spot_img
Home Blog Page 4069

ପାରିବାରିକ କଳହରୁ ଆତ୍ମହତ୍ୟା ଉଦ୍ୟମ, ଗାଡ଼ି ଥୋଇ ମହାନଦୀକୁ ଡେଇଁଲେ ଯୁବକ

କଟକ: ସୁଇସାଇଡ ପଏଣ୍ଟ ହେଲା କି ମୁଣ୍ଡଳୀ ବ୍ୟାରେଜ୍ । ପୁଣି ମୁଣ୍ଡଳୀ ବ୍ୟାରେଜ ଉପରେ ସ୍କୁଟି ଥୋଇ ନଦୀକୁ ଡେଇଁଲେ ଯୁବକ । ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକ ଆସି ମୁଣ୍ଡଳୀ ବ୍ୟାରେଜ ଉପରେ ସ୍କୁଟି, ହେଲେମେଟ ଓ ଚପଲ ରଖି ମହାନଦୀକୁ ଡେଇଁଥିବା ସୂଚନା ମିଳିଛି ।

ନିଖୋଜ ଯୁବକ ହେଲେ ଅନୁଗୁଳ ଶିମିଳିପଡ଼ା ଗାଁର ରଘୁରଞ୍ଜନ ମହାକୁଡ଼ । ପାରିବାରିକ କଳହରୁ ଗତକାଲି ରାତି ୮ଟା ପରେ ଘରୁ ପଳାଇ ଆସିଥିଲେ । ଏନେଇ ଗୋଡିସାହି ଫାଣ୍ଡି ପୋଲିସ ଓ ଆଠଗଡ଼ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି ଜାରି ରଖିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ନିଖୋଜ ଯୁବକଙ୍କ କୌଣସି ପତ୍ତା ମିଳିନି ।

ହଟୁନି ଝାଡ଼ଖଣ୍ଡ ସସପେନ୍ସ, ସୂତାଖିଅରେ ସୋରେନଙ୍କ ଭାଗ୍ୟ

ରାଞ୍ଚି: ହଟୁନି ଝାଡ଼ଖଣ୍ଡ ସସପେନସ । ସଙ୍କଟରେ ହେମନ୍ତ ସୋରେନ ସରକାର । ମାଇନିଂ ଲିଜକୁ ନେଇ ସୂତାଖିଅରେ ସୋରେନଙ୍କ ଭାଗ୍ୟ । ରାଜ୍ୟପାଳ ରମେଶ ବୈଶଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ଥିବା ବେଳେ ଏନେଇ ହୋଇପାରୁନି କୌଣସି ନିର୍ଣ୍ଣୟ । ହେମନ୍ତ କହିଛନ୍ତି- ସବୁକିଛି ନିଷ୍ପତ୍ତି ରାଜ୍ୟପାଳଙ୍କ ଉପରେ ନିର୍ଭର କରୁଛି ।

ସେପଟେ କଂଗ୍ରେସ ବିଧାୟକଙ୍କ ଦଳ ବଦଳ ଚର୍ଚ୍ଚା ଭିତରେ ମୁଖ୍ୟମନ୍ତ୍ରୀ ପୁଣି ବିଧାୟକଙ୍କ ସହ ଛୁଟିରେ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ରାଜ୍ୟପାଳଙ୍କ ନିଷ୍ପତ୍ତିରେ ବିଳମ୍ବକୁ ନେଇ ଉଦବେଗ ବ୍ୟକ୍ତ କରିଛି ରାଜ୍ୟ କଂଗ୍ରେସ । ରାଜନୈତିକ ଅସ୍ଥିରତାକୁ ଦୃଷ୍ଟିରେ ରଖି ରାଜଭବନ ପକ୍ଷରୁ ତୁରନ୍ତ ନିଷ୍ପତ୍ତି ଘୋଷଣା କରାଯାଉ ବୋଲି ଅପିଲ କରିଛନ୍ତି ଝାଡଖଣ୍ଡ କଂଗ୍ରେସ ଅଧ୍ୟକ୍ଷ ରାଜେଶ ଠାକୁର । ସରକାର ଭାଙ୍ଗିବା ଆଶଙ୍କା ଭିତରେ ଝାଡଖଣ୍ଡରେ ଡେରା ପକାଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅବିନାଶ ପାଣ୍ଡେ ।

