spot_img
Home Blog Page 3440

ବିଜେପିକୁ ପୁଣି ଟାର୍ଗେଟ କଲେ ରାହୁଲ; ଆଦାନୀ ଗ୍ରୁପରେ ଲାଗିଥିବା ୨୦ହଜାର କୋଟି କାହାର?

ନୂଆଦିଲ୍ଲୀ: ୨୦ ହଜାର କୋଟିକୁ ନେଇ ପୁଣି ବିଜେପିକୁ ଘେରିଲେ ରାହୁଲ । ଆଦାନୀ ଗ୍ରୁପରେ ଲାଗିଥିବା ୨୦ହଜାର କୋଟିର ବେନାମୀ ଟଙ୍କା କାହାର ବୋଲି ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି। ଏତେ ଟଙ୍କା କାହାର ଓ କେଉଁଠୁ ଆସିଲା ବିଜେପି ଜବାବ ରଖୁ ବୋଲି ରାହୁଲ କହିଛନ୍ତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ଏଆଇସିସି କାର୍ଯ୍ୟାଳୟରେ ସିଇସି କମିଟି ବୈଠକରେ ସାମିଲ ହେବାକୁ ପହଞ୍ଚିଥିବା ବେଳେ ବିଜେପିକୁ ଟାର୍ଗେଟ କରିଛନ୍ତି ରାହୁଲ ।

ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟାଳୟରେ ସିଇସି କମିଟି ବୈଠକର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ। ଟିକେଟ ବଣ୍ଟନ ଓ ଯୋଗ୍ୟ ପ୍ରର୍ଥୀଙ୍କୁ ନେଇ ବୈଠକରେ ବରିଷ୍ଠ ନେତାଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ।

ପର୍ଣ୍ଣଷ୍ଟାରଙ୍କୁ ଟଙ୍କା ଦେବା ମାମଲା; ଆଜି ସରେଣ୍ଡର କରିପାରନ୍ତି ଡୋନାଲ୍ଡ ଟ୍ରମ୍ପ

ଓ୍ୱାଶିଂଟନ: ପର୍ଣ୍ଣଷ୍ଟାରଙ୍କୁ ଟଙ୍କା ଦେବା ମାମଲା । ଆଜି କୋର୍ଟରେ ସରେଣ୍ଡର କରିପାରନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଏନେଇ ନ୍ୟୁୟର୍କ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମାନହଟ୍ଟନ କ୍ରିମିନାଲ କୋର୍ଟ ଚାରିପାଖେ ବ୍ୟାରିକେଡ କରାଯାଇଥିବାବେଳେ ସମର୍ଥକମାନେ ନାରାବାଜି କରିବା ଆଶଙ୍କା ଥିବାରୁ ପୋଲିସ ସତର୍କତାମୂଳକ ପଦକ୍ଷେପ ନେଇଛି ।

କୋର୍ଟରେ ଆତ୍ମସମର୍ପଣ କରିବା ଲାଗି ଟ୍ରମ୍ପ ଫ୍ଲୋରିଡାରୁ ନ୍ୟୁୟର୍କ ଯିବେ ବୋଲି କୁହାଯାଇଛି । ୨୦୧୬ରେ ପର୍ଣ୍ଣଷ୍ଟାରଙ୍କୁ ଟଙ୍କା ଦେବା ମାମଲାରେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କ ବିରୋଧରେ କି ଦଣ୍ଡ ଘୋଷଣା ହେବ ତାହା ଅପେକ୍ଷା କରାଯାଇଛି। ଅପରାଧିକ ମାମଲାରେ ଦୋଷୀସାବ୍ୟସ୍ତ ହେବାରେ ଟ୍ରମ୍ପ ହେଉଛନ୍ତି ଆମେରିକାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି। ସମ୍ଭାବ୍ୟ ଉତ୍ତେଜନା ଆଶଙ୍କାରେ ମାନହଟ୍ଟନ କୋର୍ଟ ନିକଟସ୍ଥ ଅନ୍ୟାନ୍ୟ କୋର୍ଟଗୁଡିକୁ ବନ୍ଦ କରିଦିଆଯାଇଛି।

