spot_img
Home Blog Page 4265

୩୦ ବର୍ଷର ରେକର୍ଡ ଭାଙ୍ଗି ଆମେରିକାରେ ଇତିହାସ ରଚିଲେ ଭାରତର ଅବିନାଶ ସାବଲେ

ନୂଆଦିଲ୍ଲୀ: ଭାରତର ଅବିନାଶ ସାବଲେ ୫ହଜାର ମିଟର ଦୌଡରେ ବାହାଦୁର ପ୍ରସାଦଙ୍କ ୩୦ ବର୍ଷ ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି। ମହାରାଷ୍ଟ୍ରର ୨୬ ବର୍ଷୀୟ ଅବିନାଶ ଆମେରିକାର ସୈନ ଜୁଆନ କ୍ୟାପ୍ରିଷ୍ଟାନୋରେ ସାଉଣ୍ଡ ରନିଂ ଟ୍ରାକ ମିଟରେ ୧୩: ୨୫.୬୫ ସମୟରେ ନୂଆ ରେକର୍ଡ କରିଛନ୍ତି । ସାବଲେ ଏହି ରେସରେ ଦ୍ୱାଦଶ ସ୍ଥାନ ହାସଲ କରିଛନ୍ତି ।

ବାହାଦୁର ପ୍ରସାଦ ୧୯୯୨ରେ ବର୍ମିଂହାମରେ ୧୩: ୨୯.୭୦ ସେକେଣ୍ଡ ସମୟ ସହିତ ଜାତୀୟ ରେକର୍ଡ କରିଥିଲ । ଯାହାକି ୩୦ ବର୍ଷ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଥିଲା ​ । ଆନ୍ତର୍ଜାତୀୟ ଇଭେଣ୍ଟ ପାଇଁ ପ୍ରସ୍ତୁତି କାରଣରୁ ଅବୀନାଶ ବର୍ତ୍ତମାନ ଆମେରିକାରେ ଅଛନ୍ତି । ସାବଲେ ଭାରତୀୟ ସେନାର ଜଣେ ସୈନିକ ।

ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ରେକର୍ଡ କରିଥିଲେ ସିବେଲ । ଅବିନାଶ ନାଁରେ ତିନି ହଜାର ମିଟର ଷ୍ଟିପ୍ଲେଜର ଜାତୀୟ ରେକର୍ଡ ମଧ୍ୟ ରହିଛି । ସେ ନିଜ ୩୦୦୦ମିଟର ଷ୍ଟିପ୍ଲେକର ରେକର୍ଡକୁ ଅନେକ ଥର ପାଇଁ ଭାଙ୍ଗିଛନ୍ତି

ଲ୍ୟାଣ୍ଡଫଲ କରିବନି ବାତ୍ୟା, ସମୁଦ୍ର ମଧ୍ୟରେ ହେବ ଦୁର୍ବଳ

ଭୁବନେଶ୍ୱର: ଉପକୂଳ ଛୁଇଁବନି, ଲ୍ୟାଣ୍ଡଫଲ କରିବନି ବାତ୍ୟା । କେବଳ ୧୦ ତାରିଖ ସନ୍ଧ୍ୟାରୁ ୧୧ ତାରିଖ ସକାଳ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ପବନର ବେଗ ୪୦ରୁ ୫୦ କିଲୋମିଟର ରହିବ । ତେବେ ଲଘୁଚାପ ଘନୀଭୂତ ହୋଇ ଆଗାମୀ ୩ ଘଣ୍ଟାରେ ଅବପାତରେ ପରିଣତ ହେବ । ଆସନ୍ତାକାଲି ଏହି ଅବପାତ ବାତ୍ୟାରେ ପରିଣତ ହେବ ।

ଏହା ୧୦ ତାରିଖ ପର୍ଯ୍ୟନ୍ତ ଉତ୍ତରପଶ୍ଚିମ ଦିଗରେ ଗତି କରିବ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ସମୁଦ୍ର ମଧ୍ୟରେ ଉତ୍ତର-ଆନ୍ଧ୍ର ଏବଂ ଓଡିଶା ଉପକୂଳରୁ ଦୂରରେ ରହି ୧୦ ତାରିଖ ସନ୍ଧ୍ୟାରୁ ରିକର୍ଭ କରିବ । ୧୦ ତାରିଖ ସଂଧ୍ୟାରୁ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ବର୍ଷା ହେବ । ୧୧ ତାରିଖରେ ମଧ୍ୟ ଓଡ଼ିଶାର ଗଂଜାମ, ଗଜପତିରେ ବର୍ଷା ହେବା ସମ୍ଭାବନା ରହିଛି । ଉପକୂଳ ଜିଲ୍ଲାଗୁଡ଼ିକରେ ୫୦ରୁ ୬୦କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଲିଛି ।

ଦରବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

ଭୁବନେଶ୍ୱର: ଦରବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । କେନ୍ଦ୍ର ସରକାର ଦରଦାମ ନିୟନ୍ତ୍ରଣରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଇନ୍ଧନ ଗ୍ୟାସ ଦର ହୁ ହୁ ହୋଇ ବଢିଚାଲିଛି । ସାଧାରଣ ଲୋକଙ୍କ ଉପରେ ଦର ବୃଦ୍ଧିର ଚାପ ନିୟମିତ ଭାବେ ବଢୁଛି । ପେଟ୍ରୋଲ ଡିଜେଲ ସାଙ୍ଗକୁ ଇନ୍ଧନ ଗ୍ୟାସ ଦର ବି ନିୟନ୍ତ୍ରଣ ବାହାରେ । ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ଆକାଶଛୁଆଁ ହେଲାଣି । କେନ୍ଦ୍ର ସରକାରଙ୍କ ଏଭଳି ଅର୍ଥନୀତିକୁ ବିରୋଧ କରି ବିଜେଡି ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛି । ଗ୍ରୀଷ୍ମପ୍ରବାହ କମିବା ପରେ ବିଜେଡି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି କହିଛନ୍ତି ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

ସେହିଭଳି କଂଗ୍ରେସ ମଧ୍ୟ ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଛି । କେନ୍ଦ୍ର ସରକାର ଲୋକଙ୍କୁ ଭୁଆଁ ବୁଲେବାକୁ ଉଜ୍ବଳା ଯୋଜନା ନାଁରେ ବେପାର କରୁଛି ବୋଲି କଂଗ୍ରେସ ନେତା ଶରତ ରାଉତ ଅଭିଯୋଗ କରିଛନ୍ତି ।

ଡିଜେ ତାଳରେ ନାଚୁ ନାଚୁ ଟଳି ପଡ଼ିଲେ ଯୁବକ

ଭୋପାଳ: ବାହାଘର ହେଉ କି ବ୍ରତଘର କିମ୍ବା କୌଣସି ଶୋଭାଯାତ୍ରା । ଡିଜେ ନ ବାଜିଲେ ଅନେକ ନାଚିବା ତ ଦୂର କଥା ପାଦ ବି ଘୁଞ୍ଚାନ୍ତିନି । ଡିଜେର ଜୋର୍ ଶବ୍ଦରେ ଆଜିକାଲି ସମସ୍ତେ ବାୟା । କିନ୍ତୁ ଏହି ଡିଜେର ଜୋର୍ ଶବ୍ଦ ବି କେବେ କାହାର ଜୀବନ ନେଇପାରେ । ହୁଏ ତ ଆପଣ ଏହା କଳ୍ପନା କରିନଥିବେ । ଏଭଳି କିଛି ଘଟିଛି ମଧ୍ୟପ୍ରଦେଶର ଉଜ୍ଜୟନରେ । ବାହାଘର ଶୋଭାଯାତ୍ରାରେ ଡିଜେ ମ୍ୟୁଜିକର ତାଳେ ତାଳେ ଛନ୍ଦ ପକାଇବା ବେଳେ ଟଳି ପଡ଼ିଛନ୍ତି ଯୁବକ ।

Youth Died In The Wedding Procession Due To DJ Loud Music

ସୂଚନା ଅନୁସାରେ, ଉଜ୍ଜୟନ ନିକଟ ଅମ୍ବୋଦିଆର ୧୮ ବର୍ଷ ଯୁବକ ଲାଲ୍ ସିଂହଙ୍କ ସାଙ୍ଗ ବିଜୟର ବାହାଘରରେ ସାମିଲ୍ ପାଇଁ ତାଜପୁର ଯାଇଥିଲେ । ବରଯାତ୍ରୀରେ ଲାଲ୍ ସିଂହ ଅନ୍ୟ ସାଙ୍ଗମାନଙ୍କ ସହ ଡିଜେର ପଛେ ପଛେ ନାଚୁଥିଲେ । ନାଚୁଥିବା ବେଳେ ହଠାତ୍ ତଳେ ପଡ଼ି ଯାଇଥିଲେ ଯୁବକ ଜଣଙ୍କ । ତାଙ୍କୁ ବେହୋସ୍ ଅବସ୍ଥାରେ ମେଡିକାଲ୍ ନିଆଯାଇଥିଲା । ଯେଉଁଠି ଡାକ୍ତର ଯୁବକ ଜଣଙ୍କୁ ମୃତ ଘୋଷଣା କରିଥିଲେ ।

ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣାପଡ଼ିଛି, ଲାଲ ସିଂହଙ୍କ ହୃତପିଣ୍ଡରେ ରକ୍ତ ଜମାଟ ବାନ୍ଧି ଥିଲା । ଡାକ୍ତର ଜିତେନ୍ଦ୍ର ଶର୍ମାଙ୍କ ଅନୁସାରେ, ଡିଜେର ଅତ୍ୟଧିକ ଶବ୍ଦ ଯୋଗୁ ଏଭଳି ହୋଇଛି । ଡାକ୍ତର ଆହୁରି କହିଛନ୍ତି, ଡିଜେ କିମ୍ବା ଅନ୍ୟ ବଡ଼ ସାଉଣ୍ଡ ସିଷ୍ଟମରେ ଜୋରରେ ମ୍ୟୁଜିକ୍ ବାଜିବା ଦ୍ୱାରା ଶରୀରରେ ଅସାମାନ୍ୟ ଗତିବିଧି ଦେଖା ଦେଇଥାଏ । ନିର୍ଦ୍ଧାରିତ ସୀମା ଠାରୁ ଅଧିକ ଡେସିବିଲର ଶବ୍ଦ ମଣିଷ ଶରୀର ପାଇଁ କ୍ଷତିକାରକ । ଯାହାର ପ୍ରଭାବ ହୃତପିଣ୍ଡ ସହ ମସ୍ତିଷ୍କ ଉପରେ ପଡ଼ି ପାରେ ।

