spot_img
Home Blog Page 4209

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ସଫାରି ବସ୍ କର୍ମଚାରୀଙ୍କ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି ନନ୍ଦନକାନନ ପୋଲିସ । ଗିରଫ ୩ ଜଣ ହେଉଛନ୍ତି ସନ୍ତୋଷ ସାହୁ, କାହ୍ନା ମହାପାତ୍ର ଓ ଅମନ ପାଟ୍ଟଶାଣୀ । ଗିରଫ ୩ ଯୁବକ ଦାରୁଠେଙ୍ଗ ଗ୍ରାମର ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ ଛତିଶଗଡ଼ରୁ ୨୬ ଜଣ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥିଲେ । ସଫାରିରେ ବୁଲିବା ପାଇଁ ଦିନ ୨ଟାରେ ଟିକେଟ କାଟିଥିଲେ । ମାତ୍ର ୩ ଘଣ୍ଟା କାଳ ଅପେକ୍ଷା ପରେ ମଧ୍ୟ ସଫାରି ନମିଳିବାରୁ କର୍ମଚାରୀଙ୍କ ସହିତ ବଚସା ହୋଇଥିଲା । ପରେ ଉତକ୍ଷିପ୍ତ ହୋଇ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିଲେ ସଫାରି କର୍ମଚାରୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ତେବେ ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ରେଞ୍ଜ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଆବଶ୍ୟକ ପଡ଼ିଲେ ସଫାରି ବସ୍ ଓ ବ୍ୟାଟେରୀ ଚଳିତ ଗାଡ଼ିକୁ ଟେଣ୍ଡର ପ୍ରକ୍ରିୟାରେ ନେଇଥିବା ଘରୋଇ ସଂସ୍ଥାର ଲାଇସେନ୍ସକୁ ବାତିଲ କରାଯିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ । ନନ୍ଦନକାନନରେ କୌଣସି ସମସ୍ୟା ହେଲେ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପର୍ଯ୍ୟଟକଙ୍କୁ ଜଣାଯାଇଛି । ଏହାସହ ପ୍ରାଣୀ ଉଦ୍ୟାନରେ ଥିବା ସଫାରୀ, ବୋଟିଂ, ପାର୍କିଂରେ ବିଶୃଙ୍ଖଳା ହେଲେ ଆଇନକୁ ହାତକୁ ନ ନେବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି ।

ଏସିଆ କପ୍ ହକି: ଆଜି ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ ଭାରତ

ଜାକର୍ତ୍ତା: ଆଜିଠାରୁ ଇଣ୍ଡୋନେସିଆରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ଏସିଆ କପ୍ ହକି । ପ୍ରଥମ ଦିନରେ ୪ଟି ମ୍ୟାଚ ଖେଳାଯିବ । ଆଜି ଭାରତ ତା’ର ପ୍ରଥମ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହୋଇଥିବାରୁ ସୋମବାର ମ୍ୟାଚ୍ ସହ ସଂପୂର୍ଣ୍ଣ ପ୍ରତି‌ଯୋଗିତା ଓଡ଼ିଶା କ୍ରୀଡ଼ାପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ମହତ୍ତ୍ୱ ରଖିବ । ପ୍ରଥମ ଦିନରେ ଖେଳାଯିବାକୁ ଥିବା ଅନ୍ୟ ତିନିଟି ମୁକାବିଲାରେ ମାଲେସିଆ-ଓମାନ, ‌କୋରିଆ-ବାଂଲାଦେଶ ଏବଂ ଜାପାନ-ଇଣ୍ଡୋନେସିଆ ମୁହାଁମୁହିଁ ହେବେ। ବାଂଲାଦେଶର ଢାକାଠାରେ ଆୟୋଜିତ ଗତ ସଂସ୍କରଣର ଫାଇନାଲ୍‌ରେ ମାଲେସିଆକୁ ହରାଇ ଭାରତ ବିଜେତା ହୋଇଥିଲା। ଉଭୟ ଭାରତ ଓ ପାକିସ୍ତାନ ୩ଥର ଲେଖାଏଁ ଏହି ପ୍ରତିଯୋଗିତା ଜିତିଛନ୍ତି। ଅନ୍ୟପକ୍ଷରେ ଦକ୍ଷିଣ କୋରିଆ ସର୍ବାଧିକ ୪ ଥର ବିଜେତା ହୋଇଛି।