ସେପଟେ ଟ୍ରମ୍ପ ମାମଲାର ବିଚାର କରୁଥିବା ମାନହଟ୍ଟନ ଡିଷ୍ଟ୍ରିକ୍ଟ ଆଟର୍ଣ୍ଣି ଆଲଭିନ ବ୍ରାଗ ଓ ଜୁରୀ ସଦସ୍ୟମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ସୋସିଆଲ ମିଡିଆରେ ଆହ୍ବାନ ଦିଆଯାଇଛି । ୨୦୧୬ ରାଷ୍ଟ୍ରପତି ନିର୍ବାଚନ ସମୟରେ ଚୁପ୍ ରହିବା ଲାଗି ପର୍ଣ୍ଣଷ୍ଟାର ତଥା ଅଭିନେତ୍ରୀ ଷ୍ଟର୍ମି ଡାନିଏଲ୍ସଙ୍କୁ ଟ୍ରମ୍ପ ତାଙ୍କ ଓକିଲ ମାଇକେଲ କୋହେନଙ୍କ ଜରିଆରେ ୧ ଲକ୍ଷ ୩୦ ହଜାର ଡଲାର ଦେଇଥିବା ନେଇ ଅଭିଯୋଗ ହୋଇଥିଲା।

ଏହି ଅଭିଯୋଗରେ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ୨୦୦୬ରେ ଟ୍ରମ୍ପ ତାଙ୍କୁ ଯୌନଗତ ଆଚରଣ ପ୍ରଦର୍ଶନ କରିଥିଲେ ଏବଂ ଏହି ଘଟଣାରେ ଚୁପ୍ ରହିବା ଲାଗି ତାଙ୍କୁ ୨୦୧୬ରେ ଟଙ୍କା ଦିଆଯାଇଥିଲା ବୋଲି ଅଭିଯୋଗ କରିଥିଲେ ଡାନିଏଲ୍ସ । ପୂ୍ର୍ବରୁ ହ୍ବାଇଟହାଉସରୁ ଗୁରୁତ୍ବପୂର୍ଣ୍ଣ ଫାଇଲ ନିଜ ବାସଭବନକୁ ନେବା ଅଭିଯୋଗରେ ଟ୍ରମ୍ପଙ୍କ ବିରୋଧରେ ଏଫବିଆଇ ତଦନ୍ତ ଜାରି ରହିଛି । ସେହିପରି ରାଷ୍ଟ୍ରପତି ନିର୍ବାଚନରେ ଅନିୟମିତତା ଅଭିଯୋଗ କ୍ରମେ ନିଜ ସମର୍ଥକଙ୍କ ସହ ଗତ ୨୦୨୧ ଜାନୁଆରୀ ୬ରେ କାପିଟଲ ବିଲଡିଂ ସମ୍ମୁଖରେ ବିକ୍ଷୋଭ କରି ଚର୍ଚ୍ଚାରେ ଥିଲେ ଟ୍ରମ୍ପ୍ ।

ଭୁବନେଶ୍ୱରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ଚାଲିଗଲା ନାବାଳକର ଜୀବନ

ଭୁବନେଶ୍ୱର: ଭୁବନେଶ୍ବର ମଞ୍ଚେଶ୍ୱର ଥାନା ପାଣ୍ଡାରା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ଚାଲିଗଲା ନାବାଳକର ଜୀବନ। ସାଇକେଲରେ ଜଣେ ନାବାଳକ ଯାଉଥିବା ବେଳେ ଧକ୍କା ଦେଇଥିଲା ଟ୍ରକ୍ । ଘଟଣାସ୍ଥଳରେ ନାବାଳକର ମୃତ୍ୟୁ ହେଇଥିବା ସୂଚନା । ଦୁର୍ଘଟଣାରେ ମୃତ୍ୟୁବରଣ କରଥିବା ନାବାଳକର ପରିଚୟ ମିଳିପାରିନଥିବା ବେଳେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ତେବେ ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଟ୍ରକଟି ଫେରାର ହୋଇଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

