spot_img
Home Blog Page 3907

ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ଆୟୋଜିତ ହେଉଛି ଗୁରୁବ୍ରହ୍ମା ସମ୍ମାନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜି ଗୁରୁଦିବସ । ଗୁରୁଶିଷ୍ୟ ସମ୍ପର୍କର ପବିତ୍ର ଦିନ । ସ୍ବାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ବିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସ ସେପ୍ଟମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଉଛି । ଆଜିର ପବିତ୍ର ଦିନରେ ଗୁରୁଙ୍କୁ ସମ୍ମାନିତ କରିବାକୁ ନନ୍ଦିଘୋଷ ଟିଭି ଓ ସକାଳ ପକ୍ଷରୁ ଆୟୋଜନ କରାଯାଉଛି ନିଆରା କାର୍ଯ୍ୟକ୍ରମ ଗୁରୁବ୍ରହ୍ମା । ଅପରାହ୍ମ ୪ଟାରେ ଭୁବନେଶ୍ବରରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ଏହି ଅବସରରେ ରାଜ୍ୟର ପ୍ରାଥମିକ, ମାଧ୍ୟମିକ, ଓ ଉଚ୍ଚ ମାଧ୍ୟମିକ ସ୍କୁଲର ୧୬ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରାଯିବ । ସମ୍ମାନ ସହିତ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ । ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ସମ୍ମାନିତ ଅତିଥି ଭାବେ ସ୍କୁଲ ଏବଂ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ, ସକାଳର ସଂପାଦକ ଡଃ. ଉମାକାନ୍ତ ମିଶ୍ର ଓ ସିଭିରମଣ ଗ୍ଲୋବାଲ ୟୁନିଭରସିଟିର ଅଧ୍ୟକ୍ଷ ପ୍ରଫେସର ସଞ୍ଜୀବ ରାଉତ ଯୋଗଦେବେ ।

ଗୁରୁ ଓ ଶିଷ୍ୟଙ୍କ ପବିତ୍ର ସମ୍ପର୍କ, ଆଜି ପାଳିତ ହେଉଛି ଗୁରୁଦିବସ

ଭୁବନେଶ୍ୱର: ଆଜି ଗୁରୁ ଦିବସ । ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ସମ୍ପର୍କ କେତେ ଯେ ପରିବ୍ୟାପ୍ତ ତାହାର ଆକଳନ କରିବା ବେଶ କଷ୍ଟ । ବାପା ମାଆଙ୍କୁ ଜୀବନର ପ୍ରଥମ ଗୁରୁ ବୋଲି କୁହାଯାଏ । କିନ୍ତୁ ପାଠ ଠାରୁ ଖେଳକୁଦ ପୁଣି ନୃତ୍ୟ ସଙ୍ଗୀତ ଅଭିନୟ ସବୁ କ୍ଷେତ୍ରରେ ଆଗକୁ ବଢିବା ପାଇଁ ଗୁରୁଙ୍କ ଅବଦାନ ଲୋଡାଥାଏ । ଭାରତରେ ପ୍ରାଚୀନ କାଳରୁ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଏହି ପବିତ୍ର ସମ୍ପର୍କକୁ ପାଳନ କରାଯାଉଛି । ସ୍ବାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ବିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସ ସେପ୍ଟମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଉଛି ।

