ଝାରସୁଗୁଡ଼ା: ଝାରସୁଗୁଡ଼ା ସହରରେ ହାତୀପଲ । ବିଳମ୍ବିତ ରାତିରେ ହାତୀପଲ ସହରରେ ପଶି ମୁଙ୍ଗାପଡ଼ା, ସରବାହାଲ ଦେଇ ବୃନ୍ଦାମାଲରେ ରାସ୍ତାରେ ଯାଉଥିବା ଦେଖିବାକୁ ମିଳିଛି । ସହରରେ ହାତୀପଲଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା । ଘଟଣାସ୍ଥଳରେ ପୋଲିସ ଓ ବନ ବିଭାଗ କର୍ମଚାରୀ ଉପସ୍ଥିତ ରହି ହାତୀକୁ ଘଉଡ଼ାଇଥିଲେ । ହାତୀପଲରେ ୧୦ରୁ ଅଧିକ ହାତୀ ଥିବା ଜଣାପଡ଼ିଛି l ସୁନ୍ଦରଗଡ଼ ବିମଗିରି ପଟୁ ଆସି ବ୍ରଜରାଜନଗର ଦେଇ ଇବ୍ ନଦୀ ପାର ହୋଇ ହାତୀ ଆସିଥିବା ଜଣାପଡ଼ିଛି ।
ଘରର ଏହି ଦିଗରେ ମା ଲକ୍ଷ୍ମୀଙ୍କ ଫଟୋ ଲଗାନ୍ତୁ, ମା’ଙ୍କ କୃପା ସହ ଧନ ସମ୍ପତି ଏବଂ ସୌଭାଗ୍ୟର ବର୍ଷା ହେବ
ନନ୍ଦିଘୋଷ ବ୍ୟୁରୋ: ହିନ୍ଦୁ ଧର୍ମରେ ମା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ । ମା’ ଲକ୍ଷ୍ମୀ ଧନ, ସମ୍ପଦ, ସୌଭାଗ୍ୟ, ସୁଖ୍ୟାତି, ସୁଖ,ସମୃଦ୍ଧି ଏବଂ ପ୍ରେମର ଅଧିଷ୍ଠାତ୍ରୀ। ମା ଅନ୍ନପୂର୍ଣ୍ଣାଙ୍କ ଆର୍ଶୀବାଦ ରହିଲେ ଘରର ଭଣ୍ଡାର ଖାଲି ହୁଏନି । ଶାସ୍ତ୍ର ଅନୁସାରେ ମା ଲକ୍ଷ୍ମୀଙ୍କୁ ଚଞ୍ଚଳା ବୋଲି କୁହାଯାଇଥାଏ । ମା କଦାପି ଗୋଟିଏ ସ୍ଥାନରେ ସ୍ଥିର ହୋଇ ରୁହନ୍ତିନି। ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରି ତାଙ୍କର କୃପା ବିନ୍ଦୁ ଟୋପାଏ ପାଇଁ ଶ୍ରଦ୍ଧାଳୁ ଅନେକ ବିଶେଷ ଧରଣର ପୂଜା କରିଥାନ୍ତି । ତେବେ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଘର ଉପରେ ସର୍ବଦା ରହିଥାଉ ବୋଲି ଯଦି ଆପଣ ଚାହୁଁଛନ୍ତି ତେବେ କିଛି ବାସ୍ତୁ ନିୟମ ଜାଣି ରଖନ୍ତୁ।
ଘରର ଏହି ଦିଗ ମାନଙ୍କର ଫଟୋ ଲଗାନ୍ତୁ । ମାତା ଅନ୍ନପୂର୍ଣ୍ଣାଙ୍କ ଫଟୋ ଲଗାଇବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ଆସିଥାଏ । ଏହା ସହିତ ଘରେ ଧନ ସମ୍ପତି, ଖାଦ୍ୟ ଭଣ୍ଡାର ସର୍ବଦା ପୂର୍ଣ୍ଣ ରହିଥାଏ ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ମା ଲକ୍ଷ୍ମୀଙ୍କ ଫଟୋ ଯଦି ଆପଣ ଘରେ ଲଗାଉଛନ୍ତି ତେବେ ପୂର୍ବ-ଦକ୍ଷିଣ ଦିଗରେ ହିଁ ଲଗାଇବେ । ଯାହା ଅତ୍ୟନ୍ତ ଶୁଭ ହୋଇଥାଏ । ଦିନ୍ଦୁ ଧର୍ମ ଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ରରେ ଏହି ଦିଗକୁ ଅଗ୍ନି କୋଣର ମଧ୍ୟ ଭାଗ ବୋଲି କୁହାଯାଇଥାଏ । ପୂର୍ବ-ଦକ୍ଷିଣ ଦିଗରେ ଦେବାଦେବୀ ବାସ କରନ୍ତି । ତେବେ ଏହି ଦିଗରେ ମା ଲକ୍ଷ୍ମୀଙ୍କ ଫଟୋ ଲଗାଇବା ଦ୍ୱାରା ଘରକୁ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ଏବଂ ବାସ୍ତୁ ଦୋଷ ଦୂର ହୋଇଥାଏ । ଏହାସହ ଘରେ ଚାଲିଥିବା ଧନ ସମ୍ବନ୍ଧ୍ୱୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
ଘରର ଠାକୁରଙ୍କ ଘରେ ମା ଅନ୍ନପୂର୍ଣ୍ଣାଙ୍କ ପ୍ରତିମା ରଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ମାଙ୍କ ପ୍ରତିମାଙ୍କୁ ଉତର-ପୂର୍ବ ଦିଗରେ ରଖନ୍ତୁ । ଏହାସହ ନିୟମିତ ପୂଜା କରି ମାଙ୍କ ପାଖରେ କିଛି ଖାଦ୍ୟ ଭୋଗ ଲଗାନ୍ତୁ । ଏହା ଦ୍ୱାରା ଘର ସୁଖସମୃଦ୍ଧି, ଧନସମ୍ପଦ, ସୌଭାଗ୍ୟରେ ସର୍ବଦା ପୂର୍ଣ୍ଣ ରହିବ । ବାସ୍ତୁ ଅନୁଯାୟୀ, ମାତା ଅନ୍ନପୂର୍ଣ୍ଣା ଘରର ରୋଷେଇ ଘରେ ବାସ କରନ୍ତି। ସେଥିପାଇଁ ଆପଣ ନିଜ ଘରର ରୋଷେଇ ଘରର ଉତ୍ତର-ପୂର୍ବ ଦିଗରେ ମାତା ଅନ୍ନପୂର୍ଣ୍ଣାଙ୍କ ପ୍ରତିମା ରଖିପାରିବେ । ଯଦି ଏହି ଦିଗରେ ପ୍ରତିମା ରଖିବା ସମ୍ଭବ ନହେଉଛି, ତେବେ ଆପଣ ପଶ୍ଚିମ ଦିଗରେ ଦେବୀ ଅନ୍ନପୂର୍ଣ୍ଣାଙ୍କ ପ୍ରତିମା ରଖିପାରିବେ । ଏହା କରିବା ଦ୍ୱାରା ଆପଣଙ୍କ ଘରେ ଖାଦ୍ୟର ଅଭାବ କେବେ ହେବ ନାହିଁ ।
ମାଙ୍କୁ ଶ୍ରଦ୍ଧା ଭକ୍ତିରେ ଆରାଧନା କରିଲେ ସେ ଭକ୍ତଙ୍କ ପାଖକୁ ଧାଇଁ ଆସିଥାନ୍ତି। ଯାହାର ପ୍ରମାଣ ସେ ଯୁଗେ ଯୁଗେ ଦେଇ ଆସିଛନ୍ତି ।
ଆଜିଠୁ ପୁଣି ରାଜ୍ୟରେ ବର୍ଷା , ୪ ଜିଲ୍ଲାକୁ ୟେଲୋ ଆଲର୍ଟ
ଭୁବନେଶ୍ବର : ଆଜିଠୁ ପୁଣି ରାଜ୍ୟରେ ବର୍ଷା ସମ୍ଭାବନା । ପଶ୍ଚିମାଝଡ଼ ପ୍ରଭାବରେ ଭିଜିବ ସାରା ଓଡ଼ିଶା । ଆଜି ଘଡଘଡି ବିଜୁଳି ସହ ବର୍ଷା ନେଇ ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ମୟୁରଭଞ୍ଜ, ଗଜପତି, ରାୟଗଡା ଏବଂ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ବହିବ ପବନ । ତେବେ କାଲିଠୁ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ । ଏଥିପାଇଁ ୧୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
କାଲି କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ବାଲେଶ୍ବର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ରାୟଗଡା, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ହେବ । ସେହିଭଳି କୁଆପଥର ବୃଷ୍ଟି ନେଇ ୪ଟି ଜିଲ୍ଲା ବାଲେଶ୍ବର, ମୟୁରଭଞ୍ଜ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି । ୨୮ ତାରିଖରେ କାଳବୈଶାଖୀ ବର୍ଷା ନେଇ ଉତ୍ତର ଉପକୂଳ ଓଡ଼ିଶାର ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୯ ଏବଂ ୩୦ ତାରିଖରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ୩୦ ତାରିଖରେ ଆସୁଛି ଆଉ ଏକ ପଶ୍ଚିମା ଝଡ । ଏହାପ୍ରଭାବରେ ଏପ୍ରିଲ ପ୍ରଥମ ସପ୍ତାହରେ ବି ବର୍ଷା ହେବା ସହ ତାପମାତ୍ରା କମ୍ ରହିବ ବୋଲି ଆକଳନ କରାଯାଇଛି ।

