spot_img
Home Blog Page 4197

ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ଦେଶ ଛାଡିବା ଉପରେ ରୋକ୍ ଲଗାଇଲେ କୋର୍ଟ

ଶ୍ରୀଲଙ୍କା: ଶ୍ରୀଲଙ୍କା ସଙ୍କଟ ମଧ୍ୟରେ ରାଜପକ୍ଷେ ପରିବାରକୁ ଆଉ ଏକ ଝଟକା ଲାଗିଛି  । ପୂର୍ବରୁ ଲୋକଙ୍କ ଆକ୍ରୋସରୁ ବଞ୍ଚିବା ପାଇଁ ରାଷ୍ଟ୍ରପତି ପଦରେ ଥାଇ ଗୋତାବାୟା ରାଜପକ୍ଷେ ଦେଶ ଛାଡି ପଳାୟନ କରିଥିଲେ । ଏବେ ସୁପ୍ରିମକୋର୍ଟ ନୂଆ ଆଦେଶରେ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେ ଏବଂ ପୂର୍ବତନ ଅର୍ଥ ମନ୍ତ୍ରୀ ବେସିଲ ରାଜପକ୍ଷେ ଦେଶ ଛାଡି ଯାଇ ପାରିବେ ନାହିଁ ।

ତେବେ ବେସିଲ ରାଜପକ୍ଷେ ମହିନ୍ଦ୍ରାଙ୍କ ଭଲି ବିମାନବନ୍ଦର ଦେଇ ଦେଶ ବାହାରକୁ ପଳାୟନ କରିବା ପାଇଁ ଉଦ୍ୟମ କରିଥିଲେ । ହେଲେ ଯାତ୍ରୀମାନଙ୍କ ହଙ୍ଗାମା କାରଣରୁ ବିମାନବନ୍ଦରରୁ ଫେରିଯିବାକୁ ପଡିଥିଲା । ଅନ୍ୟପକ୍ଷରେ ଗତ କିଛିଦିନ ହେବ ମହିନ୍ଦ୍ରା ରାଜପକ୍ଷେଙ୍କ ଠିକଣା ବିଷୟରେ କୌଣସି ସୂଚନା ମିଳିପାରି ନାହିଁ । ତେବେ ସେ ପୂର୍ବତନ ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେଙ୍କ ଭଲି ଦେଶ ନଛାଡି ଯିବା ପାଇଁ ଶ୍ରୀଲଙ୍କା ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେିଛନ୍ତି । ରାଜପକ୍ଷେ ପରିବାର ଦୀର୍ଘ ବର୍ଷ ହେବ ଶ୍ରୀଲଙ୍କାକୁ ନିଜ ଅକ୍ତିଆରରେ ରଖିଥିଲେ ।

ଏକଦା ସରକାରରେ ସବୁଠୁ ପଦରେ ରାଜପକ୍ଷେ ପରିବାର ରହିଥିଲା । ଗୋଟାବାୟା ରାଜପକ୍ଷେଙ୍କ ପାଇଁ ହିଁ ଦେଶରେ ଅର୍ଥନୀତି ଭୁଶୁଡି ପଡିଥିଲା, ଲୋକମାନେ ଖାଦ୍ୟ ସଙ୍କଟ ଭଳି ଅନେକ ସଙ୍କଟର ସାମ୍ନା କରୁଛନ୍ତି । ସୂଚନା ଥାଉକି ବିବାଦରେ ରହିଥିବା ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଦେଶରେ ବିରୋଧ ପରେ ଗୋତାବାୟା ଦେଶ ଛାଡି ସିଙ୍ଗାପୁର ପଳାୟନ କରିଥିଲେ । ତାଙ୍କର ଇସ୍ତଫା ପରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ଅନ୍ତରୀଣ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି  ।

