spot_img
Home Blog Page 3854

ଆଜି ସୁପର ଫାଇଟ୍: ସିରିଜ୍ ଜିତିବା ପାଇଁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମହାଲଢ଼େଇ

ହାଇଦ୍ରାବାଦ: ସୁପର ସନଡେରେ ହେବ ସୁପର ଫାଇଟ୍ । ଟି-ଟ୍ବେଣ୍ଟି ସିରିଜର ଆଜି ହେବ ମହାଲଢ଼େଇ । ହାଇଦ୍ରାବାଦରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟ୍ରଫି ପାଇଁ ହେବ ଫାଇନାଲ ଫାଇଟ୍ । ଟି ଟ୍ବେଣ୍ଟି ସିରିଜ୍ ୧-୧ରେ ବରାବର ଥିବାରୁ ଆଜି ହେକ କଡ଼ା ମୁକାବିଲା । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଓ ଦ୍ବିତୀୟ ମ୍ୟାଚରେ ଜିତିଥିଲା ଭାରତ । ତେଣୁ ଆଜିର ମ୍ୟାଚରେ ହେବ ଜୋରଦାର ଫାଇଟ୍ ।

ତେବେ ବୋଲିଂ ଉପରେ ଧ୍ୟାନ ଦେବ ଘରୋଇ ଦଳ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବ୍ୟାଟିଂ ଉପରେ ରହିଛି ପ୍ରଶଂସକଙ୍କ ନଜର । ଅନ୍ୟପଟେ ଦମଦାର ଫର୍ମରେ ରହିଛି ଫିଞ୍ଚ ବାହିନୀ । ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛି ଅଷ୍ଟ୍ରେଲିଆ । ତେଣୁ ସିରିଜ୍ ହାତେଇବା ପାଇଁ ମଧ୍ୟ କଡ଼ା ଟକ୍କର ଦେବ କଙ୍ଗାରୁ ଟିମ୍ ।

ଭୁବନେଶ୍ୱର କ୍ଲବ ସଭାପତି ଭାବେ ନିର୍ବାଚିତ ହେଲେ ଅସିତ ତ୍ରିପାଠୀ

ଭୁବନେଶ୍ୱର: ଭୁବନେଶ୍ୱର କ୍ଲବ ସଭାପତି ହେଲେ ଅସିତ ତ୍ରିପାଠୀ । ୮୫୮ ଖଣ୍ଡ ଭୋଟ ପାଇ ଅସିତ ତ୍ରିପାଠୀ ନିର୍ବାଚିତ ହୋଇଛନ୍ତି । ଲଗାତର ଦ୍ୱିତୀୟ ଥର ପାଇଁ ଅସିତ ତ୍ରିପାଠୀ ନିର୍ବାଚିତ ହୋଇଛନ୍ତି । ପ୍ରତିପକ୍ଷ ସତ୍ୟପ୍ରକାଶ ନନ୍ଦଙ୍କୁ ୬୬୯ ଖଣ୍ଡ ଭୋଟରେ ହରାଇ ଅସିତ୍ ତ୍ରିପାଠୀ ବିଜୟୀ ହୋଇଛନ୍ତି । ସତ୍ୟପ୍ରକାଶଙ୍କୁ ୧୮୯ ଖଣ୍ଡ ଭୋଟ ମିଳିଛି । ସେହିପରି ମହେନ୍ଦ୍ର ଗୁପ୍ତା କ୍ଲବର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ୭୨୨ ଖଣ୍ଡ ଭୋଟ ପାଇ ଦିଲ୍ଲୀପ ରାଉତରାୟ ସମ୍ପାଦକ ହୋଇଥିବା ବେଳେ, ଅଶୋକ ମିଶ୍ର ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସୂଚନାଥାଉକି ଆଇଏଏସ ଅସିତ ତ୍ରିପାଠୀ ବର୍ତ୍ତମାନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅଛନ୍ତି ।

 

ଓଡିଶାରେ ପ୍ରଥମ, ବାଟ ଚାଲିବାକୁ ବଳ ଯୋଗାଇଲା ବ୍ରଦରହୁଡ ଫାଉଣ୍ଡେସନ

ଯାଜପୁର: ଗାଈର କୃତ୍ରିମ ଗୋଡ଼ ଲଗାଇ ତାକୁ ନୂଆ ଜୀବନ ଦେଲେ ସ୍ବେଚ୍ଛାସେବୀ। ନୂଆ ଗୋଡ଼ ଯୋଗୁଁ ଗୋଟିଏ ଗୋଡ଼ ହରାଇ ଅସହାୟ ଭାବେ ପଡ଼ି ରହିଥିବା ଗାଈଟି ଏବେ ଚଲାବୁଲା କରିବାକୁ ସକ୍ଷମ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଯଖପୁରା ଗାଁରେ।