ଏସିଆ କପ୍ ହକି ପାଇଁ ହକି ଇଣ୍ଡିଆ ଏକ ଯୁବ ଦଳ ଗଠନ କରିଛି । ଆଗକୁ ରାଜ୍ୟଗୋଷ୍ଠୀ କ୍ରୀଡା ଓ ୨୦୨୩ ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି । ଏସିଆ କପ୍ ହକିରେ ଓଡ଼ିଶାରୁ ମୋଟ ୪ ଜଣ ଖେଳାଳି ଦଳରେ ସାମିଲ ଅଛନ୍ତି । ଏସିଆ କପରେ ଶ୍ରେଷ୍ଠ ପ୍ରଦର୍ଶନ କରି ଦଳ ୨୦୨୩ ବିଶ୍ୱକପ ଟିକେଟ ହାତେଇବା ଲକ୍ଷ୍ୟରେ ରହିଛି । ଏସିଆ କପରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ୩ଟି ଦଳ ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିବେ ।

 

ଏହି ହାଇଭୋଲଟେଜ ମ୍ୟାଚ୍ ପୂର୍ବରୁ ଅଧିନାୟକ ବୀରେନ୍ଦ୍ର ଲାକ୍ରା କହିଛନ୍ତି ଯେ ପାକିସ୍ତାନ ବିପକ୍ଷ ମ୍ୟାଚରେ ସବୁବେଳେ ଚାପ ରହିଥାଏ । ବରିଷ୍ଠ ଖେଳାଳିଭାବେ ଆମେମାନେ ଅଧିକ ଉତ୍ସାହିତ ହୋଇପାରିବୁ ନାହିଁ । କନିଷ୍ଠ ଖେଳାଳିମାନଙ୍କ ପାଇଁ କିନ୍ତୁ ଏହା ନିଶ୍ଚିତ ଭାବେ ନିଆରା ଅଭିଜ୍ଞତା ହେବ । ସେମାନେ କିଛିଟା ଚାପରେ ବି ରହିବେ। ତଥାପି ଆମେ ଏହି ମ୍ୟାଚକୁ ଅନ୍ୟସବୁ ମ୍ୟାଚ୍ ଭଳି ଦେଖୁଛୁ । ଉଭୟ ଦଳରେ ଅନେକ ଯୁବ ଖେଳାଳି ଅଛନ୍ତି। ଭଲ ପ୍ରଦର୍ଶନ କଲେ ଆମକୁ ନିଶ୍ଚିତ ଭାବେ ଭଲ ଫଳ ମିଳି ବ। ଆମେ କୌଣସି ଦଳକୁ ହାଲକା ଭାବେ ନେଉନାହୁଁ। ସବୁଦଳ ଏଠାରେ ଭଲ କରି ବିଶ୍ୱକପ୍ ଟିକେଟ ହାସଲ କରିବା ପାଇଁ ଲଢ଼ିବେ। ଗତଥର ବିଜେତା ଭାବେ ଆମ ଉପରେ ସମସ୍ତଙ୍କ ନଜର ରହିବ। ଏଣୁ ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି ଭାରତୀୟ ଦଳର ଅଧିନାୟକ ବିରେନ୍ଦ୍ର ଲାକ୍ରା ।

 

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ଘଟଣା, ଅଧିକ ତଦନ୍ତ ପାଇଁ ରେଞ୍ଜ ଅଫିସରଙ୍କୁ ଦିଆଗଲା ଦାୟିତ୍ୱ

ଭୁବନେଶ୍ୱର: ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ସଫାରି ବସ୍ କର୍ମଚାରୀଙ୍କ ମାଡ଼ ଘଟଣା । ଅଧିକ ତଦନ୍ତ ପାଇଁ ରେଞ୍ଜ ଅଫିସରଙ୍କୁ ଦିଆଗଲା ଦାୟିତ୍ୱ । ପର୍ଯ୍ୟଟକଙ୍କୁ ମାଡ଼ ଘଟଣାର ତଦନ୍ତ କରୁଛି ନନ୍ଦନକାନନ ପୋଲିସ । ତଦନ୍ତ ପରେ ଆକ୍ରମଣ କରିଥିବା ସଫାରି କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆବଶ୍ୟକ ପଡ଼ିଲେ ସଫାରି ବସ୍ ଓ ବ୍ୟାଟେରୀ ଚଳିତ ଗାଡ଼ିକୁ ଟେଣ୍ଡର ପ୍ରକ୍ରିୟାରେ ନେଇଥିବା ଘରୋଇ ସଂସ୍ଥାର ଲାଇସେନ୍ସକୁ ବାତିଲ କରାଯିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ।

