spot_img
Home Blog Page 3564

ପାର୍କିଂରେ ଛିଡ଼ା ଥିବାବେଳେ ଜଳିଗଲା ତୀର୍ଥଯାତ୍ରୀ ବସ୍

ପୁରୀ: ଜଳିଗଲା ଯାତ୍ରୀବାହୀ ବସ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିର ପଛ ପଟେ ଘଟିଛି ଅଘଟଣ । ପାର୍କିଂରେ ଥିବା ବେଳେ ବସର ପଛ ପଟେ ଲାଗିଯାଇଛି ନିଆଁ । ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥାଇପାରେ ପେଗଙ୍ଗା ସାଗର ଯାତ୍ରା କରିବା ପାଇଁ ୟୁପିର ଏକ ମଧ୍ୟ-ପ୍ରଦେଶ ଗ୍ବାଲିଅରରୁ ଆସିଥିଲେ ୪୦ ଜଣ ପର୍ଯ୍ୟଟକ ।

ବସରେ ଥିବା କିଛି ଲୋକ ମନ୍ଦିର ଦର୍ଶନ ପାଇଁ ଯାଇ ଥିବା ବେଳେ କିଛି ଲୋକ ବସ ନିକଟରେ ବିଶ୍ରାମ ନେଉଥିବା ବେଳେ ବସରେ ଲାଗିଥିଲା ନିଆଁ। ତେବେ ଅଗ୍ନିକାଣ୍ଡରେ କାହାର କୌଣସି କ୍ଷତି ହୋଇ ନଥିଲା ବେଳେ ବସରେ ଥିବା ଯାତ୍ରୀଙ୍କ ଲୁଗା ପଟା ସହିତ ଆବଶ୍ୟକ ଜିନିଷ ପୋଡି ଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ଅଧିକାରୀ

ରାୟଗଡା: ରାୟଗଡା ଜିଲ୍ଲା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକଙ୍କୁ ଧରିଲା ଭିଜିଲାନ୍ସ। ନଗଦ ୬ ଲକ୍ଷ ଟଙ୍କା ସହିତ ଧରାପଡିଲେ ବାବୁ। ଗତକାଲି ରାତିରେ ବେଆଇନ ଭାବେ ୫ଲକ୍ଷ ୪୫ଶହ୬୦ ଟଙ୍କା ନେଇ ରାୟଗଡ଼ା ସ୍ଥିତ ଘରକୁ ଯାଉଥିବା ବେଳେ ଅରବିନ୍ଦ ସ୍କୁଲ ପାଖରେ ଧରିଲା ଭିଜିଲାନ୍ସ।

ବୁଲେଟ୍ ଯୋଗେ ଯାଉଥିବା ବେଳେ ଧରିଲା ଭିଜିଲାନ୍ସ। ସାଙ୍ଗରେ ଥିବା ଟଙ୍କା ସମ୍ପର୍କରେ ନେଇ ଯାଉଥିଲେ। ତାଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟ ଠାରେ ଅଟକ ରଖି ପଚରାଉଚରା ଚାଲିଛି। ମଙ୍ଗଳା ମନ୍ଦିର ନିକଟସ୍ଥ ଘରେ ଭିଜିଲାନ୍ସ ସଙ୍ଗେସଙ୍ଗେ ଛାପା ମାରିଥିଲା। ସେଠାରୁ ୬ଲକ୍ଷ ୩୦ହଜାର ଟଙ୍କା ଜବତ ହୋଇଛି । ମୋଟ୍ ୧୧ଲକ୍ଷ ୩୪ହଜାର ୫୬୦ ଟଙ୍କା ଜବତ ହୋଇଛି । ଏହାସହ ଭୁବନେଶ୍ବର ପାତ୍ରପଡ଼ା କିଶୋର ବିହାରର ଥିବା ତାଙ୍କ ପତ୍ନୀଙ୍କ ଘରେ ମଧ୍ୟ ଭିଜିଲାନ୍ସ ରେଡ୍ ହୋଇଛି । ନବରଙ୍ଗପୁର ମନ୍ତ୍ରୀଗୁଡ଼ାରେ ଥିବା ପୈତୃକ ଘରେ ମଧ୍ୟ ରେଡ୍ କରୁଛି ଭିଜିଲାନ୍ସ ।

