spot_img
Home Blog Page 4064

ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ୍; ମହିଳା ହେଲେ ସଶକ୍ତ, ଦୂର ହେବ ଘରର ଆର୍ଥିକ ସଂକଟ

ଭୁବନେଶ୍ୱର: ରାଜ୍ୟରେ ଅର୍ବାନ ଡେଭଲପମେଣ୍ଟ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ବସ୍ତି ଗୁଡିକରେ କେବଳ ଲାଇଟ୍ , ପାଣି କିମ୍ବା ଜାଗା ମିଶନରେ ଜାଗା ନୁହଁ ବରଂ ବସ୍ତିବାସିନ୍ଦାଙ୍କ ସ୍କିଲ ଡେଭଲପମେଣ୍ଟ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ରାଜ୍ୟସରକାର। ସେମାନଙ୍କ ରୋଜଗାର ବଢ଼ାଇବା ପାଇଁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି।

ଆଜି ସ୍ୱାୟତ୍ତ ଶାସନ ଦିବସ ଅବସରରେ ପାରାଦୀପ ଗ୍ରସ୍ତରେ ଆସିଥିବା ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ସାରଦା ପ୍ରସାଦ ପଣ୍ଡା ଏହା ପ୍ରକାଶ କରିଛନ୍ତି । ଏବେ ମହିଳା ଗୃପ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରାଯିବା ସହିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ସେମାନେ ଆୟୋଜନ କରିବା ପାଇଁ ସେମାନଙ୍କୁ ସିଧାସଳଖ ପ୍ରୋତ୍ସାହିତ କରାଯାଉଛି। ଏହାଦ୍ୱାରା ପରିବାରର ଆର୍ଥିକ ଅବସ୍ଥା ସୁଧାରିବା ସହିତ ସ୍ଥାନୀୟ ଅଞ୍ଚଳର ବିକାଶ ମଧ୍ୟ ହୋଇପାରିବ । ଓଡ଼ିଶାର ଅର୍ବାନ ଅଞ୍ଚଳର ଡେଭଲପ ସହିତ ସ୍ଥାନୀୟ ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ପ୍ରତି ବିଶେଷ ଧ୍ୟାନ ମୁଖ୍ୟମନ୍ତ୍ରୀ ଦେଇଥିବା କହିଛନ୍ତି ସାରଦା ପ୍ରସାଦ ପଣ୍ଡା ।

ସ୍ୱାୟତ୍ତ ଶାସନ ଦିବସରେ ପଟ୍ଟାମୁଣ୍ଡାଇରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ

କେନ୍ଦ୍ରାପଡ଼ା: ସାରାରାଜ୍ୟର ବିଭିନ୍ନ ମ୍ୟୁନିସିପାଲିଟି ଓ ଏନଏସିରେ ପାଳିତ ହୋଇଯାଇଛି ସ୍ୱାୟତ୍ତ ଶାସନ ଦିବସ। ଏହି ଅବସରରେ ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିରେ ମଧ୍ୟ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଛି। ନୂତନ ଭାବେ ନିର୍ମିତ ସ୍ମାର୍ଟ ପାର୍କ, ଭେଣ୍ଡିଂ ଜୋନ, ଅଡିଟୋରିଅମ ହଲକୁ ଲୋକାର୍ପିତ କରାଯାଇଛି। ଏହି ଲୋକାର୍ପିତ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଯୋଗ ଦେଇ ଏହି ସବୁ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ସ୍ଥାନୀୟ ବିଧାୟକ ଧ୍ରୁବ ସାହୁ, ନଗରପାଳ ହେମନ୍ତ ସାହୁ,ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ପଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ।

ବିଜେଡି ମହିଳା ଶାଖାର ନୂଆ ଟିମ୍‌, ୨୩ ଉପଦେଷ୍ଟା, ୩ କାର୍ଯ୍ୟକାରୀ ସଭାନେତ୍ରୀ ନିଯୁକ୍ତ

ଭୁବନେଶ୍ୱର: ବିଜୁ ମହିଳା ଜନତାଦଳର ପୁନର୍ଗଠନ । ୨୩ଜଣଙ୍କୁ ଉପଦେଷ୍ଟା ଭାବେ ମନୋନୀତ କଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ୩୦ଜିଲ୍ଲା ପାଇଁ କମିଟି ଘୋଷଣା ହୋଇଛି । ୩ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ କରିଛନ୍ତି ନବୀନ ପଟ୍ଟନାୟକ । ବାଲେଶ୍ୱର ପାଇଁ ସୁବାସିନୀ ଜେନା, ଯାଜପୁର ଜିଲ୍ଲା ପାଇଁ ସୁଲତା ଦେଓ, ନବରଙ୍ଗପୁର ପାଇଁ ନିବେଦିତା ମହାନ୍ତିଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଥିବାବେଳେ ମୁଖ୍ୟମନ୍ତ୍ରୀ କସ୍ତୁରୀ ମହାପାତ୍ରଙ୍କୁ ମହାସଚିବ ଭାବେ ନିଯୁକ୍ତ କରିଛନ୍ତି ନବୀନ।

