spot_img
Home Blog Page 4329

ମାଲ୍ୟା, ନୀରବ ମୋଦୀଙ୍କୁ ଭାରତକୁ ହସ୍ତାନ୍ତର କରିବାକୁ ଚାହୁଁଛନ୍ତି ବୋରିସ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଆଜି ଏକ ବଡ଼ ବୟାନ୍ ଦେଇଛନ୍ତି । ଯେତେବେଳେ ତାଙ୍କୁ ପଳାତକ ନୀରବ ମୋଦୀ ଏବଂ ବିଜୟ ମାଲ୍ୟାଙ୍କୁ ନେଇ ପ୍ରଶ୍ନ ପଚରା ଯାଇଥିଲା, ସେ ଏହାର ଉତ୍ତର ରଖିଥିଲେ । ସେ କହିଥିଲେ ଯେ, ମୁଁ ଦୁହିଁଙ୍କୁ ଭାରତକୁ ହସ୍ଥାନ୍ତର କରିବାକୁ ଚାହୁଁଛି ।

ସେ କହିଥିଲେ ଯେ, ଆପଣ ଯେଉଁ ଦୁହିଁଙ୍କ କଥା କହୁଛନ୍ତି ଆମେ ତାଙ୍କୁ ଭାରତ ପଠେଇବାକୁ ଚାହୁଁଛୁ । ଆଇନ ନ ମାନି ଆମ ଦେଶରେ ଆଶ୍ରୟ ନେଇଥିବା ବ୍ୟକ୍ତିଙ୍କୁ ଆମେ କେବେବି ପ୍ରସୟ ଦେବୁନି । ବ୍ରିଟେନରେ କାମ କରୁଥିବା କିଛି ଖଲିସ୍ଥାନୀ ସଂଗଠନକୁ ମଧ୍ୟ ସନସନ ସ୍ପଷ୍ଟ କରିଛନ୍ତି । ତାଙ୍କ ତରଫରୁ ଏକ ଆତଙ୍କବାଦୀ ବିରୋଧୀ ଟାସ୍କ ଫୋର୍ସ ଗଠନ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ଜନସନ କହିଥିଲେ ଯେ, ଆଗାମୀ ସପ୍ତାହରେ ପୁଣିଥରେ କିଭରେ ବ୍ରିଟେନ ତରଫରୁ ଦୂତାବାସ ଖୋଲିଦିଆଯିବ । ଭାରତ ଗସ୍ତରେ ଆସି ତାଙ୍କର ସମ୍ପର୍କ ଆହୁରୀ ମଜବୁତ ହୋଇଛି ବୋଲି ସେ କହିଥିଲେ ।

ଲାହୋର ରାଲିରେ ଭାରତକୁ ପ୍ରଶଂସା କଲେ ଇମ୍ରାନ୍‌ ଖାନ୍‌

ନୂଆଦିଲ୍ଲୀ: ଭାରତର ବୈଦେଶିକ ନୀତିକୁ ପୁଣିଥରେ ପ୍ରଶଂସା କରି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଛନ୍ତିଯେ, ଭାରତର ବୈଦେଶିକ ନୀତି ପାକିସ୍ତାନଠାରୁ ଭିନ୍ନ । ଏହା  ଭାରତର ଲୋକଙ୍କ ଉତ୍ତମ ସୁବିଧା ପାଇଁ ତିଆରି ହୋଇଛି ।

ଲାହୋରର ଏକ ରାଲିରେ ଭାଷଣ ଦେଉଥିବାବେଳେ ଇମ୍ରାନ୍‌ କହିଛନ୍ତିଯେ, ଆମେରିକା ସହିତ ଭାରତର ଏକ ରଣନୀତିକ ବୁଝାମଣା ରହିଥିବା ବେଳେ ଋଷିଆଠାରୁ ତେଲ କିଣୁଛି । ଭାରତର କହିବା ହେଉଛି ସେ ଲୋକଙ୍କ ଭଲ ପାଇଁ ଏ ସବୁ କରୁଛି । କିନ୍ତୁ ଆମ ବୈଦେଶିକ ନୀତି ଆମ ଦେଶର ଲୋକମାନଙ୍କ ଭଲ ପାଇଁ କରାଯାଇନାହିଁ  ବରଂ ଅନ୍ୟମାନଙ୍କ ପାଇଁ କରାଯାଇଛି ।

ଏହା ପ୍ରଥମ ଥର ନୁହେଁ ଯେତେବେଳେ ଇମ୍ରାନ୍‌ ଭାରତକୁ ପ୍ରଶଂସା କରିଛନ୍ତି । ଏହା ପୂର୍ବରୁ ମାର୍ଚ୍ଚ ମାସରେ ମଧ୍ୟ ଭାରତର ବୈଦେଶିକ ରଣବୀତିକୁ ପ୍ରଶଂସା କରିଥିଲେ ଇମ୍ରାନ୍‌ । ସେ କହିଥିଲେଯେ ଭାରତର ବୈଦେଶିକ ରଣନୀତି ସ୍ୱାଧୀନ ଏବଂ ଲୋକଙ୍କ ପାଇଁ ।

ଏହା ପୂର୍ବରୁ ପଂଖତୁଖ୍ୱାର ମାଲାକାନ୍ଦ ଅଞ୍ଚଳରେ ଏକ ରାଲିରେ ଇମ୍ରାନ୍‌ କହିଥିଲେଯେ, ମୁଁ ଆମର ପଡ଼ୋଶୀ ଦେଶକୁ ପ୍ରଶଂସା କରୁଛି । କାରଣ ସେମାନଙ୍କର ଏକ ସ୍ୱାଧୀନ ବୈଦେଶିକ ରଣନୀତି ରହିଛି । ଏବେ ଭାରତ ଆମେରିକା ସହିତ ଏକ ଚୁକ୍ତିରେ ମଧ୍ୟ ବନ୍ଧା । ସେମାନେ QUADର ଅଂଶ । ତେବେ ଋଷିଆ ଗସ୍ତ ପଛର କାରଣ ମଧ୍ୟ କହିଥିଲେ ଇମ୍ରାନ୍‌ । ସେ ମଧ୍ୟ ଭାରତକୁ ଅନୁକରଣ କରିବାକୁ ଚାହୁଁଥିଲେ ।

ରତ୍ନ ପଥର ଚୋରା ଖନନ ବେଳେ ଅଘଟଣ, ମାଟି ଅତଡ଼ା ଖସି ୩ ଜଣଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଗୁଲମୀ ଗାଁ ନିକଟରେ ବଡ଼ ଅଘଟଣ ଘଟିଛି । ମାଟି ଅତଡ଼ା ଖସି ତିନି ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ରତ୍ନ ପଥର ଚୋରା ଖନନ ସମୟରେ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି । ମାଟି ତଳେ ଦବି ଯାଇଛନ୍ତି ତିନି ଜଣ ଶ୍ରମିକ । ଗାଁ ନିକଟ ଜଙ୍ଗଲରେ ଥିବା ଏକ ମାଇନ୍ସରେ କାମ କରୁଥିବା ବେଳେ ମାଟି ଅତଡ଼ା ଖସିଥିବା ସୂଚନା ମିଳିଛି ।

ଘଞ୍ଚ ଜଙ୍ଗଲ ଭିତରେ ବେଆଇନ୍ ଭାବେ ଖନନ୍ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ପ୍ରାୟ ୧୦ ଫୁଟ୍ ତଳକୁ ମାଟି ଅତଡ଼ା ଖସି ପଡ଼ିଛି । ତେବେ ଏ ଖନନ କାର୍ଯ୍ୟରେ କେତେ ଶ୍ରମିକ ନିୟୋଜିତ ଥିଲେ, କିଏ ଠିକାଦାର ଜଣାପଡ଼ିନାହିଁ ।

ହଠାତ୍‌ ମାରିଲା ବାତ, ଟ୍ରାକକୁ ଖସି ଚାଲିଗଲା ପୁଲିସଙ୍କ ଜୀବନ

ନୂଆଦିଲ୍ଲୀ: ଗତ ଶନିବାର ରାତିରେ ଆଗ୍ରା ରେଲଓ୍ୱେ ଷ୍ଟେସନରେ କେହି କିଛି ବୁଝିବା ପୂର୍ବରୁ ଆପେ ଆପେ ଘଟିଗଲା ଏକ ଅଘଟଣ । ହଠାତ୍‌ ଜଣେ ପୁଲିସ୍‌ କନଷ୍ଟେବଲ ରେଲଓ୍ୱେ ଟ୍ରାକକୁ ଖସି ପଡ଼ିଲେ ଏବଂ ଚଳନ୍ତା ରେଲଓ୍ୱେରେ ଜୀବନ ଚାଲିଗଲା । ପୋଲିସର କହିବା ହେଉଛି ବ୍ୟକ୍ତିଙ୍କ ନାମ  ରିଗାଲ କୁମାର ସିଂ ଏବଂ ଘର ଉତ୍ତରପ୍ରଦେଶର ବିଜନୋରରେ ।

 

ଏହି ଭୟଙ୍କର ସିସିଟିଭି ଭିଡ଼ିଓ ଏବେ ସୋସିଅଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଭିଡ଼ିଓରେ ଦେଖିବାକୁ ମିଳିଛଯେ, କନଷ୍ଟେବଳ ଜଣକ ପ୍ଲାଟଫର୍ମର ଏକ ଖାଲି ସ୍ଥାନରେ ଛିଡ଼ା ହୋଇଛନ୍ତି । ପଛପଟେ ଯାଉଛି ମାଲବାହୀ ଟ୍ରେନ୍‌ । ହଠାତ୍‌ ବ୍ୟକ୍ତି ଜଣକ ଘୁରିବାକୁ ଲାଗୁଛନ୍ତି ଏବଂ କିଛି କ୍ଷଣ ମଧ୍ୟରେ ରେଲଓ୍ୱେ ଟ୍ରାକକୁ ଖସି ପଡ଼ୁଛନ୍ତି । ବିଶେଷଜ୍ଞଙ୍କ କହିବା ହେଉଛି ଏହି ରୋଗ କାଁ ଭାଁ ଦେଖିବାକୁ ମିଳେ । ଘଟଣା ସ୍ଥଳରେ ଜଣେ ଟିଟିଇ ପହଞ୍ଚିଲେ ସତ କିନ୍ତୁ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ । ହସ୍ପିଟାଲକୁ ପୁଲିସ ଜଣକୁ ଭର୍ତ୍ତି କରାଗଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କଲେ ।  ଆଶ୍ଚର୍ଯ୍ୟର କଥା ହେଉଛି ତାଙ୍କ ପରିବାର ଲୋକଙ୍କୁ ଏହି ଭିଡ଼ିଓ ଦେଖିବା ପରେ ଗଭୀର ଆଘାତ ପହଞ୍ଚିଛି । ସୁସ୍ଥ ଥିବା ବ୍ୟକ୍ତି ଜଣଙ୍କ ସହିତ ଏହା କିଭଳି ଘଟିଲା ତାହା ସମସ୍ତଙ୍କ କଳ୍ପନା ବାହାରେ ।  କନଷ୍ଟେବଳଙ୍କର ପତ୍ନୀ ଏବଂ ଦୁଇଟି ପିଲା ଅଛନ୍ତି ।  ୨୦୧୧ ରେ ସେ ୟୁପି ପୁଲିସରେ ଯୋଗ ଦେଇଥିଲେ  ଏବଂ ଏହାପରେ  GRPକୁ (Government Railway Police)କୁ ସ୍ଥାନାନ୍ତର ହୋଇଥିଲେ ।

୯ ବର୍ଷ ବୟସରୁ ମଡେଲିଂ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ବଲାଙ୍ଗିରର ଅସ୍ମି

ବଲାଙ୍ଗିର: କୁନି ଝିଅ ଅସ୍ମି ମିଶ୍ର, ବୟସ ମାତ୍ର ୯ ବର୍ଷ । ନିଜର ଅନନ୍ୟ ପ୍ରତିଭାରେ ସମସ୍ତଙ୍କୁ ଆକର୍ଷିତ କରିଛି । ଡ୍ୟାନ୍ସ , ମଡେଲିଂ ସାଙ୍ଗକୁ ନିଖୁଣ ଅଭିନୟ ଦେଖାଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ଏହି ବିସ୍ମୟ ବାଳିକା । ଝିଅର ସଫଳତା ପରେ ପରିବାରରେ ଖୁସିର ମାହୋଳ ଖେଳି ଯାଇଛି । କୁନି ବୟସରୁ ଅନନ୍ୟ ପ୍ରତିଭାର ଅଧିକାରୀ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ରାଜୀବନଗର ପଡ଼ାର ଅସ୍ମି ମିଶ୍ର ।

9 Year Old Ashmi Mishra Of Bolangir In India Book Of Record

ମାତ୍ର ୯ ବର୍ଷ ବୟସରୁ ମଡେଲିଂରେ ପାଦ ଥାପି କୁନି ମଡେଲ ହୋଇଛନ୍ତି । ସେହିପରି ଡ୍ୟାନ୍ସରେ ଧୁମ୍ ମଚାଇବା ସହ ଅଭିନୟରେ ନିଖୁଣ ଛାପ ଛାଡ଼ି ସମସ୍ତଙ୍କୁ ଆକର୍ଷିତ କରିଛନ୍ତି ଏହି କୁନି ଝିଅ । ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ଜଣେ ମେଧାବୀ ଛାତ୍ରୀ ହେବା ସଙ୍ଗେ ସଙ୍ଗେ ଛୋଟ ବେଳୁ ଡ୍ୟାନ୍ସିଂ ଓ ମଡେଲିଂରେ ଶିକ୍ଷା ଗ୍ରହଣ କରୁଛନ୍ତି ଅସ୍ମି । ଓଡ଼ିଶୀ ନୃତ୍ୟ, ପାରମ୍ପରିକ ଲୋକ ନୃତ୍ୟ, ବଲିଉଡ୍ ଆଦି ବିଭିନ୍ନ ଡ୍ୟାନ୍ସ ଶିଖୁଛନ୍ତି ।

9 Year Old Ashmi Mishra Of Bolangir In India Book Of Record

୨୦୨୦ରେ ଫଟୋ ଜେନିକ୍ କିଡ୍, ବେଷ୍ଟ କିଡ୍ ଆଦି ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇ ଟାଇଟଲ୍ ମଧ୍ୟ ହାତେଇଛନ୍ତି । ଏବେ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇବା ପରେ ପରିବାରରେ ଖୁସିର ମାହୋଲ । କୋମଳ ବୟସରେ କଳାରେ ପାରଦର୍ଶିତା ଦେଖାଇଛନ୍ତି କୁନି ଝିଅ ଅସ୍ମି । ଆଗକୁ ଜଣେ ମଡେଲ ହେବାର ଲକ୍ଷ୍ୟ ରଖିଛନ୍ତି । ଅସ୍ମିଙ୍କ ଏଭଳି ପ୍ରତିଭା ଦେଖିବା ପରେ ସବୁଠୁ ଶୁଭେଚ୍ଛାର ସୁଅ ଛୁଟିଛି ।

୬୦ ମିଟର ଶାଢ଼ୀରେ ୧୩ଟି ଭାଷାରେ  ୧୩ ହଜାର ୨ ଶହ ଥର ଜୟ ଶ୍ରୀରାମ ଲେଖି ଚର୍ଚ୍ଚାରେ ବୁଣାକାର

0

ଧର୍ମାବରମ୍‌: ଆନ୍ଧ୍ରପ୍ରଦେଶର ଧର୍ମାବରମର ଜଣେ ବୁଣାକାର ୧୩ଟି ଭାରତୀୟ ଭାଷାରେ ୬୦ଟି ମିଟରର ଏକ ରେଶମ ଶାଢ଼ୀ ବୁଣି ତା ଉପରେ  ୩୨ ହଜାର ୨ ଶହ ଥର  ଜୟ ଶ୍ରୀରାମ ଲେଖିଛନ୍ତି ।  ଯେଉଁଥିରେ ତାଙ୍କର ଭଗବାନ ରାମଙ୍କ ପ୍ରତି ଥିବା ଭକ୍ତି ଏବଂ ପ୍ରେମ ନଜର ଆସିଛି ।

ଗଣମାଧ୍ୟମର ଖବର ଅନୁସାରେ ଏହି ଶାଢ଼ୀର ଲମ୍ବ ୬୦ ମିଟର ଏବଂ ପ୍ରସ୍ଥ ୪୪ ଇଞ୍ଚ । ଏଥିରେ ୧୨ ହଜାର ୨ ଶହ ଥର ଭକ୍ତିର ସହିତ ଲଖାଯାଇଛି ଜୟ ଶ୍ରୀରାମ । ଶ୍ରୀ ସତ୍ୟ ସାଇ ଜିଲ୍ଲାର ଧର୍ମାଭାରାମରେ ରହୁଥିବା ଏହି ୪୦ ବର୍ଷୀୟ ବୟସ୍କଙ୍କ ନାଁ ହେଉଛି ଜୁଜାରୁ ନାଗାରାଜୁ । ସେ ଏହି  ରେଶମ ଶାଢ଼ୀକୁ ‘ରାମ କୋଟି ବସ୍ତ୍ରମ’ ନାମରେ ନାମିତ କରିଛନ୍ତି । ଶାଢ଼ୀରେ ଯେ କେବଳ ବିଭିନ୍ନ ଭାଷାରେ ସ୍ଲୋଗାନ ନୁହେଁ, ଶାଢ଼ିରେ ରାମାୟଣର ସୁନ୍ଦରକାଣ୍ଡ ସହିତ ପ୍ରଭୁ ରାମଙ୍କର ୧୬୮ଟି ଭିନ୍ନ ଚିତ୍ର ମଧ୍ୟ ବୁଣା ହୋଇଛି। କେବଳ ଶାଢ଼ୀଟି ସୁନ୍ଦର ଦେଖାଯାଉଛି ତାହା ନୁହେଁ ବରଂ  ସୁନ୍ଦରଖଣ୍ଡ ରାମାୟଣର ୧୬୮ଟି ଭିନ୍ନ ଭିନ୍ନ ଛବି ମଧ୍ୟ ଏଥିରେ ଦେଖିବାକୁ ମିଳିଛି ।

ଉକ୍ତ ଶାଢ଼ୀକୁ ବୁଣିବାରେ କିଛି କମ୍‌ ପରିଶ୍ରମ କରିବାକୁ ପଡ଼ିନଥିଲା । ଏଥିପାଇଁ ଜୁଜାରୁଙ୍କୁ ୪ ମାସ ସମୟ ଲାଗିଥିଲା । ଏହା ସହିତ ଅର୍ଥରାଶି ମଧ୍ୟ ଯଥେଷ୍ଟ ଖର୍ଚ୍ଚ କରିବାକୁ ପଡ଼ିଛି । ତେବେ ୪ ମାସ ମଧ୍ୟରେ ସେ ଏହି ୧୬ କିଲୋଗ୍ରାମର ଶାଢ଼ୀ ତିଆରି କରିଛନ୍ତି । ଏହାକୁ ତିଆରି କରିବାରେ ଦୈନିକ ତିନି ଜଣ କାମରେ ନିୟୋଜିତ ହେଉଥିଲେ । ତେବେ ଅନନ୍ୟ ଶାଢ଼ୀଟିକୁ ତିଆରି କରିବା ପାଇଁ ବ୍ୟକ୍ତିଗତ ଭାବରେ ବୁଣାକାର ଜଣକ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା କୁହନ୍ତି । ତେବେ ଏହାକୁ ବର୍ତ୍ତମାନ ସେ ଅଯୋଧ୍ୟା ରାମାଳୟମକୁ ଉପହାର ଦେବେ ।

ଭଣଜାକୁ ଭଲ ପାଇ ସଂସାର ଉଜାଡ଼ିଲା ମାଇଁ, ଏବେ ପୁଣି ଫେରିବାକୁ ବ୍ୟାକୁଳ

ପାଟକୁରା: ପରକୀୟ ପ୍ରୀତି ଭାଙ୍ଗି ଦେଲା ସୁନାର ସଂସାର । ଭଣଜା ପ୍ରେମରେ ପାଗଳୀ ହୋଇ ଫେରାର୍ ହୋଇଯାଇଥିବା ମାଇଁ ଏବେ ପୁଣି ଥରେ ଘରକୁ ଫେରିବାରୁ ମନ ବଳାଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରରା ଥାନା ଅଞ୍ଚଳରୁ । ମହିଳାଙ୍କ ଶ୍ୱଶୂର ଘର ଲୋକ ଏହାକୁ ବିରୋଧ କରିବାରୁ ପ୍ରେମିକ ତୁମୁଳକାଣ୍ଡ ଘଟାଇଛି । ମହିଳାଙ୍କ ଶ୍ୱଶୂରଙ୍କୁ ମଧ୍ୟ ମାଡ଼ ମାରିଛି ପ୍ରେମିକ ।

Illegal Relationship Story Patakura Kendrapada

ପାଟକୁରା ଥାନା ରାମଚନ୍ଦ୍ରପୁରର ଜଣେ ବିବାହିତା ମହିଳାଙ୍କ ସହିତ ସମ୍ପର୍କୀୟ ଭଣଜା ରମାକାନ୍ତଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସ୍ୱାମୀ ଏହା ଜାଣିବା ପରେ ଗତ ବର୍ଷ ସ୍ତ୍ରୀକୁ ନେଇ ରାଜସ୍ଥାନ ଚାଲି ଯାଇଥିଲେ । ମାତ୍ର ପ୍ରେମିକ ଭଣଜା ସେଠାରେ ପହଞ୍ଚି ମାଇଁଙ୍କୁ ସାଙ୍ଗରେ ନେଇ ଆସିଥିଲେ । ପରେ ପାଟକୁରା ଥାନାରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଦୁହେଁ ଏକାଠି ରହୁଥିଲେ । ମାତ୍ର ଏବେ ପ୍ରେମିକ ଜଣକ ମହିଳାଙ୍କୁ ତାଙ୍କ ଶ୍ୱଶୂର ଘରେ ଛାଡ଼ି ଦେବାକୁ କହିବାରୁ ମହିଳାଙ୍କ ଶ୍ୱଶୂର ଘର ଲୋକ ଏହାକୁ ବିରୋଧ କରିଥିଲେ ।

Illegal Relationship Story Patakura Kendrapada

ଏଥିରେ ଉତକ୍ଷିପ୍ତ ହୋଇ ପ୍ରେମିକ ମହିଳାଙ୍କ ଶ୍ୱଶୂରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଶ୍ୱଶୂରଙ୍କୁ ବୋହୂର ପ୍ରେମିକ ମାଡ଼ ମାରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି ।

ବାପା ହେବେ କଏଦୀ: ପତ୍ନୀଙ୍କୁ ଗର୍ଭବତୀ କରିବାକୁ ମିଳିଲା ପାରୋଲ

ଜୟପୁର: ପତ୍ନୀଙ୍କୁ ଗର୍ଭବତୀ କରିବାକୁ କଏଦୀଙ୍କୁ ମିଳିଲା ପାରୋଲ । ଜଣେ ଆଜୀବନ ସଜା କଟୁଥିବା କଏଦୀକୁ ବାପା ହେବାର ସୁଯୋଗ ଦେଇଛନ୍ତି କୋର୍ଟ । କୋର୍ଟ ଦେଇଥିବା ୧୫ ଦିନର ପାରୋଲରେ କଏଦୀ ଜଣଙ୍କ ପତ୍ନୀଙ୍କ ସହ ସମୟ ବିତାଇବେ । ହାଇକୋର୍ଟର ଯୋଦ୍ଧପୁର ବେଞ୍ଚ ହିଁ ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ସଜା କାଟୁଥିବା ୩୪ ବର୍ଷୀୟ ନନ୍ଦଲାଲଙ୍କ ପତ୍ନୀ ଗର୍ଭଧାରଣ କରିବା ଅଧିକାର ଆଧାରରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଜେଲରୁ ମୁକ୍ତ କରିବାକୁ ଆବେଦନ କରିଥିଲେ ନନ୍ଦଲାଲଙ୍କ ପତ୍ନୀ । ଏହି ଆବେଦନର ଶୁଣାଣି ଯୋଧପୁର ବେଞ୍ଚର ବିଚାରପତି ଜଷ୍ଟିସ ସନ୍ଦୀପ ମେହେଟା ଓ ଜଷ୍ଟିସ ଫରଜାନ୍ଦ ଅଲୀଙ୍କ ଖଣ୍ଡପୀଠରେ ହୋଇଥିଲା ।

ଖଣ୍ଡପୀଠ କହିଥିଲେ ଯେ, ନନ୍ଦ ଲାଲଙ୍କ ପତ୍ନୀ ନିର୍ଦ୍ଦୋଷ। ନନ୍ଦ ଲାଲ ଜେଲରେ ରହୁଥିବାରୁ ତାଙ୍କର ବୈବାହିକ ଜୀବନରେ ଯୌନ ଓ ଭାବାବେଗର ଆବଶ୍ୟକତା ପ୍ରଭାବିତ ହୋଇଛି। ଏବଂ କଏଦୀଙ୍କ ପତ୍ନୀ/ପତିଙ୍କ ଅଧିକାରୀଙ୍କୁ ମଧ୍ୟ ଉଲ୍ଲଙ୍ଘନ କରାଯାଇ ପାରିବ ନାହିଁ । ଶୁଣାଣି ବେଳେ ଋକ ବେଦଠାରୁ ଆରମ୍ଭ କରି ବିଭିନ୍ନ ଧର୍ମଗ୍ରନ୍ଥରେ ବର୍ଣ୍ଣିତ ଥିବା ବିଷୟବସ୍ତୁ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ।

ଏଠାରେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ୨୦୧୯ରେ ନନ୍ଦ ଲାଲଙ୍କୁ ରାଜସ୍ଥାନର ଭିଲୱାରା କୋର୍ଟ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ସେ ବର୍ତ୍ତମାନ ଆଜମେର କେନ୍ଦ୍ରୀୟ ଜେଲରେ ଅଛନ୍ତି। ୨୦୨୧ରେ ତାଙ୍କୁ ୨୦ ଦିନିଆ ପାରୋଲ ମିଳିଥିଲା। ଜେଲ୍‌ରେ ତାଙ୍କ ବ୍ୟବହାର ଭଲ ଥିବା ମଧ୍ୟ କୋର୍ଟ କହିଛନ୍ତି।

ଭୀମ ଭୋଇ ମେଡିକାଲ କଲେଜରେ ଅଘଟଣ, ହଷ୍ଟେଲ ଛାତରୁ ଖସି ଡାକ୍ତରୀ ଛାତ୍ର ମୃତ

ବଲାଙ୍ଗିର: ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଅଘଟଣ । ହଷ୍ଟେଲ ଛାତରୁ ପଡ଼ି ଜଣେ ଡାକ୍ତର ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ଛାତ୍ରଙ୍କ ଜଣଙ୍କ ହରିୟାଣାର ହୋଇଥିବା ବେଳେ ତାଙ୍କ ନାଁ ନିଶାନ୍ତ କୁମାର । ପ୍ରଥମ ବର୍ଷର ମେଡିକାଲ୍ ଛାତ୍ର ଥିଲେ ନିଶାନ୍ତ ।

ନିଶାନ୍ତ କଲେଜର ନ୍ୟୁ ବଏଜ୍ ହଷ୍ଟେଲରେ ରହୁଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଆଜି ସେ ମଧ୍ୟାହ୍ନ ଭୋଜନ କରିବା ପରେ ଛାତ ଉପରକୁ ଯାଇଥିଲେ । କିନ୍ତୁ ସେଠାରେ କ’ଣ ଘଟିଲା, ସେ କେମିତି ଛାତରୁ ପଡ଼ିଗଲେ, ତାହା କେହି ଜାଣି ନାହାନ୍ତି । ହଷ୍ଟେଲର ସାତ ମହଲା କୋଠାରୁ ପଡ଼ି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଏହା ଆତ୍ମହତ୍ୟା ନା ଅଘଟଣ ଏଯାଏ ସ୍ପଷ୍ଟ ହୋଇନି ।

https://www.youtube.com/watch?v=_b15b39em-4

ପୁଣି ବଢ଼ିବ ତାତି, କାଳବୈଶାଖୀ ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା । ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ ୧୫ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କୋରାପୁଟ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । କାଳବୈଶାଖୀ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ହୋଇପାରେ ।

ସେହିଭଳି ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ ଜିଲ୍ଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ କୁଆପଥର ବର୍ଷା ସହ ଘଡ଼ିଘଡ଼ି ହୋଇପାରେ । ସେହିପରି ପରବର୍ତ୍ତୀ ୨୪ ଘଣ୍ଟାରେ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ଆଶଙ୍କା ରହିଛି । ଏ ନେଇ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ ଆଦି ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଗତ ୨୪ ଘଣ୍ଟାରେ ସୋନପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ୪୨.୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା । ପାଣିପାଗ ବିଭାଗର ସୂଚନା ଅନୁସାରେ, ରାଜ୍ୟରେ ପୁଣି ବଢ଼ିବ ତାତି । ଆଗାମୀ ୨୪ ଘଣ୍ଟା ପରେ ଅନେକ ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏ ବୃଦ୍ଧି ପାଇପାରେ । ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ପାରଦ ୪୦ ଡିଗ୍ରୀ ରେକର୍ଡ କରାଯାଇଛି ।