ଧସି ଧସି ଯାଉଛି ଯୋଶୀମଠ; ବିସ୍ଥାପିତଙ୍କ ପୁର୍ନବସତି ପାଇଁ ଚାଲିଛି ଜମି ଚିହ୍ନଟ

ଚୋମୋଲି: ବଡ଼ ବଡ଼ ନିର୍ମାଣ ପାଇଁ ବିପଦରେ ୬୦୦ରୁ ଅଧିକ ପରିବାର। ଧସି ଧସି ଯାଉଛି ଯୋଶୀମଠ। ଉତ୍ତରାଖଣ୍ଡର ଚୋମୋଲି ପ୍ରଶାସନର ବ୍ୟାପକ ବ୍ୟବସ୍ଥା। ଏନଡିଆରଏଫ ଟିମ୍ ସହ ମିଶି ଅସୁରକ୍ଷିତ ଘର କରୁଛନ୍ତି ଚିହ୍ନଟ । ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ଘରେ ଏବେ ଚିହ୍ନ ଲଗାଯାଉଛି। ଏପର୍ଯ୍ୟନ୍ତ ୬୦୩ଟି ଘରେ ବଡ଼ ବଡ଼ ଫାଟ ଦେଖାଗଲାଣି।

ସୂଚନା ଅନୁଯାୟୀ, ୧୦୦ଟି ଘର ଏମିତି ଅଛି ଯେକୌଣସି ସମୟରେ ଧଶିଯିବ । ୬୫ ପରିବାରକୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିବା ବେଳେ ପ୍ରକ୍ରିୟା ଜାରି ରହିଛି। ଶଙ୍କରାଚାର୍ଯ୍ୟଙ୍କ ମଠରେ ମଧ୍ୟ ଫାଟ ଦେଖିବାକୁ ମିଳିଛି। ଏନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଯୋଶୀମଠ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ପ୍ରଭାବିତ ପରିବାର ସହ ସାକ୍ଷାତ କରିଥିଲେ। ସମସ୍ତ ବିସ୍ଥାପିତଙ୍କ ପୁର୍ନବସତି ପାଇଁ ଜମି ଚିହ୍ନଟ ହେବ ବୋଲି କହିଥିଲେ । ତେବେ ଜମି ଚିହ୍ନଟ ବେଳେ ଭୂସ୍ଖଳନ ନେଇ ଯାଞ୍ଚ କରାଯିବ । ସେଥିପାଇଁ ଭାରତୀୟ ଭୂ-ବିଜ୍ଞାନ ସର୍ବେକ୍ଷଣକୁ ଦାୟିତ୍ୱ ଦିଆଯାଇଛି ।

ଏଥିସହ ପ୍ରଭାବିତଙ୍କୁ ଆବଶ୍ୟକୀୟ ସାମଗ୍ରୀ ଓ ସୁରକ୍ଷିତ ରଖିବା ପାଇଁ ଜିଲ୍ଲା ପ୍ରଶାସନକୁ କହିଥିଲେ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହିତ ଫୋନରେ ଆଲୋଚନା କରିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ସହାୟତା ତଥା ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଜାଡ଼ରେ ଥରୁଛି ଓଡ଼ିଶା; ୧୦ ଡିଗ୍ରୀ ତଳେ ରାଜ୍ୟର ୨୧ ସହର

ଭୁବନେଶ୍ୱର: ଜାଡ଼ରେ ଥରୁଛି ଓଡ଼ିଶା। ଅସହ୍ୟ ଶୀତରେ କଲବଲ ହେଉଛି ସାରା ରାଜ୍ୟ। ୧୦ ଡିଗ୍ରୀ ତଳେ ରାଜ୍ୟର ୨୧ ସହର। ୨ ଡିଗ୍ରୀ ସହିତ କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ହୋଇଛି ସବୁଠୁ ଥଣ୍ଡା ସହର । ସେହିପରି ଜି. ଉଦୟଗିରିରେ ୫ଡିଗ୍ରୀ ତଳେ ରହିଥିବାବେଳେ ଫୁଲବାଣୀରେ ୫ ଡିଗ୍ରୀ ତାପମାତ୍ରା ରେକର୍ଡ ହେଉଛି ।

