spot_img
Home Blog Page 4223

ମୋଦୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ନକଭି

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ମୁଖତାର ଅବ୍ବାସ ନକଭି । ରାଜ୍ୟସଭା ସାଂସଦ ନକଭି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଥିଲେ । ବିଜେପି ମଧ୍ୟ ତାଙ୍କୁ ଚଳିତ ଥର ରାଜ୍ୟସଭାକୁ ପଠାଇନି । କୁହାଯାଉଛି ଯେ ବିଜେପି ପକ୍ଷରୁ ବଡ ଦାୟିତ୍ୱ ମିଳିପାରେ । ସୂଚନାଯୋଗ୍ୟ ଗୁରୁବାର ମୋଦୀଙ୍କ ମନ୍ତ୍ରିମଣ୍ଡଳର ଦୁଇ ମନ୍ତ୍ରୀଙ୍କ ରାଜ୍ୟସଭା ସଦସ୍ୟ କାର୍ଯ୍ୟକାଳ ସମାପ୍ତ ହେଉଛି ।

ଏଥିରେ ମୁଖତାର ଅବ୍ବାସ ନକଭିଙ୍କ ବ୍ୟତୀତ ଜେଡିୟୁର ଆରସିପି ସିଂହ ସାମିଲ ଅଛନ୍ତି । ୬ ଜୁଲାଇ ପରେ ଏହି ଦୁଇ ନେତା କୌଣସି ବି ଗୃହର ସଦସ୍ୟ ରହିବେ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ନକଭି ଇସ୍ତଫା ଦେଇଥିବା ସୂଚନା । ତେବେ ଉପରାଷ୍ଟ୍ରପତି ପ୍ରାର୍ଥୀ ରେସରେ ନକଭିଙ୍କ ନାଁ ମଧ୍ୟ ସାମିଲ ରହିଛି  । ତାଙ୍କ ଇସ୍ତଫା ପରେ ଉପରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି  ।

ନିଜ ଜାଲରେ ନିଜେ ଫସିଲେ ବଣ୍ଟି ଔର ବବଲି

ଭୁବନେଶ୍ୱର:  420 ପ୍ରେମିକାକୁ ଚୁନା ଲଗାଇଲା ପ୍ରେମିକ । ପ୍ଲାନ କଲେ ମିଳିମିଶି ଲୁଟୁଥିଲେ ଆଉ ଭାଗ ବାଣ୍ଟି ମଉଜ ମଜଲିସ କରୁଥିଲେ । ହେଲେ ପ୍ରେମିକ ଯେ ନିଜର ଏକ ସେକଣ୍ଡ ପ୍ଲାନ ବନାଇ ଥିଲା, ସେ ସମ୍ପର୍କରେ ଜାଣିନଥିଲା ପ୍ରେମିକା  । ଲୋକଙ୍କୁ ଚାକିରୀ କରାଇଦେବାର ପ୍ରତିଶୃତି ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ ପ୍ରେମିକ ପ୍ରେମିକା । ହେଲେ ପରେ ସବୁ ଟଙ୍କା ନେଇ ଏକା ଫେରାର ମାରିଲା ଦଗାଦିଆ ପ୍ରେମିକ । ଆଉ ଏବେ ହରଡଘଣାରେ ଫସିଯାଇଛନ୍ତି ପ୍ରେମିକା ଜଣକ ।

