spot_img
Home Blog Page 4308

ଫଡ଼ନବିସଙ୍କ ‘ଚମତ୍କାର’ ଯୋଗୁଁ ବିଜେପି ୩ଆସନରେ ବିଜୟୀ ହୋଇଛି; ଶରଦ ପାଓ୍ୱାର

ମୁମ୍ୱାଇ: ମହାରାଷ୍ଟ୍ରରେ ୩ଟି ରାଜ୍ୟସଭା ଆସନରେ ବିଜୟୀ ହୋଇଛି ବିଜେପି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନ୍ୟାସନାଲ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାଓ୍ୱାର । ବିଜେପି ନେତା ଦେବେନ୍ଦ୍ର ଫଡ଼ନବିସ୍ ନିର୍ଦ୍ଦଳୀୟ ବିଧାୟକଙ୍କୁ ବିପକ୍ଷ ଦଳର କ୍ୟାମ୍ପରୁ ଦୂରେଇବାରେ ସଫଳ ହୋଇଛନ୍ତି । ଫଡ଼ନବିସଙ୍କ ଏହି ଚମତ୍କାର ଯୋଗୁଁ ସେମାନେ ଷଷ୍ଠ ଆସନ ହାତେଇବାରେ ସଫଳ ହୋଇଛନ୍ତି ।

ଶିବସେନାର ପ୍ରାର୍ଥୀ ନିର୍ବାଚନରେ ହାରିବା କୌଣସି ଆଶ୍ଚର୍ଯ୍ୟକର କଥା ନୁହଁ । ଶିବସେନା, ଏନସିପି ଏବଂ କଂଗ୍ରେସ ମହାମେଣ୍ଟ କିଛି ସଂଖ୍ୟାରେ କମ୍ ଥିବା ସତ୍ତ୍ୱେ ଷଷ୍ଠ ସିଟ୍ ଜିତିବାକୁ ଚେଷ୍ଟା କରିଥିଲା । ମୁଁ ପରିଣାମ ଦେଖି ଆଦୌ ଚକିତ ନୁହଁ । ମହା ବିକାଶ ଅଘାଡ଼ି ନିକଟରେ ଜିତିବା ପାଇଁ ଆବଶ୍ୟକ ସଂଖ୍ୟା ନଥିବା ସତ୍ତ୍ୱ ସେ ଷଷ୍ଠ ସିଟ୍ ହାତେଇବାକୁ ଚେଷ୍ଟା କରିଥିଲେ । ତେବେ ଦେବେନ୍ଦ୍ର ପଡ଼ନବିସ୍ ନିର୍ଦ୍ଦଳୀୟ ବିଧାୟକ ଏବଂ ଛୋଟ ଦଳର ଲୋକଙ୍କୁ ଆମଠାରୁ ଦୂରେଇବାରେ ସଫଳ ହୋଇଥିଲେ ।

ତେବେ ରାଜ୍ୟସଭା ନିର୍ବାଚନର ଫଳାଫଳ ମହାବିକାଶ ଅଘାଡ଼ି ମେଣ୍ଟ ଉପରେ କିଭଳି ପ୍ରଭାବ ରହିବ ଏହାର ଜବାବରେ ସେ କହିଛନ୍ତି ଯେ, ସରକାର ଚଳାଇବା ପାଇଁ ଯେଉଁ ସଂଖ୍ୟା ଆବଶ୍ୟକ ତାହା ପ୍ରଭାବିତ ହୋଇନାହିଁ ।

ଶୁକ୍ରବାର ହୋଇଥିବା ମତଦାନରେ ରାଜ୍ୟସଭାର ମୋଟ ୬ସିଟ୍ ମଧ୍ୟରୁ ବିଜେପି ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ, ରାଜ୍ୟର ପୂର୍ବ ମନ୍ତ୍ରୀ ଅନିଲ ବୋଣ୍ଡେ ଏବଂ ଧନଞ୍ଜୟ ମହାଧିକ ନିର୍ବାଚନରେ ବିଜୟୀ ହୋଇଛନ୍ତି । ଅନ୍ୟପକ୍ଷରେ ଶିବସେନାର ସଞ୍ଜୟ ରାଉତ, ଏନସିପିର ପ୍ରଫୁଲ୍ଲ ପଟେଲ ଏବଂ କଂଗ୍ରେସର ଇମରାନ ପ୍ରତାପଗଡ଼ି ବିଜୟୀ ହୋଇଛନ୍ତି । ତେବେ ଷ୍ଠଷ୍ଠ ଆସନ ନେଇ ବିଜେପିର ମହାଧିକ ଏବଂ ଶିବସେନାର ପାଓ୍ୱାର ମଧ୍ୟରେ ଲଢ଼େଇ ହୋଇଥିଲା । ଯିଏ କି ହାରିଯାଇଛନ୍ତି ।