ଆସନ୍ତାକାଲି ପର୍ଯ୍ୟନ୍ତ ସାରା ରାଜ୍ୟରେ ଏଭଳି ଶୀତ ଲହରୀ ଜାରି ରହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାତିରେ ତାପମାତ୍ରା କମିବା ସହିତ ଶୀତ ବଢିବ। ସବୁଠି ଆହୁରି ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ପାରା କମିବା ନେଇ ଆକଳନ କରାଯାଉଛି । ପ୍ରବଳ ଶୀତନ ନେଇ ଆଜି ପାଇଁ ୫ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ଅନୁଗୁଳରେ ସର୍ବାଧିକ ଶୀତ ଅନୁଭୂତ ହେବଉଛି ।

ସେହିପରି ଆସନ୍ତାକାଲି ପାଇଁ ଝାରସୁଗୁଡ଼ା, ଦେବଗଡ଼ ଓ ଅନୁଗୁଳକୁ ଆଲର୍ଟ କରାଯାଇଛି। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହି ସବୁ ଜିଲ୍ଲାରେ ରାତିରେ ଘରେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଜୁରୁରୀ ନଥିଲେ ସକାଳୁ ଘରୁ ନ ବାହାରିବା ସହିତ ଶୀତବସ୍ତ୍ର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ପରବର୍ତ୍ତୀ ସମୟରେ ଏହା ଧୀରେ ଧୀରେ ୨/୩ ଡିଗ୍ରୀ ହୋଇ ବୃଦ୍ଧି ପାଇବ ।

ପାକିସ୍ତାନରେ ହୁହୁ ବଢୁଛି ଦରଦାମ୍, ଦୁର୍ବଳ ହେଉଛି ଆର୍ଥିକ ସ୍ଥିତି

ଲାହୋର: ଦେବାଳିଆ ହେବା ଉପରେ ପାକିସ୍ତାନ। ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଗତ ୮ ବର୍ଷ ମଧ୍ୟରେ ସବୁଠାରୁ ତଳସ୍ତରରେ ପହଞ୍ଚିଛି। ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ପାଖାପାଖି ୫ ଅରବ ଡଲାର ହୋଇଯାଇଛି। ଗତ ଆଠବର୍ଷରେ ଏହା ସବୁଠାରୁ କମ ସ୍ତରରେ ପହଞ୍ଚିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଦେଶର ଅର୍ଥ ବ୍ୟବସ୍ଥାକୁ ମଜବୁତ କରିବାକୁ ପ୍ରୟାସ କରୁଥିଲେ ବି ମୁଦ୍ରା ଭଣ୍ଡାରର ସ୍ଥିତି ଦୁର୍ବଳ ହେଉଛି ।

ନିକଟରେ ଷ୍ଟେଟ ବ୍ୟାଙ୍କ ଅଫ୍ ପାକିସ୍ତାନ ୨୪୫ ଅରବ ଡଲାର ବିଦେଶୀ ଋଣ ସୁଝିଥିବା ବେଳେ ବିଦେଶୀ ପାଣ୍ଠି ହ୍ରାସ ପାଇଛି। ଦେଶରେ ପିଏମଏଲଏନ ନେତୃତ୍ୱାଧୀନ ମିଳିତ ସରକାର ସାମ୍ନାରେ ସବୁଠାରୁ ବଡ ଚ୍ୟାଲେଞ୍ଜ ହେଉଛି ଆର୍ଥିକ ସ୍ଥିତିକୁ ସୁଦୃଢ କରିବା। ବିଦେଶୀ ଋଣକୁ ପରିଶୋଧ କରିବା। ଚୀନ, ସାଉଦି ଅରବ, ୟୁଏଇ, ବିଶ୍ୱବ୍ୟାଙ୍କ, ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠୀରୁ ଋଣ ନେଇଛି ପାକିସ୍ତାନ।

ବର୍ତ୍ତମାନ ଦେଶ ପାଖରେ ଏତେ ଟଙ୍କା ନାହିଁ ଯେ ସେ ବିଦେଶୀ ଋଣ ଭରଣା କରିପାରିବ। ଦୈନନ୍ଦିନ ସାମଗ୍ରୀ ଦର ମଧ୍ୟ ପାକିସ୍ତାନରେ ହୁହୁ ବଢିଛି। ଚାଉଳ, ଅଟା, ଡାଲି, ଚା’ ଓ ପନିପରିବା ଦର ୧୦୦ ଗୁଣା ବୃଦ୍ଧି ପାଇଛି। ପ୍ରତିବର୍ଷ ପାକିସ୍ତାନ ସରକାର ସେନା ପାଇଁ ଅଧିକ ଖର୍ଚ୍ଚ କରୁଥିବା ବେଳେ ବିକାଶ କ୍ଷେତ୍ରରେ କମ୍‌ ଖର୍ଚ୍ଚ କରୁଛନ୍ତି ଯେଉଁଥିପାଇଁ ଏଭଳି ସ୍ଥିତି ବୋଲି ବିଶେଷଜ୍ଞ କହିଛନ୍ତି ।