ଯାନ୍ତ୍ରିକ ତ୍ରୁଟି ପାଇଁ ସ୍ଥଗିତ ରହିଲା ନାସାର ମୁନ୍ ମିଶନ

ଓ୍ୱାଶିଂଟନ: ଯାନ୍ତ୍ରିକ ତ୍ରୁଟି ଯୋଗୁ ନାସାର ଅନମ୍ୟାନଡ ମୁନ୍ ମିସନ ସ୍ଥଗିତ । SLS ଆର୍ଟିମିସ-୧ର ହେବାକୁ ଥିବା ଉତକ୍ଷେପଣ ବାତିଲ କରାଯାଇଛି । ଫ୍ଲୋରିଡା କେନେଡି ସ୍ପେସ୍ ସେଣ୍ଟରରୁ ଏହି ଲଞ୍ଚ ହେବାକୁ ଥିବାବେଳେ ଶେଷ ମୂହୂର୍ତ୍ତରେ ଲଞ୍ଚ ବାତିଲ କରାଯାଇଛି । ଏହି ଅନମ୍ୟାନଡ ମିଶନରେ ଚନ୍ଦ୍ରକୁ ଯାଇଥାନ୍ତା ସେନ୍ସର ସଜ୍ଜିତ ମାନେକ୍ୱିନ । ଚନ୍ଦ୍ର ପୃଷ୍ଠରେ ମାନବ ବସତି ଲାଗି ନାସା ଉଦ୍ୟମ ଆରମ୍ଭ କରିଛି । ଗ୍ରହ, ଉପଗ୍ରହ ସଂକ୍ରାନ୍ତ ତଥ୍ୟ ଲାଗି ଏହି ଅଭିଯାନ ଉଦ୍ଦିଷ୍ଟ ଥିଲା ।

ପ୍ରାୟ ୫୦ବର୍ଷ ପରେ ପୁଣି ଜହ୍ନକୁ ଯାତ୍ରା ଲାଗି ଜୋରଦାର ପ୍ରୟାସ ଚାଲିଥିଲା । ଦକ୍ଷିଣ ମେରୁରେ ପାଣି, ବରଫ, ଇନ୍ଧନ ସନ୍ଧାନ କରିବା ଲାଗି ଏହି ମିସନ ଉଦ୍ଦିଷ୍ଟ ଥିଲା । ହ୍ୟୁମାନ ମୁନ୍ ମିଶନ ପୂର୍ବରୁ ମହାକାଶଚାରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ଯାଞ୍ଚ କରିଥିଲା SLS ରକେଟ୍ । ଚନ୍ଦ୍ର ପୃଷ୍ଠରେ ୪୨ ଦିନିଆ ଯାତ୍ରା କରି ଏହା ଆସନ୍ତା ଅକ୍ଟୋବରରେ ପ୍ରଶାନ୍ତ ମହାସାଗରକୁ ଖସିପଡ଼ିଥାନ୍ତା । ୨୦୨୫ ସୁଦ୍ଧା ମୁନ୍ ମିଶନର ଫାଇନାଲ ଡ୍ରାଇଭ ଲାଗି ନାସା ପ୍ରସ୍ତୁତି ଆରମ୍ଭ କରିଥିଲା । ନାସାର ପ୍ରଥମ ହ୍ୟୁମାନ ମୁନ୍ ମିଶନ ଥିଲା ଆପୋଲୋ । ଗ୍ରୀକ୍ ଲୋକକଥା ଅନୁସାରେ ଆପୋଲୋ ଓ ଆର୍ଟିମିସ୍ ଯାଆଁଳା ଭାଇ-ଭଉଣୀ । ଆପୋଲୋକୁ ସୂର୍ଯ୍ୟ ଦେବତା ଓ ଆର୍ଟିମିସକୁ ଚନ୍ଦ୍ରମା ଦେବୀ ଭାବେ ପୂଜା କରାଯାଏ ।