ଭୁବନେଶ୍ୱରର ସ୍ବେଚ୍ଛାସେବୀ ସଂଗଠନ ବ୍ରଦରହୁଡ ଗ୍ଲୋବାଲ ଫାଉଣ୍ଡେସନ ଏଭଳି ମହତ କାର୍ଯ୍ୟ କରିଛି। ସୂଚନା ମୁତାବକ ଗତ ଦୁଇ ବର୍ଷ ତଳେ ନିକଟସ୍ଥ ଯଖପୁରା ରେଳ ଷ୍ଟେସନ ନିକଟରେ ଟ୍ରେନ ଆଗକୁ ଆସି ଗାଈଟିର ଡାହାଣ ପଟ ପଛ ଗୋଡ଼ କଟି ଯାଇଥିଲା। ପରେ ଗାଈଟିକୁ ତାର ମାଲିକ ନେଇ ନଥିବା ବେଳେ ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ଯଖପୁରା ଜଗନ୍ନାଥ ମନ୍ଦିରରେ ରଖି  ଚିକିତ୍ସା କରାଇଥିଲେ।

ପରବର୍ତ୍ତୀ ସମୟରେ ଗାଈଟି ସୁସ୍ଥ ହୋଇଯାଇଥିଲା। ହେଲେ ଗୋଟିଏ ଗୋଡ଼ ନଥିବାରୁ ଚଲାବୁଲା କରି ନପାରି ଅସହାୟ ଅବସ୍ଥାରେ ପଡ଼ି ରହିଥିଲା। ଏ ସମ୍ପର୍କରେ ଜାଣିବା ପରେ ବ୍ରଦରହୁଡ ଗ୍ଲୋବାଲ ଫାଉଣ୍ଡେସନର ପ୍ରତିଷ୍ଠାତା ସତ୍ୟଜିତ୍ ସେନାପତି ଏଠାରେ ପହଞ୍ଚି ଗାଈଟିର କଷ୍ଟ ବୁଝି ପାରିଥିଲେ। ତାର ଏକ କୃତ୍ରିମ ଗୋଡ଼ ଲଗାଇବାକୁ ସ୍ଥିର କରିଥିଲେ। ପରେ ଆଜି ଭୁବନେଶ୍ୱରରେ ଜଣେ ଡାକ୍ତରଙ୍କ ସହଯୋଗରେ ଗାଈର ଏକ କୃତ୍ରିମ ଗୋଡ଼ ଲଗାଇଛନ୍ତି ସତ୍ୟଜିତ।

ଗୋଡ଼ ଲାଗିବା ପରେ ଗାଈଟି ଏବେ ଚଲାବୁଲା କରିପାରୁଛି। ତେବେ ଗାଈକୁ ନୂଆ ଜୀବନ ଦେଇଥିବାରୁ ବ୍ରଦରହୁଡ ଗ୍ଲୋବାଲ ଫାଉଣ୍ଡେସନକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ଲୋକେ। ସେପଟେ ମଣିଷଙ୍କର କୃତ୍ରିମ ଅଙ୍ଗ ଲଗା ଯାଉଥିବା ବେଳେ ଗାଈ ଶରୀରରେ କୃତ୍ରିମ ଅଙ୍ଗ ଲାଗିବା ଘଟଣା ଓଡ଼ିଶାରେ ପ୍ରଥମ ବୋଲି ଡାକ୍ତର କହିଛନ୍ତି।

୬ ସପ୍ତାହରେ ଦ୍ବିତୀୟ ଥର କୋରୋନା ସଂକ୍ରମିତ ଫାଇଜର ସିଇଓ

ୱାଶିଂଟନ: ୬ ସପ୍ତାହରେ ଦ୍ବିତୀୟ ଥର କୋରୋନା ସଂକ୍ରମିତ ହେଲେ ଫାଇଜର ସିଇଓ ଆଲବର୍ଟ ବୌର୍ଲା  । ଆମେରିକାର ପ୍ରତିଷ୍ଠିତ ଔଷଧ କମ୍ପାନୀ ନିର୍ମାତା ଫାଇଜରର ସିଇଓଙ୍କୁ ବାରମ୍ବାର ଟାର୍ଗେଟ କରୁଛି କୋରୋନା  । ବୁଷ୍ଟର ଡୋଜ ନେବା ପୂର୍ବରୁ ଆଲବର୍ଟଙ୍କୁ ଆଟାକ୍‌ କରିଛି କୋରୋନା । କୋଭିଡ ସଂକ୍ରମଣର ତିନି ମାସ ପୂରଣ ହୋଇଥିଲେ ବୁଷ୍ଟର ନେଇଥାନ୍ତେ ଆଲବର୍ଟ  ।

