spot_img
Home Blog Page 43

ଯନ୍ତର ମନ୍ତରରେ CJPର ୩ ନେତା ଗିରଫ, ୫ ଦିନିଆ ହେପାଜତ

ନନ୍ଦିଘୋଷ ବ୍ୟୁରୋ: ସିଜେପି ନେତା ସୌରଭ ଦାସ, ଆଶୁତୋଷ ରାଙ୍କା ଓ ଅଜିଙ୍କ୍ୟ ସିନ୍ଦେ ଗିରଫ । ୫ଦିନ ଲାଗି ବିଚାର ବିଭାଗୀୟ ହେପାଜତକୁ ସେମାନଙ୍କୁ ପଠାଯାଇଛି। ବିନା ଅନୁମତିରେ ଯନ୍ତର ମନ୍ତରରେ ପ୍ରବେଶ କରିବା ଅଭିଯୋଗ କ୍ରମେ ସେମାନଙ୍କୁ ପ୍ରିଭେନଟିଭ ଆରେଷ୍ଟ କରାଯାଇଛି। ଅନଧିକୃତ ପ୍ରବେଶ, ନିଷେଧାଦେଶ ଉଲ୍ଲଂଘନ, ପିସ୍ ବଣ୍ଡର ସର୍ତ୍ତ ଉଲ୍ଲଂଘନ, ସରକାରୀ କର୍ମଚାରୀଙ୍କୁ ସେମାନଙ୍କର ସରକାରୀ କର୍ତ୍ତବ୍ୟ ସମ୍ପାଦନ କରିବାରେ ବାଧା ସୃଷ୍ଟି କରିବା ଆଦି ଅଭିଯୋଗ କରି ସେମାନଙ୍କ ନାମରେ ମାମଲା ରୁଜୁ ହୋଇଛି। ପୂର୍ବରୁ ଅଟକ ଥିବାବେଳେ ଏକ ବର୍ଷ ଲାଗି ଶାନ୍ତି କ୍ଷେତ୍ରରେ ବାଧା ସୃଷ୍ଟି ନ କରିବା ଲାଗି ଆଶୁତୋଷ ଓ ସୌରଭ ବଣ୍ଡରେ ସ୍ବାକ୍ଷର ଦେଇଥିଲେ। ପାର୍ଲାମେଣ୍ଟ ପୋଲିସ ଷ୍ଟେସନରେ ସେମାନଙ୍କୁ ଗିରଫ କରି ରଖାଯାଇଛି। ଗତକାଲିଠାରୁ ଏହି ୩ ନେତାଙ୍କୁ ଅଟକ ରଖିଥିଲା ପୋଲିସ। ଯନ୍ତର ମନ୍ତରରେ ପ୍ରବେଶ କରିବା ଲାଗି ଏକ ଗେଟରେ ଡେଇଁବା ପରେ ସେମାନଙ୍କୁ ଅଟକ ରଖିଥିଲା ପୋଲିସ। ଏହି ୩ ନେତାଙ୍କ ସମେତ କିଛି କର୍ମୀ ଜନତା ଦଳ (ସଂଯୁକ୍ତ) ଅଫିସ ପଟୁ ଯନ୍ତର ମନ୍ତରରେ ପ୍ରବେଶ କରିଥିଲେ। ତେବେ ସେମାନଙ୍କୁ ବାଧା ଦେଇଥିଲା ପୋଲିସ। ମାତ୍ର ସେମାନେ ପ୍ରବେଶ କରିବାବେଳେ ସେମାନଙ୍କୁ ଅଟକ ରଖିଥିଲା ପୋଲିସ।

ଓଡ଼ିଶାରେ ଲଘୁଚାପ ପ୍ରଭାବ, ୧୭ ଯାଏଁ ବର୍ଷା ସମ୍ଭାବନା

ନନ୍ଦିଘୋଷ ବ୍ୟୁରୋ: ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ଏହା ଅଧିକ ଘନୀଭୂତ ହେବ କି ନାହିଁ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଆଜି ଠାରୁ ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ବିଶେଷ କରି ଉପକୂଳ ଓ ଉତ୍ତର ଓଡ଼ିଶାରେ କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ସେପଟେ ସମୁଦ୍ର ପତ୍ତନ ଠାରୁ ୩.୧ କିଲୋମିଟର ଉଚ୍ଚତାରେ ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଦକ୍ଷିଣ-ପଶ୍ଚିମ ବିହାର ଦେଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ବିସ୍ତୃତ ଥିବା ନିମ୍ନ ଚାପ ରେଖା ଦୁର୍ବଳ ହୋଇଯାଇଛି ।

ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ପରିସ୍ଥିତି ଅଧିକ ଘନୀଭୂତ ପାଇଁ ଅନୁକୂଳ ନଥିବାରୁ ଏହା ଲଘୁଚାପ ମଧ୍ୟରେ ସୀମିତ ରହିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଆଜି ଗଂଜାମ ଗଜପତି ଖୋର୍ଦ୍ଧା ପୁରୀ ଓ ନୟାଗଡ ଏହି ୫ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ ୩୦ ରୁ ୪୦ କିମି ଝଟକା ପବନ ସମ୍ଭାବନା ରହିଛି । ଏନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ସେହିପରି କାଲି ବର୍ଷାର ପରିମାଣ ବଢିବା ସହ ମାଲକାନଗିରି କୋରାପୁଟ ରାୟଗଡା ଗଂଜାମ ଗଜପତି ମୟୁରଭଞ୍ଜ କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ ୩୦ ରୁ ୪୦ କିମି ଝଟକା ପବନ ବହିବ । ଏନେଇ ଏହି ସମସ୍ତ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ୧୭ ତାରିଖ ଯାଏ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଆଣିପାଗ ବିଭାଗ ।

ଭାରତ ଆସିବେ ମାର୍କୋ ରୁବିଓ, ଶକ୍ତି ଓ ବାଣିଜ୍ୟ ଉପରେ ଫୋକସ୍

ନନ୍ଦିଘୋଷ ବ୍ୟୁରୋ: ଭାରତ ଆସିବେ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। ୫ ଦିନିଆ ଭାରତ ଗସ୍ତ କାର୍ଯ୍ୟକ୍ରମରେ ଶନିବାର ଦିନ ଭାରତରେ ପହଞ୍ଚିବେ ରୁବିଓ। ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ଲାଗି ଏହି ଗସ୍ତ ଉଦ୍ଦିଷ୍ଟ। ଶକ୍ତି, ସହଭାଗିତା, କୌଶଳଗତ ସମ୍ପର୍କ, ବ୍ୟାବସାୟିକ ନିବେଶ ଆଦି ସମ୍ପର୍କରେ ଦୁଇ ଦେଶ କରିବେ ଆଲୋଚନା। ଦୁଇ ଦେଶର ଉଚ୍ଚସ୍ତରୀୟ ପ୍ରତିନିଧି ଓ ବ୍ୟାବସାୟିକ ପ୍ରତିନିଧି ଆଲୋଚନାରେ ଭାଗ ନେବେ। ଅକ୍ଟୋବର ୧୭ରୁ ୨୨ ଯାଏ ସେ ମୁମ୍ବାଇ ଓ ଜାମନଗର ଗସ୍ତ କରିବେ। ଉଜବେକିସ୍ତାନ ଗସ୍ତ ଶେଷ କରି ସେ ଭାରତ ଆସିବେ। ଚଳିତ ବର୍ଷ ରୁବିଓଙ୍କ ଏହା ହେବ ଦ୍ବିତୀୟ ଭାରତ ଗସ୍ତ। ପଶ୍ଚିମ ଏସିଆରେ ଉତ୍ତେଜନା ଥମି ନଥିବାବେଳେ ଭାରତରେ ଦେଖାଦେଇଥିବା ଶକ୍ତି ସଙ୍କଟର ମୁକାବିଲା ଲାଗି ଏହି ଗସ୍ତ କାଳରେ ଆଲୋଚନା ହେବା ସମ୍ଭାବନା ରହିଛି। ଭାରତ ଓ ୱାଶିଂଟନ ମଧ୍ୟରେ ଶକ୍ତି ଓ ବାଣିଜ୍ୟ ଆଲୋଚନା ଉପରେ ଦୁଇ ଦେଶର ନଜର ରହିଛି। ରୁଷଠାରୁ ତୈଳ କ୍ରୟ କରୁଥିବା ରାଷ୍ଟ୍ର ଉପରେ ଆମେରିକାର ୧୦୦ ପ୍ରତିଶତ ଟାରିଫ ଲାଗୁ ଧମକ ପ୍ରସଙ୍ଗରେ ବି ଏହି ଗସ୍ତ କାଳରେ ଆଲୋଚନା ହେବା ସମ୍ଭାବନା ରହିଛି ।

ଯୌନ ନିର୍ଯାତନା ଅଭିଯୋଗ, ICC ରିପୋର୍ଟ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ୍‌

