spot_img
Home Blog Page 44

ଲଳିତ ମୋଦିଙ୍କ ବଡ଼ ଭବିଷ୍ୟବାଣୀ: ୨୦୩୦ରେ ଏହି ଖେଳାଳି ବିକ୍ରି ହେବେ ୧୫୦ କୋଟିରେ

ଲଳିତ ମୋଦିଙ୍କ ବଡ଼ ଭବିଷ୍ୟବାଣୀ: ୨୦୩୦ରେ ଏହି ଖେଳାଳି ବିକ୍ରି ହେବେ ୧୫୦ କୋଟିରେ

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ଦୁନିଆର ସବୁଠାରୁ ମହଙ୍ଗା ଓ ଲୋକପ୍ରିୟ କ୍ରିକେଟ ଲିଗ୍ । ଏଠାରେ ଖେଳାଳିଙ୍କୁ କ୍ରିକେଟର ଅନ୍ୟ କୌଣସି ଲିଗଠାରୁ ଢେର ଅଧିକ ଟଙ୍କା ମିଳିଥାଏ । ବର୍ତ୍ତମାନ ଲିଗରେ ସବୁଠାରୁ ଦାବି ଖେଳାଳି ଋଷଭ ପନ୍ତ ଅଛନ୍ତି । ଯିଏ ୨୦୨୫ରେ ୨୭ କୋଟି ଟଙ୍କାରେ ବିକ୍ରି ହୋଇଥିଲେ । ସେହିପରି ଶ୍ରୀୟସ ଆୟର ୨୬.୭୫ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି । ସବୁଠାରୁ ଦାମୀ ବିଦେଶୀ ଖେଳାଳି ଭାବେ କେମରାନ ଗ୍ରୀନ ୨୫.୨୦ କୋଟି ଟଙ୍କାରେ ବିକ୍ରି ହୋଇଥିଲେ । ଏହି ଦରମା ଆଇପିଏଲର ଗୋଟିଏ ସିଜନ ପାଇଁ । ହେଲେ ପୂର୍ବତନ ଆଇପିଏଲ ଚେୟାରମ୍ୟାନ ଲଳିତ ମୋଦି ଆଇପିଏଲ ଭବିଷ୍ୟକୁ ନେଇ ଏମିତି ଏକ କଥା କହିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ମୋଦିଙ୍କ ଅନୁସାରେ ଆଗାମୀ ଦିନରେ ଖେଳାଳିଙ୍କୁ ଗୋଟିଏ ସିଜନରେ ୧୫୦ କୋଟି ଟଙ୍କା ବି ମିଳିପାରିବ । ତେବେ ଲଳିତ ମୋଦି କାହାକୁ ନେଇ ଏପରି ଭବିଷ୍ୟବାଣୀକୁ କରିଛନ୍ତି ଆସନ୍ତୁ ଜାଣିବା ।

୨୦୩୦ ଆଇପିଏଲରେ ୧୫୦ କୋଟିରେ ବିକ୍ରି ହେବେ ଖେଳାଳି

ଲଳିତ ମୋଦିଙ୍କ ଅନୁସାରେ ୨୦୩୦ରେ ଆଇପିଏଲରେ ଟପକ୍ଲାସ ଖେଳାଳି ଗୋଟିଏ ସିଜନରେ ୧୫୦ କୋଟି ପର୍ଯ୍ୟନ୍ତ ଦରମା ପାଇପାରିବେ । ମାଇକେଲ ଓ୍ବନଙ୍କ ସହ ଏକ ପୋଡକାଷ୍ଟରେ ଆଲୋଚନା ବେଳେ ଏମିତି ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି, ୨୦୩୦ରେ ଫ୍ରାନସାଇଜଙ୍କ ପ୍ଲେୟାର ପର୍ସ ୧୦୦ ମିଲିୟନ ଡଲାର ( ପ୍ରାୟ ୯୨୯ କୋଟି ) ପର୍ଯ୍ୟନ୍ତ ପହଞ୍ଚି ପାରେ । ଅର୍ଥାତ ଜଣେ ଟପ୍ ଖେଳାଳି ପ୍ରତି ମ୍ୟାଚରେ ପ୍ରାୟ ୧ ମିଲିୟନ (ପ୍ରାୟ ୯.୩ କୋଟି) ଟଙ୍କା ପାଇପାରିବେ ।

ବିଶେଷକରି ଲଂଲଣ୍ଡର ଯୁବ ଅଲରାଉଣ୍ଡର ଜ୍ୟାକବ ବେଥେଲଙ୍କ ଉଦାହରଣ ଦେଇ ମୋଦି କହିଛନ୍ତି, ବେଥେଲ ୨୦୩୦ ପର୍ଯ୍ୟନ୍ତ ଆଇପିଏଲରେ ପ୍ରତି ସିଜନରେ ୧୬ ମିଲିୟନ (୧୫୦ କୋଟି) ରୋଜଗାର କରିବେ । ମୋଦିଙ୍କ ଏହି ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ନକଲି ଡାକ୍ତରଙ୍କୁ ମାଡି ବସିଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ : ନନ୍ଦିଘୋଷ ବ୍ୟୁରୋ : ନକଲି ଡାକ୍ତରଙ୍କୁ ମାଡି ବସିଲା ପୋଲିସ। ପୋଲିସ ପ୍ଲାନରେ ଫସିଗଲେ ଡାକ୍ତର ଜୟନ୍ତ ବସ୍ତିଆ। ବଡମ୍ବା ଥାନା ଅନ୍ତର୍ଗତ ସୁନାପାଳ ବଜାର ନିକଟରେ ଗର୍ଭପାତ କରାଇବା ବେଳେ ନକଲି ଡାକ୍ତର ଜୟନ୍ତ ବସ୍ତିଆଙ୍କୁ ମାଡି ବସିଲା ବଡମ୍ବା ପୋଲିସ। ରକ୍ତପାତ ଅବସ୍ଥାରେ ଜଣେ ମହିଳା ଉଦ୍ଧାର ହୋଇଛନ୍ତି। ନକଲି ଡାକ୍ତର ଜୟନ୍ତ ବସ୍ତିଆ ସୁନାପାଳ ନିକଟରେ ଖୋଲିଥିଲେ ବେଆଇନି ଗର୍ଭପାତ କ୍ଲିନିକ। ଆଜକୁ ୧୨ ବର୍ଷ ହେବ ଏଠାରେ ଦିନ ରାତ୍ରି ଓ ଭୋରରୁ ଗରାଖ ରେଡି କରି କରୁଥିଲେ ଗର୍ଭ ନଷ୍ଟ। ଏପରିକି ଏକ ମେସିନ ସାହାଯ୍ୟରେ ଏଠାରେ ଭୃଣ ନିରୂପଣ ମଧ୍ୟ କରନ୍ତି । ବଡମ୍ବା ପୋଲିସ ଏସଆଇ ବିଶ୍ୱ ବନ୍ଦିତା ସାହୁ ଗର୍ଭ ନଷ୍ଟ ବାହାନାରେ ଯାଇ ରେଡ଼ କରିଥିଲେ। ବଡମ୍ବା ଥାନା ଅଧିକାରୀ ପରମାନନ୍ଦନାୟକ ଏହି ଘଟଣାର ତଦନ୍ତ କରିବା ସହ ମାମଲା ରୁଜୁ କରିଛନ୍ତି। ବସ୍ତିଆ ଜଣେ ହୋମିଓ ପାଥିକ ଡାକ୍ତର ହୋଇଥିବା ବେଳେ ନିକଟରେ ମେଡିକାଲ ଚଲେଇବା ପାଇଁ ନାହିଁ କୌଣସି ପାଠ୍ୟକ୍ରମ ସାର୍ଟିଫିକେଟ। ବେଆଇନି କ୍ଲିନିକରୁ ଅପରେସନ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି, ଇଂଜେକସନ, ମେଡ଼ିସିନ ଆଦି ଜବତ କରାଯାଇଛି।

ଇରାନ ଯୁଦ୍ଧ: କାହାକୁ କେତେ ଲାଭ, କିଏ କ୍ଷତିରେ ?

