spot_img
Home Blog Page 3479

ମହୋତ୍ସବ ବେଳେ ଖସି ପଡ଼ିଲା କ୍ରେନ୍‌, ୩ ମୃତ

ଚେନ୍ନାଇ: ଚେନ୍ନାଇର ଏକ ମନ୍ଦିରରେ ମାୟିଲେରୁ ମହୋତ୍ସବ ଚାଲିଥିବା ବେଳେ କ୍ରେନ୍‌ ଖସି ପଡ଼ି ତିନି ଜଣଙ୍କ ମୃତ୍ୟୁ ହୋଇଛି । ୧୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚେନ୍ନାଇର କେଲଭିଠି ଠାରେ ଘଟିଥିବା ଏହି ଅଘଟଣର ଭିଡିଓ ସାମ୍ନାକୁ ଆସିଛି।

ମଣ୍ଡିୟମ୍ମନ ମନ୍ଦିରରେ ମହୋତ୍ସବ ଚାଲିଥିବା ବେଳେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା। ପାରମ୍ପରିକ ରୀତିନୀତି ମୁତାବକ ଲୋକମାନେ କ୍ରେନରେ ଲଟକି ଠାକୁରଙ୍କୁ ମାଳ ପିନ୍ଧାଇବାକୁ ଚେଷ୍ଟା କରୁଥିବା ବେଳେ କ୍ରେନଟି ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି ।

ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କ୍ରେନ ଖସି ପଡ଼ିବା ପରେ ଲୋକମାନେ ଚିତ୍କାର କରି ଏଣେତେଣେ ଦୌଡୁଥିବାରୁ ଦଳାଚକଟ ଭଳି ପରିସ୍ଥିତି ଉପୁଜିଥିଲା ।

ସୁଟକେଶରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା; ସ୍ତ୍ରୀ ରଚିଥିଲା ହତ୍ୟାକାଣ୍ଡର ଷଡଯନ୍ତ୍ର

ଖୋର୍ଦ୍ଧା: ଖୋର୍ଦ୍ଧା ହରିପୁରରେ ସୁଟକେଶରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା। ସ୍ବାମୀ ହତ୍ୟା ପାଇଁ ସ୍ତ୍ରୀ ରଚିଥିଲା ଷଡ଼ଯନ୍ତ୍ର। ଘଟଣାରେ ସ୍ତ୍ରୀ ଲିଲି ମହାପାତ୍ର, ଲିଲିଙ୍କ ପ୍ରେମିକ ବିକ୍ରମ କୁମାର ସାହୁ ଓ ଶଳା ମିଟୁ ଦାସଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତଙ୍କୁ ନେଇ ପୋଲିସ୍ ଟାଙ୍ଗୀ ଥାନା ଚଣ୍ଡେଶ୍ୱର ପଂଚାୟତ ଦାରୁ ଗାଁରେ କ୍ରାଇମ ସିନ୍ ରିକ୍ରିଏଟ କରୁଛି ପୋଲିସ।

ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ମୃତକଙ୍କ ପତ୍ନୀ ୩୦ ବର୍ଷୀୟ ଲିଲି ମହାପାତ୍ର । ଅନ୍ୟ ୨ ଅଭିଯୁକ୍ତଙ୍କ ମଧ୍ୟରେ ଲିଲିଙ୍କ ପ୍ରେମିକ ବିକ୍ରମ କୁମାର ସାହୁ ରହିଥିବା ସୂଚନା ମିଳିଛି। ଦାରୁଗାଁରେ ମୃତ ମନୋରଂଜନ ମହାପାତ୍ରଙ୍କର ସଢୁ ଘର। ସଢୁ ମହେନ୍ଦ୍ର ଦାସଙ୍କ ପୂର୍ବରୁ ମୃତ୍ୟୁ ହୋଇସାରିଛି । ମୃତ ମନୋରଂଜନ ଗତ ୧୫ଦିନ ହେଲା ସଢୁ ଘର ଦାରୁଗାଁରେ ରହି ଆସୁଥିଲେ।

ଗିରଫ ଅଭିଯୁକ୍ତ ବିକ୍ରମ କୁମାର ସାହୁର ଘର ଖୋର୍ଦ୍ଧା ଜିଲା ଟାଙ୍ଗୀ ଗାଁରେ । ବିକ୍ରମର ପରିବାର ଟାଙ୍ଗୀ ଛାଡି ବହୁ ଦିନ ହେଲା ଚାନ୍ଦପୁର ଡୋମଣୀ ସାହିରେ ରହି ଆସୁଥିଲେ। ଅନ୍ୟ ଜଣେ ଅଭିଯୁକ୍ତ ହେଉଛି ମନୋରଂଜନଙ୍କ ଶଳା ମିଟୁ ଦାସ। ତାଙ୍କ ଆଖିକୁ ଦେଖାଯାଉନଥିବା ଜଣାପଡିଛି।

ଭାରତ-ମିଆଁମାର ସୀମାରେ ମର୍ଚ୍ଚେଣ୍ଟ ନେଭିର କର୍ମଚାରୀ ଅସୁସ୍ଥ, ଏୟାରଲିଫ୍ଟ ଯୋଗେ ଅଣାଗଲା ଭୁବନେଶ୍ୱର

ଭୁବନେଶ୍ବର: ଭାରତ-ମିଆଁମାର ସୀମାରେ ମର୍ଚ୍ଚେଣ୍ଟ ନେଭିର ଏକ ଜାହାଜରେ ଜଣେ ଅଧିକାରୀ ଗୁରୁତର ଅସୁସ୍ଥ ହୋଇପଡିବାରୁ ତୁରନ୍ତ ତାଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ବର ଅଣାଯାଇଛି। ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅସୁସ୍ଥ କର୍ମଚାରୀ ଜଣକ ହେଲେ ମିଆଁମାରର ଥାନ୍ ହିକେ ଲିଉନ୍।

ରାସାୟନିକ ପଦାର୍ଥରେ ଭର୍ତ୍ତି ଜାହାଜ ଭିତରେ ଥିବାବେଳେ, ଥାନ୍ ହିକେ ୱିଣ୍ଡଲାସ ହାଇଡ୍ରୋକ୍ୟୁଲିକ ତେଲ ସଂପର୍କରେ ଆସିଥିଲେ। ପରେ ତଳି ପେଟରେ ପ୍ରବଳ ଯନ୍ତ୍ରଣା ହେବା ସହ ଗୁରୁତର ଅସୁସ୍ଥ ହୋଇପଡିଥିଲେ। ପ୍ରଥମ ଥର ପାଇଁ ଆଡଭାନସଡ ଲାଇଟ ହେଲିକପ୍ଟରଟି ଭୁବନେଶ୍ବରରୁ ଯାଇ ସମୁଦ୍ର ମଧ୍ୟରୁ ଗୁରୁତର ଅସୁସ୍ଥ ଅଧିକାରୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି।

ଶତ୍ରୁଙ୍କ ନିଦ ଉଡ଼ାଇବ INS ବାଗିର, ଭାରତୀୟ ନୌସେନାରେ ସାମିଲ ହେଲା

ନୂଆଦିଲ୍ଲୀ: ଶତ୍ରୁ ରାଷ୍ଟ୍ର ବିରୋଧରେ ଭାରତର ସମରସଜ୍ଜା। ଆଜି ଭାରତୀୟ ନୌସେନାରେ ସାମିଲ ହୋଇଛି ବାହୁବଳୀ । ଫିପଥ୍ ଡିଜେଲ ଇଲେକ୍ଟ୍ରିକ ସ୍କର୍ପିନ ଆଇଏନଏସ ବାଗିର ନୌସେନାରେ ସାମିଲ ହୋଇଛି । ଆଣ୍ଟି ସରଫେସ ଓ୍ବାରଫେର, ଆଣ୍ଟିସବମେରିନ ଓ୍ବାରଫେର, ଇଣ୍ଟେଲିଜେନସି ଗ୍ୟାଦରିଂ, ସର୍ଭେଲାନ୍ସ ମିସନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଛି ଆଇଏନଏସ ବାଗିର।

କାଲଭାରି ଶ୍ରେଣୀର ଏହି ସବମେରିନ ମଧ୍ୟରୁ ଆଇଏନଏସ କାଲଭାରି, ଆଇଏନଏସ କରଞ୍ଜ, ଆଇଏନଏସ ବେଳା ଭାରତୀୟ ନୌସେନାରେ ସାମିଲ ହୋଇସାରିଛି। ସୀମା ବିବାଦ ମଧ୍ୟରେ ଉଭୟ ବାୟୁସେନା ଓ ନୌସେନା ନିଜକୁ କରୁଛନ୍ତି ଶକ୍ତିଶାଳୀ। ଗତ କିଛିମାସ ତଳେ ଆଇଏନଏସ ବାଗିରର ହୋଇଥିବା ସମସ୍ତ ଟ୍ରାଏଲ ସଫଳ ହୋଇଥିଲା । ଏଥିରେ ଖଞ୍ଜାଯାଇଥିବା ସମସ୍ତ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା ଓ ସେନସର ଟ୍ରାଏଲ ମଧ୍ୟ ସମ୍ପୂର୍ଣ୍ଣ ସଫଳ ହୋଇଥିଲା ।

ପ୍ରଥମ ଥର ଲାଗି ୧୯୭୩ ନଭେମ୍ବର ୧ରେ ଆଇଏନଏସ ବାଗିରର ପ୍ରଥମ ଭର୍ସନ ନୌସେନାରେ ସାମିଲ ହୋଇଥିଲା। ଏହା ପରଠାରୁ ଅନେକ ମିସନରେ ନିଜର ସଫଳ ପରାକାଷ୍ଠା ପ୍ରଦର୍ଶନ କରିଆସିଛି ଆଇଏନଏସ ବାଗିର। ଏହି ଜାହାଜ ପାଣି ଉପରେ ଘଣ୍ଟା ପ୍ରତି ୨୦ କିଲୋମିଟର ଓ ପାଣି ଭିତରେ ଘଣ୍ଟା ପ୍ରତି ୪୦ କିଲୋମିଟର ବେଗରେ ଯାଇପାରିବ ।

ଗଞ୍ଜେଇ ଗାଡ଼ିକୁ ପିଛା କରି ହଟହଟା ପୋଲିସ୍ ବାବୁ

ମୋହନା: ଗଞ୍ଜେଇ ଗାଡ଼ିକୁ ପିଛା କରି ପୋଲିସ୍ ହଟହଟା। ଗଞ୍ଜେଇ ଗାଡ଼ିକୁ ଧରିବାକୁ ଯାଇ ଓଲଟିଲା ପୋଲିସ ଗାଡି। ଗଜପତି ଜିଲ୍ଲା ମୋହନା ଥାନା କିରତିଂ ଗାଁ ନିକଟରେ ଅଘଟଣ l

ସୂଚନା ଅନୁଯାୟୀ, ଗଞ୍ଜେଇ ଗାଡ଼ିକୁ ପିଛା କରିବାକୁ ଯାଇ ମୋହନା ଥାନା ଏଏସଆଇ ଏଲଭି ପ୍ରସାଦ ଗୁରୁତର ଆହତ ହୋଇଛନ୍ତିl ତାଙ୍କୁ ମୋହନା ମେଡ଼ିକାଲ ଅଣାଯିବା ସହ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛିl ତେବେ ଗଞ୍ଜେଇ ଭର୍ତ୍ତି ଗାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ସୂଚନା ମିଳିଛି ।

ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଆଜି ଦୁଇ ମହାନ ଓଡ଼ିଆ ବିପ୍ଳବୀ ନେତା ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ। ଏହି ଦୁଇ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ମୋଦି।

ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ସୁବାଷ ବୋଷଙ୍କ ଜୟନ୍ତୀରେ ସମଗ୍ର ଦେଶ ପାଳୁଛି  ପରାକ୍ରମ ଦିବସ । ସେପଟେ ବିପ୍ଲବୀ ନେତା ବୀର ସୁରେନ୍ଦ୍ର ସାଏଙ୍କ ଆଜି ୨୧୩ତମ ଜୟନ୍ତୀ। ଉଭୟ ବୀରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ରସୁଲଗଡ଼ ଛକ ଓ ଭିଏସଏସ ନଗରରେ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା। ବିଭିନ୍ନ ସଂଗଠନ ପକ୍ଷରୁ ଉଭୟ ସ୍ଥାନରେ ବୀରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ ବିଧାୟକ ଏବଂ ବରିଷ୍ଠ ନେତା ଯୋଗ ଦେଇଥିଲେ।

ଭୁବନେଶ୍ୱରରେ ଅନୁଷ୍ଠିତ ‘ଟାଇମ୍ସ ହେଲ୍ଥ ଆଇକନ ଓଡ଼ିଶା ଆୱାର୍ଡ଼ ୨୦୨୩’

ଭୁବନେଶ୍ୱର: ଟାଇମ୍ସ ଗ୍ରୁପ ପକ୍ଷରୁ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି ଟାଇମ୍ସ ହେଲ୍ଥ ଆଇକନ ଓଡ଼ିଶା ଆୱାର୍ଡ଼ ୨୦୨୩। ୫ ବର୍ଷ ହେଲାଣି ଟାଇମ୍ସ ଗ୍ରୁପ୍ ପକ୍ଷରୁ ସ୍ବାସ୍ଥ୍ୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବା ସ୍ବାସ୍ଥ୍ୟ ସଂସ୍ଥା, ହସ୍ପିଟାଲ ଓ ଡ଼ାକ୍ତରଙ୍କୁ ବିଭିନ୍ନ କ୍ୟାଟେଗୋରୀରେ ଟାଇମ୍ସ ଆଇକନ ଆୱାର୍ଡ଼ ପ୍ରଦାନ କରାଯାଇଛି।

ସମଗ୍ର ରାଜ୍ୟରୁ ୪୫ଟି ହସ୍ପିଟାଲ ଓ ଡାକ୍ତର ଏହି ଆୱାର୍ଡ଼ ପାଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ରରେ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରିବା ସହ ଲୋକଙ୍କୁ ଉତ୍ତମ ସେବା ଯୋଗାଇଥିବାରୁ ଏହି ଆୱାର୍ଡ଼ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବଲିଉଡ଼ର ବରିଷ୍ଠ କଳାକାର ଅନୁପମ ଖେର ଯୋଗ ଦେଇ ଡାକ୍ତର ମାନଙ୍କୁ ଆୱାର୍ଡ଼ ପ୍ରଦାନ କରିଛନ୍ତି ।

ଟାଇମ୍ସ ହେଲ୍ଥ ଆଇକାନ୍ ଆୱାର୍ଡ଼ ପାଇଁ ରାଜ୍ୟରେ ୬୦ଦିନ ସର୍ଭେ କରାଯାଇ ବେଷ୍ଟ ହସ୍ପିଟାଲ ଓ ଡାକ୍ତର ଚୟନ ହୋଇଥିଲା। ସନ୍ତା ଫର୍ଟିଲିଟି ସେଣ୍ଟରକୁ ଫର୍ଟିଲିଟି କ୍ଷେତ୍ରରେ ଆୱାର୍ଡ଼ ପ୍ରଦାନ କରାଯାଇଛି। ସେହିପରି ଗାଇନୋକୋଲୋଜି କ୍ଷେତ୍ରରେ ଡାକ୍ତର ଜିଏସଏସ ମହାପାତ୍ରଙ୍କୁ ଟାଇମ୍ସ ପରିବର୍ତ୍ତନ ଆୱାର୍ଡ଼ ପ୍ରଦାନ କରାଯାଇଛି। ହେଲ୍ଥ ଆଇକନ ଆୱାର୍ଡ଼ରେ ସମ୍ ହସ୍ପିଟାଲ ଓ ସମ୍ ଅଲ୍ଟିମେଟକୁ ଆୱାର୍ଡ଼ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ୨୦୦ରୁ ଉର୍ଦ୍ଧ୍ୱ ଡାକ୍ତର ଯୋଗ ଦେଇଥିଲେ।

୨୦୨୪ ନିର୍ବାଚନରେ ବିଜେଡି ମାରିବ ବାଜି; ସଂକଳ୍ପ ନେଲେ ନେତା, କର୍ମୀ

କଟକ: ୨୦୨୪ ନିର୍ବାଚନରେ କଟକ ବାରବାଟୀ ନିର୍ବାଚନମଣ୍ଡଳୀରେ ବିଜେଡି ମାରିବ ବାଜି । ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ। କଟକ ଖ୍ରୀଷ୍ଟିଆନ ପଡ଼ିଆରେ ଆୟୋଜିତ ବିଜୁ ଜନତା ଦଳର ୨୬ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏପରି ସଂକଳ୍ପ ନେଇଛି ବିଜେଡି।

ଗତ ପୌର ନିର୍ବାଚନ ସମୟରେ ବିଜେଡି ବାରବାଟୀରେ ଦେଖାଇଥିଲା ଦମ୍‌। ୨୮ଟି କର୍ପୋରେଟର ଜିତିବା ସହ ମେୟର ସୁବାସ ସିଂ ମଧ୍ୟ ବିପୁଳ ଭୋଟ ବ୍ୟବଧାନରେ ଜିତିଥିଲେ। କଟକର ବିକାଶ ଦିଗରେ ରାଜ୍ୟ ସରକାର ଯେଉଁ ତତ୍ପରତା ଦେଖାଉଛନ୍ତି, ତାକୁ କଟକବାସୀ ପ୍ରଶଂସା କରିଛନ୍ତି। ଏସସିବି ମେଡିକାଲ ସମ୍ପ୍ରସାରଣ ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଜାରି ରହିଛି। କଟକରେ ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଆଦି ସବୁ ଦିଗକୁ ନୂଆରୂପ ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି ।

ବିଷାକ୍ତ ମଦ ପିଇ ବିହାରରେ ୩ ମୃତ

ପାଟଣା: ବିହାରରେ ପୁଣି ମଦ ମୃତ୍ୟୁ। ଡ୍ରାଏ ଷ୍ଟେଟରେ ବିଷାକ୍ତ ମଦ ପିଇ ୩ ଜଣଙ୍କର ମୃତ୍ୟୁ ହୋଇଛି। ସିଓ୍ବାନ ଜିଲ୍ଲା ବାଲା ଗ୍ରାମରେ ବିଷାକ୍ତ ମଦ୍ୟପାନ କରି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦ଜଣ ଗୁରୁତର ହାଇଛନ୍ତି। ଗୁରୁତରମାନଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବରପାଇ ଜିଲ୍ଲା ମାଜିଷ୍ଟ୍ରେଟ୍ ଅମିତ କୁମାର ହସ୍ପିଟାଲରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଘଟଣାରେ ପୋଲିସ ୧୦ଜଣଙ୍କୁ ଗିରଫ କରିଛି ।

ଗତ ଡିସେମ୍ବରରେ ବିହାରର ସରଣ ଜିଲ୍ଲାରେ ବିଷାକ୍ତ ମଦ ପିଇ ପ୍ରାୟ ୭୦ଜଣଙ୍କର ମୃତ୍ୟୁ ହୋଇଥିଲା। ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର SIT ଗଠନ କରିଥିବା ବେଳେ ଚୋରା ମଦ ବ୍ୟବସାୟରେ ସମ୍ପୃକ୍ତି ଅଭିଯୋଗରେ ଅନେକଙ୍କୁ ଗିରଫ କରିଥିଲା ଟିମ୍। ସରଣ ଜିଲ୍ଲାରେ ମଦ ମୃତ୍ୟୁ ଘଟଣା ପୁରା ଦେଶରେ ଚହଳ ପକାଇଥିବା ବେଳେ ସେଠାକାର ପୋଲିସ ଚୋରାମଦ କାରବାରରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ଧରିବାକୁ ଧରପଗଡ଼ ଚଳାଇଥିଲା।

ମଦ ଦୋକାନୀ ମ୍ୟାନେଜରଙ୍କ ଘର କବାଟ ତାଡ଼ି ସାଢ଼େ ଚାରି ଲକ୍ଷ ଲୁଟ୍‌

ଦେବଗଡ଼: ଦେବଗଡ଼ରେ ଲୁଟ୍। ସହରରେ ଉତ୍ସବ ଚାଲିଥିବା ବେଳେ ମାତିଛନ୍ତି ଲୁଟେରା। ମଦ ଦୋକାନୀ ମ୍ୟାନେଜରଙ୍କ ଘର କବାଟ ଭାଙ୍ଗି ଆଲମାରିରୁ ସାଢେ ୪ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ସୂଚନା ଅନୁଯାୟୀ, ମ୍ୟାନେଜର ଗଣେଷ ପ୍ରସାଦ ରହୁଥିବା ଘରର କାଠ କବାଟ ତାଡି ଭିତରକୁ ପଶିବା ସହ କଟର ମେସିନ ବ୍ୟବହାର କରି ଟଙ୍କା ରଖା ହୋଇଥିବା ଆଲମିରାକୁ କାଟି ଟଙ୍କା ଲୁଟି ନେଇଥିବା ଜଣାପଡିଛିl ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।