spot_img
Home Blog Page 4291

ରାସ୍ତା କଡ଼ ପାନ ଦୋକାନ ପଛ ଘରେ ଚାଲିଥିଲା ଦେହ ବେପାର

ଟାଙ୍ଗୀ: ନନ୍ଦିଘୋଷ ଟିଭିର ମହାପ୍ରଭାବ । ଖବର ପ୍ରସାରଣ ପରେ ଚଢ଼ାଉ କଲା ପୋଲିସ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଦେହ ବ୍ୟବସାୟ ଚାଲିଥିବା ଘର ଉପରେ ପୋଲିସର ରେଡ୍ କରିଛି । ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଚିକେନ୍ ସେଣ୍ଟର ସହ ପାନ ଦୋକାନ ରହିଛି । ଆଉ ତା’ପଛକୁ ରହିଥିବା ଘରେ ଚାଲିଛି ଦେହ ବ୍ୟବସାୟ । ଏନେଇ ନନ୍ଦିଘୋଷ ଟିଭିରେ ଅନୁସନ୍ଧାନ ମୂଳକ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣର କିଛି ସମୟ ମଧ୍ୟରେ ପୋଲିସ ଆକ୍ସନ୍ ମୋଡକୁ ଆସି ରେଡ୍ କରିଛି ।

Tangi Police Nabbed Sex Racket After News In NandighoshaTV
ରାଣୀ ମହୁମାଛି

୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ସରକାରୀ ଜମିରେ ବେଆଇନ୍ ଭାବେ ଘର ନିର୍ମାଣ କରି ଦେହ ବେପାର ଚଳାଇଥିଲେ । ସ୍ଥାନୀୟ ଅଞ୍ଚଳର ମହିଳାଙ୍କ ସହ ଭୁବନେଶ୍ୱରରୁ ମହିଳା ଓ ଯୁବତୀଙ୍କୁ ଆଣି ସେ ସେକ୍ସ ରାକେଟ୍ ଚଳାଉ ଥିଲେ । ବ୍ଲକ ଅଫିସ୍, ତହସିଲ୍ ଅଫିସ୍ ନିକଟରେ ଏହି ଦେହ ବେପାର ଚାଲିଥିଲେ ମଧ୍ୟ ପୋଲିସ ଟେର୍ ପାଇ ପାରୁନଥିଲା । ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଧରପଗଡ଼ ଆରମ୍ଭ ହୋଇଛି ।

Tangi Police Nabbed Sex Racket After News In NandighoshaTV

ରେଡ୍ ବେଳେ ଜଣେ ବ୍ୟକ୍ତିଙ୍କ ସହ ଜଣେ ମହିଳାଙ୍କୁ ପୋଲିସ ହେପାଜତକୁ ନେଇଛି । ଉକ୍ତ ଘରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ଟାଙ୍ଗୀ ପୋଲିସ । ଟାଙ୍ଗୀ ନିକଟ କାଳୁପଡ଼ାଘାଟରେ ଥିବା ଏକ ଲଜରେ ମଧ୍ୟ ଦେହ ବେପାର ନେଇ ରେଡ୍ କରିଥିବା ସୂଚନା ମିଳିଛି । ଜାତୀୟ ରାଜପଥ କଡ଼ରେ ଏଭଳି ଦେହ ବେପାର କିଭଳି ଚାଲୁଥିଲା । କେତେଦିନ ଧରି ଚାଲିଥିଲା ? ଏ ରାକେଟ୍ ପଛରେ ଆଉ କିଏ ରହିଛି ? ପୋଲିସ ତଦନ୍ତ ପରେ ହିଁ ଜଣାପଡ଼ିବ ।

ଅକ୍ଷୟ, ଅଜୟଙ୍କୁ ରାମ ଗୋପାଲ ବର୍ମାଙ୍କ ଚ୍ୟାଲେଞ୍ଜ୍‌

ମୁମ୍ବାଇ: ଅଜୟ ଦେବଗନ ଏବଂ ସାଉଥ୍‌ ସୁପରଷ୍ଟାର କିଚ୍ଚା ସୁଦୀପଙ୍କ ମଧ୍ୟରେ ଟ୍ୱିଟରରେ ହିନ୍ଦୀ  ଭାଷାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଖୁବ୍‌ ଯୁକ୍ତିତର୍କ ହେଉଛି । କିଛି ଲୋକ ଏହାକୁ ସମର୍ଥନ କରୁଛନ୍ତି ତ କିଛି ଲୋକ ବିରୋଧ କରୁଥିବାର ଦେଖିବାକୁ ମିଳିଛି । ଏହି ମଧ୍ୟରେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା କିଚ୍ଚା ସୁଦୀପଙ୍କୁ ସମର୍ଥନ କରୁଥିବାର ନଜର ଆସିଛି । ଦକ୍ଷିଣ ଭାରତୀୟ ଫିଲ୍ମକୁ ନେଇ କେବଳ ସିଙ୍ଘମ ଷ୍ଟାର ଅଜୟ ଦେବଗନ ନୁହଁନ୍ତି ବରଂ ଖିଲାଡି ଅକ୍ଷୟ କୁମାର, ରଣବୀର ସିଂ, ରଣବୀର କପୂର ଏବଂ ଜନ୍‌ ଆବ୍ରାହିମଙ୍କୁ ଚ୍ୟାଲେଞ୍ଜ୍‌ ଦେଇଛନ୍ତି ।