ସେହିଭଳି ୭ଟି ଜୋନ ପାଇଁ କର୍ମକର୍ତ୍ତା ଘୋଷଣା ହୋଇଛି । ଭୁବନେଶ୍ୱର, କଟକ, ବାଲେଶ୍ୱର, ସମ୍ବଲପୁର, ବଲାଙ୍ଗୀର, ଗଞ୍ଜାମ ଓ କୋରାପୁଟ ଜୋନ ପାଇଁ କର୍କର୍ତ୍ତା ଘୋଷଣା କରାଯାଇଛି । ଭୁବନେଶ୍ୱର ଜୋନର ସଭାନେତ୍ରୀ ହେଲେ ସଂଯୁକ୍ତା ମହଲ। କାର୍ଯ୍ୟକାରୀ ସଭାନେତ୍ରୀ ହେଲେ ପୁଷ୍ପାଞ୍ଜଳି ରଣା। କଟକ ଜୋନ ପାଇଁ ସଭାନେତ୍ରୀ ଭାବେ ସୁଭଦ୍ରା ଦାସ ଓ କାର୍ଯ୍ୟକାରୀ ସଭାପତି ଭାବେ ପ୍ରଭାସିନୀ ଷଡଙ୍ଗୀଙ୍କ ନାଁ ଘୋଷଣା କରାଯାଇଛି। ବୀଣାପାଣି ସାହୁଙ୍କୁ ବାଲେଶ୍ୱର ଜୋନର ସଭାନେତ୍ରୀ ଓ ମୀନା ମାଝୀଙ୍କୁ କାର୍ଯ୍ୟକାରୀ ସଭାନେତ୍ରୀ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ । ସମ୍ବଲପୁର ଜୋନର ସଭାନେତ୍ରୀ ହେଲେ ସିପ୍ରା ମହାନ୍ତି ଓ କାର୍ଯ୍ୟକାରୀ ସଭାନେତ୍ରୀ ସନ୍ଧ୍ୟାରାଣୀ ଲାକ୍ରା। ବଲାଙ୍ଗୀର ଜୋନର ସଭାନେତ୍ରୀ ଭାବେ କଲ୍ୟାଣୀ ନାୟକ ଓ କାର୍ଯ୍ୟକାରୀ ସଭାନେତ୍ରୀ ପୁଷ୍ପାଞ୍ଜଳି ପାଣ୍ଡେଙ୍କୁ ଯୁକ୍ତ କରାଯାଇଛି। ଗଞ୍ଜାମ ଜୋନର ସଭାନେତ୍ରୀ ହୋଇଛନ୍ତି ମମତା ବିଶୋୟୀ। କୋରାପୁଟ ଜୋନର ସଭାନେତ୍ରୀ ହୋଇଛନ୍ତି ଲତା ରାୟ ଓ କାର୍ଯ୍ୟକାରୀ ସଭାନେତ୍ରୀ ହୋଇଛନ୍ତି ସୁକାନ୍ତି ବୁରୁଦା। ସେହିଭଳି ୪୫ଜଣ ବରିଷ୍ଠ ଉପସଭାନେତ୍ରୀ, ୭୧ଜଣଙ୍କୁ ସାଧାରଣ ସମ୍ପାଦିକା, ୩୩ଜଣ ସହ ସମ୍ପାଦିକା, ୩୪ସାଙ୍ଗଠନିକ ଜିଲ୍ଲା ପାଇଁ ସଭାନେତ୍ରୀ ଓ କାର୍ଯ୍ୟକାରୀ ପରିଷଦ ସଦସ୍ୟ ଭାବେ ୬୮ଜଣଙ୍କୁ ମନୋନୀତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ସୋନିଆ ଗାନ୍ଧିଙ୍କ ମା’ଙ୍କ ବିୟୋଗ, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ/ମିଲାନ : କଂଗ୍ରେସର ସଭାପତି ସୋନିଆ ଗାନ୍ଧୀଙ୍କ ମା’ ପାଓଲା ମାଇନୋଙ୍କ ଅଗଷ୍ଟ ୨୭ ତାରିଖ ଦିନ ନିଧନ ହୋଇଯାଇଛି। ମଙ୍ଗଳବାର ଦିନ ପାଓଲାଙ୍କ ଅନ୍ତିମ ସଂସ୍କାର ସମ୍ପନ ହୋଇଛି। ପାଓଲାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୋକବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ସୋନିଆ ମା’ଙ୍କୁ ଭେଟିବା ପାଇଁ ଇଟାଲି ଯାଇଥିଲେ। ତାଙ୍କ ସହିତ ରାହୁଲ ଓ ପ୍ରିୟଙ୍କା ମଧ୍ୟ ଇଟାଲି ଯାଇଛନ୍ତି।

