spot_img
Home Blog Page 4066

ଗୋଟି ପହଣ୍ଡିରେ ତିନି ଠାକୁର, ଝୁଲି ଝୁଲି ଆସୁଛି କାଳିଆ..

ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା  । ମହାବାହୁ ନିଳାଚଳିଆ, ଭଉଣୀ ସୁଭଦ୍ରା, ବଡ଼ ଭାଇ ବଳଭଦ୍ର ବାହୁଡି ଆସିବେ  । ଗୁଣ୍ଡିଚା ମନ୍ଦିରରୁ ଆଜି ଶ୍ରୀମନ୍ଦିର ଅଭିମୁଖେ ଧାଇଁ  ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ଯିବେ ଚତୁର୍ଦ୍ଧା ବିଗ୍ରହ । ପହଣ୍ଡିରେ ରଥକୁ ଆସିଛନ୍ତି ତିନି ଠାକୁର  ।  ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଅପେକ୍ଷାରେ ଅଛନ୍ତି ତିନିରଥ । ବାହୁଡ଼ା ଯାତ୍ରା ପାଇଁ ହୋଇଛି ନୀତିନିର୍ଘଣ୍ଟ ।

ପହଣ୍ଡିର ଆଭିଧାନିକ ଅର୍ଥ ହେଉଛି ପାଦରେ ଭ୍ରମଣ । ପହଣ୍ଡି ବିଜେ ଶ୍ରୀମନ୍ଦିରର ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ହୋଇ ଆସୁଥିବା ବିଦ୍ଧି ସମ୍ବନ୍ଧୀୟ କ୍ରିୟାପଦ୍ଧତି । ପହଣ୍ଡି ପୁଣି ଦୁଇ ଭାଗରେ ବିଭକ୍ତ ଯଥା:- ଧାଡି ପହଣ୍ଡି ଓ ଗୋଟି ପହଣ୍ଡି। ସ୍ନାନଯାତ୍ରା ସମୟରେ ତିନିଠାକୁରଙ୍କୁ ଶ୍ରୀମନ୍ଦିର ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ନେବା ସମୟରେ ଯେଉଁ ପହଣ୍ଡି ହୁଏ ତାହାକୁ ଧାଡି ପହଣ୍ଡି କୁହାଯାଏ । ରଥଯାତ୍ରା ସମୟରେ ତିନିଠାକୁରଙ୍କୁ ଶ୍ରୀମନ୍ଦିର ରତ୍ନବେଦୀରୁ ରଥ ଉପରକୁ ଓ ରଥରୁ ମନ୍ଦିରକୁ ନେବା ସମୟରେ ଯେଉଁ ପହଣ୍ଡି କରାଯାଏ ତାହାକୁ ଗୋଟି ପହଣ୍ଡି କୁହାଯାଇଥାଏ ।

ତେବେ ଆଜି ତିନି ଠାକୁରଙ୍କୁ ଗୋଟି ପହଣ୍ଡିରେ ରଥ ଉପରକୁ ଆସୁଛନ୍ତି ତିନି ଦିଅଁ  । ମଧ୍ୟାହ୍ନ ୧୨ଟାରୁ ସାଢେ ୨ଟା ମଧ୍ୟରେ ହେବ ବାହୁଡା ପହଣ୍ଡି । ଦିନ ଗୋଟାଏ ସାଢେ ୨ଟା ମଧ୍ୟରେ ଶେଷ ହେବ ବେଶ । ପରେ ଅପରାହ୍ନ ସାଢେ ୨ଟାରୁ ୩ଟା ୩୦ମଧ୍ୟରେ ଛେରା ପହଁରା କରାଯାଇ ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟିବା ଓ ଘୋଡା ଲାଗି ହେବ । ଏହାପରେ ଅପରାହ୍ନ ୪ଟାରୁ ଆରମ୍ଭ ହେବ ରଥଟଣା ।

