା ହସ୍ପିଟାଲରୁ ଲକ୍ଷ୍ନୌ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ କହିଥିଲେ ଡାକ୍ତର । ପରିବାର ଲୋକ ସୁରେଶଙ୍କୁ ଆମ୍ବୁଲାନ୍ସରେ ନେଇ ଯାଉଥିବା ବେଳେ ରାସ୍ତାରେ ଗାଡି ଠିଆ କରି କୁଆଡେ ଚାଲିଯାଇଥିଲେ ଉମେଶ ମିଶ୍ରା  । ତାଙ୍କ ଗାଡି ଠିଆ କରିବା ଯୋଗୁଁ ପ୍ରାୟ ଅଧଘଣ୍ଟା ଧରି ଆମ୍ବୁଲାନ୍ସ କୁଆଡେ ଯାଇପାରିନଥିଲା। ସେହି ଆମ୍ବୁଲାନ୍ସ ଭିତରେ ହିଁ ସୁରେଶଙ୍କର ମୃତ୍ୟୁ ହୋଇଥିଲା  । ପରିବାର ଲୋକ ଏନେଇ ବିଜେପି ନେତାଙ୍କୁ ଅଭିଯୋଗ କରିବା ପରେ ପାଲଟା ଧମକ ଦେଇଥିଲେ ଉମେଶ ମିଶ୍ରା ।

ତେବେ ଏନେଇ ପଥଚାରୀମାନେ ଭିଡ଼ିଓ ରେକର୍ଡ କରିଥିଲେ । ଯେଉଁଥିରେ ଉମେଶ ମିଶ୍ରା ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ଧମକ ଦେବା ସହ ପୋଲିସ କେସରେ ଫସେଇଦେବେ ବୋଲି କହୁଛନ୍ତି । ଏପରିକି ଜିଲ୍ଳା ପ୍ରଶାସନ ଓ ଏସପି ତାଙ୍କ ନିର୍ଦ୍ଦେଶରେ କାମ କରୁଥିବା କହିବା ସହ ବର୍ବାଦ କରିଦେବା ନେଇ ଧମକ ଦେଉଥିବା ଉକ୍ତ ଭିଡ଼ିଓରେ ନଜର ଆସୁଛି । ପୋଲିସ ଘଟଣାସ୍ଥଳରେ ଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନଥିଲା ।

ସିକ୍କିମରେ ହିମସ୍ଖଳନ; ୬ ମୃତ, ବରଫ ତଳେ ଫସିରହିଛନ୍ତି ଅନେକ ପର୍ଯ୍ୟଟକ

ନାଥୁଲା: ସିକ୍କିମର ନାଥୁଲା ସୀମା ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ହିମସ୍ଖଳନ ହୋଇଛି । ହିମସ୍ଖଳନ ଯୋଗୁଁ ୬ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୫୦ ଜଣ ପର୍ଯ୍ୟଟକ ଫସି ରହିଥିବା ଆଶଙ୍କା କରାଯାଉଛି ।

ବର୍ଡର ରୋଡସ୍ ଅର୍ଗାନାଇଜେସନ୍ (ବିଆରଓ) ଅନୁସାରେ ୧୪ ଜବାହରଲାଲ ନେହେରୁ ରୋଡ୍ ନିକଟରେ ହୋଇଛି । ଯାହା ଗାଙ୍ଗଟକରୁ ନାଥୁଲା ପାସକୁ ସଂଯୋଗ କରିଥାଏ । ଏପର୍ଯ୍ୟନ୍ତ ୨୨ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅପରପକ୍ଷେ ବରଫ ତଳେ ଫସି ରହିଥିବା ଜଣେ ମହିଳାଙ୍କୁ ପ୍ରାୟ ଦେଢ ଘଣ୍ଟା ପରେ ଉଦ୍ଧାର କରାଯାଇଥିଲା । ତେବେ ରାସ୍ତାରୁ ବରଫ ସଫା କରିବା ପରେ ୮୦ଟି ଗାଡ଼ି ସହ ଫସି ରହିଥିବା ୩୫୦ରୁ ଉର୍ଦ୍ଧ୍ୱ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିଲା। ଫସି ରହିଥିବା ଅନ୍ୟ ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ଚାଲିଛି ରେସ୍କ୍ୟୁ ଅପରେସନ୍ ।

ଟୋକିଓରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନିପ୍ପନ ଷ୍ଟିଲ୍ ମୁଖ୍ୟ

ଭୁବନେଶ୍ୱର: ଟୋକିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ନିପ୍ପନ ଷ୍ଟିଲ୍ ମୁଖ୍ୟ ଏଇଜି ହାସିମୋତୋ  । ଜାପାନ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ  । ଟୋକିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ହାସିମୋତୋ ଓଡ଼ିଶାରେ ପୁଞ୍ଜି ନିବେଶ ସମ୍ପର୍କରେ ଆଲୋଚନା କରିଛନ୍ତି  ।
ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି ନିପ୍ପନ ଷ୍ଟିଲ୍ ମୁଖ୍ୟ  ।

ବୁଧବାର ଓଡ଼ିଶା ବିଜନେସ ମିଟକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ  । ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ ଭଳି ଦୁଇଟି ବୃହତ କମ୍ପାନୀ ଓଡ଼ିଶାରେ  ପୁଞ୍ଜି ନିବେଶ କରିଛନ୍ତି  । କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା କରିବ ୨୪ମିଲିଅନ ଟନ ଇସ୍ପାତ ପ୍ଲାଣ୍ଟ  । ସେହିପରି ୧ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରୁଛି AMNS  ।

ଭୂବିଜ୍ଞାନୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: 36 ଜଣ ଭୂବିଜ୍ଞାନୀଙ୍କୁ ରାଜ୍ୟ ସରକାର ପ୍ରଦାନ କରିଛନ୍ତି ନିଯୁକ୍ତିପତ୍ର । ସମସ୍ତେ ଜଳ ସମ୍ପଦ ବିଭାଗ ଅଧୀନ ଗ୍ରାଉଣ୍ଡ ଓ୍ବାଟର ବିଭାଗରେ କାମ କରିବେ । ନୂତକ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ଜଳ ସମ୍ପଦ ବିଭାଗର ପଦାଧିକାରୀ । ଆଗକୁ ଭୂତଳ ଜଳ ସଂରକ୍ଷଣ ଦିଗରେ ସେମାନେ କାମ କରିବେ । ବର୍ତମାନ ଭୂତଳ ଜଳ ଉତ୍ତୋଳନରେ ଜାତୀୟ ହାରଠାରୁ ଓଡ଼ିଶାର ହାର ଭଲ ରହିଛି ।

ଆଗାମୀ ପିଢ଼ିକୁ ଜଳ ଯୋଗାଇବାକୁ ସଚେତନ ରହିବାକୁ ପଡିବ । ଏହି ଅବସରରେ ସଚେତନତା ରଥର ଉଦଘାଟନ କରାଯାଇଛି । ସେହିପରି ଛାତ ଯୋଜନାର ସ୍ବତନ୍ତ୍ର ଆପ ଗେସ ମଧ୍ୟ ଲୋକାର୍ପଣ କରାଯାଇଛି । ସରକାରୀ ଚାକିରିରେ ଅବହେଳା ନକରି ଭଲ ଭାବେ କାମ କରିବାକୁ ନବନିଯୁକ୍ତ ଭୂବିଜ୍ଞାନୀଙ୍କୁ ଉଦବୋଧନ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ଶାସନ ସଚିବ ଅନୁ ଗର୍ଗ । କାମ କରିବାକୁ ସରକାର ସମସ୍ତ ପ୍ରକାର ସହଯୋଗ ଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ସେହିପରି ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ଆତ୍ମବିଶ୍ବାସ ସହ କାମ କରନ୍ତୁ । ଚାଷରେ ଉନ୍ନତି ଦିଗରେ କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଚଳିତ ବଜେଟରେ ଜଳ ସଂପଦ ବିଭାଗ ପାଇଁ 11ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । 5T ଅଧୀନରେ କାମ କରି ମିଳିମିଶି ସରକାରଙ୍କ ଯୋଜନାକୁ ସଫଳ କରିବାକୁ ସେ ଦିଗଦର୍ଶନ ଦେଇଛନ୍ତି ।

IPL 2023: ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଗୁଜରାଟ ଟାଇଟନ୍ସ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ପରସ୍ପରକୁ ଭେଟିବେ । ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଦ୍ବିତୀୟ ମ୍ୟାଚ୍‌ ଖେଳିବ ଗୁଜରାଟ ଟାଇଟନ୍ସ। ଦିଲ୍ଲୀ ପ୍ରଥମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ଠୁ ପରାଜିତ ହୋଇଥିବାରୁ ଏଥର ନୂଆ ରଣନୀତି ନେଇ ଖେଳିବାକୁ ଯିବ। ଅନ୍ୟପଟେ ବିଜୟ ଖାତା ଖୋଲିସାରିଥିବା ଟାଇଟନ୍ସ ଫର୍ମ ବଜାୟ ରଖିବାକୁ ପ୍ରସ୍ତୁତ ହେଉଛି।

ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ମହମ୍ମଦ ସାମି ଓ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଭିନ୍ନ ଆହ୍ବାନ ଦେଇପାରନ୍ତି। ଆଲଜାରି ଯୋସେଫ, ୟଶ ଦୟାଲ ଓ ରସିଦ୍‌ ଖାନ୍‌ଙ୍କ ବର୍ତ୍ତମାନର ପ୍ରଦର୍ଶନକୁ ଦେଖିଲେ ଦିଲ୍ଲୀ ବ୍ୟାଟରଙ୍କୁ ସତର୍କ ହୋଇ ଖେଳିବାକୁ ପଡ଼ିବ। ଅନ୍ୟପଟେ ରିପଲ ପଟେଲ, ଲଳିତ ଯାଦବ ଓ ଅମନ ହାକିମ ଖାନ୍‌ ଘରୋଇ କ୍ରିକେଟ୍‌ରେ ଭଲ ଖେଳାଳି ।

IPL 2023 Today Match Prediction, DC Vs GT Dream11 Prediction, Fantasy Team,  Playing11, Pitch Report, Live

ଗୁଜରାଟ ଟାଇଟନ୍ସ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଶୁବମନ ଗିଲ୍‌, ରିଦ୍ଧିମାନ ସାହା (ୱିକେଟ୍ କିପର), ବିଜୟ ଶଙ୍କର, ଓଡେନ୍‌ ସ୍ମିଥ୍‌, ରାହୁଲ ତିୱାତିଆ, ରସିଦ ଖାନ୍‌, ମହମ୍ମଦ ସାମି, ଜୋସ୍‌ ଲିଟିଲ୍‌, ୟଶ ଦୟାଲ, ଆଲଜାରି ଯୋସେଫ୍‌ ଓ ସାଇ ସୁଦର୍ଶନ ।

ଦିଲ୍ଲୀ କ୍ୟାପିଟାଲ୍ସ: ଡେଭିଡ୍‌ ୱାର୍ଣ୍ଣର (ଅଧିନାୟକ), ପୃଥ୍ବୀ ସ’, ରିଲି ରୁସୋ, ମିଚେଲ ମାର୍ଶ, ସର୍ଫରାଜ ଖାନ୍‌ (ୱିକେଟ୍ କିପର), ରୋଭମାନ ପାୱେଲ, ଅକ୍ଷର ପଟେଲ, ଖଲିଲ ଅହମ୍ମଦ, କୁଲଦୀପ ଯାଦବ, ଚେତନ ସାକାରିଆ, ମୁକେଶ କୁମାର ଏବଂ ଅମନ ଖାନ୍

 

 

ପ୍ରତିଦିନ ୧୧ମି. କରନ୍ତୁ ଏହି କାମ, ସୁସ୍ଥ ରହିବ ହାର୍ଟ

ଲଣ୍ଡନ: ପ୍ରତିଦିନ ୧୧ ମିନିଟ୍ ଏହି କାମ କଲେ ଆପଣଙ୍କ ହାର୍ଟ ସୁସ୍ଥ ରହିବ। ଏଭଳି ରିପୋର୍ଟ ପ୍ରକାଶ ପାଇଛି କେମ୍ବ୍ରିଜ୍ ବିଶ୍ୱ ବିଦ୍ୟାଳୟର ଏକ ରିସର୍ଚ୍ଚରୁ। ‘ବ୍ରିଟିଶ ଜର୍ନଲ ଅଫ୍ ସ୍ପୋର୍ଟ୍ସ ମେଡିସିନ୍’ରେ ମଙ୍ଗଳବାର ଦିନ ପ୍ରକାଶିତ ଏକ ରିପୋର୍ଟରେ ଏନେଇ ସୂଚନା ଦିଆଯାଇଛି। ଗବେଷକଙ୍କ ମତରେ ଏହି କାମ କଲେ ଜଲଦି ମୃତ୍ୟୁବରଣ କରୁଥିବା ୧୦ ଜଣଙ୍କୁ ମଧ୍ୟରୁ ଜଣଙ୍କର ଜୀବନ ବଞ୍ଚାଯାଇପାରିବ । ବ୍ରିଟେନର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସେବା (ଏନଏଚଏସ୍) ଦ୍ୱାରା ଦିଆଯାଇଥିବା ଶାରୀରୀକ ବ୍ୟାୟାମ ପାଳନ କଲେ ସୁଫଳ ମିଳିବ ।