ଅରୁଣାଚଳରେ ପୁଣି ଚୀନର ଦାଦାଗିରି, ୧୧ ସ୍ଥାନକୁ ନିଜ ନାଁରେ କଲା

ନୂଆଦିଲ୍ଲୀ: ଅରୁଣାଚଳରେ ପୁଣି ଚୀନର ଦାଦାଗିରି । ୧୧ ସ୍ଥାନର ନାମ ବଦଳାଇ ଏହାକୁ ଦକ୍ଷିଣ ତିବ୍ବେତ ବୋଲି କହିଛି ଚୀନ୍ । ଚୀନ ନାଗରିକ ମନ୍ତ୍ରଣାଳୟ ପକ୍ଷରୁ ୧୧ସ୍ଥାନର ନାମ ଜାରି କରାଯାଇଛି । ଦୁଇଟି ଭୂମି କ୍ଷେତ୍ର, ଦୁଇଟି ଜନବସତି କ୍ଷେତ୍ର, ୫ଟି ପର୍ବତାଞ୍ଚଳ ଓ ଦୁଇଟି ନଦୀର ନାଁ ଜାରି କକରାଯାଇଛି ।

ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସରେ ଏ ନେଇ ପ୍ରକାଶିତ ରିପୋର୍ଟରେ ଏହି ନାମ ପରିବର୍ତ୍ତନକୁ ତୃତୀୟ ପର୍ଯ୍ୟାୟ ବୋଲି କୁହାଯାଇଛି । ୨୦୧୭ ରେ ୬ଟି ଓ ୨୦୨୧ରେ ୧୫ଟି ସ୍ଥାନର ନାମକୁ ଚୀନ ପରିବର୍ତ୍ତନ କରିଥିଲା ବୋଲି ଏହି ରିପୋର୍ଟରେ ଉଲ୍ଲେଖ ରହିଛି । ପୂର୍ବରୁ ଚୀନର ଏହି କାରନାମାକୁ ଭାରତ ବିରୋଧ କରିଆସିଛି ।

ଅରୁଣାଚଳ ଭାରତର ଅଭିନ୍ନ ଅଙ୍ଗ । ନାମ ପରିବର୍ତ୍ତନ କରିଦେଲେ ତଥ୍ୟ ବଦଳିବ ନାହିଁ ବୋଲି ଭାରତ ପକ୍ଷରୁ କୁହାଯାଇଛି । ଚୀନ ଭାରତ ମଧ୍ୟରେ ୩୪ଶହ ୮୮ କିମି ଲମ୍ବର ସୀମା ଅଞ୍ଚଳ ରହିଛି। ଇଷ୍ଟର୍ଣ୍ଣ, ମିଡିଲ ଓ ଓ୍ବେଷ୍ଟର୍ଣ୍ଣ ନାମରେ ଏହି ସୀମାକୁ ବିଭାଜନ କରାଯାଇଛି । ଇଷ୍ଟର୍ଣ୍ଣରେ ସିକ୍କିମ ଓ ଅରୁଣାଚଳର ୧୩ଶହ ୪୬କିମି ସୀମା ଚୀନ ସହ ରହିଥିବା ବେଳେ ମିଡିଲ ସେକ୍ଟରରେ ଅରୁଣାଚଳ ଓ ଉତ୍ତରାଖଣ୍ଡର ୫୪୫ କିମି ଓ ଓ୍ବେଷ୍ଟର୍ଣ୍ଣ ସେକ୍ଟରରେ ଲଦାଖର ୧୫ଶହ ୯୭କିମି ଲମ୍ବ ସୀମାଞ୍ଚଳ ରହିଛି। ଅରୁଣାଚଳ ପ୍ରଦେଶର ୯୦ହଜାର ବର୍ଗମିଟରକୁ ଚୀନ ନିଜର ବୋଲି ଦାବି କରିଆସୁଛି ।

ଟୋକିଓରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କଲେ ଭାରତୀୟ ରାଷ୍ଟ୍ରଦୂତ, ଓଡ଼ିଶା ବିଜନେସ ମିଟକୁ କରିବେ ସମ୍ବୋଧନ

