spot_img
Home Blog Page 4060

ଟେଲିଭିଜନ ଦୁନିଆର ବରିଷ୍ଠ ପ୍ରଯୋଜକ ଅକ୍ଷୟ କୁମାର ମହାନ୍ତିଙ୍କ ପରଲୋକ

0

ଭୁବନେଶ୍ୱର: ଟେଲିଭିଜନ ଦୁନିଆର ବରିଷ୍ଠ ପ୍ରଯୋଜକ ଅକ୍ଷୟ କୁମାର ମହାନ୍ତିଙ୍କର ଆଜି ପରଲୋକ ଘଟିଛି। ଆଜି ସକାଳ ପ୍ରାୟ ୭ଟାରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ସେ ପ୍ରଯୋଜକ ଭାବେ ଦୂରଦର୍ଶନ ଏବଂ ଇଟିଭିରେ କାର୍ଯ୍ୟ କରିଥିଲେ ।

ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଯୋଜନା କରି ନିଜ ଦକ୍ଷତାର ପ୍ରମାଣ ଦେଇଥିଲେ ଅକ୍ଷୟ। ଅନେକ ନାଟକ ଓ ଉପନ୍ୟାସ ମଧ୍ୟ ସେ ଲେଖିଛନ୍ତି। ସମ୍ବିତ, ଚନ୍ଦ୍ରମାଳିକା, ମଧ୍ୟରାତ୍ରିର କାହାଣୀ ରଚନା କରିଛନ୍ତି । ପ୍ରଯୋଜକ ଅକ୍ଷୟ କୁମାର ମହାନ୍ତି କଟକରେ ସ୍କୁଲ ଓ କଲେଜ ପଢିବା ପରେ ୧୯୭୩ ମସିହାରେ ଟେଲିଭିଜନ ଦୁନିଆକୁ ଆସିଥିଲେ। ସେ କିଛିଦିନ ହେଲା ଅସୁସ୍ଥ ଥିଲେ।

କାମରେ କରୁଥିଲେ ଅବହେଳା, ୩୦ କର୍ମଚାରୀଙ୍କ ଦରମା ବନ୍ଦ କଲେ ଜିଲ୍ଲାପାଳ

0

ରାୟଗଡ଼ା: କାର୍ଯ୍ୟରେ ଅବହେଳା ଯୋଗୁଁ ତହସିଲଦାରଙ୍କ ସମେତ ୩୦ ଜଣ କର୍ମଚାରୀଙ୍କ ଦରମା ବନ୍ଦ । ରାୟଗଡ଼ା ଜିଲ୍ଲା କାଶୀପୁର ତହସିଲର ୩୦ ଜଣ କର୍ମଚାରୀଙ୍କ ଦରମା ବନ୍ଦ କରାଯାଇଛି। ଜିଲ୍ଲାପାଳ ସ୍ୱଧା ଦେବ ସିଂ ଏହି ପଦକ୍ଷେପ ନେଇଛନ୍ତି। ତହସିଲଦାରଙ୍କ ସମେତ ୩୦ କର୍ମଚାରୀଙ୍କ ଦରମା ବନ୍ଦ କରାଯାଇଛି।

ସୂଚନା ଅନୁଯାୟୀ ଅଫିସ କାଗଜପତ୍ର ଠିକ ନଥିବା ଓ ଲୋକଙ୍କୁ ଠିକ୍‌ ସମୟରେ ସେବା ପ୍ରଦାନ କରୁନଥିବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗତ ୨୨ ତାରିଖରେ ଜିଲ୍ଲାପାଳ କାଶୀପୁର ତହସିଲ କାର୍ଯ୍ୟାଳୟ ପରିଦର୍ଶନ ପାଇଁ ଯାଇଥିଲେ। ଏହି ସମୟରେ ଅନେକ କାମ ଶେଷ ହୋଇନଥିବା ନଜରକୁ ଆସିଥିଲା। ଏଭଳିକି ଲୋକ କାଗଜପତ୍ର ପାଇଁ ଆବେଦନ କରି ବହୁ ଦିନରୁ ଅପେକ୍ଷା କରିଥିବା ସୂଚନା ମିଳିଥିଲା। ଏହାପରେ ଜିଲ୍ଲାପାଳ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦରମା ବନ୍ଦ ରହିବ ବୋଲି ଜିଲ୍ଲାପାଳ ପତ୍ର ଲେଖି ଜଣାଇଛନ୍ତି।

