spot_img
Home Blog Page 3478

ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ୍‌

0

ଭୁବନେଶ୍ୱର: ପୁରୀରେ 5T ସଚିବ ଭି.କେ ପାଣ୍ଡିଆନ । ଆଜି ଶ୍ରୀମନ୍ଦିର ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ଦର୍ଶନ ପରେ ପରିକ୍ରମା ପ୍ରକଳ୍ପ ବୁଲି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି 5T ସଚିବ । ପୁରୀ ଜିଲ୍ଲାପାଳ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ 5T ସଚିବଙ୍କୁ ସବିଶେଷ ବୁଝାଇଥିଲେ । ସେହିପରି ଜଗନ୍ନାଥ ବଲ୍ଲଭ ମଠ ପରିସରରେ ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଥିଲେ । ଶ୍ରୀସେତୁ ନିର୍ମାଣର ଅଗ୍ରଗତିର ସମୀକ୍ଷା କରିଥିଲେ 5T ସଚିବ ।

ପାଖାପାଖି ୪୦ ମିନିଟ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭିତରେ ରହିଥିବା ବେଳେ, ଶ୍ରୀଜିଉଙ୍କୁ ଦର୍ଶନ ସହିତ ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରି ଅନ୍ୟାନ୍ୟ ଠାକୁରଙ୍କୁ ଦର୍ଶନ କରିଛନ୍ତି 5T ସଚିବ । ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ ପରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିଥିଲେ ।

ଗଞ୍ଜାମରେ ଗୋଷ୍ଠୀ ସଂଘର୍ଷ, ଗଡ଼ିଲା ଜଣଙ୍କ ମୁଣ୍ଡ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡାରେ ଗୋଷ୍ଠୀ ସଂଘର୍ଷ । ଗଡ଼ିଲା ଜଣଙ୍କ ମୁଣ୍ଡ । ତିନିଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକ ହେଲେ ତୋଫାନ ଗୌଡ଼ । କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପାଟି ତୁଣ୍ଡ ପରେ ମାରପିଟ ହୋଇଥିଲା । ଘଟଣାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ଘଟିଥିଲା ।

ଧାରୁଆ ଅସ୍ତ୍ରରେ ମାରପିଟରେ ଦୁଇ ମହିଳାଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି । ତିନି ଗୁରୁତର ହେଲେ କାଳୁ ଗୌଡ଼, ଜୋଛନା ଗୌଡ଼, ପ୍ରତିମା ଗୌଡ଼ ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ଚିକିଟି ଏସଡିପିଓ ଏବଂ ଦିଗପହଣ୍ଡି ଥାନା ଅଧିକାରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଟିକରପଡାରେ ପୋଲିସ ମୁତୟନ କରାଯାଇଛି ।

ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ, ୩ ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡାରେ ଗୋଷ୍ଠୀ ସଂଘର୍ଷ । ଉଭୟ ପକ୍ଷର ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ତୋଫାନ ଗୌଡ଼ । ଏବେ ୩ଜଣ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ହେଲେ କାଳୁ ଗୌଡ଼ , ଜୋଛନା ଗୌଡ଼ ଓ ପ୍ରତିମା ଗୌଡ଼ । କେଉଁ କାରଣରୁ ଗୋଷ୍ଠୀ ସଂଘର୍ଷ ହୋଇଛି ସେନେଇ ସ୍ପଷ୍ଟ ସୂଚନା ନଥିବାବେଳଏ ପୂର୍ବ ଶତ୍ରୁତାରୁ ଏପରି ଘଟିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ କେ. ନୂଆଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ନୂତନ ଭାବେ ଖୋଳାଯାଇଥିବା ନଳକୂପ ପାଣିରୁ ବାହାରୁଛି ସୁନା !

