spot_img
Home Blog Page 3562

ଇଣ୍ଡୋନେସିଆରେ ୭.୭ ତୀବ୍ରତାର ଭୂମିକମ୍ପ ଝଟକା, ଉପକୂଳ ଅଞ୍ଚଳରେ ସୁନାମୀ ଆଲର୍ଟ

ଜାକର୍ତ୍ତା: ଭୟଙ୍କର ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ । ବିଳମ୍ବିତ ରାତିରେ ଦୋହଲିଲା ଇଣ୍ଡୋନେସିଆର ତୁଆଲ କ୍ଷେତ୍ର । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୭ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମୀ ଆଲର୍ଟ ଜାରି କରାଯାଇଛି । ସ୍ଥାନୀୟ ସମୟ ୨.୪୭ ମିନିଟ୍‌ରେ ଇଣ୍ଡୋନେସିଆର ତୁଆଲ କ୍ଷେତ୍ରରେ ଭୂ-କମ୍ପ ଝଟକା ଅନୁଭୂତ ହୋଇଥିଲା ।

୨୦୦୦ କିଲୋମିଟରରୁ ବି ଅଧିକ ଦୂରତା ଯାଏଁ ଏହି ଝଟକା ଅନୁଭବ ହୋଇଥିଲା । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ୩୪୨ କିଲୋମିଟର ଗଭୀରତାରେ ରହିଛି । ଅଷ୍ଟ୍ରେଲିଆ, ଇଷ୍ଟ ତିମୋର ଲେସ୍ତୋ ଓ ଇଣ୍ଡୋନେସିଆର ପ୍ରାୟ ୧.୪ କୋଟି ଲୋକ ଭୂମିକମ୍ପର ଝଟ୍‌କା ଅନୁଭବ କରିଛନ୍ତି । ତେବେ ଭୂକମ୍ପଜନିତ କ୍ଷୟକ୍ଷତି ସମ୍ପର୍କରେ ଜଣାପଡ଼ିନାହିଁ ।

ମାଟିରେ ମିଶିବ ଯୋଶୀମଠର ଅସ୍ତିତ୍ବ , ଆଜିଠୁ ବିପଦସଙ୍କୁଳ କୋଠା ଭାଙ୍ଗିବ ପ୍ରଶାସନ

ଉତ୍ତରଖଣ୍ଡ : ଯୋଶୀମଠରେ ମାଟିରେ ମିଶିବ ବିପଦସଙ୍କୁଳ ବିଲ୍ଡିଂ । ଡେଞ୍ଜର ଜୋନରେ ଆଜିଠାରୁ ପ୍ରଶାସନ ପକ୍ଷରୁ ବିଲ୍ଡିଂ ଭଙ୍ଗାଯିବା ପ୍ରକ୍ରିୟା ଆରମ୍ଭ ହେବ । ଏକ୍ସପର୍ଟ ପ୍ୟାନେଲର ପରାମର୍ଶ ଆଧାରରେ ଅତ୍ୟଧିକ ପ୍ରଭାବିତ ଘରଗୁଡ଼ିକୁ ଭାଙ୍ଗିବାକୁ ନିଷ୍ପତ୍ତି ନିଆଯାଇଛି । CBRI ଓ NDRF ଟିମ୍ ଉପସ୍ଥିତିରେ ଉଚ୍ଛେଦ କରାଯିବ । ଅନେକ ଘର, ହୋଟେଲ ଭାଙ୍ଗିବାକୁ ଚିହ୍ନଟ କରାଯାଇଛି ।

ଉତ୍ତରାଖଣ୍ଡ ଯୋଶୀମଠରେ କ୍ରାକ ଜୋନରେ ଶହ ଶହ ପରିବାର । ରାସ୍ତା ଫାଟି ପାଣି ବାହାରୁଛି । ୬ଶହରୁ ଊର୍ଦ୍ଧ୍ବ ଘରେ ଫାଟ ପଡ଼ିଥିବା ବେଳେ ରାସ୍ତାରେ ବିରାଟକାୟ ଫାଟ ସୃଷ୍ଟି ହୋଇଛି । ପ୍ରଶାସନ ପକ୍ଷରୁ ଯୋଶୀମଠ ସହରକୁ ତିନି ଭାଗରେ ଭାଗ କରାଯାଇଛି । ଡେଞ୍ଜର, ବଫର ଓ ସେଫ୍ ଜୋନରେ ସହରକୁ ପ୍ରଶାସନ ପକ୍ଷରୁ ଭାଗ କରାଯାଇଛି ।