କାଲିଠାରୁ ସ୍ପେଶାଲ୍ ଓଜେଇଇ, ଦୈନିକ ୪ଟି ସିଫ୍ଟରେ ହେବ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା କାଲିଠାରୁ ଆରମ୍ଭ ହେବ ସ୍ପେଶାଲ ଓଜେଇଇ । ଓଜେଇଇ ପକ୍ଷରୁ ପରୀକ୍ଷା ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି। ପରୀକ୍ଷା ପାଇଁ ୨୮ ହଜାର ୬୦୦ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ୨୮ ସହରରେ ହୋଇଛି ୩୮ଟି ପରୀକ୍ଷା କେନ୍ଦ୍ର । ସେପ୍ଟେମ୍ବର ୩, ୪ ଓ ୭ତାରିଖରେ ହେବ ପରୀକ୍ଷା । ଦୈନିକ ୪ଟି ସିଫ୍ଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । (CBT) କମ୍ପୁଟର ବେସଡ ଟେଷ୍ଟ ମାଧ୍ୟମରେ ହେବ ପରୀକ୍ଷା । ରାଜ୍ୟ ବାହାରେ କୋଲକାତା, ରାଞ୍ଚି ଏବଂ ପାଟନାରେ ହୋଇଛି ପରୀକ୍ଷା କେନ୍ଦ୍ର । ବିଟେକ୍, ବିଫାର୍ମା, ଏମବିଏ, ଲାଟେରାଲ ଏଣ୍ଟ୍ରି ଟୁ ବିଟେକ୍, ଏମସିଏ, ଏମ୍ଟେକ୍, ଆର୍କିଟେକ୍, ଏମ୍ ଫାର୍ମା ପାଠ୍ୟକ୍ରମରେ ନାମ ଲେଖା ପାଇଁ ହେବ ପରୀକ୍ଷା । ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ ଏନେଇ ସୂଚନା ଦେଇଛନ୍ତି ।

ଗଣେଶ ପୂଜା ଭୋଜି ଖାଇ, ଅସୁସ୍ଥ ୨୫ ଛାତ୍ରଛାତ୍ରୀ

0

ବାଲେଶ୍ୱର: ସ୍କୁଲରେ ଭୋଜି ଖାଇ ୨୫ରୁ ଅଧିକ ପିଲା ଅସୁସ୍ଥ। ନୀଳଗିରି ଉପଖଣ୍ଡ ବାଉଁଶବଣିଆ ପଞ୍ଚାୟତ ବାଉଁଶବଣିଆ ପ୍ରାଥମିକ ସ୍କୁଲରେ ଗଣେଶ ପୂଜାରେ ହୋଇଥିବା ଭୋଜି ଖାଇ ପଚିଶରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି । ପୂଜାଦିନ ଭୋଜି ଖାଇ ଆସିବା ପରେ ଘରେ ଅସୁସ୍ଥ ହୋଇପଡ଼ିଥିଲେ ପିଲା। ସେମାନଙ୍କୁ ଜ୍ୱର ଙେବା ସହ ଲଗାତାର ବାନ୍ତି ହୋଇଥିଲା। ତେବେ ଅଭିଭାବକମାନେ ପିଲାଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କିରଛନ୍ତି ।

ମୋ ବସ୍ ସେବାକୁ ଜାତୀୟ ସ୍ୱୀକୃତି, ମିଳିଲା ସ୍ମାର୍ଟ ସଲ୍ୟୁସନ ଚାଲେଞ୍ଜ ଆଣ୍ଡ ଇନକ୍ଲୁସିଭ ସିଟିଜ୍ ସମ୍ମାନ