 

 ସୂଚନାଯୋଗ୍ୟ ଏକ ଇଭେଣ୍ଟରେ ଅଜୟ ଦେବଗନ ହିନ୍ଦୀକୁ ଜାତୀୟ ଭାଷା କହିବା ପରେ ଏହି ବିବାଦ ଆରମ୍ଭ ହୋଇଥିଲା । ଯାହାକୁ ନେଇ ନିଜର ମତ ରଖିଥିଲେ କିଚ୍ଚା ସୁଦୀପ । ଟ୍ୱିଟରରେ ଉଭୟଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ହୋଇଥିଲା । କିନ୍ତୁ ଅଜୟ ଦେବଗନ କିଚ୍ଚାଙ୍କ କହିବାର ଅର୍ଥ ବୁଝିପାରିନଥିଲେ ଏବଂ ଦେଖାହେଲେ ବୁଝାଇ ଦେବେ ବୋଲି କିଚ୍ଚା ଟ୍ୱିଟରରେ ଲେଖିଥିଲେ । ଅନ୍ୟପଟେ ଏହି କଥା ରାମ ଗୋପାଳଙ୍କର ହଜମ ହୋଇନଥିଲା ।  ଉଭୟଙ୍କ ଶୀତଳ ଯୁଦ୍ଧରେ ଆପେ ଆପେ ପ୍ରବେଶ କରିଥିଲେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ସେ କହିଥିଲେଯେ, ଉତ୍ତର ଭାରତୀୟ ତାରକା ଦକ୍ଷିଣ ଭାରତୀୟ ତାରକାଙ୍କୁ ଇର୍ଷା କରୁଛନ୍ତି । ନିକଟରେ ସେ ଅକ୍ଷୟ କୁମାର, ରଣବୀର କପୂର, ରଣବୀର ସିଂ ଏବଂ ଜନ୍‌ ଆବ୍ରାହିମଙ୍କୁ ଚ୍ୟାଲେଞ୍ଜ୍‌ ଦେଇଛନ୍ତି ।

ରାମଗୋପାଳ ଏକ ଟ୍ୱିଟ୍‌ କରି ଲେଖିଛନ୍ତିଯେ, ଅକ୍ଷୟ କୁମାର, ରଣବୀର ସିଂ, ରଣବୀର କପୂର ଏବଂ ଜନ୍‌ ଆବ୍ରାହିମଙ୍କ ଭଳି ଅନ୍ୟ ତାରକା ମାନଙ୍କୁ କହିବାକୁ ଚାହୁଁଛିଯେ, ହିନ୍ଦୀ ଫିଲ୍ମକୁ ତେଲୁଗୁ ଏବଂ କନ୍ନଡ଼ ଭଳି ଭାଷାରେ ଡବ୍‌ କରିବା ଆବଶ୍ୟକ । ଏହା ସହିତ ପ୍ରଭାସ, ରାମ ଚରଣ, ଅଲ୍ଲୁ ଅର୍ଜୁନ ଏବଂ ୟଶଙ୍କ ଫିଲ୍ମ ଭଳି ସେଠାରେ କଲେକ୍ସନ୍‌ କରି ଦେଖାନ୍ତୁ । କେବଳ ସେତିକି ନୁହେଁ ବରଂ ସେ ଏହା ମଧ୍ୟ ଲେଖିଛନ୍ତିଯେ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁଯେ, ପ୍ରଭାସ,ୟଶ୍‌,ଅଲ୍ଲୁ ଅର୍ଜୁନ ଏବଂ ରାମଚରଣ ବଲିଉଡକୁ ଯାଇ ହିନ୍ଦୀ ତାରକାଙ୍କୁ ଲଜ୍ଜିତ କରିଛନ୍ତି ।

ଅନ୍ୟପଟେ ରାମ ଗୋପାଳ ବଲିଉଡର ତିନି ଖାନଙ୍କ ମଧ୍ୟରୁ କାହାର ମଧ୍ୟ ନାଁ ନେଇନଥିବାରୁ ତାହାକୁ ନେଇ ଅନେକ ଆଲୋଚନା କରୁଛନ୍ତି ।

LoudSpeaker Row:  ଉତ୍ତେଜନା ଜାରି ରହିଥିବାବେଳେ ବିଭିନ୍ନ ଧର୍ମାନୁଷ୍ଠାନରୁ ୪୫ ହଜାର ଲାଉଡସ୍ପିକର ବାହାର କଲେ ୟୁପି ସରକାର