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ନାନ୍ଦୁପଲା ପଞ୍ଚାୟତ ଛାଞ୍ଚାଣବାହାଲି ଗ୍ରାମରେ ଚର୍ଚ୍ଚା I ନଳକୁପରୁ ବାହାରୁଛି ସୁନା ଗୁଣ୍ଡ । ସୁନା ବାହାରୁଥିବା ଘଟଣା ବ୍ୟାପିବା ପରେ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପହଞ୍ଚି ତଦନ୍ତ କରିଛନ୍ତି I ଛାଞ୍ଚାଣବାହାଲି ଗ୍ରାମର ଜାଭେଦ୍ ମହମ୍ମଦ ତାଙ୍କ ଜମିରେ ଏକ ନଳକୂପ ଖୋଳିଥିଲେ I ନୂତନ ଭାବେ ଖୋଳା ଯାଇଥିବା ଏହି ନଳକୂପର ପାଣିରୁ ସୁନା କଣିକା ବାହାରୁଥିବା ନେଇ ସନ୍ଦେହ କରି ତହସିଲଦାରଙ୍କୁ ଜଣାଇଥିଲେ I ଏହା ଜାଣିବା ପରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା I

ଖପ୍ରାଖୋଲ ତହସିଲାଦାର ଆଦିତ୍ୟ ପ୍ରାସାଦ ମିଶ୍ର, ବିଡ଼ିଓ ରଶ୍ମିରଞ୍ଜନ ରାଉତ ଓ ଆର୍‌ଆଇ ପହଞ୍ଚି ପରୀକ୍ଷା କରିବା ସହ ସୁନା କଣିକା ଭଳି ଦେଖାଯାଉଥିବା ପଦାର୍ଥକୁ ଯାଞ୍ଚ ପାଇଁ ଲାବୋରେଟୋରୀକୁ ପଠାଇଛନ୍ତି I ପୋଲିସ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି I ଗନ୍ଧମାର୍ଦ୍ଦନ ପାହାଡ଼ ତଳେ ଥିବା ଏହି ଅଞ୍ଚଳରେ ପୂର୍ବରୁ ବିଭିନ୍ନ ପ୍ରକାରର ଧାତୁ ବାହାରିବା ନଜିର ରହିଛି I ତେଣୁ ସୁନା ଥିବା ଘଟଣାକୁ ମଧ୍ୟ ଅଣ ଦେଖାକରାଯାଇ ନ ପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ବୁଦ୍ଧିଜୀବୀ କହିଛନ୍ତି I ତେବେ ଟେଷ୍ଟ ରିପୋର୍ଟ ଆସିବା ପରେ ଏହା ସୁନା କି ଅନ୍ୟ କିଛି, ଜଣାପଡିବ ବୋଲି ତହସିଲଦାର କହିଛନ୍ତି I

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୪ ପ୍ରତିଶତ ବଡ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା । ପୂର୍ବରୁ ଥିଲା ୩୮ ପ୍ରତିଶତ, ଏବେ ହେଲା ୪୨ ପ୍ରତିଶତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସବୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀମାନଙ୍କ ମହଙ୍ଗା ସହାୟତା (ଡିଆର୍) ବୃଦ୍ଧିକୁ ମଞ୍ଜୁର କରାଯାଇଛି । ବର୍ଦ୍ଧିତ ଡିଏ ଏବଂ ଡିଆର ଜାନୁଆରୀ ପହିଲା ୨୦୨୩ଠାରୁ ପିଛିଲା ଭାବେ ଲାଗୁ ହେବ । ବର୍ତ୍ତମାନ ମୂଳ ଦରମା/ପେନସନରେ ଡିଏ/ଡିଆର୍ ଦର ୩୮ ପ୍ରତିଶତ ରହିଛି ।

ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଥିରେ ଅତିରିକ୍ତ ୪ ପ୍ରତିଶତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଉଭୟ ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତାରେ ବୃଦ୍ଧି ଯୋଗୁ କେନ୍ଦ୍ର ସରକାରଙ୍କ ରୋଜକୋଷ ଉପରେ ବାର୍ଷିକ ୧୨,୮୧୫.୬୦ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ । ଏହାଦ୍ୱାରା ପ୍ରାୟ ୪୭.୫୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୯.୭୬ ଲକ୍ଷ ପେନସନଭୋଗୀ ଲାଭାନ୍ୱିତ ହେବେ । ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସୁପାରିଶକୁ ଆଧାର କରି ଗ୍ରହଣ କରାଯାଇଥିଲା ସୂତ୍ର ଅନୁଯାୟୀ ଡିଏ ଡିଆର୍ ବୃଦ୍ଧି କରାଯାଇଛି ।