ଗୁରୁଦିବସ ଅବସରରେ ମହାମହିମ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ମନୋନୀତ ଶିକ୍ଷକଙ୍କୁ ଜାତୀୟ ପୁରଷ୍କାରରେ ସମ୍ମାନିତ କରିବେ । ଦେଶର ୪୬ ଜଣ ଶିକ୍ଷକ ପୁରଷ୍କାର ପାଇବାକୁ ଥିବା ବେଳେ ଏମାନଙ୍କୁ ମଧ୍ୟରେ ଓଡିଶାର ପୁରୀ ଜିଲ୍ଲାର ଇଶ୍ବର ଚନ୍ଦ୍ର ନାୟକ ରହିଛନ୍ତି । ଜଣେ ଓଡିଆ ଶିକ୍ଷକଙ୍କ ସମେତ ଦେଶର ୪୬ ଜଣ ଶିକ୍ଷକଙ୍କୁ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ରାଷ୍ଟ୍ରପତି ସମ୍ମାନିତ କରିବେ । ଗୁରୁଦିବସ ଅବସରରେ ସମସ୍ତଙ୍କ ଶିକ୍ଷକଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଟୁଇଟର ୨୦ ମିନିଟ ଭିତରେ ଆଶୁତୋଷଙ୍କୁ ସାହଯ୍ୟ କଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭୁବନେଶ୍ୱର: ଦିଲ୍ଲୀରୁ ଟୁଇଟ, ଓଡ଼ିଶାରେ ଆକ୍ସନ । ବ୍ରେନ୍ ଟ୍ୟୁମରରେ ପୀଡ଼ିତ ୭ ବର୍ଷର ଆଶୁତୋଷକୁ ଶାହା ହେଲା ସିଏମଓ ଅଫିସ । ଟୁଇଟ୍‌ ହେବାର ୨୦ ମିନିଟ୍ ଭିତରେ ରାସନ କାର୍ଡରେ ଯୋଡାଗଲା ନାଁ । ଯାଜପୁର ଜିଲ୍ଲା ଦଶରଥ ପୁର ବ୍ଲକ୍ ରହସୋଇ ଗାଁର କିଶୋର ପଣ୍ଡା ଓ ବିଶ୍ଵ ମୋହିନୀ ନନ୍ଦଙ୍କ ପୁଅ ଆଶୁତୋଷ । କିଶୋର ଏକ ବିମା କମ୍ପାନୀରେ କାମ କରନ୍ତି । ସ୍ଵଳ୍ପ ରୋଜଗାର ଭିତରେ ପୁଅ ଆଶୁତୋଷର ବ୍ରେନ୍ ଟ୍ୟୁମର ତାଙ୍କୁ ଦୋହଲାଇ ଦେଇଥିଲା ।

ବ୍ରେନ୍ ଟ୍ୟୁମର ଖବର ସୋସିଆଲ ମିଡିଆରେ ବୁଲୁଥିଲା । ସମସ୍ତେ ଆରୋଗ୍ୟ କାମନା ନେଇ ଫଟୋ ପୋଷ୍ଟ କରୁଥିଲେ । ହେଲେ ଖବର ପହଞ୍ଚି ପାରିନଥିଲା ପ୍ରକୃତ ଫୋରମରେ । ଦିଲ୍ଲୀର ଜଣେ ଓଡ଼ିଆ ଯୁବକ ଯାଜପୁର ବିଞ୍ଝାରପୁରର ଅହମ୍ମଦ ଅଲ୍ଲୀ ଖାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟୁଇଟ କରିଥିଲେ । ସଙ୍ଗେ ସଙ୍ଗେ ଆରମ୍ଭ ହୋଇଥିଲା ଆକ୍ସନ । ମାତ୍ର ୨୦ ମିନିଟ ଭିତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଟୁଇଟ ଦେଖି ଲାଗି ପଡ଼ିଥିଲେ କାମରେ ।

ଟୁଇଟରେ ଲେଖା ଥିଲା କି ଆଶୁତୋଷ ପଣ୍ଡାଙ୍କ ନାମ ନାହିଁ ରାସନ କାର୍ଡରେ । ସେ ବ୍ରେନ୍ ଟ୍ୟୁମରରେ ପୀଡ଼ିତ । ତାଙ୍କ ବାପା, ମାଙ୍କ ନାମରେ ରାସନ କାର୍ଡ ଅଛି । କିନ୍ତୁ ପୁଅର ନାଁ ନାହିଁ । ସେ ଅବହେଳା ହେଉ କି ଅଣଦେଖା ହେଉ, ଯେ କୌଣସି କାରଣରୁ ବାଦ୍ ପଡୁନା କାହିଁକି, ଏହା ଜାଣିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରାଯାଇ ଅବଗତ କରାଯିବା ସହିତ ତୁରନ୍ତ ଆଶୁତୋଷଙ୍କ ନାଁ ଯୋଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରାଇ ତାଙ୍କ ନାଁ ରାସନ କାର୍ଡରେ ଯୋଡାଯାଇ ଥିଲା । ଏହାପରେ ବିଜୁ ସ୍ମାର୍ଟକାର୍ଡରେ ଦେଖାଇଥିଲା ଆଶୁତୋଷଙ୍କ ନାଁ । ଏବେ ଏମ୍ସରେ ଆଶୁତୋଷଙ୍କ ଚିକିତ୍ସା କରାଯାଉଛି । ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତାଙ୍କ ପରିବାର ଓ ଟୁଇଟ କରିଥିବା ଯୁବକଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଯୋଗାଯୋଗରେ ଅଛି ।