ଇରାନ ଯୁଦ୍ଧ: କାହାକୁ କେତେ ଲାଭ, କିଏ କ୍ଷତିରେ ?

ନନ୍ଦିଘୋଷ ବ୍ୟୁରୋ: ଇରାନ ସହ ଯୁଦ୍ଧ କରି ଆମେରିକା ଓ ଇସ୍ରାଏଲ ଫସିଥିବା ବେଳେ ସାରା ବିଶ୍ବ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ହର୍ମୁଜ ପ୍ରଣାଳୀକୁ ବନ୍ଦ କରି ଇରାନ ବିଶ୍ବ ବ୍ୟବସାୟର ତଣ୍ଟି ଚିପି ଦେଇଛି । ଯାହାର ପ୍ରଭାବ ପ୍ରାୟ ସବୁ ଦେଶ ଉପରେ ପଡ଼ିବାରେ ଲାଗିଛି । ଫଳରେ ବହୁ ଦେଶର ଅର୍ଥନୀତି ଦୋହଲି ଯିବା ସ୍ଥିତିକୁ ଚାଲି ଆସିଛି । ହେଲେ ଏପରି ବି କିଛି ଦେଶ ଅଛନ୍ତି, ଯେଉଁମାନଙ୍କ ପାଇଁ ଇରାନ ଯୁଦ୍ଧ ଏକ ଭଲ ସ୍ଥିତି ସୃଷ୍ଟି କରୁଛି । ଆସନ୍ତୁ ଜାଣିବା, ଇରାନ ଯୁଦ୍ଧର ପ୍ରଭାବ କେଉଁ ଦେଶର ଅର୍ଥନୀତି ଉପରେ କେମିତି ପ୍ରଭାବ ପକାଇବାକୁ ଯାଉଛି ।

ଆଇଏମଏଫ ନିଜ ନୂଆ ରିପୋର୍ଟରେ କହିଛି ଇରାନ ଯୁଦ୍ଧ ବିଶ୍ବ ଅର୍ଥନୀତିକୁ ଧିମା କରିଦେଇଛି । ବର୍ଷ ଆରମ୍ଭରେ ଯେଉଁ ଗତି ଦେଖିବାକୁ ମିଳୁଥିଲା ସେଥିରେ ବ୍ରେକ ଲାଗିଛି । ଆଇଏମଏଫ ୨୦୨୬ ପାଇଁ ବୈଶ୍ବିକ ବିକାଶ ୩.୪ ପ୍ରତିଶତରୁ କମାଇ ୩.୧ ପ୍ରତିଶତ କରିଦେଇଛି । ଯଦି ସ୍ଥିତି ଅଧିକ ଖରାପ ହୁଏ ଏହା ୨ ପ୍ରତିଶତ ପର୍ଯ୍ୟନ୍ତ ଖସିବା ସହ ଦରଦାମ ୬ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବାର ଆନୁମାନ କରିଛି ।

ଆଇଏମଏଫ ମୁଖ୍ୟ ଅର୍ଥଶାସ୍ତ୍ରୀ କହିଛନ୍ତି, ଇରାନ ଯୁଦ୍ଧ ବିଶ୍ବ ଅର୍ଥ ବ୍ୟବସ୍ଥା ପାଇଁ ଏକ ଝଟକା । ଏହି କାରଣରୁ ତେଲ ଓ ଅନ୍ୟ ସମାଗ୍ରୀର ଦାମ ବଢ଼ିବା ସହ ଲୋକଙ୍କ ଖର୍ଚ୍ଚ କରିବାର କ୍ଷମତା କମିବାରେ ଲାଗିଛି । ଏବେ ଆସନ୍ତୁ ଜାଣିବା ଇରାନ ଯୁଦ୍ଧ କାହା ପାଇଁ ଲାଭଦାୟକ ସାବ୍ୟସ୍ଥ ହେଉଥିବା ବେଳେ କାହା ପାଇଁ କ୍ଷତିକାରଣ ହେଉଛି ।

ଆମେରିକାରେ ମାନ୍ଦାବସ୍ଥା

ଇରାନ ସହ ଯୁଦ୍ଧ ଆରମ୍ଭ କରି ଆମେରିକାକୁ ଫସାଇ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକାରେ ପେଟ୍ରୋଲ ଦର ବଢ଼ିବାରେ ଲାଗିଛି । ଅର୍ଥଶାସ୍ତ୍ରୀଙ୍କ କହିବା ଅନୁସାରେ, ଏହାଦ୍ବାରା ସେଠାରେ ମାନ୍ଦାବସ୍ଥା ଆସିବାର ସମ୍ଭାବନା ରହିଛି । ଆଇଏମଏଫ ଅନୁସାରେ, ଆମେରିକା ଅର୍ଥବ୍ୟବସ୍ଥା ୨୦୨୬ରେ ୨.୩ ପ୍ରତିଶତ ବଢ଼ିବ । ଯାହା ପୂର୍ବ ଅନୁମାନରୁ ୦.୧ ପ୍ରତିଶତ କମ ।

ଜି-୭ରେ ବ୍ରିଟେନକୁ ସବୁଠାରୁ ଅଧିକ କ୍ଷତି

ଜି-୭ ଦେଶଙ୍କ ମଧ୍ୟରେ ବ୍ରିଟେନକୁ ସବୁଠାରୁ ଅଧିକ କ୍ଷତି ହେଉଛି । ୨୦୨୬ର ବିକାଶ ଦର ୦.୫ ପ୍ରତିଶତ କମାଇ ୦.୮ କରିଦିଆଯାଇଛି । ତେବେ ୨୦୨୭ରେ ଏହା ୧.୩ ପ୍ରତିଶତ ରହିବା ଅନୁମାନ କରାଯାଉଛି । ସାଉଦୀ ଆରବକୁ ବି ବଡ଼ ଝଟକା ଲାଗିଛି । ୨୦୨୬ରେ ଏହାର ବିକାଶ ଦର ୧.୪ ପ୍ରତିଶତ କମି ୩.୧ ପ୍ରତିଶତ ରହିବା ଅନୁମାନ କରାଯାଉଛି । ତେବେ ୨୦୨୭ରେ କିଛିଟା ସୁଧାର ଆସିବା ସହ ଏହା ୪.୫ ପ୍ରତିଶତରେ ପହଞ୍ଚିବା ଅନୁମାନ କରାଯାଉଛି ।

ଚୀନ-କାନାଡ ଅଭିବୃଦ୍ଧି ହାର କମିଛି

ଚୀନ ଏବଂ କାନାଡର ଅବିବୃଦ୍ଧି ହାର ୦.୧ ପ୍ରତିଶତ କମ ହେବା ଅନୁମାନ କରାଯାଇଛି । ୨୦୨୬ ଓ ୨୦୨୭ ପାଇଁ ଚୀନର ଆର୍ଥିକ ଅଭିବୃଦ୍ଧି ୦.୧ ପ୍ରତିଶତ କମ ରହିବା ଅନୁମାନ କରାଯାଉଛି । ସେହିପରି କାନାଡ଼ାର ବି ସମାନ ସ୍ଥିତି ଅନୁମାନ କରାଯାଇଛି ।