ଆଇନ ଅନ୍ତର୍ଭୁକ୍ତ ହେବ ଡିଜିଟାଲ ମିଡିଆ, କେନ୍ଦ୍ର ଆଣୁଛି ନୂଆ ନିୟମ

ନୂଆଦିଲ୍ଲୀ: ଆଇନ ଅନ୍ତର୍ଭୁକ୍ତ ହେବ ଓ୍ବେବ ମିଡିଆ । ଆଇନ ଉଲ୍ଲଂଘନ କ୍ଷେତ୍ରରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ରେଜିଷ୍ଟ୍ରେସନ ରଦ୍ଦ ହେବା ସହ ଜରିମାନା ଆଦାୟର ବ୍ୟବସ୍ଥା ମଧ୍ୟ ରହିଛି । ମିଡିଆ ପଞ୍ଜିକରଣ ଆଇନରେ ପ୍ରଥମ ଥର ଲାଗି ଓ୍ବେବ ମିଡିଆକୁ ସାମିଲ କରାଯିବ । ପୂର୍ବରୁ ଡିଜିଟାଲ ମିଡିଆ ପାଇଁ ଭାରତ ସରକାର କିଛି ନିୟାମକ ଲାଗୁ କରି ନଥିବା ବେଳେ ପ୍ରଥମ ଥର ଲାଗି ଏହା ଆଇନ ଅନ୍ତର୍ଭୁକ୍ତ ହେବାକୁ ଯାଉଛି ।

ପ୍ରେସ ଆଣ୍ଡ ପିରିଓଡ଼ିକାଲ ବିଲ୍ ସଂଶୋଧନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । କୌଣସି ଇଲେକଟ୍ରୋନିକ୍ସ ଉପକରଣ ମାଧ୍ୟମରେ ଖବର ପରିବେଷଣ କରୁଥିବା ମିଡିଆକୁ ଏହି ସଂଶୋଧିତ ଆଇନ ଅନ୍ତର୍ଭୁକ୍ତ କରାଯିବ । ଏହି ଆଇନ ଲାଗୁ ହେବାର ୯୦ ଦିନ ମଧ୍ୟରେ ଡିଜିଟାଲ ମିଡିଆ ପବ୍ଲିସରଙ୍କୁ ପ୍ରେସ ରେଜିଷ୍ଟ୍ରାର ଜେନେରାଲରେ ରେଜିଷ୍ଟ୍ରେସନ କରିବାକୁ ହେବ ।

ଯାହା ଫଳରେ ଆଇନ ଉଲ୍ଲଂଘନ କ୍ଷେତ୍ରରେ ସେହି ଡିଜିଟାଲ ପବ୍ଲିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ସଂସଦର ମୌସୁମୀ ଅଧିବେଶନରେ ଏ ନେଇ ପ୍ରସ୍ତାବ ଆସିପାରେ ବୋଲି କୁହାଯାଉଛି । ତେବେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏ ପର୍ଯ୍ୟନ୍ତ ଏହି ଆଇନକୁ ଅନୁମୋଦନ ମିଳି ନଥିବା ଜଣାପଡ଼ିଛି ।

ଚଳନ୍ତା ଟ୍ରେନରେ ଛୁରାମାଡ଼, ଜଣେ ମୃତ, ଜଣେ ଗୁରୁତର

ଗଞ୍ଜାମ: ଚଳନ୍ତା ଟ୍ରେନରେ ଛୁରା ମାଡ଼ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଚେନ୍ନାଇ ହାଓ୍ବାଡା ମେଲ ଟ୍ରେନରେ ଘଟଣା ଘଟିଛି । ମୃତ ବ୍ୟକ୍ତି ଜଣଂକ ହେଲେ ପଶ୍ଚିମବଙ୍ଗର ପ୍ରଶନଜିତ ତରାଇ ।

ସ୍ୱାମୀ ସ୍ତ୍ରୀ ଓ ତାଙ୍କର ସମ୍ପର୍କୀୟ ମିଶି ଦୁଇ ପରିବାର ଚେନ୍ନାଇ ଠାରୁ ହାଓ୍ବାଡା ଅଭିମୁଖେ ଆସୁଥିଲାବେଳେ ଦୁଇ ଯାତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏଥିରେ ଉଗ୍ର ହୋଇ ଜଣେ ସମ୍ପର୍କୀୟ ଅନ୍ୟ ଜଣେ ସମ୍ପର୍କୀୟଙ୍କୁ ଛୁରି ଭୁଷି ଦେଇଥିଲେ ।