ବାଲେଶ୍ୱର: ବାଲେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଡିଭିଜନ କାର୍ଯ୍ୟାଳୟରେ ଜଣେ ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ ଓ ମାନସିକ ନିର୍ଯାତନା ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତ ହେଲେ ବାଲେଶ୍ୱର ଡିଭିଜନର ପ୍ରୋଜେକ୍ଟ ମ୍ୟାନେଜର ସୌମ୍ୟକାନ୍ତ ମହାନ୍ତି। କାର୍ଯ୍ୟାଳୟ ଭିତରେ ଘଟିଥିବା ଏହି ସଙ୍ଗୀନ ମାମଲାରେ ତଦନ୍ତ କମିଟିର ରିପୋର୍ଟ ସତ୍ତ୍ୱେ ଅଭିଯୁକ୍ତ ଅଧିକାରୀଙ୍କ ପ୍ରତି କର୍ତ୍ତୃପକ୍ଷଙ୍କ ଅହେତୁକ ଅନୁକମ୍ପା ଏବେ ପ୍ରଶାସନିକ ବ୍ୟବସ୍ଥାର ଉଦାସୀନତାକୁ ପଦାରେ ପକାଇଛି। ବାଲେଶ୍ୱର ଡିଭିଜନରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ପ୍ରୋଜେକ୍ଟ ମ୍ୟାନେଜର ସୌମ୍ୟକାନ୍ତ ମହାନ୍ତି ରାତି ଅଧରେ ଅଶ୍ଳୀଳ ମେସେଜ୍ ପଠାଇବା ସହ ଚାମ୍ବରକୁ ଡାକି ମଦ୍ୟପାନ ଅବସ୍ଥାରେ ଅସଦାଚରଣ ଓ ଯୌନ ନିର୍ଯାତନା ଦେଇଥିବା ନେଇ ଗତ ଜାନୁଆରୀ ପ୍ରଥମ ସପ୍ତାହରେ ଅଭିଯୋଗ ଉଠିଥିଲା। ଏହା ପରେ ୧୫ ଜାନୁଆରୀ ୨୦୨୬ରେ ପୀଡ଼ିତା ଭୁବନେଶ୍ୱରସ୍ଥିତ ସିଏମ୍‌ଡିଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିବା ପରେ ଫେବୃଆରୀ ମାସରେ ଅନ୍ତରୀଣ ଅଭିଯୋଗ କମିଟି ବା ଆଇସିସି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା।

ଉଭୟ ପକ୍ଷଙ୍କ ବୟାନ ରେକର୍ଡ କରିବା ପରେ ୭ ମାର୍ଚ୍ଚ ୨୦୨୬ରେ ପ୍ରଦାନ କରାଯାଇଥିବା ଅନ୍ତିମ ରିପୋର୍ଟରେ ପୀଡ଼ିତାଙ୍କ ଅଭିଯୋଗ ସତ୍ୟ ଏବଂ ପୋଶ୍ ଆକ୍ଟ, ୨୦୧୩ ଅଧୀନରେ ଦଣ୍ଡନୀୟ ବୋଲି ପ୍ରମାଣିତ ହୋଇଥିଲା। କମିଟି ପକ୍ଷରୁ ଅଭିଯୁକ୍ତ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବା ସହ ପୀଡ଼ିତାଙ୍କୁ ନିୟମିତ ଦରମା ଦେଇ କାର୍ଯ୍ୟରେ ଯୋଗ ଦେବାକୁ ସୁପାରିଶ କରାଯାଇଥିଲା। ମାତ୍ର କର୍ତ୍ତୃପକ୍ଷ ଏହି ରିପୋର୍ଟ ଉପରେ କୌଣସି ପଦକ୍ଷେପ ନ ନେଇ ଚାପି ରଖିଥିବା ବେଳେ ପୀଡ଼ିତା ସୂଚନା ଅଧିକାର ଆଇନର ଆଶ୍ରୟ ନେଇ ଦୀର୍ଘ ୫ ମାସ ପରେ ଗତ ଅଗଷ୍ଟ ୧୦ ତାରିଖରେ ରିପୋର୍ଟର ନକଲ ହାସଲ କରିଥିଲେ। ଘଟଣାକୁ ୧୦ ମାସ ବିତିଯାଇଥିଲେ ବି ଅଭିଯୁକ୍ତ ପ୍ରୋଜେକ୍ଟ ମ୍ୟାନେଜରଙ୍କ ବିରୋଧରେ କୌଣସି ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହୋଇଛି।

ଜାନୁଆରୀ ୧୨ରୁ ବରଗଡ଼ ଧନୁଯାତ୍ରା, ୨୨ ଯାଏଁ ଚାଲିବ ମହାସମର

ବରଗଡ଼:  ଜାନୁଆରୀ ୧୨ରୁ ବରଗଡ଼ ଧନୁଯାତ୍ରା । ଜାନୁଆରୀ ୨୨ ତାରିଖ ଯାଏଁ ଚାଲିବ ଯାତ୍ରା । ବୈଠକରେ ବିଧିବଦ୍ଧ ଘୋଷଣା । ବରଗଡ଼ ୭୯ ତମ ଧନୁଯାତ୍ରା ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଜାନୁଆରୀ ୧୨ରୁ ୨୨ ତାରିଖ ଯାଏଁ ବିଶ୍ଵର ସର୍ବବୃହତ୍ତ ରଙ୍ଗମଞ୍ଚରେ ଯାତ୍ରା ଅନୁଷ୍ଠିତ ହେବ । ବରଗଡ଼ ମଥୁରା କଟକ ଓ ଅମ୍ବାପାଲ୍ଲୀ ହେବ ଗୋପପୁର । ଦୁଇଟି ଗାଁରେ ଚାଲିବ ଧନୁଯାତ୍ରା । ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଧନୁଯାତ୍ରାର କାର୍ଯ୍ୟକାରୀ ଓ ଉପଦେଷ୍ଟ କମିଟିକୁ ନେଇ ବସିଥିବା ବୈଠକରେ ଯାତ୍ରାର ଆୟବ୍ୟୟ ନେଇ ସବିଶେଷ ଆଲୋଚନା ହୋଇଥିଲା । ଆସନ୍ତା ଏକମାସ ଭିତରେ କମିଟି ବୈଠକ ବସି ଏନେଇ ଚୂଡ଼ାନ ଲକ୍ଷ୍ୟ ପ୍ରସ୍ତୁତ କରାଯିବ ଏହାସହ ଖୁବଶୀଘ୍ର କଳାକାର ଚୟନ ନେଇ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ଆଲୋଚନା ହୋଇଥିିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ।

ମମତା ବାନାର୍ଜୀଙ୍କୁ ଆକ୍ରମଣ !

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆକ୍ରମଣ। ଦକ୍ଷିଣ କୋଲକତା ସ୍ଥିତ ବାସଭବନ ସାମ୍ନାରେ ଜଣେ ମହିଳା ମମତା ବାନାର୍ଜୀଙ୍କୁ ଛୁରୀରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ନେଇ ଅଭିଯୋଗ ହୋଇଛି। ଏନେଇ ସାଂସଦ ଡୋଲା ସେନ ଘଟଣା ସମ୍ପର୍କରେ କାଳୀ ଘାଟ ପୋଲିସକୁ ଜଣାଇଥିଲେ। ଆକ୍ରମଣକାରୀ ମହିଳା ଜଣକ ନିଜକୁ ଜଣେ ପୋଲିସ ଭଲ୍ୟୁଣ୍ଟିୟର ଭାବେ ପରିଚୟ ଦେଇଥିଲେ। ଏପରିକି ସେ ନିଜକୁ ମମତାଙ୍କ ଭାଣିଜୀ ଭାବରେ ପରିଚୟ ମଧ୍ୟ ଦେଇଥିଲେ। ଡୋଲା ସେନ କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି ନ ଥିବାରୁ ଏପରି ଘଟଣା ଘଟୁଛି। ଏଥିପାଇଁ ସେ ପଶ୍ଚିମବଙ୍ଗ ବିଜେପି ସରକାରକୁ ସମାଲୋଚନା କରିଛନ୍ତି।

ରାଜଧାନୀ ବସ୍ତିବାସିନ୍ଦାଙ୍କୁ ଦଶହରା ଭେଟି, ମିଳିଲା ପକ୍କା ଘର

ନନ୍ଦିଘୋଷ ବ୍ୟୁରୋ: ପୂରଣ ହେଲା ରାଜଧାନୀ ବସ୍ତି ବାସିନ୍ଦାଙ୍କ ସ୍ବପ୍ନ । ମିଳିଲା ପକ୍କା ଘର। ନବୀନ ସରକାର ଅମଳରୁ ଆରମ୍ଭ ହୋଇଥିବା ଦୁଇଟି ଆବାସ ପ୍ରକଳ୍ପ ସରିବା ପରେ ଏହାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗାଡ଼କଣର ମୁକ୍ତେଶ୍ୱର ରେସିଡେନ୍ସି ସୁଲଭ ଆବାସିକ ହାଉସିଂ ପ୍ରକଳ୍ପରେ ୬୮୦ ଘର ରହିଛି । ୬.୩୬ ଏକର ଜମି ଉପରେ ଥିବା ୧୭ଟି ବ୍ଲକ୍ ଚାରି ମହଲା ବିଶିଷ୍ଟ। ସେହିପରି ଘାଟିକିଆର ନୀଳକଣ୍ଠେଶ୍ୱର ନିବାସ ସୁଲଭ ଆବାସିକ ପ୍ରକଳ୍ପରେ ମୋଟ ୯୨୮ଟି ଘର ଓ ୩୨ଟି ଦୋକାନ ତିଆରି ହୋଇଛି। ଏଥିସହିତ ବୁଦ୍ଧ ବିହାର, ନୀଳମାଧବ, ସୁବୁଦ୍ଧିପୁର ଓ ଶାନ୍ତିପଲ୍ଲୀରେ ମଧ୍ୟ ୯୬୨ଟି ପରିବାରକୁ ଗୃହପ୍ରବେଶ କରାଯାଇଛି। ଏହାସହ ଭୁବନେଶ୍ବରରେ ଗରିବ ଲୋକଙ୍କୁ ଭଡ଼ା ଘର ଯୋଗାଇବାକୁ ପଡ଼ିଛି ମୂଳଦୂଆ। ପିଏମ୍ଓ୍ବାଇ ଅର୍ବାନ ବନ୍ଧୁ ଯୋଜନାରେ ୩ଶହ ଘର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ୬ ମାସରେ ପ୍ରସ୍ତୁତ ହେବ ଏହି ୩ ଶହ ଭଡ଼ା ଘର ।

ବସ୍ତି ବାସିନ୍ଦାଙ୍କୁ ଦଶହରା ଭେଟି। କେବଳ ଘର ନିର୍ମାଣ ନୁହେଁ, ବରଂ ଶୌଚାଳୟ, ପାଇପ୍‌ ଯୋଗେ ପିଇବା ପାଣି, ବିଦ୍ୟୁତ୍ ଏବଂ ରନ୍ଧନ ଗ୍ୟାସ ଯୋଗାଇ ଦେଇ ଗରିବ ପରିବାରର ସର୍ବନିମ୍ନ ଆବଶ୍ୟକତା ପୂରଣ ଉପରେ ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ଅଧୀନରେ ୨ ଲକ୍ଷରୁ ଅଧିକ ଘର ମଞ୍ଜୁର ହୋଇଥିବା ବେଳେ, ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ତ୍ୟୋଦୟ ଗୃହ ଯୋଜନା ମାଧ୍ୟମରେ ପ୍ରାୟ ୫ ଲକ୍ଷ ଘର ଯୋଗାଇ ଦିଆଯିବ। କେବଳ ଆବାସ ନୁହେଁ, ପିଲାଙ୍କ କ୍ରୀଡ଼ା ପ୍ରତିଭା ବିକଶିତ କରିବା ଏବଂ ବରିଷ୍ଠ ନାଗରିକଙ୍କ ସୁସ୍ଥତା ପାଇଁ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ବିଡିଏ ପକ୍ଷରୁ କରାଯାଇଥିବା ୧୨ଟି ଅତ୍ୟାଧୁନିକ ଖେଳ ପଡ଼ିଆକୁ ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ସମସ୍ତ ପଦକ୍ଷେପ ଭୁବନେଶ୍ୱରକୁ ଏକ ସୁରକ୍ଷିତ ଓ ସନ୍ତୁଳିତ ସହର ଭାବେ ଗଢ଼ିବା ତୋଳିବାରେ ସହାୟକ ହେବ ବୋଲି କହିଛନ୍ତି ମେୟର।

 

 

ବିଜେଡିର ବଢୁଛି ବଳ, ଜନସମ୍ପର୍କ ପଦଯାତ୍ରାକୁ ମିଳୁଛି ବିପୁଳ ସମର୍ଥନ

ନନ୍ଦିଘୋଷ ବ୍ୟୁରୋ: ବଢୁଛି ବିଜେଡି ବଳ, ପଦଯାତ୍ରାକୁ ମିଳୁଛି ବିପୁଳ ଜନ ସମର୍ଥନ । ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ ଚାଲିଛି ଜୋରଦାର ଲଢେଇ । ପ୍ରସନ୍ନ କହିଲେ ବିଜେପି ସରକାର ସବୁ କ୍ଷେତ୍ରରେ ବିଫଳ । ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଏକମାସରୁ ଅଧିକ ସମୟ ଧରି ଚାଲିବାକୁ ଥିବା ଏହି ପଦଯାତ୍ରାକୁ ମିଳୁଛି ବିପୁଳ ଜନ ସମର୍ଥନ । ଜନ ସମ୍ପର୍କ ପଦଯାତ୍ରାରେ ଦଳର ନେତା ନବୀନ ପଟ୍ଟନାୟକ ସାମିଲ ହୋଇ ରାଜ୍ୟସ୍ବାର୍ଥ ପ୍ରସଙ୍ଗକୁ ତେଜିବାକୁ ଆହ୍ବାନ ଦେଇଛନ୍ତି । ଡବଲ ଇଂଜିନ ସରକାର କ୍ଷମତାକୁ ଆସିବା ପରେ ସବୁ କ୍ଷେତ୍ରରେ ଓଡିଶା ବିଫଳ ହୋଇଛି । ଯେଉଁଥିପାଇଁ ବିଜେପି ସରକାର ପ୍ରତି ଓଡିଶାବାସୀ ମୁହଁ ଫେରାଇଲେଣି ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ଓଡିଶା ସାରା ଯେଉଁଠି ବି ବିଜେଡିର ଜନ ସମ୍ପର୍କ ପଦଯାତ୍ରା ହେଉଛି ଲୋକମାନେ ବହୁ ସଂଖ୍ୟାରେ ସାମିଲ ହେଉଛନ୍ତି । ତୃଣମୂଳସ୍ତରରେ ବିଜେଡି ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି । ରାଜ୍ୟ ହକ ପାଇଁ ବିଜେଡି ସହ ଲୋକମାନେ ଯୋଡି ହୋଇ ଲଢେଇ କରିବାକୁ ପ୍ରସ୍ତୁତ ହେବା ରାଜ୍ୟ ପାଇଁ ଶୁଭ ସଙ୍କେତ ବୋଲି ବିଜେଡି କହିଛି ।

ରାଜ୍ୟରେ ବିଜେଡିର ଶକ୍ତିବୃଦ୍ଧି ପାଇବା ଓ ଲୋକପ୍ରିୟତା ବଜାୟ ରହିବାକୁ ନେଇ ରାଜନୈତିକ ସମୀକ୍ଷକ କେ. ରବି ଭିନ୍ନଯୁକ୍ତି ବାଢିଛନ୍ତି । ଅଢେଇ ବର୍ଷରୁ ଅଧିକ ବିଜେପି ସରକାର ସବୁ କ୍ଷେତ୍ରରେ ବିଫଳ ହେଉଥିବାରୁ ବିଜେଡି ପ୍ରତି ଲୋକଙ୍କ ସମର୍ଥନ ବଢୁଛି । ସରକାର ଠିକ ସେ ନଚାଲିବା ଓ କଂଗ୍ରେସ ଆଖି ଦୃଶିଆ ସାଂଗଠନିକ କାର୍ଯ୍ୟ କରୁନଥିବାରୁ ବିଜେଡି ପ୍ରତି ଲୋକଙ୍କ ଆଦର ଆପେ ଆପେ ବଢୁଥିବା ସମୀକ୍ଷକ କହିଛନ୍ତି । ଏହାସହ ବିଜେଡି ଶାସନ ଓ ବିଜେପି ସରକାରକୁ ଲୋକେ ମାପି ସାରିଲେଣି ।

ମହଙ୍ଗା ମାଡ଼ରେ ହନ୍ତସନ୍ତ ଖାଉଟି, ଆସନ୍ତାବର୍ଷ ବି ବଢ଼ିବ ଦରଦାମ!

ନନ୍ଦିଘୋଷ ବ୍ୟୁରୋ: ମହଙ୍ଗା ମାଡ଼ର ନନଷ୍ଟପ୍ ଇଫେକ୍ଟ, ହନ୍ତସନ୍ତ ଖାଉଟି । ଚିନି ୭୦ ଟଙ୍କା ପାର୍ । ଡାଲି, ଚାଉଳ, ପରିବା ଓ ତେଲ କିଣିବା ହେଲାଣି ମୁସ୍କିଲ । ଆସନ୍ତାବର୍ଷ ବି ଜାରି ରହିପାରେ ମହଙ୍ଗା ମାଡ଼ । ପ୍ରଥମେ ଖାଦ୍ୟ ଓ ଶକ୍ତି ସଙ୍କଟ ନେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସ୍ପଷ୍ଟ କରିଥିବା ବେଳେ ଏବେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ଏନେଇ ଆକଳନ କରିଛି । ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ଖାଉଟି ଅତିଷ୍ଠ ହୋଇପଡ଼ିଛନ୍ତି । ଗତ ଜୁଲାଇରେ ଖାଉଟି ମୁଦ୍ରାସ୍ଫୀତି ୪.୫ ପ୍ରତିଶତ ଥିବା ବେଳେ ଅଗଷ୍ଟରେ ଏହା ୪.୮ ପ୍ରତିଶତକୁ ବୃଦ୍ଧି ପାଇଥିଲା ।

RBIର ଆକଳନ ଅନୁସାରେ, ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଖାଉଟି ମୁଦ୍ରାସ୍ଫୀତି ୫.୨ ପ୍ରତିଶତ, ଦ୍ୱିତୀୟ ତ୍ରୈମାସିକରେ ୪.୯ ପ୍ରତିଶତ, ତୃତୀୟ ତ୍ରୈମାସିକରେ ୬ ପ୍ରତିଶତ ଏବଂ ଚତୁର୍ଥ ତ୍ରୈମାସିକରେ ୫.୭ ପ୍ରତିଶତ ରହିବାର ଆକଳନ କରାଯାଇଛି । ନିଯୁକ୍ତି ଅଭାବ ଓ ଲୋକଙ୍କ କ୍ରୟଶକ୍ତି ହ୍ରାସ ମଧ୍ୟରେ ଦରଦାମ ବୃଦ୍ଧି ଚିନ୍ତା ବଢ଼ାଇଛି । ପୂଜା ଋତୁରେ ମଧ୍ୟ ମହଙ୍ଗା ମାଡ଼ ଜାରି ରହିବା ନେଇ ଆଶଙ୍କା ପ୍ରକାଶ କରିଛି ଓଡ଼ିଶା ବ୍ୟବସାୟୀ ମହାସଂଘ । ସୁପର ଏଲ୍‌ ନିନୋର ପ୍ରଭାବ ଯୋଗୁଁ ଉତ୍ପାଦନ ହ୍ରାସ ପାଉଥିବା ବେଳେ ସାମଗ୍ରୀର ଚାହିଦା ବଢ଼ିଚାଲିଛି । ଏହା ଦରବୃଦ୍ଧିର ଅନ୍ୟତମ କାରଣ ବୋଲି କୁହାଯାଉଛି । ଦରଦାମ ନିୟନ୍ତ୍ରଣ କରିବା ସରକାରଙ୍କ ଦାୟିତ୍ୱ ହୋଇଥିବା ବେଳେ ପୁଞ୍ଜିପତି ଓ କର୍ପୋରେଟ୍ ସଂସ୍ଥା ପ୍ରତି ସରକାରଙ୍କ ଅନୁକୂଳ ମନୋଭାବ ମଧ୍ୟ ଦରବୃଦ୍ଧିର ଏକ କାରଣ ବୋଲି ମହାସଂଘ ଅଭିଯୋଗ କରିଛି । ଏହି ସ୍ଥିତିରେ ପରିବର୍ତ୍ତନ ନ ହେଲେ ଆଗକୁ ଖାଉଟି ଆହୁରି ହଇରାଣ ହେବାର ଆଶଙ୍କା ରହିଛି ।

ମହଙ୍ଗା ମାଡ଼ର ପ୍ରଭାବ ଭୋଗିବେ ସାଧାରଣ ଲୋକେ । ଆସନ୍ତାବର୍ଷ ମଧ୍ୟ ହ୍ରାସ ପାଇପାରେ ଅଭିବୃଦ୍ଧି ହାର । କେନ୍ଦ୍ର ସରକାର ୭.୮ ପ୍ରତିଶତ ଅଭିବୃଦ୍ଧି ହାରକୁ ନେଇ ଆତ୍ମବିଶ୍ୱାସ ପ୍ରକାଶ କରୁଥିବା ବେଳେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆକଳନ ଭିନ୍ନ ସଙ୍କେତ ଦେଉଛି । ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଅଭିବୃଦ୍ଧି ହାର ୭.୧ ପ୍ରତିଶତ ଏବଂ ଦ୍ୱିତୀୟ ତ୍ରୈମାସିକରେ ୭.୨ ପ୍ରତିଶତ ରହିବାର ଆକଳନ କରାଯାଇଛି । ତେବେ ତୃତୀୟ ତ୍ରୈମାସିକରେ ଏହା ହ୍ରାସ ପାଇ ୬.୯ ପ୍ରତିଶତ ଏବଂ ଚତୁର୍ଥ ତ୍ରୈମାସିକରେ ଆହୁରି ଖସି ୬.୮ ପ୍ରତିଶତ ରହିପାରେ ବୋଲି ଅର୍ଥନୀତି ବିଶେଷଜ୍ଞଙ୍କ ଆକଳନରୁ ସଙ୍କେତ ମିଳୁଛି । ମହଙ୍ଗା ମାଡ଼ ଓ ଅଭିବୃଦ୍ଧି ହାରରେ ସମ୍ଭାବ୍ୟ ହ୍ରାସ ଆଗାମୀ ଦିନରେ ଦେଶର ଅର୍ଥନୀତି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ।

ଶ୍ରୀକ୍ଷେତ୍ରରେ ଗୋଶାଣୀ ପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

ପୂରୀ: ପୂରୀରେ ପୂଜା ପାଇବେ ଗୋଶାଣୀ । ଶ୍ରୀକ୍ଷେତ୍ରର ଏହି ପରମ୍ପରାକୁ ନେଇ ସବୁଠି ଉତ୍ସାହ । ବିଭିନ୍ନ ମଣ୍ଡପ ଓ ସାହି ଜାଗାରେ ଚାଲିଛି ଜୋରଦାର ପ୍ରସ୍ତୁତି । ପୁରୀର ଦୁର୍ଗା ପୂଜା ବେଶ ନିଆରା ଓ ପାରମ୍ପରିକ । ବହୁ ପ୍ରାଚୀନ କାଳରୁ ଏଠି ଦୁର୍ଗାପୂଜାକୁ ଏଠାରେ ଗୋଶାଣୀ ଉତ୍ସବ ଭାବେ ପାଳିତ ହୋଇ ଆସୁଛି । ଶ୍ରୀମନ୍ଦିର ଓ ଜଗନ୍ନାଥ ସଂସ୍କୃତି ସହ ଏହା ବେଶ ଜଡିତ । ବିଭିନ୍ନ ପୀଠରେ ଦୁର୍ଗା ମାଧବ ଉପାସନା କ୍ରମରେ ଏଠାରେ ଷୋଡଶ ଦିନାତ୍ମକ ପୂଜା ଅନୁଷ୍ଠିତ ହେଉଥିବାବେଳେ ଜାଗା ଅଖଡା, ସାହି ଓ ମଣ୍ଡପ ମାନଙ୍କରେ ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ଦେଖିବାକୁ ମିଳେ ଗୋଶାଣୀ ପୂଜା । ସମ୍ପୂର୍ଣ ପାରମ୍ପରିକ ଏହି ଗୋଷାଣୀଙ୍କ ନିର୍ମାଣ ଠାରୁ ଆରମ୍ଭ କରି ବେଶଭୂଷା ଓ ପୂଜାବିଧି ନିଆରା । ଗୋଶାଣୀ ରୂପରେ ପୂଜନ ଶାକ୍ତ ପୂଜା ବିଧିର ଅଧିନ ହୋଇଥିବା ବେଳେ ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମାଆ ବିମଳାଙ୍କୁ ନେଇ କରାଯାଉଥିବା ପରମ୍ପରା ରହିଛି ।

ପୂଜା ପାଖେଇ ଆସୁଥିବାରୁ ବିଭିନ୍ନ ସ୍ଥାନରେ ଗୋଶାଣୀ ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ଯାୟରେ ପହଞ୍ଚିଲାଣି । ପୁରୀର ପୂଜିତ ଗୋଷାଣୀଙ୍କ ମଧ୍ୟରୁ ବାରବାଟୀ ଓ ଜହ୍ନିଖାଇ ମୂର୍ତ୍ତି ବିଶାଳକାୟ ଓ ଭବ୍ୟ ହୋଇଥିବାବେଳେ ଏହାର ନିର୍ମାଣ ଶୈଳୀ ମଧ୍ୟ ସମ୍ପୂର୍ଣ୍ଣ ପାରମ୍ପରିକ । ଅତ୍ୟନ୍ତ ଶୁଦ୍ଧପୁତ ଭାବେ କାରିଗର ଏହାର ନିର୍ମାଣ କରିଥାନ୍ତି । ଜଗନ୍ନାଥ ସଂସ୍କୃତି ସହ ଜଡିତ ଏହି ମୂର୍ତ୍ତି ନିର୍ମାଣ କରି ନିଜକୁ ଧନ୍ୟ ମନେ କରନ୍ତି କାରିଗର ।