ଆସୁଛି ଆଉ ଏକ ପଶ୍ଚିମାଝଡ଼, ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆସୁଛି ଆଉ ଏକ ପଶ୍ଚିମାଝଡ଼ । ଆଗାମୀ ୫ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ସମ୍ଭାବନା । ବିଜୁଳି ଘଡଘଡି ସହ ବର୍ଷା ଏବଂ ଝଡ-ପବନ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୬ ତାରିଖରୁ ଓଡ଼ିଶାରେ ପଶ୍ଚିମାଝଡ଼ର ପ୍ରଭାବ ଦେଖିବାକୁ ମିଳିବ। ୨୬ ତାରିଖରେ ଦକ୍ଷିଣ ଓ ଉପକୂଳ ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରଭାବ ପଡ଼ିବ । ଗଂଜାମ, ଗଜପତି,ଖୋର୍ଦ୍ଧା, ନୟାଗଡ଼,ପୁରୀ ସମେତ ପାର୍ଶ୍ବବର୍ତୀ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବ । ଏହି ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ ।

୨୭ତାରିଖରୁ ବଢିବ ବର୍ଷାର ବିସ୍ତୃତି ଓ ପରିମାଣ । ୨୭ରେ ଉପକୂଳ ଓଡ଼ିଶାର ୧୧ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ସୁନ୍ଦରଗଡ କେନ୍ଦୁଝରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ ସଲଗ୍ନ ଜିଲ୍ଲା ଗୁଡ଼ିକର ମଧ୍ୟ ବର୍ଷା ହେବା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ପୂର୍ବର ପଶ୍ଚିମାଝଡ଼ ଅପେକ୍ଷା ଏହାର ପ୍ରଭାବ କମ ରହିବ । ଏପଟେ ଟ୍ରପଲାଇନ ପ୍ରଭାବରେ ଉପକୂଳ ଓଡିଶାରେ କାଳବୈଶାଖି ବର୍ଷା ଜାରି ରହିଛି । ଟୁଇନସିଟିରେ ଆକାଶ ମେଘୁଆ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି ।

ଆଇଏଏସ ସ୍ତରରେ ଅଦଳବଦଳ, ବଦଳିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ ହୋଇଛି । ବଦଳିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ନିକୁଞ୍ଜବିହାରୀ ଧଳ ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ୧୯୯୩ ବ୍ୟାଚ IAS ଅଫିସର ନିକୁଞ୍ଜବିହାରୀ ଧଳ । ସେହିଭଳି ବର୍ତ୍ତମାନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଥିବା ସୁଶୀଲ କୁମାର ଲୋହାନୀଙ୍କୁ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି । ଅବକାରୀ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ଲୋହାନୀ । ସେହିଭଳି ସତ୍ୟବ୍ରତ ସାହୁଙ୍କୁ SRC ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି ।

ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେଲେ ସତ୍ୟବ୍ରତ ସାହୁ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ACS ଭାବେ ସତ୍ୟବ୍ରତ ସାହୁଙ୍କୁ ଅତିରିକ୍ତ ଦାୟିତ୍ୱ । ସେହିଭଳି ସଂଜୟ ସିଂଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସୂଚନା ଲୋକ ସମ୍ପର୍କ ବିଭାଗର ପ୍ରମୁଖ ସଚିବ ଅଛନ୍ତି ସଂଜୟ ସିଂ । OSDMAର MD ଦାୟିତ୍ୱରେ ଜ୍ଞାନରଂଜନ ଦାସଙ୍କୁ ଦାୟିତ୍ବ ମିଳିଛି । OSDMAର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜ୍ଞାନରଂଜନ ଦାସ ।