ଗଞ୍ଜାମ ଛତ୍ରପୁର ଷ୍ଟେସନ ମଝିରେ ଯାତ୍ରୀମାନେ ଟ୍ରେନ ଚେନ ପୁଲିଂ କରିବା ପରେ ଆରପିଏଫ ପୋଲିସ ଗୁରୁତର ଅବସ୍ଥାରେ ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ । ତେବେ କେବଳ ବଚସା ଯୋଗୁଁ ଏହି ଛୁରାମାଡ଼ କରାଯାଇଛି ନାଁ ଏହା ପଛରେ ଆଉ କିଛି ଉଦ୍ଦେଶ୍ୟ ଅଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି  ।

ଅନ୍ତରୀଣ ରାଷ୍ଟ୍ରପତି ଭାବେ ଶପଥ ନେଲେ ବିକ୍ରମସିଙ୍ଘେ

କଲମ୍ବୋ: ଶ୍ରୀଲଙ୍କା ସଙ୍କଟ ଭିତରେ ଅନ୍ତରୀଣ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ରାନିଲ ବିକ୍ରମସିଂଘେ । ଗତକାଲି ଗୋଟାବାୟା ରାଜପକ୍ଷ ଇସ୍ତଫା ଦେଇଥିବା ବେଳେ ଆଜି ଏହାକୁ ବିଧିବଦ୍ଧ ଘୋଷଣା କରିଥିଲେ ବାଚସ୍ପତି ମହିନ୍ଦା ୟାପା ଆବେଓ୍ବେରଦାନା । ଗୋଟାବାୟାଙ୍କ ଇସ୍ତଫା ପରେ ଅନ୍ତରୀଣ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ରାନିଲ ।

ଶ୍ରୀଲଙ୍କା ପ୍ରଧାନ ବିଚାରପତି ଜୟନ୍ତ ଜୟସୁରିୟା ରାନିଲଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସେ ଅନ୍ତରୀଣ ରାଷ୍ଟ୍ରପତି ଦାୟିତ୍ବରେ ରହିବେ । ଜୁଲାଇ ୨୦ରେ ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ ହେବ । ଆସନ୍ତାକାଲି ସଂସଦ ଭବନରେ ଏ ନେଇ ସର୍ବଦଳୀୟ ବୈଠକ ବସିବ । ବାଚସ୍ପତିଙ୍କ ବୈଠକ ଡାକିଥିବା ବେଳେ ଆଗାମୀ ରାଷ୍ଟ୍ରପତିଙ୍କୁ ନେଇ ବହୁମତ ସଂଗ୍ରହ କରାଯିବ ବୋଲି କୁହାଯାଉଛି ।

ପ୍ରଥମେ ଅସଂସଦୀୟ ଶବ୍ଦ ପ୍ରତିବନ୍ଧକ, ଏବେ ସଂସଦରେ ଧାରଣା ଉପରେ କଟକଣା

କେନ୍ଦ୍ରର ଏକଛତ୍ରବାଦୀ ଶାସନ । ଅସଂସଦୀୟ ଶବ୍ଦ ଉପରେ କଟକଣା ପରେ ଧାରଣା ଓ ଅନସନ ଉପରେ ଲାଗିଛି ପ୍ରତିବନ୍ଧକ । ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଅସଂସଦୀୟ ଶବ୍ଦକୁ ନେଇ ସୃଷ୍ଟି ହୋଇଛି ଝଡ଼। ରାଜ୍ୟସଭା ସଚିବାଳୟ ପକ୍ଷରୁ ଜାରି ଏଭଳି ଏକ ନୋଟିଫିକେସନକୁ ଟ୍ବିଟରରେ ସେୟାର କରିଛନ୍ତି କଂଗ୍ରେସ ବରିଷ୍ଠ ନେତା ଜୟରାମ ରମେଶ ।