ପ୍ରକୃତରେ ପ୍ରଫୁଲ୍ଲ ପଟେଲଙ୍କୁ ବିଜେପି ସମର୍ଥିତ ଏକ ନିର୍ଦ୍ଦଳୀୟ ବିଧାୟକଙ୍କ ଠାରୁ ଅତିରିକ୍ତ ଭୋଟ ମିଳିଲା, ଯିଏ ମୋତେ ସୂଚିତ କରିବା ପରେ ପଟେଲଙ୍କୁ ଭୋଟ ଦେଇଥିଲେ । ସେହି ବିଧାୟକ ଜଣଙ୍କ ପୂର୍ବରୁ ମୋ ସହିତ କାମ କରିସାରିଛନ୍ତି । ବିଜେପି କୋଟରୁ ଆମକୁ ଏହି ଭୋଟି ମିଳିଛି ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି ।

ବିଜେପି କିମ୍ୱା ମହାବିକାଶ ଅଘାଡ଼ି ପକ୍ଷରୁ କୌଣସି ବିଧାୟକଙ୍କ ଭୋଟ ଏପଟ ସେପଟ ହୋଇନାହିଁ । ଯାହା ହେର ଫେର ହୋଇଛି ସ୍ୱାଧୀନ ବିଧାୟକ ପକ୍ଷରୁ ।ତେବେ ଶୁକ୍ରବାର ଅନୁଷ୍ଠିତ ୬ ରାଜ୍ୟସଭା ଆସନର ଏହି ନର୍ବାଚନ ବହୁ ସମୟ ପାଇଁ ଅଟକି ଥିଲା ।  ମହା ବିକାଶ ଅଘାଡ଼ି ପକ୍ଷରୁ ମତଦାନ କରିଥିବ ୩ ବିଧାୟକଙ୍କ ବୌଦ୍ଧତା ନେଇ ବିଜେପି ପକ୍ଷରୁ ପ୍ରଶ୍ନ କରାଯିବା ପରେ ନିର୍ବାଚନ ଅଟକିଥିଲା ।

ଏଥିସହିତ ପଢ଼ନ୍ତୁ: ମୌସୁମୀ ଓପାଡିଲା ଗଛ, ଉଡାଇଲା ଟିଣ

ଭଗବାନଙ୍କୁ ଦାନ କଲେ ରୂପା ଅଫିମ ଗଛ

ଭୋପାଳ : ଆପଣ ମାନସିକ ତ ଅନେକ କରିଥିବେ, ପୂରା ମଧ୍ୟ ହୋଇଥିବ । କିନ୍ତୁ ଭଗବାନଙ୍କୁ ଅଫିମ ଗଛ ଦାନ କରିବା ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ମାନସିକ ପୂରା ହେବାରୁ ମନ୍ଦିରରେ ଦାନ ସ୍ବରୂପ ଅଫିମ ଗଛ ଭେଟି ଦେଇଛନ୍ତି ମଧ୍ୟପ୍ରଦେଶର ଜଣେ ଚାଷୀ । ସେ ବି ସାଧାରଣ ଅଫିମ ଗଛ ନୁହେଁ, ବରଂ ରୂପା ନିର୍ମତ ଅଫିମ ଗଛ । ହିନ୍ଦୁ ସଭ୍ୟତାରେ ଭକ୍ତ ମନସ୍କାମନା ପୂରଣ ପାଇଁ ଭଗବାନଙ୍କୁ ମାନସିକ କରିଥାଏ  ଏବଂ ଏହା ପୂରା ହେଲେ ଭଗବାନଙ୍କ ନିକଟରେ ବିଭିନ୍ନ ପ୍ରକାର ଦାନ ସ୍ବରୂପ ଭେଟି ଦେଇଥାଏ  । କିନ୍ତୁ  ଏପରି ଭଗବାନଙ୍କୁ ଦାନରେ ଅଫିମ ଗଛ ଦେବା ଘଟଣାଟି  ଅତ୍ୟନ୍ତ ମନୋରୋଚକ ।