ମହିଳାଙ୍କ ପ୍ରତି ଅଶାଳୀଳ ମନ୍ତବ୍ୟ ଦେବା ପଡ଼ିଲା ମହଙ୍ଗା, ସୋସିଆଲ ଟକ୍ ମାଲିକ ଗିରଫ

ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମରେ ମହିଳାଙ୍କ ପ୍ରତି ଅଶାଳୀଳ ମନ୍ତବ୍ୟ ଦେଇ ଗିରଫ ହୋଇଛନ୍ତି ସୋସିଆଲ ଟକ୍ ନାମକ ଏକ ଫେସବୁକ ପେଜର ମାଲିକ । ଗିରଫ ଯୁବକଙ୍କ ନାଁ ପ୍ରୀତିପ୍ରକାଶ ନାୟକ । ଫେସବୁକରେ ଗତ କିଛିଦିନ ହେଲା ବିଭିନ୍ନ ବ୍ୟକ୍ତିବିଶେଷ, ରାଜନେତା ଓ ମହିଳାଙ୍କ ପ୍ରତି ଅତ୍ୟନ୍ତ କଦର୍ଯ୍ୟ ଭାଷା ବ୍ୟବହାର କରି ବିଭିନ୍ନ ପ୍ରସଙ୍ଗରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଥିଲେ ।

ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ଚନ୍ଦ୍ରଶେଖରପୁର ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରୀତିପ୍ରକାଶ ପୂର୍ବରୁ ମଧ୍ୟ ଭଦ୍ରକ ପୋଲିସ ଦ୍ବାରା ଗିରଫ ହୋଇଥିବା ସୂଚନା ମିଳିଛି । ଗତବର୍ଷ ସେପ୍ଟେମ୍ବର ମାସ ୨୫ ତାରିଖରେ କଂଗ୍ରେସ ନେତା ଜଗଜୀବନ ମହାନ୍ତି ତାଙ୍କ ନାଁରେ ସାଇବର ପୋଲିସ ପାଖରେ ଏକ ଅଭିଯୋଗ ମଧ୍ୟ କରିଥିଲେ ।

ସଫଳତା, ବିକାଶ, ରୂପାନ୍ତରଣର ସୂତ୍ର ଫାଇଭ-ଟି ଏବେ ସାରାଦେଶରେ ରୋଲ ମଡେଲ

ନନ୍ଦିଘୋଷ ବ୍ୟୁରୋ: ଫାଇଭ-ଟି ସୁପରହିଟ । ସଫଳତା, ବିକାଶ, ରୂପାନ୍ତରଣର ସୂତ୍ର ଫାଇଭ-ଟି ଏବେ ସାରାଦେଶରେ ରୋଲ ମଡେଲ । ଆଜି ଦେଶ ଫାଇଭ-ଟିକୁ ରଣନୀତି କରିଛି । କେନ୍ଦ୍ର ସରକାର ଟିବି ବା ଯକ୍ଷ୍ମା ମୂଳୋତ୍ପାଟନ ପାଇଁ ଫାଇଭ-ଟି ଫର୍ମୁଲା ଆପଣେଇଛନ୍ତି । ଟ୍ରେସ, ଟେଷ୍ଟ, ଟ୍ରାକ, ଟ୍ରିଟ ଏବଂ ଟେକ୍ନୋଲଜିକୁ ନେଇ ଦେଶରେ ଟିବି କଣ୍ଟ୍ରୋଲ କାମ ଚାଲିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟିବି ବିରୋଧରେ ଭାରତର ଏହି ଫାଇଭ-ଟି ଫର୍ମୁଲାରେ ବିଶ୍ବସ୍ତରୀୟ ଦକ୍ଷତା ଲୁଚିରହିଛି ।

ପ୍ରଧାନମନ୍ତ୍ରୀଙ୍କ ଏହି ଉକ୍ତିକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ବାର୍ତ୍ତା ଦେଇଛନ୍ତି । ମୁଖ୍ୟ କଥା ହେଲା, ପ୍ରଧାନମନ୍ତ୍ରୀଙ୍କ ଏହି ଉକ୍ତି ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ମିଳିଯାଇଥିବ ଜବାବ । ରାଜ୍ୟରେ ବିକାଶ ନେଇ ପ୍ରଶାସନିକ ସ୍ତରରେ ସରକାର ଫାଇଭ-ଟି ଉପକ୍ରମ ଆଣିଛନ୍ତି । ଯାହାଦ୍ବାରା ରାଜ୍ୟରେ ବିକାଶର ସ୍ପିଡ ବଢିଛି । ହେଲେ ଏହି ବିକାଶରେ ହୋସ ହରାଇ ରାଜ୍ୟ ବିଜେପି ଫାଇଭ-ଟି କଣ ବୋଲି ପଚାରିଚାଲିଛି ।