ପାଓଲାଙ୍କ ଦେହାନ୍ତ ବାବଦରେ କଂଗ୍ରେସ ସାଧାରଣ ସଚିବ ଜୟରାମ ରମେଶ ସୂଚନା ଦେଇଥିଲେ । ଟ୍ୱିଟ୍ କରି ଜୟରାମ ଏହି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ବାରମ୍ବାର ବିଦେଶଗସ୍ତ ପାଇଁ ସମାଲୋଚନାର ଶିକାର ହେଉଥିବା ସୋନିଆଙ୍କ ସମର୍ଥନରେ ଦଳ ଆଗକୁ ଆସିଥିଲା । ଗତ ସପ୍ତାହ ଗସ୍ତ ବାବଦରେ ଦଳ ପକ୍ଷରୁ କୁହାଯାଇଥିଲା ଯେ,ସୋନିଆ ଜଣେ ଅସୁସ୍ଥ ସମ୍ପର୍କୀୟଙ୍କୁ ଭେଟିବାକୁ ଇଟାଲି ଯାଇଛନ୍ତି ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ସୋନିଆଙ୍କୁ ସମବେଦନା ଜଣାଇଛନ୍ତି । ଏହି ଦୁଃଖଦ ସମୟରେ ମୋ ସମବେଦନା ପୁରା ପରିବାର ସହିତ ରହିଛି ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହିତ ପୂର୍ବତନ ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ମଧ୍ୟ ଟ୍ୱିଟ୍ କରିଶୋକବ୍ୟକ୍ତ କରିଛନ୍ତି ।