ନନ୍ଦନକାନନରେ କୌଣସି ସମସ୍ୟା ହେଲେ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପର୍ଯ୍ୟଟକଙ୍କୁ ଜଣାଯାଇଛି । ଏହାସହ ପ୍ରାଣୀ ଉଦ୍ୟାନରେ ଥିବା ସଫାରୀ, ବୋଟିଂ, ପାର୍କିଂରେ ବିଶୃଙ୍ଖଳା ହେଲେ ଆଇନ ହାତକୁ ନ ନେବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଗତକାଲି ଛତିଶଗଡ଼ର ପର୍ଯ୍ୟଟକଙ୍କୁ ଠେଙ୍ଗା, କାଠଫାଳିଆରେ ମାଡ଼ ମାରିବାର ଭିଡିଓ ଭାଇରଲ ହୋଇଥିଲା । ବିଳମ୍ବକୁ ନେଇ ବଚସା ହେବାରୁ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିଲେ ୫୦ରୁ ଅଧିକ କର୍ମଚାରୀ । ଏନେଇ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ ପର୍ଯ୍ୟଟକ ।

ଅଭିଯୋଗ ଅନୁସାରେ, ଛତିଶଗଡ଼ରୁ ୨୬ ଜଣ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥିଲେ । ସଫାରିରେ ବୁଲିବା ପାଇଁ ଦିନ ୨ଟାରେ ଟିକେଟ କାଟିଥିଲେ । ମାତ୍ର ୩ ଘଣ୍ଟା କାଳ ଅପେକ୍ଷା ପରେ ମଧ୍ୟ ସଫାରି ନମିଳିବାରୁ କର୍ମଚାରୀଙ୍କ ସହିତ ବଚସା ହୋଇଥିଲା । ପରେ ଉତକ୍ଷିପ୍ତ ହୋଇ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିଲେ ସଫାରି କର୍ମଚାରୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ମୟୂରଭଞ୍ଜ କରଞ୍ଜିଆରେ ସିରିଜ୍ ଦୁର୍ଘଟଣା, ୪ ମୃତ

ମୟୂରଭଞ୍ଜ: ମୟୂରଭଞ୍ଜ କରଞ୍ଜିଆରେ ସିରିଜ୍ ଦୁର୍ଘଟଣା, ୪ ମୃତ । ଭାରସାମ୍ୟ ହରାଇ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ଥ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣଙ୍କର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ ହୋଇଛି । ଠାକୁରମୁଣ୍ଡା ଥାନା ତରାମରା ନିକଟରେ ଘଟିଛି ଏହି ଦୁର୍ଘଟଣା । ଠାକୁରମୁଣ୍ଡା ବ୍ଲକ ଗୁଡ଼ଭଙ୍ଗାରୁ ସୁକ୍ରୁଳି ବ୍ଲକ ଭାଲିଆଡାଳକୁ ବରଯାତ୍ରୀରେ ଏମାନେ ଯାଇଥିଲେ । ଫେରିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ତେବେ ଏହି ଦୁର୍ଘଟଣାରେ ଅନ୍ୟ ପାଞ୍ଚଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ସେପଟେ କରଞ୍ଜିଆ ବାଉନାଶାଳ ନିକଟରେ ଏକ ବୋଲେରୋ ବାଇକ୍ ଚାଳକକୁ ପଛ ପଟୁ ଧକ୍କା ଦେବା ଫଳରେ ଘଟଣସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି । ବୋଲେରୋ ଚାଳକ ଗୁରୁତର ହୋଇ କରଞ୍ଜିଆ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେପଟେ ୪୯ ନମ୍ବର ଜାତୀୟ ରାଜପଥ ଯଶିପୁରରେ ଟ୍ରକ୍ ଧକ୍କାରେ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଛି ।

