spot_img
Home Blog Page 4025

ନାଗାବଳୀରେ ନିଖୋଜ ନାବାଳକର ମିଳିଲା ମୃତଦେହ, ଗାଧେଇବାବେଳେ ବୁଡ଼ିଯାଇଥିଲେ

0

ରାୟଗଡ଼ା: ନାଗାବଳୀରେ ନିଖୋଜ ନାବାଳକର ମିଳିଲା ମୃତଦେହ । ଗତକାଲି ସାଙ୍ଗମାନଙ୍କ ସହ ମିଶି ନାଗାବଳୀକୁ ଗାଧୋଇବାକୁ ଯାଇଥିଲେ ରାୟଗଡ଼ା କଲ୍ୟାଣସିଂହପୁର କୃଷ୍ଣପାତ୍ରଗୁଡ଼ର ଧର୍ମେଶ ନିଶିକା । ଏହାପରେ ପରିବାର ଲୋକଙ୍କ ସୂଚନା ଅନୁସାରେ ଅଗ୍ନିଶମ କର୍ମଚାରୀ ଓ ଗ୍ରାମବାସୀ ମିସି ଖୋଜାଖୋଜି କରିଥିଲେ । ହେଲେ କିଛି ପତ୍ତା ପାଇନଥିଲେ । ଆଜି ସକାଳୁ ଉଦ୍ଧାର କାର୍ଯ୍ୟ ବେଳେ ବିରେନ୍ଦ୍ର ନିଶିକାଙ୍କ ପୁଅ ଧର୍ମେଶଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସ୍ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।

ବଢୁଛି ଡେଙ୍ଗୁ ଆତଙ୍କ, ଗତ ୨୪ଘଣ୍ଟାରେ ଖୋର୍ଦ୍ଧାରେ ଚିହ୍ନଟ ହେଲେ ୧୩୯ ରୋଗୀ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ହଜାର ପାର୍‌ । ଗତକାଲି ସୁଦ୍ଧା ଜିଲ୍ଲାରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୦୪୧ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ଚିହ୍ନଟ ହେଲେ ସର୍ବାଧିକ ୧୩୯ଜଣ ଡେଙ୍ଗୁ ରୋଗୀ । ସେଥିମଧ୍ୟରୁ ଭୁବନେଶ୍ୱରରୁ ୧୩୫ଜଣ ଓ ଉପକଣ୍ଠରୁ ୪ଜଣ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରର ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୯୨୬କୁ ବୃଦ୍ଧି ହୋଇଛି । ଗ୍ରାମାଞ୍ଚଳର ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୧୫ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆସିବ ଡେଙ୍ଗୁ ପ୍ରତିରୋଧକାରୀ ଟିକା; ଫେଜ-1 ଟ୍ରାଏଲ ଲାଗି ମିଳିଲା ଅନୁମତି

ନୂଆଦିଲ୍ଲୀ: ଖୁବଶୀଘ୍ର ଆସିବ ଡେଙ୍ଗୁ ପ୍ରତିରୋଧକାରୀ ଟିକା । ଫେଜ-1 ଟ୍ରାଏଲ ଲାଗି ଇଣ୍ଡିଆନ ଇମୁନୋଲୋଜିକାଲସ୍ ଲିମିଟେଡ ବା IILକୁ ମିଳିଛି ଅନୁମତି । IILର ପରିଚାଳନା ନିର୍ଦ୍ଦେଶକ ଡାକ୍ତର କେ. ଆନନ୍ଦ କୁମାର କହିଛନ୍ତି ଯେ ଡେଙ୍ଗୁର ମୁକାବିଲା ଲାଗି IIL ଅଭିଯାନ ଜାରି ରଖିଛି । ଡେଙ୍ଗୁ ପ୍ରତିରୋଧକାରୀ ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଲାଗି ଅନୁମତି ମିଳିଛି । ଅନ୍ୟାନ୍ୟ ବହୁ ରୋଗର ପ୍ରତିରୋଧକ ଟିକା ରହିଥିବାବେଳେ ଭାରତରେ ଡେଙ୍ଗୁ ପ୍ରତିରୋଧକ ଟିକା ନାହିଁ । ଯଦି ଏହି ଟିକା ଆସିବ ତାହା ଏକ ମାଇଲଖୁଣ୍ଟ ତିଆରି କରିବ।