ଯଦି ଆବଶ୍ୟକ ପଡ଼େ ଆହୁରି ଅଧିକ ଚିକିତ୍ସା ଯୋଗାଇ ଦିଆଯିବା ନେଇ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିଛି । ଅହମ୍ମଦ ଅଲ୍ଲୀ ଖାନଙ୍କ ଟୁଇଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଥିବାରୁ ଖୁସି ବ୍ୟକ୍ତ କରିବା ସହ ପରିବାର ଲୋକ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଚଳିତ ବର୍ଷ ଶେଷ ସୁଦ୍ଧା ନିଯୁକ୍ତ ହେବେ ଆଉ ୭ ହଜାର ୫୦୦ ଶିକ୍ଷକ

ଭୁବନେଶ୍ୱର: ଶିକ୍ଷା ରୂପାନ୍ତରଣକୁ ନେଇ ଆଉ ଏକ ଆଧ୍ୟାୟ ସୃଷ୍ଟି କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ଗୁଣାତ୍ମକ ଶୈକ୍ଷିକ ବ୍ୟବସ୍ଥାକୁ ଗୁରୁତ୍ବ ଦେଉଛନ୍ତି ନବୀନ । ଚଳିତ ବର୍ଷ ଶେଷ ସୁଦ୍ଧା ନିଯୁକ୍ତ ହେବେ ଆହୁରି ୭ ହଜାର ୫୦୦ ଶିକ୍ଷକ । ତୃତୀୟ ପର୍ଯ୍ୟାୟ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ନଭେମ୍ବର ଶେଷ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ କରିବାକୁ ବିଭାଗ ଲକ୍ଷ୍ୟ ରହିଛି ।

ଏଥର ଚୟନ କରିବ ଷ୍ଟେଟ୍ ସିଲେକ୍ସନ ବୋର୍ଡ । ତୃତୀୟ ପର୍ଯ୍ୟାୟ ନିଯୁକ୍ତିରେ ଦ୍ବିତୀୟ ପର୍ଯ୍ୟାୟରେ ପ୍ରକାଶ ପାଇଥିବା ୧୧ ହଜାର ୪୦୩ ଶହ ପଦରୁ ୬ ହଜାର ୮୯୧ ପଦ ପୂରଣ ହେବା ପରେ ଅବଶିଷ୍ଟ ୪ ହଜାର ୩୧୨ ସହିତ ଆହୁରି ପ୍ରାୟ ୩ ହଜାର ପଦକୁ ମିଶାଇ ପାଖାପାଖି ୭ ହଜାର ୫ ଶହ ପଦରେ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ।

ଏଥର ତୃତୀୟ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଷ୍ଟେଟ୍ ସିଲେକ୍ସନ ବୋର୍ଡ ଦ୍ବାରା ତ୍ବରାନ୍ବିତ ଲାଗି ବିଭାଗ ପଦକ୍ଷେପ ଗ୍ରହଣ କରୁଛି । ୨୦୨୩ ସୁଦ୍ଧା ତୃତୀୟ ପର୍ଯ୍ୟାୟ ନିଯୁକ୍ତି ପ୍ରକ୍ରିୟା ସରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି । ପ୍ରଥମ ପର୍ଯ୍ୟାୟରେ ୬ ହଜାର ୧୩୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ, ଦ୍ବିତୀୟ ପର୍ଯ୍ୟାୟରେ ୬ ହଜାର ୮୯୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି ।

ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି, ଆଜିଠୁ ରାଜ୍ୟରେ ବର୍ଷା

ଭୁବନେଶ୍ୱର: ଏଥର କମିବ ତାତି ଭିଜିବ ଓଡ଼ିଶା । ଓଡ଼ିଶାକୁ ଆସୁଛି ବ୍ୟାକ ଟୁ ବ୍ୟାକ୍ ଲଘୁଚାପ । ଆଜିଠୁ ୮ ତାରିଖ ମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହେଉଛି । ଆଜିଠୁ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି । ଆଗାମୀ 24ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଆଗାମୀ 4 ରୁ 5 ଦିନ ଯାଏଁ ରାଜ୍ୟର କିଛି କିଛି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ହଳଦିଆ ଚେତାବନୀ ଜାରି ରହିଛି । କାଲିଠୁ ୭ ତାରିଖ ମଧ୍ୟରେ ପ୍ରବଳ ବର୍ଷା ନେଇ ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୮ ତାରିଖରେ ୮ ଏବଂ ୯ ତାରିଖରେ ୧୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ବିଭିନ୍ନ ସ୍ଥାନରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି ।