ଦିଲ୍ଲୀରେ ଇନଭେଷ୍ଟର୍ସ ମିଟ୍; ଓଡ଼ିଶାରେ ନିବେଶ ପାଇଁ ଶିଳ୍ପପତିଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଶାର ନୂଆ ଶିଲ୍ପାୟନରେ ସହଯୋଗୀ ହେବାକୁ ନବୀନଙ୍କ ଆହ୍ବାନ । ୨୦୧୬ ଓ ୨୦୧୮ର ସଫଳତା ପରେ ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୨କୁ ସଫଳ କରିବାର ଯୋଜନା ରହିଛି । ଗତ ୨୦ ବର୍ଷ ଭିତରେ ଓଡ଼ିଶା କୃଷି ଭିତ୍ତିକ ଅର୍ଥନୀତିରୁ ଦେଶର ଏକ ଅର୍ଥନୀତିକ ଅଗ୍ରଣୀ ଶିଳ୍ପନୀତିରେ ପରିଣତ ହୋଇଛି । ଓଡ଼ିଶାର ପ୍ରଚୁର ପ୍ରାକୃତିକ ସମ୍ପଦ ରହିଛି । ରାଜ୍ୟରେ ଦକ୍ଷ ମାନବ ସମ୍ବଳ ଓ ରାଜନୈତିକ ସ୍ଥିରତା ରହିଛି । ଏହାସହ ପ୍ରଗତିଶୀଳ ନୀତି ନିବେଶ ପାଇଁ ଉତ୍ତମ ପରିବେଶ ସୃଷ୍ଟି କରିଛି । ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରରେ ଓଡ଼ିଶା ଏକ ଦେଶର ବିଶେଷ ସ୍ଥାନ ଗ୍ରହଣ କରିଛି। କେନ୍ଦ୍ର ସରକାରଙ୍କ ଇଜ ଅଫ ଡୁଇଂ ବିଜନେସରେ ଓଡ଼ିଶା ଆଚିଭର ଆୱାର୍ଡ ପାଇଛି । ପ୍ରାକୃତିକ ବିପର୍ଯ୍ୟୟ ସହ ଲଢି ଓଡ଼ିଶା ଏବେ ବିଶ୍ବରେ ଲିଡର ଭୂମିକା ନିଭାଉଛି । ଅର୍ଥନୀତି ଓ ଖାଦ୍ୟ ସୁରକ୍ଷାରେ ଓଡ଼ିଶା ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଦିଲ୍ଲୀରେ ଇନଭେଷ୍ଟର୍ସ ମିଟ୍ ଅବସରରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମେକ୍ ଇନ୍ ଓଡ଼ିଶା ତୃତୀୟ ସଂସ୍କରଣରେ ନିବେଶ ପାଇଁ ଶିଳ୍ପପତିଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ହୋଇଥିବା ବୈଠକ ଶେଷ ହୋଇଛି । ପ୍ରଥମେ ୩୦ଟି ଦେଶର ରାଷ୍ଟ୍ରଦୁତ ଏବଂ ୫୦ରୁ ଅଧିକ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ନିବେଶ ସହ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । କାହିଁକି ପୁଞ୍ଜିନିବେଶ ପାଇଁ ଓଡ଼ିଶା ବେଷ୍ଟ, ସେ ନେଇ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ସରକାର ଏବଂ ଫିକିର ସହଭାଗିତାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଆସନ୍ତା ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଆୟୋଜିତ ହେଉଛି ମେକ ଇନ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ । କନକ୍ଲେଭରେ ବିଭିନ୍ନ ଦେଶରୁ ଅଧିକ ପୁଞ୍ଜି କିପରି ଓଡ଼ିଶାକୁ ଆସିବ ସେନେଇ ଗୁରୁତ୍ବ ଦେଇଛନ୍ତି ନବୀନ । ଦେଶରେ ପୁଞ୍ଜିନିବେଶ କରିବା ପାଇଁ ଓଡ଼ିଶା ଉକୃଷ୍ଟ ସ୍ଥାନ ବୋଲି ଶିଳ୍ପପତିଙ୍କୁ ବୁଝାଇଛନ୍ତି ନବୀନ ଓ ବ୍ରିଗେଡ୍ । ଦିଲ୍ଲୀ ପରେ ମୁମ୍ବାଇରେ ସେପ୍ଟେମ୍ବର ୧୪ରେ ଇନଭେଷ୍ଟରର୍ସ ମିଟ୍‌ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ଯୋଗ ଦେବା ସହ ଶିଳ୍ପପତିଙ୍କୁ ନିବେଶ ପାଇଁ ନିମନ୍ତ୍ରଣ କରିବେ । ୨୦୧୮ରେ ମଧ୍ୟ ଏହିଭଳି ଭାବେ ଏକ ବୈଠକ ହୋଇଥିଲା ।

ପୋଖରୀକୁ ଗାଧେଇବାକୁ ଯାଇ ଦୁଇ ନାବାଳକ ଭାଇ ମୃତ

ନୟାଗଡ଼: ସଦର ଥାନା ଖୁଣ୍ଟୁବନ୍ଧ ପଂଚାୟତର ସଠିଆପଲ୍ଲୀ ଗାଁରେ ଅଘଟଣ । ପୋଖରୀକୁ ଗାଧେଇବାକୁ ଯାଇ ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ ହୋଇଛି। ମୃତକ ନାବାଳକ ଦୁଇ ଜଣ ହେଲେ ଚନ୍ଦ୍ର ଶେଖର ସ୍ୱାଇଁ ଓ ରୁଦ୍ର ମାଧମ ସ୍ୱାଇଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ୨ ନାବାଳକ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସି ବୁଡ଼ିଯାଇଥିଲେ। ଗ୍ରାମବାସୀ ଖବର ପାଇ ଦୁଇ ଜଣଙ୍କୁ ଉଦ୍ଧାର କରି ନୟାଗଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ନୀତୀଶ କୁମାରଙ୍କୁ ଭେଟିଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, ବିରୋଧୀ ମେଣ୍ଟକୁ ନେଇ ପୁଣି ଚର୍ଚ୍ଚା