ଏବେସୁଦ୍ଧା ୬ହଜାର ଲୋକଙ୍କୁ ଥଇଥାନ କେନ୍ଦ୍ରକୁ ସ୍ଥାନାନ୍ତର କରିଛି ପ୍ରଶାସନ । ଯୋଶୀମଠକୁ ପ୍ରଶାସନ ବିପଦସଙ୍କୁଳ ସ୍ଥାନ ଘୋଷଣା କରିସାରିଛି । ସହରର ସୁରକ୍ଷା ଦୃଷ୍ଟିରୁ ଆଖପାଖରେ ନିର୍ମାଣ କାର୍ଯ୍ୟ ଉପରେ ରୋକ ଲଗାଯାଇଛି । ଯୋଶୀମଠ ସ୍ଥିତିର ସମୀକ୍ଷା କରୁଥିବା କେନ୍ଦ୍ରୀୟ ଟିମ୍ ଆଜି ପିଏମଓରେ ରିପୋର୍ଟ ଦାଖଲ କରିବ ।

ସେପଟେ ଯୋଶୀମଠ ମାମଲାର ତ୍ବରିତ ଶୁଣାଣି ପାଇଁ ଖଣ୍ଡପୀଠଙ୍କ ମନା କରିଦଇଛନ୍ତି । ଯୋଶୀମଠ ମାମଲାର ତୁରନ୍ତ ଶୁଣାଣି ପାଇଁ ପିଟିସନ ଦାଏର ହୋଇଥିଲା । ମାତ୍ର ଆସନ୍ତା ୧୬ ତାରିଖରେ ମାମଲାର ଶୁଣାଣି ଲାଗି କୋର୍ଟ ଏହାକୁ ତାଲିକଭୁକ୍ତ କରିଛନ୍ତି ।

ବିଏସକେୱାଇ କାର୍ଡ ହାତେଇ ଠକୁଥିଲେ, ଧରିଲା ପୋଲିସ

କଟକ : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ରାକେଟକୁ ଧରିଲା ବାୟାଳିଶ ମୌଜା ଥାନା ପୋଲିସ । ଦଲାଲ ସମେତ ହସ୍ପିଟାଲ ମାଲିକକୁ ମିଶାଇ ମୋଟ୍‌ ୫ ଜଣଙ୍କୁ ଅଟକ ରଖିଛି ପୋଲିସ । ସେମାନଙ୍କଠାରୁ ଏକାଧିକ ବିଏସକେୱାଇ କାର୍ଡ ଜବତ କରାଯାଇଛି ।

ବିଏସକେୱାଇ ହିତାଧିକାରୀମାନଙ୍କୁ ପ୍ରଲୋଭିତ କରି ଏହି ଦଲାଲମାନେ ସେମାନଙ୍କଠାରୁ ବିଏସକେୱାଇ କାର୍ଡ ହାତେଇ ଲକ୍ଷାଧିକ ଟଙ୍କା ଠକୁ ଥିଲେ । ଖୁବଶୀଘ୍ର ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି ।

୫୦ହଜାର ବର୍ଷ ପରେ ପୁଣି ପୃଥିବୀ ମୁହାଁ ଧୂମକେତୁ

ୱାସିଂଟନ : ପୃଥିବୀ ମୁହାଁ ଧୂମକେତୁ । ପୁଣି ଥରେ ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ । ଦୀର୍ଘ  ୫୦ହଜାର ବର୍ଷ ପରେ ପୁଣି ଥରେ ପୃଥିବୀ ଆଡ଼କୁ ଆସୁଛି ଧୂମକେତୁ । ଏହାର ନାଁ ସି/୨୦୨୨ ଇ୩ (ZTF)। ପୃଥିବୀ ଆକାଶରେ ଚମକିବ ସବୁଜ ଧୂମକେତୁ । ଯାହାର ଫଟୋ ଉତ୍ତୋଳନ କରିବା ପାଇଁ ଜ୍ୟୋତିର୍ବିଜ୍ଞାନୀ ଏବଂ ଫଟୋଗ୍ରାଫରମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ ।