ମଧ୍ୟପ୍ରଦେଶର ସୁଜାନପୁରା ଗାଁର ଜୟଲାଲ୍ ନାମକ ଚାଷୀ ନିଜ ଜମିରେ ଚାଷ କାମ କରେ । ଜୟଲାଲ୍ କୁହନ୍ତି କି,ସେ ଚଳିତ ବର୍ଷ ଅଫିମ ଫସଲ ଚାଷ କରିଥିଲେ । ଫସଲ ଭଲ ହେବା ପାଇଁ ଭଗବାନଙ୍କ ନିକଟରେ ମାନସିକ କରିଥିଲେ  ।ଏବଂ ଏଥରକ ତାଙ୍କର ଅଫିମ ଫସଲରେ ଭଲ ଉତ୍ପାଦନ ଭଲ ହେବା ସହ ଭଲ ଲାଭ ମଧ୍ୟ ହୋଇଛି । ସେଥିପାଇଁ ସେ ତାଙ୍କ ମନସ୍କାମନା ପୂରା ହେବା ପରେ ସିଙ୍ଗୋଲିର ଚାରଭୁଜାନାଥ ମନ୍ଦିରରେ ଦେଢ କିଲୋ ଓଜନର ଏକ ରୂପା ଅଫିମ ଗଛ ଭଗବାନଙ୍କ ନିକଟରେ ସେ ଦାନ ଦେଇଛନ୍ତି ।

ମେଓ୍ବାଡରେ ଭଗବାନ ସାଁବରିଆ ସେଠ, ଗଢବୋର ଚାରଭୁଜା ନାଥ,କୋଟଭି ଚାରଭୁଜା ନାଥ ଏବଂ ସିଙ୍ଗୋଲି ଚାରଭୁଜା ନାଥ ମନ୍ଦିରରେ ମାନ୍ୟତା ରହିଛି କି ଏଠାରେ ଭକ୍ତ ଯାହା ମାନସିକ କରନ୍ତି ତାହା ପୂରା ହୋଇଥାଏ । ଏବଂ ଏଠାରେ ଅନେକ ଭକ୍ତ ମାନସିକ ପୂରା ହେଲେ ଭିନ୍ନ ଭିନ୍ନ ପ୍ରକାର ଜିନିଷ ଦାନ ଦେଇଥାନ୍ତି । ଜୟଲାଲ୍ ମଧ୍ୟ ତାଙ୍କ ମାନସିକ ପୂରା ହେବାରୁ ଏପରି ଆଶ୍ଚର୍ଯ୍ୟ ଜନକ ଜିନିଷ ମନ୍ଦିରକୁ ଦାନ କରିଛନ୍ତି ।

୮୦ଫୁଟ ବୋରୱେଲରେ ଫସିଛି ରାହୁଲ, ସାହାଯ୍ୟ ମାଗିଲା ଛଡିଶଗଡ

ରାୟପୁର: ଓଡିଶାରୁ ଛଡିଶଗଡ ଗଲା NDRF ଟିମ  । ୮୦ ଫୁଟ ବୋରୱେଲରେ ଫସିଛି ୧୧ ବର୍ଷୀୟ ନାବାଳକ ରାହୁଲ ସାହୁ ।  ଉଦ୍ଧାର ପାଇଁ ଶୁକ୍ରବାର ରାତିରେ ଓଡିଶାରୁ ଏନଡିଆରଏଫ ଟିମ ଛତିଶଗଡ ଯାଇଥିବା ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ  ।

ଘଟଣାସ୍ଥଳରେ SDRF ଓ NDRF ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି  । ଉଦ୍ଧାରକାରୀ ଟିମ ବୋରୱେଲ ଭିତରକୁ ପାଇପ ସାହାଯ୍ୟରେ ଲଗାତାର ଅମ୍ଳଜାନ ଯୋଗାଉଛି  । ବର୍ତ୍ତମାନ ସୁଦ୍ଧା ୮ ରୁ ୧୦ଟି ସିଲିଣ୍ଡର ଖାଲି ହୋଇ ସାରିଲାଣି  । ଦଉଡି ସାହାଯ୍ୟରେ ଖାଦ୍ୟ ସାମଗ୍ରୀ ରାହୁଲ ପାଖକୁ ପଠାଉଛି ଉଦ୍ଧାରକାରୀ ଟିମ  । ତା ପରିବାର ଲୋକେ ଗର୍ତ୍ତ ମୁହଁରୁ ରାହୁଲ ସହ କଥା ହେଉଛନ୍ତି  । ଖୁବଶୀଘ୍ର ନାବାଳକ ଉଦ୍ଧାର ହେବ ବୋଲି କହିଛି ପ୍ରଶାସନ  ।