ପରେ ୯ରୁ ୧୫ତାରିଖ ମଧ୍ୟରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ସମ୍ଭାବ୍ୟ ଲଘୁଚାପ ଦୁଇଟି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ଛତିଶଗଡ଼ ମୁହାଁ ହେବ। ପ୍ରଭାବରେ ମହାନଦୀର ଉଭୟ ଉପର ଏବଂ ତଳ ମୁଣ୍ଡରେ ପ୍ରବଳ ବର୍ଷା ହେବ ।

ଆଜି ବ୍ରିଟେନ ପାଇବ ନୂଆ ପ୍ରଧାନମନ୍ତ୍ରୀ, ଋଷିଙ୍କଠୁ ଆଗରେ ଅଛନ୍ତି ଲିଜ୍ ଟ୍ରସ

ଲଣ୍ଡନ: ଆଜି ବ୍ରିଟେନ ପାଇବ ନୂଆ ପ୍ରଧାନମନ୍ତ୍ରୀ । ଘୋଷଣା ହେବ ଆଭ୍ୟନ୍ତରୀଣ ନିର୍ବାଚନ ଫଳାଫଳ । ଦଳର ପ୍ରାୟ ୧ ଲକ୍ଷ ୬ ହଜାର ସଦସ୍ୟଙ୍କଠାରୁ ଭୋଟ ଗ୍ରହଣ କରାଯାଇଛି । ଭୋଟିଂରେ କଞ୍ଜରଭେଟିଭ ପାର୍ଟିର ନେତ୍ରୀ ଲିଜ୍ ଟ୍ରସ ଆଗରେ ଅଛନ୍ତି । ପୂର୍ବତନ ଚାନସେଲର ରିଷି ସୁନକଙ୍କଠାରୁ ବୈଦେଶିକ ମନ୍ତ୍ରୀ ଲିଜ୍ ଯଥେଷ୍ଟ ଆଗରେ ରହିଛନ୍ତି । ଫଳାଫଳ ଘୋଷଣା ପରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରିବେ ରାଣୀ ଏଲିଜାବେଥ ।

ଆସନ୍ତାକାଲି ଇସ୍ତଫା ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ବୋରିସ ଜନସନଙ୍କଠାରୁ କ୍ଷମତା ହସ୍ତାନ୍ତର ଲଣ୍ଡନର ବକିଂହାମ ପ୍ୟାଲେସ ବଦଳରେ ସ୍କଟଲାଣ୍ଡର ବାଲମୋରାଲ କ୍ୟାସଲରେ ଅନୁଷ୍ଠିତ ହେବ । ରାଣୀ ଏଲିଜାବେଥ ଏବେ ସ୍କଟଲାଣ୍ଡରେ ଥିବାରୁ ପାରମ୍ପରିକ ନିୟମରେ ପରିବର୍ତ୍ତନ କରାଯାଇଛି । ପ୍ରଧାନମନ୍ତ୍ରୀ ପଦ ପାଇଁ ଗତ ଅଗଷ୍ଟରୁ ଆରମ୍ଭ ହୋଇଥିଲା ଭୋଟିଂ ।

ଦେଶରେ ଅତ୍ୟଧିକ ମୂଲ୍ୟବୃଦ୍ଧି, ମୁଦ୍ରାସ୍ଫୀତି, ବିଦ୍ୟୁତ ଦର ବୃଦ୍ଧି କାରଣରୁ ବୋରିସ ଜନସନଙ୍କ ବିରୋଧର ଜନମତ ତୀବ୍ର ହୋଇଥିଲା । କୋଭିଡ କାଳରେ ପାର୍ଟି ଆୟୋଜନ କରି ବେଶ୍ ନିନ୍ଦାର ପାତ୍ର ହୋଇହୋଇଥିଲେ ବୋରିସ । ଗତ ଜୁଲାଇ ୭ରେ ଇସ୍ତଫା ଦେଇଥିଲେ ଜନସନ । ଆସନ୍ତା ୨୦୨୫ ଜାନୁଆରୀରେ ହେବ ବ୍ରିଟେନ ସାଧାରଣ ନିର୍ବାଚନ ।

ଓଡ଼ିଶା ଖୋ ଖୋ ଟିମ୍ ପାଇଁ ୧ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁଣେ: ଓଡ଼ିଶା ଖୋ ଖୋ ଟିମ୍‌କୁ ୧ କୋଟି ଟଙ୍କା ଘୋଷଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ ପୁରସ୍କାର ରାଶି । ଅଲଟିମେଟ୍‌ ଖୋ ଖୋରେ ଓଡ଼ିଶା ଜଗରନଟ୍ସ ଚାମ୍ପିଅନ ହୋଇଛି ।

ମହାରାଷ୍ଟ୍ର ପୁନେରେ  ଶ୍ରୀ ଶିବ ଛତ୍ରପତି ସ୍ପୋର୍ଟସ କଂପ୍ଲେକ୍ସରେ ଚାଲିଥିବା ଅଲଟିମେଟ୍‌ ଖୋ ଖୋ ଲିଗ୍‌ରେ ତେଲଗୁ ଯୋଦ୍ଧାସକୁ ହରାଇ ଓଡିଶା ଚାମ୍ପିଅନ ହୋଇଛି  । ଏକ ପଏଣ୍ଟରେ  ତେଲଗୁ ଯୋଦ୍ଧାସକୁ ହରାଇ ଚମ୍ପିୟାନ ହେଲା ଓଡିଶା  । ଓଡିଶାକୁ ୪୬ ପଏଣ୍ଟ ମିଳିଥିବା ବେଳେ ତେଲଗୁ ଯୋଦ୍ଧାସକୁ 4୫ ପଏଣ୍ଟ ମିଳିଥିଲା  ।

ଏସିଆ କପ୍: ଭାରତକୁ ହରାଇ ପ୍ରତିଶୋଧ ନେଲା ପାକିସ୍ତାନ

ଦୁବାଇ: ଏସିଆ କପ୍ ଗ୍ରୁପ୍ ମ୍ୟାଚରେ ଭାରତଠାରୁ ପରାଜୟର ପ୍ରତିଶୋଧ ନେଲା ପାକିସ୍ତାନ । ୧୮୨ ରନର ବିଜୟ ଲକ୍ଷ୍ୟକୁ ପାକିସ୍ତାନ ୫ ଓ୍ବିକେଟ ହରାଇ ହାସଲ କରି ନେଇଛି । ଦଳ ପକ୍ଷରୁ ମହମ୍ମଦ ରିଜଓ୍ବାନ ସର୍ବାଧିକ ୭୧ ରନ୍ କରିଥିଲେ । ଏଥିରେ ୬ ଚୌକା ଓ ୨ ଛକା ଥିଲା । ସେହିପରି ମହମ୍ମଦ ନଓ୍ବାଜ ୨୦ ବଲର ସମ୍ମୁଖୀନ ହୋଇ ୨ ଚୌକା ସହାୟତାରେ ୪୨ ରନର ଦମଦାର ପାରି ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାବର ଆଜମ ୧୪, ଫକର ଜମନ ୧୫, ଅସିଫ ଅଲ୍ଲୀ ୧୬ ରନ୍ କରିଥିଲେ । ଖୁଶଦିଲ ଶାହ ୧୪ ଏବଂ ଇଫତଖାର ଅହମ୍ମଦ ୨ ରନ୍ କରି ଅପରାଜିତ ରହି ପାକିସ୍ତାନକୁ ବିଜୟ ମୁକୁଟ ପିନ୍ଧାଇଥିଲେ ।

ଭାରତ ତରଫରୁ ୫ ଜଣ ବୋଲିର ଭୁବନେଶ୍ବର କୁମାର, ଅର୍ଶଦୀପ ସିଂ, ରବି ବିଷ୍ନୋଇ, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ପ୍ରଥମେ ବ୍ୟାଟିଂ କରି ଭାରତ ୭ ଓ୍ବିକେଟ ହରାଇ ୧୮୧ ରନ୍ କରିଥିଲା । ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ୪୪ ବଲରେ ୪ ଚୌକା ଓ ଗୋଟିଏ ଚୌକା ସହାୟତାରେ ୬୦ ରନ୍ କରିଥିଲେ ।

