spot_img
Home Blog Page 4327

ହାଇଓ୍ୱା ସିକ୍ରେଟ ଚାମ୍ବରରୁ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ

ଭୁବନେଶ୍ୱର: ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ । କିନ୍ତୁ ବାଟରେ ମାଡ଼ି ବସିଲା ଏସଟିଫ । ୧୬ ନମ୍ବର ଜାତୀୟ ରାଜପଥର ତମାଣ୍ଡୋ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ୧୬ ନମ୍ବର ଜାତୀୟ ରାଜପଥର ତମାଣ୍ଡୋରେ ବେଆଇନ ଗଞ୍ଜେଇ ଚାଲାଣ ଖବର ପାଇ ଚଢ଼ାଉ କରିଥିଲା ଏସଟିଏଫ । ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି STF । ହାଇଓ୍ୱାରେ ସିକ୍ରେଟ୍ ଚାମ୍ବର କରି ଚାଲାଣ କରୁଥିଲେ ଗଞ୍ଜେଇ । ଝାଡ଼ଖଣ୍ଡ କିମ୍ବା ବିହାରକୁ ଚୋରାଚାଲାଣ ହେଉଥିଲା ଗଞ୍ଜେଇ ।

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣେ ଅଭିଯୁକ୍ତ ରାଜେଶ ସିଂହକୁ ଗିରଫ କରିଛି STF । ୨୦୨୦ରୁ ଏ ପର୍ଯ୍ୟନ୍ତ ୫୨ କେଜି ବ୍ରାଉନସୁଗାର, ୨୦୨ ଗ୍ରାମ କୋକେନ୍, ୧୦୩ କୁଇଣ୍ଟାଲ ଗଞ୍ଜେଇ, ୭୫୦ ଗ୍ରାମ ଓପିଅମ ଜବତ କଲାଣି ଏସଟିଏପ୍ । ଏହାସହ ୧୪୬ ଡ୍ରଗ୍ସ ପେଡଲରଙ୍କୁ କାବୁ କରିବାରେ ସଫଳ ହୋଇଛି ଏସଟିଏଫ୍ ।

ବାଚସ୍ପତି ପଦରୁ ଇସ୍ତଫା ଦେଲେ ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର: ବାଚସ୍ପତି ପଦରୁ ଇସ୍ତଫା ଦେଲେ ସୂର୍ଯ୍ୟ ନାରାୟଣ ପାତ୍ର । ଇସ୍ତଫା ପତ୍ର ଗ୍ରହଣ କଲେ ଉପବାଚସ୍ପତି । ୨୦୧୯ ଜୁନ୍ ପହିଲାରୁ ବାଚସ୍ପତି ଥିଲେ ସୂର୍ଯ୍ୟ ନାରାୟଣ ପାତ୍ର । ବାଚସ୍ପତିଙ୍କ ଇସ୍ତଫା ପରେ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ନେଇ ଚର୍ଚ୍ଚା ଜୋର ଧରିଛି । ଏମିତିକି କିଛି ମନ୍ତ୍ରୀ ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ଦିନେ ଦୁଇ ଦିନ ମଧ୍ୟରେ ନୂଆ ମନ୍ତ୍ରୀ ନେଇପାରନ୍ତି ଶପଥ ।