ନୂଆଦିଲ୍ଲୀ: ଓଡ଼ିଶାର ମୋ ବସ୍ ସେବାକୁ ମିଳିଲା ଜାତୀୟ ସ୍ୱୀକୃତି। କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌)କୁ ମିଳିଲା ସିଟିଜ୍ ଆୱାର୍ଡ଼। ସ୍ମାର୍ଟ ସଲ୍ୟୁସନ ଚାଲେଞ୍ଜ ଆଣ୍ଡ ଇନକ୍ଲୁସିଭ ସିଟିଜ୍ ସମ୍ମାନ ଗ୍ରହଣ କଲା କ୍ରୁଟ୍ । ୨୦୨୨ରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ କ୍ରୁଟକୁ ଏହି ସମ୍ମାନ ମିଳିଛି । ଜୁଲାଇ ୨୬ରେ କରାଯାଇଥିଲା ଘୋଷଣା । ଗୁରୁବାର ବିଦ୍ଧିବଦ୍ଧ ଭାବେ ଏହି ପୁରସ୍କାର ପ୍ରଦାନ କରାୟାଇଛି । ନୂଆଦିଲ୍ଲୀ ଠାରେ ଆୟୋଜିତ କାର୍ୟ୍ୟକ୍ରମରେ କ୍ରୁଟ୍ ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟର ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କଠାରୁ ସମ୍ମାନ ଗ୍ରହଣ କରିଛନ୍ତି ।

ଲୋକଙ୍କ ସହଜ ଯାତାୟତ ଓ ବଜାରର ଚାହିଦା ଅନୁସାରେ କ୍ରୁଟ୍ ମୋ ବସ୍ ସେବାର ଅଭିନବ ଓ ନିପାଦ ୟାତ୍ରା ଯୋଗାଇ ଦେଉଛି । ନିଜ ଗାଡ଼ି ଛାଡ଼ି ଲୋକ ବ୍ୟବହାର କରୁଛନ୍ତି ମୋ ବସ୍ । କ୍ରୁଟ୍ ଏକମାତ୍ର ସହରା଼୍ଚଳ ପରିବହନ ସେବା ପ୍ରଦାନକାରୀ ସଂସ୍ଥା ଭାବେ ବରିଷ୍ଠ ନାଗରିକ ଯାତ୍ରୀଙ୍କ ପାଇଁ ସଂରକ୍ଷିତ ସିଟ୍ ସହ ଟିକେଟ୍ ମବଲ୍ୟରେ ୫୦ପ୍ରତିଶତ ରିହାତି ହେଉଛି । ମହିଲାଙ୍କ ପାଇଁ ସିଟ୍ ସଂରକ୍ଷଣ ସହ ଦିବ୍ୟାଙ୍ଗ ୟାତ୍ରୀଙ୍କ ଟିକେଟ୍ ମୂଲ୍ୟରେ ରିହାତି ବ୍ୟବସ୍ଥା ହୋଇଛି ।

ହୀରାଖଣ୍ଡ ଏକ୍ସପ୍ରେସ ଧକ୍କାରେ ଗାଈ ଚରାଳିଙ୍କ ସହ ପାଞ୍ଚ ଗାଈ ମୃତ

କୋରାପୁଟ: ହୀରାଖଣ୍ଡ ଏକ୍ସପ୍ରେସ ଧକ୍କାରେ ଗାଈ ଚରାଳିଙ୍କ ସହ ପାଞ୍ଚ ଗାଈ ମୃତ । ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲଷ୍ମୀପୁର ଭୁଇପାଟଣା ଗାଁ ନିକଟରେ। ଗାଈ ଚରାଳି ଜଣକ ଭୁଇପାଟଣା ଗାଁର ମୁକୁନା ପ୍ରେପେକା। ଭୁବନେଶ୍ୱରରୁ ଜଗଦଲପୁର ଅଭିମୁଖେ ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଲକ୍ଷ୍ମୀପୁର ରେଳ ଷ୍ଟେସନର RPF ପହଞ୍ଚିଛନ୍ତି।