ତେବେ ମହିଳାଙ୍କ ଘର ଢେଙ୍କାନାଳରେ ହୋଇଥିବା ବେଳେ ଦୁହେଁ ଫ୍ରଡ ଲଭର ରାଜଧାନୀର ମଧୁସୂଦନ ନଗରରେ ରହୁଥିଲେ । ଖାଲି ମଧୁସୂଦନ ନଗର ନୁହେଁ ଲୁଟ କରିବା ପରେ ନିଜର ଜାଗା ବଦଳାଇବାରେ ଓସ୍ତାଦ ଥିଲେ ଦୁହେଁ । ହେଲେ ଶେଷରେ ପାଖା ପାଖି ୨୦ ଲକ୍ଷ ଟଙ୍କା ପଟି ମାରି ଚାଲିଯାଇଛି ଦଗାଦିଆ ପ୍ରେମିକ | ସେପଟେ ଠକେଇ ର ଶିକାର ହୋଇଥିବା ଲୋକେ ଏବେ ଘେରିଲେଣି ପ୍ରେମିକାକୁ ହେଲେ ପ୍ରେମିକା ବା କରିବ କଣ ସିଏ ତ ନିଜେ ସେଇ ଠକେଇର ଶିକାର ହୋଇ କାନମୁଣ୍ଡା ଆଉଁସୁଛନ୍ତି । ଶେଷରେ ବାଧ୍ୟ ହୋଇ ମହିଳା ଥାନାର ଦ୍ୱାରସ୍ଥ ହୋଇଛି ପ୍ରେମିକା ଜଣକ | ପୋଲିସ ଘଟଣାରେ କଣ କାର୍ଯ୍ୟାନୁଷ୍ଠାନ ନେବ ତାହା ଦେଖିବା ବାକି ରହିଲା  ।

ଦ୍ୱିତୀୟଥର ପାଇଁ ବିବାହ ବନ୍ଧନରେ ବାନ୍ଧିହେବେ ପଞ୍ଜାମ ମୁଖ୍ୟମନ୍ତ୍ରୀ ଭଗୱନ୍ତ

ଚଣ୍ଡିଗଡ଼: ପଞ୍ଜାବର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମନ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ଗୁରୁବାର ଚଣ୍ଡିଗଡ଼ରେ ବାହାଘର ହେବ । ୪୮ ବର୍ଷୀୟ ମନ ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି । ତାଙ୍କୁ ବିବାହ କରିବେ ଡା. ଗୁରପ୍ରୀତ କୌର । ଏହି ବିବାହ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମନଙ୍କ ବାସଗୃହରେ ହିଁ ବିବାହ ଉତ୍ସବର ଆୟୋଜନ ହେଉଛି । କେବଳ ପରିବାରଜନ ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ ବାହାଘର ହେବ ।

ତେବେ ଭଗୱନ୍ତ ପୂର୍ବରୁ ଇନ୍ଦ୍ରପ୍ରୀତ କୌରଙ୍କୁ ବିବାହ କରିଥିଲେ। ବିବାହର ଦୀର୍ଘ ବର୍ଷ ପରେ ଉଭୟ ୨୦ ମାର୍ଚ୍ଚ ୨୦୧୫ ତାରିଖରେ ଆପୋସ ବୁଝାମଣାରେ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଥିଲେ । ମନ ନିଜ ଆବେଦନରେ କହିଥିଲେ ରାଜନୀତି କାରଣରୁ ସେ ନିଜ ସ୍ତ୍ରୀଙ୍କୁ ଛାଡପତ୍ର ଦେବାକୁ ଚାହୁଁଛନ୍ତି । ଲୋକଙ୍କ ପାଇଁ କାମ କରିବାକୁ ଚାହୁଁଛନ୍ତି  । କୋର୍ଟରୁ ଅନୁମତି ମିଳିବା ପରେ ଉଭୟ ଅଲଗା ହୋଇଯାଇଥିଲେ । ଉଭୟଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି । ପୁଅ ଦିଲସାନ ମନ (୧୭) ଏବଂ ଝଅ ସିରତ କୌର ମନ (୨୧) ବର୍ତ୍ତମାନ ଆମେରିକାରେ ନିଜ ମା’ଙ୍କ ସହ ରହୁଛନ୍ତି ।