0

ଲକ୍ଷ୍ନୌ: ଲାଉଡସ୍ପିକରକୁ ନେଇ ସୃଷ୍ଟି ହୋଇଥିବା ବିବାଦଯେ କେତେ ଉଗ୍ରରୂପ ନେଇଛି ତାହା ସମସ୍ତେ ଜାଣନ୍ତି । ଏହା ମଧ୍ୟରେ ଶନିବାର ଉତ୍ତରପ୍ରଦେଶ ପୋଲିସ୍‌ ଦେଇଥିବା ସୂଚନା ଅନୁସାରେ, ବିଭିନ୍ନ ଧର୍ମାନୁଷ୍ଠାନରୁ ୪୫ ହଜାର ୭୭୩ଟି  ଲାଉଡସ୍ପିକରକୁ ବାହାର କରିଦିଆଯାଇଛି ।

ଉତ୍ତରପ୍ରଦେଶର  ଅତିରିକ୍ତ ପୁଲିସ୍‌ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର କହିଛନ୍ତିଯେ,  ୫୮ ହଜାର ୮୬୧ଟି ଲାଉଡସ୍ପିକରର ଶବ୍ଦକୁ କ୍ଷୀଣ କରାଯାଇଥିବାବେଳେ ରାଜ୍ୟରେ ୪୫ ହଜାର ୭ ଶହ ୭୩ଟି ଲାଉଡସ୍ପିକରକୁ ସମ୍ପୂର୍ଣ୍ଣ ଭାବରେ ବାହାର କରିଦିଆଯାଇଛି ।

ସୂଚନାଯୋଗ୍ୟ ଉତ୍ତରପ୍ରଦେଶ ସରକାର ଗତକାଲି ବିଭିନ୍ନ ଧର୍ମାନୁଷ୍ଠାନରେ ଆଇନ୍‌ ଭଙ୍ଗ କରୁଥିବା ଲାଉଡସ୍ପିକରକୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।  ଏହାକୁ କୁରୁତ୍ୱ ଦେଇ ଉତ୍ତରପ୍ରଦେଶ ସରକାର ଯୋଗୀ ଆଦିତ୍ୟନାଥ ରାଜ୍ୟରେ ସମସ୍ତ ଧର୍ମାନୁଷ୍ଠାନରୁ ଲାଉଡସ୍ପିକର ବାହାର କରିବାକୁ ତତ୍ପର ହୋଇଥିଲେ । ତେବେ ଏହାକୁ ନେଇ ପୁଲିସ୍‌ ଧାର୍ମିକ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲା ।  ଏହା ସହ ସହଯୋଗ କରିବାକୁ କହିଥିଲା ।

ସୂଚନା ଅନୁସାରେ ଏପ୍ରିଲ ୧୩ ତାରିଖରେ ମହାରାଷ୍ଟ୍ର ନବନିର୍ବାଣ ସେନା ମୁଖ୍ୟ ରାଜ୍‌ ଠାକରେ ଲାଉଡସ୍ପିକର ବାହାର କରିବାକୁ ଏକ ବିକଳ୍ପ ପରାମର୍ଶ ଦେଇଥିଲେ ।

ଯୁଦ୍ଧ ଜିତିବାକୁ ପୁତିନଙ୍କ ସିକ୍ରେଟ ପ୍ଲାନ୍, ଯୁଦ୍ଧରେ ସାମିଲ ହେଲେ ଡଲଫିନ୍‌

ବ୍ୟୁରୋରିପୋର୍ଟ: ଦୁଇ ମାସ ପରେ ବି ଯୁଦ୍ଧରେ ପଡୁନି ଯବନିକା। ଯୁଦ୍ଧ ଜିତିବାକୁ ପୁଟିନଙ୍କ ସିକ୍ରେଟ ପ୍ଲାନ୍। କୃଷ୍ଣ ସାଗରରେ ଋଷର ଗାଇଡେଡ୍ ମିସାଇଲ କ୍ରୁଜର ମସ୍କଭା ବୁଡ଼ିଯିବା ପରେ ଯୁଦ୍ଧ ଜିତିବାକୁ ଡଲଫିନ୍ ଆର୍ମି ନିୟୋଜିତ କରିଛି ଋଷ। ମସ୍କୋ ପକ୍ଷରୁ ଏହି ଗୁଇନ୍ଦା ଡଲଫିନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି। ବ୍ଲାକ ସି’ର  ସୁରକ୍ଷା ଓ ଋଷ ପାଣିଜାହାଜର ସୁରକ୍ଷା ପାଇଁ ଡଲଫିନ୍ ଆର୍ମି ପ୍ରସ୍ତୁତ କରାଯାଇଛି।