ଟ୍ୱିଟର ସହ ଯୁକ୍ତି ରଦ୍ଧ କରିବେ ମସ୍କ, ମାମଲା କରିବାକୁ ପ୍ରସ୍ତୁତ କମ୍ପାନୀ

ୱାସିଂଟନ: ଟ୍ୱିଟରରୁ ହଟିଯିବେ ଟେସ୍ଲା କମ୍ପାନୀ ମାଲିକ ଏଲନ ମସ୍କ  । ଏପ୍ରିଲ ୨୫ରେ ଟ୍ୱିଟରକୁ ୫୪.୨୦ ବିଲିୟନ ଡଲାରରେ କିଣିବାକୁ ଅଫର ହୋଇଥିଲା। ପରେ  ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଏହାକୁ ୪୪ ବିଲିୟନ ଡଲାରରେ କିଣିବା ନେଇ ଚୁକ୍ତି ହୋଇଥିଲା  । ଏବେ ଉକ୍ତ ଚୁକ୍ତିରୁ ହଟିଯିବାକୁ ଏଲନ ଘୋଷଣା କରିଛନ୍ତି  । ଅର୍ଥାତ ମସ୍କଙ୍କ ଓକିଲ ଟ୍ୱିଟର ଜରିଆରେ ଏହି ସୂଚନା ଦେଇଛନ୍ତି  । ସେ କହିଛନ୍ତି ଟ୍ୱିଟର ଆମେ ଟ୍ୱିଟର ସହ କରିଥିବା ଚୁକ୍ତିନାମାକୁ  ରଦ୍ଧ କରିବାକୁ ଯାଉଛୁ  । ସେପଟେ ମସ୍କଙ୍କ ନାମରେ ମାମଲା କରିବାକୁ ପ୍ରସ୍ତୁତ ହେଉଛି ଟ୍ୱିଟର  ।

ମସ୍କଙ୍କ ଓକଲ କହିଛନ୍ତି ଆମେ ଟ୍ୱିଟର ଉପରେ ଭରସା ପ୍ରକଟ କରିଥିଲୁ  । ଆମ ସମ୍ମୁଖରେ କମ୍ପାନୀ ପକ୍ଷରୁ ପ୍ରେଜେଣ୍ଟସେନ ଦେଖାଇଥିଲେ, ସେହି ଅନୁଯାୟୀ ଆମେ ରାଜି ହୋଇଥିଲୁ  । କିନ୍ତୁ ଏହା ଉକ୍ତ ପ୍ରେଜେଣ୍ଟସନ ଅନୁଯାୟୀ ଆମେ ପାଇନାହୁଁ  । ଯାହା  ଫଳରେ ଆମେ ଚୁକ୍ତିନାମାକୁ ରଦ୍ଧ କରିବାକୁ ଯାଉଛୁ ବୋଲି ସୂଚନା ଦେଇଛନ୍ତି ଏନଲ ମସ୍କଙ୍କ ଓକିଲ  ।

ସେପଟେ ଟ୍ୱିଟର ଏନେଇ ମସ୍କଙ୍କ ନାମରେ ମାମଲା କରିବାକୁ ପ୍ରସ୍ତୁତ ହେଉଛି  । ଚେୟାରମ୍ୟାନ ବ୍ରେଟ ଟେଲର ଟ୍ୱିଟ କରି କହିଛନ୍ତି, ଏଲନ ମସ୍କଙ୍କ ସହ ଏକ ଟ୍ରମ ଏବଂ କଣ୍ଡିସନ ହୋଇଥିଲା  । ତାହା ପୂର୍ବରୁ ସେ ଯଦି କଣ୍ଡିସନ ଖିଲାପ କରନ୍ତି, ତେବେ ଆମେ ଲିଗାଲ ଆକ୍ସନ ନେବୁ  । କିନ୍ତୁ ଏକଥା ମଧ୍ୟ ଟ୍ୱିଟର ଚେୟାରମ୍ୟାନ ଲେଖିଛନ୍ତି, ଯଦି ଚୁକ୍ତି ରଦ୍ଧ କରିବାକୁ ଏଲନ ମସ୍କ ଚାହୁଁଛନ୍ତି  । ତେବେ କ୍ଷତିପୂରଣ ଦେବା ସହ ଚୁକ୍ତି ନାମାରୁ ଓହରି ଯାଆନ୍ତୁ  ।

 

ଆଜି ବାହୁଡା, ଭାଇ ଭଉଣୀକୁ ସାଙ୍ଗରେ ଘେନି ବାହୁଡିବ କାଳିଆ

ପୁରୀ: ସରିଲା ଜନ୍ମବେଦୀରେ ଲୀଳାଖେଳା । ଆଜି ବାହୁଡ଼ିଯିବେ ମହାପ୍ରଭୁ । ଆଜି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ଯିବେ ଚତୁର୍ଦ୍ଧା ବିଗ୍ରହ । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଅପେକ୍ଷାରେ ଅଛନ୍ତି ତିନିରଥ । ବାହୁଡ଼ା ଯାତ୍ରା ପାଇଁ ହୋଇଛି ନୀତିନିର୍ଘଣ୍ଟ । ଭୋର ୪ଟାରୁ ମଙ୍ଗଳ ଆଳତି କରାଯାଇଥିବାବେଳେ ୫ଟା୪୫ରୁ ୬ଟା ୪୫ ମଧ୍ୟରେ ହୋଇଛି ଗୋପାଳ ବଲ୍ଲଭ ଓ ସକାଳ ଧୂପ । ମଧ୍ୟାହ୍ନ ୧୨ଟାରୁ ସାଢେ ୨ଟା ମଧ୍ୟରେ ହେବ ବାହୁଡା ପହଣ୍ଡି । ଦିନ ଗୋଟାଏ ସାଢେ ୨ଟା ମଧ୍ୟରେ ଶେଷ ହେବ ବେଶ ।

ପରେ ଅପରାହ୍ନ ସାଢେ ୨ଟାରୁ ୩ଟା ୩୦ମଧ୍ୟରେ ଛେରା ପହଁରା କରାଯାଇ ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟିବା ଓ ଘୋଡା ଲାଗି ହେବ। ଏହାପରେ ଅପରାହ୍ନ ୪ଟାରୁ ଆରମ୍ଭ ହେବ ରଥଟଣା । ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁନାବେଶରେ ମଧ୍ୟ ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ ରଖି ସ୍ୱତନ୍ତ୍ର ବ୍ୟାରିକେଡ୍‌ ଆଦିର ବ୍ୟବସ୍ଥା କରାଯିବ ।

ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ଛିଡା ହେବେ ଭାରତୀୟ ବଂଶୋଦ୍ଭବ, ଘୋଷଣା କରି ସମର୍ଥନ ମାଗିଲେ

ଲଣ୍ଡନ: ବ୍ରିଟେନରେ ରାଜନୈତିକ ଅସ୍ତିରତା ମଧ୍ୟରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ଛିଡା ହେବା ନେଇ ଘୋଷଣା କରିଛନ୍ତି । କନଜରଭେଟିଭ ଦଳର ଆଗାମୀ ନେତା ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ପାଇଁ ଛିଡା ହେବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି । ଏନେଇ ସେ ଟ୍ୱିଟରରେ କ୍ୟାମ୍ପେନ ଆରମ୍ଭ କରିଛନ୍ତି । ରେଡି ଫର ଋଷି ନାଁରେ ଏକ ଅନଲାଇନ କ୍ୟାମ୍ପେନ ଆରମ୍ଭ କରିଛନ୍ତି । ସମର୍ଥନ ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ଏକ ଟ୍ୱିଟ କରି ସେ କହିଛନ୍ତି, ଚାଲନ୍ତୁ ପୁନର୍ବାର ବିଶ୍ୱାସ ପ୍ରତିଷ୍ଠା କରିବା, ଅର୍ଥନୀତିକୁ ସୁଦୃଢ କରିବା ଓ ଦେଶକୁ ସଂଗଠିତ କରିବା । ସଠିକ ନିର୍ଣ୍ଣୟ ନେବା ପାଇଁ ଏହା ଉପଯୁକ୍ତ ସମୟ ।

ଋଷି କହିଛନ୍ତି ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଦେଶକୁ ମଜଭୁତ କରିବାର ସଠିକ ନିର୍ଣ୍ଣୟ ନେବାର ସମୟ ଆସିଛି । ୪୨ ବର୍ଷୀୟ ସାଂସଦ ସୁନକ ହେଉଛନ୍ତି ଇନଫୋସିସ ସହ ସଂସ୍ଥାପକ ନାରାୟଣ ମୂର୍ତ୍ତୀଙ୍କ ଜ୍ୱାଇଁ । ଋଷିଙ୍କ ପତ୍ନୀ ଅକ୍ଷିତା ଜଣେ ଲୋକପ୍ରିୟ ଡିଜାଇନର  । ଋଷିଙ୍କ ଜେଜେବାପା ପଞ୍ଜାବର ମୂଳ ବାସିନ୍ଦା ଥିଲେ । ପଞ୍ଜାବରୁ ସେମାନେ ଆଫ୍ରିକା ଚାଲିଯାଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ପରିବାର ବ୍ରିଟେନ ଯାଇ ବାସ କରିଥିଲେ । ଋଷିଙ୍କର ଜନ୍ମ ମଧ୍ୟ ବ୍ରିଟେନରେ ହୋଇଥିଲା  ।