ଜାଞ୍ଜଗିର ଚମ୍ପା ଜିଲ୍ଲାର ରାହୁଲ ସାହୁ ଖେଳୁଥିବା ସମୟରେ ଖୋଳା ଯାଇଥିବା ପରିତ୍ୟକ୍ତ ବୋରୱେଲ ଭିତରେ ପଡି ଯାଇଥିଲା  । ୮୦ ଫୁଟ ତଳୁ ଶିଶୁର କାନ୍ଦ ଶୁଣି ପରିବାର ଲୋକେ ଉଦ୍ଧାର ପାଇଁ ସହାୟତା ଲୋଡିଥିଲେ  । ଜିଲ୍ଲା ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା  ।

କିନ୍ତୁ ସ୍ଥିତିରେ କୌଣସି ସୁଧାର ନ ଆସିବାରୁ ଓଡିଶାର ସହାୟତା ନେଇଛି ଛତିଶଗଡ  । ଏନେଇ ଟ୍ବିଟ କରି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ  ।

ଲଢ଼େଇ ପୂର୍ବରୁ ଦକ୍ଷିଣ ଆଫ୍ରିକାର ପ୍ରେସମିଟ୍, କହିଲେ ଓଡ଼ିଶାର ଆତିଥେୟତା ଅତି ଉତ୍ତମ

କଟକ: ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ । ଏହି ମ୍ୟାଚ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମ୍ୟାଚ ପୂର୍ବରୁ ଆଜି ବାରବାଟୀ ଯାଇ ଅଭ୍ୟାସ କରିଛି ଦକ୍ଷିଣ ଆଫ୍ରିକ ଦଳ । କଡ଼ା ସୁରକ୍ଷା ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି ଦକ୍ଷିଣ ଆଫ୍ରିକା ଦଳ । ବାରବାଟୀରେ ଅଭ୍ୟାସ ପରେ ସାମ୍ବାଦିକ ସମ୍ମିଳନୀ କରିଛି ଦକ୍ଷିଣ ଆଫ୍ରିକା ଦଳ । ଦକ୍ଷିଣ ଆଫ୍ରିକା ଦଳର ଖେଳାଳି ଓ୍ୱେନ ପାର୍ନେଲ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ଭାରତ ଏକ ଭଲ ଦଳ ଏବଂ ପ୍ରଥମ ମ୍ୟାଚରେ ପରାଜୟ ପରେ ଭାରତ ଏହି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିବ । ସେ ଆହୁରି କହିଛନ୍ତି ଯେ ଏହି ମ୍ୟାଚରେ ଟସ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଟିମ୍ ଅପରିବର୍ତ୍ତିତ ରହିପାରେ । ଏହାକାର ଗ୍ରାଉଣ୍ଡ ଭଲ ରହିଛି ଏବଂ ଏଠାକାର ଆତିଥେୟତା ଉତ୍ତମ ରହିଛି ବୋଲି ଓ୍ୱେନ କହିଛନ୍ତି ।

ଖରାଛୁଟି ପରେ ନୂଆ ଶିକ୍ଷାବର୍ଷ, ଓସେପା ପକ୍ଷରୁ ଜାରି ହେଲା ନିୟମାବଳୀ

ଭୁବନେଶ୍ୱର: ଖରାଛୁଟି ପରେ ନୂଆ ଶିକ୍ଷାବର୍ଷ  । ଖରାଛୁଟି ପରେ କିପରି ସ୍କୁଲରେ ପାଠ ପଢ଼ା ହେବ ସେନେଇ ଓସେପା ପକ୍ଷରୁ ଜାରି ହୋଇଛି ନିୟମାବଳୀ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ଚିଠି ଲେଖିଛନ୍ତି । ଖରାଛୁଟି ସରିବା ପରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେଉଥିବାରୁ, କିପରି ଠିକଣା ଢଙ୍ଗରେ ଶିକ୍ଷାଦାନ ଆରମ୍ଭ କରାଯିବ ସେନେଇ ଚିଠିରେ ଉଲ୍ଲେଖ ରହିଛି । ଶତ ପ୍ରତିଶତ ସିଲାବସ୍ ସାରିବା ଦିଗରେ ପଦକ୍ଷେପ ନେବାକୁ ସମସ୍ତ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସମସ୍ତ ଶିକ୍ଷକଙ୍କ ସହ ପାଠ୍ୟକ୍ରମ, ପାଠ ପଢା ସମୟ ସମ୍ବନ୍ଧରେ ଆଲୋଚନା କରିବେ।

କିଭଳି ଭାବେ ସଠିକ୍‌ ଭାବେ ବିଦ୍ୟାର୍ଥୀ ଶିକ୍ଷା ପାଇବେ ସେ ଦିଗରେ ଯୋଜନା ପ୍ରସ୍ତୁତ କରିବେ । କରୋନା କାଳରେ କ୍ଷତି ଭରଣା ପାଇଁ ପ୍ରସ୍ତୁତ ହୋଇଥିବା ପୁସ୍ତକ ସହ ପାଠ୍ୟକ୍ରମର ପୁସ୍ତକ ପଠାଯିବ । ସବୁ ବିଦ୍ୟାର୍ଥୀ ଯେଭଳି ଦୁଇ ପ୍ରକାର ପୁସ୍ତକ ପାଇବେ ସେ ଦିଗରେ ପ୍ରଧାନଶିକ୍ଷକ ଧ୍ୟାନ ଦେବେ । ଶ୍ରେଣୀ ଓ ବିଷୟ ଭିତ୍ତିକ ପାଠପଢା ସମୟ ସାରଣୀ ପ୍ରତି ଶ୍ରେଣୀଗୃହରେ ବିଦ୍ୟାର୍ଥୀଙ୍କ ପାଇଁ ଲଗାଯିବ । ଛାତ୍ରଛାତ୍ରୀଙ୍କ ଦକ୍ଷତା ଯାଞ୍ଚ ପରେ ଖରାପ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରୟାସ କରାଯିବ । ସେମାନଙ୍କୁ ପୃଥକ ଭାବେ ଅତିରିକ୍ତ ପାଠ ପଢାଯିବା ସହ ନିୟମିତ ପାଠ ମଧ୍ୟ ପ୍ରଦାନ କରାଯିବ ।

ଶିକ୍ଷକମାନେ ପାଠପଢ଼ାରେ ହୋଇଥିବା କ୍ଷତି ଭରଣା ପାଇଁ ସ୍ବତନ୍ତ୍ର ଯୋଜନା କରିବେ । ସିଆରସିସିମାନେ ନିଜ କ୍ଲଷ୍ଟରରେ ପାଠପଢା ଉପରେ ତୀକ୍ଷ୍ଣ ନଜର ରଖିବା ସହ ରୀତିମତ ଯାଞ୍ଚ କରିବେ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପ୍ରାଥମିକତା ଦେବେ । ପ୍ରତି ପାଠ୍ୟକ୍ରମର ବିଷୟଗତ ନୋଟ୍ସ ପିଲାଙ୍କ ପ୍ରଦାନ ପୂର୍ବରୁ ପ୍ରଧାନଶିକ୍ଷକ ତାକୁ ଯାଞ୍ଚ କରିବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

ମାତିଲେ ପଥରଫିଙ୍ଗାଳୀ, ରାଞ୍ଚିରେ ଗଡିଲା ୨ ମୁଣ୍ଡ

ରାଞ୍ଚି/କୋଲକାତା: ମହମ୍ମଦ ପ୍ରଫେଟଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ବୟାନ ପରେ ଅଶାନ୍ତ ଦେଶର ଅଧିକାଂଶ ରାଜ୍ୟ  । ଶୁକ୍ରବାର ଜୁମା ନମାଜ ପରେ ରାଞ୍ଚି ସମେତ ଅଧିକାଂଶ ଅଞ୍ଚଳ ଅଶାନ୍ତ ହୋଇଛି  । ରାଞ୍ଚିରେ ୨ ଜଣ ପ୍ରାଣ ହରାଇ ଥିବାବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି  । ଆହତଙ୍କୁ ଚିକିତ୍ସା ପାଇଁ ରିମ୍ସରେ ଭର୍ତ୍ତି କରାଯାଇଛି  ।

ପରିସ୍ଥିତି ନିୟନ୍ତ୍ରଣ ପାଇଁ ୧୩ଟି ଥାନା ଅଧୀନ ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି  । ଆଗାମୀ ଆଦେଶ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି  । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ ହେଁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି  । ରାଞ୍ଚିର ଲାଲପୁର, ଲୋଅର ବାଲାଜୀ, ଡେଲି ମାର୍କେଟ, ହିନ୍ଦପିଢି, ଜଗନ୍ନାଥପୁର, କୋତବାଲି,ସୁଖଦେବ ନଗର,ପଣ୍ଡରା ଓପି,ଚୁଟିଆ, ଡୋରଣ୍ଡା ଓ ଅରଗୋଡା ଥାନା ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି  ।

 

ସେପଟେ ପଶ୍ଚିମବଙ୍ଗର ହାୱଡା ଜିଲ୍ଲା ପଞ୍ଚଲା ବଜାରରେ ଏକ ଗୋଷ୍ଠୀ ପଥର ଫିଙ୍ଗି ହିଂସା ସୃଷ୍ଟି କରିଥିଲେ  । ପୋଲିସ ଉପରକୁ ବି ପଥରମାଡ କରିଥିଲେ ପଥର ଫିଙ୍ଗାଳୀ  । କେତେକ ଦୋକାନରେ ମଧ୍ୟ ସେମାନେ ନିଆଁ ଲଗାଇ ଦେଇଛନ୍ତି  । ପ୍ରଦର୍ଶନକାରୀଙ୍କୁ ଘଉଡାଇବା ପାଇଁ ପୋଲିସ ଲୁହବୁହା ଗ୍ୟାସର ପ୍ରୟୋଗ କରିଥିଲା  । ହାୱଡା ଅଲୁବୋରିଆ ସବଡିଭିଜନ ରାଜପଥ, ରେଳପଥ ଓ ଏହାର ଆଖପାଖ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି  ।

 

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ସଡକ ଓ ରେଳପଥ ଅବରୋଧ ନ କରିବାକୁ ବିକ୍ଷୋଭକାରୀଙ୍କୁ ନିବେଦନ କରିଛନ୍ତି  । ସେପଟେ ଭାଜପା ସାଂସଦ ସୌମିତ୍ର ଖାନ ହାୱଡାରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବା ପାଇଁ କେନ୍ଦର ସରକାରଙ୍କୁ ଜଣାଇଛନ୍ତି  ।

 

ଆସିଲା ଖୁସି ଖବର, ଆସନ୍ତା ସପ୍ତାହରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର: ତାତିରୁ ମିଳିବ ତ୍ରାହି । ଆସନ୍ତା ସପ୍ତାହରେ ଓଡ଼ିଶା ଛୁଇଁବ ମୌସୁମୀ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିବା ନେଇ ପାଗ ଅନୁକୂଳ ରହିଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏବେ ମୌସୁମୀ ବାୟୁ ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳ ଛୁଇଁସାରିଲାଣି । ତେବେ ଯଦି ଆସନ୍ତା ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଏଁ ତେବେ ସାରା ରାଜ୍ୟରେ ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଅନ୍ୟପକ୍ଷରେ ଆସନ୍ତାକାଲିଠାରୁ ରାଜ୍ୟରେ କମିବ ତାପମାତ୍ରା । ଆରମ୍ଭ ହେବ ପ୍ରାକ୍ ମୌସୁମୀ ବର୍ଷା । ଉପକୂଳ ଓଡ଼ିଶାରେ ଗତକାଲିଠାରୁ ବଦଳିଛି ପାଗ । ଆକାଶ ମେଘାଚ୍ଛନ୍ନ ରହିବା ସହିତ ଗୁଳୁଗୁଳି କମିଛି । କିଛି ଜିଲ୍ଲାରେ ଝିପିଝିପି ବର୍ଷା ମଧ୍ୟ ହୋଇଛି । ଅନ୍ୟପଟେ ରାଜ୍ୟରେ ସକ୍ରିୟ ରହିଛି କାଳବୈଶାଖୀ । ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ଭିତରେ କାଳବୈଶାଖୀ ବର୍ଷା ନେଇ ୮ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

ଆଉ ଗୀତ ଗାଇ ପାରିବେନି ଜଷ୍ଟିନ

ନ୍ୟୁୟର୍କ: ଜଷ୍ଟିନ୍ ବିବରଙ୍କ ଫ୍ୟାନକୁ ବଡ଼ ଝଟକା । ଆଉ ହସି ପାରୁନାହାନ୍ତି କି ଠିକରେ ଆଖି ଖୋଲି ପାରୁନାହାନ୍ତି ଜଷ୍ଟିନ୍, । ୨୮ ବର୍ଷୀୟ ଲୋକପ୍ରିୟ ହଲିଉଡ୍ ଗାୟକ ଜଷ୍ଟିନ ବିବରଙ୍କୁ ହୋଇଛି ଭୟଙ୍କର ରୋଗ । ତାଙ୍କ ମୁହଁର ଗୋଟିଏ ପାର୍ଶ୍ୱରେ ପାରାଲେସିସ୍ ହୋଇ ଯାଇଛି । ରାମସେ ହଣ୍ଟ ସିଣ୍ଡ୍ରୋମ ନାମକ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଛନ୍ତି ଜଷ୍ଟିନ୍ ବିବର । ନିଜେ ସୋସିଆଲ ମିଡିଆରେ ଭିଡିଓ କରି ନିଜ ରୋଗ ବିଷୟରେ ସୂଚନା ଦେଇଛନ୍ତି ଜଷ୍ଟିନ୍ ।

 

 

View this post on Instagram

 

A post shared by Justin Bieber (@justinbieber)

ଭିଡ଼ିଓରେ ସେ କହିଛନ୍ତି,ଏ ରୋଗ ମୋତେ ଏକ ଭାଇରସ୍ ଯୋଗୁଁ ହୋଇଛି  ।  ଯାହା ମୋ ଚେହେରା ଓ କାମକୁ ପ୍ରଭାବ ପକେଇଛି । ଆପଣମାନେ ଦେଖିପାରୁଥିବେ ମୁଁ  ଆଖିପଲକ ଠିକରେ ପକାଇ ପାରୁନି କି ନାକ ହଲାଇପାରୁନି , ଠିକରେ ହସି ବି ପାରୁନି । ସେପଟେ ଏହି ଗମ୍ଭୀର ରୋଗ କାରଣରୁ ନିଜର ସମସ୍ତ ଶୋ’କୁ ରଦ୍ଦ କରିବାକୁ ବାଧ୍ୟ ହୋଇଛନ୍ତି  ଜଷ୍ଟିନ୍  ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁଯାୟୀ, ରାମସେ ହଣ୍ଟ ସିଣ୍ଡ୍ରୋମ ମୁହଁର କାନ ପାଖର ଶିରକୁ ପ୍ରଭାବିତ କରିଥାଏ । ଏହା ହର୍ପିଜ ଜୋଷ୍ଟର ଓଟିକସ୍ ନାମକ ଭାଇରସ୍ ଯୋଗୁଁ ହୋଇଥାଏ । ସାମାନ୍ୟ ବେରିସେଲା ଜୋଷ୍ଟର ଭାଇରସ ମଧ୍ୟ ଚିକେନପକ୍ସର କାରଣ ମଧ୍ୟ ହୋଇଥାଏ ।

 

ମୌସୁମୀ ଓପାଡିଲା ଗଛ, ଉଡାଇଲା ଟିଣ

ମୁମ୍ବାଇ: ମହାରାଷ୍ଟ୍ରରେ ପହଞ୍ଚିଲା ମୌସୁମୀ  । ପହଞ୍ଚିବା କ୍ଷଣି ତାଣ୍ଡବ ରଚିଛି ମୌସୁମୀ  । ଉଡିଲା ଟିଣ, ଓପାଡି ଦେଲା ବଡବଡ ଗଛ  । ଗତ ୨୪ ଘଣ୍ଟା ମଧ୍ୟରେ ଥାଣେର ୬ ଟି ସ୍ଥାନରେ ଗଛ ଉପୁଡି ରାସ୍ତା ଅବରୋଧ ହୋଇଛି  । ଜୁହୁ ବିମାନ ବନ୍ଦର ଅଞ୍ଚଳରେ ୫୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି  । ମୌସୁମୀର ତାଣ୍ଡବରେ କେହି ମୃତାହତ ହୋଇ ନାହାନ୍ତି  ।

ଆଗାମୀ ୩ ରୁ ୪ ଘଣ୍ଟା ମଧ୍ୟରେ ଥାଣେ, ରାଇଗଡ, ପାଲଘର, ରତ୍ନଗିରି, ସିନ୍ଧୁଦୁର୍ଗ ଓ ମୁମ୍ବାଇରେ ଘଡଘଡି ବର୍ଷା ସହ ୩୦ ରୁ ୪୦ କିମି ବେଗରେ ପବନ ବହିବ  । ଅନ୍ୟପଟେ ମୌସୁମୀ ବର୍ଷା ପରେ ଅସହ୍ୟ ଗରମରୁ ଲୋକଙ୍କୁ ମିଳିଛି ତ୍ରାହି  । ଆହୁରି ୪ ଦିନ ତାପମାତ୍ରା ହ୍ରାସ ହେବା ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ।

ଏହା ବର୍ଷର ପ୍ରଥମ ପ୍ରାକ ମୌସୁମୀ ବର୍ଷା ହୋଇଥିବାବେଳେ ମୁମ୍ବାଇର ସାନ୍ତାକ୍ରୁଜ ଅଞ୍ଚଳରେ ୧୫ ମିମି ବର୍ଷା ରେକର୍ଡ କରାଯାଇଛି  । ଗତ ବର୍ଷ ୨ ଦିନ ପୂର୍ବରୁ ମୌସୁମୀ ମୁମ୍ବାଇରେ ପହଞ୍ଚିଥିଲା  । ସେହି ସମୟରେ ସହରରେ ୧୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା  ।

ବାରବାଟୀ ଟି-୨୦: ଜାଣନ୍ତୁ ଷ୍ଟାଡିୟମକୁ କ’ଣ ନେବେ, କ’ଣ ନେବେନି ?

କଟକ: ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ । ତେବେ ଆସନ୍ତାକାଲି ହେବାକୁ ଥିବା ମ୍ୟାଚ ପୂର୍ବରୁ ଆଜି ପ୍ରେସ ମିଟ୍ କରିଛନ୍ତି କଟକ ଡିସିପି ପିନାକ ମିଶ୍ର । ମ୍ୟାଚ ପାଇଁ ଅପରାହ୍ମ ୩ଟାରୁ ବାରବାଟୀ ଷ୍ଟାଡିୟମ ଗେଟ୍ ଖୋଲିବ । ମ୍ୟାଚ ଦେଖିବାକୁ ଆସିଥିବା ଦର୍ଶକ ବାଲିଯାତ୍ରା ପଡ଼ିଆରେ ଗାଡ଼ି ପାର୍କିଂ କରିବେ । ସେହିପରି ଷ୍ଟାଡିୟମ ଭିତରକୁ ପାଣି ବୋତଲ ଓ ବାହାର ଖାଦ୍ୟ ନେଇପାରିବେ ନାହିଁ । ଏହା ସହ ଦିଆସିଲ, ହେଲମେଟ୍, ବ୍ୟାଗ୍ ମଧ୍ୟ ଷ୍ଟାଡିୟମ ଭିତରକୁ ନେବା ପାଇଁ ଅନୁମତି ନାହିଁ । ସେହିପରି ଖୁଚୁରା ପଇସା ନଆଣିବାକୁ ମଧ୍ୟ କୁହାଯାଇଛି । ଅନ୍ୟପକ୍ଷରେ ଟିକେଟରେ ନୋ ମାସ୍କ, ନୋ ଏଣ୍ଟ୍ରି ଲେଖା ଅଛି । ତେଣୁ ସମସ୍ତେ ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଷ୍ଟାଡିୟମରେ ମୁତୟନ ପୋଲିସ ମଧ୍ୟ ମାସ୍କ୍ ପିନ୍ଧିବେ ବୋଲି ଆଜି ପ୍ରେସମିଟରେ କହିଛନ୍ତି କଟକ ଡିସିପି ।

ସେହିପରି ବାରବାଟୀ ମୁକାବିଲା ପାଇଁ ୬୨ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ୩ ଜଣ ଡିସିପି, ୭ ଜଣ ଅତିରିକ୍ତ ଡିସିପି, ୩୨ ଜଣ ACP, ୪୫ ଇନ୍ସପେକ୍ଟର, ୨୭୦ SI ରାଙ୍କ୍ ଅଧିକାରୀ, ୧୧୩ ଜଣ ଟ୍ରାଫିକ ପୋଲିସ, ୪୩ ଜଣ ମହିଳା କନଷ୍ଟେବଳ ମୁତୟନ ହେବେ ।