ବର୍ତ୍ତମାନ ସୁଦ୍ଧା ଅନେକ ପ୍ରାଣୀଙ୍କ ଶରୀରରେ ଟିକାର ଟ୍ରାଏଲ ଶେଷ ହୋଇଛି । ଅନୁମତି ମିଳିବା ଯୋଗୁ ମାନବ ଶରୀରରେ ଏହାର ଟ୍ରାଏଲ କରାଯିବ ବୋଲି ଡାକ୍ତର କୁମାର କହିଛନ୍ତି । ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ ବା NIHର ସହଭାଗିତାରେ ଟିକା ପ୍ରସ୍ତୁତ ହୋଇଛି । ମାନବ ଶରୀରରେ ବାରମ୍ବାର ଟ୍ରାଏଲ କରାଯିବା ପରେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏହି ଟିକା ଉପଲବ୍ଧ ହେବ। ଦେଶରେ ପାନାସିଆ ବାୟୋଟେକ ଲିମିଟେଡ ଓ ସାନୋଫି ଇଣ୍ଡିଆ ପ୍ରାଇଭେଟ ଲିମିଟେଡକୁ ମଧ୍ୟ କ୍ଲିନିକାଲ ଟ୍ରାଏଲ ଲାଗି ଅନୁମତି ଦିଆଯାଇଥିବା ସୂଚନା ମିଳିଛି। ଆମେରିକାରେ ସାନୋଫି ଇଣ୍ଡିଆର ଟିକାକୁ ଅନୁମତି ମିଳିସାରିଛି । ଜାତୀୟ ପରିବାହିତ ରୋଗ ନିୟନ୍ତ୍ରଣ କେନ୍ଦ୍ର ବା NCVBDCର ତଥ୍ୟ ଅନୁସାରେ ଗତବର୍ଷ ଦେଶରେ ୧ ଲକ୍ଷ ୯୩ ହଜାର ୨୪୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ପ୍ରାଣ ହରାଇଥିଲେ ୩୪୬ଜଣ । ଗତ ଅଗଷ୍ଟରେ ଛେଳିଙ୍କ କ୍ଷେତ୍ରରେ ହେଉଥିବା ବସନ୍ତର ପ୍ରତିରୋଧ ଲାଗି IIL ପକ୍ଷରୁ ୧କୋଟି ଟିକା ଉତ୍ପାଦିତ ହୋଇଥିଲା।

ସେନାମୁକ୍ତ ହେଉଛି ଲଦାଖ ସୀମା; ନିଜ ନିଜ ଅଞ୍ଚଳକୁ ସମ୍ପୂର୍ଣ୍ଣ ରୂପେ ଫେରିଲେ ଭାରତ ଓ ଚୀନ ସେନା

ନୂଆଦିଲ୍ଲୀ: ଲଦାଖରୁ ନିଜ ନିଜ ଅଞ୍ଚଳକୁ ସମ୍ପୂର୍ଣ୍ଣ ରୂପେ ଫେରିଲେ ଭାରତ ଓ ଚୀନ ସେନା। ଗୋଗ୍ରା ହଟସ୍ପ୍ରିଙ୍ଗର ପାଟ୍ରୋଲିଂ ପଏଣ୍ଟ ୧୫ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ଏହାରେ ଏବେ ଫୋକସରେ ପୂର୍ବଲଦାଖ । ସେଠାରେ ମଧ୍ୟ ଉଭୟ ସେନା ମୁତୟନ ଥିବା ବେଳେ ପ୍ରତ୍ୟାହାର ପାଇଁ ପ୍ରୟାସ କରାଯିବ। ଏପଟେ ଡେସପାଙ୍ଗ ଓ ଡେମଚୋକ୍‌ରୁ ସେନା ପ୍ରତ୍ୟାହାର ପାଇଁ ଆରମ୍ଭ ହୋଇଛି ପ୍ରୟାସ।

କମାଣ୍ଡରସ୍ତରୀୟ ବୈଠକରେ ଉଭୟ ସେନାଙ୍କ ମଧ୍ୟରେ ସହମତି ହୋଇଥିଲା। ଏହାପରେ ତୁରନ୍ତ ପ୍ରତ୍ୟାହାର ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଏଥିସହ ଭାରତର ସ୍ଥଳସେନା ଅଧ୍ୟକ୍ଷ ମଧ୍ୟ ସ୍ଥିତିର ଅନୁଧ୍ୟାନ ପାଇଁ ଲଦାଖ ଗସ୍ତ କରିଥିଲେ। ସେନାଙ୍କ ସହ ଆଲୋଚନା କରିଥିଲେ। ସେନା ପ୍ରତ୍ୟାହାର ପରେ କିଛି ସ୍ଥିତି ଉପୁଜିଲେ କେମିତି ମୁକାବିଲା କରିବେ ସେନେଇ ପ୍ରସ୍ତୁତ ରହିବାକୁ କହିଥିଲେ।

ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ନବୀନ; ଆଜି ନିବେଶକଙ୍କ ସହ କରିବେ ୱାନ୍ ଟୁ ୱାନ୍ କରିବେ

ମୁମ୍ବାଇ: ରାଜ୍ୟରେ ପୁଞ୍ଜିନିବେଶ ପାଇଁ  ଆଜି ମୁମ୍ବାଇରେ ନିବେଶକଙ୍କ ସହ ୱାନ ଟୁ ୱାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାର ଆର୍ଥିକ ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ନିବେଶକଙ୍କୁ ବୁଝାଇବେ ନବୀନ। ରାଜ୍ୟର ବ୍ୟାଙ୍କିଙ୍ଗ୍, ରାସାୟନିକ ପଦାର୍ଥ, ଅକ୍ଷୟ ଶକ୍ତି, ପ୍ଲାଷ୍ଟିକ୍ ଓ ଖଣି ଆଦି କ୍ଷେତ୍ର ସହ ପରିଚିତ କରାଇବେ। ଦିନ ୧୧ଟାରୁ ସାଢ଼େ ଗୋଟାଏ ଯାଏ ଜଣ ଜଣ କରି ସମସ୍ତ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହେବେ। ଏମାନଙ୍କ ମଧ୍ୟରେ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଆଦିତ୍ୟ ବିର୍ଲା ଗ୍ରୁପ ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା, ବେଦାନ୍ତ ସମ୍ବଳ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଓ ନୀଲକମଲ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ହିଟେନ ଭି. ପାରେଖଙ୍କ ପରି ଶିଳ୍ପପତି ଅଛନ୍ତି।

ଏହି ଅଢ଼େଇ ଘଣ୍ଟା ଭିତରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଦୀନେଶ କୁମାର ଖରା, ଏଚଡିଏଫସି ବ୍ୟାଙ୍କର ଭାରତ ମୁଖ୍ୟ ଅରବିନ୍ଦ ବୋହରା, ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାକେଶ ଝା, ଏସିଆନ୍ ପେଣ୍ଟସ୍ ଲିମିଟେଡ୍, ବମ୍ବେ ଷ୍ଟକ ଏକ୍ସଚେଞ୍ଜ, ଲାର୍ସନ୍ ଆଣ୍ଡ ଟୁବ୍ରୋ ଲିମିଟେଡ୍ ଓ ଏସଟିଟି ଜିଡିସି ଇଣ୍ଡିଆ ପିଭି ଲିମିଟେଡର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଦିନରେ ୱାନ ଟୁ ୱାନ ପରେ ସଂଧ୍ୟା ୭ଟାରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ ରେ ଶିଳ୍ପପତି ଓ ବ୍ୟାଙ୍କର୍ସମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ଟ୍ୱିଟରକୁ କିଣିବେ ଏଲନ ମସ୍କ