ପ୍ରଥମେ କେଏଲ ରାହୁଲ ଏବଂ ଅଧିନାୟକ ରୋହିତ ଶର୍ମା ଭାରତକୁ ଭଲ ଷ୍ଟ୍ରାଟ୍ ଦେଇଥିଲେ । ଗୋଟିଏ ଚୌକା ଓ ୨ଟି ଛକା ସହାୟତାରେ ରାହୁଲ ୨୮ ରନ୍ କରିଥିବା ବେଳେ ରୋହିତ ସମାନ ରନ ୩ ଚୌକା ଓ ୨ ଛକା ସହାୟତାରେ କରିଥିଲେ । ସୂର୍ଯ୍ୟକୁମାର ଯାଦବ ୨ ଚୌକା ସହାୟତାରେ ୧୩ ରନ୍ କରିଥିଲେ । ଗତ ମୁକାବିଲାରେ ପାକିସ୍ତାନୀ ବୋଲରଙ୍କୁ ଛକା ମାରି ମ୍ୟାଚ ଜିତାଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଆଜି ଭାରତୀୟ ପ୍ରଶଂସକଙ୍କୁ ନିରାଶ କରିଥିଲେ । ସେ ଖାତା ଖୋଲି ପାରି ନଥିଲେ । ସେହିପରି ଦୀପକ ହୋଡ଼ା ୧୬ ରନ୍ କରିଥିବା ବେଳେ ରବି ବିଷ୍ନୋଇ ୮ ରନ କରିଥିଲେ । ପାକିସ୍ତାନ ପକ୍ଷରୁ ସଦବ ଖାନ ୨ଟି ଓ୍ବିକେଟ ନେଇଥିବା ବେଳେ ନସୀମ ଶାହ, ମହମ୍ମଦ ହାସୀନ, ହାରିସ ରାଉଫ ଏବଂ ନଓ୍ବାଜ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

୩ ବର୍ଷର ଶିଶୁକୁ ଧରି ବ୍ରିଜରୁ ଡେଇଁଲେ ମହିଳା

ସମ୍ବଲପୁର: ପାରିବାରିକ କଲହର କରୁଣ ପରିଣତି । ସ୍ବାମୀ ସହ ଝଗଡା ଯୋଗୁଁ ତିନି ବର୍ଷର ଛୁଆକୁ ଧରି କେନାଲକୁ ଡେଇଁଲେ ସ୍ତ୍ରୀ । ବୁର୍ଲାରେ ଘଟିଛି ଏହି ଅଘଟଣ ।

ଅଭିଯୋଗ ରିଙ୍କି ସୁନା ତାଙ୍କର ସ୍ୱାମୀଙ୍କ ସହିତ କୌଣସି କଥାକୁ ନେଇ ବଚସା ହୋଇଥିଲା । ଯାହାକି ଉଗ୍ରରୂପ ନେଇଥିଲା । ପରେ ରିଙ୍କି ୩ ବର୍ଷର ଶିଶୁକୁ ନେଇ ବୁର୍ଲା ସୁନ୍ଦର ରାଜନ ବ୍ରିଜ ଉପରୁ ଡେଇଁ ପଡିଥିଲେ । ଡେଇଁବା ସମୟରେ ଗଣେଶ ପୂଜା ଭାଷାଣୀ କରୁଥିବା କିଛି ଯୁବକ ଏହି ଦୃଶ୍ୟ ଦେଖିବା ପରେ ଅଗ୍ନିଶମ ବିଭାଗକୁ ଫୋନ କରି ଖବର ଦେଇଥିଲେ । ଅଗ୍ନିସମ ବିଭାଗ ପକ୍ଷରୁ ରେସକ୍ୟୁ ଅପରେସନ୍ ଜାରି ରହିଛି ।

ଓଡିଶା ଜଗରନଟ୍ସ ଅଲଟିମେଟ ଖୋ ଖୋ ଚାମ୍ପିଅନ

ପୁଣେ: ଅଲଟିମେଟ ଖୋ ଖୋରେ ଓଡ଼ିଶାର ବୃହତ ବିଜୟ । ତେଲଗୁ ଯୋଦ୍ଧାସକୁ ପରାସ୍ତ କଲା ଚାମ୍ପିଅନ ହେଲା ଓଡିଶା ଜଗରନଟ୍ସ । କ୍ବାଲିଫାୟର ମ୍ୟାଚରେ ଗୁଜରାଟ ଜିଆଣ୍ଟସ୍ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲା ଓଡିଶା ଜଗରନଟ୍ସ ।

ଫାଇନାଲ ମ୍ୟାଚରେ ଭଲ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖେଳାଳିଙ୍କ ସହିତ ଆଲୋଚନା କରି ସେମାନଙ୍କୁ ଉତ୍ସାହିତ କରିଥିଲେ । ଫାଇନାଲ ମ୍ୟାଚରେ ଦଳ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଅଲ୍ଟିମେଟ ଖୋ ଖୋ ଲିଗର ଟ୍ରଫି ନେଇ ଓଡିଶା ଫେରିବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଖେଳାଳି । ଯାହାକୁ ବାସ୍ତବ କରି ଦେଖାଇଛନ୍ତି ।