ମଧ୍ୟମ ସ୍ତରର ଶାରୀରୀକ ବ୍ୟାୟାମ କଲେ ହୃଦୟ ସମ୍ବନ୍ଧୀୟ ରୋଗ ଏବଂ କ୍ୟାନ୍ସର ଆଶଙ୍କା କମ୍ ହୋଇଥାଏ । ଏନଏଚଏସ୍ ବୟସ୍କଙ୍କୁ ଏକ ସପ୍ତାହରେ ୭୫ ମିନିଟ୍ ଶାରୀରୀକ ବ୍ୟାୟାମ କରିବାକୁ ପରାମର୍ଶ ଦେଇଛନ୍ତି ।

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ମେଡିକାଲ ରିସର୍ଚ୍ଚ କାଉନସିଲ୍ (ଏମଆରସି) ପିଡେମିଓଲଜି ୟୁନିଟର ଡ. ସୋରେନ୍ ବ୍ରାଜ୍ କହିଛନ୍ତି, କିଛି ନ କରିବାଠୁ ଭଲ କିଛି ଶାରୀରୀକ ବ୍ୟାୟାମ କରିବା । ଯଦି ଆପଣଙ୍କୁ ଲାଗୁଛି ଏକ ସପ୍ତାହରେ ୭୫ ମି. ବ୍ୟାୟାମ କରିପାରୁଛନ୍ତି, ତାହେଲେ ଆପଣ ଚାହିଁଲେ ଅଧିକ ସମୟ ବଢାଇପାରିବେ ।

ସାରା ଦୁନିଆରେ ସବୁଠୁ ଅଧିକ ମୃତ୍ୟୁ ହୃଦୟ ଜନିତ ସମସ୍ୟାରୁ ହୋଇଥାଏ । ୨୦୧୯ ମସିହାରେ ୧.୭୯ କୋଟି ଲୋକଙ୍କ ମୃତ୍ୟୁ ହାର୍ଟ ସମସ୍ୟାରୁ ହୋଇଥିବା ବେଳେ ୨୦୧୭ରେ ୯୬ ଲକ୍ଷ ଲୋକ କ୍ୟାନ୍ସରରେ ମୃତ୍ୟୁବରଣ କରିଥିଲେ।

ଭଦ୍ରକ ସାତଭଉଣୀ ନିକଟରେ ଅଘଟଣ, ନାଳିଆ ନଦୀରେ ବୁଡ଼ି ୩ ଛାତ୍ର ମୃତ

ଭଦ୍ରକ: ଭଦ୍ରକ ସାତଭଉଣୀ ନିକଟରେ ଅଘଟଣ । ନାଳିଆ ନଦୀରେ ବୁଡ଼ି ୩ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏଥିସହ ଜଣେ ଗୁରୁତର ଅଛନ୍ତି । ନଦୀରେ ଗାଧୋଉଥିବା ବେଳେ ୪ ଜଣ ବୁଡ଼ିଯାଇଥିଲେ । ମୃତକ ହେଲେ ସ୍ମୃତି ରଞ୍ଜନ ସ୍ବାଇଁ, ରଜତ କୁମାର ଜେନା, ପ୍ରଣୟ କୁମାର ଲେଙ୍କା । ମୃତକ ସମସ୍ତ ୩ ଜଣ ହେଲେ କୋରକୋରା ହରିଗ୍ରାମର ।

 

ଖୋଲିବ ଜାଲ ସାର୍ଟିଫିକେଟ୍ ଗୁମର, ୪ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚର ଆବେଦନ

ବଲାଙ୍ଗୀର: ଜାଲ ସାର୍ଟିଫିକେଟ କାରବାର ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ଚାରି ଜଣ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ I ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କ ସମେତ ଆଉ ୨ ଜଣଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ମନୋଜ ମିଶ୍ର ଓ ଆଲୋକ ଉଦଗାତା ଏସଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି ।

ଅନ୍ୟପଟେ ଅଭିଯୁକ୍ତ ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କ ଘରେ ଛାନବିନ୍ କରୁଛି ତଦନ୍ତକାରୀ ଟିମ୍ । ଯାଞ୍ଚ ବେଳେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । କ୍ରାଇମବ୍ରାଞ୍ଚ ଡିଏସପିଙ୍କ ନେତୃତ୍ବରେ ୫ ଜଣିଆ ଟିମ ତଦନ୍ତ କରିବା ସହ ପରିବାର ଲୋକଙ୍କୁ ପଚରାଉଚରା କରୁଛି ।