ସୂଚନା ଥାଉକି ସୁନକ ପ୍ରଥମେ ଇସ୍ତଫା ଦେଇ ପ୍ରଧାନମନ୍ତ୍ରୀ ଜନସନଙ୍କୁ ବିଦ୍ରୋହ କରିଥିଲେ । ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ସମେତ କଞ୍ଜରଭେଟିବ ପାର୍ଟିର ୪୧ ମନ୍ତ୍ରୀ ଦୁଇ ଦିନରେ ଇସ୍ତଫା ଦେବା ପରେ ପ୍ରଧାନମନ୍ତ୍ରୀ ଆସନ ଛାଡିବାକୁ ଜନସନ ବାଧ୍ୟ ହୋଇଥିଲେ ।  ଯେପର୍ଯ୍ୟନ୍ତ ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇନାହାନ୍ତି ସେପର୍ଯ୍ୟନ୍ତ ଜନସନ କେବଳ କାର୍ଯ୍ୟକାରୀ ପିଏମ ରହିବେ  । ଏବେ ଋଷିଙ୍କୁ ନେଇ ପୂରା ବିଶ୍ବରେ ଚର୍ଚ୍ଚା । ଯଦି ଋଷି ନିର୍ବାଚିତ ହୁଅନ୍ତି ତେବେ ଭାରତ ସହ ବ୍ରିଟେନର ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଭାରତୀୟ ବୁଦ୍ଧିଜୀବୀ ଆଶା ପୋଷଣ କରିଛନ୍ତି  ।

ବରଗଡ଼ ପୋଲିସକୁ ସଫଳତା; ଡକାୟତି ଘଟଣାରେ ଅଭିଯୁକ୍ତମାନେ ଗିରଫ

କଟକ: ବରଗଡ଼ ପୋଲିସକୁ ବଡ଼ ସଫଳତା । ଦୁଇଟି ଡକାୟତି ଘଟଣାର ଦୁର୍ବୁର୍ତ୍ତଙ୍କୁ କାବୁଲ କରିଛି ପୋଲିସ । କଟକ ତିଗିରିଆ ଅଞ୍ଚଳର ଜଣେ ଟ୍ରକ୍ ଡ୍ରାଇଭରଙ୍କ ଠାରୁ ଡକାୟତି ଘଟଣାରେ ପୋଲିସ ଚାରିଜଣଙ୍କୁ ଗିରଫ କରିଛି । ଟ୍ରକ୍ ଡ୍ରାଇଭର ସୁଶାନ୍ତ ନାୟକଙ୍କ ଅଭିଯୋଗ ଆଧାରରେ ଟାଉନ ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୪ହଜାର ଟଙ୍କା, ଏକ ସ୍ୱିଫ୍ଟ ଡିଜେୟାର କାର, ଛୁରୀ, ରିଭଲଭର, ଆଇରନ କଟର ଏବଂ ମୋବାଇଲ ଓ ସିମ ପୋଲିସ ଜବତ କରିଛି । ଅଭିଯୁକ୍ତମାନେ ହେଲେ ସୋନୁ ପ୍ରଧାନ (୨୦ବର୍ଷ), ବିକାଶ ବାଗ (୨୨ବର୍ଷ), ଆଶିଷ ଗହିର (୨୦ବର୍ଷ), ନବୀନ ସାହୁ (୨୩ବର୍ଷ)  । ସମସ୍ତ ଅଭିଯୁକ୍ତଙ୍କ ଘର ବରଗଡ଼ ଜିଲ୍ଲାରେ  ।

ସେହିପରି ଅନ୍ୟ ଏକ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଡକାୟତି ପାଇଁ ଯୋଜନା କରୁଥିଲେ ଡକାୟତ । ସୂଚନା ପାଇ ଅଚାନକ ଚଢାଉ କରି ତିନି ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ  । ବରଗଡ ଜିଲ୍ଲା ଅତାବିରା ନିକଟ ଏନଏଚ୍ ୫୩ରୁ ଡକାୟତି ଯୋଜନା ପସ୍ତୁତ ପାଇଁ ଏକାଠି ହୋଇଥିଲେ ଡକାୟତ  । ପୋଲିସ ଏନେଇ ସୂଚନା ପାଇ ତିନି ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର  ଗୋସଲା ଗାଁର ସାଗର ସୁନା, ଖେତରାଜପୁରର ତେଜରାଜ କନ୍ଧ ଏବଂ ମୋଦିପଡାର ରାଜକପୁର କନ୍ଧ  । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଅଟେମେଟିକ ପିସ୍ତଲ, ଦୁଇଟି ଜୀବନ୍ତ ଗୁଳି, ଡକାୟତିରେ ବ୍ୟବହାର ପାଇଁ ରଖିଥିବା ଲଙ୍କାଗୁଣ୍ଡ, ଗୋଟିଏ ଭୁଜାଲି ଓ ୧ ହଜାର ୨୭୦ ଟଙ୍କା ଜବତ କରାଯାଇଛି  । ସୂଚନାଥାଉକି, ବରଗଡ଼ ଏସପି ଅପରାଧୀଙ୍କ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି । ସବୁ ଥାନାକୁ ପେଟ୍ରୋଲିଂ ବଢାଇବା ସହ ଅପରାଧୀଙ୍କ ବିରୋଧରେ କଠୋର କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  ।

ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା; ୧୫ ଜଣଙ୍କ ମୃତ୍ୟୁ, ୪୦ ନିଖୋଜ

ଶ୍ରୀନଗର: ଅମରନାଥ ଗୁମ୍ଫା ନିକଟରେ ଅଘଟଣ ।  ବାଦଲ ଫଟା ବର୍ଷା ଯୋଗୁଁ ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ପ୍ରାୟ ୪୦ ଜଣ ନିଖୋଜ ରହିଥିବା ସୂଚନା । ଏନଡିଆରଏଫ, ଏସଡିଆରଏଫ ଏବଂ ଆଇଟିବିପି ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି  । ଜମ୍ମୁ-କାଶ୍ମୀରର ପବିତ୍ର ଅମରନାଥ ଗୁମ୍ଫା ପାଖରେ ବାଦଲ ଫାଟିଯିବା କାରଣରୁ ମୂଶଳ ଧାରରେ ବର୍ଷା ହୋଇଥିଲା । ଯାତ୍ରୀ ରହୁଥିବା ଟେଣ୍ଟ ଭାସିଯାଇଥିଲା । ଅନେକ ଲୋକ ମଧ୍ୟ ଏଥିରେ ଭାସିଯାଇଥିବା ସନ୍ଦେହ କରାଯାଉଛି । ଆଜି ଅପରାହ୍ନ ୫ ଟା ୩୦ ସମୟରେ ଏହି ଅଘଟଣ ଘଟିଥିଲା  ।

ହେଲିକପ୍ଟର ଜରିଆରେ ଫସିରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି । ପ୍ରାୟ ୮ ରୁ ୧୦ ହଜାର ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ ହୋଇଥିଲେ । ଗତ ୩୦ ତାରିଖରେ ଅମରନାଥ ଯାତ୍ରା ଆରମ୍ଭ ହୋଇଥିଲା । ପୂର୍ବରୁ ଅନେକ ଶ୍ରଦ୍ଧାଳୁ ବାବା ଅମରନାଥଙ୍କ ଦର୍ଶନ କରିସାରିଛନ୍ତି । ଗତ ମଙ୍ଗଳବାର ପାଗ ଖରାପ କାରଣରୁ ଦର୍ଶନ ବନ୍ଦ ରହିଥିଲା  । ଶ୍ରଦ୍ଧାଳୁମାନେ ଅମରନାଥ ଗୁମ୍ଫା ପାଖରେ ଟେଣ୍ଟ ଲଗାଇ ରହୁଥିଲେ  ।

ଆଗାମୀ ୫ ବର୍ଷରେ ପେଟ୍ରୋଲର ବ୍ୟବହାର ଶେଷ ହୋଇଯିବ: ନୀତିନ ଗଡ଼କରୀ

ମୁମ୍ବାଇ: ଦେଶରେ ଗୋଟିଏ ପଟେ ପେଟ୍ରୋଲ ଡିଜେଲ ମୂଲ୍ୟରେ ବୃଦ୍ଧି ମଧ୍ୟରେ କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି  । ସେ କହିଛନ୍ତି, ଆଗାମୀ ୫ ବର୍ଷରେ ଦେଶରୁ ପେଟ୍ରୋଲ ଯୁଗ ଶେଷ ହୋଇଯିବ । ଏହି କାରଣରୁ ଜୀବାଶ୍ମ ଇନ୍ଧନ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯିବ । ନୀତିନ ଗଡ଼କରୀ ଗୁରୁବାର ମହାରାଷ୍ଟ୍ରର ଅକୋଲାରେ ଡା. ପଞ୍ଜାବରାଓ ଦେଶମୁଖ କୃଷି ବିଶ୍ୱବିଦ୍ୟାଳୟର ୩୬ତମ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ  । ତାଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟର ଅଫ୍ ସାଇନ୍ସ ଉପାଧିରେ ସମ୍ନାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୂଳାଧିପତି ଭଗତ ସିଂହ କୋଶ୍ୟାରୀ ମଧ୍ୟ ସାମିଲ ଥିଲେ ।