କୋଇଲା ଦୁର୍ନୀତି ମାମଲା: ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଜାମିନଯୁକ୍ତ ଗିରଫ ପରଓ୍ବାନା

କୋଲକାତା: କୋଲକାତା ଓ ଝାଡ଼ଖଣ୍ଡରେ ୫ ହଜାର ୫୦୦ କୋଟି କୋଇଲା ଦୁର୍ନୀତି ମାମଲାରେ ତ୍ରୁଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି ହୋଇଛି । ବାରମ୍ବାର ସମନ ସତ୍ତ୍ବେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ନ ହେବାରୁ ରୁଜିରା ବାନାର୍ଜୀଙ୍କ ବିରୋଧରେ ଦିଲ୍ଲୀର ଏକ କୋର୍ଟ ଜାରି କରିଛନ୍ତି ଜାମିନଯୁକ୍ତ ଗିରଫ ପରଓ୍ବାନା ।

ଏହି ମାମଲାରେ ଅଭିଷେକ ବାନାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦୁଇ ଦୁଇ ଥର ଜେରା କରିସାରିଛି । କିନ୍ତୁ ପତ୍ନୀ ରୁଜିରା ହାଜର ହୋଇନାହାନ୍ତି । ପୂର୍ବରୁ ଅଭିଷେକ ଓ ରୁଜିରା ଇଡି ସମନ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । କିନ୍ତୁ କୋର୍ଟ ସେମାନଙ୍କ ଆବେଦନ ଖାରଜ କରିଦେଇଥିଲେ । ଇଡି ଅଭିଷେକଙ୍କୁ ଓ ତାଙ୍କ ପତ୍ନୀ ରୁଜିରାଙ୍କୁ ଦିଲ୍ଲୀ ପରିବର୍ତ୍ତେ କୋଲକାତାରେ ଜେରା କରିବା ପାଇଁ ଅଭିଷେକ ବାରମ୍ବାର ଅନୁରୋଧ କରିଛନ୍ତି । ଅଭିଷେକ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ।

ସୂଚନା ଅନୁସାରେ, ପଶ୍ଚିମବଙ୍ଗର ଆସାନସୋଲ୍ଅନ୍ତର୍ଗତ କୁନୁସ୍ତୋରିଆ ଏବଂ କାଜୋରା ଅଞ୍ଚଳରେଇଷ୍ଟର୍ଣ୍ଣ କୋଲଫିଲଡ୍ସ୍ଲିମିଟେଡ୍‌’ ଥିବା ଖଣିରୁ କୋଟି କୋଟି ଟଙ୍କାର କୋଇଲା ଚୋରା ଚାଲାଣ ହୋଇଥିବା ଅଭିଯୋଗ କରି ୨୦୨୦ ନଭେମ୍ବର ମାସରେସିବିଆଇଦାଏର କରିଥିବାଏଫ୍ଆଇଆର୍‌’କୁ ଭିତ୍ତି କରି ପ୍ରବର୍ତ୍ତନ ନିର୍ଦେଶାଳୟପ୍ରିଭେନସନ୍ଅଫ୍ମନି ଲଣ୍ଡରିଙ୍ଗ୍ଆକ୍ଟରେ ଥିବା ବ୍ୟବସ୍ଥା ଅନୁସାରେ ମାମଲା ରୁଜୁ କରିଥିଲା

ଏହି ମାମଲାରେ ସ୍ଥାନୀୟ କୋଇଲା ବ୍ୟବସାୟର ଅନୁପ ମାଝୀ ଓରଫ ଲାଲା ମୁଖ୍ୟ ଅଭିଯୁକ୍ତ ଅଟନ୍ତି । ଏହି ଅନୈତିକ ବ୍ୟବସାୟରୁ ମିଳୁଥିବା ଅର୍ଥରେ ଅଭିଷେକ ବାନାର୍ଜୀଙ୍କର ଭାଗ ଥିଲା ବୋଲି ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାବି କରିଥିଲା କିନ୍ତୁ ଅଭିଷେକ ଏହି ସମସ୍ତ ପ୍ରକାର ଅଭିଯୋଗକୁ ଅଗ୍ରାହ୍ୟ କରିଛନ୍ତି

 