ସସପେନ୍ସର ହେବ ଅବସାନ, ଆଜି ବିଧାନସଭାରେ ଆସ୍ଥା ଭୋଟ୍ ଲୋଡ଼ିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ବିଧାନସଭାରେ ଆସ୍ଥା ଭୋଟ ଲୋଡ଼ିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ସମସ୍ତ ଆପ୍ ବିଧାୟକଙ୍କ ସମର୍ଥନ ରହିଛି କି ନାହିଁ ତାହାର ପ୍ରମାଣ ଦେବେ କେଜ୍ରିଓ୍ୱାଲ । ଗତକାଲି କେନ୍ଦ୍ରର ବିଭିନ୍ନ ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ତୀବ୍ର ସମାଲୋଚନା କରିଥିଲେ । ସେ କହିଥିଲେ- କେନ୍ଦ୍ରର ଦରବୃଦ୍ଧି ଦେଶବାସୀଙ୍କୁ ବାଧୁଛି । ବାରମ୍ବାର ବିଭିନ୍ନ କର ଲଦିବା ଯୋଗୁ ଜନଜୀବନ ଅତିଷ୍ଠ ହେଲାଣି । ଏପରିକ ଗୁଜରାଟର ଲୋକପ୍ରିୟ ନାଚ ଗରବା ଉପରେ ବି କର ଲଗାଯାଇଛି । କୋଟିପତିମାନଙ୍କ ଋଣ ଛାଡ଼ କରାଯାଉଛି । ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଉନାହିଁ । ସେହିପରି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ରେଡରୁ କିଛି ମିଳିଲାନି ବୋଲି କହିଛନ୍ତି କେଜ୍ରିଓ୍ବାଲ ।

ସେପଟେ ଏଲଜି ବିନୟ କୁମାର ସକ୍ସେନାଙ୍କୁ ହଟାଇବା ପାଇଁ ଦାବି କରିଛନ୍ତି ଆମ୍ ଆଦମୀ ପାର୍ଟିର ବିଧାୟକ । ଆପ୍ ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ ବର୍ତ୍ତମାନର ଏଲଜି ବିନୟ କୁମାର ସକ୍ସେନା ଯେତେବେଳେ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ଥିଲେ ସେତେବେଳେ ନୋଟବନ୍ଦୀ ବେଳେ ୧୪୦୦ କୋଟି ଟଙ୍କାର ଘୋଟାଲାରେ ସାମିଲ ଅଛନ୍ତି । ତେଣୁ ତାଙ୍କୁ ହଟାଇବା ପାଇଁ ଦାବି କରିଛନ୍ତି ଆପ୍ ବିଧାୟକ ।

ଦେଶରେ ଚିନ୍ତା ବଢାଉଛି ଦୁର୍ଘଟଣା, ୨୦୨୧ରେ ଦେଶରେ ଘଟିଛି ୪ ଲକ୍ଷ ୨୨ ହଜାର ସଡ଼କ ଦୁର୍ଘଟଣା

ନୂଆଦିଲ୍ଲୀ: ଦେଶରେ ବଢ଼ିଛି ସଡ଼କ ଦୁର୍ଘଟଣା । ୨୦୨୧ରେ ଦେଶରେ ୪ ଲକ୍ଷ ୨୨ ହଜାର ୬୫୯ଟି ସଡ଼କ ଦୁର୍ଘଟଣା ଘଟିଥିବାବେଳେ ୧ ଲକ୍ଷ ୭୩ ହଜାର ଜଣ ପ୍ରାଣ ହରାଇଛନ୍ତି । ଉତ୍ତରପ୍ରଦେଶରେ ସର୍ବାଧିକ ୨୪ ହଜାର ୭୧୧ ଲୋକଙ୍କ ମୃତ୍ୟୁ ଘଟିଛି । ସେହିପରି ତାମିଲନାଡ଼ୁରେ ମୃତ୍ୟୁ ସଂଖ୍ୟା ରହିଛି ୧୬ ହଜାର ୬୮୫ । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଅନୁସାରେ ୨୦୨୦ରେ ଦେଶରେ ୩ ଲକ୍ଷ ୬୮ ହଜାର ୮୨୮ଟି ଦୁର୍ଘଟଣା ଘଟିଛି ।