ରାଜଧାନୀରେ MCA ଛାତ୍ରୀ ଆତ୍ମହତ୍ୟା ମାମଲା, ପୁରୁଷବନ୍ଧୁଙ୍କୁ ଗିରଫ କଲା ପୋଲିସ୍

ଭୁବନେଶ୍ୱର: ଭୁବନେଶ୍ୱରରେ MCA ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ମାମଲା । ଆଶ୍ରିତାଙ୍କ ପୁରୁଷବନ୍ଧୁଙ୍କୁ ଅଟକ ରଖିଲା ସହିଦନଗର ଥାନା ପୋଲିସ । ପୁରୁଷ ବନ୍ଧୁ ସତ୍ୟ ପ୍ରକାଶ ଦାଶଙ୍କୁ ଅଟକ ରଖିଛି ପୋଲିସ । ଆଶ୍ରିତା ସେନାପତି ଲେଖିଥିବା ସୁଇସାଇଡ ନୋଟରେ ସତ୍ୟଙ୍କ ନାଁ ଉଲ୍ଲେଖ ରହିଥିଲା । ପୁରୁଷବନ୍ଧୁ ସତ୍ୟଙ୍କ ନିର୍ଯାତନା ପାଇଁ ଆତ୍ମହତ୍ୟା କରିଛନ୍ତି ଆଶ୍ରିତା ।

ପୋଲିସ ସୂଚନା ଅନୁସାରେ ଉଭୟଙ୍କ ମଧ୍ୟରେ ୯ ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା । ଉଭୟ ଗୋଟିଏ ଗାଁର ଅଟନ୍ତି । ସତ୍ୟ ପ୍ରକାଶ ଇନଫୋସିସରେ କାମ କରୁଥିଲେ । ୨୦୧୯ ମସିହାରୁ ଆଉ ଜଣେ ଯୁବକଙ୍କ ସହ ଆଶ୍ରିତା କଥା ହେଉଥିଲେ, ଯାହାଦ୍ୱାରା ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଯୁବତୀଙ୍କ କଲ ରେକର୍ଡ ଯାଂଚ କରିବା ପରେ ସତ୍ୟ ପ୍ରକାଶଙ୍କ ନାଁ ସାମ୍ନାକୁ ଆସିଥିଲା । ତଦନ୍ତ କରି ସତ୍ୟ ପ୍ରକାଶଙ୍କୁ ଗିରଫ କରିଛି ପୋଲିସ ।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ପ୍ରେରଣା ଦେଇଛି: ମାନସ ମଙ୍ଗରାଜ

ଭୁବନେଶ୍ୱର:  ଜାତୀୟ ଦୈନିକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନକୁ ପ୍ରଶଂସା କରି ପ୍ରକାଶିତ ଲେଖା ନେଇ ବିଜେଡି ରାଜ୍ୟସଭା ସଦସ୍ୟ ମାନସ ମଙ୍ଗରାଜ କହିଛନ୍ତି ଯେ, କେବଳ ଓଡିଶାବାସୀ ନୁହନ୍ତି, ସାରାଦେଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରେ । କାରଣ ମୁଖ୍ୟମନ୍ତ୍ରୀ କର୍ମରେ ବିଶ୍ବାସ କରନ୍ତି । ସବୁ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନେତୃତ୍ବ ନେଇ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଥାଆନ୍ତି ବୋଲି ମାନସ ମଙ୍ଗରାଜ ଟ୍ବିଟ୍ କରିଛନ୍ତି । ଅନ୍ୟମାନଙ୍କ ପାଇଁ ୫-ଟି ମଡେଲ କେସ୍ ଷ୍ଟଡି ହୋଇ ରହିଛି ବୋଲି ମଙ୍ଗରାଜ କହିଛନ୍ତି  ।