ଏହି ଅବସରରେ ନୀତିନ କହିଥିଲେ, ବିଧର୍ଭରେ ପ୍ରସ୍ତୁତ ବାୟୋ-ଇଥାନଲର ବ୍ୟବହାର ଗାଡିରେ କରାଯାଉଛି । ଗ୍ରୀନ ହାଇଡ୍ରୋଜେନକୁ କୂଅ ପାଣିରୁ ପ୍ରସ୍ତୁତ କରାଯାଇପାରିବ । ଏହାକୁ ୭୦ ଟଙ୍କା ପ୍ରତି ଲିଟରରେ ବିକ୍ରୀ କରାଯାଇପାରିବ । ପେଟ୍ରୋଲର ବିକଳ୍ପ ଭାବେ ଏହାର ବହୁଳମାତ୍ରାରେ ବ୍ୟବହାର କରାଯିବ  । ଆଗାମୀ ୫ ବର୍ଷରେ ଦେଶରୁ ପେଟ୍ରୋଲ ଶେଷ ହୋଇଯିବ । ସେ କହିଛନ୍ତି, ଗହମ, ଚାଉଳ, ମକ୍କା ଚାଷ କରି କୌଣସି କୃଷକ ଭବିଷ୍ୟତ ବଦଳାଇ ପାରିବନାହିଁ  । କୃଷକ କେବଳ ଅନ୍ନଦାତା ନହୋଇ ଶକ୍ତିଦାତା ମଧ୍ୟ ହେବା ଆବଶ୍ୟକ । ଗଡକରୀ ଆଗକୁ କହିଥିଲେ, ଇଥାନଲକୁ ନେଇ ଏକ ନିଷ୍ପତ୍ତି ଦ୍ୱାରା ଦେଶକୁ ୨୦ ହଜାର କୋଟି ଟଙ୍କାର ସେଭିଙ୍ଗ ହୋଇଛି । ନିକଟ ଭବିଷ୍ୟତରେ ଦୁଇଚକିଆ ଏବଂ ଚାରି ଚକିଆ ଗାଡି ଗ୍ରୀନ ହାଇଡ୍ରୋଜେନ, ଇଥାନଲ ଏବଂ ସିଏନଜି ଦ୍ୱାରା ଚାଲିବ  । ଧୀରେ ଧୀରେ ପେଟ୍ରୋଲର ବ୍ୟବହାର କମ୍ କରାଯିବ  । ଇଥାନଲ, ଗ୍ରୀନ ହାଇଡ୍ରୋଜେନ ଏବଂ ସିଏନଜି ବ୍ୟବହାର ପେଟ୍ରୋଲ ଅପେକ୍ଷା ଅଧିକ ଲାଭଦାୟକ ସାବ୍ୟସ୍ଥ ହେବ  । ପ୍ରଦୂଷଣର ମାତ୍ରା କମିବା ସହ ଏହା ଶସ୍ତା ରହିବ ବୋଲି ସେ କହିଛନ୍ତି  ।

ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ନାଁରେ ଟଙ୍କା ମାଗୁଛନ୍ତି ସାଇବର ଠକ

ଭୁବନେଶ୍ୱର: ସାଇବର ଠକଙ୍କ ଟାର୍ଗେଟରେ ବରିଷ୍ଠ ଆଇଏଏସ ଅଫିସର । ଏସଆରସି ପ୍ରଦୀପ ଜେନାଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍ କରି ଟଙ୍କା ମାଗିଲେ ସାଇବର ଠକ । ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଏସଆରସି ପ୍ରଦୀପ ଜେନା । ତାଙ୍କ ଫଟୋକୁ ବ୍ୟବହାର କରି ଅନ୍ୟ ଏକ ଆକାଉଣ୍ଟ ଖୋଲିଛନ୍ତି ଦଲାଲ୍ । ଆକାଉଣ୍ଟ ଜରିଆରେ ବିଭିନ୍ନ ଲୋକଙ୍କୁ ଟଙ୍କା ମାଗୁଛନ୍ତି ଦଲାଲ୍ । ସେହିପରି ପୁର୍ବତନ ସୂଚନା ଓ ଲୋକସଂପର୍କ ସଚିବ ଦିଗାମ୍ବର ମହାନ୍ତିଙ୍କ ଫେସବୁକ୍ ଆକାଉଣ୍ଟ ମଧ୍ୟ ହ୍ୟାକ୍ କରି ହ୍ୟାକର ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ହ୍ବାଟସଆପ ଆକାଉଣ୍ଟ ମଧ୍ୟ ହ୍ୟାକ ହୋଇଥିବା ଅଭିଯୋଗ ହୋଇଛି ।