ଗୁଇନ୍ଦା ଡଲଫିନର ଫଟୋ ଆମେରିକାର ୟୁଏସ୍ ନୋଭେଲ ଇନଷ୍ଟିଚ୍ୟୁଟ୍ ବା USNI ଉତ୍ତୋଳନ କରଛି। ଶତ୍ରୁଙ୍କ ବିପକ୍ଷରେ ଲଢ଼େଇ ପାଇଁ ଅନେକ ସାମୁଦ୍ରିକ ଜୀବକୁ ପୂର୍ବରୁ ଋଷ ଓ ଆମେରିକା ପ୍ରଶିକ୍ଷଣ ଦେଇଥିବା ନଜିର ରହିଛି। ସୂଚନା ଅନୁଯାୟୀ, ଋଷର ସେଭାଷ୍ଟୋପୋଲ ବନ୍ଦରର ପ୍ରବେଶ ଦ୍ୱାରରେ ଏହି ଗୁଇନ୍ଦା ଡଲଫିନ୍ ନିୟୋଜିତ କରିଛି। ସେଭାଷ୍ଟୋପୋଲ ବନ୍ଦର କ୍ରିମିୟା ପେନିନସିଲାର ଦକ୍ଷିଣ ଭାଗରେ ଅବସ୍ଥିତ, ଯାହା ୨୦୦୪ରେ ଋଷ କବଜାକୁ ଆସିଥିଲା। USNI ସାଟେଲାଇଟ୍ ଚିତ୍ରଗୁଡ଼ିକର ବିଶ୍ଳେଷଣ ଅନୁଯାୟୀ ଫେବୃଆରୀରେ ୟୁକ୍ରେନ ଉପରେ ଆକ୍ରମଣର ପ୍ରାରମ୍ଭରେ, ଋଷ ଡଲଫିନ୍ସର ଦୁଇଟି ବାଟାଲିୟନକୁ ଏହାର ନାଭାଲ ବେଶକୁ ପଠାଇଥିଲା।

ଶତ୍ରୁ ଉପରେ ନଜର ରଖେ ଡଲଫିନ

ମିଲିଟାରି ତାଲିମ ପ୍ରାପ୍ତ ଏହି ଡଲଫିନଗୁଡ଼ିକ ଋଷର ନାଭାଲ୍ ବେସର ପ୍ରବେଶ ପଥ ଉପରେ ନଜର ରଖିଛନ୍ତି ଡଲଫିନଗୁଡ଼ିକ ଗଭୀରଜଳ ତଳେ ଶତ୍ରୁ ଲକ୍ଷ୍ୟର ଶବ୍ଦ ଏବଂ ପରିସର ଚିହ୍ନଟ କରିପାରନ୍ତି ଋଷର ସେନା ଏପରି ଏକ ଟେକ୍ନୋଲୋଜି ବିକଶିତ କରିଛି, ଯାହା ସାହାଯ୍ୟରେ ଏହି ଗୁଇନ୍ଦା ଡଲଫିନଗୁଡ଼ିକର ଗତିବିଧି ଏକ ସିଗ୍ନାଲରେ ପରିଣତ ହୁଏ ଏବଂ ସେନାକୁ ଶତ୍ରୁଙ୍କ ଗତିବିଧି ଜଣାପଡ଼ିଯାଏ

ପୂର୍ବରୁ ବି ଡଲଫିନ ବ୍ୟବହାର କରିଛି ଋଷ:

୨୦୧୮ରେ ଆସିଥିବା ସାଟେଲାଇଟ ଫଟୋରୁ ଖୁଲାସା ହୋଇଥିଲା ଯେ ସିରିୟାନ ଯୁଦ୍ଧ ସମୟରେ ମଧ୍ୟ ଋଷ ସିରିଆରେ ନିଜ ନାଭାଲ ବେଶରେ ଡଲଫିନମାନଙ୍କର ବ୍ୟବହାର କରିଥିଲା ସେମାନଙ୍କୁ ସାମରିକ ତାଲିମ ଦେଇ ଘାଟିରେ ନିୟୋଜିତ କରିଥିଲା କେବଳ ଡଲଫିନ ନୁହେଁ ବେଲୁଗା ହ୍ୱେଲଙ୍କୁ ବି ଟ୍ରେନ କରିସାରିଛି ଋଷ ୨୦୧୯ରେ ନରୱେରେ ମାଛଧରାଳିମାନେ ଏଭଳି ହିଁ ଏକ ହ୍ୱେଲକୁ ଦେଖିଥିଲେ ଯାହାର ବେକରେ କ୍ୟାମେରା ଝୁଲୁଥିଲା

ୟୁକ୍ରେନ, ଆମେରିକା ମଧ୍ୟ ଡଲଫିନଙ୍କୁ ଦିଏ ତାଲିମ:

ଡଲଫିନମାନଙ୍କୁ କେବଳ ଋଷର ସେନା ନୁହେଁ, ଆମେରିକା ଏବଂ ୟୁକ୍ରେନ ପରି ଦେଶର ସେନା ମଧ୍ୟ ତାଲିମ ଦେଇଛନ୍ତି ସୂଚନା ଅନୁଯାୟୀ, ସୋଭିଏତ୍ ଯୁଗରେ ୟୁକ୍ରେନ ମଧ୍ୟ ସେଭାଷ୍ଟୋପୋଲ ନିକଟରେ ଏହି ଡଲଫିନମାନଙ୍କୁ ସାମରିକ ତାଲିମ ଦେଉଥିଲା

