ନନ୍ଦିଘୋଷ ବ୍ୟୁରୋ: ଦୌଡ଼ୁଛି ସାରା ଓଡ଼ିଶା । ଦୈନିକ ଖବର କାଗଜ ‘ସକାଳ’ ସ୍ବନକ୍ଷତ୍ର ଦିବସ ଅବସରରେ ’ସକାଳ’ ଏବଂ ’ନନ୍ଦିଘୋଷ ଟିଭି’ ପକ୍ଷରୁ ମିନିମାରାଥନ । ଭୁବନେଶ୍ବର ସମେତ ରାଉରକେଲା, ବାଲେଶ୍ବର, ସମ୍ବଲପୁର ଏବଂ ଜୟପୁରରେ ଅନୁଷ୍ଠିତ ହେଉଛି ମିନିମାରାଥନ । ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ସହରବାସୀମାନେ ଏହି ମାରାଥନରେ ଯୋଗ ଦେଇଛନ୍ତି । ଉତ୍ସାହର ସହ ଦୌଡ଼ୁଥିବା ଦେଖିବାକୁ ମିଳୁଛି ।
ଦିପିନା ମେମୋରିଆଲ ଟୁର୍ଣ୍ଣାମେଣ୍ଟ: ବମ୍ଫକୁଦକୁ ହରାଇ ଦାରୁଥୁଙ୍ଗ ଗଡ଼ ଚାମ୍ପିଅନ
ଦିପିନା ମେମୋରିଆଲ ଟୁର୍ଣ୍ଣାମେଣ୍ଟ: ବମ୍ଫକୁଦକୁ ହରାଇ ଦାରୁଥୁଙ୍ଗ ଗଡ଼ ଚାମ୍ପିଅନ
ନନ୍ଦିଘୋଷ ବ୍ୟୁରୋ: ଶେଷ ହୋଇଛି ଅନ୍ଧାରୁଆ ଜଗନ୍ନାଥ ପ୍ରସାଦ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ବମ୍ଫକୁଦ ଟିମକୁ ହରାଇ ଦାରୁଥୁଙ୍ଗ ଗଡ଼ ଚାମ୍ପିଅନ ହୋଇଛି । Arise Youth Clubର ସମସ୍ତ ସଦସ୍ୟ ଆଜିର ମ୍ୟାଚ୍ ପରିଚାଳନା କରିଥିଲେ । ଏହା ଦିପିନା ମେମୋରିଆଲ ଟୁର୍ଣ୍ଣାମେଣ୍ଟ ଭାବେ ଜଣାଶୁଣା ।
ଫାଇନାଲ ମ୍ୟାଚରେ ଅତିଥି ଭାବେ ଭୁବନେଶ୍ୱର ବ୍ଲକର ଅଜିତ୍ ଶ୍ରୀଚନ୍ଦନ, ତପନ ଚକ୍ରବର୍ତ୍ତୀ, ସ୍ଵର୍ଣ୍ଣଲତା ବଳିଆରସିଂ, ଜ୍ଞାନରଞ୍ଜନ ପ୍ରଧାନ, ଜ୍ଞାନରଞ୍ଜନ ମାନସିଂହ (ପୂତୁଲୁ ଭାଈ), ସୁନିଲ୍ ସାହୁ (ଗାନ୍ଧୀ), ଦେବସ୍ମିତା (ମୋନା) ପ୍ରମୁଖ ଉପସ୍ଥିତ ଥିଲେ । ଫାଇନାଲ ପରେ ପୁରସ୍କାର ବିତରଣ ଉତ୍ସବକୁ ରାଜା ସ୍ବାଇଁ ପରିଚାଳନା କରିଥିଲେ ।
ଦିଲ୍ଲୀ ପୋଲିସ କବଜାରେ ତିନି ଆତଙ୍କବାଦୀ, ପାକିସ୍ତାନୀ ଗ୍ୟାଙ୍ଗଷ୍ଟର ଶହଜାଦ ସହ ସମ୍ପର୍କ
ଦିଲ୍ଲୀ ପୋଲିସ କବଜାରେ ତିନି ଆତଙ୍କବାଦୀ, ପାକିସ୍ତାନୀ ଗ୍ୟାଙ୍ଗଷ୍ଟର ଶହଜାଦ ସହ ସମ୍ପର୍କ
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ହାତରେ ତିନି ପାକିସ୍ତାନୀ ଆତଙ୍କବାଦୀ । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ଏମାନଙ୍କ ସମ୍ପର୍କ ଥିବା ସୂଚନା । ଏମାନେ ପାକିସ୍ତାନୀ ଗ୍ୟାଙ୍ଗଷ୍ଟର ଶହଜାଦ ଭଟ୍ଟି ଗ୍ୟାଙ୍ଗର ବୋଲି କୁହାଯାଉଛି । ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ସହ ଏହି ଗିରଫଦାରୀକୁ ଜୋଡି ଦେଖାଯାଉଛି । ତେବେ ଦିଲ୍ଲୀ ବ୍ଲାଷ୍ଟର ମୁଖ୍ୟ ଅଭିଯୁକ୍ତ ଡକ୍ଟର ଉମର ଉନ ନବୀ ସହ ଏମାନଙ୍କ ସାଧାସଳଖ ସମ୍ପର୍କ ଥିବା ନେଇ ସୁରକ୍ଷା ଏଜେନ୍ସି ସ୍ପଷ୍ଟ କରିନାହାନ୍ତି । ଏମାନେ ଉତ୍ତର ଭାରତରେ ରହୁଥିବା ବେଳେ ଆଇଏସଆଇ ସମ୍ପର୍କରେ ଥିଲେ ।
ଏହି ଗିରଫଦାରୀ ପରେ ଦିଲ୍ଲୀ ବ୍ଲାଷ୍ଟକୁ ନେଇ ନୂଆ ଦିଗ ପଦାକୁ ଆସିଛି । ଦିଲ୍ଲୀ ବ୍ଲାଷ୍ଟରେ କେବଳ ଆତଙ୍କବାଦୀ ସଂଗଠନ ସାମିଲ ନଥିଲେ । ଏମାନଙ୍କ ସହ ପାକିସ୍ତାନର ବଡ଼ ଗ୍ୟାଙ୍ଗଷ୍ଟର ଶହଜାଦ ଭଟ୍ଟି ବି ସାମିଲ ଥିବା ଜଣାପଡ଼ିଛି । ସମସ୍ତ ଆତଙ୍କବାଦୀଙ୍କୁ ଉତ୍ତର ପ୍ରଦେଶ, ପଞ୍ଜାବ ଓ ମଧ୍ୟ ପ୍ରଦେଶରୁ କରାଯାଇଛି ।
କିଏ ଏହି ଶହଜାଦ ଭଟ୍ଟି ?
ପାକିସ୍ତାନର ପଞ୍ଜାମ ପ୍ରାନ୍ତର ମୂଳ ବାସିନ୍ଦା ହେଉଛି ଶହଜାଦ ଭଟ୍ଟି । ତା’ପାଖରେ ମରକ୍କାନ ପାସପୋର୍ଟ ଅଛି ଓ ସେ ୟୁଏଇରେ ଆକ୍ଟିଭ ରହିଛି । ନିଜକୁ ଇସଲାମ ଓ ପାକିସ୍ତାନର ସିପାହୀ କହି ସୋସିଆଲ ମିଡ଼ିଆରେ ଭିଡିଓ ପକାଇଥାଏ । ଲରେନ୍ସ ବତଷ୍ଣୋଇ ଗ୍ୟାଙ୍ଗ ସହ ତା’ର ଅସ୍ତ୍ରଶସ୍ତ୍ର ଚୋରା ଚାଲାଣରେ ପାର୍ଟନରସିପ ଥିଲା । ହେଲେ ୨୦୨୫ରେ ଉଭୟଙ୍କ ମଧ୍ୟରେ ଶତ୍ରୁତା ବଢ଼ିଯାଇଥିଲା । ୨୦୨୫ ଏପ୍ରିଲରେ ପହଲଗାମ ଟେରର ଆଟାକ ପରେ ବିଷ୍ଣୋଇ ଗ୍ୟାଙ୍ଗ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଧମକ ଦେଇଥିଲା । ଏହାର ଜବାବରେ ଭଟ୍ଟି ଭିଡିଓ ଜାରି କରି ସିଦ୍ଧୁ ମୁସେଓ୍ବାଲା (୨୦୨୨) ଓ ବାବା ସିଦ୍ଦିକି (୨୦୨୪) ହତ୍ୟା ଉପରୁ ପରଦା ଉଠାଇବାକୁ ଧମକ ଦେଇଥିଲା । ତା’ ପାଖରେ ପଲିଟିସିଆନ, ଫଣ୍ଡିଂ ଓ ଅସ୍ତ୍ରଶସ୍ତ୍ରକୁ ନେଇ ରେକର୍ଡିଂ ରହିଥିବା କହିଥିଲା ।