ଟ୍ରାଫିକ ଦୁର୍ଘଟଣା ମଧ୍ୟରେ ରହିଛି ୪ ଲକ୍ଷ ୩ ହଜାର ୧୧୬ଟି ସଡ଼କ ଦୁର୍ଘଟଣା, ୧୭ ହଜାର ୯୯୩ଟି ରେଳବାଇ ଦୁର୍ଘଟଣା, ୧ ହଜାର ୫୫୦ଟି ରହିଛି ରେଳବାଇ କ୍ରସିଂ ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ ୧ ଲକ୍ଷ ୫୫ ହଜାର ୬୨୨, ରେଳ ଦୁର୍ଘଟଣାରେ ୧୬ ହଜାର ୪୩୧ ଓ ରେଳକ୍ରସିଂ ଦୁର୍ଘଟଣାରେ ୧ ହଜାର ୮୦୭ ଲୋକଙ୍କ ମୃତ୍ୟୁ ଘଟିଛି । ୨୦୨୦-୨୧ ମଧ୍ୟରେ ତାମିଲନାଡୁରେ ସର୍ବାଧିକ ୫୭ ହଜାର ୯୦ ଦୁର୍ଘଟଣା ଘଟିଥିବାବେଳେ ଉତ୍ତରପ୍ରଦେଶରେ ୩୬ ହଜାର ୫୦୯, ମହାରାଷ୍ଟ୍ରରେ ୩୦ ହଜାର ୮୬ ଓ କେରଳରେ ୩୩ ହଜାର ୫୧ଟି ଦୁର୍ଘଟଣା ଘଟିଛି ।

ନୂଆଦିଲ୍ଲୀରେ ନବୀନ ହେବେ ସମ୍ମାନିତ, ମିଳିବ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ

ଭୁବନେଶ୍ବର: ପ୍ରଶଂସନୀୟ ଓ ଉଲ୍ଲେଖନୀୟ ନେତୃତ୍ବ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିବ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ। ଆସନ୍ତା ୪ ତାରିଖରେ ଭୁବନେଶ୍ବର ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ କ୍ୟାପିଟାଲ୍ ଫାଉଣ୍ଡେସନ୍ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡରେ ସମ୍ମାନିତ କରାଯିବ ।

ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି ରମଣା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରିବେ। ଏହି ଅବସରରେ ଜଷ୍ଟିସ୍ ଏକେ ପଟ୍ଟନାୟକ ଉପସ୍ଥିତ ରହିବେ। ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଅଡିଟୋରିୟମରେ ସମ୍ମାନିତ ହେବେ ନବୀନ। ନବୀନଙ୍କ ନେତୃତ୍ବରେ ଓଡ଼ିଶାର ରୂପାନ୍ତରଣ ଯାତ୍ରା ଜାରି ରହିଛି।

ଗତ ଦୁଇ ଦଶନ୍ଧିରେ ଓଡ଼ିଶା ସବୁ କ୍ଷେତ୍ରରେ ଦ୍ରୁତ ବିକାଶ କରିଛି। ନବୀନଙ୍କ ସରଳତା, ଦରଦୀ ହୃଦୟ, ନିର୍ମଳ ଭାବମୂର୍ତ୍ତି ଲୋକଙ୍କ ହୃଦୟ ଜିତିଛି ।

ହ୍ୱାଟସ୍ଆପ୍ ଚାଟ୍‌ରେ ରହି ଜିଓମାର୍ଟରୁ କରି ହେବ ସପିଂ, ଜାଣନ୍ତୁ ପ୍ରକ୍ରିୟା

ମୁମ୍ବାଇ: ହ୍ୱାଟସ୍‌ଆପ୍ ଚାଟ୍‌ରେ ରହି ଜିଓମାର୍ଟରୁ ସପିଙ୍ଗ କରିପାରିବେ ଗ୍ରାହକ । ସାରା ବିଶ୍ୱରେ ପ୍ରଥମ ଭାବେ ସମସ୍ତ ଭାରତୀୟ ଜିଓମାର୍ଟର ସମଗ୍ର ଗ୍ରୋସରି କାଟ୍‌ଲଗ୍‌କୁ ବ୍ରାଉଜ୍ କରିପାରିବେ  । କାର୍ଟରେ ସାମଗ୍ରୀ ଯୋଡ଼ିବା ପରେ କିଣାକିଣି ପ୍ରକ୍ରିୟାକୁ ଶେଷ କରିବା ଲାଗି ପେମେଂଟ୍ (ଦେୟ ପ୍ରଦାନ) ମଧ୍ୟ କରିପାରିବେ  । ଏସବୁ ପ୍ରକ୍ରିୟା ପାଇଁ ସେମାନଙ୍କୁ ହ୍ୱାଟସ୍‌ଆପ୍ ଚାଟ୍ ଛାଡ଼ିଯିବାକୁ ପଡ଼ିବନି ।