ସ୍କୁଲ ପିଲାଙ୍କୁ ଦିଆଯିବ ଅଲମ୍ପିକ୍ସ ପ୍ରଶିକ୍ଷଣ, ଅଲମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ଯୋଜନାକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜୟ କେବଳ ଏକ ଲକ୍ଷ୍ୟ ନୁହେଁ, ଏହା ଅଭ୍ୟାସରେ ପରିଣତ ହେବା ଉଚିତ୍ । ଆଉ ଏହି ଜିତିବାର ନିଶା ହିଁ ଜଣେ ଖେଳାଳିକୁ ଉତ୍କର୍ଷ କରି ଗଢ଼ିତୋଳେ । କ୍ରୀଡାବିତଙ୍କୁ ଉଦବୋଧନ ଦେଲାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପରାମର୍ଶ ଦେଇ ଆସିଛନ୍ତି । ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ବଳରେ ଭାରତୀୟ ପୁରୁଷ ହକି ଟିମ୍ ୪ ଦଶନ୍ଧି ପରେ ଅଲମ୍ପିକ୍ସରେ ପଦକ ହାସଲ କରିବାକୁ ସମର୍ଥ ହୋଇଛି । ସେହିପରି ମହିଳା ହକି ଟିମ୍‌ ମଧ୍ୟ ଅଲମ୍ପିକ୍ସ ସେମିଫାଇନାଲରେ ପହଞ୍ଚିଛି ।

ରାଜ୍ୟରେ କ୍ରୀଡା ଭିତ୍ତିଭୂମିକୁ ସୁଦୃଢ କରାଯିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ଆଉ ଏବେ ଚୀନ ଓ ଜାପାନ ପରି ଅଲମ୍ପିକ୍ସ ବିଜେତା ସୃଷ୍ଟି କରିବା ପାଇଁ ସ୍କୁଲସ୍ତରରୁ ଛାତ୍ରଛାତ୍ରୀଙ୍କୁ ଅଲମ୍ପିକ୍ସ ଉପରେ ଶିକ୍ଷା ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୨୦୨୪ ପ୍ୟାରିସ ଅଲମ୍ପିକ୍ସକୁ ଦୃଷ୍ଟିରେ ରଖି ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସାରା ଦେଶରେ ଓଡ଼ିଶା ସରକାର ଏପରି ପଦକ୍ଷେପ ନେବାରେ ପ୍ରଥମ ହୋଇଛନ୍ତି । ତୃଣମୂଳ ସ୍ତରରୁ ସ୍କୁଲ ପିଲାଙ୍କୁ ଅଲମ୍ପିକ୍ସ ବାବଦରେ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି ଯୋଜନା ଆରମ୍ଭ କରିଛନ୍ତି ।

ପାଇଲଟ ପ୍ରକଳ୍ପ ଭାବେ ଓଡ଼ିଶା ଅଲମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାର ୯୦ଟି ସ୍କୁଲ ଚିହ୍ନଟ ହୋଇଛି । ଭୁବନେଶ୍ବର ମହାନଗର ନିଗମର ୬୩ ଓ ରାଉରକେଲା ମହାନଗର ନିଗମରେ ୨୭ଟି ସ୍କୁଲରେ ଅଲମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହେବ । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ଦୁଇ ସ୍ମାର୍ଟ ସିଟିର ସ୍କୁଲଗୁଡ଼ିକୁ ମନୋନୀତ କରାଯାଇଛି । ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାକୁ ଶୁଭାରମ୍ଭ କରିବେ ।

ଭାରତରେ ଓମିକ୍ରନର ନୂଆ ଭାରିଆଣ୍ଟ, ନୂଆ ପ୍ରଜାତି BA.4 ଏବଂ BA.5 ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ଓମିକ୍ରନ ଭାରିଆଣ୍ଟର ନୂଆ ପ୍ରଜାତି ଚିହ୍ନଟ । ଓମିକ୍ରନର ୨ ପ୍ରଜାତି BA.4 ଏବଂ BA.5 ଚିହ୍ନଟ ହୋଇଛି । ୨ ନୂଆ ପ୍ରଜାତି ମଧ୍ୟରେ ପ୍ରଥମଟି ତାମିଲନାଡୁରୁ ଚିହ୍ନଟ ହୋଇଛି । ଜଣେ ୧୯ ବର୍ଷୀୟ ମହିଳା BA.4ରେ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ତେଲେଙ୍ଗାନାରେ ଜଣେ ପୁରୁଷ BA.5 ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଚିହ୍ନଟ ଉଭୟଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖା ଦେଇଛି । ଉଭୟଙ୍କ ଟ୍ରାଭେଲ ହିଷ୍ଟ୍ରି ନଥିବା ସୂଚନା ରହିଛି । BA.4 ଏବଂ BA.5 ଏହି ଦୁଇ ଓମିକ୍ରନର ଭାରିଆଣ୍ଟର ସବ ଭାରିଆଣ୍ଟ ।