ଓ୍ୱାଶିଂଟନ: ଟ୍ୱିଟରକୁ କିଣିବେ ଏଲନ ମସ୍କ । ଏଥିପାଇଁ ସବୁ ରାସ୍ତା ସଫା । ୪୪ ବିଲିଅନ ଡଲାରରେ ବିକ୍ରି ପାଇଁ ସେୟାର ହୋଲଡରମାନେ ସହମତି ଜଣାଇଛନ୍ତି । ଏନେଇ ଆଜି କମ୍ପାନୀର ଅଂଶୀଦାରମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ଏଲନ ମସ୍କଙ୍କ ସମସ୍ତ ଦାବି ଉପରେ ଆଲୋଚନା ହୋଇଥିଲା । ମସ୍କ ରଖିଥିବା ସର୍ତ୍ତ ଉପରେ ସହମତି ହୋଇଥିବା ମଧ୍ୟ ଜଣାପଡିଛି । ସେୟାର ହୋଲଡରମାନେ ଏଲନଙ୍କ ସମର୍ଥନରେ ଭୋଟ ଦେଇଥିଲେ । ପୂର୍ବରୁ ଏଲନ ମସ୍କ ନିଜ ଆଡୁ ଟ୍ୱିଟରକୁ କିଣିବା ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ କେତେ ମାତ୍ରାରେ ଫେକ୍‌ ଆକାଉଣ୍ଟ ଟ୍ୱିଟରରେ ଅଛି ତା’ର ତଥ୍ୟ ଦେଲେ ଏଲନ ମସ୍କ କିଣିବେ ବୋଲି କହିଥିଲେ । ଯାହାକୁ ନେଇ କୋର୍ଟରେ ଦ୍ବାରସ୍ଥ ହୋଇଥିଲା ଟ୍ୱିଟର ।

 

ସଙ୍କଟରେ ଭଗଓ୍ୱନ୍ତ ମାନ୍ ସରକାର, ଦିଲ୍ଲୀ ପରେ ପଞ୍ଜାବରେ ଅପରେସନ୍ ଲୋଟସ୍ !

ଚଣ୍ଡିଗଡ଼: ଦିଲ୍ଲୀରେ ଅପରେସନ ଲୋଟସ ଫେଲ ପରେ ଏବେ ପଞ୍ଜାବ ପାଳି । ସଙ୍କଟରେ ଭଗଓ୍ବନ୍ତ ମାନ୍‌ ସରକାର । ସରକାର ଭାଙ୍ଗିବାକୁ ବିଜେପିର ବଡ଼ ଷଡ଼ଯନ୍ତ୍ର । ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି ପଞ୍ଜାବର ଅର୍ଥମନ୍ତ୍ରୀ ହରପାଲ ସିଂହ ଚୀମା । ଆପ୍‌ ବିଧାୟକଙ୍କୁ ୨୦ରୁ ୨୫ କୋଟି ଟଙ୍କା ଦେଇ କିଣିବାକୁ ବଡ଼ ଷଡ଼ଯନ୍ତ୍ର କରାଯାଉଛି । ୧୦ ଜଣ ବିଧାୟକଙ୍କୁ କିଣି ସରକାର ଭାଙ୍ଗିବାକୁ ବିଜେପି ଯୋଜନା କରିଥିବା ହରପାଲ ସିଂହ ଚୀମା ଅଭିଯୋଗ କରିଛନ୍ତି ।

କିଛି ଦିନ ତଳେ ଦିଲ୍ଲୀରେ ଆପ୍‌ ବିଧାୟକଙ୍କୁ କିଣି ସରକାର ଭାଙ୍ଗିବାକୁ ବିଜେପି ଯୋଜନା କରିଥିଲା । ବିଧାୟକଙ୍କୁ ୨୦ କୋଟି ଲେଖାଏଁ ଦେଉଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଆପ୍‌ ପକ୍ଷରୁ ସମସ୍ତଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ କରାଯାଇଥିଲା । ଆପର ସମସ୍ତ ବିଧାୟକ ମାନେ ଏକାଠି ହୋଇ ବିରୋଧୀଙ୍କୁ ଦଳ ଭିତରେ ଏକତା ଥିବା ପ୍ରଦର୍ଶନ କରିଥିଲେ ।

ରାଜଧାନୀରେ ବୁଲିଲା ଭୁଜାଲି, ଫଳ ଦୋକାନୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୁତ୍ତ