ଏହା ପୂର୍ବରୁ ଏହି ଧୂମକେତୁ ଶେଷଥର ପାଇଁ ନିଅନଡର୍ଟାଲ ଯୁଗରେ ପୃଥିବୀର ନିକଟତର ହୋଇଥିଲା । ନାସା କହିବା ଅନୁଯାୟୀ, ପ୍ରଥମେ ମାର୍ଚ୍ଚ ୨୦୨୨ରେ କାଲିଫର୍ଣ୍ଣିଆ-ସ୍ଥିତ ଜ୍ବିକି ଟ୍ରାଞ୍ଜିଏଣ୍ଟ ଫାସିଲିଟି ଦ୍ବାରା ଏହି ଧୂମକେତୁର ଆବିଷ୍କାର କରାଯାଇଥିଲା।

ଫେବୃଆରୀ ଆାକଶରେ ଦିଶିବ ଧୂମକେତୁର ଦୃଶ୍ୟ । ନାସା ବୈଜ୍ଞାନିକଙ୍କ କହିବା ଅନୁସାରେ, ଏହି ଧୂମକେତୁ ଜାନୁଆରୀ ୧୩ ତାରିଖରେ ସୂର୍ଯ୍ୟଙ୍କର ନିକଟତମ ହେବ। ଆସନ୍ତା ଫେବୃଆରୀ ପହିଲାରେ ଏହା ପୃଥିବୀର ନିକଟତମ ହେବ ଏବଂ ତା’ର ନିକଟତମ ଦୂରତା ହେଉଛି ୪୨ ନିୟୁତ କିଲୋମିଟର, ଯାହା ଚନ୍ଦ୍ର ଓ ପୃଥିବୀ ମଧ୍ୟସ୍ଥ ଦୂରତାର ୧୦୯ ଗୁଣ ।  ସୂର୍ଯ୍ୟଙ୍କ ଆକର୍ଷଣରେ ଏହା ନିକଟତର ହେଲେ ମଧ୍ୟ ବିନା ଦୂରବୀକ୍ଷଣ ଯନ୍ତ୍ରରେ ଏହାକୁ ଦେଖିବା ସମ୍ଭବ ହେବନାହିଁ ।

ଆଉ କିଛି ଦିନ ପରେ ଉତ୍ତର ଗୋଲାର୍ଦ୍ଧର ଲୋକମାନେ ବାଇନୋକୁଲାର ସାହାଯ୍ୟରେ ଏହାକୁ ଦେଖିହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଏବେ ନିକଟରେ ନାସା ଦ୍ବାରା ଗତ ଡିସେମ୍ବର ୧୯ରେ ଉଠା ଯାଇଥିଲା, ଯାହା ଏବେ ବିଭିନ୍ନ ଗଣମାଧ୍ୟମରେ ଦେଖିବାକୁ ମିଳୁଛି। ଯେଉଁମାନେ ଏହି ଧୂମକେତୁକୁ ପେରିହେଲିଅନ ବା ସୂର୍ଯ୍ୟଙ୍କଠାରୁ ନିକଟତମ ଅବସ୍ଥାରେ ଦେଖିବାକୁ ଚାହାନ୍ତି, ସେମ‌ାନେ ଜାନୁଆରୀ ୧୩ରେ ମହାକାଶବିଜ୍ଞାନୀ ଜିଆନଲୁସା ମାସିଙ୍କ ଭର୍ଚୁଆଲ ଟେଲିସ୍କୋପ୍ ପ୍ରୋଜେକ୍ଟର ୟୁଟ୍ୟୁବ୍ ଚାନେଲର ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ଦେଖିପାରିବେ।

