spot_img
Home Blog Page 4330

ସୁପ୍ରିମକୋର୍ଟଙ୍କ ରାୟ ପରେ ପୁରୀରେ ପହଞ୍ଚିଲେ 5-T ସଚିବ ଓ ବିଜେଡି ସାଂଗଠନିକ ସମ୍ପାଦକ

ପୁରୀ: ପୁରୀରେ ପହଞ୍ଚିଲେ 5-T ସଚିବ ଭି.କେ ପାଣ୍ଡିଆନ । ସୁପ୍ରିମକୋର୍ଟଙ୍କ ରାୟ ପରେ ପୁରୀରେ ପହଞ୍ଚିଛନ୍ତି 5-T ସଚିବ । 5-T ସଚିବଙ୍କ ସହ ପୁରୀରେ ପହଞ୍ଚିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଉଭୟ ପୁରୀରେ ପହଞ୍ଚି ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ 5-T ସଚିବ ଭି.କେ ପାଣ୍ଡିଆନ ।

ଦର୍ଶନ ପରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଣବ ପ୍ରକାଶ ଦାସ । ବିଶ୍ୱନିୟନ୍ତା ନିଜ କାମ ନିଜେ କରୁଛନ୍ତି । ସେ ସତ୍ୟ, ସେ ପୂର୍ଣ୍ଣ । ପ୍ରଭୁ ଯାହା ଚାହିଁଛନ୍ତି ସେହିଭଳି କାମ ହେଉଛି ବୋଲି କହିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ସୁପ୍ରିମ ରାୟ ପରେ ନବୀନଙ୍କ ଟ୍ୱିଟ୍, କହିଲେ ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବିରୋଧୀଙ୍କୁ ସୁପ୍ରିମ ଝଟକା । ସୁପ୍ରିମକୋର୍ଟରେ ଆଗତ ହୋଇଥିବା ଦୁଇଟି ପିଟିସନ ଖାରଜ । ସୁପ୍ରିମକୋର୍ଟରେ ପରିକ୍ରମା ପ୍ରକଳ୍ପ ମାମଲା ରଦ୍ଦ ହେବା ପରେ ଟ୍ୱିଟ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି କି ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ । ଜୟ ଜଗନ୍ନାଥ । ସୁପ୍ରିମକୋର୍ଟଙ୍କ ରାୟ ନେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଶ୍ରେୟ ଦେଇଛନ୍ତି ନବୀନ ।

ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । କୋର୍ଟରେ ଦୁଇଟି ପିଟିସନ ଖାରଜ ହୋଇଥିବାରୁ ଏହାକୁ ସ୍ବାଗତ କରିଛନ୍ତି  ସେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟର ବିଜୟ ହୋଇଛି । ସମ୍ମାନନୀୟ ସୁପ୍ରିମକୋର୍ଟଙ୍କ ଜରିଆରେ ଶ୍ରୀଜଗନ୍ନାଥଙ୍କ ଇଚ୍ଛାର ପ୍ରକଟ ହୋଇଛି ବୋଲି ପିନାକୀ ମିଶ୍ର କହିଛନ୍ତି ।

ସୁପ୍ରିମକୋର୍ଟଙ୍କ ରାୟ ପରେ ପିନାକୀ ମିଶ୍ରଙ୍କ ପ୍ରତିକ୍ରିୟା, କହିଲେ କୋର୍ଟଙ୍କ ଜରିଆରେ ଶୁଣିଲୁ ମହାପ୍ରଭୁଙ୍କ ବାଣୀ

ନୂଆଦିଲ୍ଲୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବିରୋଧୀଙ୍କୁ ସୁପ୍ରିମ ଝଟକା । ସୁପ୍ରିମକୋର୍ଟରେ ଆଗତ ହୋଇଥିବା ଦୁଇଟି ପିଟିସନ ଖାରଜ । ସୁପ୍ରିମକୋର୍ଟରେ ଦୁଇଟି ପିଟିସନ ଖାରଜ ହୋଇଥିବାରୁ ଏହାକୁ ସ୍ବାଗତ କରିଛନ୍ତି  ପୁରୀ ସାଂସଦ ପିନାକୀ ମିଶ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟର ବିଜୟ ହୋଇଛି । ସମ୍ମାନନୀୟ ସୁପ୍ରିମକୋର୍ଟଙ୍କ ଜରିଆରେ ଶ୍ରୀଜଗନ୍ନାଥଙ୍କ ଇଚ୍ଛାର ପ୍ରକଟ ହୋଇଛି ବୋଲି ପିନାକୀ ମିଶ୍ର କହିଛନ୍ତି ।

ପୁରୀକୁ ଏକ ବିଶ୍ବସ୍ତରୀୟ ଐତିହ୍ୟ ସ୍ଥଳରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମର ଯଥାର୍ଥତା ପ୍ରମାଣିତ ହୋଇଛି ବୋଲି କହିଛନ୍ତି ପୁରୀ ସାଂସଦ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରାଜନୀତିରୁ ଉପରେ । ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ସବୁ ରାଜନୈତିକ ଦଳକୁ ନିମନ୍ତ୍ରଣ କରାଯାଇଥିଲା । ଏହି ପବିତ୍ର ଉଦ୍ୟମରେ ବ୍ୟକ୍ତିଗତ ସ୍ବାର୍ଥ ହାସଲ ପାଇଁ ରାଜନୀତି ନ କରିବାକୁ ଅପିଲ କରିଛନ୍ତି ପିନାକୀ ମିଶ୍ର  ।

ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ପ୍ରକଳ୍ପ, ରହିତାଦେଶକୁ ସୁପ୍ରିମକୋର୍ଟଙ୍କ ନା

ନୂଆଦିଲ୍ଲୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧୀଙ୍କୁ ସୁପ୍ରିମ୍ ଝଟକା । ପ୍ରକଳ୍ପ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ ଦେଲେନି ଖଣ୍ଡପୀଠ । ବିରୋଧୀଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ । ଉଭୟ ଆବେଦନକାରୀଙ୍କ ମାମଲା ରଦ୍ଦ କଲେ ସୁପ୍ରିମକୋର୍ଟ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ କାମ ଚାଲିଥିବାରୁ ମାମଲା ରଦ୍ଦ । ମାମଲା ରଦ୍ଦ ସହ ଉଭୟ ପିଟିସନରଙ୍କ ଉପରେ ଜରିମାନା । କୋର୍ଟର ବହୁମୂଲ୍ୟ ସମୟ ନଷ୍ଟ କରିଥିବାରୁ ଦୁଇ ଆବେଦନକାରୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା । କୋର୍ଟଙ୍କ ସମୟ ଅଯଥା ନଷ୍ଟ କରିଥିବାରୁ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ବ୍ରଜରାଜନଗର ଉପନିର୍ବାଚନ: ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଆଗୁଆ

ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣତି । ଗୋଟିଏ ପରେ ଗୋଟିଏ ଟ୍ରେଣ୍ଡ ଏବେ ସାମ୍ନାକୁ ଆସିବାରେ ଲାଗିଛି । ଏପର୍ଯ୍ୟନ୍ତ ୬ଟି ରାଉଣ୍ଡର ଫଳାଫଳ ଆସିଛି । ଷଷ୍ଠ ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ଆଗରେ ଅଛନ୍ତି । ଷଷ୍ଠ ରାଉଣ୍ଡରେ ବିଜେଡିକୁ ୫ ହଜାର ୧୫୫ ଖଣ୍ଡ ଭୋଟ ମିଳିଥିବାବେଳେ କଂଗ୍ରେସକୁ ୧ ହଜାର ୭୭୮ ଖଣ୍ଡ ଭୋଟ ଓ ବିଜେପିକୁ ୧୦୦୨ ଖଣ୍ଡ ଭୋଟ ପାଇଛି । ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୨୯ ହଜାର ୮୮୮ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ୭ ହଜାର ୬୩୬ ଓ କଂଗ୍ରେସ ପ୍ରାର୍ଥୀ ୬ ହଜାର ୮୮ ଖଣ୍ଡ ଭୋଟ ପାଇଛନ୍ତି ।

୧୪ଟି ଟେବୁଲରେ ଭୋଟ ଗଣତି ହେଉଛି । ୨୭୯ ବୁଥର ଭୋଟ୍ ୨୦ ରାଉଣ୍ଡରେ କାଉଣ୍ଟିଂ ହେଉଛି । ପ୍ରତି ଟେବୁଲରେ ଅଛନ୍ତି ୪ ଜଣ କାଉଣ୍ଟିଂ ଅଫିସର । ପ୍ରତି ରାଉଣ୍ଡର ଫଳାଫଳ ମାଇକ ଯୋଗେ ଘୋଷଣା କରାଯିବ ।

୩ ରାଜ୍ୟସଭା ଆସନ ନିର୍ବାଚନ ପାଇଁ ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷଦିନ

ଭୁବନେଶ୍ୱର: ୩ଟି ଆସନ ପାଇଁ ହେଉଥିବା ରାଜ୍ୟସଭା ନିର୍ବାଚନ ନାମାଙ୍କନ ପ୍ରତ୍ୟାହାରର ଆଜି ଶେଷ ଦିନ । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ରହିଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ସମୟ । ଏହି ସମୟରେ ପ୍ରାର୍ଥୀ ଚାହିଁଲେ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ତେବେ ବିଜେଡି ପ୍ରାର୍ଥୀ ସୁଲତା ଦେଓ, ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ପ୍ରାର୍ଥିପତ୍ର କାଏମ ରହିଛି । ତେଣୁ ନିର୍ଦ୍ୱନ୍ଦ୍ବରେ ଏହି ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହେବେ । ଅପରାହ୍ନ ୩ଟା ପରେ ରିଟର୍ଣ୍ଣିଂ ଅଫିସର ବିଷ୍ଣୁପ୍ରସାଦ ମିଶ୍ର ଏନେଇ ବିଧିବଦ୍ଧ ଘୋଷଣା କରିବା ସହ ରାଜ୍ୟସଭା ପାଇଁ ନିର୍ବାଚିତ ସାର୍ଟିଫିକେଟ ପ୍ରଦାନ କରିବେ ।

ଜୁଲାଇ ୧ ତାରିଖରେ ପ୍ରସନ୍ନ ଆଚାର୍ଯ୍ୟ, ଏନ. ଭାସ୍କର ରାଓ ଓ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ, ଏହି ୩ ଆସନରେ ନିର୍ବାଚନ ହେଉଥିଲା । ସେହିପରି କଟକ ମେୟର ଭାବେ ସୁବାସ ସିଂ ନିର୍ବାଚିତ ହେବା ପରେ ତାଙ୍କ ଆସନରେ ଉପନିର୍ବାଚନ ହେଉଛି । ଏହି ଆସନ ପାଇଁ ବିଜେଡି ପ୍ରାର୍ଥୀ ନିରଞ୍ଜନ ବିଶି ନାମାଙ୍କନ ଦାଖଲ କରିଛନ୍ତି । ଆଜି ତାଙ୍କ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟାର ଶେଷ ଦିନ ରହିଛି । ତେଣୁ ସେ ବି ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହେବେ ।

ଭଦ୍ରକ ନଳାଙ୍ଗରେ ଅଘଟଣ, ଡ୍ୟୁଟି କରୁଥିବା ବେଳେ ସବ ଇନ୍ସପେକ୍ଟରଙ୍କ ଉପରେ ମାଡ଼ିଗଲା ହାଇଓ୍ବା

ଯାଜପୁର: ଡ୍ୟୁଟି ବେଳେ ପୋଲିସ ଏସଆଇଙ୍କ ଉପରେ ମାଡ଼ିଗଲା ହାଇଓ୍ବା । ଦୁର୍ଘଟଣାରେ ଭଦ୍ରକ ଥାନା ପୋଲିସ ସବ୍ ଇନ୍ସପେକ୍ଟର ସୁଜିତ ପାଣ୍ଡବଙ୍କ ମୃତ୍ୟୁ ହୋଇଛି । ନଳାଙ୍ଗ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଏସଆଇଙ୍କୁ ପଛପଟୁ ଏକ ହାଇଓ୍ବା ଧକ୍କା ଦେଇଥିଲା । ଭଦ୍ରକରୁ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଯାଜପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । କଟକ ବଡ଼ ମେଡିକାଲକୁ ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏସଆଇଙ୍କୁ ଧକ୍କା ଦେଇଥିବା ହାଇଓ୍ବାକୁ ପୋଲିସ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି । ତେବେ ଏହି ଦୁର୍ଘଟଣା ପରେ ଏସଆଇ ସୁଜିତ ପାଣ୍ଡବଙ୍କୁ ତୁରନ୍ତ ହସ୍ପିଟାଲକୁ ନନେଇ କାହିଁକି ପରିବାର ଲୋକଙ୍କୁ ଅପେକ୍ଷା କରାଯାଇଥିଲା ତାକୁ ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି । ଦୁଇ ଜଣ ଆଗ ପଛ ହୋଇ ଆସୁଥିବା ବେଳେ କେବଳ ଏସଆଇଙ୍କ ଉପରେ ଗାଡ଼ି ମାଡ଼ି ଯିବାକୁ ନେଇ ମଧ୍ୟ ପରିବାର ଲୋକ ଆଶଙ୍କା ବ୍ୟକ୍ତ କରିଛନ୍ତି ।

ଫ୍ରାଇଡେ ରିଲିଜ୍, ଆଜି ବଡ଼ ପରଦାକୁ ଆସିବ ଅକ୍ଷୟ କୁମାର ଅଭିନୀତ ସମ୍ରାଟ୍ ପୃଥ୍ବୀରାଜ୍

ମୁମ୍ବାଇ: ଆଜି ବଡ଼ ପରଦାରେ ରିଲିଜ ହେବ ଅକ୍ଷୟ କୁମାର ଅଭିନିତ ଫିଲ୍ମ ସମ୍ରାଟ୍ ପୃଥ୍ବୀରାଜ୍ । ଚୌହ୍ବାନ ବଂଶର ରାଜା ପୃଥ୍ୱୀରାଜ ଚୌହାନଙ୍କ ଉପରେ ଆଧାରିତ କାହାଣୀକୁ ନେଇ ଫିଲ୍ମଟି ନିର୍ମାଣ ହୋଇଛି । ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ସଞ୍ଜୟ ଦତ୍ତ, ସୋନୁ ସୁଦ୍, ଆଶୁତୋଷ ରାଣା ମଧ୍ୟ ଅଭିନୟ କରିଛନ୍ତି । ଏହି ଐତିହାସିକ ଡ୍ରାମା ଫିଲ୍ମଟି ୟଶ ରାଜ ବ୍ୟାନର ନିର୍ମାଣ କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଚନ୍ଦ୍ରଶେଖର ଦିଓ୍ବେଦୀ । ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

ସେପଟେ ଅନେକ ଦିନର ବ୍ୟବଧାନ ପରେ ବଡ଼ ପରଦାକୁ କମବ୍ୟାକ୍ କରୁଛନ୍ତି ତାମିଲ ସୁପରଷ୍ଟାର କମଲ ହାସନ  । ତାମିଲ ଫିଲ୍ମ ବିକ୍ରମ ଡବିଂ ହୋଇ ହିନ୍ଦୀରେ ମଧ୍ୟ ରିଲିଜ ହେବ । ଆକ୍ସନ ଏବଂ ଥ୍ରୀଲର ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଲୋକେଶ କଙ୍ଗାରାଜ୍ । ଫିଲ୍ମରେ ବିଜୟ ସେତୁପତିଙ୍କ ଚମତ୍କାର ଅଭିନୟ ମଧ୍ୟ ଦେଖିବାକୁ ମିଳିବ । ଓଟିଟିରେ ମଧ୍ୟ ଦମଦାର ସିରିଜ ଦେଖିବାକୁ ପାଇବେ ଦର୍ଶକ । ବହୁ ଚର୍ଚ୍ଚିତ ସିରିଜ୍ ଆଶ୍ରମର ତୃତୀୟ ଅଧ୍ୟାୟ ଆଜି ରିଲିଜ ହୋଇଛି । ସିରିଜରେ ମୁଖ୍ୟ ଭୂମିକାରେ ଅଛନ୍ତି ବବି ଦେଓଲ । ଏହି ସିରିଜ୍ ଅନେକ ସମୟରେ ବିବାଦ ଘେରକୁ ମଧ୍ୟ ଆସିଥିଲା । ପୂର୍ବରୁ ଦୁଇଟି ଯାକ ସିରିଜକୁ ଦର୍ଶକ ଅନେକ ପସନ୍ଦ କରିଥିବା ବେଳେ ତୃତୀୟ ଅଧ୍ୟାୟକୁ ମଧ୍ୟ ଲୋକେ ପସନ୍ଦ କରିବେ ବୋଲି ଆଶା କରିଛନ୍ତି  ନିର୍ଦ୍ଦେଶକ ପ୍ରକାଶ ଝା ।

ବ୍ରଜରାଜନଗର ଉପନିର୍ବାଚନ: ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ

ବ୍ରଜରାଜନଗର: କିଏ ଜିତିଛି ବ୍ରଜରାଜନଗରବାସୀଙ୍କ ଦିଲ୍ । କାହାକୁ ବିଧାୟକ ରୂପେ ବାଛିଛନ୍ତି ଜନତା । ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ପରେ ଏବେ ଚାଲିଛି ଇଭିଏମ କାଉଣ୍ଟିଂ । ପ୍ରଥମ ରାଉଣ୍ଡ ଭୋଟ ଗଣିତ ଶେଷ ସୁଦ୍ଧା ଆଗୁଆ ରହିଛି ବିଜୁ ଜନତା ଦଳ । ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪ ହଜାର ୭୩୩ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ୧ ହଜାର ୧୪୪ ଖଣ୍ଡ ଭୋଟ ଓ କଂଗ୍ରେସ ୧ ହଜାର ୧୪ ଖଣ୍ଡ ଭୋଟ ପାଇଛି ।

ବ୍ରଜରାଜନଗର ଉପନିର୍ବାଚନ ପାଇଁ ମୋଟ ୧୪ଟି ଟେବୁଲରେ ଭୋଟ ଗଣତି ହେଉଛି । ୨୭୯ ବୁଥର ଭୋଟ୍ ୨୦ ରାଉଣ୍ଡରେ କାଉଣ୍ଟିଂ ହେଉଛି । ପ୍ରତି ଟେବୁଲରେ ଅଛନ୍ତି ୪ ଜଣ କାଉଣ୍ଟିଂ ଅଫିସର । ପ୍ରତି ରାଉଣ୍ଡର ଫଳାଫଳ ମାଇକ ଯୋଗେ ଘୋଷଣା କରାଯିବ । ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଗଣତି କେନ୍ଦ୍ରରେ କେନ୍ଦ୍ରୀୟ ଅର୍ଦ୍ଧ ସୁରକ୍ଷା ବଳ, ସଶସ୍ତ୍ର ପୋଲିସ ବାହିନୀ ସହ ଓଡ଼ିଶା ପୋଲିସର ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥା ପାଇଁ ଗୋଟିଏ ପ୍ଲାଟୁନ ସିଆରପିଏଫ ବ୍ୟତୀତ ଓଡିଶା ପୋଲିସର ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି ଏବଂ ୫ ଜଣ ଇନସପେକ୍ଟର ସୁରକ୍ଷା ଦାୟିତ୍ବରେ ରହିଛନ୍ତି ।

 

 

କାହାର ହେବ ବ୍ରଜରାଜନଗର, ପୋଷ୍ଟାଲ ବାଲଟ ଗଣତି ପରେ ଚାଲିଛି ଇଭିଏମ୍ କାଉଣ୍ଟିଂ

ବ୍ରଜରାଜନଗର: କିଏ ଜିତିଛି ବ୍ରଜରାଜନଗରବାସୀଙ୍କ ଦିଲ୍ । କାହାକୁ ବିଧାୟକ ରୂପେ ବାଛିଛନ୍ତି ଜନତା । ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ପରେ ଏବେ ଚାଲିଛି ଇଭିଏମ କାଉଣ୍ଟିଂ । ମୋଟ ୧୪ଟି ଟେବୁଲରେ ଗଣତି ହେଉଛି । ୨୭୯ ବୁଥର ଭୋଟ୍ ୨୦ ରାଉଣ୍ଡରେ କାଉଣ୍ଟିଂ ହେଉଛି । ପ୍ରତି ଟେବୁଲରେ ଅଛନ୍ତି ୪ ଜଣ କାଉଣ୍ଟିଂ ଅଫିସର । ପ୍ରତି ରାଉଣ୍ଡର ଫଳାଫଳ ମାଇକ ଯୋଗେ ଘୋଷଣା କରାଯିବ ।

ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଗଣତି କେନ୍ଦ୍ରରେ କେନ୍ଦ୍ରୀୟ ଅର୍ଦ୍ଧ ସୁରକ୍ଷା ବଳ, ସଶସ୍ତ୍ର ପୋଲିସ ବାହିନୀ ସହ ଓଡ଼ିଶା ପୋଲିସର ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥା ପାଇଁ ଗୋଟିଏ ପ୍ଲାଟୁନ ସିଆରପିଏଫ ବ୍ୟତୀତ ଓଡିଶା ପୋଲିସର ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି ଏବଂ ୫ ଜଣ ଇନସପେକ୍ଟର ସୁରକ୍ଷା ଦାୟିତ୍ବରେ ରହିଛନ୍ତି ।