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ପାଟନାରେ ହୋଇଥିବା ଭେଟଘାଟକୁ ନେଇ ରାଜନୈତିକ ଚର୍ଚ୍ଚା । କେତେକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କେସିଆର। ପାଟନାରେ ପହଞ୍ଚିବା ପରେ କେସିଆରଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ ନୀତୀଶ । ବିଜେପି ସହ ସମ୍ପର୍କ ଛିନ୍ନ କରିବା ପରେ ନୀତୀଶଙ୍କୁ କେସିଆର ଭେଟିବା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି।  ବିଜେପି ବିରୋଧରେ ସମ୍ଭାବ୍ୟ ତୃତୀୟ ସାମ୍ମୁଖ୍ୟ ଗଠନକୁ ନେଇ ପୁଣିଥରେ ଚର୍ଚ୍ଚା ଜୋରଧରିଛି।

ବିହାର ଗସ୍ତ କାଳରେ କେସିଆର ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ମଧ୍ୟ ଭେଟିଛନ୍ତି। ପୂର୍ବରୁ କେସିଆର ବିରୋଧୀ ମେଣ୍ଟକୁ ଏକାଠି ହେବା ଦରକାର ବୋଲି କହିଥିଲେ। ନୀତୀଶ କୁମାର ମଧ୍ୟ ବିଜେପି ଠାରୁ ଅଲଗା ହେବା ପରେ ସମାନ କଥା କହିଥିଲେ।  ଦୁଇ ଦିନ ତଳେ ତେଲଙ୍ଗାନାରେ ଆୟୋଜିତ ସଭାରେ ଏନଡିଏ ସରକାର ବିରୋଧରେ କେସିଆର ସ୍ୱର ଉତ୍ତୋଳନ କରିବା ସହ ୨୦୨୪ରେ ବିଜେପି ମୁକ୍ତ ଭାରତ ଆହ୍ୱାନ ଦେଇଥିଲେ । ତେଣୁ ଆଜି ସେମାନଙ୍କ ଭେଟଘାଟ ନୂଆ ରାଜନୀତିକ ଚର୍ଚ୍ଚାକୁ ଖୋରାଗ ଯୋଗାଇଛି। ଅନ୍ୟପଟେ ତେଲଙ୍ଗାନାରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବିହାରର ୧୨ଜଣ ଶ୍ରମିକଙ୍କ ପରିବାରକୁ ବି ୫ ଲକ୍ଷ ଲେଖାଏଁ ଟଙ୍କାର ଆର୍ଥିକ ସହାୟତା ଯୋଗାଇଛନ୍ତି କେସିଆର।

ବଢ଼ିଲା ଜ୍ୟାକଲିନଙ୍କ ଅଡୁଆ, କୋର୍ଟରେ ହାଜର ହେବାକୁ ନୋଟିସ୍

ନୂଆଦିଲ୍ଲୀ: ବଢ଼ିଲା ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ । ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କୁ ସମନ କରିଛନ୍ତି ଦିଲ୍ଲୀର ପଟିଆଲା ହାଉସକୋର୍ଟ । ୨୧୫ କୋଟି ଠକେଇ ମାମଲାରେ ସେପ୍ଟେମ୍ବର ୨୬ରେ ହାଜର ହେବାକୁ ଅଭିନେତ୍ରୀଙ୍କୁ ନୋଟିସ କରିଛନ୍ତି କୋର୍ଟ।

ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜାକଲିନଙ୍କ ସମ୍ପୃକ୍ତି ରହିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାର୍ଜସିଟରେ ଦର୍ଶାଇଥିଲା । ପଟିଆଲା ହାଉସ କୋର୍ଟ ପରେ ଦିଲ୍ଲୀ ପୋଲିସ ମଧ୍ୟ ଜାକଲିନଙ୍କୁ ହାଜର ହେବାକୁ ସମନ କରିଛି । ଅନ୍ୟପଟେ ସେପ୍ଟେମ୍ବର ୧୨ରେ ଦିଲ୍ଲୀ ପୋଲିସ ମଧ୍ ପଚରାଉଚରା ପାଇଁ ତାଙ୍କୁ ହାଜର ହେବାକୁ ନୋଟିସ କରିଛି । ଜଣାଇଦେବାକୁ ଚାହୁଁ ଔଷଧ କମ୍ପାନୀ ରାନବାକ୍ସିର ପୂର୍ବତନ ପ୍ରମୋଟର ଆଦିତି ସିଂ ଓ ଶିବେନ୍ଦ୍ର ସିଂଙ୍କ ଠାରୁ ୨୧୫ କୋଟି ଟଙ୍କା ଠକେଇ ଘଟଣାରେ ଦିଲ୍ଲୀ ପୋଲିସ ପୂର୍ବରୁ ସୁକେଶଙ୍କୁ ଗିରଫ କରିଥିଲା । ଏହି ମାମଲାରେ ଜ୍ୟାକ୍‌ଲିନ୍‌ଙ୍କୁ ନାଁ ସାମ୍ନାକୁ ଆସିବା ପରେ ତାଙ୍କୁ ବାରମ୍ବାର ଜେରା କରାଯାଉଛି ।

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଦେବପ୍ରିୟ ମହାପାତ୍ରଙ୍କ ପରଲୋକ

କଟକ: ଓଡ଼ିଶା ହାଇକୋର୍ଟ ଓ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଦେବପ୍ରିୟ ମହାପାତ୍ରଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲରେ ୮୫ ବର୍ଷ ବୟସରେ ଦେବପ୍ରିୟଙ୍କ ପରଲୋକ ଘଟିଛି । ସୁପ୍ରିମକୋର୍ଟରୁ ଅଵସର ପରେ ଓଡିଶା ମାନବିକ ଅଧିକାର ଆୟୋଗର ଅଧ୍ୟକ୍ଷ ଭାବେ ୨୦୦୩ ଜୁଲାଇ ରୁ ୨୦୦୭ ଅଗଷ୍ଟ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ।

୧୯୩୭ ଅଗଷ୍ଟ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ମହାପାତ୍ର । ୧୯୬୦ ମସିହାରେ ଓଡିଶା ହାଇକୋର୍ଟରେ ଓକିଲାତି ଆରମ୍ଭ କରି ୧୯୮୩ ନଭେମ୍ବର ୧୮ରେ ହାଇକୋର୍ଟର ବିଚାରପତି ଭାବେ ଶପଥ ନେଇଥିଲେ। ୧୯୯୬ ଫେବ୍ରୁଆରି ୧୫ ପର୍ଯ୍ୟନ୍ତ ଓଡିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ଆହ୍ଲାବାଦ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ୧୯୯୬ ଫେବ୍ରୁଆରି ୧୬ ରୁ ୧୯୯୮ ଡିସେମ୍ବର ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ପରେ୧୯୯୮ ଡ଼ିସେମ୍ବର ୯ ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଇଥିଲେ।

 

ନଈରେ ଭାସିଗଲେ ୫ ସାଙ୍ଗ, ୩ ଉଦ୍ଧାର ୨ ନିଖୋଜ

ଭୁବନେଶ୍ୱର: ଗଣେଶ ପୂଜାରେ ଅଘଟଣ । ସ୍କୁଲକୁ ଯାଉଛୁ ବୋଲି କହି ନଈରେ ଭାସିଗଲେ ୫ ସାଙ୍ଗ। ୩ ଜଣ ଉଦ୍ଧାର ହୋଇଥିବା ବେଳେ ୨ ଜଣ ଏବେ ନିଖୋଜ ଅଛନ୍ତି। କଟକ ପ୍ରତପାନଗରୀ ସ୍ଥିତ କୁଆଖାଇ ନଈରେ ଘଟିଛି ଏହି ଅଘଟଣ । ସମସ୍ତେ ପଟିଆ ଅଞ୍ଚଳର ହୋଇଥିବା ବେଳେ ସମସ୍ତେ ସ୍କୁଲର ଛାତ୍ର ବୋଲି ଜଣା ପଡ଼ିଛି ।

୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ନିଖୋଜ ୨ ଜଣଙ୍କୁ ଉଦ୍ଧାର କରିବା ପାଇଁ କଟକ ଓ ବାରଙ୍ଗ ଅଗ୍ନିଶମ ବିଭାଗର ଦୁଇଟି ଟିମ୍ ଏବଂ ଗୋଟିଏ ଓଡ୍ରାଫ ଟିମ୍ ନିୟୋଜିତ ଅଛନ୍ତି । ସମସ୍ତଙ୍କର ପରିବାର ଲୋକେ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ନିଖୋଜ ହୋଇଥିବା ଦୁଇ ଜଣଙ୍କ ନାଁ ରୀତି ରଞ୍ଜନ ମାଢ଼ି ଓ ଆଶୁତୋଷ ପାଲ । ସେପଟେ ଉଦ୍ଧାର ହୋଇଥିବା ତିନି ଜଣଙ୍କ ନାଁ ଲିପୁନ ରାଉତ, ଶୁଭମ୍ ମହାନ୍ତି ଓ ମହାବୀର ପ୍ରସାଦ ଗୌରା।