ହିନ୍ଦୁ ଟାର୍ଗେଟ୍ କିଲିଂ: କାଶ୍ମୀରର ସବୁ ହିନ୍ଦୁ ଶିକ୍ଷକଙ୍କ ସାମୁହିକ ବଦଳି

ଶ୍ରୀନଗର: କାଶ୍ମୀରୀ ପଣ୍ଡିତଙ୍କ ସୁରକ୍ଷା ନେଇ ସ୍ଥାନୀୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ୧୭୭ ଜଣ ଶିକ୍ଷକଙ୍କ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ଟାର୍ଗେଟ କିଲିଂ ଭିତରେ ସ୍ଥାନୀୟ ସରକାରଙ୍କ ପକ୍ଷରୁ କାଶ୍ମୀରୀ ପଣ୍ଡିତଙ୍କ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀନଗରର ବିଭିନ୍ନ ଅଞ୍ଚଳରେ ମୁତୟନ କାଶ୍ମୀର ପଣ୍ଡିତଙ୍କ ଜିଲ୍ଲା ମୁଖ୍ୟାଳୟକୁ ଟ୍ରାନ୍ସଫର କିମ୍ବା ଆଡଜଷ୍ଟମେଣ୍ଟ କରିଦିଆଯାଇଛି। ଶ୍ରୀନଗର ସ୍ଥିତ ଚିଫ୍ ଏଜୁକେସନ୍ ଅଫିସରଙ୍କ ପକ୍ଷରୁ ଜାରି ଏକ ପତ୍ରରେ ଏନେଇ ସୂଚନା ଦିଆଯାଇଛି।

ସୂଚନା ଯୋଗ୍ୟ ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ମିଟିଂରେ ଜମ୍ମୁ-କାଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନାଙ୍କ ବ୍ୟତୀତ ଏନ୍ଏସଏ ଅଜିତ ଡୋଭାଲ, ଜମ୍ମୁ-କାଶ୍ମୀରର ଡାଇରେକ୍ଟର ଜେନେରାଲ ଅଫ୍ ପୋଲିସ ଦିଲବାଗ୍ ସିଂହ, କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା, କେନ୍ଦ୍ର ରିଜର୍ଭ ପୋଲିସ ବଳ ମହା ନିର୍ଦେଶକ କୁଲଦୀପ ସିଂହ ଓ ସୀମା ସୁରକ୍ଷାବଳର ମୁଖ୍ୟ ପଙ୍କଜ ସିଂହ ମଧ୍ୟ ଉପସ୍ଥିତ ଥିଲେ ।

ତେବେ ଘାଟିରୁ କାଶ୍ମୀରୀ ପଣ୍ଡିତଙ୍କ ପଳାୟନ ଭିତରେ ତାଙ୍କୁ ସୁରକ୍ଷିତ ଅନୁଭବ କରାଇବା ପାଇଁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଉଠାଯାଇଥିବା କୁହାଯାଉଛି । କାଶ୍ମୀର ଉପତ୍ୟକାରେ ସକ୍ରିୟ ହୋଇଉଠିଛନ୍ତି ଆତଙ୍କବାଦୀ । ଟାର୍ଗେଟ କିଲିଂ କରି ଆତଙ୍କ ସୃଷ୍ଟି କରିଛନ୍ତି ଆତଙ୍କୀ । ସପ୍ତାହକ ମଧ୍ୟରେ ୮ ଜଣଙ୍କୁ ହତ୍ୟା କରିଛନ୍ତି ଆତଙ୍କୀ । କାଶ୍ମୀର ପଣ୍ଡିତ ଏବେ କାଶ୍ମୀର ଛାଡ଼ି ଅନ୍ୟତ୍ର ପଳାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଲୋକେ କାଶ୍ମୀର ବିମାନ ବନ୍ଦରରେ ଗତକାଲି ପ୍ରବଳ ଭିଡ଼ ଜମାଇଥିଲେ । ଉପତ୍ୟକାରେ ଟାର୍ଗେଟ କିଲିଂ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇଦେଇଛି ।

ଏଥିସହିତ ପଢ଼ନ୍ତୁ: ଉପତ୍ୟକାରେ ସକ୍ରିୟ ଆତଙ୍କବାଦୀ, ସପ୍ତାହକରେ ୮ ଜଣଙ୍କୁ ହତ୍ୟା

୮ ବର୍ଷ ପରେ ଲିଙ୍ଗରାଜଙ୍କ ବିବାହ ଉତ୍ସବରେ ଯୋଗଦେବେ କପିଳେଶ୍ୱର

ଭୁବନେଶ୍ୱର: ଲିଙ୍ଗରାଜଙ୍କ ବିବାହ ଉତ୍ସବରେ ଯୋଗଦେବେ କପିଳେଶ୍ବର । ଦୀର୍ଘ ୮ ବର୍ଷ ପରେ ଦେବ ବିବାହରେ କପିଳେଶ୍ବର ସାମିଲ ହେବେ । ଭୁବନେଶ୍ବରର ଉପଜିଲ୍ଲାପାଳ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ମଲ୍ଲିଆ ଓ ଖୁଣ୍ଟିଆ ସେବାୟତଙ୍କ ଅନ୍ୟ ଦାବି ସମ୍ପର୍କରେ ଆସନ୍ତା 17 ତାରିଖରେ ସ୍ୱତନ୍ତ୍ର ବୈଠକରେ ଆଲୋଚନା ପାଇଁ ସମୟ ଧାର୍ଯ୍ୟ ହୋଇଛି । ଏବେ ଦେବଦମ୍ପତିଙ୍କ ବିବାହ ସହିତ ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା ସୁରୁଖୁରୁରେ ହେବା ନେଇ ପ୍ରଶାସନ ଏବେ ଆଶାବାଦୀ ରହିଛି । ତେବେ ଲିଙ୍ଗରାଜ ମନ୍ଦିରର ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗର ଦାବି ନେଇ ବୈଠକରେ ଆଲୋଚନା ଜାରି ରହିଛି ।

ଜାମ୍ମୁ ଓ କାଶ୍ମୀରରେ ବଢୁଛି ଟାର୍ଗେଟ୍‌ କିଲିଂ, ୧୭୭ କାଶ୍ମୀରୀ ପଣ୍ଡିତ ଶିକ୍ଷକଙ୍କୁ ବଦଳି

ଶ୍ରୀନଗର: କାଶ୍ମୀରରେ ଟାର୍ଗେଟ କିଲିଂ ବଢ଼ିବା ପରେ ପଦକ୍ଷେପ । ୧୭୭ କାଶ୍ମୀର ପଣ୍ଡିତ ଶିକ୍ଷକଙ୍କୁ ବିଭିନ୍ନ ସୁରକ୍ଷିତ ସ୍ଥାନକୁ ବଦଳି କରିଛନ୍ତି ସରକାର । ଗତ ଏକ ମାସ ମଧ୍ୟରେ ୮ରୁ ଅଧିକ ଲୋକଙ୍କୁ ଟାର୍ଗେଟ କିଲିଂ ଜରିଆରେ ଆତଙ୍କବାଦୀ ହତ୍ୟା କରିବା ପରେ ଉପତ୍ୟକାରେ ଆତଙ୍କ ପ୍ରକାଶ ପାଇଆସୁଛି । ବିଶେଷ କରି ଶିକ୍ଷକ, କର୍ମଚାରୀ, ବ୍ୟାଙ୍କ କର୍ମଚାରୀଙ୍କୁ ଟାର୍ଗେଟ କରାଯାଉଛି ।

କାଶ୍ମୀରର ଏହି ଅବସ୍ଥା ନେଇ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ବସିଥିଲା । ୨୦୧୨ରେ ଘୋଷିତ ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ ଅନୁସାରେ ପଣ୍ଡିତମାନଙ୍କୁ ବିଭିନ୍ନ ସ୍ଥାନରେ ନିଯୁକ୍ତି ଦିଆଯାଇଥିଲା । ମାତ୍ର ଟାର୍ଗେଟ କିଲିଂ ପରେ ସେମାନେ ପ୍ରତିବାଦ କରିଥିଲେ । ଉପତ୍ୟକାରୁ ସମୂହ ପଳାୟନ ଲାଗି ସେମାନେ ଧମକ ଦେଇଥିଲେ । ପୂର୍ବରୁ ତହସିଲ କର୍ମଚାରୀ ରାହୁଲ ଭଟ୍ଟଙ୍କ ହତ୍ୟା ପରେ ପ୍ରାୟ ୬୦୦୦ ହଜାର କର୍ମଚାରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ବାପାଙ୍କୁ ପିଟି ପିଟି ହତ୍ୟା କଲେ ଦୁଇ ପୁଅ

ସୁନ୍ଦରଗଡ଼: ନୃଶଂସ ପାଲଟିଲା ପୁଅ । ବାପାକୁ ପିଟି ପିଟି ହତ୍ୟା କଲେ ଦୁଇ ପୁଅ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇର ଚାନ୍ଦିପୋଷ ଥାନା ଅନ୍ତର୍ଗତ ରାଣିବେର୍ଣ୍ଣା ଗାଁରେ । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ମାଙ୍ଗରା ଭୁମିଜ ।

ସୂଚନା ଅନୁସାରେ ମାଙ୍ଗରା ଭୁମିଜ ପ୍ରଥମ ସ୍ତ୍ରୀ ମୃତ୍ୟୁ ପରେ ଦ୍ୱିତୀୟ ବିବାହ କରିଥିଲେ । ପ୍ରଥମ ସ୍ତ୍ରୀଙ୍କର ଦୁଇ ପୁଅ ରହିଛି । ଦ୍ୱିତୀୟ ବିବାହ ପରେ ମଙ୍ଗରା ଓ ତାଙ୍କ ଦୁଇ ପୁଅଙ୍କ ମଧ୍ୟରେ ପ୍ରତ୍ୟେକ ଦିନ ଝଗଡ଼ା ଲାଗୁଥିଲା । ତେବେ ଗତକାଲି ରାତିରେ ଝଗଡ଼ା ହେବା ପରେ ଉତ୍ତ୍ୟକ୍ତ ହୋଇ ଦୁଇ ପୁଅ କାଠ ଫାଳିଆରେ ପିଟି ପିଟି ତାଙ୍କ ବାପାଙ୍କୁ ହତ୍ୟା କରିଥିଲେ । ଏତିକିରେ ରାଗ ଶାନ୍ତ ହୋଇନଥିଲା । ଏହାପରେ ଦୁଇ ପୁଅ ସ୍କୁଟି ଆଣି ତାଙ୍କ ବାପାଙ୍କ ଉପରେ ଚଢ଼ାଇ ଦେଇଥିଲେ ।

ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡ ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ରାଉରକେଲାରୁ ସାଇଣ୍ଟିଫିକ ଟିମ ଆସିଲା ପରେ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ଲହୁଣିପଡ଼ା ପଠା ଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ରାଜ୍ୟର ୪୫ ପ୍ରତିଶତ ଗାଁରେ ହେଲାଣି ଟ୍ୟାପ ଯୋଗେ ପାଣି ସଂଯୋଗ

ଭୁବନେଶ୍ୱର: ୨୦୨୪ ମସିହା ସୁଦ୍ଧା ରାଜ୍ୟର ସବୁ ଗାଁରେ ଟ୍ୟାପ ଯୋଗେ ପାଣିର ବ୍ୟବସ୍ଥା କରାଯିବ । ଖୁବଶୀଘ୍ର କାମ କରିବାକୁ ଗୁରୁତ୍ୱ ଦିଆଯାଇଛି । ଏପର୍ଯ୍ୟନ୍ତ ରାଜ୍ୟର ୪୫ ପ୍ରତିଶତ ଗାଁରେ ଟ୍ୟାପ ଯୋଗେ ପାଣି ସଂଯୋଗ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଁର ବିକାଶକୁ ସବୁବେଳେ ପ୍ରାଧାନ୍ୟ ଦେଇ ଆସୁଛନ୍ତି । ଏହାକୁ ଆଧାର କରି ପଞ୍ଚାୟତଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପଞ୍ଚାୟତ ପ୍ରତିନିଧିଙ୍କ ବଡ଼ ଭୂମିକା ରହିଛି । ତେଣୁ ପଞ୍ଚାୟତର ବିକାଶରେ ସେମାନଙ୍କର ସହଯୋଗ ଦରକାର ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ।

ଚଳିତ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର: ଚଳିତ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ ।ଫଳ ପ୍ରକାଶ ନେଇ ପ୍ରକ୍ରିୟା ଜାରି ଅଛି। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସୂଚନା ଅନୁସାରେ ଚଳିତବର୍ଷ ୫ ଲକ୍ଷ ୨୮ ହଜାର ପିଲା ମାଟ୍ରିକ ପରୀକ୍ଷା ଦେଇଥିଲେ । ରାଜ୍ୟରେ ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଦୁଇ ସପ୍ତାହରେ ଖାତାଦେଖା ସରିଛି । ପରୀକ୍ଷାର୍ଥୀଙ୍କ ମାର୍କ ଅନଲାଇନରେ ଅପଲୋଡ କରାଯାଉଥିବା ବେଳେ, SOSC ଓ ମଧ୍ୟମା ପରୀକ୍ଷାର୍ଥୀଙ୍କ ମାର୍କ ଅଫଲାଇନ ମୋଡରେ ରେକର୍ଡ କରାଯାଇଛି ।

ରାଜଧାନୀରେ ବାର୍ ଉପରେ ଅବକାରୀ ବିଭାଗର ଚଢ଼ାଉ, ନିୟମ ଉଲ୍ଲଂଘନ ପାଇଁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ମଦ ଆସରକୁ ନାଚଗୀତରେ ମସଗୁଲ ନିଶାଡ଼ି । ନିୟମ ବେଖାତିର କରି ବିଳମ୍ବିତ ରାତିରେ ଚାଲିଥିଲା ବାର୍‌ । ଖାରବେଳନଗର ଥାନା ଅଧିନରେ ଥିବା ସନ ଗ୍ରୀନରେ ଅଚାନକ ରେଡ୍‌ କରିଛି ଅବକାରୀ ଟିମ । ବିଳମ୍ବିତ ରାତିରେ ମଦର ଆସର ଜମିଥିବାରୁ ହୋଟେଲ ସନ ଗ୍ରୀନକୁ ଅବକାରୀ ବିଭାଗର କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ନିୟମ ଖିଲାପ କରି କାହିଁକି ଜମିଥିଲା ମଦର ଆସର, ଏହାର ଉତ୍ତର ଦେବା ପାଇଁ ବାର୍‌କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଅବକାରୀ ଟିମ ।

ସୂଚନା ଅନୁସାରେ ରାଜଧାନୀରେ ରାତି ୧୧ଟା ପରେ ବାର୍ ଖୋଲା ରହୁଛି । ବାରରୁ ଫେରୁଥିବା ବ୍ୟକ୍ତି ମଦ୍ୟପାନ କରି ରାସ୍ତାରେ ଆତଙ୍କରାଜ କରୁଛନ୍ତି । ରାତି ୧୧ଟା ପରେ ବାର୍ ଖୋଲି ନିୟମ ଉଲ୍ଲଂଘନ କରୁଥିବା ବାରକୁ ନୋଟିସ୍ ଜାରି କରାଯାଇଛି । ନୋଟିସ୍ ପରେ ନିୟମ ଉଲ୍ଲଂଘନ କଲେ ବାରର ଲାଇସେନ୍ସ ରଦ୍ଦ ପାଇଁ ପଦକ୍ଷେପ ନିଆଯିବ ।

 

ସୁଷମ ଖାଦ୍ୟ ଅଭାବରୁ ଦେଶରେ ପ୍ରତି ବର୍ଷ ଯାଉଛି ୧୭ ଲକ୍ଷ ଲୋକଙ୍କ ଜୀବନ

ନୂଆଦିଲ୍ଲୀ: ଦେଶରେ କୋଟି କୋଟି ଲୋକ ସୁଷମ ଖାଦ୍ୟରୁ ବଞ୍ଚିତ । ଏହି କାରଣରୁ ଦେଶରେ ପ୍ରତିବର୍ଷ ୧୭ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ଏହାସହ ଉତ୍ତମ ଖାଦ୍ୟର ଅଭାବ ପରିବେଶ ଉପରେ ବି ପକାଉଛି ନକାରାତ୍ମକ ପ୍ରଭାବ । ବିଶ୍ବ ପରିବେଶ ଦିବସ ପୂର୍ବରୁ ଏହି ଚିନ୍ତାଜନକ ତଥ୍ୟ ଦେଇଛି ବିଜ୍ଞାନ ଓ ପରିବେଶ କେନ୍ଦ୍ର ବା ସିଏସଇ । ବିଶ୍ବରେ ୪୨ ପ୍ରତିଶତ ଲୋକ ସୁଷମ ଖାଦ୍ୟରୁ ବଞ୍ଚିତ ହେଉଥିବା ବେଳେ, ଭାରତରେ ଏହି ହାର ୭୧ ପ୍ରତିଶତ । ଖାଦ୍ୟରେ ପନିପରିବା, ଫଳ, ପୁଷ୍ଟିକର ସାମଗ୍ରୀ, ପ୍ରୋଟିନ ଓ ଭିଟାମିନ ଜାତୀୟ ଶସ୍ୟ ଅଭାବରୁ ଲୋକେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହାକି ମୃତ୍ୟୁର କାରଣ ହେଉଛି ବୋଲି ରିପୋର୍ଟରେ କୁହାଯାଇଛି ।

ଭିଟାମିନ ଓ ପ୍ରୋଟିନ ବିହୀନ ଖାଦ୍ୟର ଅଭାବ ହିଁ ମଧୁମେହ, କର୍କଟ, ହୃଦଘାତ, ଶ୍ବାସପ୍ରଶ୍ବାସ ଜନିତ ସମସ୍ୟା ଓ ଅନ୍ୟାନ୍ୟ ରୋଗର କାରଣ ହୋଇଥାଏ । ଫଳ, ପନିପରିବା, ଶସ୍ୟ, ମାଂସ, ମିଠା ପାନୀୟ ଆଦି ଖାଦ୍ୟର ଅଭାବ ଯୋଗୁ ଲୋକମାନେ ନାନା ରୋଗର ସମ୍ମୁଖୀନ ହୋଇଥାନ୍ତି । ସିଏସଇ ପକ୍ଷରୁ କୁହାଯାଇଛି, ଖାଦ୍ୟ ବ୍ୟବସ୍ଥା ଜରିଆରେ ପରିବେଶ ନିୟନ୍ତ୍ରିତ ହୋଇଥାଏ । ଏପରିକି ପ୍ରଚୁର ଦୁଗ୍ଧ ଉତ୍ପାଦନ ସାଧାରଣତଃ ଗ୍ରୀନ ହାଉସ ଗ୍ୟାସ ନିର୍ଗମନକୁ ନିୟନ୍ତ୍ରଣ କରିଥାଏ ।

ସେହିପରି ଶସ୍ୟ ଉତ୍ପାଦନ ଜଳ, ନାଇଟ୍ରୋଜେନ ଓ ଫସଫରସ ମାତ୍ରା ଉପରେ ପ୍ରଭାବ ପକାଇଥାଏ । ଦେଶରେ ମାତ୍ରାଧିକ ଦରବୃଦ୍ଧି ଲୋକଙ୍କ ସମସ୍ୟାକୁ ବହୁଗୁଣିତ କରିଛି । ଗତବର୍ଷ ଖାଉଟି ଖାଦ୍ୟ ଦର ସୂଚୀ ବା ସିଏଫପିଆଇ ମୁଦ୍ରାସ୍ଫୀତି ୩୨୭ ପ୍ରତିଶତ ବଢ଼ିଥିବା ବେଳେ, ଖାଉଟି ଦର ସୂଚୀ ବା ସିପିଆଇ ୮୪ ପ୍ରତିଶତ ବୃଦ୍ଧିପାଇଛି । ରିପୋର୍ଟରେ କୁହାଯାଇଛି ଦେଶର ବିକାଶ ହୋଇଥିବା ସତ୍ତ୍ବେ ଲୋକଙ୍କ ଖାଦ୍ୟ ପୁଷ୍ଟିକର ହେଉନାହିଁ । ଦେଶରେ ଅପପୁଷ୍ଟିର ସ୍ତର ଦିନକୁ ଦିନ ବୃଦ୍ଧି ପାଉଥିବା ରିପୋର୍ଟରେ ଦର୍ଶାଯାଇଛି ।