ରିପୋର୍ଟ ଅନୁସାରେ ଓମିକ୍ରନର BA.4 ପ୍ରଜାତିର ଲକ୍ଷଣ ଏବଂ ପ୍ରକୃତି BA.2 ଭାରିଆଣ୍ଟ ସହ ସମାନ । ଜିନୋମ ସିକ୍ୱେନ୍ସିଂ ଜରିଆରେ କରୋନାର ପ୍ରକୃତି ଯାଞ୍ଚ କରୁଥିବା ସଂସ୍ଥା INSACOG ଅନୁସାରେ ଭାରତରେ ଓମିକ୍ରନର ଭାରିଆଣ୍ଟ BA.4 ଚିହ୍ନଟ ହେବା ଆଶ୍ଚର୍ଯ୍ୟକର । ଯଦିଓ ଭାଇରସର ଏହି ପ୍ରଜାତି BA.2 ସହ ସମାନତା ରହିଛି । ଏହାର ଲକ୍ଷଣ ଏବଂ ସଂକ୍ରମିତ ରୋଗୀଙ୍କ ଇମ୍ୟୁନିଟିକୁ କ୍ଷତି ପହଞ୍ଚାଇବାରେ ଦୁହିଁଙ୍କ ପ୍ରକ୍ରିୟା ସମାନ। ତେବେ ଏହା ଓମିକ୍ରନର XE ଭାରିଆଣ୍ଟ ଠାରୁ ଭିନ୍ନ ।

ବଦଳୁଛି ପାଣିପାଗର ମିଜାଜ୍, କାଳବୈଶାଖୀ ବର୍ଷା ପାଇଁ ୫ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ପୁଣି ସକ୍ରିୟ ହେଲା ପଶ୍ଚିମା ଝଡ଼ । ରାଜ୍ୟରେ ଆରମ୍ଭ ହେଲା ପାଣିପାଗର ଲୁଚକାଳି ଖେଳ । ପାଣିପାଗର ମିଜାଜରେ ଆସିଛି ପରିବର୍ତ୍ତନ । କେଉଁଠି ବର୍ଷା ତ ଆଉ କେଉଁଠି କଲବଲ କରୁଛି ଖରା । ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମ ପ୍ରକୋପ । ବିଭିନ୍ନ ସ୍ଥାନରେ ୪୦ ଡିଗ୍ରୀ ଉପରେ ରହିଛି ପାରଦ । ତେବେ ଉପକୂଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ମିଳିଛି ଆଶ୍ୱସ୍ତି ।

ଅନେକ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଏଥିପାଇଁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ତେବେ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ରାଜ୍ୟରେ ସକ୍ରିୟ ରହିଛି କାଳବୈଶାଖୀ । ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘଡଘଡି ବିଜୁଳି ସହ ବର୍ଷା ପାଇଁ ସତର୍କତା ଜାରି କରାଯାଇଛି । ଘଡଘଡି ବିଜୁଳି ସହ ବର୍ଷା ପାଇଁ ଆଜି ୫ଟି ଜିଲ୍ଲା ଯଥା ରାୟଗଡା, ଗଜପତି, କନ୍ଧମାଳ, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାକୁ ଜାରି କରାଯାଇଛି ୟେଲୋ ଆଲର୍ଟ ।

କ୍ୟାମ୍ପେନରେ କମ୍ପୁଛି ବ୍ରଜରାଜନଗର, ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ତାରକା ପ୍ରଚାରକ

ବ୍ରଜରାଜନଗର: କ୍ୟାମ୍ପେନିଂରେ କମ୍ପୁଛି ବ୍ରଜରାଜନଗର । ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର । ମଇଦାନରେ ଚାଲିଛି ଷ୍ଟାରଓ୍ୱାର । ଉପନିର୍ବାଚନ ତାରିଖ ଯେତେ ପାଖ ହେଉଛି, ସେତେ ବଢ଼ୁଛି ପ୍ରଚାର ତାତି । ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ମଇଦାନରେ କସରତ୍ କରୁଛନ୍ତ ସବୁ ଦଳ । ବିଜୟ ପାଇଁ ଚାଲିଛି ସ୍ପେଶାଲ୍ ପ୍ଲାନ୍ । ଉପନିର୍ବାଚନ ପ୍ରଚାରରେ ବହୁ ଆଗରେ ରହିଛି ଶାସକ ବିଜୁ ଜନତା ଦଳ ।