କଫି ଜିଆଣ୍ଟ ଷ୍ଟାର ବକ୍ସର ନୂଆ ସିଇଓ ହେଲେ ଭାରତୀୟ ବଂଶୋଦ୍ଭବ

ୱାଶିଂଟନ: ଗ୍ଲୋବାଲ କମ୍ପାନୀରେ ଭାରତୀୟଙ୍କ ରାଜ୍। କଫି ଜିଆଣ୍ଟ ଷ୍ଟାର ବକ୍ସର ନୂଆ ସିଇଓ ହେଲେ ଭାରତୀୟ ବଂଶୋଦ୍ଭବ। ଷ୍ଟାରବକ୍ସର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ନିଯୁକ୍ତ ହୋଇଛନ୍ତି ଭାରତୀୟ ବଶୋଦ୍ଭବ ଲକ୍ଷ୍ମଣ ନରସିଂହ। ଅକ୍ଟୋବର ୧ ତାରିଖରେ ସେ କମ୍ପାନୀରେ ଜଏନ କରିବେ। ମାତ୍ର ୨୦୨୩ ଏପ୍ରିଲରେ ସେ ସିଇଓ ଭାବେ ଦାୟିତ୍ୱ ନେବେ ।

ତେବେ ୫୫ ବର୍ଷୀୟ ଲକ୍ଷ୍ମଣ ପୂର୍ବରୁ ପେପ୍ସିର ଗ୍ଲୋବାଲ ଚିଫ୍ କମର୍ସିଆଲ ଅଫିସର ଭାବେ କାର୍ଯ୍ୟ କରିଥିଲେ । ଲକ୍ଷ୍ମଣ ଏବେ ସ୍ବାସ୍ଥ୍ୟ ଓ ସ୍ବଚ୍ଛତା କମ୍ପାନୀ ରେକିଟର ପ୍ରମୁଖ ଭାବେ କାର୍ଯ୍ୟ କରୁଛନ୍ତି ।

ଚିକିତ୍ସା ପାଇଁ ନଥିଲା BSKY ସ୍ମାର୍ଟକାର୍ଡ଼, ଫାଇଭ-ଟି ସଚିବଙ୍କ ହସ୍ତକ୍ଷେପ ପରେ ମିଳିଲା ତ୍ୱରିତ ସହାୟତା

ଭୁବନେଶ୍ୱର: ଗରିବଙ୍କ ସ୍ୱାସ୍ଥ୍ୟ ସଞ୍ଜୀବନୀ ସାବ୍ୟସ୍ତ ହୋଇଛି ସ୍ମାର୍ଟକାର୍ଡ । ବିଏସକେୱାଇ ସାଜିଲା ଜୀବନରେଖା । ଫାଇଭ-ଟି ସଚିବଙ୍କ ଟ୍ୱିଟରେ ଯୋଡ଼ିହେଲା ହିତାଧିକାରୀଙ୍କ ନାଁ। ଗୋଡ଼ ଭାଙ୍ଗିଥିଲା। ସଙ୍ଗସଙ୍ଗେ ମିଳିଲା ତ୍ୱରିତ ସହାୟତା । ମୁଖ୍ୟମନ୍ତ୍ରୀ ଓ ଫାଇବ -ଟି ସଚିବଙ୍କୁ ଧନ୍ୟବାଦ ଜଣାଇଲେ ପରିବାର । ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ମହିତଙ୍ଗାଗାଁର ଘଟଣା। ହରପ୍ରିୟା ନାମକ ୧୫ ବର୍ଷୀୟ ଝିଅର ବିଏସକେୱାଇ କାର୍ଡରେ ନାମ ନଥିଲା, ହେଲେ ଭି.କେ ପାଣ୍ଡିଆନଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ପରେ ମାଗଣାରେ ଚିକିତ୍ସା ପାଇଲେ ଯୁବତୀ ।