କୋରୋନା ଲଢେଇରେ ଫାଇଜର ମୁଖ୍ୟ ଭୂମିକା ନେଇଥିବାବେଳେ କମ୍ପାନୀ ନିର୍ମାତା କିନ୍ତୁ ବାରମ୍ବାର ଘାତକ ରୋଗର ଶିକାର ହେଉଛନ୍ତି  ।

କୋରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ସାଧାରଣ ଲୋକ ଶରୀରରେ ଭାଇରସ ବିରୋଧରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ  । ଯାହାକି ବୁଷ୍ଟର ଭଳି କାମ କରିଥାଏ  । ଏକ ଅଧ୍ୟୟନରୁ ଜଣାପଡିଛି ଯେ ସୁସ୍ଥ ହେବାର ତିନି ମାସ ମଧ୍ୟରେ ପୁଣିଥରେ ଆକ୍ରାନ୍ତ ହେବାର ସମ୍ଭାବନା କମ୍‌ ରହିଥାଏ ।

କିନ୍ତୁ କୋରୋନା ସଂକ୍ରମଣର ବେଗ ଅଧିକ ଓ କମ୍ୟୁନିଟି ସ୍ପ୍ରେଡର ଭୟ ଥିଲେ ଅଥବା କମ ରୋଗ ପ୍ରତିରୋଧକ ଶକ୍ତି ଥିଲେ ୩ ମାସ ପର୍ଯ୍ୟନ୍ତ ବୁଷ୍ଟର ନେବା ପାଇଁ ଅପେକ୍ଷା କରିବା ଉଚିତ ନୁହେଁ । ସେପ୍ଟେମ୍ବର ୧ ରେ ଫାଇଜର ଓ ମର୍ଡନାର ଅପଡେଟେଡ ବୁଷ୍ଟରକୁ ଗ୍ରୀନ୍‌ ସିଗନାଲ୍‌ ମିଳିଥିଲା ।

ଏହି ବୁଷ୍ଟର ୧୨ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ବ୍ୟବହାରଯୋଗ୍ୟ ଅଟେ । ମାତ୍ର ୩୦ ମାଇକ୍ରୋଗ୍ରାମ ଡୋଜ୍‌ ଲୋକଙ୍କୁ ଦେବା ପାଇଁ ନିୟମ ଲାଗୁ କରିଛି ଫାଇଜର  ।

ଆଜି ଜୟପୁରରେ କଂଗ୍ରେସ ବିଧାୟକ ଦଳ ବୈଠକ, ପାଇଲଟ୍‌ଙ୍କୁ ମିଳିପାରେ ଦାୟିତ୍ବ

ଜୟପୁର: କିଏ ହେବ ରାଜସ୍ଥାନ ମୁଖିଆ? ଗେହଲଟଙ୍କ ସ୍ଥାନରେ କିଏ ବସିବ ସିଂହାସନରେ ? ଆଜି ଜୟପୁରରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ଏଥିରେ କଂଗ୍ରେସର ବରିଷ୍ଠ ନେତାମାନେ ଯୋଗଦେବେ । ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଓ ଏଆଇସିସି ସାଧାରଣ ସମ୍ପାଦକ ଅଜୟ ମାକେନ ବୈଠକରେ ଉପସ୍ଥିତ ରହିବେ । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ସଭାପତି ନିର୍ବାଚନ ଲଢିବାକୁ ଯାଉଛନ୍ତି ।

ସଭାପତି ରେସରେ ମଧ୍ୟ ସେ ସବୁଠୁ ଆଗରେ ରହିଛନ୍ତି । ଏହାସହ ତାଙ୍କ ସପକ୍ଷରେ ଗାନ୍ଧି ପରିବାର ସମର୍ଥନ ଥିବାରୁ ଗେହଲଟ ସଭାପତି ହେବା ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି । ଗେହଲଟ ସଭାପତି ହେଲେ ମୁଖ୍ୟମନ୍ତ୍ରୀ ପଦ ଛାଡିବେ । ଏଥିପାଇଁ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା । ଏଥିପାଇଁ ଆଜି ଜୟପୁରରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ବାସଭବନରେ ବିଧାୟକଙ୍କ ବୈଠକ ଡକାଇଛି କଂଗ୍ରେସ ।

ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଅଶୋକ ଗେହଲଟଙ୍କ ପ୍ରତିଦ୍ୱନ୍ଦ୍ୱୀ ସଚିନ ପାଇଲଟ ମୁଖ୍ୟ ଦାବିଦାର ଅଛନ୍ତି । ନିକଟରେ ସଚିନ ପାଇଲଟ୍ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡୋ ଯାତ୍ରାରେ ଯୋଗଦେଇ ଫେରିବା ପରେ ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟି ରାଜସ୍ଥାନ ଫେରିଥିଲେ ।

ହରିୟାଣାରେ ମେଳି କରିବେ ହେଭିୱେଟ, ବିଜେପି ପାଇଁ ହୋଇପାରେ ବଡ ଚ୍ୟାଲେଞ୍ଜ

ଚଣ୍ଡିଗଡ: ଆଜି ବିରୋଧୀ ଦଳଙ୍କ ମେଗା ଶୋ । ହରିୟାଣା ଫତେବାଦରେ ହେବାକୁ ଥିବା ରାଲିରେ ସାମିଲ ହେବେ ବହୁ ହେଭିଓ୍ବେଟ । ଭାରତୀୟ ଜାତୀୟ ଲୋକଦଳ ବା ଆଇଏନଏଲଡି ଦ୍ବାରା ଆହୁତ ରାଲିରେ ସାମିଲ ହେବେ ଏନସିପି ମୁଖ୍ୟ ଶରଦ ପାଓ୍ବାର, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଜମ୍ମୁ ଓ କାଶ୍ମୀର ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା । ଏହା ସହ ଆରଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ସିପିଏମ ନେତା ସୀତାରାମ ୟେଚୁରୀ ମଧ୍ୟ ରାଲିରେ ରହିବେ ।

ଯଦିଓ ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ଆଇଏନଏଲଡି ପ୍ରତିଷ୍ଠାତା ଦେବୀ ଲାଲଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ଏହି ରାଲି କରାଯାଉଛି, ତଥାପି ରାଜନୈତିକ ଦୃଷ୍ଟିରୁ ଭିନ୍ନ ସଙ୍କେତ ମିଳୁଛି । ଜାତୀୟ ସ୍ତରରେ ବିଜେପି ବିରୋଧରେ ମେଣ୍ଟ ଗଠନ ଦାନା ବାନ୍ଧୁଥିବା ବେଳେ  ହରିଆଣା ରାଜନୀତି ଏବେ ନୂଆ ବାର୍ତ୍ତା ପ୍ରଦାନ କରୁଛି ।

ବଡ଼ କଥା ହେଉଛି ଏହି ରାଲିରେ ଯୋଗଦେବେ ବିଜେପି ନେତା ବୀରେନ୍ଦ୍ର ସିଂ । ବୀରେନ୍ଦ୍ର ବିଜେପିରେ ଥିବା ସତ୍ତ୍ବେ ଦଳ ସହ ତାଙ୍କର ସମ୍ପର୍କ ଅନେକ ଦିନ ଧରି ତିକ୍ତ ହେବାରେ ଲାଗିଛି । ରାଲି ପ୍ରସଙ୍ଗରେ ଜେଡିୟୁ ନେତା କେ.ସି. ତ୍ୟାଗୀ କହିଛନ୍ତି, ଏହା ଏକ ଐତିହାସିକ ରାଲି ଏବଂ ବିଜେପି ବିରୋଧରେ ସମଭାବାପନ୍ନ ଦଳଙ୍କୁ ଏକାଠି କରିବା ଲାଗି ଉଦ୍ଦିଷ୍ଟ । ଆଇଏନଏଲଡି ନେତା ଓମ ପ୍ରକାଶ ଚୌତାଲାଙ୍କ ପୁଅ ଅଜୟ ଚୌତାଲା ଆଇଏନଏଲଡିରୁ ବାହାରି ଜନନାୟକ ଜନତା ପାର୍ଟି ଗଠନ କରିବା ସହ ବିଜେପି ସରକାରରେ ସାମିଲ ହୋଇଥିଲେ । ଗତ ବିଧାନସଭା ନିର୍ବାଚନରେ ଆଇଏନଏଲଡିକୁ ପରାସ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ପୁତ୍ର ନେତୃତ୍ବାଧୀନ ଜନନାୟକ ଜନତା ପାର୍ଟି ।

 

 

ମହାଳୟା ଶୁଭେଚ୍ଛା ଦେଲେ ନବୀନ, ମା’ ଦୁର୍ଗାଙ୍କ ଆଶିଷ ଭିକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପବିତ୍ର ମହାଳୟା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମା’ ଦୁର୍ଗା ସମସ୍ତଙ୍କୁ ସୁଖ ଓ ସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତୁ ବୋଲି କହିଛନ୍ତି ନବୀନ।

ଆଜି ମହାଳୟା ଅବସରରେ ପିତୃପକ୍ଷଙ୍କ ଆତ୍ମାର ସଦଗତି କାମନା କରି ଶ୍ରାଦ୍ଧ ଦେଉଛନ୍ତି ଆତ୍ମୀୟ । ଆଜିର ଦିନରେ ଯେଉଁ ପିଣ୍ଡଦାନ କରାଯାଏ, ସେଥିରେ ପିତୃପୁରୁଷଙ୍କୁ ପୂର୍ଣ୍ଣ ମୋକ୍ଷ ପ୍ରାପ୍ତି ହେବାର ବିଶ୍ବାସ ରହିଛି ।

ହିନ୍ଦୁ ଧର୍ମ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ଦୁଇବର୍ଷ ପରେ ମହାଳୟାରେ ଭକ୍ତଙ୍କ ପାଇଁ ଖୋଲା ରହିଛି ବିଭିନ୍ନ ଧର୍ମାନୁଷ୍ଠାନ । କୋରୋନା ପାଇଁ ଗତ ଦୁଇ ବର୍ଷ ପୁରୀ ଓ ଭୁବନେଶ୍ବର ବିନ୍ଦୁସାଗରରେ ପିଣ୍ଡଦାନ ବନ୍ଦ ରହିଥିଲା ।

ଚଳିତବର୍ଷ କଟକଣା ନଥିବାରୁ ପିଣ୍ଡଦାନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ସେପଟେ ପବିତ୍ର ମହାଳୟାରେ ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି, ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ । ମାଆଙ୍କ ଏହି ବେଶକୁ ଦର୍ଶନ କଲେ ଗଙ୍ଗା ଦର୍ଶନର ଲାଭ ମିଳିଥାଏ ବୋଲି ବିଶ୍ବାସ ରହିଛି ।

ଆଜି ପବିତ୍ର ମହାଳୟା, ପିତୃପକ୍ଷର ଶେଷ ଦିନରେ ଚାଲିଛି ପିଣ୍ଡଦାନ

ଭୁବନେଶ୍ବର: ଆଜି ପବିତ୍ର ମହାଳୟା । ଆଶ୍ବିନ ମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ପିତୃ ପକ୍ଷର ଶେଷ ଦିନ । ପିତୃପକ୍ଷ ଲୋକଙ୍କ ଆତ୍ମାର ସଦଗତି କାମନା କରି ଶ୍ରାଦ୍ଧ ଦେଉଛନ୍ତି ଆତ୍ମୀୟ । ଆଜିର ଦିନରେ ଯେଉଁ ପିଣ୍ଡଦାନ କରାଯାଏ, ସେଥିରେ ପିତୃପୁରୁଷଙ୍କୁ ପୂର୍ଣ୍ଣ ମୋକ୍ଷ ପ୍ରାପ୍ତି ହେବାର ବିଶ୍ବାସ ରହିଛି ।

ହିନ୍ଦୁ ଧର୍ମ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ଦୁଇବର୍ଷ ପରେ ମହାଳୟାରେ ଭକ୍ତଙ୍କ ପାଇଁ ଖୋଲା ରହିଛି ବିଭିନ୍ନ ଧର୍ମାନୁଷ୍ଠାନ । କୋରୋନା ପାଇଁ ଗତ ଦୁଇ ବର୍ଷ ପୁରୀ ଓ ଭୁବନେଶ୍ବର ବିନ୍ଦୁସାଗରରେ ପିଣ୍ଡଦାନ ବନ୍ଦ ରହିଥିଲା ।

ଚଳିତବର୍ଷ କଟକଣା ନଥିବାରୁ ପିଣ୍ଡଦାନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ସେପଟେ ପବିତ୍ର ମହାଳୟାରେ ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି, ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ । ମାଆଙ୍କ ଏହି ବେଶକୁ ଦର୍ଶନ କଲେ ଗଙ୍ଗା ଦର୍ଶନର ଲାଭ ମିଳିଥାଏ ବୋଲି ବିଶ୍ବାସ ରହିଛି ।