୨୦୧୨ରେ ୟୁକ୍ରେନ ଏହି କାର୍ଯ୍ୟକ୍ରମ ବନ୍ଦ କରି ଦେଇଥିଲା, ଯାହା ପରେ ୨୦୧୪ରେ କ୍ରିମିୟା କବଜା କରିବା ସମୟରେ ୟୁକ୍ରେନର ଡଲଫିନ୍ ମଧ୍ୟ ନେଇଯାଇଥିଲା ଋଷ ପରେ ୟୁକ୍ରେନ ରୁଷକୁ ଅନେକ ଥର ଡଲଫିନଗୁଡ଼ିକୁ ମାଗିଥିଲା, କିନ୍ତୁ ମିଳିଲା ନାହିଁ

ଆମେରିକା ମଧ୍ୟ ଡଲଫିନଙ୍କୁ ସାମରିକ ତାଲିମ ଦେବାରେ ପଛରେ ନାହିଁ ଡଲଫିନ୍ ଏବଂ ସମୁଦ୍ର ଘୋଡ଼ାଙ୍କୁ ତାଲିମ ଦେବାରେ ଆମେରିକା ସରକାର ଏପର୍ଯ୍ୟନ୍ତ ପ୍ରାୟ ୨୮ ମିଲିୟନ୍ ଡଲାର୍ ଖର୍ଚ୍ଚ କରିସାରିଲେଣି

ସମସ୍ତ ଶିକ୍ଷାନୁଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଆରେ ଲେଖାଯିବ ନାମଫଳକ । ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ନାମଫଳକ ଓଡ଼ିଆ ଭାଷାରେ ଲେଖିବା ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏନେଇ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ବିଦ୍ୟାଳୟ ଓ ଗଣିଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଓ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।

 All Educational Institute Advised To Write Name Plate In Odia Language

ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ନାମଫଳକ ଓଡ଼ିଆ ଭାଷାରେ ଲେଖିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି । ଚିଠିରେ କୁହାଯାଇଛି, ଦେଶର ପ୍ରତ୍ୟେକ ରାଜ୍ୟରେ ଇଂରାଜୀ ଭାଷା ସହିତ ପ୍ରାଦେଶିକ ଭାଷାକୁ ଗୁରୁତ୍ୱ ଦେଇ ସମସ୍ତ ଶିକ୍ଷାନୁଷ୍ଠାନରେ ନାମଫଳକ ଇଂରାଜୀ ସହ ସ୍ଥାନୀୟ ଭାଷାରେ ଲେଖୁଛନ୍ତି । ସେହିପରି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ନାମଫଳକ ଇତ୍ୟାଦି ଓଡ଼ିଆ ଭାଷାରେ ଲେଖାଗଲେ ଓଡ଼ିଆ ଭାଷାର ଗୌରବ ଓ ସମ୍ମାନ ଅକ୍ଷୁର୍ଣ୍ଣ ରହିବ ।

ଏହାକୁ ଗୁରୁତ୍ୱ ଦେଇ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ସହିତ ଅଧିକାରୀମାନଙ୍କ ନାମଫଳକ ଇତ୍ୟାଦି ଓଡ଼ିଆ ଭାଷାରେ ନିର୍ଭୁଲ ଭାବରେ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ତିନି ସପ୍ତାହ ମଧ୍ୟରେ ଏହାର ଅନୁପାଳନ କରାଯାଇ ସରକାରଙ୍କ ଅବଗତି ନିମନ୍ତେ ଜଣାଇବାକୁ କୁହାଯାଇଛି ।

କେନ୍ଦ୍ର ସରକାରଙ୍କ ଯାତ୍ରୀବାହୀ ଟ୍ରେନ ଚଳାଚଳ ରଦ୍ଦ ନିଷ୍ପତ୍ତିକୁ କଡା ସମାଲୋଚନା

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ କୋଇଲା ସଂକଟ ସୃଷ୍ଟି ହୋଇଥିବା ବେଳେ କିଛି ଯାତ୍ରୀବାହୀ ଟ୍ରେନ ଚଳାଚଳ ରଦ୍ଦ ନିଷ୍ପତ୍ତି ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ କଡା ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ  । ପ୍ରଚୁର କୋଇଲା, ବୃହତ୍ତମ ରେଳ ନେଟଓ୍ବର୍କ, ଥର୍ମାଲ ପ୍ଲାଂଟ ସବୁ ରହିଛି  । କିନ୍ତୁ ଏହା ସତ୍ତ୍ବେ ଦେଶରେ କୋଇଲାର ଉତ୍କଟ ଅଭାବ  ।