ଟୋକିଓ: ସୂର୍ଯ୍ୟୋଦୟର ଦେଶରେ ଓଡ଼ିଶା ବିକାଶର ନୂଆ ଅଧ୍ୟାୟ । ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଟୋକିଓରେ ପହଞ୍ଚିବା ପରେ ଭାରତୀୟ ରାଷ୍ଟ୍ରଦୂତ ଶିବି ଜର୍ଜ ଓ ଦୂତାବାସ ଅଧିକାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ବାଗତ କରିଛନ୍ତି । ଆଜି ନିପନ ଷ୍ଟିଲ କର୍ପୋରେସନର ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଇଜି ହାସିମୋଟୋଙ୍କ ସହ ଓ୍ବାନ୍ ଟୁ ଓ୍ବାନ କରିବେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ଜାପାନିଜ କମ୍ପାନୀ ସହ ଆଲୋଚନା କରିବେ ।

ଆସନ୍ତାକାଲି ଟୋକିଓରେ ଓଡ଼ିଶା ବିଜିନେସ୍ ମିଟକୁ ସମ୍ବୋଧନ କରିବେ ନବୀନ । ପୁଞ୍ଜି ଖଟାଇବାକୁ ନିବେଶକାରୀଙ୍କୁ କରିବେ ନିମନ୍ତ୍ରଣ । ଓଡ଼ିଶା ବିଜିନେସ ମିଟରେ ୨୦୦ରୁ ଅଧିକ ଶିଳ୍ପପତି, ବ୍ୟବସାୟୀ ଓ ନିବେଶକ ସାମିଲ ହେବେ । ଓଡ଼ିଶାରେ ଶିଳ୍ପର ସୁଯୋଗ ନେଇ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ । ପ୍ରବାସୀ ଓଡ଼ିଆଙ୍କୁ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।

ନୂଆପଡ଼ାରେ ବାଘ ଆତଙ୍କ, ପୁଣି ବାଛୁରୀ ମାରି ଖାଇଲା ବାଘ

ନୂଆପଡ଼ା: ନୂଆପଡ଼ାରେ ବାଘ ଆତଙ୍କ । ପୁଣି ବାଛୁରୀ ମାରି ଖାଇଲା ବାଘ । ନୂଆପଡ଼ା ରେଞ୍ଜର ମୁସରୀଙ୍ଗ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଥିବା ପାବରତୋଲା ଗାଁରେ ପୁଣି ଏକ ବାଛୁରୀକୁ ଟାଣି ନେଇ ଖାଇ ଦେଇଥିବା ଅଭିଯୋଗ ହୋଇଛି । ଆଜି ସକାଳେ ଗ୍ରାମବାସୀ ମୃତ ବାଛୁରୀକୁ ଦେଖିବାକୁ ପାଇଥିଲେ । ଚିଟିରାମ ସତନାମୀଙ୍କ ଗୁହାଳରୁ ଏହି ବାଛୁରୀକୁ ବାଘ ଟାଣିନେଇ ଗୁହାଳ ପାଖରେ ମାରି ଖାଇଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ କରୁଛି । ଗତ କିଛି ଦିନ ହେଲା ପାଓର ତୋଲା ଓ ମହୁଲ ଭଟ୍ଟା ଗାଁରେ ବାଘ ଗାଈ ବାଛୁରୀକୁ ଶିକାର କରୁଛି । କଲରାପତରିଆ ବାଘ ଶିକାର କରିଥିବା ସ୍ପଷ୍ଟ ହୋଇଛି । ବାଘର ଫଟୋ ମଧ୍ୟ ସାମ୍ନାକୁ ଆସିସାରିଛି ।