ଏକ ଫେସବୁକ୍ ପୋଷ୍ଟ୍ ଜରିଆରେ ମେଟାର ପ୍ରତିଷ୍ଠାତା ଓ ସିଇଓ ମାର୍କ ଜୁକରବର୍ଗ “ଭାରତରେ ଜିଓମାର୍ଟ ସହିତ ସହଯୋଗିତାର ଶୁଭାରମ୍ଭକୁ ଉତ୍ସାହ ପ୍ରକାଶ କରିଛନ୍ତି  ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ଯେ, “ଆମର ଲକ୍ଷ୍ୟ ହେଉଛି ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ସମାଜ ଭାବେ ଭାରତକୁ ଆଗକୁ ବଢ଼ାଇବା । ଯେତେବେଳେ ୨୦୨୦ରେ ଜିଓ ପ୍ଲାଟଫର୍ମସ୍ ଓ ମେଟାର ସହଯୋଗିତା ବିଷୟରେ ଘୋଷଣା କରାଯାଇଥିଲା ସେହି ସମୟରେ ମାର୍କ ଓ ମୁଁ ଅଧିକ ଲୋକ ଓ ବ୍ୟବସାୟକୁ ଅନଲାଇନ୍ ପର୍ଯ୍ୟନ୍ତ ଆଣିବା ଏବଂ ପ୍ରତି ଭାରତୀୟଙ୍କ ଦୈନନ୍ଦିନ ଜୀବନରେ ଅଧିକ ସୁବିଧା ପ୍ରଦାନ କରିବା ଲାଗି ବାସ୍ତବ ଅଭିନବ ସମାଧାନ ସୃଷ୍ଟି କରିବାର ସମାନ ଲକ୍ଷ୍ୟ ରଖିଥିଲୁ । କୋଟି କୋଟି ଭାରତୀୟଙ୍କୁ ଅନ୍‌ଲାଇନ୍ ସପିଙ୍ଗ୍‌ର ସରଳ ଓ ସହଜ ଉପାୟ ପ୍ରଦାନ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତାକୁ ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ଅନୁଭୂତି ଆହୁରି ଆଗକୁ ବଢ଼ାଇବ ।’’

ହ୍ୱାଟସ୍‌ଆପ୍‌ରେ ଜିଓ ନମ୍ବର (+୯୧-୭୯୭୭୦୭୯୭୭୦)ରେ ସରଳ ଭାବେ ଇଂରାଜୀରେ ୟେସ ଲେଖି ପଠାଇ ଗ୍ରାହକମାନେ ହ୍ୱାଟସ୍‌ଆପ୍ ଜରିଆରେ ଜିଓମାର୍ଟରେ ସପିଙ୍ଗ୍ ଆରମ୍ଭ କରିପାରିବେ ।

ଆଜି କ୍ରୀଡା ଦିବସ, ଦେବାଶିଷ ମହାନ୍ତିଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ

ଭୁବନେଶ୍ବର: କ୍ରୀଡା ଦିବସ ଅବସରରେ ବିଜୁ କ୍ରୀଡା ସମ୍ମାନ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି । ସେହିପରି କ୍ରୀଡାରେ ଉତ୍ତମ ପ୍ରଦର୍ଶନ ପାଇଁ ଝିଲ୍ଲୀ ଦଳବେହେରା ଓ ଶ୍ରେଷ୍ଠ କୋଚିଂ ପାଇଁ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ସମ୍ମାନିତ କରାଯାଇଛି ।

‘‘ଖେଳ ହେଉଛି ବ୍ୟାୟାମର ପ୍ରକୃଷ୍ଟ ମାଧ୍ୟମ  । ଆଗାମୀ ଦିନରେ ଓଡ଼ିଶା ଖେଳ ଡେଷ୍ଟିନେସନ ହେବାକୁ ଯାଉଛି  । କ୍ରୀଡା ଦିବସ ଅବସରରେ ସମସ୍ତ ଖେଳାଳୀ ଓ କ୍ରୀଡାବିତ୍‌ଙ୍କୁ ଅଭିନନ୍ଦନ ଜଣାଉଛି  । ବିଭିନ୍ନ କ୍ଷେତ୍ରରରେ ଓଡ଼ିଶା ପାଇଁ ଗର୍ବ ଆଣିଥିବାରୁ ସଭିଙ୍କୁ ଅଭିନନ୍ଦନ  । ରାଜ୍ୟ ସରକାର ସବୁବେଳେ ଖେଳାଳିଙ୍କୁ ପ୍ରୋତ୍ସାହନ ଦେଇଛନ୍ତି’’ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଆଜି ଭୁବନେଶ୍ବର ଲୋକସେବା ଭବନରେ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଖେଳାଳିଙ୍କୁ ନିଯୁକ୍ତିପତ୍ର ପ୍ରଦାନ ସହ ସମ୍ମାନିତ କରାଯାଇଛି ।