ଦଳୀୟ ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ଜିତାଇବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଜୋରଦାର ଚାଲିଛି କ୍ୟାମ୍ପେନିଂ। ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ଷ୍ଟାର କ୍ୟାମ୍ପେନର । ରାଜ୍ୟ ସରକାରଙ୍କ ବିକାଶମୂଳକ କାମକୁ ଆଧାର କରି ଭୋଟରଙ୍କ ପାଖକୁ ଯାଉଛନ୍ତି ନେତା । ଅଳକାଙ୍କୁ ବଡ଼ ବ୍ୟବଧାନରେ ଜିତାଇବାକୁ ଗ୍ରାଉଣ୍ଡରେ ଝାଳ ବୁହାଉଛନ୍ତି କର୍ମୀ । ସେପଟେ ବିରୋଧୀ ମଧ୍ୟ ଜୋରସୋରରେ ଚଳାଇଛନ୍ତି ପ୍ରଚାର । ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଗାଁ ଗାଁରେ ସଭାସମିତି କରି ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି ପ୍ରାର୍ଥୀ ।

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି, ଆଜି ବସିବ ପ୍ରଥମ ସମନ୍ୱୟ ବୈଠକ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନେଇ ଆଜି ବସିବ ପ୍ରଥମ ସମନ୍ୱୟ କମିଟି ବୈଠକ । କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ ଅଧ୍ୟକ୍ଷତାରେ ପୁରୀ ଟାଉନ ହଲରେ ଏହି ସମନ୍ୱୟ ବୈଠକ ବସିବ । ଦିନ ୧୧ଟାରେ ବସିବାକୁ ଥିବା ଏହି ବୈଠକରେ ଶୃଙ୍ଖଳିତ ରଥଯାତ୍ରା ସମ୍ପର୍କରେ ଆଲୋଚନା ହେବ । ଗତ ଦୁଇବର୍ଷ ଧରି ବିନା ଭକ୍ତରେ କରୋନା କଟକଣାରେ ରଥ ଯାତ୍ରା ହେଉଥିଲା । କିନ୍ତୁ ଚଳିତ ଥର ଭକ୍ତଙ୍କ ଗହଣରେ ଘୋଷଯାତ୍ରା ହେବାର ସମ୍ଭାବନା ରହିଛି । ଏଣୁ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି କିପରି ସମସ୍ତ ବ୍ୟବସ୍ଥା କରାଯିବ, ସେ ସମ୍ପର୍କରେ ଆଲୋଚନା ହେବ ।

ବିଶେଷକରି ଗମନାଗମନ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ସୁରକ୍ଷା ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦିଆଯିବ । ସେହିପରି ପରିମଳ, ରାସ୍ତାଘାଟ ନିର୍ମାଣ ଆଦି ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବ । ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ବୈଠକରେ ଉପସ୍ଥିତ ରହି ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ।

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବଢ଼ିପାରେ ବିପଦ

ମେଷ : ମନରେ ଥିବା ଆଶା ଓ ଆକଂକ୍ଷା ପୂର୍ଣ୍ଣ ହେବ । ନିଜ ଉପରେ ଅଧିକ ଧ୍ୟାନ ଦେବେ । ଏଥିସହ ଅନ୍ୟମାନଙ୍କଠୁ ସୁନ୍ଦର ଦେଖାଯିବା ପାଇଁ ଯଥେଷ୍ଟ ଚେଷ୍ଟା କରିବେ । ଏଥିରେ ଅର୍ଥ ବ୍ୟୟ କରିବେ । ବୈବାହିକ ଜୀବନ ଭଲ ରହିବ । ଯେଉଁମାନେ ପ୍ରେମ ସମ୍ପର୍କରେ ରହିଛନ୍ତି ସେମାନଙ୍କ ପାଇଁ ଆଜିର ଦିନଟି ଭଲରେ କଟିବ ।

ବୃଷ : ଜୀବନରେ ଅନେକ ପରିବର୍ତ୍ତନ ଆସିପାରେ । ସ୍ୱାସ୍ଥ୍ୟ ବିଗିଡ଼ିପାରେ । ଅର୍ଥାତ୍ ସ୍ୱାସ୍ଥ୍ୟରେ ଅବହେଳା ଦେଖାଦେଇପାରେ । ଚାକିରି କରିଥିବା ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଶୁଭ । ଯଦି ନିଜର କୌଣସି ବ୍ୟବସାୟ ଥାଏ ତେବେ ଆଜିର ଦିନଟି ଅନୁକୂଳ ରହିବ ନାହିଁ । ଖର୍ଚ୍ଚ ବଢ଼ିପାରେ ।