କଞ୍ଚା ଆମ୍ବରେ ପ୍ରସ୍ତୁତ କରନ୍ତୁ ଏମିତି ପ୍ୟାକ୍ ଯାହା ଆପଣଙ୍କୁ ଆଣିଦେବ ସୁନ୍ଦର ତ୍ୱଚା

ସ୍କିନ୍ କେୟାର ଟିପ୍ସ: ଖାର ଦିନ ଆସିବା ମାତ୍ରେ ବଜାରରେ ଆମ୍ବର ଚାହିଦା ମଧ୍ୟ ବଢିଯାଇଥାଏ । ଆଉ ଏହି ସମୟରେ ଲୋକମାନେ ଗରମରୁ ରକ୍ଷା ପାଇବା ଏବଂ ଖାଦ୍ୟକୁ ଆହୁରି ସୁସ୍ବାଦୁ କରିବା ପାଇଁ କଞ୍ଚା ଆମ୍ବର ବ୍ୟବାହାର କରନ୍ତି । କଞ୍ଚା ଆମ୍ବରୁ ଆମ୍ବ ପଣା ଏବଂ ଆମ୍ବ ଚଟନି ପରି ଅନେକ ଜିନିଷ ଖିଆଯାଇଥାଏ ।  କିନ୍ତୁ ଆପଣ ଜାଣନ୍ତି କି ତ୍ୱଚାରେ କଞ୍ଚା ଆମ୍ବ ବ୍ୟବହାର କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ଆସନ୍ତୁ ଆପଣଙ୍କୁ କହିବା ଯେ କଞ୍ଚା ଆମ୍ବକୁ ଭିଟାମିନ୍ ଏ, ଭିଟାମିନ୍ ସି ଏବଂ ଆଣ୍ଟି-ଅକ୍ସିଡେଣ୍ଟର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ । ଏପରି ପରିସ୍ଥିତିରେ, ତ୍ୱଚାରେ କଞ୍ଚା ଆମ୍ବ ବ୍ୟବହାର କରିବା କେବଳ ଗରମରୁ ମୁକ୍ତି ଦେଇନଥାଏ, ବରଂ ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ଆସନ୍ତୁ ଜାଣିବା ତ୍ୱଚାର ଯତ୍ନରେ କଞ୍ଚା ଆମ୍ବର ବ୍ୟବହାର ଏବଂ ଏହାର କିଛି ଆଶ୍ଚର୍ଯ୍ୟଜନକ ଉପକାର ବିଷୟରେ ।

ଖରାଦିନେ ସୂର୍ଯ୍ୟ, ଧୂଳି ଏବଂ ଝାଳ ଯୋଗୁଁ ଚର୍ମରେ ବ୍ରଣ, ଟ୍ୟାନ, ଏବଂ ଡଲନେସ ଭଳି ସମସ୍ୟା ଦେଖାଦେଇଥାଏ । ଏଭଳି ପରିସ୍ଥିତିରେ କଞ୍ଚା ଆମ୍ବରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ । ଏଥି ସହିତ, ଭିଟାମିନ୍ ଏ ଏବଂ ଭିଟାମିନ୍ ସି ନଷ୍ଟ ହୋଇଥିବା ଚର୍ମ କୋଷଗୁଡ଼ିକୁ ବାହାର କରି ଚର୍ମର ଚମକକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ । ଚର୍ମରେ କଞ୍ଚା ଆମ୍ବ କିପରି ବ୍ୟବହାର କରାଯାଏ ଆସନ୍ତୁ ଜାଣିବା ।

ତ୍ୱଚାରେ ମୃତ କୋଷଗୁଡ଼ିକୁ ଦୂର କରି ତ୍ୱଚାକୁ ଗ୍ଲୋ କରିବାରେ ଏହି ଫେସ୍ ପ୍ୟାକ୍ ପ୍ରଭାବଶାଳୀ । ଏଥିପାଇଁ ଗୋଟିଏ କଞ୍ଚା ଆମ୍ବକୁ କାଟି ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବେ ଏଥିରେ ୩ ଚାମଚ ଓଟମିଲ୍ ଏବଂ ୭ରୁ୮ ବାଦାମକୁ ଗ୍ରାଇଣ୍ଡ କରି ଏହାକୁ ମିଶାନ୍ତୁ । ତା’ପରେ ୨ ଚାମଚ କଞ୍ଚା କ୍ଷୀର ମିଶାଇ ଭଲ ଭାବରେ ମିଶାନ୍ତୁ । ବର୍ତ୍ତମାନ ଏହି ପେଷ୍ଟକୁ ମୁହଁ ଏବଂ ବେକରେ ଲଗାନ୍ତୁ, ତା’ପରେ ୧୫ ମିନିଟ୍ ପରେ ଏହାକୁ ସଫା ପାଣିରେ ଧୋଇ ଦିଅନ୍ତୁ । ସପ୍ତାହରେ ଦୁଇଥର ଏହି ଫେସ୍ ପ୍ୟାକ୍ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ତ୍ୱଚା ନରମ ଏବଂ ସତେଜ ରହିବ ।

ଖରାଦିନେ ଟ୍ୟାନିଂ ଏବଂ ବ୍ରଣରୁ ମୁକ୍ତି ପାଇବା ପାଇଁ ଏହା ଏକ ଅତ୍ୟନ୍ତ ପ୍ରଭାବଶାଳୀ ଫେସ ପ୍ୟାକ ହେବ । ଏହାକୁ ପ୍ରସ୍ତୁତ କରିବା ପାଇଁ ୪ ଟି କଞ୍ଚା ଆମ୍ବ କାଟି ଗ୍ରାଇଣ୍ଡ୍ କରନ୍ତୁ ଏଥିରେ ୨ ଚାମଚ ବେଶନ, ୧ ଚାମଚ ମହୁ, ୧ ଚାମଚ ଦହି ଏବଂ ୧ ଚାମଚ ହଳଦୀ ପାଉଡର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ମୁହଁରେ ଲଗାନ୍ତୁ ଏବଂ ଶୁଖିବା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ । ସପ୍ତାହରେ ଥରେ ଏହି ଫେସ୍ ପ୍ୟାକ୍ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ତ୍ୱଚା ହାଇଡ୍ରେଟେଡ୍ ରହିବ ଏବଂ ତ୍ୱଚାର ଗ୍ଲୋନେସ ଭଲ ରହିବ ।