ଭାରତ-ପାକିସ୍ତାନ ଭଲ ସ୍ଥିତିରେ

ତେବେ ଇରାନ ଦେଶ ଭାରତ ଓ ପାକିସ୍ତାନ ପାଇଁ ଏକ ପ୍ରକାର ଲାଭଦାୟକ ସାବ୍ୟସ୍ଥ ହୋଇଛି । ଭାରତର ଆର୍ଥିକ ଅବିବୃଦ୍ଧି ଉଭୟ ୨୦୨୬ ଓ ୨୦୨୭ରେ ୦.୧ ପ୍ରତିଶତ ବୃଦ୍ଧି ହେବା ଅନୁମାନ କରାଯାଇଛି । ୨୦୨୬ ଓ ୨୦୨୭ରେ ଏହା ୬.୫ ପ୍ରତିଶତ ରହିବା ଅନୁମାନ କରାଯାଉଛି । ସେହିପରି ପାକିସ୍ତାନ ପାଇଁ ସବୁଠାରୁ ଅଧିକ ସୁଧାର ଦେଖିବାକୁ ମିଳୁଛି । ୨୦୨୬ରେ ୦.୬ ପ୍ରତିଶତ ଓ ୨୦୨୭ରେ ୦.୬ ପ୍ରତିଶତ ବୃଦ୍ଧି ଅନୁମାନ କରାଯାଉଛି ।

ବ୍ରାଜିଲ-ଋଷ ପାଇଁ ଭଲ ଖବର

ସେହିପରି ଇରାନ ଯୁଦ୍ଧ ଯୋଗୁଁ ଉପୁଜି ଥିବା ସ୍ଥିତିରେ ବ୍ରାଜିଲ ଓ ଋଷ ପାଇଁ ଭଲ ଖବର ରହିଛି । ଯୁଦ୍ଧ ଯୋଗୁଁ ପ୍ରାୟ ସବୁ ରାଷ୍ଟ୍ର ସଙ୍କଟରେ ପଡିଥିବା ବେବଳେ ଉଭୟ ପ୍ରଜିଲ ଓ ଋଷର ଅଭିବୃଦ୍ଧି ୦.୩ ପ୍ରତିଶତ ବଢ଼ିବା ଅନୁମାନ କରାଯାଇଛି । ଏମିତି ସ୍ଥିତିରେ ଆଇଏମଏଫ ଚେତାବନୀ ଦେଇ କହିଛି, ଯଦି ଯୁଦ୍ଧ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିବ କିମ୍ବା ବିସ୍ତାର ହେବ ତେବେ ବିଶ୍ବ ଅର୍ଥବ୍ୟବସ୍ଥା ଆହୁରି ଦୁର୍ବଳ ହେବ । ଏହାବାଦ ଋଣ, ଦେଶ ଦେଶ ମଧ୍ୟରେ ବିବାଦ ଓ ବଜାରରେ ଅନିଶ୍ଚିତତା ବି ସ୍ଥିତିକୁ ବିଗାଡି ପାରେ ।

ଟ୍ରମ୍ପଙ୍କ ଦାବିକୁ ଇରାନର ଖଣ୍ଡନ

ନନ୍ଦିଘୋଷ ବ୍ୟୁରୋ : ଇରାନ ଯୁଦ୍ଧକୁ ନେଇ ଟ୍ରମ୍ପ ଦାବି କରୁଛନ୍ତି ଓ ଟ୍ରମ୍ପଙ୍କ ଦାବିକୁ କିନ୍ତୁ ଇରାନ ଖଣ୍ଡନ କରୁଛି । ଯୁଦ୍ଧ ଆରମ୍ଭରୁ ଏପର୍ଯ୍ୟନ୍ତ ଟ୍ରମ୍ପ ଅନେକ କଥା କହି ସାରିଲେଣି କିନ୍ତୁ ଏହାର ସତ୍ୟତା ଉପରେ ସବୁବେଳେ ପ୍ରଶ୍ନ ଉଠିଛି । ଇରାନ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ବଡ଼ ଦାବି କରୁଛନ୍ତି । ସେ କହିଛନ୍ତି, ଇରାନ ତାର ୟୁରାନିୟମ ଆମକୁ ଦେବା ପାଇଁ ରାଜି ହୋଇଛି। ଆଲୋଚନା ଚାଲିଛି। ଜଲଦି ଡିଲ୍ ହେବ। ଯୁଦ୍ଧ ବିରତି ଆଉ ବଢ଼ାଇବା ଦରକାର ନାହିଁ । ଏହି ସପ୍ତାହ ଶେଷରେ ପୁଣି ଥରେ ଆଲୋଚନା ହେବ ଓ ଡିଲ୍ ହୋଇପାରେ ବୋଲି କହିଛନ୍ତି ଟ୍ରମ୍ପ। ସେ କହିଛନ୍ତି, ଖୁବ ଶୀଘ୍ର ଆମେ ବିଜୟ ହାସଲ କରିବାକୁ ଯାଉଛୁ। ଇରାନର ଆଉ ନୌସେନା ନାହିଁ। ଆମେ ସେମାନଙ୍କର ୧୫୮ଟି ଜାହାଜ ବୁଡ଼ାଇ ଦେଇଛୁ । ଖୁବ ଶୀଘ୍ର ଡିଲ୍ ହେବ । ଯଦି ଆଲୋଚନା ସଫଳ ହୁଏ, ତେବେ ପାକିସ୍ତାନ ଆସିବେ ବୋଲି ମଧ୍ୟ କହିଛନ୍ତି ଟ୍ରମ୍ପ ।

ଟ୍ରମ୍ପଙ୍କ କଥାକୁ ଖଣ୍ଡନ କରିଛି ଇରାନ। ଇରାନ ପକ୍ଷରୁ କୁହାଯାଇଛି, ଟ୍ରମ୍ପ ଦିବାସ୍ଵପ୍ନ ଦେଖୁଛନ୍ତି। ସେପଟେ ଇସ୍ରାଏଲ ଓ ଲେବାନନ ମଧ୍ୟରେ ଅସ୍ତ୍ରବିରତି। ଉଭୟ ପକ୍ଷ ମଧ୍ୟରେ ଅସ୍ତ୍ରବିରତି ହୋଇଥିବାର ଘୋଷଣା କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ସେ କହିଛନ୍ତି, ଏହା ହେଉଛି ଐତିହାସିକ। ୱାଶିଂଟନରେ ଲେବାନନ ଓ ଇସ୍ରାଏଲ ମଧ୍ୟରେ ହୋଇଥିଲା ବୈଠକ। ୩୪ ବର୍ଷ ମଧ୍ୟରେ ଏହା ହେଉଛି ପ୍ରଥମ ଇସ୍ରାଏଲ-ଲେବାନନ ବୈଠକ। ଆଜିଠାରୁ ଏହି ଅସ୍ତ୍ରବିରତି ଆରମ୍ଭ ହୋଇଛି। ଏହାକୁ ମିଶାଇ ୧୦ଟି ଯୁଦ୍ଧ ବନ୍ଦ କରିଥିବାର ଦାବି କରିଛନ୍ତି ଟ୍ରମ୍ପ। ଇସ୍ରାଏଲ ଓ ଲେବାନନର ରାଷ୍ଟ୍ରମୁଖ୍ୟଙ୍କ ସହିତ ଆଲୋଚନା କରି ଯୁଦ୍ଧ ବିରତି କରାଇଥିବାର ଟ୍ରମ୍ପ କହିଛନ୍ତି। ଜାତିସଂଘର ମୁଖ୍ୟ ଗୁଣ୍ଟେରସ ମଧ୍ୟ ସ୍ଵାଗତ କରିଛନ୍ତି। ଏହି ଅସ୍ତ୍ରବିରତି ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରାଇ ଆଣିବାରେ ସହାୟକ ହେବ ବୋଲି ଜାତିସଂଘର ମୁଖ୍ୟ କହିଛନ୍ତି।

ଅଜ୍ଞାତ ବନ୍ଧୁକଧାରୀ, ପାକିସ୍ତାନରେ ଭୟ

ନନ୍ଦିଘୋଷ ବ୍ୟୁରୋ : ଆପଣ ଫିଲ୍ମ ‘ଧୁରନ୍ଧର’ରେ ଦେଖିଥିବେ ଅଜ୍ଞାତ ବନ୍ଧୁକଧାରୀ ମାନେ ଚୁପ୍‌ଚାପ୍ ଆସି, ସଠିକ୍ ଟାର୍ଗେଟରେ ଗୁଳିମାଡ଼ କରି  ଅଦୃଶ୍ୟ ହୋଇଯାଉଥିଲେ । ଭାରତର ପ୍ରମୁଖ ଶତ୍ରୁମାନଙ୍କୁ ଟାର୍ଗେଟ କରୁଥିଲେ। କିଛି ସମାନ ଘଟଣା ପାକିସ୍ତାନରେ ଘଟିଛି । ଅଜ୍ଞାତ ବନ୍ଧୁକଧାରୀଙ୍କ ଟାର୍ଗେଟରେ ଆତଙ୍କବାଦୀ। ପାକିସ୍ତାନର ଲାହୋରରେ ଲସ୍କର-ଏ- ତୋଇବାର ସହ-ପ୍ରତିଷ୍ଠାତା ସଦସ୍ୟ ଏବଂ ଆତଙ୍କବାଦୀ ଆମିର ହମଜା ଉପରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିମାଡ଼ ପରେ ବର୍ତ୍ତମାନ ତା’ ଅବସ୍ଥା ଗୁରୁତର ରହିଛି। । ଏକ ନ୍ୟୁଜ୍ ଚ୍ୟାନେଲ କାର୍ଯ୍ୟାଳୟ ବାହାରେ ଅଜ୍ଞାତ ଆକ୍ରମଣକାରୀମାନେ ତାକୁ ଟାର୍ଗେଟ କରି ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି। ଆମିର ହମଜାର ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି ଏବଂ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ହାଫିଜ ସୟିଦର ଡାହାଣ ହାତ ଭାବେ ପରିଚିତ ଆମିର ହମଜା ଭାରତରେ ହୋଇଥିବା ଅନେକ ବଡ଼ ଆତଙ୍କବାଦୀ ଆକ୍ରମଣରେ ସାମିଲ ରହିଥିଲା । ପାକିସ୍ତାନରେ  ପୁଣି ଅଜ୍ଞାତ ଆକ୍ରମଣକାରୀମାନେ ଆତଙ୍କ ସୃଷ୍ଟି କରିଛନ୍ତି। ଏହି ଘଟଣା ଫିଲ୍ମ ‘ଧୁରନ୍ଧର’ ପରି ଲାଗୁଛି — ଚୁପ୍‌ଚାପ୍ ଆସିବା, ସଠିକ୍ ଟାର୍ଗେଟରେ ଗୁଳିମାଡ଼ କରିବା ଏବଂ ଅଦୃଶ୍ୟ ହୋଇଯିବା। ଏଥର ଅଜ୍ଞାତ ଆକ୍ରମଣକାରୀଙ୍କର ଟାର୍ଗେଟରେ ଥିଲା ଭାରତର ଏକ ପୁରୁଣା ଏବଂ ଭୟଙ୍କର ଶତ୍ରୁ ଆମିର ହମଜା। ଲାହୋରର ରାସ୍ତାରେ ଏକ ନ୍ୟୁଜ୍ ଚ୍ୟାନେଲ ଅଫିସ ବାହାରେ ତାକୁ ଘେରି ଲଗାତାର ଗୁଳିବର୍ଷଣ କରାଯାଇଥିଲା, ଯାହାଫଳରେ ବର୍ତ୍ତମାନ ତା’ ଅବସ୍ଥା ଗୁରୁତର ରହିଛି । ଏହି ଆକ୍ରମଣ ପାକିସ୍ତାନର ସୁରକ୍ଷା ଏଜେନ୍ସି ଗୁଡ଼ିକର ନିଦ ହଜାଇ ଦେଇଛି।

ଆମିର ହମଜା କେବଳ ଏକ ସାଧାରଣ ଆତଙ୍କବାଦୀ ନଥିଲା । । ସେ ହାଫିଜ ସଈଦ ସହିତ ମିଶି ଲସ୍କର-ଏ- ତୋଇବା ସ୍ଥାପନ କରିଥିଲା । ଲସ୍କର-ଏ- ତୋଇବାର ପ୍ରତିଷ୍ଠାତା ସଦସ୍ୟ ଥିଲା। ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରିବା ପାଇଁ ସେମାନଙ୍କ ବ୍ରେନ୍‌ୱାସ୍ କରୁଥିଲା। ୨୦୧୨ ମସିହାରେ ଆମେରିକାର ସରକାର ତାକୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିଥିଲା ।

ସେ ଲସ୍କର ପାଇଁ ଅର୍ଥ ସଂଗ୍ରହ, ନୂଆ ଯୁବକଙ୍କ ନିଯୁକ୍ତି ଏବଂ ଧରାପଡ଼ିଥିବା ଆତଙ୍କବାଦୀଙ୍କୁ ଛଡ଼ାଇବା ପାଇଁ ଯୋଜନା କରିବାରେ ମଧ୍ୟ ଦକ୍ଷ ଥିଲେ । ୨୦୧୮ରେ ପାକିସ୍ତାନର ଉପରେ ଅନ୍ତର୍ଜାତୀୟ ଚାପ ବଢ଼ିବା ପରେ ଲସ୍କର ଉପରେ କାର୍ଯ୍ୟାନୁଷ୍ଠାନ ହେବା ସମୟରେ ସେ ‘ଜୈଶ-ଏ-ମନକାଫା’ ନାମକ ଏକ ନୂଆ ଶାଖା ତିଆରି କରିଥିଲା , ଯାହାଦ୍ୱାରା କାଶ୍ମୀରରେ ଆତଙ୍କବାଦ ଜାରି ରଖିପାରିବ।

ସେ ଭାରତରେ ହୋଇଥିବା ଅନେକ ଆକ୍ରମଣ ସମେତ ଏକାଧିକ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଛି। ହାମଜା ଆଫଗାନିସ୍ତାନ ମୁଜାହିଦ୍ଦିନର ଜଣେ ଭେଟେରାନ ସଦସ୍ୟ ଥିଲା । ଆମିର ହମଜା ,ମୌଲାନା ଆମିର ହମଜା ବା ଆବୁ ହମଜା ଭାବେ ମଧ୍ୟ ପରିଚିତ । ୨୦୦୦ ମସିହାର ଆରମ୍ଭରେ ଲସ୍କରର ଭାରତରେ ଆଧାର ସ୍ଥାପନ ଏବଂ ନେଟୱର୍କ ତିଆରି କରିବାର ଦାୟିତ୍ୱ ଆମିର ହମଜା ଉପରେ ଥିଲା । ଡିସେମ୍ବର ୨୮, ୨୦୦୫ରେ ବାଙ୍ଗାଲୋରର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (IISc) କ୍ୟାମ୍ପସ୍‌ରେ ଆତଙ୍କବାଦୀ ଆକ୍ରମଣ , ୨୦୦୧ ପାର୍ଲାମେଣ୍ଟ ଉପରେ ଆକ୍ରମଣ, ୨୦୦୫ ଦିଲ୍ଲୀ ବୋମା ବିସ୍ଫୋରଣ,୨୦୦୬ ମୁମ୍ବାଇ ଟ୍ରେନ୍ ବୋମା ବିସ୍ଫୋରଣ, ୨୦୦୮ ମୁମ୍ବାଇ ୨୬/୧୧ ଆକ୍ରମଣ , ୨୦୧୬ ଉରି ଆର୍ମି କ୍ୟାମ୍ପ ଉପରେ ଆକ୍ରମଣ,୨୦୦୬ ନାଗପୁର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟାଳୟ ଆକ୍ରମଣର ଯୋଜନାରେ ସାମିଲ ଥିଲା ।

ପାକିସ୍ତାନରେ ଗତ କିଛି ବର୍ଷ ଧରି ଲଶ୍କର-ଏ-ତୋୟବା (LeT), ଜୈଶ-ଏ-ମହମ୍ମଦ୍ (JeM) ଏବଂ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନର ନେତାମାନଙ୍କୁ ଅଜ୍ଞାତ ବନ୍ଦୁକଧାରୀମାନେ ଟାର୍ଗେଟ କରୁଛନ୍ତି । ପରମଜିତ୍ ସିଂହ ପଞ୍ଜୱାର ଖାଲିସ୍ତାନ୍ କମାଣ୍ଡୋ ଫୋର୍ସ (KCF) ମୁଖ୍ୟ, ଶାହିଦ୍ ଲତିଫ୍ ଜୈଶ-ଏ-ମହମ୍ମଦର କମାଣ୍ଡର, ମୁଫ୍ତି କାଇସର ଫାରୁକ୍ — ହାଫିଜ୍ ସଈଦ୍‌ଙ୍କ ନିକଟତମ ସହଯୋଗୀ,ଆବୁ ସଇଫୁଲ୍ଲା ଖାଲିଦ୍ ଲଶ୍କର-ଏ-ତୋୟବାର କମାଣ୍ଡର,ଆବୁ କାତାଲ୍ ହାଫିଜ୍ ସଈଦ୍‌ର ନିକଟତମ ସହଯୋଗୀ ,ମୌଲାନା କାଶିଫ୍ ଅଲ୍ଲୀ ଓ କାରୀ ଆବ୍ଦୁ ରହମାନ୍ ହାଫିଜ୍ ସଈଦ୍‌ଙ୍କ ଆତ୍ମୀୟ , ବିଲାଲ୍ ଆରିଫ୍ ସଲଫି ପ୍ରମୁଖ ଆତଙ୍କବାଦୀଙ୍କୁ ଅଜ୍ଞାତ ବନ୍ଧୁକଧାରୀମାନେ ୨୦୨୪ରୁ ୨୦୨୬ମଧ୍ୟରେ ଟାର୍ଗେଟ କରିଛନ୍ତି ।

 

 

 

 

ତିରୋଧାନ ଦିବସରେ ବିଜୁ ବାବୁଙ୍କୁ ମନେ ପକାଉଛି ଓଡ଼ିଶା, ନବୀନ ଦେଲେ ଶ୍ରଦ୍ଧାଞ୍ଜଳି

ତିରୋଧାନ ଦିବସରେ ବିଜୁ ବାବୁଙ୍କୁ ମନେ ପକାଉଛି ଓଡ଼ିଶା, ନବୀନ ଦେଲେ ଶ୍ରଦ୍ଧାଞ୍ଜଳି

ନନ୍ଦିଘୋଷ ବ୍ୟୁରୋ: ଆଜି ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ, ମହାନ୍ ଜନନାୟକ, ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ୨୯ ତମ ତିରୋଧାନ ଦିବସ । କୋଟି ଓଡ଼ିଆଙ୍କ ଜନନାୟକ ବିଜୁ ବାବୁଙ୍କୁ ଆଜି ମନେ ପାକଉଛନ୍ତି ରାଜ୍ୟବାସୀ । ରାଜ୍ୟର ସବୁ ସ୍ଥାନରେ ବିଜୁ ବାବୁଙ୍କୁ ସ୍ମୃତିରେ ବିଭିନ୍ନ କାର୍ଯ୍ୟକ୍ରମମାନ କରାଯାଉଛି ।

ଶ୍ରଦ୍ଧା ଓ ସମ୍ମାନର ସହିତ ବିଜୁ ଜନତା ଦଳର କର୍ମୀ, କର୍ମକର୍ତ୍ତା, ନେତୃବୃନ୍ଦ, ଯୁବ, ଛାତ୍ର, ମହିଳା ଶାଖା ତଥା ସମସ୍ତ ପ୍ରମୁଖ ଦଳୀୟ ସଂଗଠନର କର୍ମକର୍ତ୍ତା ଏବଂ ସଦସ୍ୟମାନଙ୍କ ଦ୍ବାରା ସାରା ରାଜ୍ୟରେ ପାଳିତ ହେଉଛି ତିରୋଧାନ ଦିବସ । ଅନେକ ସ୍ଥାନରେ ରକ୍ତଦାନ ଶିବିର ସହ ସନ୍ଧ୍ୟାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ସେହିଭଳି ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ସନ୍ଧ୍ୟାରେ ସ୍ବତନ୍ତ୍ର ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରହିଛି । ବିଜେଡି ସଂସଦୀୟ ଦଳ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିବେ ।

ନବୀନ ଦେଲେ ଶ୍ରଦ୍ଧାଞ୍ଜଳି

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବିରୋଧୀ ଦଳ ନେତା ତାଙ୍କ ତାଙ୍କ ପୁଅ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆରେ ନବୀନ ପୋଷ୍ଟ କରି ଲେଖିଛନ୍ତି, ଓଡ଼ିଶାର ଗୌରବ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଦେଶର ସ୍ଵାଧୀନତା ସଂଗ୍ରାମରେ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ । ଲୋକଙ୍କ ହାତରେ କ୍ଷମତା ପ୍ରଦାନ କରି ସେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିଥିଲେ । ରାଜନୀତିରେ ମହିଳାଙ୍କ ପାଇଁ ସଂରକ୍ଷଣ, ଶିଳ୍ପଠୁ ଆରମ୍ଭ କରି ଓଡ଼ିଆ ସ୍ଵାଭିମାନ ରକ୍ଷାରେ ତାଙ୍କର ଅବଦାନ ଅତୁଳନୀୟ । ବିଜୁ ବାବୁଙ୍କ ନୀତି ଓ ଆଦର୍ଶରେ ବିଜୁ ଜନତା ଦଳ ଓଡ଼ିଶା ମାଟିର ସେବାରେ ସଦା ସମର୍ପିତ ।

ସେହିପରି ବିଜେଡି ତରଫରୁ ଭୁବନେଶ୍ବର ଫରେଷ୍ଟ ପାର୍କ ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶଅଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଏଥିରେ ବିଜେଡିର ବହୁ ନେତା ସାମିଲ ହୋଇ ବିଜୁ ବାବୁଙ୍କ ଅବଦନାକୁ ସ୍ମରଣ କରିଥିଲେ । ଦଳ ତରଫରୁ ବିନ୍ଦୁସାଗରରେ ତିଳତର୍ପଣ କରାଯାଉଛି । ଏହି ତିଳତର୍ପଣରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ଦେବୀ ମିଶ୍ର, ମେୟର ସୁଲୋଚନା ଦାସଙ୍କ ସମେତ ବହୁ ବରିଷ୍ଠ ବିଜେଡି ନେତା-ନେତ୍ରୀ, ବିଜୁ ପ୍ରେମୀ ସାମିଲ ହୋଇଛନ୍ତି ।

ନନ୍ଦିଘୋଷ ବ୍ୟୁରୋ : ସଂସଦରେ ଆଗତ ୧୩୧ ତମ ସମ୍ବିଧାନ ସଂଶୋଧନ ବିଲ୍ ଓଡ଼ିଶାର ସ୍ୱାର୍ଥ ବିରୋଧୀ ବୋଲି ବିଜୁ ଜନତା ଦଳର ସଭାପତି ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି। ଦଳମତ ନିର୍ବିଶେଷରେ ଜାତୀୟ ସ୍ତରରେ ଓଡ଼ିଶାର ସମ୍ମାନ ଓ ସ୍ୱାର୍ଥ ରକ୍ଷା ପାଇଁ ସମସ୍ତ ସାଂସଦଙ୍କୁ ଏକଜୁଟ ହୋଇ ବିରୋଧ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଆଜି ରାଜ୍ୟର ସମସ୍ତ ସାଂସଦଙ୍କୁ ଚିଠି ଲେଖି ନବୀନ ପଟ୍ଟନାୟକ କହିଛନ୍ତି ଯେ, ସଂସଦରେ ଆଗତ ୧୩୧ ତମ ସମ୍ବିଧାନ ସଂଶୋଧନ ବିଲ୍‌କୁ ଆମେ ସମର୍ଥନ କରିବୁ ଯଦି ଲୋକସଭାରେ ଓଡ଼ିଶାର ପ୍ରତିନିଧିତ୍ୱ ପ୍ରଭାବିତ ନ ହୁଏ। ପ୍ରସ୍ତାବିତ ବିଲ୍ ଉଦ୍ଦିଷ୍ଟ ଆଭିମୁଖ୍ୟକୁ ବିରୋଧ କରୁଛି ବୋଲି ସେ ଦର୍ଶାଇଛନ୍ତି।ନବୀନ ପଟ୍ଟନାୟକ କହିଛନ୍ତି, “ନାରୀ ସଂରକ୍ଷଣ ପ୍ରସଙ୍ଗକୁ ସୀମା ପୁନଃ ନିର୍ଦ୍ଧାରଣ ସହ ଯୋଡ଼ି ନ ଦେଇ ପୃଥକ ଭାବେ କେନ୍ଦ୍ର ସରକାର ଆଣିବା ଉଚିତ୍। ନାରୀ ସଶକ୍ତିକରଣ ଓ ଜନପ୍ରତିନିଧି ବ୍ୟବସ୍ଥାରେ ମହିଳାଙ୍କ ପ୍ରତିନିଧିତ୍ୱକୁ ବିଜେଡି ସମର୍ଥନ କରି ଆସୁଛି। ମହିଳାଙ୍କୁ ସଂସଦ ଓ ବିଧାନସଭାରେ ପ୍ରତିନିଧିତ୍ୱ ପାଇଁ ଆସନ ସଂରକ୍ଷିତ ରଖିବା ବ୍ୟବସ୍ଥା ସମୟୋପଯୋଗୀ ଏବଂ ଏହାର ଆବଶ୍ୟକତା ମଧ୍ୟ ରହିଛି। ମୁଁ ବ୍ୟକ୍ତିଗତ ଭାବେ ଏହାକୁ ଦୃଢ଼ ଭାବେ ସମର୍ଥନ କରେ।”ସେ ଆହୁରି କହିଛନ୍ତି, “ବିଜୁ ବାବୁ ପଞ୍ଚାୟତିରାଜ ବ୍ୟବସ୍ଥାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ କରି ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାକୁ ପରିଚିତ କରାଇଥିଲେ। ବିଜୁ ଜନତା ଦଳ ନାରୀ ଶକ୍ତି ବନ୍ଦନ ଅଧିନିୟମ ୨୦୨୩କୁ ମଧ୍ୟ ସମର୍ଥନ କରିଥିଲା। କିନ୍ତୁ ସମ୍ପ୍ରତି ସଂସଦରେ ଆଗତ ସମ୍ବିଧାନ ସଂଶୋଧନ ବିଧେୟକରେ ସ୍ପଷ୍ଟତା ନ ଥିବାରୁ ଏହା ଆମ ପାଇଁ ଚିନ୍ତାର କାରଣ ପାଲଟିଛି।”

ନବୀନ ପଟ୍ଟନାୟକ କହିଛନ୍ତି ଯେ, ଲୋକସଭାର ମୋଟ ଆସନର ୩.୯ ପ୍ରତିଶତ ଓଡ଼ିଶା ପ୍ରତିନିଧିତ୍ୱ କରୁଛି, ଯାହା ୨୧ଟି ଆସନରେ ସୀମିତ। ସୀମାପୁନଃନିର୍ଦ୍ଧାରଣ ବିଲ୍ ପାରିତ ହେଲେ ଏହି ଆସନ ସଂଖ୍ୟା ୨୯ ହେବ ସତ୍ୟ, କିନ୍ତୁ ମୋଟ ଆସନର ପ୍ରତିଶତ ହ୍ରାସ ପାଇ ୩.୪ ପ୍ରତିଶତ ହୋଇଯିବ। ଏହା ଲୋକସଭାରେ ରାଜ୍ୟର ସ୍ୱରକୁ ଦୁର୍ବଳ କରିବ। ଦୁର୍ବିପାକ ପରିଚାଳନା, ଜନଜାତି କଲ୍ୟାଣ, ଆଞ୍ଚଳିକ ବିକାଶ ଭଳି ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକ ଜାତୀୟ ସ୍ତରରେ ଉପେକ୍ଷିତ ହେବ ବୋଲି ସେ ଚିନ୍ତା ପ୍ରକାଶ କରିଛନ୍ତି।ଏହା କେବଳ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ, ବରଂ ସଂଘୀୟ ବ୍ୟବସ୍ଥାରେ ଅସନ୍ତୁଳନ ସୃଷ୍ଟି କରିବ ବୋଲି ନବୀନ କହିଛନ୍ତି। ସଂସଦରେ ପ୍ରତିନିଧିତ୍ୱ ରାଜ୍ୟ ପାଇଁ କେବଳ ଏକ ସଂଖ୍ୟା ନୁହେଁ, ଏହା ଓଡ଼ିଆ ଅସ୍ମିତା ଓ ପ୍ରତ୍ୟେକ ଓଡ଼ିଆଙ୍କ ଆଶା-ଆକାଂକ୍ଷାର ପ୍ରତୀକ।ସେ ଆହୁରି କହିଛନ୍ତି ଯେ, ଭାରତରେ ଜନସଂଖ୍ୟା ନିୟନ୍ତ୍ରଣ ଓ ମାନବ ସମ୍ବଳ ବିକାଶ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିଛି। କିନ୍ତୁ ଜନସଂଖ୍ୟା ଆଧାରିତ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାରେ ରାଜ୍ୟର ସ୍ୱାର୍ଥ ବଳି ପଡ଼ୁଛି। ଜନସଂଖ୍ୟା ବହୁଳ ରାଜ୍ୟଗୁଡ଼ିକ ଏଥିରୁ ଅଧିକ ଫାଇଦା ପାଇବେ ଏବଂ କେନ୍ଦ୍ରୀୟ ଅନୁଦାନ ଓ ଯୋଜନାର ସୁଫଳ ସେମାନଙ୍କୁ ଅଧିକ ମିଳିବ, ଅପରପକ୍ଷେ ଓଡ଼ିଶା ବଞ୍ଚିତ ହେବ।ନବୀନ ପଟ୍ଟନାୟକ ସମସ୍ତ ସାଂସଦଙ୍କୁ ଅର୍ଥନୈତିକ ଓ ରାଜନୈତିକ ଭବିଷ୍ୟତକୁ ଦୃଷ୍ଟିରେ ରଖି ଦଳମତ ନିର୍ବିଶେଷରେ ଓଡ଼ିଶାର ସ୍ୱାର୍ଥ ପାଇଁ ସ୍ୱର ଉଠାଇବାକୁ ଆହ୍ୱାନ ଦେଇଛନ୍ତି। ଯଦି ଓଡ଼ିଶାର ନ୍ୟାୟୋଚିତ ଦାବି ପ୍ରତି କର୍ଣ୍ଣପାତ କରା ନଯାଏ, ତେବେ ବିଜୁ ଜନତା ଦଳ ଏହି ପ୍ରସଙ୍ଗରେ ଲୋକଙ୍କ ପାଖକୁ ଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି

ଚୀନର ଗୁପ୍ତ ସ୍ୟାଟେଲାଇଟ ଇରାନକୁ କରିଛି ସାହାଯ୍ୟ

ନନ୍ଦିଘୋଷ ବ୍ୟୁରୋ : ଇରାନ୍ ଗୁପ୍ତ ଭାବେ ଚୀନ୍ ନିର୍ମିତ ଏକ ଉଚ୍ଚ ରିଜୋଲ୍ୟୁସନ୍ ସ୍ପାଇ ସ୍ୟାଟେଲାଇଟ୍ କିଣି ଆମେରିକାର ମଧ୍ୟପ୍ରାଚ୍ୟରେ ଥିବା ସୈନ୍ୟ ଘାଟିଗୁଡ଼ିକୁ ନିରୀକ୍ଷଣ ଏବଂ ଟାର୍ଗେଟ୍ କରିବାରେ ବ୍ୟବହାର କରିଥିବା ଏକ ବଡ଼ ରିପୋର୍ଟ ପ୍ରକାଶ ପାଇଛି। ଇରାନର ଇସ୍‌ଲାମିକ୍ ରେଭୋଲ୍ୟୁସନାରୀ ଗାର୍ଡ୍ କର୍ପ୍ସ (IRGC) ଏହି ସ୍ୟାଟେଲାଇଟ୍ ବ୍ୟବହାର କରି ଯୁଦ୍ଧ ସମୟରେ ଆମେରିକାର ଘାଟିଗୁଡ଼ିକର ପୂର୍ବ ଏବଂ ପର ଚିତ୍ର ଉଠାଇଥିଲା। ୨୦୨୪ ଶେଷ ଭାଗରେ ଇରାନ୍ ଚୀନର ଏକ କମ୍ପାନୀରୁ TEE-01B ନାମକ ଏହି ପୃଥିବୀ ପର୍ଯ୍ୟବେକ୍ଷଣ ସ୍ୟାଟେଲାଇଟ୍ କିଣିଥିଲା। ଏହା ଚୀନ୍‌ରୁ ଲଞ୍ଚ୍ ହେବା ପରେ “ଇନ୍-ଅର୍ବିଟ୍ ଡେଲିଭରୀ” ମାଧ୍ୟମରେ ଇରାନ୍‌କୁ ହସ୍ତାନ୍ତରିତ ହୋଇଥିଲା। ଏହି ଡିଲ୍‌ରେ ଇରାନ୍‌କୁ ଚୀନ୍‌ରୁ ସ୍ୟାଟେଲାଇଟ୍ ନିୟନ୍ତ୍ରଣ ଏବଂ ଡାଟା ସେବା ମଧ୍ୟ ମିଳିଥିଲା।
TEE-01B ସ୍ୟାଟେଲାଇଟ୍ ପ୍ରାୟ ୦.୫ ମିଟର ରିଜୋଲ୍ୟୁସନ୍‌ରେ ଛବି ଉଠାଇପାରେ, ଯାହା ଇରାନର ନିଜସ୍ୱ ନୂର-୩ ସ୍ୟାଟେଲାଇଟ୍‌ର ତୁଳନାରେ ବହୁତ ଉନ୍ନତ। ଏହା ସାହାଯ୍ୟରେ ଇରାନ୍ ସାଉଦି ଆରବ, ବାହାରୀନ୍ ଏବଂ ଇରାକ୍‌ରେ ଥିବା ଆମେରିକାର ଏୟାର ଘାଟିଗୁଡ଼ିକୁ ନିରୀକ୍ଷଣ କରିଥିଲା ଏବଂ ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ ପୂର୍ବରୁ ଏବଂ ପରେ କ୍ଷୟକ୍ଷତି ଯାଞ୍ଚ କରିଥିଲା।ଏହି ସ୍ୟାଟେଲାଇଟ୍ ଚୀନର Earth Eye Co. ପକ୍ଷରୁ ଲଞ୍ଚ୍ କରାଯାଇଥିଲା। ପରେ ଏହାକୁ ଇରାନର ଇସ୍‌ଲାମିକ୍ ରେଭୋଲ୍ୟୁସନାରୀ ଗାର୍ଡ୍ କର୍ପ୍ସର ଏରୋସ୍ପେସ୍ ଫୋର୍ସ ନିଜ ନିୟନ୍ତ୍ରଣକୁ ନେଇଥିଲା।
ରିପୋର୍ଟ ଅନୁସାରେ ଏହି ସ୍ୟାଟେଲାଇଟ୍ ମାର୍ଚ୍ଚ ୧୩, ୧୪ ଓ ୧୫ ତାରିଖରେ ସାଉଦି ଆରବର ପ୍ରିନ୍ସ ସୁଲତାନ୍ ଏୟାର ବେସ୍ର ଫଟୋ ଉଠାଇଥିଲା। ମାର୍ଚ୍ଚ ୧୫ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଥିଲେ ଯେ ଏୟାରବେସ୍‌ରେ ଥିବା ଏକ ଆମେରିକୀୟ ଯୁଦ୍ଧ ବିମାନକୁ ନଷ୍ଟ କରାଯାଇଥିଲା। ସେହିପରି କୁଏତ୍ ସ୍ଥିତ ଏୟାରବେସ୍ ଏବଂ ଓମାନ୍ ସ୍ଥିତ ଅନ୍ତର୍ଜାତୀୟ ବିମାନବନ୍ଦର ସମ୍ପର୍କରେ ମଧ୍ୟ ଅନେକ ତଥ୍ୟ ଇରାନ୍ ନିକଟକୁ ଯାଇଥିବା ସୂଚନା ମିଳିଛି।ଏହି ଖବର ପ୍ରକାଶ ପାଇବା ପରେ ଚୀନ୍ ଏହାକୁ “ଅସତ୍ୟ ଏବଂ ଅନୁମାନଭିତ୍ତିକ” ବୋଲି ଖଣ୍ଡନ କରିଛି। ବିଶେଷଜ୍ଞମାନେ କହୁଛନ୍ତି ଯେ, ଏହି ଘଟଣା ଚୀନ୍-ଇରାନ୍ ମଧ୍ୟରେ ବଢ଼ୁଥିବା କୌଶଳିକ ସହଯୋଗର ଏକ ନୂତନ ଉଦାହରଣ। ଇରାନ୍ ଏହି ସ୍ୟାଟେଲାଇଟ୍ ସାହାଯ୍ୟରେ ନିଜର ଆକ୍ରମଣ କ୍ଷମତାକୁ ବହୁତ ବଢ଼ାଇ ପାରିଛି ବୋଲି ମନେ କରାଯାଉଛି।

ବିରୋଧୀ ଦଳର ବିଶାଳ ଗଣଧାରଣା

ନନ୍ଦିଘୋଷ ବ୍ୟୁରୋ : ପଲାସା-ଇଚ୍ଛାପୁରମ ରେଲ ଅଂଚଳକୁ ପୂର୍ବତଟ ରେଳପଥରୁ ବାଦ ଦିଆଯାଇଛି । ପୂର୍ବରୁ ୱାଲଟିୟର ରେଳ ଡିଭିଜନକୁ ପୂର୍ବତଟ ରେଳପଥ ଜୋନରୁ ବାଦ ଦିଆଯାଇଥିଲା । ପୂର୍ବତଟ ରେଳପଥର ସୀମାକୁ ବାରମ୍ବାର ସଂକୋଚିତ କରାଯଉଛି । ପୂର୍ବତଟ ରେଳପଥର ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ବିରୋଧୀ । ଆଜି ବିରୋଧୀ ଦଳ ଏକ ବିଶାଳ ଗଣଧାରଣା ଦେଇଛି । ପୂର୍ବତଟ ରେଳପଥ ଜୋନ ଅଫିସ ଆଗରେ ୧୦ଟି ରାଜନୈତିକ ଦଳର ବିଶାଳ ଗଣଧାରଣା । କଂଗ୍ରେସ, ବିଜେଡି, ସିପିଆଇ, ସିପିଆଇ-ଏମଏଲ, ଫରୱାର୍ଡ ବ୍ଲକ, ସମାଜବାଦୀ ପାର୍ଟି, ଏନସିପି, ଆରଜେଡି, ସମତାକ୍ରାନ୍ତି ଦଳ ପ୍ରମୁଖ ଏହି ଗଣଧାରଣରେ ସାମିଲ ହୋଇଛନ୍ତି । ବିରୋଧୀ ଦଳଗୁଡିକର ୫ ଦଫା ଦାବିଗୁଡିକ ହେଲା, ୱାଲଟିୟର ରେଳ ଡିଭିଜନକୁ ପୂର୍ବତଟ ରେଳପଥ ଜୋନକୁ ଫେରାଇଆଣିବା। ପଲାସା-ଇଚ୍ଛାପୁରମ ରେଲ ଅଂଚଳକୁ ସ୍ଥାନାନ୍ତରଣ ନିଷ୍ପତ୍ତି ବାତିଲ କରିବା। ଓଡିଶା ଭୂଖଣ୍ଡ ମଧ୍ୟରେ ଯାଇଥିବା ସମସ୍ତ ରେଳ ଅଂଚଳକୁ ପୂର୍ବତଟ ରେଳପଥ ଅଧୀନକୁ ଆଣିବା। ସୁନ୍ଦରଗଡ଼, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ଝାଡ଼ସୁଗୁଡା ରେଳଲାଇନ ଗୁଡିକୁ ପୂର୍ବତଟ ରେଳ ଅଧୀନକୁ ଆଣିବା । ଏହି ଅବସରରେ ମିଳିତ ବିରୋଧୀ ଦଳମାନେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ରେଳ ରାଜସ୍ବ ଏବଂ ନିଯୁକ୍ତିରେ ଓଡିଶାକୁ ନ୍ୟାୟ ଦେବା ସହ ପୂର୍ବତଟ ରେଳପଥର ସୁରକ୍ଷା ପାଇଁ ଆଗକୁ ଆନ୍ଦୋଳନ ତୀବ୍ରତର ହେବ । ୧୦ଟି ବିରୋଧୀ ଦଳର ନେତା ପ୍ରତିକ୍ରିୟା ରଖିଛନ୍ତି। ଏହି ଅବସରରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, କଂଗ୍ରେସର ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନ, ସିପିଆଇ ନେତା ଏନ୍. ନାରାୟଣ ରେଡ୍ଡୀ, ସିପିଆଇେମ ରାଜ୍ୟ ସାଧାରଣ ସଂପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ବିଜେଡି ରାଜ୍ୟ ଯୁବ ସଭାପତି ଚିନ୍ମୟ ସାହୁ, ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଲୋକସଭା ସୀମା ନିର୍ଦ୍ଧାରଣ ଓ ଆସନ ସଂଖ୍ୟା ବୃଦ୍ଧି ପ୍ରସଙ୍ଗ ; ଓଡ଼ିଶାର ବହୁତ କ୍ଷତି ହେବ

ଭୁବନେଶ୍ବର: ଲୋକସଭା ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂଖ୍ୟା ବୃଦ୍ଧି ପାଇଁ କେନ୍ଦ୍ର ସରକାର ଯେଉଁ ବିଲ୍ ଆଣିଛନ୍ତି, ଏହା ଦ୍ଵାରା ଓଡ଼ିଶାର ବହୁତ କ୍ଷତି ହେବ ବୋଲି ଅଭିଯୋଗ କରିଛି ବିଜେଡି । ବରିଷ୍ଠ ବିଧାୟକ ଅରୁଣ ସାହୁ କହିଛନ୍ତି, ବିଧାନସଭା ଓ ଲୋକସଭାରେ ଓଡିଶାର ପ୍ରତିନିଧିତ୍ବ କମିବ।
ଯଦି ୫୦ ପ୍ରତିଶତ ଆସନ ବଢ଼େ, ସେହି ଅନୁସାରେ କାହିଁକି ଓଡ଼ିଶାର ଆସନ ବଢ଼ିବ ନାହିଁ। ଓଡ଼ିଶା ଭଳି କେରଳ, ଆନ୍ଧ୍ର, ତେଲେଙ୍ଗାନା, ପଶ୍ଚିମବଂଗ,ତାମିଲନାଡୁ ବି କ୍ଷତି ସହିବେ । ରାଜନୈତିକ ଅଭିସନ୍ଧି ରଖି ବିଜେପି ସୀମା ନିର୍ଧାରଣ କରୁଛି l

ଓଡ଼ିଶାର ବିଜେପି ନେତା ପ୍ରଥମେ ମା ମାଟି କଥା କୁହନ୍ତୁ l ନହେଲେ ଓଡିଶାବାସୀ କେବେ ବି ବିଜେପିକୁ କ୍ଷମା କରିବେ ନାହିଁ l ଷଡଯନ୍ତ୍ର କରି ସୀମା ପୁନଃ ନିର୍ଦ୍ଧାରଣ କରୁଛି। ଏଥିରେ OBC ବର୍ଗର ସବୁଠୁ ଅଧିକ କ୍ଷତି ହେବ l ୨୦୧୧ ଜନ ଗଣନା ନେଇ ସୀମା ପୂର୍ଣ୍ଣନିର୍ଦ୍ଧାରଣ କରାଯାଉଛି । ଯାହା ହେବାକୁ ଯାଉଛି, ସେଥିପ୍ରତି ଦେଶବାସୀ ଓ ରାଜ୍ୟବାସୀ ସତର୍କ ରହନ୍ତୁ ବୋଲି କହିଛନ୍ତି ଅରୁଣ ସାହୁ ।