ମନ୍ଦିର ଫେରିଲେ ଶ୍ରୀ ଲିଙ୍ଗରାଜ, ୫ ଦିନ ଯାତ୍ରା ପରେ ରଥ ଖଳାରେ ଲାଗିଛି ରୁକୁଣା ରଥ

ଭୁବନେଶ୍ୱର: ଯାତ୍ରା ସାରି ଫେରିଲେ ପ୍ରଭୁ ଶ୍ରୀଲିଙ୍ଗରାଜ । ୫ ଦିନ ରଥଯାତ୍ରା ପରେ ମନ୍ଦିର ଫେରିଛନ୍ତି ବାବା । ଦୁଇଦିନର ବାହୁଡା ଯାତ୍ରା ପରେ ରଥଦାଣ୍ଡରେ ଲାଗିଛି ରୁକୁଣା ରଥ । ଆଜି ସ୍ବର୍ଣ୍ଣାଦି ବିଜେ କରିବେ ଶ୍ରୀଲିଙ୍ଗରାଜ । ଅଶୋକାଷ୍ଟମୀରୁ ଆରମ୍ଭ ହୋଇଥିଲା ବାବାଙ୍କ ରଥଯାତ୍ରା । ରଥର ଚଢ଼ି ରାମେଶ୍ବର ମନ୍ଦିରକୁ ଯାଇଥିଲେ ଲିଙ୍ଗରାଜ । ତେବେ ସୋମବାର ୬ ଦିନ ହୋଇଥିବାରୁ ମନ୍ଦିରକୁ ଯାଇ ନଥିଲେ ବାବା । ତେଣୁ ଆଜି ସ୍ବର୍ଣାଦି ବିଜେ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମନ୍ଦିର ପ୍ରବେଶ ପରେ ପାରମ୍ପରିକ ନୀତିକାନ୍ତି ପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ବାବା ।

ବଦଳିଲା ଟ୍ୱିଟର ଲୋଗୋ, ନୀଳ ପକ୍ଷୀ ସ୍ଥାନରେ ଆସିଲା ଡଗି

ଓ୍ୱାଶିଂଟନ: ବଦଳିଲା ଟ୍ୱିଟର ଲୋଗୋ । ଟ୍ୱିଟରରୁ ନୀଳ ପକ୍ଷୀ ଗାୟବ । ଡଗିକୁ ଟ୍ୱିଟରର ନୂଆ ଲୋଗୋ ବନାଇଛନ୍ତି ଏଲନ ମସ୍କ । ବ୍ଲୁ ଟିକ୍ ବଦଳରେ ଆସିଲା ୟେଲୋ ଟିକ୍ । ସୋମବାର ରାତିରେ ଟ୍ୱିଟରରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି । ନୀଳ ପକ୍ଷୀ ସ୍ଥାନରେ ୟୁଜର୍ସ ଦେଖିବାକୁ ପାଇଛନ୍ତି ଡଗି । ଏନେଇ ଦୁଇଟି ମଜାଦାର ଫଟୋ ପୋଷ୍ଟ କରିଛନ୍ତି ମସ୍କ । ଗୋଟିଏରେ କାରରେ ଡଗି ଡ୍ରାଇଭର ସିଟରେ ବସିଛି । ଟ୍ରାଫିକ ପୋଲିସ ଲାଇସେନ୍ସ ଚେକ୍ କରିବା ବେଳେ ନୀଳ ପକ୍ଷୀର ଚିତ୍ର ରହିଛି । ସେତେବେଳେ ଡଗି କହୁଛି, ଏହା ପୁରୁଣା ଫଟୋ ।