ସଂସଦରେ ଶବ୍ଦ କଟକଣାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛି କଂଗ୍ରେସ । ବିଶ୍ବଗୁରୁଙ୍କ ନୂଆ କାମ ଧାରଣା ମନା, କ୍ୟାପସନ ଲେଖିବା ସହ ଟ୍ବିଟରରେ ଏକ ଫଟୋ ସେୟାର କରିଛନ୍ତି ଜୟରାମ ରମେଶ । ରାଜ୍ୟସଭା ସଚିବାଳୟ ପକ୍ଷରୁ ଜାରି ଏହି ନୋଟିଫିକେସନ ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ସାଂସନ ମନୀଷ ତିଓ୍ବାରୀ କମେଣ୍ଟ କରିଛନ୍ତି ।

ଗତକାଲି ଲୋକସଭା ସଚିବାଳୟ ପକ୍ଷରୁ କିଛି ଶବ୍ଦ ଉପରେ କଟକଣା ଲଗାଯାଇ ତାକୁ ଅଂସସଦୀୟ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହାକୁ ନେଇ ତମାମ ବିରୋଧୀ ନେତାମାନେ ଆପତ୍ତି ଜଣାଇଥିଲେ । ଆଗକୁ ମଧ୍ୟ ଅଂସଦୀୟ ମାନ୍ଯତା ଦିଆଯାଇଥିବା ଶବ୍ଦ ବ୍ୟବହାର ଜାରି ରଖିବେ ବୋଲି ସିଧାସଳଖ କହିଥିଲେ  ।

କଟକରେ ମହିଳାଙ୍କ ବିଭତ୍ସ ହତ୍ୟା, ପୋଲିସର ତଦନ୍ତ ଜାରି

କଟକ: କଟକରେ ଦିନ ଦ୍ବିପହରେ ମହିଳାଙ୍କ ଗଳା କାଟି ହତ୍ୟା । ଓଡ଼ିଆ ବଜାର ଅଞ୍ଚଳ କୁତା ସାହି ଗଳିରେ ମହିଳାଙ୍କ ବେକ କାଟି ଅତି ବିଭତ୍ସ ଭାବରେ ହତ୍ୟା କରାଯାଇଛି । ମୃତକ ବି ଗୁଣବତୀଙ୍କୁ କେହି ଦୁର୍ବୃତ୍ତ ଘରେ ପଶି ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିଛନ୍ତି ।

ଗୁଣବତୀଙ୍କ ସ୍ବାମୀ ଘରେ ପହଞ୍ଚି ରକ୍ତ ଯୁଡ଼ିବୁଡୁ ଅବସ୍ଥାରେ ଦେଖି ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି । କିଏ କାହିଁକି ଏପରି ଘଟଣା ଘଟାଇଲା ଏବଂ କଣ ପାଇଁ । ସେନେଇ ପୋଲିସ ଛାନଭିନ କରୁଛି ।

ଭୁଶୁଡିଲା ନିର୍ମାଣଧୀନ ଗୋଦାମ ଗୃହର ପାଚେରୀ, ୬ମୃତ, ଉଦ୍ଧାର କାର୍ଯ୍ୟ ଜାରି

ଦିଲ୍ଲୀ: ଦିଲ୍ଲୀ ଅଲ୍ଲୀପୁର ଅଞ୍ଚଳରେ ଏକ ବଡ଼ ଅଘଟଣ ଘଟିଯାଇଛି । ଶୁକ୍ରବାର ଏକ ନିର୍ମାଣଧୀନ ଗୋଦାମ ଗୃହର ପାଚେରି ଅଚାନକ ଭୁସୁଡିପଡିଛି । ଏହି କାନ୍ଥ ତଳେ ଚାପି ହୋଇ ଏପର୍ଯନ୍ତ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି । ପୋଲିସ ସୂଚନାନୁଯାୟୀ ୨୫ରୁ ଅଧିକ ଶ୍ରମିକ ଘଟଣାସ୍ଥଳରେ କାମ କରୁଥିଲେ ।

ପୋଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ ଜାରି ରଖିଛନ୍ତି । କିଛି ଲୋକ ଏବେବି ଭଗ୍ନାଂଶ ତଳେ ଚାପି ରହିଥିବା ସୂଚନା । ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଗୁରୁତରଙ୍କୁ ରାଜା ହରିଶଚନ୍ଦ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ଦୁଇଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା କୁହାଯାଉଛି  ।

ରାଜଧାନୀରେ ଚାଞ୍ଚଲ୍ୟ, ଫ୍ୟାନରେ ଝୁଲି ପଡ଼ିଲେ ଦମ୍ପତି

ଭୁବନେଶ୍ୱର: ରାଜଧାନୀରେ ଚଞ୍ଚଲ୍ୟ । ଫ୍ୟାନରେ ଚୁନି ଲଗାଇ ଝୁଲି ପଡ଼ିଲେ ଦମ୍ପତି । ସଞ୍ଜୟ ଓ ସଞ୍ଜନା ପେରିୱାଲଙ୍କ ଆତ୍ମହତ୍ୟା ଉଦ୍ୟମ ।  ସ୍ତ୍ରୀ ସଞ୍ଜନା ପେରିୱାରଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସ୍ୱାମୀ ସଞ୍ଜୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଲକ୍ଷ୍ମୀସାଗର ଥାନା ସିଦ୍ଧେଶ୍ୱରୀ ଆପର୍ଟମେଣ୍ଟରେ ଘଟିଛି ଏହି ଘଟଣା । ତେବେ ପିଲା ସ୍କୁଲ ଯାଇଥିବା ବେଳେ ଏହି ଘଟଣା ଘଟିଛି । ମହିଳାଙ୍କ ମୃତଦେହ ଉଦ୍ଧାର କରିବା ସହ ଗୁରୁତର ସ୍ୱାମୀଙ୍କୁ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଛି ଲକ୍ଷ୍ମୀସାଗର ଥାନା ପୋଲିସ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପାରିବାରିକ କଳହ ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ପ୍ରକାଶ ପାଇଲା ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଂ, ଶୀର୍ଷରେ ରହିଛି IIT ମାଡ୍ରାସ୍

ନୂଆଦିଲ୍ଲୀ: NIRF ରାଙ୍କିଂରେ ଟପରେ IIT ମାଡ୍ରାସ । ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଂ ଫ୍ରେମଓ୍ୱର୍କର କଲେଜ ରାଙ୍କିଂ ତାଲିକାରେ ଲଗାତାର ଚାରି ବର୍ଷ ଧରି ଶୀର୍ଷରେ ରହିଛି ଆଇଆଇଟି ମାଡ୍ରାସ୍ । ଟପ୍ ତିନି ଶିକ୍ଷାନୁଷ୍ଠାନକୁ ସମ୍ମାନିତ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏହି ଲିଷ୍ଟର ପ୍ରଥମରେ IIT ମାଡ୍ରାସ ରହିଥିବାବେଳେ ଦ୍ୱିତୀୟରେ ରହିଛି ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଓ ତୃତୀୟରେ IIT ବମ୍ବେ ରହିଛି ।