ରାଜ୍ୟ ପାଇଁ ଗୌରବ ଆଣିଥିବା ବଡି ବିଲ୍‌ଡର ଚନ୍ଦନ କୁମାର ସାହୁ, ପାରା -ଆଥଲେଟ୍ ଜୟନ୍ତୀ ବେହେରା, ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା, ପାରା-ଆଥଲେଟ୍ ସୁନୀଲ ପ୍ରଧାନ, ରଗବୀ ଖେଳାଳି ମୁନା ମୁର୍ମୁ ଓ ହକି ପାଇଁ ଜାହ୍ନବୀ ପ୍ରଧାନ ପ୍ରମୁଖଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ଏହାସହ ଚେସ୍ ପାଇଁ ସାଇନା ସାଲୋନିକାଙ୍କୁ ଦେଢ଼ ଲକ୍ଷ ଟଙ୍କା, ଫୁଟବଲ ଖେଳାଳି ଟଙ୍କଧର ବାଗଙ୍କୁ ୨ ଲକ୍ଷ, ସୌନ୍ଦର୍ଯ୍ୟ ପ୍ରଧାନଙ୍କୁ ୨ ଲକ୍ଷ, ପାରା -ଫେନିସିଂ ପାଇଁ ରମେଶ ରାଓ ୨ ଲକ୍ଷ, ରାଖାଲ ସେଠୀଙ୍କୁ ୨ ଲକ୍ଷ ଓ ମାଳତୀ ପନଓ୍ବାରୀଙ୍କୁ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଉଲ୍ଲେଖନୀୟ ଅବଦାନ ପାଇଁ ଧାବିକା ଶ୍ରାବଣୀ ନନ୍ଦ ଓ ଦୂତୀ ଚାନ୍ଦଙ୍କୁ ୭ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ମାଓଣ୍ଟେନିୟର ସିଦ୍ଧାର୍ଥ ରାଉତରାୟଙ୍କୁ ୩ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ସିଦ୍ଧାର୍ଥ ଅନୁପସ୍ଥିତ ଥିବାରୁ ବାପା ବିଧାୟକ ସୁରେଶ ରାଉତରାୟ ଓ ତାଙ୍କ ପତ୍ନୀ ଏହି ପୁରସ୍କାର ଗ୍ରହଣ କରିଥିଲେ । ସେହିପରି ହକିରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୀପଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ଟଙ୍କା ଓ ଅମିତ ରୋହିଦାସଙ୍କୁ ୭୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଥିବାବେଳେ କ୍ରୀଡାରେ ଉତ୍ତମ ପ୍ରଦର୍ଶନ ପାଇଁ ଝିଲ୍ଲୀ ଦଳବେହେରା ଓ ଶ୍ରେଷ୍ଠ କୋଚ ଭାବେ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ପୁରସ୍କୃତ କରାଯାଇଛି । ଏହି ଅବସରରେ କ୍ରୀଡ଼ା ସାମ୍ବାଦିକଙ୍କୁ ମଧ୍ୟ ସମ୍ମାନିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କ୍ରୀଡା ସାମ୍ବାଦିକତା ପାଇଁ ବେଣୁଧର ଦାସଙ୍କୁ ପୁରସ୍କାର ଦିଆଯାଇ ଥିବାବେଳେ କ୍ରୀଡାକୁ ପ୍ରୋତ୍ସାହନ ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ପୁରସ୍କାର ଦିଆଯାଇଛି । ତେବେ ପାଞ୍ଚ ବର୍ଷ ପରେ ଜଣେ କ୍ରୀଡ଼ା ସାମ୍ବାଦିକ ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି । ୨୦୧୭ ରୁ ୨୦୨୧ ପର୍ଯ୍ୟନ୍ତ କୌଣସି କ୍ରୀଡ଼ା ସାମ୍ବାଦିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇ ନଥିଲା ।

ଏହାପୂର୍ବରୁ ୧୯ ଜଣ କ୍ରୀଡ଼ା ସାମ୍ବାଦିକ ଏହି ସମ୍ମାନଜନକ ପୁରସ୍କାର ପାଇସାରିଛନ୍ତି । ଆଜି  କ୍ରୀଡା ଦିବସ ପାଳିତ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମାନ ପ୍ରଦାନ କରିଛନ୍ତି । ରାଜ୍ୟରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଏହି ପୁରସ୍କାର ଘୋଷଣା କରିଥିଲେ  ।