ଭୁବନେଶ୍ୱର: ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରେ ବୁଲିଲା ଭୁଜାଲି । ଫଳ ଦୋକାନିକୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୁତ୍ତ । ଦିନ  ଦ୍ୱିପ୍ରହରରେ ଘଟିଛି ଏହି ଏଭଳି ଘଟଣା । ନିଶାଶକ୍ତ ଅବସ୍ଥାରେ ଫଳ କିଣିଲା ବେଳେ ବେପାରୀ ଓ ଦୁର୍ବୁତ୍ତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯାହାଫଳରେ ଦୁର୍ବୁତ୍ତ ଉତକ୍ଷିପ୍ତ ହୋଇ ଦୋକାନୀଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ ଅଭିଯୁକ୍ତ । ଘଟଣା ସ୍ଥଳରେ ଭରତପୁର ପୋଲିସର ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଆକ୍ରମଣରେ ସମ୍ପୃକ୍ତ ୨ ଜଣଙ୍କୁ ଅଟକ ରଖିଛି ପୋଲିସ ।

ଡାକିବା ପରେ ଆସିଲାନି ଆମ୍ବୁଲାନ୍ସ, ଆହତ ଯୁବକଙ୍କୁ ବଞ୍ଚାଇବାକୁ JCBରେ ଡାକ୍ତରଖାନା ଆଣିଲେ ପରିବାର ଲୋକ

ଭୋପାଳ: ବାରମ୍ବାର ଡାକିବା ପରେ ବି ଆସିଲା ନାହିଁ ଆମ୍ବୁଲାନ୍ସ । ଆହତ ଯୁବକଙ୍କୁ ବଞ୍ଚାଇବା ପାଇଁ ବୁଲଡୋଜରରେ ଡାକ୍ତରଖାନାକୁ ଆଣିଲେ ପରିବାର ଲୋକ । ମଧ୍ୟପ୍ରଦେଶରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶର କାଟନି ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବାରହା ଖାତାଉଲି ରାସ୍ତାରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଜଣେ ବାଇକ ଆରୋହୀ ଗୁରତର ଆହତ ହୋଇଥିଲେ । ଯୁବକଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । କିନ୍ତୁ ଅପେକ୍ଷା କରିବା ପରେ ମଧ୍ୟ ଆମ୍ବୁଲାନ୍ସ ଆସିନଥିଲା । ଆହତ ଯୁବକଙ୍କ ଅବସ୍ଥା ବିଗିଡିବା ଦେଖି ସ୍ଥାନୀୟ ଲୋକ ଓ ପରିବାର ସଦସ୍ୟ ଜେସିବି ଡାଲାରେ ଡାକ୍ତରଖାନା ନେଇଥିଲେ ।

ମୁମ୍ବାଇରେ ଇନଭେଷ୍ଟରର୍ସ ମିଟ୍‌ ପୂର୍ବରୁ ଶିଳ୍ପପତିଙ୍କୁ ଭେଟିଲେ ମୁଖ୍ୟ ଶାସନ ସଚିବ

ମୁମ୍ବାଇ: ଇନଭେଷ୍ଟରର୍ସ ମିଟ୍‌ ପୂର୍ବରୁ ମୁମ୍ବାଇରେ ଶିଳ୍ପପତିଙ୍କୁ ଭେଟିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ନିବେଶ ପାଇଁ ବ୍ୟବସ୍ଥା ସମ୍ପର୍କରେ ଶିଳ୍ପପତିଙ୍କୁ ବୁଝାଇ କହିଥିଲେ ସୁରେଶ ମହାପାତ୍ର । ଶିଳ୍ପପତିଙ୍କ ସହ ଓ୍ୱାନ୍ ଟୁ ଓ୍ୱାନ୍‌ ବୈଠକ କରିଥିଲେ ମୁଖ୍ୟ ଶାସନ ସଚିବ । ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ନିବେଶ ପାଇଁ ରାଜ୍ୟରେ ଉତ୍କୃଷ୍ଟ ବାତାବରଣ ସୃଷ୍ଟି ହୋଇଛି । ୧୫ଟି ଶିଳ୍ପ ସଂସ୍ଥାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ହୋଇଛି ।