ଚଳିତ ବର୍ଷ ବିପିନ ଓ ରଞ୍ଜୁଲତା ଡାକୁଆଙ୍କ ଝିଅ ଦଶମ ପାସ୍ କରିଥିଲେ । ସପ୍ତାହେ ପୂର୍ବରୁ ଘର ସିଡିରୁ ପଡ଼ି ଡାହାଣ ଗୋଡ଼ ଭାଙ୍ଗିଯାଇଥିଲା । ବାପା ଦିନ ମଜୁରିଆ ହୋଇଥିବାରୁ ହସ୍ପିଟାଲ ଖର୍ଚ୍ଚ ବହନ କରିପାରିନଥିଲେ । ବିଏସକେୱାଇ ସ୍ମାର୍ଟକାର୍ଡ ଥିଲା , ହେଲେ ଝିଅ ନାମ ନଥିବାରୁ କାର୍ଡରେ ସୁବିଧା ମିଳିନଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀ ଗସ୍ତରେ ଥିବା ଫାଇବ ଟି ସଚିବଙ୍କୁ ଟୁଇଟ୍ କରିଥିଲେ ଯାଜପୁରର ଜଣେ ସମାଜସେବୀ ପିଣ୍ଟୁ ସାହୁ । ଭି.କେ ପାଣ୍ଡିଆନ ଜାଣିବା ପରେ ବିଭାଗୀୟ ଅଧିକାରୀ ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ କଥା ହୋଇଥିଲେ । ଏହାପରେ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ହରପ୍ରିୟାଙ୍କ ଚିକିତ୍ସା । ବିପଦ ସମୟରେ ତତ୍କାଳ ସହାୟତା କରିଥିବାରୁ ମୁଖ୍ୟମନ୍ତ୍ରୀ ଓ ଫାଇବ ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ପରିବାର।

ଆସିଲା ଶୁଭଶ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଖୁବଶୀଘ୍ର ମୃତ୍ୟୁ ସସପେନ୍ସରୁ ହଟିବ ପର୍ଦ୍ଦା

ଭୁବନେଶ୍ୱର: ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ମୃତ୍ୟୁ ମାମଲା। ଆସିଲା ଶୁଭଶ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଶ୍ଵାସରୁଦ୍ଧରୁ ମୃତ୍ୟୁ ହୋଇଥିବା ରିପୋର୍ଟରୁ ସ୍ପଷ୍ଟ । ଝୁଲନ୍ତା ଅବସ୍ଥାରେ ଯାଇଛି ଶୁଭଶ୍ରୀଙ୍କ ଜୀବନ । ହତ୍ୟା ନୁହେଁ ବରଂ ଆତ୍ମହତ୍ୟା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ଝୁଲନ୍ତା ଅବସ୍ଥାରେ କେହି ମୃତଦେହକୁ ତଳକୁ କାଢ଼ି ଥାଇପାରେ ବୋଲି ସନ୍ଦେହ ହେଉଛି । FMT ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ସରିଛି । ଖୁବଶୀଘ୍ର ମୃତ୍ୟୁ ସସପେନ୍ସରୁ ହଟିବ ପର୍ଦ୍ଦା ।

ମୃତ୍ୟୁ ପୂର୍ବରୁ ବିଷାକ୍ତ ଖାଦ୍ୟ ଖାଇଛନ୍ତି କି ନାହିଁ, ସେ ନେଇ ଫରେନସିକ ଲ୍ୟାବକୁ ପଠାଯାଇଛି ନମୁନା । ସେପଟେ ଗତକାଲି ବିଳମ୍ବିତ ରାତିରେ ସତ ମାନିଲା ଅଟକ ଯୁବକ । ଅଟକ ନୟାଗଡ଼ର ଯୁବକ ଚିତ୍ତରଞ୍ଜନ ଜେନାଙ୍କର ବିବାହ ପୂର୍ବରୁ ଶୁଭଶ୍ରୀଙ୍କ ସହ ଥିଲା ପ୍ରେମ ସମ୍ପର୍କ । ବିବାହ ପରେ ବି ଶୁଭଶ୍ରୀହ୍କ ସହ କଣ୍ଟାକ୍ଟରେ ଥିଲେ ଚିତରଞ୍ଜନ । ସତ୍ୟନଗରରେ ଘର ଭଡା ନେଇ ରହୁଥିଲେ ଚିତ୍ତ । ଆଜି ଅଟକ ଯୁବକଙ୍କୁ କୋର୍ଟ ଚାଲାଣ କରିପାରେ ପୋଲିସ । ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ଆଣି ହେବ ପଚରାଉଚରା।