ସୂଚନାଥାଉକି, ଏକ ଇଂରାଜୀ ଖବରକାଗଜରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡିଶାର ସଫଳାତର ବିସ୍ତୃତ ତଥ୍ୟ ରଖିଛନ୍ତି ନୀତି ଆୟୋଗର ପ୍ରଥମ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆ। ୧୯୯୩ରେ ରାଜ୍ୟରେ ଗରିବୀ ହାର ୪୮.୬ ଥିବା ବେଳେ ୨୦୧୫ରେ ଏହା ଦ୍ରୁତଗତିରେ ହ୍ରାସ ପାଇ ୨୯.୩କୁ ଖସିଥିଲା। ଓଡ଼ିଶାର ସାମଗ୍ରିକ ବିକାଶର ଏହା ଉତ୍କୃଷ୍ଟ ଚିତ୍ର । ୨୦୦୦ ମସିହାରେ ନବୀନ ପଟ୍ଟନାୟକ ଶାସନ ଭାର ସମ୍ଭାଳିବା ବେଳକୁ ମୁଣ୍ଡପିଛା ଆୟରେ ଓଡ଼ିଶା ତଳଆଡୁ ତୃତୀୟ ସ୍ଥାନରେ ଥିଲା । ୨୦୦୦ ମସିହାରେ ରାଜ୍ୟରେ ମୁଣ୍ଡପିଛା ଆୟ ମାତ୍ର ୧୭ହଜାର ୬୫୦ଟଙ୍କା ଥିବା ବେଳେ ୨୦୧୯-୨୦ରେ ଏହା ୮୨ ହଜାର ୨୫୭ରେ ପହଞ୍ଚିଛି । ୧୯୯୯ ମହାବାତ୍ୟା ପରେ ରାଜ୍ୟର ଏକ ପ୍ରତିକୂଳ ସ୍ଥିତିରୁ ରାଜ୍ୟକୁ ଦେଶର ଅଗ୍ରଣୀ ରାଜ୍ୟ ପରିଣତ କରିଛନ୍ତି ନବୀନ ପଟ୍ଟନାୟକ। ନବୀନଙ୍କ ଦୂରଦୃଷ୍ଟି, ସ୍ବଚ୍ଛ ଓ ସ୍ଥିର ସରକାର ଯୋଗୁଁ ଏହା ସମ୍ଭବ ହୋଇପାରିଛି ।

ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପରେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ମୋଟ ପାସ୍ ହାର ୯୦.୫୫ପ୍ରତିଶତ

କଟକ: ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ । କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ ଆନୁଷ୍ଠାନିକ ଭାବରେ ଫଳ ଘୋଷଣା କରିଥିଲେ । ଚଳିତ ବର୍ଷ ମୋଟ ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୫ ଲକ୍ଷ ୧୭ ହଜାର ୮୪୭ ଛାତ୍ରଛାତ୍ରୀ ପାସ୍ କରିଥିବାବେଳେ ୮ ହଜାର ୬୯୯ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଫେଲ୍ ହୋଇଛନ୍ତି । ମୋଟ ପାସ୍ ହାର ୯୦.୫୫ ପ୍ରତିଶତ ରହିଛି  । ତେବେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ । ଛାତ୍ରୀଙ୍କ ପାସ୍ ହାର ୯୨.୩୭ ପ୍ରତିଶତ ରହିଥିବାବେଳେ ଛାତ୍ରଙ୍କ ପାସ୍ ରହିଛି ୮୮.୭୭ ପ୍ରତିଶତ ।

ଚଳିତ ବର୍ଷ ସମୁଦାୟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ବିଦ୍ୟାର୍ଥୀ ମାଟ୍ରିକ ପରିକ୍ଷା ଦେବା ପାଇଁ ଫର୍ମ ପୂରଣ କରିବା ବେଳେ ୫ ଲକ୍ଷ ୨୬ ହଜାର ୮୧୮ ଜଣ ପରୀକ୍ଷା ଦେଇଥିଲେ  । ୧୧୭୦ଟି ବିଦ୍ୟାଳୟର ଶତପ୍ରତିଶତ ବିଦ୍ୟାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ୩ ବିଦ୍ୟାଳୟର କୌଣସି ଛାତ୍ରଛାତ୍ରୀ କୃତ କାର୍ଯ୍ୟ ହୋଇପାରି ନାହାନ୍ତି ।

ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା । ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କର ଉଦ୍ୟମ ପ୍ରଶଂସନୀୟ । ଆଶାତୀତ ଫଳାଫଳ ପାଇନଥିବା ଛାତ୍ରଛାତ୍ରୀ ମାର୍କ ନିର୍ବିଶେଷରେ ସର୍ବଦା ଆଗକୁ ବଢ଼ିବାର ଇଚ୍ଛା ନେଇ ଆତ୍ମବିଶ୍ୱାସର ସହ କଠୋର ପରିଶ୍ରମ ଜାରି ରଖନ୍ତୁ ବୋଲି ଟ୍ୱିଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମାଟ୍ରିକ୍ ରେଜଲ୍ଟ: ୧୧ରୁ ରି-ଚେକିଂ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ

କଟକ: ଆଜି ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ । କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ ଆନୁଷ୍ଠାନିକ ଭାବରେ ଫଳ ଘୋଷଣା କରିଥିଲେ । ଚଳିତ ବର୍ଷ ମୋଟ ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୫ ଲକ୍ଷ ୧୭ ହଜାର ୮୪୭ ଛାତ୍ରଛାତ୍ରୀ ପାସ୍ କରିଥିବାବେଳେ ୮ ହଜାର ୬୯୯ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଫେଲ୍ ହୋଇଛନ୍ତି । ତେବେ ଚଳିତ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାସ୍ ।

ଚଳିତ ବର୍ଷ ମୂଲ୍ୟାୟନ ପଦ୍ଧତିକୁ ନିର୍ଭୁଲ କରିବାକୁ ଚେଷ୍ଟା କରାଯାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ । ତେବେ ଏହା ସତ୍ତ୍ୱେ ଯଦି କୌଣସି ଛାତ୍ରଛାତ୍ରୀ ସେମାନଙ୍କ ରେଜଲ୍ଟରେ ସନ୍ତୁଷ୍ଟ ନୁହଁନ୍ତି ସେମାନେ ରି-ଚେକିଂ ପାଇଁ ଆବେଦନ କରିପାରିବେ । ଜୁଲାଇ ୧୧ରୁ ଅନଲାଇନରେ ରି-ଚେକିଂ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଜୁଲାଇ ୧୧ରୁ ୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।

ମାଟ୍ରିକ୍ ରେଜଲ୍ଟ: ତିନୋଟି ସ୍କୁଲରେ ପାସ୍ କରିନାହାନ୍ତି କୌଣସି ପିଲା

କଟକ: ଆଜି ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ । କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ ଆନୁଷ୍ଠାନିକ ଭାବରେ ଫଳ ଘୋଷଣା କରିଥିଲେ । ଚଳିତ ବର୍ଷ ମୋଟ ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୫ ଲକ୍ଷ ୧୭ ହଜାର ୮୪୭ ଛାତ୍ରଛାତ୍ରୀ ପାସ୍ କରିଥିବାବେଳେ ୮ ହଜାର ୬୯୯ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଫେଲ୍ ହୋଇଛନ୍ତି ।

ତେବେ ଚଳିତ ବର୍ଷ ରାଜ୍ୟର ୧୧୭୦ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବାବେଳେ ତିନୋଟି ସ୍କୁଲରେ ଶୂନ ରେଜଲ୍ଟ ହୋଇଛି । ଏହି ତିନୋଟି ସ୍କୁଲ ମଧ୍ୟରୁ ମାଲକାନଗିରିର ୨ଟି ସ୍କୁଲ ହୋଇଥିବାବେଳେ ଅନୁଗୁଳର ଗୋଟିଏ ସ୍କୁଲ ରହିଛି । ମାଲକନଗିରିର ଦୁଇଟି ସ୍କୁଲରେ ମୋଟ ୨ ଜଣ ପିଲା ପଢ଼ୁଥିବାବେଳେ ଅନୁଗୁଳର ଉକ୍ତ ସ୍କୁଲରେ ମଧ୍ୟ ମାତ୍ର ଦୁଇଟି ପିଲା ପଢ଼ୁଥିଲେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ କହିଛନ୍ତି ।

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ

କଟକ: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ । କଟକ ବୋର୍ଡ ଅଫିସରେ ଆନୁଷ୍ଠାନିକ ଭାବରେ ରେଜଲ୍ଟ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ । ଓ୍ୱେବସାଇଟ ଓ SMS ଜରିଆରେ ଉପଲବ୍ଧ ମାଟ୍ରିକ୍ ରେଜଲ୍ଟ । ଚଳିତ ବର୍ଷ ମାଟ୍ରିକ୍ ପାସ୍ ହାର ରହିଛି ୯୦.୫୫ ପ୍ରତିଶତ । ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୨୬ ହଜାର ୮୧୮ ପିଲା । ସେଥିମଧ୍ୟରୁ ୫ ଲକ୍ଷ ୧୭ ହଜାର ୮୪୭ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

ଚଳିତ ବର୍ଷ ମୋଟ ୮ ହଜାର ୬୯୯ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି । ମୋଟ ପାସ୍ ହୋଇଥିବା ପିଲାଙ୍କ ମଧ୍ୟରୁ A-1ରେ ୮ ହଜାର ୧୧୯ ଛାତ୍ରଛାତ୍ରୀ ପାସ୍ କରିଥିବାବେଳେ A-2 ୫୪ ହଜାର ୮୮୯ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପାସ୍ ହାରରେ ଛାତ୍ରଙ୍କ ଆଗରେ ରହିଛନ୍ତି ଛାତ୍ରୀ । ୨ ଲକ୍ଷ ୫୬ ହଜାର ୮୭୭ ଜଣ ଛାତ୍ର ପାସ୍ କରିଥିବାବେଳେ ୨ ଲକ୍ଷ ୬୦ ହଜାର ୨୭୦ ଜଣ ଛାତ୍ରୀ ପାସ୍ କରିଛନ୍ତି । ତେବେ ଚଳିତ ବର୍ଷ ତିନୋଟି ସ୍କୁଲରେ ଶୂନ୍ୟ ରେଜଲ୍ଟ ହୋଇଛି । ସେହିପରି ୧୧୭୦ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ଚଳିତଥର ହେବନି ସପ୍ଲିମେଣ୍ଟାରୀ ପରୀକ୍ଷା । ତେବେ ଯେଉଁ ଛାତ୍ରଛାତ୍ରୀ ରିଚେକିଂ ଚାହୁଁଥିବେ ସେମାନଙ୍କୁ ୧୫ ଦିନ ସମୟ ମିଳିବ । ରିଚେକିଂ ପାଇଁ ଅନଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ୧୧ରୁ ୨୫ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରକୁ କଂଗ୍ରେସର ଟାର୍ଗେଟ୍

ଭୁବନେଶ୍ୱର: ବିଧାନସଭାରେ MSP ତାତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗକୁ ନେଇ ହୁଲୁସ୍ତୁଲ ହୋଇଛି ବିଧାନସଭା । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ସିଧାସଳଖ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । MSP ବୃଦ୍ଧି ହୋଇନଥିବାରୁ ସମସ୍ତ ବିଧାୟକ ଓ ମନ୍ତ୍ରୀମାନେ ଦିଲ୍ଲୀ ଦରବାରରେ ଧାରଣା ଦେବା ପାଇଁ ସେ ଆହ୍ୱାନ କରିଛନ୍ତି । ସେପଟେ କୃଷିମନ୍ତ୍ରୀ ମଧ୍ୟ ଏ ପ୍ରସଙ୍ଗରେ ତେରଛା ବାଣ ମାରିଛନ୍ତି ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀଙ୍କୁ । କେନ୍ଦ୍ର ସରକାର କହୁଛନ୍ତି ଗୋଟେ କଥା କରୁଛନ୍ତି ଗୋଟେ କଥା ବୋଲି କୃଷିମନ୍ତ୍ରୀ କହିଛନ୍ତି ।

୨୦୧୪ରେ କେନ୍ଦ୍ର ସରକାର ଯେଉଁ ପ୍ରତିଶୃତି ଦେଇଥିଲେ ତାହା କୁଆଡେ ଗଲା ବୋଲି ବିଷ୍ଣୁଙ୍କୁ ପ୍ରଶ୍ନ କରିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ନିଜ ବାକ୍ୟ ନିଜେ ରକ୍ଷାକର, ୨୦୧୭ ପରଠୁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ନିକଟରେ ଦାବି କରିଆସୁଥିଲେ ବି, କାହିଁକି କେନ୍ଦ୍ର ଶୁଣୁନାହିଁ ବୋଲି ପ୍ରଶ୍ନ କରିଛନ୍ତି କୃଷିମନ୍ତ୍ରୀ । ଗୃହରେ ସବସିଡି ପ୍ରସଙ୍ଗ ପ୍ରଥମେ ଉଠାଇଥିଲେ ବିଷ୍ଣୁ ତା’ର ଜବାବରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହା କହିଛନ୍ତି । ସେପଟେ ପ୍ରଶ୍ନ କାଳରେ ଭାଗଚାଷୀ ପ୍ରସଙ୍ଗକୁ ନେଇ କୃଷିମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।