ଭୁବନେଶ୍ବର ଏମ୍ସ ଛାତରୁ ଖସିଲା ସିଲିଂ, ୨ ଆହତ

ଭୁବନେଶ୍ବର: ଭୁବନେଶ୍ବର ଏମ୍ସରେ ଅଘଟଣ। ଛାତରୁ ଖସିଲା ସିଲିଂ। ଏମ୍ସର ୭ନମ୍ବର ରୁମ୍‌ରେ ଛାତରୁ ସିଲିଂ ପଡି ରୋଗୀଙ୍କ ଦୁଇଜଣ ସମର୍କୀୟ ଆହତ ହୋଇଥିବା ସୂଚନା ମିଳିଛି। ୭ ନମ୍ବର ରୁମରେ ଜଣେ ମାତ୍ର ରୋଗୀ ଥିବା ବେଳେ ରବିବାର ଏହି ଅଘଟଣ ଘଟିଛି ।

ଏଥିରେ ରୋଗୀଙ୍କ ସମ୍ପର୍କୀୟ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ଏ ସମ୍ପର୍କରେ ସମ୍ପୃକ୍ତ ରୋଗୀ କିମ୍ବା ଏମ୍ସ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି। ଖବର ପାଇ ହସ୍ପିଟାଲ ଅଧିକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ଓ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ପୁରୀ ରେଳ ଷ୍ଟେସନରେ ଅଘଟଣ, ପ୍ଲାଟଫର୍ମରୁ ଖସି ବୃଦ୍ଧାଙ୍କ ମୃତ୍ୟୁ

ପୁରୀ: ପୁରୀ ରେଳ ଷ୍ଟେସନରେ ଅଘଟଣ । ଟ୍ରେନରେ ଚଢିବାବେଳେ ପ୍ଲାଟଫର୍ମରୁ ଖସି ବୃଦ୍ଧାଙ୍କ ମୃତ୍ୟୁ । ମୃତକ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ କଣ୍ଟାପଡାର କୁନିମଣି ନାୟକ । ପୁରୀ –ଦୁର୍ଗ ଏକ୍ସପ୍ରେସରେ ଚଢିବା ବେଳେ ଖସିପଡିଥିଲେ ବୃଦ୍ଧା । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ଠାକୁର ଅନୁକୂଳଚନ୍ଦ୍ରଙ୍କ ଉତ୍କଳ ଆଗମନର ଶହେ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବାକୁ ପୁରୀ ଯାଇଥିଲେ କୁନିମଣି । ଗହଳି ଭିତରେ ଠେଲାପେଲା କାରଣରୁ ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି ।

ବିବାହ ଭୋଜିରୁ ଫେରିବା ବେଳେ ଦୁର୍ଘଟଣା, ଚାଲିଗଲା ଗୋଟିଏ ପରିବାରର ୪ ଜୀବନ

ବାଟଲା: ପଞ୍ଜାବର ବାଟଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାର ଉଜୁଡି ଯାଇଛି । ଦୁର୍ଘଟଣା ଟି ଜାଲନ୍ଧର ରୋଡ ସ୍ଥିତ ମିଶରପୁର ଗାଁ ପାଖରେ ରବିବାର ବିଳମ୍ବିତ ରାତିରେ ହୋଇଛି । ଟ୍ରକ୍ ସହ ଏକ ଅଲ୍ଟୋ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଅଘଟଣ ଘଟିଛି । ଦୁର୍ଘଟଣାରେ କାରରେ ଥିବା ଗୋଟିଏ ପରିବାରର ଚାରିଜଣ ଏବଂ ତାଙ୍କ ଗାଁର ଏକ ତିନି ବର୍ଷର ଶିଶୁ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି । ସେହିପରି କାରରେ ଥିବା ୧୩ ବର୍ଷୀୟ ଗୋପାଳ ସିଂହ ଏବଂ ଜଣେ ବାଇକ ଚାଳକ ରମନଦୀପ ସିଂହ ଗୁରୁତର ଆହତ ହୋଇଛନ୍ତି ।