ହାଇକୋର୍ଟଙ୍କ ଗୁରୁରତ୍ୱପୂର୍ଣ୍ଣ ରାୟ, ଶିକ୍ଷକ ପଦରେ ନିଯୁକ୍ତି ପାଇପାରିବେ ବାଣିଜ୍ୟ ଡିଗ୍ରୀଧାରୀ

ଭୁବନେଶ୍ୱର: ଏଣିକି ସରକାରୀ ଶିକ୍ଷକ ପଦରେ ନିଯୁକ୍ତି ପାଇପାରିବେ ବାଣିଜ୍ୟରେ ଡିଗ୍ରୀଧାରୀ ।ବାଣିଜ୍ୟରେ ସ୍ନାତକ କିମ୍ବା ସ୍ନାତ୍ତକୋତ୍ତରେ ଡିଗ୍ରୀଧାରୀମାନେ ପାଠ୍ୟକ୍ରମରେ ପଢ଼ିଥିବା ଇଂଲିସ୍ ଏବଂ ଅର୍ଥନୀତିକୁ ସ୍କୁଲ ପାଠ ହିସାବରେ ଗ୍ରହଣ କରାଯିବ । ଅନ୍ୟାନ୍ୟ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ସହିତ ବାଣିଜ୍ୟ ସ୍ନାତକ ଡିଗ୍ରି ଥିବା ପ୍ରାର୍ଥୀଙ୍କ ପ୍ରାର୍ଥିତ୍ୱ ବାତିଲ୍ ନିର୍ଦ୍ଦେଶକୁ ହାଇକୋର୍ଟ ଖାରଜ କରିଛନ୍ତି । ଆବେଦନକାରୀଙ୍କ ପ୍ରାର୍ଥିତ୍ୱ ଗ୍ରହଣ କରି ନିଯୁକ୍ତି ପ୍ରଦାନ ପ୍ରସଂଗରେ ବିଚାର କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଚୁକ୍ତିଭିତ୍ତିକ ଟିଜିଟି ପଦ ପୂରଣ ପାଇଁ ଗଣଶିକ୍ଷା ବିଭାଗ ତରଫରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ୨୦୨୧, ଅଗଷ୍ଟ ୨୮ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ । କଳା/ବାଣିଜ୍ୟ ବା ଶାସ୍ତ୍ରୀ ଡିଗ୍ରୀ ସହିତ ବିଏଡ୍ ପାସ୍ କରିଥିବା ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରି ପାରିବେ ବୋଲି ସ୍ପଷ୍ଟ କରାଯାଇଥିଲା । ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରି ଆବେଦନକାରୀ କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଆବେଦନକାରୀଙ୍କ ପ୍ରାର୍ଥିତ୍ବ ଖାରଜ କରାଯାଇଥିଲା ।

ସନ୍ତାନ ଜନ୍ମ କଲେ ମିଳିବ ବର୍ଷେ ଛୁଟି ଓ ୧୧.୫୦ ଲକ୍ଷ ଟଙ୍କା

ବେଜିଂ: ଚୀନର ବେଜିଂରେ ଥିବା ଦେବିୟୋଙ୍ଗ ଟେକ୍ନୋଲୋଜି ଗ୍ରୁପ୍ ନିଜ କର୍ମଚାରୀଙ୍କ ପାଇଁ ଆଣିଛି ଏଭଳି ଅଫର । ରିପୋର୍ଟ ଅନୁଯାୟୀ, ଯେଉଁ କର୍ମଚାରୀ ତୃତୀୟ ସନ୍ତାନ ଲାଭ କରିବେ ସେମାନଙ୍କୁ ୯୦,୦୦୦ ୟୁଆନ୍ ତଥା ଭାରତୀୟ ମୁଦ୍ରାରେ ୧୧.୫୦ ଲକ୍ଷ ଟଙ୍କା ମିଳିବ । ଏଥିସହିତ ମହିଳା କର୍ମଚାରୀଙ୍କୁ କମ୍ପାନୀ ବର୍ଷେ ପାଇଁ ଛୁଟି ଦେବ । ପୁରୁଷଙ୍କୁ ମିଳିବ ୯ ମାସର ଛୁଟି ।

ତୃତୀୟ ସନ୍ତାନ ଛଡା ଦ୍ୱିତୀୟ ସନ୍ତାନ ପାଇଁ ମଧ୍ୟ ଅଫର ରହିଛି । ଦ୍ୱିତୀୟ ସନ୍ତାନ ପାଇଁ ୬୦,୦୦୦ ୟୁଆନ୍ ତଥା ଭାରତୀୟ ମୁଦ୍ରାରେ ୭ଲକ୍ଷ ଟଙ୍କା ନଗଦ ବୋନସ୍ ମିଳିବ । ସେହିପରି ପ୍ରଥମ ସନ୍ତାନ ପାଇଁ ୩୦,୦୦୦ ୟୁଆନ୍ ତଥା ଭାରତୀୟ ମୁଦ୍ରାରେ ୩.୫୦ ଲକ୍ଷ ଟଙ୍କା ନଗଦ ବୋନସ୍ ମିଳିବ ।

ରିପୋର୍ଟ ଅନୁସାରେ ୩ ସନ୍ତାନ ସହ ଜଡିତ ସରକାରଙ୍କ ନିୟମକୁ ସମର୍ଥନ କରିବାକୁ ଯାଇ କମ୍ପାନୀ ଏହି ଯୋଜନା ଆରମ୍ଭ କରିଛି । ଚୀନରେ ବଢୁଥିବା ଜନସଂଖ୍ୟା ଉପରେ ରୋକ୍ ପାଇଁ ସରକାର ’ଏକ ସନ୍ତାନ ନୀତି’ ଲାଗୁ କରିଥିଲେ । ପରେ ଏହି ନୀତି ପାଇଁ ଦେଶରେ ବୟସ୍କଙ୍କ ସଂଖ୍ୟା ବଢିବାରେ ଲାଗିଥିଲା । ବିଭିନ୍ନ ସମସ୍ୟାକୁ ନଜରରେ ରଖି ୨୦୧୬ ମସିହା ବେଳକୁ ସରକାର ’ଏକ ସନ୍ତାନ ନୀତି’କୁ ହଟାଇ ଦେଇଥିଲେ ।

ସରକାରଙ୍କ ନୂଆ ନୀତି ପରେ ମଧ୍ୟ ଜନସଂଖ୍ୟାରେ ବୃଦ୍ଧି ହୋଇନଥିଲା । ଏପରିକି ଯୁବପିଢୀ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦେଇନଥିଲେ। ଜନସଂଖ୍ୟା ବଢାଇବା ପାଇଁ ଚୀନର କମ୍ପ୍ୟୁନିଷ୍ଟ ସରକାର ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି। କମୁଥିବା ଜନସଂଖ୍ୟା ଓ ବଢୁଥିବା ବୟସ୍କଙ୍କ ସଂଖ୍ୟା ଉପରେ ରୋକ୍ ପାଇଁ ‘ତୃତୀୟ ସନ୍ତାନ ନୀତି’ ଉପରେ ଅନେକ ଅଫର ଦିଆଯାଉଛି । ସରକାରଙ୍କ ନୀତିକୁ ସାକାର ପାଇଁ ଏବେ କର୍ପୋରେଟ୍ କମ୍ପାନୀ ଆଗକୁ ବଢିଛି । ୨୦୨୧ରେ ଲାଗୁ ହୋଇଥିବା ’ତିନି ସନ୍ତାନ ନୀତି’କୁ ପ୍ରୋତ୍ସାହିତ କରିବା ପାଇଁ କର୍ପୋରେଟ୍ ସଂସ୍ଥା ଏବେ ନିଜ କର୍ମଚାରୀଙ୍କୁ ଦେଉଛି ଏଭଳି ଅଫର ।

୨୦୨୦ ଜନଗଣନା ଅନୁଯାୟୀ, ଦେଶରେ ୨୦୨୦ ମସିହାରେ ୧୨ ମିଲିୟନ୍ ଶିଶୁ ଜନ୍ମ ଗ୍ରହଣ କରିଥିଲା । ଯେତେବେଳେ କି ୨୦୧୯ ମସିହାରେ ଏହି ସଂଖ୍ୟା ୧୪.୬୫ ମିଲିୟନ୍ ରହିଥିଲା। ଆଉ ମୋଟ୍ ଜନସଂଖ୍ୟା ରହିଥିଲା 140.21 କୋଟି ।

ଭାରତୀୟ ବାୟୁସେନାର ସେଇ ଜେଟ୍, ଯାହା ପାଇଲଟଙ୍କୁ ବନାଇ ଥାଏ ‘ଅଭିନନ୍ଦନ’

ନୂଆଦିଲ୍ଲୀ: ଭାରତୀୟ ବାୟୁ ବୀର ଅଭିନନ୍ଦନ ବର୍ଦ୍ଧମାନ । ନାଁଟା ତ ମନେ ଥିବ । ମିଗ୍-୨୧ ଉଡାଇ ଆମେରିକା ନିର୍ମିତ ପାକିସ୍ତାନର ଅତ୍ୟାଧୁନିକ ଏଫ୍-୧୬କୁ ଆକାଶରେ ଧ୍ବଂସ କରିଦେଇଥିଲେ । ନିଜ ବୀରତ୍ବ ପାଇଁ ସାରା ଦୁନିଆରେ ସାବାସୀ ସାଉଁଟି ଥିବା ଏହି ବାୟୁ ବୀର ଭାରତ ମାତା ପାଇଁ ଗର୍ବ ଓ ଗୌରବ ।

ତେବେ ଜାଣିଛନ୍ତି କି ଭାରତୀୟ ପାଇଲଟ ଏତେ ପ୍ରଶିକ୍ଷିତ କେମିତି ହୋଇଥାନ୍ତି ? ଶତ୍ରୁ ପକ୍ଷର ଅତ୍ୟାଧୁନିକ ଫାଇଟର୍ ଜେଟକୁ କେମିତି ନିପାତ କରିଥାନ୍ତି ? କେମିତି ଏମାନଙ୍କୁ ଦିଆଯାଇଥାଏ ଟ୍ରେନିଂ ? କେଉଁ ଫାଇଟର୍ ଜେଟ୍ ଏମାନଙ୍କୁ ବନାଇଥାଏ ବିଶ୍ବର ଅଦ୍ବିତୀୟ ବାୟୁ ବୀର ?