ବ୍ରହ୍ମାସ୍ତ୍ରରେ ଶାହରୁଖଙ୍କ ଏଣ୍ଟ୍ରି, ସିନେପ୍ରେମୀ ହେଲେ ମତୁଆଲା

ମୁମ୍ବାଇ: ବ୍ରହ୍ମାସ୍ତ୍ରରେ ନଜର ଆସିଲେ ବଲିଉଡ଼ କିଙ୍ଗ ଶାହରୁଖ ଖାନ୍ । ରଣବୀର କପୁର–ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ରର ଟିଜରରେ ନଜର ଆସିଛନ୍ତି ଶାହରୁଖ । ଆୟାନ୍ ମୁଖାର୍ଜୀ ଏବଂ କରଣ ଜୋହର ଏହି ଭିଡ଼ିଓଟି ସେୟାର କରିଛନ୍ତି । ଯଦିଓ ଏହି ଭିଡ଼ିଓଟିରେ କିଙ୍ଗ ଖାନଙ୍କ ଚେହେରା ଦେଖାଯାଉ ନାହିଁ । କିନ୍ତୁ ଏହି ଭିଡ଼ିଓଟି ଆସିବା ପରେ ସୋସିଆଲ ମିଡିଆରେ ବ୍ରହ୍ମାସ୍ତ୍ରରେ ଶାହରୁଖ ଥିବା ନେଇ ଚର୍ଚ୍ଚା ଟ୍ରେଣ୍ଡ କରୁଛି ।

https://twitter.com/karanjohar/status/1565296859735855105?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1565296859735855105%7Ctwgr%5Efe35dcc4942104d66b15c2a8cee57cbfc9d15d24%7Ctwcon%5Es1_&ref_url=https%3A%2F%2Fwww.aajtak.in%2Fentertainment%2Fbollywood-news%2Fstory%2Fbrahmastra-shah-rukh-khan-vanarastra-teaser-released-fans-excited-amid-boycott-trend-tmovh-1529677-2022-09-02

ତେବେ ଏହି ଭିଡ଼ିଓରେ ଶାହାରୁଖ ଖାନଙ୍କୁ ଦେଖି ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଛନ୍ତି । ଦୀର୍ଘ ଦିନ ଧରି ଆଲୋଚନା ହେଉଥିଲା ଯେ, ଶାହାରୁଖ ଖାନ ବ୍ରହ୍ମାସ୍ତ୍ରରେ କ୍ୟାମିଓ ଭୂମିକାରେ ନଜର ଆସିପାରନ୍ତି । କାରଣ ନିକଟରେ ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ ​​ମୌନି ନିଶ୍ଚିତ କରିଥିଲେ କି ଶାହରୁଖ ଏହି ଫିଲ୍ମରେ ଏକ ବିଶେଷ ଭୂମିକାରେ ନଜର ଆସିବେ।

ବ୍ରହ୍ମାସ୍ତ୍ରର ନିର୍ମାତାମାନେ ଫିଲ୍ମର କାଉଣ୍ଟଡାଉନ୍ ସହିତ ପ୍ରତ୍ୟେକ ନୂଆ ନୂଆ ଭିଡିଆ ସେୟାର କରିବା ଆରମ୍ଭ କରିଛନ୍ତି। ଆଉ ଏହି ଭିଡିଓ ଦେଖିବାପରେ ଲୋକମାନଙ୍କ ମଧ୍ୟରେ ଉତ୍ସାହ ବଢୁଛି । ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ରରେ ରଣବୀର ଏବଂ ଆଲିଆ ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ଚଳଚ୍ଚିତ୍ର ୯ ସେପ୍ଟେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି ।