spot_img
Home Blog Page 3475

ସୁନ୍ଦରବନରେ ବାଘ ଆକ୍ରମଣରେ ମତ୍ସ୍ୟଜୀବୀ ମୃତ

କୋଲକାତା: ସୁନ୍ଦରବନରେ ବାଘ ଆକ୍ରମଣ । କଙ୍କଡା ଧରି ଡଙ୍ଗାରେ ଘରକୁ ଫେରୁଥିବା ବେଳେ ଝାମ୍ପି ନେଲା ବାଘ । ଘଟଣାସ୍ଥଳରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗର ୨୪ ପରଗଣା ଜିଲ୍ଲା ସ୍ଥିତ କୁଲତଳି ବ୍ଲକ୍ ଦେଉଳ ବାଡ଼ିର ତିନି ଜଣ ଲୋକ ସୁନ୍ଦରବନର ରିଜର୍ଭ ଫରେଷ୍ଟ ଅଞ୍ଚଳରେ ୪ ଦିନ ପୂର୍ବରୁ କଙ୍କଡା ଧରିବା ପାଇଁ ଯାଇଥିଲେ । ଡଙ୍ଗା ଭର୍ତ୍ତି କରି କଙ୍କଡା ନେଇ ଫେରୁଥିବା ବେଳେ ହଠାତ୍ ଜଙ୍ଗଲରୁ ଗୋଟିଏ ବାଘ ଆସି ବାସୁଦେବ ବୈଦ୍ୟ ନାମକ ବ୍ୟକ୍ତିକୁ ଝାମ୍ପି ନେଇ ଥିଲା ।

ବାଘଟି ବାସୁଦେବକୁ ଜଙ୍ଗଲ ଭିତରକୁ ଟାଣି ନେଇ ଯାଇଥିଲା । ସାଙ୍ଗରେ ଥିବା ଦୁଇଜଣ ବ୍ୟକ୍ତି ଲାଠି ଧରି ବାଘର ପିଛା କରିଥିବା ବେଳେ କିଛି ଦୂରରେ ବାସୁଦେବର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ସୁନ୍ଦରବନ ଜଙ୍ଗଲ ବିଭାଗ ସହ ବହୁ ଏନଜିଓ ସଂସ୍ଥା ସୁନ୍ଦରବନ ନଯିବା ପାଇଁ ପରାମର୍ଶ ଦିଅନ୍ତି । ହେଲେ ତାଙ୍କ କଥା କେହି ନଶୁଣୁନଥିବା ଅଭିଯୋଗ ହୋଇଛି ।

ପୁଣି ଆମେରିକା ସ୍କୁଲରେ ଫୁଟିଲା ଗୁଳି, ଦୁଇ ଛାତ୍ର ମୃତ

ଆମେରିକା: ପୁଣି ଆମେରିକାର ଏକ ସ୍କୁଲରେ ଫୁଟିଛି ଗୁଳି । ଏଥର ଗୁଳିକାଣ୍ଡରେ ୨ ନିରୀହ ଶିଶୁଙ୍କର ଜୀବନ ଯାଇଛି । ଡେସ୍ ମୋଇନେସ ସ୍ଥିତ ଏକ ସ୍କୁଲରେ ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି ।

ଗତ ସୋମବାର ଆମେରିକାର ଆଇଓ୍ବା ଚାର୍ଟର ସ୍କୁଲରେ ପିଲାମାନେ ଖେଳୁଥିଲେ । ଏହି ସମୟରେ ଗୁଳିକାଣ୍ଡ ହୋଇଥିଲା । ଏଥିରେ ଦୁଇଜଣ ଛାତ୍ର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଯାଇଥିଲା ।

ଦୁଇ ଛାତ୍ରଙ୍କ ସମେତ ଜଣେ ଶିକ୍ଷକଙ୍କ ଦେହରେ ବି ଗୁଳି ବାଜିଥିଲା । ତାଙ୍କ ଦେହରୁ ଗୁଳି କଢ଼ାଯାଇଥିଲେ ବି ତାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।

ଦିଲ୍ଲୀ ଏନସିଆରରେ ପୁଣି ଭୂମିକମ୍ପ, ଉତ୍ତରାଖଣ୍ଡରେ ବି ଲାଗିଲା ଝଟକା

ନୂଆଦିଲ୍ଲୀ: ଭୂକମ୍ପ ଝଟକାରେ ଥରିଲା ରାଜଧାନୀ । ଦିଲ୍ଲୀ ଏନସିଆରରେ ଭୂମିକମ୍ପ । ଉତ୍ତରାଖଣ୍ଡରେ ବି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୫.୪ ।

ଏହା ପୂର୍ବରୁ ଗତ ୫ ତାରିଖରେ ବି ରାଜଧାନୀ ଦିଲ୍ଲୀ ସମେତ ସମ୍ପୂର୍ଣ୍ଣ ଏନସିଆରରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଥିଲା । ଏହା ଦିଲ୍ଲୀ ବ୍ୟତୀତ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରରେ ବି ଅନୁଭୂତ ହୋଇଥିଲା । ଲୋକମାନେ ଝଟକା ଅନୁଭୂତ କରିବା କ୍ଷଣି ଘରୁ ବାହାରକୁ ଚାଲି ଆସିଥିଲେ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ଥିଲା ୫.୯ ।

ସମ୍ପତ୍ତି ପାଇଁ ସୈତାନ ସାଜିଲା ସନ୍ତାନ ; ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚାଇ ରଖିଥିଲା ପୁଅ

ପଶ୍ଚିମବଙ୍ଗ : ସମ୍ପତ୍ତି ପାଇଁ ସୈତାନ ସାଜିଲା ସନ୍ତାନ । ମାଆର ଅବୈଧ ସମ୍ପର୍କକୁ ବିରୋଧ କରି ଓ ସମ୍ପତ୍ତି ଲୋଭରେ ସ୍ତ୍ରୀ ଓ ବନ୍ଧୁ ସହ ମିଶି ମାଆକୁ ପୁଅ କଲା ହତ୍ୟା । ମାଆକୁ ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚାଇ ରଖିଥିଲା ପୁଅ । ଘଟଣା ଘଟିଛି ପଶ୍ଚିମବଙ୍ଗ ଭୋଲେର ହାଟ ସର୍ଦ୍ଦାରପଡ଼ାରେ ।

ପୋଲିସ ପାଇଖାନା ଟାଙ୍କିରୁ ମହିଳାଙ୍କ ମୃତଦେହ ଜବତ କରିଛି । ଏହାସହ ହତ୍ୟାକାରୀ ପୁଅ ଦୀପକ, ବୋହୂ ଓ ବନ୍ଧୁଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ, ଗତ ୨୦ ତାରିଖରୁ ନିଖୋଜ ଥିଲେ ସରସ୍ବତୀ ରାଇକେ । ସରସ୍ବତୀଙ୍କ ସମ୍ପର୍କରେ କେହି କିଛି ଜାଣି ନଥିବା କହିବା ପରେ ତାଙ୍କ ଭାଇ ଉସ୍ତି ଥାନାରେ ଦେଇଥିଲେ ଏତଲା ।

ପୁଅ-ବୋହୂଙ୍କ ଉପରେ ସନ୍ଦେହ କରି ପଚରାଉଚରା ବେଳେ ସତ ଉଗାରିଥିଲା ପୁଅ । ମାଆର ଅବୈଧ ସମ୍ପର୍କକୁ ବିରୋଧ କରି ଓ ସମ୍ପତ୍ତି ପାଇଁ ହତ୍ୟା କରିଥିବା ପୋଲିସ ଆଗରେ ପୁଅ ସ୍ବୀକାର କରିଛି ।

ଓସ୍କାର ନୋମିନେସନରେ ମିଳିବ କି ଆରଆରଆରକୁ ଏଣ୍ଟ୍ରି ?

ନୂଆଦିଲ୍ଲୀ : ଓସ୍କାର ନୋମିନେସନରେ ବେଷ୍ଟ ଫିଲ୍ମ ଶ୍ରେଣୀରେ ମିଳିବ କି ଆରଆରଆରକୁ ଏଣ୍ଟ୍ରି। ଆଜି ସଂଧ୍ୟାରେ ଘୋଷଣା ହେବ ୯୫ତମ ଓସ୍କାର ନୋମିନେସନ୍ ଲିଷ୍ଟ। ଏଥିପାଇଁ ଜାନୁଆରୀ ୧୧ରୁ ୧୭ତାରିଖ ମଧ୍ୟରେ ଭୋଟିଂ ହୋଇଥିଲା। ଏହାପରେ ଆଜି ଆକାଡେମୀ ଅଫ୍ ମୋସନ୍ ପିକ୍ଚର ଆର୍ଟ ଓ ସାଇନ୍ସ ପକ୍ଷରୁ ଅଫିସିଆଲ୍ ଲିଷ୍ଟ ଘୋଷଣା କରାଯିବ।

ଭାରତ ପକ୍ଷରୁ ଛେଲୋ ଶୋ ଓ ଆରଆରଆର ଫିଲ୍ମର ଗୀତ ନାଟୁ ନାଟୁ ସର୍ଟଲିଷ୍ଟ ହୋଇସାରିଛି। ଗୀତ ସହ ଆରଆରଆର ପାଇଁ ଅନ୍ୟ କେତେକ ଶ୍ରେଣୀରେ ମନୋନୟନ ଆଶା କରାଯାଉଛି। ଫିଲ୍ମକୁ ଶ୍ରେଷ୍ଠ ନିର୍ଦ୍ଦେଶନା, ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଠ ଅଭିନୟ ଶ୍ରେଣୀରେ ନୋମିନେସନ୍ ମିଳିପାରେ ।

ଓସ୍କାର ପାଇଁ ସର୍ଟଲିଷ୍ଟ ହୋଇଥିବା ଭାରତୀୟ ଫିଲ୍ମ ମଧ୍ୟରେ ଛେଲୋ ଶୋ, ଆରଆରଆରର ଗୀତ, ଶୌନକ ସେନଙ୍କ ଡକ୍ୟୁମେଣ୍ଟାରୀ ଫିଲ୍ମ ଅଲ୍ ଦାଟ୍ ବ୍ରିଦ୍ସ ଓ ଦି ଏଲିଫ୍ୟାଣ୍ଟ ହ୍ବିସପର୍ସ ରହିଛି । ସେହିପରି ବିବେକ ଅଗ୍ନିହୋତ୍ରୀଙ୍କ ଦି କଶ୍ମୀର ଫାଇଲସ ଓ ଋଷବ ସେଟ୍ଟୀଙ୍କ କାନ୍ତାରାକୁ ଓସ୍କାର ନୋମିନେସନରେ ସ୍ଥାନ ମିଳିବ କି ନାହିଁ, ତା ଉପରେ ନଜର ରହିଛି ।

ଗଜପତି ପାରଳାଖେମୁଣ୍ଡିରେ ଜିଏସଟି ରେଡ୍

ଗଜପତି : ଗଜପତି ପାରଳାଖେମୁଣ୍ଡିରେ ଜିଏସଟି ରେଡ୍ । ସୁରିୟା ଜୁଏଲର୍ସର ତିନିଟି ଦୋକାନରେ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି । ଟିକସ ଫାଙ୍କିବା ଅଭିଯୋଗରେ ଜିଏସଟି ବିଭାଗର ୯ ଜଣିଆ ଟିମ୍ ଚଢ଼ାଉ ଜାରି ରଖିଛି । ଦୋକାନରେ ସୁନା ଷ୍ଟକ୍ ଓ ଟ୍ୟାକ୍ସ ପ୍ରଦାନ ଏବଂ ଗ୍ରାହକଙ୍କୁ ବିଲ୍ ଦିଆଯାଉଛି ନା ନାହିଁ, ସେ ସଂପର୍କରେ ସମସ୍ତ ତଥ୍ୟକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି ।

ଦିଲ୍ଲୀ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେବ ନାରୀଶକ୍ତି

ନୂଆଦିଲ୍ଲୀ : ଏଥର ସ୍ବତନ୍ତ୍ର ହେବ ଗଣତନ୍ତ୍ର ଦିବସ ପରେଡ । ଦିଲ୍ଲୀ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେବ ନାରୀଶକ୍ତି । ବିଏସଏଫ କଣ୍ଟିଜେଣ୍ଟରେ ସାମିଲ ହେବେ ମହିଳା ଯବାନ । ସେହିପରି ନାଭାଲ କଣ୍ଟିଜେଣ୍ଟର ଲିଡ୍ କରିବେ ମହିଳା ଅଫିସର । ୧୪୪ଜଣିଆ ଟିମକୁ ମହିଳା ଅଫିସର ଲିଡ କରିବେ । ୪ଦଶନ୍ଧୀ ଧରି ଦେଶର ସୁରକ୍ଷାରେ ନିୟୋଜିତ I L-38 ଏୟାରକ୍ରାଫ୍ଟ ଶେଷଥର ଲାଗି ଗଣତନ୍ତ୍ର ଦିବସ ପରେଡରେ ସାମିଲ ହେବ ।

ସେହିପରି ଏଥର ଗଣତନ୍ତ୍ର ଦିବସ ପରେଡରେ ମେଡ ଇନ ଇଣ୍ଡିଆ ଯୁଦ୍ଧାସ୍ତ୍ର ସାମିଲ କରାଯିବ । ଆତ୍ମନିର୍ଭର ଭାରତକୁ ଫୋକସ କରି ଏଥର ପରେଡରେ କେବଳ ଭାରତରେ ନିର୍ମିତ ଯୁଦ୍ଧାସ୍ତ୍ର ସାମିଲ କରାଯିବ ବୋଲି ମେଜର ଜେନେରାଲ ଭବନୀଶ କୁମାର ସୂଚନା ଦେଇଛନ୍ତି । ଏହାଛଡ଼ା ୨୧ ତୋପର ସଲାମି ପାଇଁ ମଧ୍ୟ ବ୍ରିଟିଶ ସମୟର ୨୫ପାଉଣ୍ଡର ଗନ୍ ବଦଳରେ ୧୦୫ ଏମଏମର ଇଣ୍ଡିଆନ ଫିଲ୍ଡ ଗନ ସାମିଲ କରାଯିବ ।

ଚଳିତବର୍ଷ କର୍ତ୍ତବ୍ୟ ପଥ ପରେଡରେ ପ୍ରଥମ ଥର ଲାଗତି ଅଗ୍ନିବୀର ସାମିଲ ହେବେ । ଏଥର ମାର୍ଚିଂରେ ସେନାର ୬ଟି କଣ୍ଟିଜେଣ୍ଟ ସାମିଲ ହେବ । ମୋଟ ୧୬ଟି କଣ୍ଟଜେଣ୍ଟ ପରେଡରେ ସାମିଲ ହେବେ । ଦିଲ୍ଲୀ ପରେଡରେ ଚଳିତ ବର୍ଷ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତେହ ଇଲ ସିସି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିବାଦନ ଗ୍ରହଣ କରିବେ ।

ଓଡ଼ିଆ ପୁଅ ସମ୍ଭବ ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର

ନୂଆଦିଲ୍ଲୀ : ୧୧ଜଣ କୃତୀ ପ୍ରତିଭାଙ୍କୁ ଚଳିତ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି। ଦେଶର ୧୧ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୬ଜଣ ବାଳକ ଓ ୫ଜଣ ବାଳିକାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ବିଜେତାଙ୍କୁ ପଦକ, ୧ଲକ୍ଷ ଟଙ୍କା ନଗଦ ପୁରସ୍କାର ଓ ପ୍ରମାଣପତ୍ର ଦିଆଯାଇଛି।

ନୂଆଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କୃତୀ ପ୍ରତିଭାଙ୍କୁ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି। କଳା, ସଂସ୍କୃତି କ୍ଷେତ୍ରରେ ଅବଦାନ ପାଇଁ ଓଡ଼ିଶାର ସମ୍ଭବ ମିଶ୍ରଙ୍କୁ ଚଳିତ ବର୍ଷର ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି।

କଟକ ଶିଖରପୁରର ସମ୍ଭବ ମିଶ୍ର ଲେଖିଥିବା ଅନେକ ପ୍ରବନ୍ଧ ଓ ବହି ପାଠକ ମହଲରେ ବେଶ ପ୍ରଶଂସା ଲାଭ କରିଛି। ପୂର୍ବରୁ ଇଣ୍ଡିଆ ବୁକ ରେକର୍ଡ କରିଛନ୍ତି ସମ୍ଭବ। ସାହିତ୍ୟ କୃତୀରେ ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ସମ୍ମାନଜନକ ଫେଲୋସିପ୍ ଅଫ୍ ଦି ରୟାଲ ଏସିଏଷ୍ଟିକ ସୋସାଇଟି, ଲଣ୍ଡନ ମିଳିଛି। ୨ଶହ ବର୍ଷ ମଧ୍ୟରେ ସର୍ବକନିଷ୍ଠ ବ୍ୟକ୍ତି ଭାବେ ସେ ଏହି ଫେଲୋସିପ୍ ପାଇଛନ୍ତି ।

କଳା, ସଂସ୍କୃତି, ସାହସିକତା, ନବସୃଜନ, ଶିକ୍ଷା, ସମାଜସେବା ଓ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ମହାରାଷ୍ଟ୍ରର ୧୫ବର୍ଷୀୟ ରୋହନ ରାମଚନ୍ଦ୍ର ବହିର ଜଣେ ମହିଳାଙ୍କ ଜୀବନ ରକ୍ଷା କରିଥିବା ବେଳେ ୮ବର୍ଷୀୟ ଋଷି ଶିବ ଖୁବ୍ କମ୍ ବୟସରେ ଆପ ଡେଭଲପର ହୋଇଛନ୍ତି । ଏହିଭଳି ୧୧ଜଣ କୃତୀ ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଛି । ଏମାନଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।

ବାଗେଶ୍ବର ପୀଠର ବିବାଦୀୟ ବାବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ହତ୍ୟା ଧମକ

ଉତ୍ତରାଖଣ୍ଡ : ବାଗେଶ୍ବର ପୀଠର ବାବା ଆଉ ବିବାଦ । ବାଗେଶ୍ବର ଧାମର ପୀଠାଧୀଶ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ନେଇ ଦେଶବ୍ୟାପୀ ଚର୍ଚ୍ଚା । ତୁମେ ମୋର ସାଥ୍ ଦିଅ, ମୁଁ ତୁମକୁ ହିନ୍ଦୁ ରାଷ୍ଟ୍ର ଦେବି ବୋଲି କହିଛନ୍ତି ବିବାଦୀୟ ବାବା ଧୀରେନ୍ଦ୍ର କୃଷ୍ଣ । ଅନ୍ଧବିଶ୍ବାସକୁ ବାବା ଚମତ୍କାର କହୁଥିବା ବେଳେ ଅନେକ ତାଙ୍କୁ ଭଣ୍ଡ ଆଖ୍ୟା ଦେଇଛନ୍ତି ।

ଧର୍ମ, ଚମତ୍କାର ଓ ରାଜନୀତିକୁ ନେଇ ବୟାନ ରଖିଛନ୍ତି ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ବରାନନ୍ଦ । ଚମତ୍କାରିତା ନାଁରେ ଲୋକଙ୍କୁ ଭ୍ରମିତ କରାଯାଉଛି ବୋଲି ସେ କହିଛନ୍ତି । ଜୋସିମଠରେ ଭୂ-ସ୍ଖଳନ ସ୍ଥିତି ଅତି ସଙ୍ଗୀନ ହେଉଥିବା ବେଳେ ଲୋକଙ୍କ ଧ୍ୟାନ ଭଟକାଇବାକୁ ଏଭଳି କରାଯାଉଛି ବୋଳି ଶଙ୍କରାଚାର୍ଯ୍ୟ କହିଛନ୍ତି ।

ବାଗେଶ୍ବର ଧାମର ବାବା ଯଦି ଚମତ୍କାର କରୁଛନ୍ତି, ତେବେ ଯୋଶୀମଠରେ ପୂର୍ବସ୍ଥିତି ଫେରାଇ ଆଣନ୍ତୁ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି । ସେପଟେ ବାବାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ସମ୍ପର୍କୀୟ ଭାଇ ଲୋକେଶ ଗର୍ଗ । ଅମର ସିଂ ନାମକ କେହି ବ୍ୟକ୍ତି ଫୋନରେ ଧମକ ଦେଇଥିବା ଲୋକେଶ ଏତଲାରେ ଉଲ୍ଲେଖ କରିଛନ୍ତି

ହଟିବ ବିଦେଶୀ ଅସ୍ତ୍ର, ୨୧ ତୋପ ସଲାମୀରେ ଗର୍ଜିବ ସ୍ବଦେଶୀ ଫିଲ୍ଡ ବନ୍ଧୁକ

ନୂଆଦିଲ୍ଲୀ : ସ୍ବତନ୍ତ୍ର ହେବ ଗଣତନ୍ତ୍ର ଦିବସ । ଏଥର ଗର୍ଜିବ ସ୍ବଦେଶୀ ତୋପ ।  ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ଦିଆଯିବ ୨୧ ସ୍ବଦେଶୀ ଫିଲ୍ଡ ବନ୍ଧୁକରେ ସଲାମୀ । ହଟିବ ୨୫ ବିଦେଶୀ ପାଉଣ୍ଡର ବନ୍ଧୁକ । ମେକ୍ ଇନ୍ ଇଣ୍ଡିଆକୁ ଆଗକୁ ବଢାଇବା ପାଇଁ ଆରମ୍ଭ ହୋଇଛି ଏହି ପ୍ରୟାସ ।

ପାରମ୍ପରିକ ଭାବରେ ଗଣତନ୍ତ୍ର ଦିବସରେ ୨୧ ତୋପ ସଲାମୀ ପାଇଁ ବ୍ରିଟିଶ ଯୁଗର ୨୫ ପାଉଣ୍ଡର ଆର୍ଟିଲିରି ବନ୍ଧୁକ ବ୍ୟବହାର କରାଯାଉଥିଲା  । କିନ୍ତୁ ଏଥର ଭାରତରେ ନିର୍ମିତ ୧୦୫ ମିଲିମିଟର ଇଣ୍ଡିଆନ ଫିଲ୍ଡ ବନ୍ଧୁକରେ ଦିଆଯିବ ସଲାମୀ ।

ଦିଲ୍ଲୀ AIR ମୁଖ୍ୟ ମେଜର ଜେନେରାଲ ଭବନିଶ କୁମାର କହିଛନ୍ତି ଯେ, ଆମେ ସ୍ବଦେଶୀ କରଣ ଦିଗରେ ଗତି କରୁଛୁ । ଏବେ ଆମର ସମସ୍ତ ଯନ୍ତ୍ରାପାତି ଏବଂ ହତିଆର ସ୍ବଦେଶୀ ହେବ । ସେଥିପାଇଁ ଚଳିତ ବର୍ଷ ୭୪ତମ ଗଣତନ୍ତ୍ର ଦିବସ ପରେଡରେ ଅଧିକାଂଶ ପ୍ରତିରକ୍ଷା ଉପକରଣ ସ୍ବଦେଶୀ ଭାବେ ପ୍ରଦର୍ଶନ କରାଯିବ । ସେଥିପାଇଁ ଆକାଶ ଅସ୍ତ୍ରଶସ୍ତ୍ର ସିଷ୍ଟମ, ରୁଦ୍ର ଏବଂ ଏଲଏଚ ଧ୍ରୁବ ଭଳି ହେଲିକପ୍ଟ ଆଦି ପ୍ରଦର୍ଶନରେ ସାମିଲ ରହିବ ।