ବିରୋଧୀ ଦଳ ନେତା ଫାଇଭ-ଟି କଣ ବୁଝିପାରୁନାହାଁନ୍ତି । ରାଜ୍ୟ ମାମଲାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂପୂର୍ଣ୍ଣ ଚୁପ ଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଫାଇଭ-ଟି ଫର୍ମୁଲାକୁ ଟ୍ବିଟ କରି ଦେଶରେ ବାର୍ତ୍ତା ବାଣ୍ଟୁଛନ୍ତି । ରାଜ୍ୟ ସରକାର ଫାଇଭ-ଟି ଫର୍ମୁଲା ଆଣିଛନ୍ତି । ଏକଥା ତାଙ୍କୁ ଭଲ ଭାବେ ମାଲୁମ ଥିବ । କିନ୍ତୁ ଯେତେବେଳେ ବିରୋଧୀ ଦଳ ନେତା ଫାଇଭ-ଟିର ଦକ୍ଷତା ନେଇ ସନ୍ଦିହାନ ସେତେବେଳେ ତାଙ୍କୁ ବୁଝାଇବା ଦାୟିତ୍ବ କାହାର ।

ଆକାଶରେ ବିରଳ ଦୃଶ୍ୟ, ଏକାଠି ନଜର ଆସିଲେ ଚନ୍ଦ୍ର ଓ ଶୁକ୍ରତାରା

ନନ୍ଦିଘୋଷ ବ୍ୟୁରୋ: ଜହ୍ନ ତଳେ ତାରା । ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ଆଜିର ଆକାଶରେ । ଲୋକମାନେ ଏହି ଦୃଶ୍ୟର ଚିତ୍ର ଉତ୍ତୋଳନ କରି ସୋସିଆଲ ମିଡିଆରେ ଅପଲୋଡ୍‌ କରୁଛନ୍ତି । ଖଗୋଳ ବିଜ୍ଞାନୀଙ୍କ ମତରେ ଚନ୍ଦ୍ରଙ୍କ ନିକଟରେ ଶୁକ୍ରତାରା ଦୃଶ୍ୟମାନ ହେଉଛନ୍ତି । ସାଧାରଣତଃ ସଂଧ୍ୟା ଏବଂ ଭୋର୍‌ ସମୟରେ ଶୁକ୍ରତାରା ଆକାଶରେ ଦୃଶ୍ୟମାନ ହୋଇଥାଏ । ଅନ୍ୟ ତାରାଙ୍କ ଅପେକ୍ଷା ଏହା ପୃଥିବୀର ଅଧିକ ନିକଟରେ ଥିବାରୁ ଅଧିକ ଉଜ୍ବଳ ଦେଖାଯାଇଥାଏ ।

କିନ୍ତୁ ତୃତୀୟା ଜହ୍ନ ମଝିରେ ଶୁକ୍ରତାରା ଦେଖାଯିବା ବିରଳ ଘଟଣା ବୋଲି କୁହାଯାଉଛି । ଏନେଇ ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଶୁକ୍ର ତାରା ଆଗକୁ ଚନ୍ଦ୍ର ଚାଲିଆସିବାରୁ ତାହା ଲୁଚିଯିବା ସଦୃଶ୍ୟ ଦେଖାଯାଉଛି । ଭାରତୀୟ ସମୟ ଅପରାହ୍ନ ୪ଟା ସମୟରେ ଏହି ପ୍ରକ୍ରିୟା ସଂଗଠିତ ହୋଇଥିଲା । ତେବେ ଦିନ ଥିବାରୁ ଏହା ଦୃଶ୍ୟମାନ ହୋଇନଥିଲା । ଜ୍ୟୋତିର୍ବିଜ୍ଞାନରେ ଏହାକୁ ଅକଲ ଟେସନ କୁହାଯାଏ ।