ଦକ୍ଷ ଓ କ୍ରିୟାଶୀଳ ହେବ ଅଗ୍ନିଶମ ବାହିନୀ, ସୃଷ୍ଟି ହେବ ୧୪୪ ପଦବୀ

ଭୁବନେଶ୍ବର: ଅଧିକ ଦକ୍ଷ ଓ କ୍ରିୟାଶୀଳ ହେବ ଅଗ୍ନିଶମ ବାହିନୀ  । ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଛନ୍ତି । ୧୪୪ ସଦସ୍ୟ ବିଶିଷ୍ଟ ଟିମକୁ ନେଇ ଗଠନ କରାଯିବ ଷ୍ଟ୍ରାଇକିଂ ଫାୟାର ଫୋର୍ସ। ବିଭିନ୍ନ ବିପର୍ଯ୍ୟୟ ବିଶେଷକରି ଅଗ୍ନି ଦୁର୍ଘଟଣା ସମୟରେ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଯେପରି ତ୍ବରାନ୍ବିତ ଭାବରେ କରାଯାଇପାରିବ ତାକୁ ଦୃଷ୍ଟିରେ ରଖାଯାଇଛି  ।

ଏ ସଂପର୍କରେ ଆଜି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ଉପସ୍ଥାପନା କରାଯାଇ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରାଯିବା ପରେ ପ୍ରସ୍ତାବଟି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି।

 

ନିଷ୍ପତ୍ତି ଅନୁଯାୟୀ ରାଜ୍ୟର କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ୩ଟି ଜୋନ୍‌ରେ ଏହି Striking Fire Forceର ୩ଟି ରେଞ୍ଜ ହେର୍ଡକ୍ବାର୍ଟର ରହିବ। ପ୍ରତ୍ୟେକ ରେଞ୍ଜ ହେର୍ଡକ୍ବାର୍ଟର ପାଇଁ ୪୮ଟି ପଦବୀ ସୃଷ୍ଟି କରାଯାଇ ସମୁଦାୟ ୧୪୪ଟି ପଦବୀ ସୃଷ୍ଟି ହେବ। ଏଥିରେ ଆସିଷ୍ଟାଣ୍ଟ ଫାୟାର ଅଫିସର, ଷ୍ଟେସନ ଅଫିସର, ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର, ହାବିଲଦାର ମେଜର, ଡ୍ରାଇଭର ହାବିଲଦାର, ହାବିଲଦାର ମେକାନିକ୍, ଲିଡିଂ ଫାୟାରମ୍ୟାନ, ଫାୟାରମ୍ୟାନ ଡ୍ରାଇଭର ଓ ଫାୟାରମ୍ୟାନ ଆଦି ପଦବୀ ରହିବ ।

 

ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ମନୁଷ୍ୟକୃତ ବିପର୍ଯ୍ୟୟ ବା ଦୁର୍ଘଟଣା ସମୟରେ ଓଡିଶା ଅଗ୍ନିଶମ ସେବା ପ୍ରଥମେ ଜନସାଧାରଣଙ୍କୁ ଠିକ୍‌ ସମୟରେ ସେବା ଯୋଗାଇ ଦେଉଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଏହାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।  ଏପରିକି   ରାଜ୍ୟ ବାହାରେ ମଧ୍ୟ ବିଭିନ୍ନ ବିପର୍ଯ୍ୟୟ ସମୟରେ ଅଗ୍ନଶମ ବାହିନୀ ପକ୍ଷରୁ ଉଲ୍ଲେଖନୀୟ ସେବା ଯୋଗାଇ ଦିଆଯାଉଛି । ତେଣୁ ଅଗ୍ନିଶମ ବାହିନୀକୁ ତୁରନ୍ତ କୌଣସି ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଆବଶ୍ୟକ ଆଧୁନିକ ଦକ୍ଷତା ଥିବା ଏକ ସ୍ବତନ୍ତ୍ର ଫୋର୍ସର ଆବଶ୍ୟକତା ରହିଛି ବୋଲି ଉପସ୍ଥାପନାରେ କୁହାଯାଇଥିଲା ।

 