ବେଶି ଡେରି ନକରି ଆସନ୍ତୁ ଜାଣିବା ଭାରତୀୟ ବାୟୁସେନାର ସେହି ଟ୍ରେନର୍ ଫାଇଟର୍ ଜେଟ୍ ସମ୍ପର୍କରେ ଯିଏ, ଭାରତୀୟ ପାଇଲଟଙ୍କୁ ନୀଳ ଆକାଶରେ ବନାଇ ଦେଇଥାଏ ପକ୍ଷୀରାଜ ।

Hawk MK 132 ।ଭାରତୀୟ ବାୟୁ ବୀରଙ୍କୁ ବନାଇଥାଏ ‘ଅଭିନନ୍ଦନ’ । ଶିଖାଇଥାଏ ଅତ୍ୟାଧୁନିକ ଫାଇଟର ଜେଟକୁ ନଷ୍ଟ କରିବାର କୌଶଳ ସୀମା ଉପରେ ଆକାଶରୁ ରଖିଥାନ୍ତି ତୀକ୍ଷ୍ନ ନଜର । ଆକାଶରୁ ସ୍ଥଳ ଓ ଜଳପଥରେ ଶତ୍ରୁ ଉପରେ ମୃତ୍ୟୁ ହୋଇ ମାଡି ଆସେ ।

୧୪ ଦେଶର ପାଇଲଟ୍ ନେଇଥାନ୍ତି ଟ୍ରେନିଂ

ଭାରତୀୟ ବାୟୁସେନାର ଟ୍ରେନର୍ ଫାଇଟର ଜେଟ୍ ହକ୍ ଏମକେ ୧୩୨ । ଏମିତି ଏକ ଫାଇଟର ଟ୍ରେନର ଜେଟ୍, ଯାହାର ବ୍ୟବହାର ଭାରତ ସମେତ ୧୪ଟି ଦେଶ ନିଜ ପାଇଲଟଙ୍କୁ ଟ୍ରେଣ୍ଡ କରିବାରେ ବ୍ୟବହାର କରୁଛନ୍ତି । ଏବେ ଆସନ୍ତୁ ଜାଣିବା ଏହାର ବିଶେଷତ୍ବ ସମ୍ପର୍କରେ ଯାହା ଜଣେ ପାଇଲଟଙ୍କୁ ନିର୍ଭିକ ଓ ବୀର ଭାବେ ଗଢି ତୋଳିଥାଏ ।

ଟୁ ସିଟେଡ୍ ଏହି ଜେଟରେ ପାଇଲଟ ଓ ଟ୍ରେନର୍ ବସିଥାନ୍ତି । ୪୦.୯ ଫୁଟର ଲମ୍ବାର ଏହି ଜେଟର ପଙ୍ଖା ୩୨.୭ ଫୁଟ ଓ ଉଚ୍ଚତା ୧୩.୧ ଫୁଟ୍ । ୪୪୮୦ କିଲୋଗ୍ରାମର ଏହି ଫାଇଟର ଜେଟ ସାଙ୍ଗରେ ୯୧୦୦ କିଲୋଗ୍ରାମ ଓଜନ ନେଇ ଉଡିପାରେ ।

ଏଥିରେ ପ୍ରସିଦ୍ଧ କାର କମ୍ପାନୀ ରୋଲ୍ସ ରୋଏସର ଟର୍ବୋମେକା ଅଡୋର ଏମେକ ୯୫୧ ଟର୍ବୋଫୋନ ଇଞ୍ଜିନ ଲାଗିଥାଏ । ଏହା ଉଡିବା ସମୟରେ ୨୯ କିଲୋ ନ୍ୟୁଟନ ଶକ୍ତି ପ୍ରଦାନ କରିଥାଏ । ଘଣ୍ଟାକୁ ୧୦୨୮ କିମି ବେଗରେ ଉଡି ପାରୁଥିବା ଏହି ଜେଟ୍ ଥର କେ ୨୫୨୦ କିମି ଉଡିପାରେ । ୧୩ ହଜାର ୫୬୫ ଫୁଟ ଉପରକୁ ଯାଇ ପାରେ ଏହି ଟ୍ରେନି ଜେଟ୍ ।