ଏମିତି ଆଉ ଏକ ଟ୍ୱିଟରେ କୁକୁର ସିଇଓ ଟି-ସାର୍ଟ ପିନ୍ଧି ଚେୟାରରେ ବସିଥିବା ଫଟୋ ପୋଷ୍ଟ କରି ଟ୍ୱିଟରର ନୂଆ ସିଇଓ ବୋଲି କହିଛନ୍ତି ଏଲନ । ଗତବର୍ଷ ୪୪ ଆରବ ଡଲାରରେ ଟ୍ୱିଟର କିଣିଥିଲେ ଏଲନ ମସ୍କ । ଟ୍ୱିଟର କିଣିବା ପରେ ସିଇଓ ପରାଗ ଅଗ୍ରୱାଲକୁ ବାହାର କରିଦେଇଥିଲେ ମସ୍କ । ଅନେକ କର୍ମଚାରୀଙ୍କୁ ଚାକିରିରୁ ବିଦା ମଧ୍ୟ କରିଥିଲେ । ଭାରତରେ ଟ୍ୱିଟର ପାଇଁ କାମ କରୁଥିବା ୯୦ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା । ଦିଲ୍ଲୀ ଓ ମୁମ୍ବାଇରେ ଅଫିସ ବନ୍ଦ କରିଥିଲା ଟ୍ୱିଟର । କେବଳ ବେଙ୍ଗାଲୁରୁରେ ଚାଲିଛି ଟ୍ୱିଟର ଅଫିସ ।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତୁହାକୁ ତୁହା ବର୍ଷାରେ ଭିଜିବ ଓଡ଼ିଶା, ୮ରୁ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ୱର: ମଧ୍ୟାହ୍ନରେ ତାତି, ଅପରାହ୍ନରେ ବର୍ଷା । ବାୟୁ ଚଳାଚଳ ଜନିତ ଅନିୟମିତତାରୁ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିଛି । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ୮ ତାରିଖରେ ବର୍ଷାର ପରିମାଣ ସହ ବିସ୍ତୃତି ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ଓଡ଼ିଶା ସହ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ଦୁଇଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ।

ଚନ୍ଦ୍ର ଅଭିଯାନରେ ଲେଖାହେବ ନୂଆ ଇତିହାସ, ପ୍ରଥମ ଥର ଲାଗି ଜହ୍ନରେ ପାଦ ଦେବେ ଜଣେ ମହିଳା

ନୂଆଦିଲ୍ଲୀ: ଚନ୍ଦ୍ର ଅଭିଯାନ ଇତିହାସରେ ନୂଆ ଅଧ୍ୟାୟ । ଚନ୍ଦ୍ର ପୃଷ୍ଠରେ ପ୍ରଥମ ଥର ଲାଗି ପାଦ ଦେବେ ଜଣେ ମହିଳା । ଆଷ୍ଟ୍ରୋନଟ କ୍ରିଷ୍ଟିନା ହାମୋକ କୋଚଙ୍କ ନାମ ଘୋଷଣା କରିଛି ନାସା । ଆସନ୍ତା ବର୍ଷ ଆର୍ଟେମିସ-୨ ମିସନରେ କ୍ରିଷ୍ଟିନା ସାମିଲ ହେବେ ବୋଲି ନାସା କହିଛି । ଓରିଅନ ସ୍ପେସକ୍ରାଫ୍ଟ ଜରିଆରେ ଚନ୍ଦ୍ର ଅଭିଯାନରେ ସାମିଲ ହେବେ କ୍ରିଷ୍ଟିନାଙ୍କ ସମେତ ୪ ମହାକାଶଚାରୀ । ବର୍ତ୍ତମାନ ସୁଦ୍ଧା କେବଳ ପୁରୁଷ ମହାକାଶଚାରୀମାନେ ଚନ୍ଦ୍ରକୁ ଯାଇଛନ୍ତି ।

କ୍ରିଷ୍ଟିନାଙ୍କ ସହ ଅନ୍ୟ ଯେଉଁ ୩ ମହାକାଶଚାରୀଙ୍କ ନାମ ଘୋଷଣା କରାଯାଇଛି ସେମାନେ ହେଲେ- ଜେରେମି ହାନସେନ, ଭିକ୍ଟର ଗ୍ଲୋଭର ଓ ରେଡ୍ ଓ୍ବାଇଜମ୍ୟାନ । ସେମାନେ ୧୦ ଦିନ ଲାଗି ଚନ୍ଦ୍ର ପୃଷ୍ଠକୁ ଯିବେ । ୨୦୧୩ରେ ଆମେରିକା ମିଚିଗାଁର କ୍ରିଷ୍ଟିନା ନାସାରେ ଯୋଗ ଦେଇଥିଲେ । ଶେଷ ଥର ଲାଗି ୧୯୭୨ରେ ଆପୋଲୋ ୧୭ରେ କମାଣ୍ଡର ଇୟୁଜିନ ସେରାନାନ ଚନ୍ଦ୍ରକୁ ଯାଇଥିଲେ ।