ଆଜିଠୁ ରାଜ୍ୟରେ କମିବ ଶୀତ, ବଢିବ ତାପମାତ୍ରା

ଭୁବନେଶ୍ବର : ଆଜିଠୁ ଶୀତରୁ ମିଳିବ ସାମାନ୍ୟ ଆଶ୍ବସ୍ତି  । ରାଜ୍ୟରେ ତାପମାତ୍ରା ବଢିବା ସହିତ ଶୀତ ସାମାନ୍ୟ କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜିଠୁ ରାତିର ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ପ୍ରଭାବରେ ଅନୁଭୂତ ହେଉଥିବା ଅସହ୍ୟ ଶୀତରୁ ତ୍ରାହି ମିଳିବ । ଏବେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତଲହରୀ ଜାରି ରହିଛି ।

ରାଜ୍ୟର ୧୫ରୁ ଅଧିକ ସହରର ତାପମାତ୍ରା ୧୦ଡିଗ୍ରୀ ତଳେ ରେକର୍ଡ ହେଉଛି । ଲଗାତାର କୋରାପୁଟର ସିମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହେଉଛି  । ଫୁଲବାଣୀରେ ୫ଡିଗ୍ରୀ ପାଖାପାଖି ରହୁଛି ପାରା । ଆସନ୍ତା କାଲି ପରେ ତାପମାତ୍ରା ସ୍ବାଭାବିକକୁ ଫେରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  ।

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଆରଡବ୍ଲୁ ଡିଭିଜନର କନିଷ୍ଠ କିରାଣି

ସୁନ୍ଦରଗଡ଼ : ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଆରଡବ୍ଲୁ ଡିଭିଜନର କନିଷ୍ଠ କିରାଣି ନନ୍ଦିକିଶୋର ନାଥ । ଭୁବନେଶ୍ବର, ବରଗଡ଼, ରାଉରକେଲା ଓ ସମ୍ବଲପୁରର ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍ । ଭୁବନେଶ୍ବର ଲକ୍ଷ୍ମୀସାଗର ସାଇକୃପା ଏନକ୍ଲେଭରେ ଥିବା ୧୦୫ ନମ୍ବର ପ୍ଲଟ୍‌ରେ ଚାଲିଛି ଛାପା ।

ବରଗଡ଼ ଭିଏସଏସ ନଗରରେ ଥିବା ପୈତୃକ ଘର, ପାନପୋଷ ହକି ଛକରେ ଥିବା ସରକାରୀ କ୍ବାର୍ଟର୍ସ, ସୁ୍ନଦରଗଡ଼ରେ ଥିବା ଅଫିସ ଚାମ୍ବର, ସମ୍ବଲପୁର ଅଁଇଠାପାଲୀସ୍ଥିତ ଘର, ଏବଂ ସମ୍ପର୍କୀୟଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍ । ରେଡ୍‌ରେ ୩ଜଣ ଡିଏସପି , ୯ ଇନସ୍ପେକ୍ଟର, ଜମେ ଏସଆଇ, ୨ଜଣ ଏଏସଆଇ ସାମିଲ ଅଛନ୍ତି ।

ଅର୍କକ୍ଷେତ୍ରରେ ସର୍ବଭାରତୀୟ କନକ୍ଲେଭ୍ , ସାରା ଦେଶର କିମ୍ବଦନ୍ତୀ ସାମିଲ

କୋଣାର୍କ : କୋଣାର୍କରେ ହକି ଲିଜେଣ୍ଡଙ୍କ ମେଳି । ଅର୍କକ୍ଷେତ୍ରରେ ଚାଲିଛି ସର୍ବଭାରତୀୟ ହକି କନକ୍ଲେଭ୍ । ସାରା ଦେଶର ହକି କିମ୍ବଦନ୍ତୀଙ୍କୁ ଏଠାରେ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇକୋ ରିଟ୍ରିଟରେ ଲିଜେଣ୍ଡ୍ସଙ୍କ ପାଇଁ ରହିବା ବ୍ୟବସ୍ଥା ହୋଇଛି। ଭିଡିଓ ବାର୍ତ୍ତା ମାଧ୍ୟମରେ ସମସ୍ତଙ୍କୁ ସଂସ୍କୃତି ଓ ଐତିହ୍ୟର ସହରକୁ ସମସ୍ତଙ୍କୁ ସ୍ବାଗତ କରିଛନ୍ତି ନବୀନ। ବିଶ୍ବକପକୁ ମଝିରେ ଆଉ ୨ଦିନ ବାକିଥିବା ବେଳେ କୋଣାର୍କରେ ଚାଲିଛି ହକି କନକ୍ଲେଭ ।

୧୯୭୫ ବିଶ୍ବକପରେ ସ୍ବର୍ଣ୍ଣ ଜିତିଥିବା ଭାରତୀୟ ଟି ସଦସ୍ୟଙ୍କ ସହ ସମସ୍ତ ରାଜ୍ୟ ହକି ଫେଡରେସନର ସଭାପତି, ସେକ୍ରେଟାରୀ ଓ ହକି ଇଣ୍ଡିଆର ସମସ୍ତ ପଦାଧିକାରୀ ଯୋଗଦେଇଛନ୍ତି । ଏଥିରେ ହକି ବିକାଶ ନେଇ ଆଲୋଚନା କରାଯାଉଛି। ବିଶେଷକରି ମଡର୍ଣ୍ଣ ହକିକୁ ନେଇ ହେଉଛି ଚର୍ଚ୍ଚା। କ’ଣ କଲେ ହକି ଖେଳର ଲୋକପ୍ରିୟତା ବଢ଼ିବ, ସେନେଇ ମଧ୍ୟ ଆଲୋଚନା କରାଯାଉଛି। ସମସ୍ତଙ୍କୁ ବିଶ୍ବକପରେ ସାମିଲ କରାଯାଉଛି।

ହକି ପାଇଁ ବିଏମସି ପକ୍ଷରୁ ୬୭ଟି ଓ୍ବାର୍ଡରେ ଓ୍ବାକାଥନ କାର୍ଯ୍ୟକ୍ରମ

ଭୁବନେଶ୍ବର : ଭୁବନେଶ୍ବରରେ ହକି କ୍ରେଜ । ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ୍ ଆୟୋଜନ କରୁଛି ଓଡ଼ିଶା । ହକି ପାଇଁ ଏବେ ରାଜ୍ୟବାସୀଙ୍କ ମନରେ ଉତ୍ସାହ ଭରିରହିଛି । ଆଗକୁ ଭୁବନେଶ୍ବରକୁ ଅଧିକ ଉତ୍ସବମୁଖର କରିବାରୁ ବିଏମସି ନେଇଛି ବଡ଼ ପଦକ୍ଷେପ । ହକି ପାଇଁ ହେଉଛି ୱାକାଥନ୍ ।

ଆଜି ସମସ୍ତ ୬୭ଟି ଓ୍ବାର୍ଡରେ ହେବ ପଦଯାତ୍ରା ବା ଓ୍ବାକାଥନ । ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ହେବ । ପ୍ରତି ଓ୍ବାର୍ଡରେ କର୍ପୋରେଟରଙ୍କ ନେତୃତ୍ୱରେ ୫ଶହ ମିଟରରୁ ୧କିଲୋମିଟର ପର୍ଯ୍ୟନ୍ତ କରାଯିବ ପଦଯାତ୍ରା । ପୂର୍ବରୁ ବିଏମସିର ୩ଟି ଜୋନରେ ସଫଳତାର ସହ ପୃଥକ ପୃଥକ ଭାବେ ସାଇକ୍ଲୋଥନ ଆୟୋଜନ ହୋଇଥିଲା ।

ଆଜିଠୁ ଆରମ୍ଭ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ

ଗୌହାଟୀ : ଆଜିଠୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ । ସିରିଜରେ ରହିଛି ୩ଟି ମ୍ୟାଚ୍ । ଆଜି ଦିନ ସାଢେ ଗୋଟାଏରେ ଆସାମ ଗୌହାଟୀରେ ଖେଳାଯିବ ପ୍ରଥମ ଦିନିକିଆ । ରୋହିତ ଶର୍ମାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।