ମିଥୁନ : ଆର୍ଥିକ ଭାବେ ଆଜିର ଦିନଟି ଲାଭଦାୟକ । ବ୍ୟବସାୟରେ ବୃଦ୍ଧି ହେବ ଏଥିସହ ଲାଭ ମିଳିବାର ସମ୍ଭାବନା ମଧ୍ୟ ରହିଛି । ଉଚ୍ଚ ପାଠପଢ଼ା ପାଇଁ ବିଦେଶ ଗସ୍ତ କରିବାକୁ ଇଚ୍ଛୁକ ଥିବା ବିଦ୍ୟାର୍ଥୀଙ୍କ ପାଇଁ ଏହା ଉପଯୁକ୍ତ ସମୟ । କିଛି ନୂତନ ବନ୍ଧୁ ଆପଣଙ୍କ ସହ ଜଡ଼ିତ ହେବେ । ଗର୍ଭଧାରଣ ଭଳି ଶୁଭ ଖବର ମଧ୍ୟ ମିଳିପାରେ ।

କର୍କଟ : ବ୍ୟବସାୟରେ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । କାର୍ଯ୍ୟକ୍ଷେତ୍ରରେ କିଛି ବିପରୀତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ପାରେ । ବରିଷ୍ଠ ବ୍ୟକ୍ତିଙ୍କ ସହ କୌଣସି କଥାକୁ ନେଇ ବିବାଦ ଦେଖାଦେଇପାରେ । ଯାହାର ପ୍ରଭାବ ଆପଣଙ୍କ କାମରେ ପଡ଼ିବ । ସ୍ୱାସ୍ଥ୍ୟ ବିଗିଡ଼ିବାର ସମ୍ଭାବନା ରହିଛି । ଏହି ସମୟରେ ଘରର କୌଣସି ସଦସ୍ୟଙ୍କ ସହ ବିବାଦ କରନ୍ତୁ ନାହିଁ, ନଚେତ୍ ଘରେ ଅଶାନ୍ତି ଦେଖାଦେଇପାରେ ।

ସିଂହ : ନିଜ ଦକ୍ଷତା ପ୍ରମାଣ କରିବାକୁ ସୁଯୋଗ ମିଳିପାରେ । ଚାକିରିରେ ପଦୋନ୍ନତି ମଧ୍ୟ ହୋଇପାରେ । ଘରେ ଶାନ୍ତିର ବାତାବରଣ ରହିବ । ପିତାଙ୍କ ସହ ନିବିଡ଼ ସମ୍ପର୍କ ରହିବ ।

କନ୍ୟା : କୌଣସି ନୂଆ ଚାକିରି କିମ୍ୱା ଚାକିରିରେ ପଦୋନ୍ନତି ହୋଇପାରେ । ଅଟକି ରହିଥିବା ଟଙ୍କା ମିଳିବାର ସମ୍ଭାବନା ରହିଛି । ପୈତୃକ ସମ୍ପତ୍ତି ନିକଟରୁ ଲାଭ ମିଳିବାର ସମ୍ଭାବନା ରହିଛି । କୌଣସି କଥାକୁ ନେଇ ମା’ଙ୍କ ସହ ବିବାଦ ଦେଖାଦେଇପାରେ । ପିତାଙ୍କ ସହ ସମ୍ପର୍କ ବିଗିଡ଼ିପାରେ । ଜୀବନସାଥୀ ଓ ଶ୍ୱଶୁର ଘର ଲୋକଙ୍କ ସହ ଭୁଲ ବୁଝାମଣା ହୋଇପାରେ ।

ତୁଳା : କୌଣସି ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ । ବ୍ୟକ୍ତିଗତ ଜୀବନ ଭଲ ରହିବ । ଆଖପାଖର ପରିବେଶ ଭଲ ରହିବ । ଜୀବନସାଥୀ ମିଳିବାର ମନୋକାଂକ୍ଷା ରଖିବେ । ବୈବାହିକ ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଶୁଭ । ଜୀବନସାଥୀଙ୍କ ସହ ପ୍ରେମ ସମ୍ପର୍କ ବଢ଼ିବା ସହ ପରସ୍ପର ବୁଝାମଣା ବଢ଼ିବ ।