ଚିଦାମ୍ବରମ ତାତ୍ସଲ୍ୟ କରି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଦାୟୀ କରାଯାଇପାରିବ ନାହିଁ  । କାରଣ ୬୦ ବର୍ଷର କଂଗ୍ରେସ ଶାସନ ଏଥିପାଇଁ ଦାୟୀ  ବୋଲି ତାତ୍ସଲ୍ୟଭରା ଟ୍ବିଟ୍ କରିଛନ୍ତି ଚିଦାମ୍ବରମ  । ଯାତ୍ରୀବାହୀ ଟ୍ରେନ ଚଳାଚଳ ରଦ୍ଦ କରି କୋଲ୍ ରୋକ୍ ଚଳାଇବା ଅଜବ ନିଷ୍ପତ୍ତି ବୋଲି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଚିଦାମ୍ବରମ  । କୋଇଲା ପରିବହନ ସୁଗମ କରିବା ପାଇଁ ରେଳବାଇ ଏ ଯାଏଁ ୪୨ଟି ଯାତ୍ରୀ ଟ୍ରେନ ବାତିଲ କରିଛି  । ଟ୍ରେନ ବାତିଲ ଯୋଗୁଁ  ବିଭିନ୍ନ ରାଜ୍ୟରେ ଯାତ୍ରୀମାନେ ହଇରାଣ ହରକତ ମଧ୍ୟ ହେଉଛନ୍ତି  ।

ଦିଲ୍ଲୀରେ ହିଟ୍ ଓ୍ୱେଭ୍ ଜାରି, ୭୨ ବର୍ଷର ରେକର୍ଡ ଭାଙ୍ଗିଲା ଏପ୍ରିଲ ତାପମାତ୍ରା

ନୂଆଦିଲ୍ଲୀ: ଦିଲ୍ଲୀରେ ବଢ଼ୁଛି ତାପମାତ୍ରା । ଦିନ ୧୦ଟା ହେବା ମାତ୍ରେ ଜଳୁଛି ରାସ୍ତାଘାଟ । ଏପ୍ରିଲର ତାପମାତ୍ରା ଗତ ୭୨ ବର୍ଷର ରେକର୍ଡ ଭାଙ୍ଗିଥିବାବେଳେ ସହରବାସୀ ହନ୍ତସନ୍ତ ହେଉଛନ୍ତି । ତାପମାତ୍ରା ବୃଦ୍ଧି ଲାଗି ଆଜି ଦିଲ୍ଲୀରେ ଜାରି ହୋଇଛି ଅରେଞ୍ଜ ଆଲର୍ଟ ।  ଗତ କିଛିଦିନ ଧରି ଦିଲ୍ଲୀରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହେଉଛି । ଲୋକଙ୍କୁ ତାତିରୁ ମିଳୁନି ନିସ୍ତାର । ବିଭିନ୍ନ ସ୍ଥାନରେ ବେସାହାରା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାଁଭାଁ କେଉଁଠି ଜଳଛତ୍ର ଲୋକଙ୍କ ଲାଗି ସହାୟ ହେଉଛି । ଉତ୍ତରପ୍ରଦେଶର ଅନେକ ସ୍ଥାନରେ ତାପମାତ୍ରା ୪୭ ଡିଗ୍ରୀ  ସେଲସିୟସ ରହିଥିବାବେଳେ ଏହାର ପ୍ରଭାବ ରାଜଧାନୀ ଦିଲ୍ଲୀ ଉପରେ ପଡ଼ୁଛି । ଦିଲ୍ଲୀରେ କେବଳ ଗତ ୨୧ ତାରିଖକୁ ବାଦ୍ ଦେଲେ ଅଧିକାଂଶ ଦିନର ତାପମାତ୍ରା ରହିଥିଲା ୩୫ ଡିଗ୍ରୀ ଉପରେ ରହିଥିଲା । ଏପ୍ରିଲ ୨୮ ଓ ୨୯ରେ ଦିଲ୍ଲୀରେ ତାପମାତ୍ରା ୪୩.୫ ଡିଗ୍ରୀ ରେକର୍ଡ କରାଯାଇଥିଲା ।

ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ଭାବେ ଦାୟିତ୍ୱ ନେବେ ଜେନେରାଲ ମନୋଜ ପାଣ୍ଡେ

ନୂଆଦିଲ୍ଲୀ: ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ଭାବେ ଦାୟିତ୍ବ ନେବେ ଜେନେରାଲ ମନୋଜ ଚନ୍ଦ୍ରଶେଖର ପାଣ୍ଡେ  । ପ୍ରଥମ ଥର ପାଇଁ ଭାରତୀୟ ସ୍ଥଳସେନାର କମାଣ୍ଡ୍ ସେନାର କୋର୍ ଅଫ୍ ଇଞ୍ଜିନିୟର୍ସଙ୍କୁ ଯାଇଛି  । ଜେନେରାଲ୍ ଏମ.ଏମ ନରଓ୍ବାଣେଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି  । ଭାରତୀୟ ସ୍ଥଳସେନାର ୨୯ତମ ମୁଖ୍ୟ ଭାବେ ଦାୟିତ୍ବ ନେବେ ଜେନେରାଲ ମନୋଜ ପାଣ୍ଡେ  ।

ତେବେ ନୂଆ ସ୍ଥଳସେନା ମୁଖ୍ୟ ହେବା ପୂର୍ବରୁ ମନୋଜ ପାଣ୍ଡେ ଇଷ୍ଟର୍ଣ୍ଣ କମାଣ୍ଡର କମାଣ୍ଡିଂ ଅଫିସର ଭାବେ କାର୍ଯ୍ୟରତ ଥିଲେ  ।  ଆଣ୍ଡାମାନ୍ ଓ ନିକୋବର କମାଣ୍ଡ୍ ର କମାଣ୍ଡର ଇନ୍ ଚିଫ୍ ଭାବେ ବି ଦାୟିତ୍ବ ନିର୍ବାହ କରିଥିଲେ ଜେନେରାଲ୍ ମନୋଜ ପାଣ୍ଡେ  । ମହାରାଷ୍ଟ୍ର ନାଗପୁରରେ  ଜେନେରାଲ୍ ପାଣ୍ଡେଙ୍କ ଜନ୍ମ  । ପ୍ରାରମ୍ଭିକ ଶିକ୍ଷା ପରେ ଜେନେରାଲ୍ ପାଣ଼୍ଡେ ନ୍ୟାସନାଲ ଡିଫେନସ ଏକାଡେମୀରେ ଭର୍ତ୍ତି ହୋଇଥିଲେ  । ଏନଡିଏ ପରେ ଡେରାଡୁନର ଭାରତୀୟ ମିଲିଟାରୀ ଏକାଡେମୀରେ ବି ଯୋଗ ଦେଇଥିଲେ ଜେନେରାଲ ପାଣ୍ଡେ  ।  ୧୯୮୨ ମସିହା ଡିସେମ୍ବରରେ ସେନାର କୋର୍ ଅଫ ଇଞ୍ଜିନିୟର୍ସରେ ଯୋଗ ଦେଇଥିଲେ ଜେନେରାଲ୍ ମନୋଜ ପାଣ୍ଡେ  ।

୨୦୦୧ରେ ଜାମ୍ମୁ ଓ କାଶ୍ମୀରରେ ଅପରେସନ ପରାକ୍ରମ ବେଳେ ଏକ ଇଂଜିନିୟର ରେଜିମେଣ୍ଟର ନେତୃତ୍ବ ନେଇଥିଲେ ମନୋଜ ପାଣ୍ଡେ । ୩୯ ବର୍ଷର କ୍ୟାରିୟରରେ ମନୋଜ ପାଣ୍ଡେ ଓ୍ବେଷ୍ଟର୍ନ ଥିଏଟରରେ ଏକ ଇଂଜିନିୟର ବ୍ରିଗେଡର କମାଣ୍ଡ ଦାୟିତ୍ବ ନେଇଥିଲେ । ଏଲଓସିରେ ଏକ ପଦାତିକ ବ୍ରିଗେଡ୍ , ଲଦାଖ ସେକ୍ଟରରେ ମାଉଣ୍ଟେନ ଡିଭିଜନ ଏବଂ ଉତ୍ତର-ପୂର୍ବାଞ୍ଚଳରେ କୋର୍ ଅଫ୍ ଇଞ୍ଜିନିୟର୍ସର ନେତୃତ୍ବ ନେଇଛନ୍ତି ଲେଫ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେ  । ଇଷ୍ଟର୍ଣ୍ଣ କମାଣ୍ଡର ଦାୟିତ୍ବ ନେବା ପୂର୍ବରୁ ମନୋଜ ପାଣ୍ଡେ ଆଣ୍ଡାମାନ ଓ ନିକୋବର କମାଣ୍ଡର କମାଣ୍ଡର ଇନ୍ ଚିଫ୍  ଦାୟିତ୍ୱରେ ଥିଲେ  ।

ନୂଆ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଉଲ୍ଲେଖନୀୟ ସେବା ପାଇଁ ପରମ ବିଶିଷ୍ଟ ସେବା ପଦକ, ଅତି ବିଶିଷ୍ଟ ସେବା ପଦକ ଓ ବିଶିଷ୍ଟ ସେବା ପଦକରେ ସମ୍ମାନିତ ହୋଇଛନ୍ତି  ।

ଅଦାଲତରେ ସ୍ଥାନୀୟ ଭାଷାକୁ ପ୍ରୋତ୍ସାହନ ଦିଅ: ପ୍ରଧାନମନ୍ତ୍ରୀ ମୋଦି

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଦାଲତରେ ସ୍ଥାନୀୟ ଭାଷାକୁ ବ୍ୟବହାର କରିବା ପାଇଁ ଗୁରୁତ୍ୱ ଦେଇ ଶନିବାର କହିଲେଯେ, ଏହାଦ୍ୱାରା ନ୍ୟାୟ ପ୍ରଣାଳୀରେ ସାଧାରଣ ଲୋକଙ୍କ ଆତ୍ମବିଶ୍ୱାସ ବଢ଼ିବ ଏବଂ ସେମାନେ ଏହା ସହିତ ଯୋଡ଼ି ହୋଇ ରହିଥିବା ଏବଂ ଠିକ୍‌ ଭାବରେ ବୁଝି ପାରୁଥିବା ଭଳି ମନେ ହେବ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତିଯେ, ଆଜି ଆମ ଦେଶରେ ଏକ ବଡ଼ ଅଂଶବିଶେଷ ସାମ୍ନାରେ ନ୍ୟାୟିକା ପ୍ରକ୍ରିୟାକୁ ବୁଝିବାରେ ଭାଷା ପ୍ରାଚୀର ହୋଇ ଛିଡ଼ା ହୋଇଛି ।

