spot_img
Home Blog Page 4332

ଆପ୍ଲିକେସନ ଅପଡେଟ ନାଁ ରେ ଲୁଟିନେଲେ ୮ ଲକ୍ଷ

ରାଉରକେଲା: ମୋଵାଇଲ ଫୋନରେ ୟୋନୋ ଆପ୍ଲିକେସନ ଅପଡେଟ କରିବା ପାଇଁ କହି ସାଇବର ଠକ ଅଭିନଵ ଉପାୟରେ ବ୍ୟାଙ୍କ ଆକାଉଣ୍ଟରୁ ଲୁଟି ନେଲେ ୮ ଲକ୍ଷରୁ ଅଧିକ ଟଙ୍କା । ରାଉରକେଲା ମ୍ୟୁନିସିପାଲ କଲେଜ ପ୍ରିନସିପାଲ ପରେଶ ଚନ୍ଦ୍ର ପ୍ରଧାନଙ୍କ ଆକାଉଣ୍ଟରୁ ଏହି ଟଙ୍କା ସାଇଵର ଠକ ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ ରାଉରକେଲା ସାଇବର ଓ ଅର୍ଥନୈତିକ ଅପରାଧ ଶାଖା ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତକାଲି ସନ୍ଧ୍ୟାରେ ମୋଵାଇଲ ଫୋନରେ ୟୋନୋ ଆପ୍ଲିକେସନ ଅପଡେଟ କରିବା ପାଇଁ ପ୍ରିନସିପାଲଙ୍କୁ କହିଥିଲେ ସାଇବର ଠକ । ପ୍ରିନସିପାଲଙ୍କ ଠାରୁ ଇମେଲ ଆଇ ଡି, ପାସୱାର୍ଡ, ଓଟିପି ନେଇ ଆପ୍ଲିକେସନ ଅପଡେଟ କରିବା ସମୟରେ ସାଇବର ଠକ ୮ ଲକ୍ଷ ୮୪ ହଜାର ୯୯୯ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

ପ୍ରଥମେ ୩ ଲକ୍ଷ, ଦ୍ବିତୀୟରେ ୩ ଲକ୍ଷ ୨୦ ହଜାର, ତୃତୀୟରେ ୨ ଲକ୍ଷ ୬୦ ହଜାର ଓ ଶେଷରେ ୨୪ ହଜାର ୯୯୯ ଟଙ୍କା ଏକାଉଣ୍ଟରୁ ଠକି ନେଇଥିବା ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ପ୍ରିନସିପାଲ ବ୍ୟାଙ୍କରେ ଅଭିଯୋଗ କରିଵା ସହ ରାଉରକେଲା ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ବିଚାର ବିଭାଗୀୟ ହାଜତକୁ ଗଲେ ହିନ୍ଦୋଳ ଏସଡିପିଓ

ଢେଙ୍କାନାଳ:  ବିଚାର ବିଭାଗୀୟ ହାଜତକୁ ଗଲେ ହିନ୍ଦୋଳ ଏସଡିପିଓ ମଳୟ ନାୟକ । ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟରେ ହାଜର ପରେ ତାଙ୍କୁ ହାଜତକୁ ପଠାଇଦିଆଯାଇଛି । ଭିଜିଲାନ୍ସ ଜଜ୍ ଅନୁପସ୍ଥିତ ଥିବାରୁ ଆଜି ଶୁଣାଣିକୁ ସ୍ଥଗିତ ରଖାଯାଇଛି । ମଳୟଙ୍କୁ ରିମାଣ୍ଡରେ ନେବାକୁ ଭିଜିଲାନ୍ସ ଆବେଦନ କରିଥିବାବେଳେ ଆସନ୍ତାକାଲି ଏହାର ଶୁଣାଣି ହେବ । ଗତକାଲି ଖଣି ମାଲିକଙ୍କଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ମଳୟ ।

ଧରାପଡିବା ପରେ ତାଙ୍କୁ କଟକ ମୁଖ୍ୟାଳୟକୁ ଅଣାଯାଇଥିଲା । ପରେ ଆଜି ତାଙ୍କୁ ଢେଙ୍କାନାଳ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା । ଗୁଗଲ ପେ ଓ ଫୋନ୍ ପେ ରେ ଲାଞ୍ଚ ଆଦାୟ କରୁଥିଲେ ମଳୟ । ନିଜ ସ୍ତ୍ରୀ ଓ ଝିଅଙ୍କ ଆକାଉଣ୍ଟକୁ ଯାଉଥିଲା ଟଙ୍କା। ରେଡ୍ ବେଳେ ଏକ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଝିଅ ଓ ସ୍ତ୍ରୀ ଫେରାର ଥିବାବେଳେ ତାଙ୍କୁ ଖୋଜୁଛି ଭିଜିଲାନ୍ସ ।

ବୋର୍ଡ ନିର୍ଦ୍ଦେଶାବଳୀକୁ ବେଖାତିର, ମୋବାଇଲ ଦେଖି ଚାଲିଛି +୨ ମୂଲ୍ୟାୟନ

ଭୁବନେଶ୍ୱର: ବୋର୍ଡ ନିର୍ଦ୍ଦେଶାବଳୀକୁ ଅଧ୍ୟାପକଙ୍କ ବେଖାତିର । ଯୁକ୍ତ ଦୁଇ ଖାତା ମୂଲ୍ୟାୟନରେ ବ୍ୟାପକ ଅନିୟମିତତା । ଖାତା ଦେଖା କେନ୍ଦ୍ର ଭିତରକୁ ମୋବାଇଲ ଫୋନ୍ ନେବା ମନା ଥିବା ବେଳେ ଅଧ୍ୟାପକମାନେ ମୋବାଇଲରେ କଥା ହେଉଛନ୍ତି ।

ଏପରିକି ଅନେକ ଖାତା ଦେଖୁଥିବା ବେଳେ ମୋବାଇଲରେ ଚାଟିଂ କରୁଥିବା ଦେଖାଯାଇଛି ।

ରାଜ୍ୟର ୬୪ଟି କେନ୍ଦ୍ରରେ ଅଫଲାଇନ୍ ମୂଲ୍ୟାୟନ ଆରମ୍ଭ ହୋଇଥିବା ବେଳେ ୩୭ଟି କେନ୍ଦ୍ରରେ ଅନଲାଇନ୍ ମୋଡରେ ଚାଲିଛି ମାର୍କିଂ। ତେବେ ମୂଲ୍ୟାୟନ ଆରମ୍ଭରୁ ହିଁ ଭୁବନେଶ୍ବରର ବିଜେବି କଲେଜ ଓ ଅନ୍ୟ କିଛି କେନ୍ଦ୍ରରେ ଏଭଳି ଅନିୟମିତତା ପଦାକୁ ଆସିଛି ।

ଖାତାଦେଖା କେନ୍ଦ୍ର ଭିତରକୁ ମୋବାଇଲ ନନେବାକୁ ପୂର୍ବରୁ ସିଏଚଏସଇ ଗାଇଡଲାଇନ ଜାରି କରିଛି । ତେବେ ଏଭଳି ବିଭ୍ରାଟକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ।

ପ୍ରେମ ସମ୍ପର୍କକୁ ବିରୋଧ କଲେ ଘର ଲୋକେ, ବାଙ୍ଗାଲୋର ପଳେଇ ଆସିଲେ ଭୁବନେଶ୍ବର

ଭୁବନେଶ୍ବର: ଭୁବନେଶ୍ବର ଏୟାରପୋର୍ଟରୁ ପ୍ରେମୀଯୁଗଳ ଉଦ୍ଧାର। ସହାୟତା ପାଇଁ ନିବେଦନ ପରେ ଉଭୟଙ୍କୁ ଉଦ୍ଧାର କରିଛି ପୋଲିସ। ଉଭୟ ପରସ୍ପରକୁ ପ୍ରେମ କରୁଥିବାବେଳେ ଝିଅଘର ଲୋକ ପ୍ରେମ ସମ୍ପର୍କକୁ ବିରୋଧ କରୁଛନ୍ତି।

ବାଙ୍ଗାଲୋରରୁ ପ୍ରେମୀଯୁଗଳ ଏକାଠି ଫେରୁଥିବାବେଳେ ସୁରକ୍ଷା ପାଇଁ ପୋଲିସ ସହାୟତା ଲୋଡ଼ିଥିଲେ । ଏୟାରପୋର୍ଟରେ ପୋଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଥାନାକୁ ନେଇଛି।  ପ୍ରେମିକ ଜଣକ ଜଣେ ଡାକ୍ତର ହୋଇଥିବା ସୂଚନା ମିଳିଛି। ସେ ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ଅଛନ୍ତି ।

ନିଜକୁ ନିଜେ ବାହା ହେବେ ମହିଳା, ହନିମୁନରେ ଯିବେ ଗୋଆ

ଗୁଜରାଟ: ଭାରତର ପ୍ରଥମ ସୋଲୋଗାମି। ନିଜକୁ ନିଜେ ବାହା ହେବେ ଗୁଜରାଟୀ ମହିଳା। ଆଶ୍ଚର୍ଯ୍ୟର ବିଷୟ ଏହି ବାହାଘର କାର୍ଯ୍ୟସୂଚୀରେ ହଳଦୀ ଠାରୁ ଆରମ୍ଭ କରି ହନିମୁନ ଆଦି କାର୍ଯ୍ୟକ୍ରମ ନିର୍ଦ୍ଧାରିତ ରହିଛି ।

ବିବାହ ପରେ ଗୋଆକୁ ହନିମୁନରେ ଯିବା ଲାଗି ମଧ୍ୟ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଛି । ଆସନ୍ତା ୧୧ ତାରିଖରେ ଏହି ବିବାହ ସମ୍ପନ୍ନ ହେବ। ସେହିଦିନ ନିଜକୁ ନିଜେ ବିବାହ କରିବେ ଗୁଜରାଟ ଭୋଦଦରାର ୨୪ ବର୍ଷ ବୟସ୍କା କ୍ଷମା ବିନ୍ଦୁ ।

ସେ କହିଛନ୍ତି- ଏହି ଧରଣର ବିବାହ ଭାରତରେ ହୋଇଛି କି ନାହିଁ ସେ ଏନେଇ ସନ୍ଧାନ କରିଥିଲେ । ମାତ୍ର ସୋଲୋଗାମି ହୋଇଥିବା ନେଇ କୌଣସି ଉଦାହରଣ ମିଳି ନଥିଲା । ଏଦୃଷ୍ଟିରୁ ସେ ଏହି ଧରଣର ବିବାହ କରିବା ଲାଗି ନିଷ୍ପତ୍ତି ନେଇଥିଲେ ।

ସେ ଆହୁରି କହିଛନ୍ତି ସେ ବିବାହ କରିବାକୁ ଚାହିଁ ନଥିଲେ । କିନ୍ତୁ ସେ ଜଣେ ବଧୂ ହେବାକୁ ଚାହିଁଥିଲେ। ତେଣୁ ସେ ନିଜକୁ ନିଜେ ବିବାହ କରିବାକୁ ଚାହିଁଲେ। ବିବାହକୁ ଯୁକ୍ତିସଂଗତ କରିବାକୁ ଯାଇ ସେ କହିଛନ୍ତି-ନିଜକୁ ନିଜେ ବିବାହ କରିବା ହେଉଛି ଏକ ଅଙ୍ଗୀକାରର ପ୍ରତିବଦ୍ଧତା ଏବଂ ନିଜ ଲାଗି ନିଃସର୍ତ୍ତ ପ୍ରେମର ଏହା ଏକ ନମୁନା।

ନିଜକୁ ନିଜେ ଗ୍ରହଣ କରିବାର ଏହା ଏକ ପ୍ରକ୍ରିୟା । ଅନ୍ୟକୁ ଭଲ ପାଉଥିବା ଜଣେ ବ୍ୟକ୍ତିଙ୍କୁ ଅନ୍ୟ ଜଣେ ବିବାହ କରିଥାନ୍ତି। ତେବେ ସେ ନିଜେ ନିଜକୁ ଭଲ ପାଉଥିବାରୁ ନିଜକୁ ନିଜେ ବିବାହ କରୁଛନ୍ତି। ଏହି ବିବାହ ଲାଗି ତାଙ୍କ ପରିବାର ବି ସହମତି ପ୍ରଦାନ କରିଛନ୍ତି । ଏହି ବିବାହ ଗୋତ୍ରିସ୍ଥିତ ଏକ ମନ୍ଦିରରେ ହେବ ।

‘ଆମ ଆଦମି ପାର୍ଟିର ସବୁ ନେତାଙ୍କୁ ଜେଲରେ ପୁରାନ୍ତୁ’

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। କହିଲେ, ଜଣ ଜଣ କରି ଆମ ଆଦମି ପାର୍ଟିର ସମସ୍ତ ନେତାଙ୍କୁ ଜେଲରେ ପୂରାନ୍ତୁ କେନ୍ଦ୍ର ସରକାର। କିଛି ଦିନ ତଳେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିବାବେଳେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାମରେ ବି ମାମଲା ଚାଲିଛି ।

ଏକ ଭିଡିଓ ମେସେଜରେ କେଜ୍ରିଓ୍ବାଲ କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରୁଛନ୍ତି ଆମ୍ ଆଦମି ପାର୍ଟିର ସମସ୍ତ ନେତାଙ୍କୁ ଜେଲରେ ଭର୍ତ୍ତି କରନ୍ତୁ। ସେ ଆହୁରି କହିଛନ୍ତି ମନୀଷ ସିସୋଦିଆଙ୍କୁ ଗିରଫ କରିବା ଲାଗି କେନ୍ଦ୍ର ସରକାର ସମସ୍ତ ଯୋଜନା କରିଥିବା ନେଇ ସେ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଛନ୍ତି।

ଗତ ସୋମବାର ହାଓ୍ବାଲା ମାମଲାରେ ସତ୍ୟେନ୍ଦ୍ରଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନୀଷ ସିସୋଦିଆଙ୍କ ଶିକ୍ଷା ଯୋଜନାରେ ୧୮ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି ବୋଲି କହିଛନ୍ତି କେଜ୍ରିଓ୍ବାଲ ।

କମ୍ ବର୍ଷା ହେଲେ ସରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ

ଭୁବନେଶ୍ବର: କମ୍ ବର୍ଷା ହେଲେ ସରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି । ସେହି ଅନୁସାରେ ଯୋଜନା କରାଯାଉଛି । ଏଥର ପ୍ରାୟତଃ ବର୍ଷା ଠିକ ହେବ ବୋଲି ଆଇଏମଡି ଆକଳନ କରିଛି ।

କାଁ ଭାଁ ସ୍ଥାନରେ କମ ବର୍ଷା ହେବ। ଏଥର ସ୍ୱାଭାବିକ ମୌସୁମୀ ପାଇଁ ସମସ୍ତେ ଆଶା କରିବା । ଯଦି ଅସୁବିଧା ହୁଏ, ରାଜ୍ୟ ସରକାର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ।

ସମୟ ଆସୁ, ମରୁଡ଼ି ପାଇଁ  ସରକାର ପଦକ୍ଷେପ ନେବେ। ସେପଟେ ସମବାୟ ମନ୍ତ୍ରୀ କହିଛନ୍ତି, ବର୍ଷା କମ ହେଲେ ଆଗକୁ ସମବାୟ ବିଭାଗ ଯୁଗ୍ମ ବୈଠକ କରିବ। IMD ମାସକୁ ମାସ ବର୍ଷାର ରିପୋର୍ଟ ଦେଉଛି। USA, Europe ଆକଳନ କରିଛନ୍ତି ଯେ, ଶେଷ ସମୟରେ କମ ବର୍ଷା ହେବ।

କୃଷି ବିଭାଗକୁ ସଜାଗ କରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ହେବାକୁ ଚାଷୀଙ୍କୁ ପରାମର୍ଶ ଦିଆଯିବ । ଚାଷୀ ପ୍ରସ୍ତୁତ ରୁହନ୍ତୁ ଖରାପ ସମୟ ପାଇଁ ବୀମା କରନ୍ତୁ। ତାହେଲେ ଯାଇ କ୍ଷତିପୂରଣ ପାଇବେ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ସ୍ବାଇଁ ।

ଅନୁଭବଙ୍କ ଘର ଛାଡ଼ିବେ ବର୍ଷା!

କଟକ: ଅନୁଭବଙ୍କ ଘର ଛାଡ଼ିବେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।  ଶାଶୁ ଘର ଛାଡ଼ିବାକୁ କୋର୍ଟରେ ଆବେଦନ କରିଥିଲେ ପତ୍ନୀ ଅନୁଭବ ମହାନ୍ତି। ଅନୁଭବଙ୍କ ବାପା, ମାଆ ଅସୁସ୍ଥ ଥିବା ଏବଂ ବର୍ଷା ଉକ୍ତ ଘରେ ରହିଆସୁଥିବା ହେତୁ  ଘର ଛାଡ଼ିବାକୁ ଆବେଦନ କରିଥିଲେ ଅନୁଭବ । ଅନୁଭବଙ୍କ ପିଟିସନକୁ ଗ୍ରହଣ କରିଛନ୍ତି SDJM କୋର୍ଟ । ପ୍ରତି ମାସରେ ୩୦ହଜାର ଟଙ୍କା ଦେବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ପ୍ରଥମ କିସ୍ତି ଦେବାର ଦୁଇ ମାସ ପରେ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ପୂର୍ବରୁ ବର୍ଷା ଅନୁଭବଙ୍କୁ ସୋସିଆଲ ମିଡିଆ ବ୍ୟବହାରକୁ ମନା କରିଥିଲେ ହାଇକୋର୍ଟ । ଜୁଲାଇ ୪ ତାରିଖ ଯାଏ କୌଣସି ଭିଡ଼ିଓ ପୋଷ୍ଟ କରିପାରିବେନି ଉଭୟ । ଉଭୟ ପକ୍ଷକୁ ନୋଟିସ୍ ଜାରି କରିଥିଲେ ହାଇକୋର୍ଟ । ଉଭୟ ପରସ୍ପର ପ୍ରତି କୌଣସି ଆକ୍ଷେପ ନକରିବାକୁ କୋର୍ଟ ଙ୍କ ନିର୍ଦ୍ଦେଶ ରହିଛି । ଜୁଲାଇ ୪ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ବିବାହ ବିଚ୍ଛେଦ ଓ ଅନ୍ୟ କେତେକ ମାମଲା ଅଦାଲତରେ ବିଚାରାଧୀନ ଥିବା ବେଳେ ସୋସିଆଲ ମିଡିଆରେ ଅନୁଭବ ବର୍ଷାଙ୍କୁ ନେଇ ନାନା କଥା ଚର୍ଚ୍ଚା କରୁଛନ୍ତି ଓ ଭିଡ଼ିଓ ପୋଷ୍ଟ କରୁଛନ୍ତି ।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ବର୍ଷା ଅନୁଭବ ପାରିବାରିକ ବିବାଦ ଥମିବାର ନାଁ ନେଉନି । ଦିନକୁ ଦିନ ଏହା ଆାହୁରୀ ଅଡୁଆ ହେବାରେ  ଲାଗିଛି । କେତେବେଳେ ଅନୁଭବ ବର୍ଷାଙ୍କୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଟିପ୍ପଣୀ ରଖୁଛନ୍ତି ତ ଆଉ କେତେବେଳେ ବର୍ଷା ଅନୁଭବଙ୍କ ନାଁରେ ଥାନାରେ ଏତଲା ଦେଉଛନ୍ତି । ଏବେ ଅନୁଭବଙ୍କ ଏହି ପିଟିସନକୁ ନେଇ କୋର୍ଟଙ୍କ ଶୁଣାଣି ବହୁ ଗୁରୁତ୍ବପୂର୍ଣ୍ଣ ରହିବ ।

କେକେଙ୍କୁ ଅଶ୍ରୁଳ ବିଦାୟ, ଶୋଭାଯାତ୍ରାରେ ସାମିଲ ହେଲେ ଶହ ଶହ ଲୋକେ

ମୁମ୍ବାଇ: ପରଲୋକଗତ ଗାୟକ କ୍ରିଷ୍ଣାକୁମାର କୁନ୍ନାଥଙ୍କୁ ଅଶ୍ରୁଳ ବିଦାୟ । ମୁମ୍ବାଇରେ ଆୟୋଜିତ ଶୋଭାଯାତ୍ରାରେ ଶହ ଶହ ଲୋକ ସାମିଲ ହୋଇଛନ୍ତି। କେକେଙ୍କ  ମରଶରୀରକୁ ତାଙ୍କ ବାସଭବନରୁ ଶ୍ମଶାନ ଅଭିମୁଖେ ନିଆଯାଇଛି । ଶେଷ ଦର୍ଶନ ଲାଗି ବାସଭବନରେ ଲାଗିରହିଥିଲା ଶୋକାକୁଳ ଫ୍ୟାନଙ୍କ ଭିଡ଼ ।

ସେପଟେ କେକେଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଆସିଛି ତଥ୍ୟ । ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।

ତେଣେ କୋଲକାତାର ନଜରୁଲ ମଞ୍ଚ ଷ୍ଟାଡିଅମରେ ଗତ ୩୧ ତାରିଖ କାର୍ଯ୍ୟକ୍ରମରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଯଥେଷ୍ଟ ଅଧିକ ଲୋକଙ୍କ ସମାଗମ ହୋଇଥିବା ଜଣାପଡ଼ିଛି ।

ଅଡିଟୋରିୟମର ସାମର୍ଥ୍ୟ ୨ ହଜାର ୪୮୨ ଥିବାବେଳେ ସେହିଦିନ ଦୁଇ ଗୁଣ ଦର୍ଶକ ଥିବା କୁହାଯାଇଛି । ତେବେ କେକେଙ୍କ ମୃତ୍ୟୁ ପଛରେ କୌଣସି ସନ୍ଦିଗ୍ଧ କାରଣ ନାହିଁ ବୋଲି ପୋଲିସ କହିଛି । କ୍ଲିନିକାଲ ଏକଜାମିନେସନରୁ ଏହା ବି ସ୍ପଷ୍ଟ ହୋଇଛି ଦୀର୍ଘ ଦିନ ଧରି କେକେଙ୍କ ହୃଦରୋଗ ସମସ୍ୟା ଥିଲା ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ଆଗରୁ ସୋନିଆଙ୍କୁ କରୋନା

ନୂଆଦିଲ୍ଲୀ: କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କୁ କୋଭିଡ । କୋଭିଡ ସଂକ୍ରମିତ ନେଇ ସୂଚନା ମିଳିବା ପରେ ସେ ନିଜକୁ ଆଇସୋଲେସନରେ ରଖିଛନ୍ତି । ଆସନ୍ତା ଜୁନ ୮ରେ ନ୍ୟାସନାଲ ହେରାଲଡ ମାମଲାରେ ସୋନିଆ ଗାନ୍ଧିଙ୍କୁ ହାଜର ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଦେଇଥିଲା ।

ତେବେ ତା ପୂର୍ବରୁ ସେ କୋଭିଡ ସଂକ୍ରମିତ ହୋଇଛନ୍ତି । ସୋନିଆଙ୍କୁ ସଂକ୍ରମଣ ନେଇ ସୂଚନା ଦେଇଛନ୍ତି ଦଳର ମୁଖପାତ୍ର ରଣଦୀପ ସୂର୍ଜେବାଲା । ତାଙ୍କୁ ସାମାନ୍ୟ ଜ୍ବର ହେବା ସହ ତାଙ୍କ ନିକଟରେ କେତେକ ଲକ୍ଷଣ ପ୍ରକାଶ ପାଇଥିବା ସେ କହିଛନ୍ତି ।