ଗୋପାଳ ସିଂହଙ୍କୁ ଅମୃତସର ସ୍ଥାନାନ୍ତର କରାଯାଇଛି । ଏମାନେ ବାଟଲାର ଚାହଲ କଲାଁ ଗ୍ରାମର ଅଧିବାସୀ ଅଟନ୍ତି । ଏକ ବିବାହ ଉତ୍ସବରେ ଯୋଗଦେଇ ନିଜ ଗାଁକୁ ଫେରିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଥିଲ । କୁହାଯାଉଛି ଯେ କାର ଟି ସର୍ବପ୍ରଥମେ ଏକ ମୋଟରସାଇକେଲକୁ ଧକ୍କା ଦେଇଥିଲା ଏବଂ ଏହାପରେ କିଛି ବାଟ ଦୂରରେ ଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ହନ୍ଦୋଳ ଫରେଷ୍ଟ ରେଞ୍ଜରେ ଆତଙ୍କ ଖେଳାଇଛି ନରହନ୍ତା ଦନ୍ତା

ଅନୁଗୁଳ: ଆତଙ୍କ ଖେଳାଇଛି ନରହନ୍ତା ଦନ୍ତା । ଗତକାଲି ନରହନ୍ତା ଦନ୍ତା ଅନୁଗୁଳରେ ୪ ଜଣ ବ୍ୟକ୍ତିଙ୍କୁ ଜୀବନରୁ ମାରି ଆତଙ୍କ ଖେଳାଇ ଥିଲା । ପରେ ଅପରାହ୍ନରେ ହିନ୍ଦୋଳ ଫରେଷ୍ଟ ରେଞ୍ଜକୁ ପ୍ରବେଶ କରିଥିଲା । ଅମନା ସଞ୍ଜପଡ଼ା ଅଞ୍ଚଳରେ ଲୋକଙ୍କୁ ଦେଖି ଆକ୍ରମଣ କରିବା ସହ ଭୟଭୀତ କରିଥିଲା । ହାତୀକୁ ଘଉଡାଇବାକୁ ବନ ବିଭାଗ ଏବଂ ଗ୍ରାମବାସୀ ଚେଷ୍ଟା କରିଥିବା ବେଳେ ଆଜି ଅପରାହ୍ନରେ ସଞ୍ଜପଡ଼ା ପଞ୍ଚାୟତର ଅମାନା ଠାରେ ଥିବା ଏକ ମହିମା ମଠରେ ପସି ବହୁ ଫଳ ଗଛ ଖାଇବା ସହ ନଷ୍ଟ କରିଦେଇଛି । ଭୟରେ ଏଠାରେ ଥିବା ବାବା ଅନ୍ୟତ୍ର ପଳାଇଛନ୍ତି । ହାତୀଟି ପାଖ ପାଇକ ପୁରୁଣାକୋର୍ଟ ଗାଁ ନିକଟରେ ଏକ ନାଳ କୂଳରେ ରହିଛି । ଯାହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ବନ ବିଭାଗ ତା ଉପରେ ସତର୍କ ନଜର ରଖିଛି ।

ରାଉରକେଲା ବିମାନବନ୍ଦରରୁ ୬ଟି ଗୁଳି ଜବତ

ରାଉରକେଲା: ରାଉରକେଲା ବିମାନବନ୍ଦରରୁ ଗୁଳି ଜବତ । ଜଣେ ଯାତ୍ରୀଙ୍କ ନିକଟରୁ ୬ଟି ଜୀବନ୍ତ ଗୁଳି ଜବତ କରିଛି ପୋଲିସ । ବିମାନରେ ରାଉରକେଲାରୁ ଭୁବନେଶ୍ବର ଯିବାକୁ ଉଦ୍ୟମ କରୁଥିବା ବ୍ୟକ୍ତି ଜଣଙ୍କୁ ଛେଣ୍ଡ ଥାନା ପୋଲିସ ଧରିଥିଲା । ବ୍ୟକ୍ତିଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି । ତେବେ ଗୁଳିଗୁଡ଼ିକ ଲାଇସେନ୍ସ ପ୍ରାପ୍ତ ବନ୍ଧୁକର ହୋଇଥିବା ପୋଲିସ ଜାଣିବାକୁ ପାଇଛି । କଏ ଡାଏରୀ ଦାଖଲ କରି ତଦନ୍ତ ଜାରି ରଖିଛି ପୋଲିସ ।