ଆକାଉଣ୍ଟ ହ୍ୟାକ କରି ହସପିଟାଲ୍ ଖର୍ଚ୍ଚ ପାଇଁ ଲୁଟେରା ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । କାହା ନିକଟକୁ ଏପରି ମେସେଜ ଗଲେ ଟଙ୍କା ନପଠାଇ ପୋଲିସ ନିକଟରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଏସଆରସି ପ୍ରଦୀପ ଜେନା ଟ୍ୱିଟ କରି ଲୋକମାନଙ୍କୁ ଏପରି ମେସେଜର ଉତ୍ତର ନଦେବାକୁ କହିଛନ୍ତି  । ସେହିପରି ଏକ ହ୍ୱାଟ୍ସଆପ ଆକାଉଣ୍ଟ ଡିପିରେ ତାଙ୍କ ଫଟୋ ଦିଆଯାଇ ଅର୍ଥ ମଗାଯାଉଛି  । ଏପଟେ ସାଇବର ପୋଲିସ ମମଲା ରୁଜୁ ଠକଙ୍କୁ ଟ୍ରେସ କରିବା ପାଇଁ ଉଦ୍ୟମ କରୁଛି  ।

ଚ୍ୟାଲେଞ୍ଜ କରିଥିଲେ, ଏବେ ଗିରଫ କଲା ନବରଙ୍ଗପୁର ପୋଲିସ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପୋଲିସକୁ ବଡ଼ ସଫଳତା ମିଳିଛି । ଧରା ପଡ଼ିଲା ବହୁ ଚର୍ଚ୍ଚିତ ନବରଙ୍ଗପୁର ଜିଲ୍ଲା ଖାତୀଗୁଡ଼ା ହାଇସ୍କୁଲର କମ୍ପ୍ୟୁଟର ଚୋରି କରି ପୋଲିସକୁ ଚ୍ୟାଲେଞ୍ଜ ଦେଇଥିବା ଚୋର । ଖାତିଗୁଡ଼ା ସହରର ଦୁଇ ଭାଈ ଏହି ଘଟଣାରେ ଜଡ଼ିତ ଥିବା ନେଇ ନବରଙ୍ଗପୂର ଏଏସପି ସୂଚନା ଦେଇଛନ୍ତି । ରଥଯାତ୍ରା ଦିନ ଇନ୍ଦ୍ରାବତୀ ସହର ଅନ୍ତର୍ଗତ ଖାତିଗୁଡା ହାଇସ୍କୁଲରେ କମ୍ପ୍ୟୁଟର୍ , ପ୍ରିଣ୍ଟର ତଥା ଅନ୍ୟ କିଛି ଜିନିଷ ଚୋରୀ ହୋଇଥିଲା । ସମସ୍ତ ଜିନିଷ ସେମାନଙ୍କ ପାଖରୁ ଜବତ କରାଯାଇଛି ।

ଗତ ତିନି ତାରିଖରେ ଦୁର୍ବୁର୍ତ୍ତ ସ୍କୁଲରୁ ଚୋରି କରିବା ସହ ଲେଖିଥିଲେ  IT’S ME । ଧୁମ-4, କମିଙ୍ଗ୍ ଶୁନ୍  । “ସ୍କୁଲ ପିଲା, ଧରିପାରିଲେ ଧର ” । ଫିଲ୍ମ ଷ୍ଟାଇଲରେ ଚୋରି କରି ସ୍କୁଲ ବ୍ଲାକ ବୋର୍ଡରେ ଲେଖିଥିଲେ  ।  ବିଦ୍ୟାଳୟର ମୁଖ୍ୟ ଫାଟକର ଚାବି ଭାଙ୍ଗିବା ସହ ପ୍ରଧାନଶିକ୍ଷକଙ୍କ କକ୍ଷରେ ଥିବା ୨ଟି ତାଲା ଭାଙ୍ଗି କମ୍ପ୍ୟୁଟର, ପ୍ରିଣ୍ଟର୍, ଜେରକ୍ସ ମେସିନ୍, ଏବଂ ସାଉଣ୍ଡ ବକ୍ସ ଆଦି ଚୋରି ହୋଇଥିବା ଅଭିଯୋଗ ହୋଇଥିଲା  । ଏପରିକି ଦୁର୍ବୃତ୍ତମାନେ କମିଙ୍ଗ୍‌ ଶୁନ୍‌, ସ୍କୁଲ ପିଲା ଧରିପାରିଲେ ଧର ଏବଂ ଆମେ ପୁଣି ଆସିବୁ ବୋଲି ଲେଖି ଚାଲି ଯାଇଥ‌ିଲେ  । ଏଥିସହ ବ୍ଲାକ ବୋର୍ଡ ରେ କିଛି ମୋବାଇଲ ନମ୍ୱର୍ ଲେଖିଥିଲେ । ଯେଉଁଥିରେ ସ୍କୁଲ ଶିକ୍ଷକ ଙ୍କ ନମ୍ୱର୍ ମଧ୍ୟ ରହିଥିଲା । ରଥଯାତ୍ରା ପାଇଁ ସ୍କୁଲ ଛୁଟି ଥିବାରୁ ଶନିବାର ସକାଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଦ୍ୟାଳୟରେ ପହଞ୍ଚିବା ପରେ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଜାଣିବାକୁ ପାଇବା ସହ ଚୋରମାନେ ବ୍ଲାକ୍‌ ବୋର୍ଡରେ ଲେଖିଥିବା ଲେଖାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଖାତିଗୁଡ଼ା ଥାନାରେ ଅଭିଯୋଗ କରିଥିଲେ  । ଅଭିଯୋଗ ପରେ ଖାତିଗୁଡା ପୋଲିସ ଅନୁସନ୍ଧାନ ଆରମ୍ଭ କରିଥିଲା । ସାଇଣ୍ଟିଫିକ ଟିମ ଓ ସନ୍ଧାନି କୁକୁର ସହାୟତାରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ଇନ୍ଦ୍ରାବତୀ ସହରର ଦୁଇ ଭାଇ ଆଦିତ୍ୟ କୁମାର ଦାସ ଓ ଆନନ୍ଦ କୁମାର ଦାସଙ୍କୁ ଗିରଫ କରିଛି ପୋଲିସ ।

ଚୋରି କଲା ବୋଲି ପିଟିପିଟି ମାରିଦେଲେ !

ବାଲେଶ୍ୱର: ଚୋରି କଲା ବୋଲି ଯୁବକଙ୍କୁ ପିଟିପିଟି ହତ୍ୟା । ବାଲେଶ୍ବର ଇଞ୍ଚୁଡ଼ିରେ ଅଭାବନୀୟ ଘଟଣା । ଚୋରି କରିଥିବା ଅଭିଯୋଗରେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ । ମୃତକ ହେଲେ ଇଞ୍ଚୁଡ଼ି ଗାଁର ସନ୍ଦୀପ ଦଳାଇ । ଅଭିଯୋଗ ଅନୁସାରେ ସନ୍ଦୀପ ଏକ ଚିଙ୍ଗୁଡ଼ି ଘେରିରୁ ଲୁହା ଚୋରି କରିଥିଲେ । ଏହା ଜଣାପଡ଼ିବାରୁ ସେ ଚୋରି କରିଥିବା ଲୁହାକୁ ଫେରାଇ ବି ଦେଇଥିଲେ । ହେଲେ ଗତକାଲି ସ୍ଥାନୀୟ ସରପଞ୍ଚ ସହଯୋଗୀଙ୍କ ସହିତ ସନ୍ଦୀପକୁ ଘରୁ ଡ଼ାକିନେଇ ନିସ୍ତୁକ ମାଡ଼ ମାରିଥିଲେ ।

ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ବର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଅଭିଯୋଗ ପରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ଗାଁରେ ଉତ୍ତେଜନା ଲାଗିରହିଥିବାରୁ ମୁତୟନ ହୋଇଛି ପୋଲିସ । ତେବେ ଏହା ପ୍ରଥମ ଘଟଣା ନୁହେଁ ଯେବେ କୌଣସି ଚୋରକୁ ପିଟି ପିଟି ହତ୍ୟା କରାଯାଇଛି  । ପୂର୍ବରୁ ମଧ୍ୟ ଦେଶର ବିଭିନ୍ନ ସ୍ଥାନରୁ ଏପରି ଘଟଣା ସାମ୍ନାକୁ ଆସିଛି  । ତେବେ ଏଠି ପ୍ରଶ୍ନ ଦଣ୍ଡ ଦେବା ପାଇଁ ପୋଲିସ ଓ ନ୍ୟାୟ ବ୍ୟବସ୍ଥା ଥିବା ବେଳେ ଲୋକମାନେ କାହିଁକି ଆଇନକୁ ହାତକୁ ନେଇ ଏପରି ଅମାନବୀୟ କାଣ୍ଡ ଘଟାଉଛନ୍ତି  ।