ସେହିପରି IIS ବେଙ୍ଗାଲୁରୁ ବେଷ୍ଟ ୟୁନିଭର୍ସିଟି ମାନ୍ୟତା ପାଇଥିବା ବେଳେ ଦିଲ୍ଲୀର JNU ଓ ଜାମିଆ ମିଲିଆ ଇସଲାମିଆ ୟୁନିଭର୍ସିଟି ଦ୍ୱିତୀୟ ଓ ତୃତୀୟରେ ରହିଛି । IIT ମାଡ୍ରାସ୍ ବେଷ୍ଟ ଇଞ୍ଜିନିୟରିଂ କଲେଜର ମାନ୍ୟତା ପାଇଛି । ସେହିପରି IIT ଦିଲ୍ଲୀ ଓ IIT ବମ୍ବେ ଦ୍ୱିତୀୟ ଓ ତୃତୀୟରେ ରହିଛି । IIM ଅହମ୍ମଦାବାଦକୁ ଦେଶର ସର୍ବୋତ୍କୃଷ୍ଟ ବିଜନେସ ସ୍କୁଲର ମାନ୍ୟତା ମିଳିଛି । ଦିଲ୍ଲୀ ଏମସ୍ ଦେଶର ବେଷ୍ଟ ମେଡିକାଲ କଲେଜ ମାନ୍ୟତା ପାଇଛି ।

ସ୍ତ୍ରୀ ବେକରୁ ମଙ୍ଗଳସୂତ୍ର କାଢ଼ିବା ସ୍ୱାମୀ ପ୍ରତି ମାନସିକ ନିର୍ଯାତନା: ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ସ୍ତ୍ରୀ ବେକରୁ ମଙ୍ଗଳସୂତ୍ର କାଢ଼ିଦେବା ସ୍ୱାମୀଙ୍କ ପ୍ରତି ମାନସିକ ନିର୍ଯାତନା । ଏଭଳି ବିଚିତ୍ର ଅଭିଯୋଗ ଓ ଛାଡ଼ପତ୍ର ପାଇଁ କରିଥିବା ସ୍ୱାମୀଙ୍କ ଆବେଦନକୁ ଗ୍ରହଣ କରିବା ସହ ସ୍ୱାମୀଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ମାଡ୍ରାସ ହାଇକୋର୍ଟ । ଜଷ୍ଟିସ ଭିଏମ ବେଲୁମଣି ଓ ଏସ୍ ସୌନ୍ଥରଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ୨୦୧୬ରେ ଫ୍ୟାମିଲି କୋର୍ଟ ଦେଇଥିବା ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଅଭିଯୋଗକାରୀ ତଥା ଇରୋଡର ଏକ ମେଡିକାଲ କଲେଜର ଫ୍ରଫେସର ଥିବା ସି.ଶିବକୁମାର ।

ଶିବକୁମାରଙ୍କ ପିଟିସନର ଶୁଣାଣି କରିବା ସହ ଏହାର ଶୁଣାଣି କରି ଏଭଳି ଟିପ୍ପଣୀ ରଖିଛନ୍ତି । ଶିବକୁମାରଙ୍କ ସ୍ତ୍ରୀଙ୍କୁ ଏ ନେଇ ପଚାରାଯିବାରେ, ସେ କେବଳ ମଙ୍ଗଳସୂତ୍ରର ଚେନ କାଢ଼ିଥିଲେ ବୋଲି କହିଥିଲେ । ତେବେ ହିନ୍ଦୁ ଧର୍ମରେ ମଙ୍ଗଳସୂତ୍ରକୁ ଏକ ପବିତ୍ର ବୋଲି ମନାଯାଏ ଓ ବିବାହ ବେଳେ ଏହାକୁ ସ୍ୱାମୀ ସ୍ତ୍ରୀଙ୍କୁ ପିନ୍ଧାଇଥାନ୍ତି । ଯାହା ଦାମ୍ପତ୍ତ୍ୟ ଜୀବନର ନିରନ୍ତର ପ୍ରତୀକ ଅଟେ । ତେବେ ସ୍ୱାମୀ ଜୀବିତ ଥାଇ ସ୍ତ୍ରୀ ଏହାକୁ ବାହାର କରିବା ସ୍ୱାମୀଙ୍କ ମାନସିକ ସ୍ଥିତିକୁ ବିଗାଡ଼ିପାରେ । ସ୍ୱାମୀଙ୍କ ଭାବନାକୁ ଏହା ଆଘାତ ଦେଇଥାଇପାରେ ବୋଲି ଖଣ୍ଡପୀଠ କହିଛନ୍ତି ।