ସୁଧୁରିବ ଦେଶର ଆର୍ଥିକ ସ୍ଥିତି, ଆସିବ ୧୦୦ ଆରବ ଡଲାରର ନିବେଶ

ନୂଆଦିଲ୍ଲୀ: ଦେଶର ଆର୍ଥିକ ସୁଧାର ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ୨୦୨୨-୨୩ ଆର୍ଥିକ ବର୍ଷରେ ଏଫଡିଆଇ ମାଧ୍ୟମରେ ୧୦୦ ଆରବ ଡଲାରର ନିବେଶ ଆସିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଏହି ନିବେଶକୁ ଭାରତ ସଫଳତା ପୂର୍ବକ ଆଣିବା ପାଇଁ ଉଦ୍ୟମ ଜାରି ରହିଛି । ଏବେ ୧୦୧ଟି ଦେଶରୁ ନିବେଶ ଆସିଥିବା ବେଳେ ଆଗକୁ ଆହୁରି ଆସିବ ବୋଲି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ୮୩.୬ ଆରବ ଡଲାରର ନିବେଶ ଭାରତକୁ ଆସିଥିଲା ।

ବିଦେଶରୁ ଆସୁଥିବା କମ୍ପାନୀଙ୍କ ପାଇଁ ସରକାର ଉଦାର ନୀତି ଅବଲମ୍ବନ କରୁଛନ୍ତି । ଏଥିସହ ଅନାବଶ୍ୟକ ନୀତି ପାଳନ କରିବାରେ ଢିଲା ଦେବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ପୂର୍ବରୁ ବିଭିନ୍ନ ନୀତି ସଂଶୋଧନ ପରେ ପ୍ରତିରକ୍ଷା କ୍ଷେତ୍ରରେ ୪୯୪ କୋଟିର ନିବେଶ ଆସିଥିଲା ।

ବିଚ୍ ରାସ୍ତାରେ ପ୍ରତିଶୋଧ ନେବାକୁ ଛକିଥିଲା ଛାତ୍ର, ପ୍ରଧାନ ଶିକ୍ଷକଙ୍କୁ କଲା ଗୁଳିମାଡ

ଲକ୍ଷ୍ନୌ: ପ୍ରଧାନ ଶିକ୍ଷକ ଗାଳି କଲେ ବୋଲି ଗୁଳି ମାରିଦେଲା ଛାତ୍ର । ଉତ୍ତରପ୍ରଦେଶର ସୀତାପୁରରେ ଘଟିଛି ଘଟଣା । ସାଙ୍ଗଙ୍କ ଆଗରେ ସ୍କୁଲ ପ୍ରଧାନ ଶିକ୍ଷକ ଗାଳି କରିବା ପରେ ଅପମାନିତ ହୋଇ ଛାତ୍ର ଏଭଳି କାଣ୍ଡ ଘଟାଇଛି ।

ଆଦର୍ଶ ରାମସ୍ବରୁପ ଇଣ୍ଟର କଲେଜ ନିକଟରେ ପ୍ରିନ୍ସିପାଲ ରାମ ସିଂ ବର୍ମା ଯାଉଥିବା ବେଳେ ବାଟରେ ଛକିଥିଲା ଛାତ୍ର ଗୁରିନ୍ଦର ସିଂହ  । ହଠାତ୍‌ ସାରଙ୍କ ଆଗକୁ ଆସି ଗୁରିନ୍ଦର ଦୁଇ ଥର ଫାୟାରିଂ କରିଥିଲା । ଆଉ ଥରେ ଗୁଳି ମାରିବାକୁ  ଯାଉଥିବା ବେଳେ ଗୁରିନ୍ଦରକୁ ଠେଲି ଦେଇ ପଳାଇଥିଲେ ରାମ ସିଂ।

କିଛି ବାଟ ଯାଇ ଗୁରୁତର ହୋଇପଡିଥିଲେ ରାମ ସିଂ । ସେଠାରୁ ତାଙ୍କୁ କିଛି ଲୋକେ ନେଇ ମେଡିକାଲରେ ଭର୍ତ୍ତି କରିଛନ୍ତି । ସେପଟେ ଗୁଳିମାରି ଫେରାର ହୋଇଯାଇଛି ଛାତ୍ର ଗୁରିନ୍ଦର ସିଂହ ।