ଏହି ବାହିନୀକୁ ସମସ୍ତ ପ୍ରକାର ଆଧୁନିକ ଯନ୍ତ୍ର ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଇ ଏକ ଦକ୍ଷ କୌଶଳ ସଂପନ୍ନ ଷ୍ଟ୍ରାଇକିଂ ଫୋର୍ସ  ଭାବରେ  ବିକଶିତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା  । ଏହି ବୈଠକକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ  5T ଭି କେ ପାଣ୍ଡିଆନ ସଂଚଳନା  କରିଥିଲେ  । ଅଗ୍ନିଶମ ବିଭାଗର  ଡିଜି ସନ୍ତୋଷ  ଉପାଧ୍ୟୟ ପ୍ରସ୍ତାବ ସମ୍ପର୍କରେ ଉପସ୍ଥାପନା କରିଥିଲେ  ।

 

ଆଲୋଚନାରେ ମୁଖ୍ୟ ଶାସନ  ସଚିବ ସୁରେଶ ମହାପାତ୍ର, ଗୃହ  ବିଭାଗର  ଅତିରିକ୍ତ ମୁଖ୍ୟ ସଚିବ ସଂଜୀବ ଚୋପ୍ରା ଓ ଅତିରିକ୍ତ ଡିଜି ସୌମ୍ୟା ମିଶ୍ର ପ୍ରମୁଖ ଭାଗ ନେଇଥିଲେ  ।

ନଦୀପଠାରୁ ମିଳିଲା ନିଖୋଜ ପୁଅର ମୃତଦେହ, ଶ୍ବଶୂର ଘରକୁ ଦୋଷ ଦେଲେ ବାପା

ଭୁବନେଶ୍ବର: ନିଖୋଜ ପୁଅକୁ ଖୋଜି ଖୋଜି ଭୁବନେଶ୍ୱରରେ ବୃଦ୍ଧ ବାପା  । ଥାନା ବାରଣ୍ଡାରେ କାନ୍ଦି କାନ୍ଦି ନ୍ୟାୟ ପାଇଁ ପୋଲିସକୁ ଗୁହାରି କରୁଛନ୍ତି ବାପା  । ପୁଙ୍ଖାନୁପୁଙ୍ଖ ତଦନ୍ତ କରି ପୁଅକୁ ନ୍ୟାୟ ମିଳୁ ବୋଲି ପୋଲିସ ନିକଟରେ ଦାବି କରିଛନ୍ତି ଯାଜପୁର ସିଂହପୁରର ଅବସରପ୍ରାପ୍ତ ଅଧାପକ ଭାଗ୍ୟରଥୀ ପୃଷ୍ଟି  ।

ଗତ ୨୬ ତାରିଖରେ ଭୁବନେଶ୍ୱରରୁ ପୁଅ ସୁବାଶିଷ ପୃଷ୍ଟିଙ୍କୁ ଶେଷଥର ପାଇଁ କାମ କରୁଥିବା କମ୍ପାନୀର ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା  ।

ସେବେଠାରୁ ସୁବାଶିଷଙ୍କୁ ଦେଖିବାକୁ ମିଳି ନଥିବା ବେଳେ, ଥାନାରେ ଅପହରଣ ହୋଇଥିବା ନେଇ ଅଭିଯୋଗ କରିଥିଲେ ବାପା ଭାଗିରଥି  ।

ଅନ୍ୟପଟେ ଅସ୍ତରଙ୍ଗ ଅଞ୍ଚଳ ଅସନ ଗାଁ ନଦୀପଠାରୁ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଛି  । ଏହି ମୃତଦେହ କାହାର ସେନେଇ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ସାଇଣ୍ଟିଫିକ ଟିମ ସହ ତଦନ୍ତ ଆରମ୍ଭ କରିଛି  । ଏପଟେ ମୃତଦେହଟି ତାଙ୍କ ପୁଅର ବୋଲି ଦାବି କରିଛନ୍ତି ଭାଗିରଥୀ  ।

ପୁଅର ଶ୍ବଶୁର ଘର ଲୋକେ ତାକୁ ମାନସିକ ଚାପ ଦେଇ ଚାଲିଥିଲେ । ଯୋଜନାବଦ୍ଧ ଭାବେ ପୁଅକୁ ହତ୍ୟା କରାଯାଇଛି ବୋଲି ଦାବି କରିଛନ୍ତି ବାପା ଭାଗିରଥୀ  ।