ବିଛା : କାର୍ଯ୍ୟକ୍ଷେତ୍ରରେ ଉତ୍ଥାନପତନ ଦେଖାଦେଇପାରେ । କିଛି ବିରୋଧୀଙ୍କ ପାଇଁ ସମସ୍ୟାର ସମ୍ମୁଖୀନ କରିପାରନ୍ତି । ଯାତ୍ରା କରିବାର ସମ୍ଭାବନା ରହିଛି । ପାର୍ଟନରସିପ୍ ବ୍ୟବସାୟ କରୁଥିଲେ ସାବଧାନର ସହ କାର୍ଯ୍ୟ କରନ୍ତୁ । ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ । ବୈବାହିକ ଜୀବନରେ କିଛି ବିବାଦର ସାମନା କରିବାକୁ ପଡ଼ିପାରେ । ଏଥିପାଇଁ ସମ୍ପର୍କରେ ଦୂରତା ଆସିପାରେ ।

ଧନୁ : ଆୟରେ ବୃଦ୍ଧି ହେବାର ଯୋଗ ରହିଛି । ବ୍ୟବସାୟ କରୁଥିବା ବ୍ୟକ୍ତି କୌଣସି ନୂଆ ଜିନିଷରେ ବିନିଯୋଗ କରନ୍ତୁ ନାହିଁ । ଛାତ୍ରଙ୍କ ପାଇଁ ଆଜିର ଦିନଟି ଭଲ ରହିବ । ବ୍ୟକ୍ତିଗତ ଜୀବନରେ ସମସ୍ୟା ଦେଖାଯିବାର ଆଶଙ୍କା ରହିବ । ଜୀବନସାଥୀଙ୍କ ସହ ବିବାଦ ଦେଖାଦେଇପାରେ । ପରିବାରରେ ସନ୍ତାନ ପ୍ରାପ୍ତି ହୋଇପାରେ ।

ମକର : କୌଣସି ନୂଆ କ୍ଷେତ୍ରରେ ପୁଞ୍ଜି ନିବେଶ କଲେ ସଫଳତା ହାସଲ କରିବେ । ବୈବାହିକ ଜୀବନ ଭଲ ରହିବ । ପରିବାର ସହ ଭଲ ସମୟ ଅତିବାହିତ କରିବେ । ପ୍ରେମ ସମ୍ୱନ୍ଧରେ ଜଡ଼ିତ ଥିବା ବ୍ୟକ୍ତି ବିବାହ ବନ୍ଧନରେ ବାନ୍ଧିହେବେ ।

କୁମ୍ଭ : ଚାକିରି କରିଥିବା ବ୍ୟକ୍ତିଙ୍କ ପାଇଁ ଖୁବ୍ ସୌଭାଗ୍ୟର ଦିନ । କ୍ୟାରିୟରରେ ଉଚ୍ଚ ସ୍ଥାନକୁ ଯିବେ । ବ୍ୟବସାୟରେ ନୂତନ ଯୋଜନା କରିବାକୁ ଚାହୁଁଥିଲେ ଏହା ଉପଯୁକ୍ତ ସମୟ । ଭାଇଭଉଣୀଙ୍କ ସହ ଭଲ ସମ୍ୱନ୍ଧ ରହିବ । ଆଖପାଖରେ ଥିବା ଲୋକଙ୍କ ସହ ଭଲ ସମ୍ପର୍କ ରହିବ ।

ମୀନ : ଏହି ରାଶିର ବ୍ୟକ୍ତି ସତର୍କତା ଅବଲମ୍ୱନ କରନ୍ତୁ, ନଚେତ୍ କୌଣସି ଅସୁବିଧାରେ ପଡ଼ିପାରନ୍ତି । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ବିରୋଧୀ ଅସୁବିଧା ଉପୁଜେଇପାରନ୍ତି । ଏଥିପାଇଁ ବ୍ୟବସାୟରେ କ୍ଷତି ସହିପାରନ୍ତି । ପାରିବାରିକ ଜୀବନରେ ଉତ୍ଥାନପତନ ଦେଖାଦେଇପାରେ । ଘରେ କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଗିଡ଼ିପାରେ । ଏଥିପାଇଁ ଖର୍ଚ୍ଚ ବଢ଼ିପାରେ ।