ମୁଖ୍ୟମନ୍ତ୍ରୀମାନଙ୍କୁ ଏବଂ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ଏକ ସମ୍ମିଳନୀରେ ମୋଦି ସମ୍ବୋଦ୍ଧିତ କରି କହିଛନ୍ତିଯେ, ଆମକୁ ଅଦାଲତରେ ସ୍ଥାନୀୟ ଭାଷାକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ । ଏହାଦ୍ୱାରା ନା କେବଳ ସାଧାରଣ ଲୋକଙ୍କ ଆତ୍ମବିଶ୍ୱାସ ବଢ଼ିବ ବରଂ ସେମାନେ ଏହା ସହିତ ଯୋଡ଼ି ହୋଇ ରହିଥିବାଭଳି ମନେ କରିବେ । ତେବେ ଇଂରାଜୀ ଯୋଗୁଁ ଲୋକ ଏହାକୁ ବୁଝିପାରୁନାହାଁନ୍ତି ।

ସମ୍ମିଳନୀରେ ସରକାରଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦି ସୂଚନା ଦେଇଛନ୍ତି ଯେ, କେନ୍ଦ୍ର ସରକାର ୧୪୫୦ଟି ଅପ୍ରାସଙ୍ଗିକ ଆଇନ ଉଚ୍ଛେଦ କରିଥିବା ବେଳେ ରାଜ୍ୟ ସରକାରମାନେ ସେଥିରୁ ୭୫ଟି ଆଇନ ଉଚ୍ଛେଦ କରିଛନ୍ତି। ୨୦୧୫ରେ ଆମେ ଏଭଳି ୧୮୦୦ ଅପ୍ରାସଙ୍ଗିକ ଆଇନ ଚିହ୍ନଟ କରିଥିଲୁ। ସେଥିରୁ ୧୪୫୦ ଆଇନକୁ କେନ୍ଦ୍ର ସରକାର ଉଚ୍ଛେଦ କରିଛନ୍ତି। କିନ୍ତୁ, ରାଜ୍ୟ ସରକାରମାନେ ମାତ୍ର ୭୫ଟି ସେଭଳି ଆଇନ ଉଚ୍ଛେଦ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଲେ, ଭାରତ ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ କରୁଥିବା ବେଳେ ସମସ୍ତଙ୍କୁ ତୁରନ୍ତ ବିଚାର ମିଳିପାରିବା ଭଳି ନ୍ୟାୟିକ ବ୍ୟବସ୍ଥା ସୃଷ୍ଟି କରାଯିବା ଉପରେ ଗୁରୁତ୍ୱ ଦିଆଯିବା ଉଚିତ।

 ତେବେ ଦୀର୍ଘ ୬ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଏବଂ ବିଚାରପତିମାନଙ୍କ ସହିତ ଏହା ଥିଲା ୧୧ ତମ ସମ୍ମିଳନୀ ।

STF କବଜାରେ ଦୁଇ ଗଞ୍ଜେଇ ମାଫିଆ

ଗଞ୍ଜାମ: ଏସଟିଏଫ୍ କବଜାରେ ଦୁଇ ଗଞ୍ଜେଇ ମାଫିଆ । ଦୁଇ ଭାଇ ବନମାଳୀ ପ୍ରଧାନ ଓ ଅରୁଣ ପ୍ରଧାନ ଗଞ୍ଜେଇ କାରବାର କରୁଥିବା ବେଳେ ଗିରଫ କରିଛି ଏସଟିଏଫ୍ । ନିଶା ଟଙ୍କାରେ ଅଏସ କରୁଥିଲେ ଦୁଇ ଭାଇ । ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ରଘୁନାଥ ସାହିରେ ଚଢ଼ାଉ କରିଥିଲା ଏସଟିଏଫ୍ । ଏହି ଦୁଇ ଭାଇଙ୍କଠାରୁ ଏସଟିଏଫ ୧୦୭ କିଲୋ ଗଞ୍ଜେଇ, ୫୧୭ ଗ୍ରାମ ଅଫିମ, ୬୦୭ ଗ୍ରାମ ସୁନା, ୧୯୬ ଗ୍ରାମ ରୁପା, ଗୋଟିଏ କାର୍ ସହ ୨୯ଟି ଜାଗାର କାଗଜ ପତ୍ର ଜବତ କରିଛି । ପୂର୍ବରୁ ମଧ୍ୟ ଏହି ଦୁଇ ଭାଇଙ୍କୁ ନିଶା କାରବାର ଅଭିଯୋଗରେ ଗିରଫ କରିଥିଲା ଅବକାରୀ ବିଭାଗ ।