ଆହତ କାରଣରୁ ବାଂଲାଦେଶ ଶୃଙ୍ଖଳାରୁ ବାଦ ପଡ଼ିଥିବା ରୋହିତ ଫିଟ ହୋଇ ପଡ଼ିଆକୁ ଓହ୍ଲାଉଛନ୍ତି । ଅନ୍ୟପଟେ ଟିମ ଇଣ୍ଡିଆକୁ ଲାଗିଛି ଏକ ଝଟକା । ଅନଫିଟ କାରଣରୁ ଦଳରୁ ବାଦ ପଡ଼ିଛନ୍ତି ଯଶପ୍ରୀତ ବୁମରା । ଟିଟ୍ବେଣ୍ଟି ସିରିଜ ବିଜୟ ସହିତ ମେନ ଇନ ବ୍ଲୁରର ମନୋବଳ ବେଶ୍ ଦୃଢ ରହିଛି । ଆରମ୍ଭରୁ ମ୍ୟାଚ୍ ଜିତି ଦିନିକିଆ ସିରିଜ ହାତେଇବା ଲକ୍ଷ୍ୟରେ ଆଗକୁ ବଢିବ ଭାରତ । ସେପଟେ ଶେଷ ଟି-ଟ୍ବେଣ୍ଟି ପରାଜୟର ବଦଲା ନେବାକୁ ରଣନୀତି କରିଛି ଶ୍ରୀଲଙ୍କା ।

ଆଜି ପଞ୍ଜାବରେ ଭାରତ ଯୋଡୋ ଯାତ୍ରା, ପିସିସି ପକ୍ଷରୁ ଜୋରଦାର ପ୍ରସ୍ତୁତି

ପଞ୍ଜାବ : ଆଜି ପଞ୍ଜାବରେ ପ୍ରବେଶ କରିବ ଭାରତ ଯୋଡୋ ଯାତ୍ରା । ଶହ ଶହ ସମର୍ଥକଙ୍କ ସହ ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ପଞ୍ଜାବରେ ଚାଲିବ ଅଭିଯାନ । ହିଂସା, ବିଦ୍ବେଷ, ମୁଦ୍ରାସ୍ଫୀତି, ଦରବୃଦ୍ଧି, ବେକାରୀ ଆଦି ବିରୋଧରେ ଦେଶର ବିଭିନ୍ନ ରାଜ୍ୟରେ ଜାରି ରହିଛି ଆନ୍ଦୋଳନ । ଯାତ୍ରାରେ ଦଳର ବହୁ ହେଭିଓ୍ବେଟଙ୍କ ସମେତ ଅନ୍ୟାନ୍ୟ ନେତା ଯୋଗଦେବେ । ଶମ୍ଭୁ ବର୍ଡର ଦେଇ ଫତେଗଡ ସାହିବରେ ଯାତ୍ରା ପହଞ୍ଚିବ ବୋଲି କହିଛି ପିସିସି ସଭାପତି ଅମରିନ୍ଦର ସିଂ ରାଜା ଓ୍ବାରିଂ । ଏଥିରେ ବି ସାମିଲ ହେବେ ସମ୍ପାଦକ ହରିଶ ଚୌଧୁରୀ ଓ ପଞ୍ଜାବ ବିଧାନସଭାରେ ବିରୋଧୀ ଦଳ ନେତା ପ୍ରତାପ ସିଂ ବାଜଓ୍ବା ।

୧୧ ତାରିଖରେ ଏହି ରାଲି ଗୁରୁଦ୍ବାର ସାହିବରେ ପହଞ୍ଚିବ ଏବଂ ସେଠାରେ ଏକ ସାଧାରଣ ସଭାରେ ଯୋଗ ଦେବେ ରାହୁଲ ଗାନ୍ଧି । ବର୍ତ୍ତମାନ ସୁଦ୍ଧା ଭାରତ ଯୋଡୋ ଯାତ୍ରାରେ ବହୁ ରାଜନେତା, କଳାକାର, ଅଭିନେତା, ଅଭିନେତ୍ରୀ, ଗାୟିକା, ଅର୍ଥନୀତିଜ୍ଞ, ଶିଳ୍ପପତି ପ୍ରମୁଖ ସାମିଲ ହୋଇସାରିଛନ୍ତି । ପଞ୍ଜାବରେ ଅଭିଯାନ କାଳରେ ଏଥିରେ ସାମିଲ ହୋଇପାରନ୍ତି ରାଜ୍ୟର କେତେକ ପ୍ରବାସୀ ଭାରତୀୟ । ପ୍ରାୟ ୪ ହଜାର କିଲୋମିଟର ଅତିକ୍ରମ କରିବା ପରେ ଶ୍ରୀନଗରରେ ଏହି ଯାତ୍ରା ସରିବ ।