କମ୍ବୋ ପ୍ୟାକ୍ ହକ୍ ଏମେକ-୧୩୨

ଏବେ ମନରେ ପ୍ରଶ୍ନ ଆସୁଥିବ ଏହା କେବଳ ଟ୍ରେନିଂ ଦେବାରେ ବ୍ୟବହାର ହୋଇଥାଏ ନା ଯୁଦ୍ଧକ୍ଷେତ୍ରରେ ବି ନିଜ ପରାକ୍ରମ ଦେଖାଇପାରେ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଜେଟ୍ ଏକ କମ୍ବୋ ପ୍ୟାକ୍ । ଅର୍ଥାତ, ଏହା ପାଇଲଟଙ୍କୁ ଯେମିତି ଟ୍ରେନ୍ଡ କରିଥାଏ ଶତ୍ରୁ ଉପରେ କାଳ ସାଜି ସେମିତି ଆକ୍ରମଣ କରିଥାଏ ।

ହକ୍ ଏମକେ ୧୩୨ରେ ୩୦ ମିମିର ADNE ତୋପ ଲାଗିଛି ଯାହା ଅନ୍ଧାଧୂନ ଫାୟରିଂ କରିବାରେ ପାରଙ୍ଗମ । ଏହାବାଦ୍ ଏଥିରେ ୫ଟି ହାର୍ଡ ପଏଣ୍ଟ ଥାଏ । ଅର୍ଥାତ ଏକା ସାଙ୍ଗରେ ୫ଟି ସ୍ଥାନକୁ ଆଡଭାନ୍ସଡ ସର୍ଟ ରେଞ୍ଜ Air To Air ଷ୍ଟ୍ରାଇକ୍ କରି ପାରେ । ଏଥିରେ ଦୁଇଟି ଗାଇଡେଡ୍ ବମ୍ ଲଗାଯାଇପାରେ । ଏହାବାଦ ଗୋଟିଏ ୬୮୦ କେଜିର ସେଣ୍ଟାଲ ବମ୍ କିମ୍ବା ଫାଇଟର ଜେଟ ପଙ୍ଖାରେ ଦୁଇଟି ବମ୍ ଫିଟ୍ କରାଯାଇପାରିବ । ହକ୍ ଏମକେ ୧୩୨ ଟ୍ରେନର ଜେଟ୍ ଦୁନିଆର ସବୁଠାରୁ ଆଡଭାନ୍ସଡ ବର୍ଜନ । ଯାହା ଆକାଶରେ ଶତ୍ରୁକୁ ଆକ୍ରମଣ କରିବାରେ ଧୁରନ୍ଧର ।

୨୦୦୮ ଫେବୃଆରୀ ୨୩ ତାରିଖରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା । ବିଏଇ ସିଷ୍ଟମରେ ୨୦୦୭ ନଭେମ୍ବରରୁ ୨୦୦୮ରେ ୨୪ଟି ହକ୍ ଏମକେ ୧୩୨ ଭାରତ ଆସିଥିଲା । ୨୦୦୮ରୁ ୨୦୧୧ ମଧ୍ୟରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍) ୪୨ଟି ହକ୍ ଏମକେ ୧୩୨ ଏୟାରକ୍ରାଫ୍ଟ ଦେଶ ମଧ୍ୟରେ ଆସେମ୍ବଲ କରାଯାଇଥିଲା । ଏବେ ହକ ଏମେକ ୧୩୨ ସ୍ବାଡ କର୍ଣ୍ଣାଟକର ବିଦର ଏୟାରଫୋର୍ସରେ ମୁତୟନ ହୋଇଛି ।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଅଗ୍ନିଶମ ବାହିନୀ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଅଗ୍ନିଶମ ବାହିନୀ । ଯଦି ବାତ୍ୟା ହୁଏ, ତେବେ କିପରି ଏହାର ତୁରନ୍ତ ପଦକ୍ଷପ ନିଆଯାଇପାରିବ, ସେନେଇ ଅଗ୍ନିଶମ ବାହିନୀ ସଜାଗ ରହିଛି । ରାଜ୍ୟର ୧୭୫ ସ୍ପେଶିଆଲାଇଜ ଟିମ୍ ବାତ୍ୟା ମୁକାବିଲା ପାଇଁ ନିୟୋଜିତ ହୋଇଛନ୍ତି । ସରକାରଙ୍କ ଜିରୋ କାଜୁଆଲିଟିକୁ ପ୍ରାଥମିକତା ଦିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ।

ବାତ୍ୟା ମୁକାବିଲା ପାଇଁ ଅତ୍ୟାଧୁନିକ ମେସିନ ବ୍ୟବହାର ହେବ । ସବୁ ଜିଲ୍ଲାରେ ଅଗ୍ନିଶମ ଟିମ୍ ସଜାଗ ରହିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସେମାନେ କାମ କରିବେ । ୪ ଜିଲ୍ଲାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଲ୍ୟାଣ୍ଡଫଲ ସ୍ଥାନ ସ୍ପଷ୍ଟ ହେଲେ ଅଧିକ ଅଗ୍ନିଶମ ବାହିନୀ ସେହି ସ୍ଥାନକୁ ସ୍ଥାନାନ୍ତର କାରଯିବ । ଭୁବନେଶ୍ବରରେ ଜଳବନ୍ଦୀ ସ୍ଥିତି ମୁକାବିଲା ପାଇଁ ୧୮ ଟିମ୍ ପ୍ରସ୍ତୁତ ରହିଛନ୍ତି । ଜଳବନ୍ଦୀ ସ୍ଥିତି ଉପୁଜିଲେ ପମ୍ପ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ।