spot_img
Home Blog Page 4366

‘ଆଧୁନିକ ଓଡିଶା ନିର୍ମାଣରେ OCCLର ରହିଛି ଅଗ୍ରଣୀ ଯୋଗଦାନ’

ଭୁବନେଶ୍ୱର: ଆଧୁନିକ ଓଡ଼ିଶା ନିର୍ମାଣରେ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି 60 ତମ ପ୍ରତିଷ୍ଠା ଦିବସରେ ଓଡିଶା ନିର୍ମାଣ ନିଗମ ଲିମିଟେଡକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଭିତ୍ତିଭୂମି ଦିବସ ପାଳନ କରିବା ପାଇଁ ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | ପିଏସୟୁକୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଧୁନିକ ଓଡିଶା ନିର୍ମାଣରେ ଗତ 60 ବର୍ଷ ଧରି ଯୋଗଦାନ କରିଥିବାରୁ OCCL ସହ ଜଡିତ ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେଉଛି। ସେ କହିଛନ୍ତି ଯେ ଗତ 60 ବର୍ଷ ମଧ୍ୟରେ ଏହା ଅନେକ ପ୍ରମୁଖ ଉଦ୍ୟୋଗ ଗ୍ରହଣ କରିଛି ଯେଉଁଥିରେ ଜଳ ବିଦ୍ୟୁତ୍, ଜଳସେଚନ, ତାପଜ ବିଦ୍ୟୁତ୍, ଶିଳ୍ପ, ବନ୍ଦର, ରେଳବାଇ ଏବଂ ଅନୁଷ୍ଠାନିକ ନିର୍ମାଣ ପ୍ରକଳ୍ପ ଅନ୍ତର୍ଭୁକ୍ତ | ସେ ଗୁରୁତ୍ୱାରୋପ କରିଛନ୍ତି ଯେ ଏହି ପ୍ରକଳ୍ପଗୁଡ଼ିକ ବର୍ଷ ବର୍ଷ ଧରି ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ଏବଂ ରାଜ୍ୟର ସାମାଜିକ ଅର୍ଥନୈତିକ ଏବଂ ଶିଳ୍ପ ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣିଛି।

 ସାରା ରାଜ୍ୟରେ ଏହି ପ୍ରକଳ୍ପଗୁଡ଼ିକ ଓଡିଶାର ଜଳ, ବିଦ୍ୟୁତ୍ ଏବଂ ସଂଯୋଗୀକରଣ ଦୃଶ୍ୟକୁ ବହୁତ ଉନ୍ନତ କରିଛି। ଏହି ସଂଗଠନ ସୃଷ୍ଟିରେ ବିଜୁ ପଟ୍ଟନାୟକଙ୍କ ଭୂମିକାକୁ ମନେ ପକାଇ ସିଏମ୍ କହିଛନ୍ତି ଯେ ଓଡିଶାର ଅନେକ ଆଇକନିକ୍ ଅନୁଷ୍ଠାନ ପରି ଏହି ରାଜ୍ୟ PSU ମଧ୍ୟ ଦୂରଦୃଷ୍ଟିସମ୍ପନ୍ନ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା 22 ମଇ 1962 ରେ ସୃଷ୍ଟି କରାଯାଇଥିଲା। ଏହା ସେତେବେଳେ ଏକ ସାମାନ୍ୟ ପୋଷାକ ହୋଇଥିବାବେଳେ ବର୍ତ୍ତମାନ ସିଭିଲ୍, ମେକାନିକାଲ୍ ଏବଂ ହାଇଡ୍ରୋଲିକ୍ ପ୍ରକଳ୍ପର ଯୋଜନା, ଡିଜାଇନ୍, ମନିଟରିଂ ଏବଂ ନିର୍ମାଣରେ ବିଶେଷଜ୍ଞ ଥିବା ଏକ ବୃହତ୍ ସଂଗଠନ ଭାବରେ ଉଭା ହୋଇଛି ବୋଲି ସେ କହିଛନ୍ତି। ସେ ଆଶା କରିଥିଲେ ଯେ 5T ଇନିସିଏଟିଭ୍ ଗ୍ରହଣ କରିବା ସହିତ କର୍ପୋରେସନ୍ ଏକବିଂଶ ଶତାବ୍ଦୀରେ ଓଡିଶାର ରୂପାନ୍ତରଣରେ ଅଧିକ ଦକ୍ଷତା ଏବଂ କର୍ମନିଯୁକ୍ତି ଆଣି ପାରିବ  ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅନେକ ପ୍ରକଳ୍ପର ଉଦଘାଟନ କରିଥିଲେ ଏବଂ ଏହି ଅବସରରେ ଏକ ସ୍ମରଣୀୟ ପୁସ୍ତକ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ରାଜ୍ୟ ଜଳସେଚନ ଭିତ୍ତିଭୂମିରେ ଉନ୍ନତି ଆଣିବାରେ PSU ର ଭୂମିକା ବିଷୟରେ ବର୍ଣ୍ଣନା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଦର୍ଶନ ଅନୁଯାୟୀ ଏହି ସଂଗଠନ ନିର୍ମାଣ ତଥା ପରିକଳ୍ପନାରେ ଏକ ବୃହତ ସଂଗଠନରେ ପରିଣତ ହୋଇଛି। OCCL ରେ ରାଜ୍ୟ ସରକାରଙ୍କ ଡିଭିଡେଣ୍ଡ ଭାବରେ ମନ୍ତ୍ରୀଙ୍କୁ 14.75 କୋଟି ଟଙ୍କା ମୂଲ୍ୟର ଏକ ଚେକ୍ ପ୍ରଦାନ କରାଯାଇଛି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ କହିଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା OCCL ର ଅଧ୍ୟକ୍ଷ ସ୍ମିଥ୍ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିଲେ ଏବଂ OCCL MD ଧନ୍ୟବାଦ ଅର୍ପଣ କରିଥିଲେ | ଏହି ଅବସରରେ ମୁଖ୍ୟମନ୍ତ୍ରୀ 450 କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଉଦଘାଟନ କରିଛନ୍ତି  । 

ରାଜୁ ବିଷୋୟୀ ହତ୍ୟା: ପାଞ୍ଚ ଦିନ ପରେ ପୋଲିସ ହାତ ଖାଲି

ବ୍ରହ୍ମପୁର: ଗଞ୍ଜାମ କବିସୂର୍ଯ୍ୟନଗର ଖୋଜାପଲ୍ଲୀ ରାଜୁ ବିଷୋୟୀ ହତ୍ୟା ଘଟଣା । ୫ ଦିନ ପରେ ବି ପୋଲିସ ହାତ ଖାଲି । ଫିଟୁନି ହତ୍ୟାର ରହସ୍ୟ । ଗତ ୧୮ ତାରିଖରେ ରାଜୁ ବିଶୋଇଙ୍କୁ ଦୃର୍ବତ୍ତମାନେ ନିର୍ମମ ଭାବେ ହତ୍ୟା କରିଥିବା ବେଳେ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି ପୋଲିସ । ହତ୍ୟାକାରୀମାନେ ଖୁଲମଖୁଲା ବୁଲୁଥିଲେ ମଧ୍ୟ ସେମାନଙ୍କୁ ଧରାଯାଉନି ବୋଲି ଅଭିଯୋଗ କରିଛନ୍ତି ପରିବାର । ପୂର୍ବ ଶତ୍ରୁତା ଓ ଅନ୍ୟାନ୍ୟ କାରଣକୁ ନେଇ ମଦମାଫିଆମାନେ ରାଜୁଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ପୁଅ ସୁବ୍ରତ ।

ଏପରିକି ଗତ ୨୦୧୫ରେ ତାଙ୍କୁ ମଧ୍ୟ ମାଫିଆମାନେ ଆକ୍ରମଣ କରି ଗୋଟିଏ ଗୋଡ଼ କାଟିଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ସୁବ୍ରତ । ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଦୁଇଟି ଟିମ୍ ଗଠନ କରି ତଦନ୍ତ କରୁଛି ବୋଲି ପୁରୁଷୋତ୍ତମପୁର SDPO ସୂଚନା ଦେଇଛନ୍ତି । ସେପଟେ ରାଜୁଙ୍କୁ ହରାଇବା ପରେ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନାହିଁ । ମୃତ ରାଜୁଙ୍କ ଫଟୋକୁ ଧରି ବାହୁନି ବାହୁନି କାନ୍ଦୁଛନ୍ତି ସ୍ତ୍ରୀ ଓ ପୁଅ । ବୃଦ୍ଧ ବାପ-ମାଆ ପୁଅର ହତ୍ୟାକାରୀଙ୍କୁ ଧରି କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ।

ଟେଷ୍ଟ୍ ଓ T20 ପାଇଁ ଭାରତୀୟ ଦଳ ଘୋଷଣା କଲା BCCI

ନୂଆଦିଲ୍ଲୀ:  ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ BCCI ଘୋଷଣା କରିଛି ଟିମ୍  ।  ସିରିଜ ଲାଗି କେ.ଏଲ. ରାହୁଲଙ୍କୁ  ଅଧିନାୟକ ଭାବେ ଚୟନ କରିଛି ବିସିସିଆଇ  । ଦଳରେ ରହିଛନ୍ତି ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା , ଉମରାନ ମଲ୍ଲିକ, ଋତୁରାଜ ଗାଇକୱାଡ, ଇଶାନ କିସାନ, ଦିପକ ହୁଡା, ଭେଙ୍କଟଶ ଲୟର, କୁଲଦୀପ ଯାଦବ, ଅକ୍ସର ପଟେଲ, ଭୁବନେଶ୍ୱର କୁମାର, ଆଭେଶ ଖାନ୍ ଏବଂ ଆର୍ଶଦୀପ ସିଂହ  ।

ସେହିପରି ଇଂଲଣ୍ଡ ବିପକ୍ଷ ଟେଷ୍ଟ  ସିରିଜ ପାଇଁ ମଧ୍ୟ BCCI ଟିମ୍ ଘୋଷଣା କରିଛି  । ଏହି ଦଳରେ ଚେତେଶ୍ୱର ପୂଜାରାଙ୍କୁ ସାମିଲ କରାଯାଇଛି  । ଏହି ଟିମରେ ରୋହିତ ଶର୍ମା କ୍ୟାପଟେନ ଭାବେ ଦାୟିତ୍ୱ ନିଭାଇବାକୁ ରହିଥିହବାବେଳେ, କେଏଲ ରାହୁଲ ରହିଛନ୍ତି ଉପ ଅଧିନାୟକ  । ସେହିପରି ଶୁଭମନ୍ ଗିଲ, ଭିରାଟ କୋହଲି, ଶ୍ରେୟାସ ଆୟର, ହନିମାନ ବିହାରୀ, ଚେତେଶ୍ୱର ପୂଜାରା , ରିଷଭ ପନ୍ଥ ମଧ୍ୟ ରହିଛନ୍ତି  ।

ଅନ୍ୟପଟେ ଦଳରେ କେଏସ ଭାରତ, ଜାଡେଜା, ଆର ଅଷ୍ୱିନୀ, ସ୍ରାଦୁଳ ଠାକୁର, ମହମ୍ମଦ ସାମୀ, ବୁମରା, ସିରାଜ, ଉମେଶ ଯାଦବ ଏବଂ ରିଷିଦ୍ଧ କ୍ରିଷ୍ଣାଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଖେଳିବା ପାଇଁ ଚୟନ କରିଛି ବିସିସିଆଇ ।

ହୀରାକୁଦ ଜଳଭଣ୍ଡାରରେ ଆବଦ୍ଧ ମାଛ ଚାଷ ବୁଲି ଦେଖିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରରେ ଆବଦ୍ଧ ମାଛ ଚାଷ (କେଜ୍ ଫିସ୍ କଲ୍ଚର) ଏକ ସଫଳ ମୋଡେଲ୍ ଏବଂ ଏହା ଖୁବ୍ ଶିଘ୍ର ରାଜ୍ୟର ମଧୁର ପାଣି ମାଛ ଉତ୍ପାଦନକୁ ବହୁପରିମାଣରେ ବୃଦ୍ଧି କରିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ଉଭୟ କ୍ଷେତ୍ର ପରିଦର୍ଶନ ଏବଂ ଉଚ୍ଚସ୍ତରୀୟ ସମୀକ୍ଷାପରେ ଏହା କହିଛନ୍ତି । ଇତି ମଧ୍ୟରେ ମୁଖ୍ୟ ଶାସନ ସଚିବ ହୀରାକୁଦ ଜଳଭଣ୍ଡାରରେ ସ୍ଥାପିତ କେଜ୍ ଗୁଡିକରେ ମାଛ ଚାଷ ସ୍ଥିତି ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ସହ ମାଛଚାଷୀ, ଉଦ୍ୟୋଗୀ ଏବଂ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।

କ୍ଷେତ୍ରସ୍ତରୀୟ ମାଛଚାଷ କାର୍ଯ୍ୟର ଅଗ୍ରଗତି ବିଷୟରେ ସନ୍ତୋଷ ପ୍ରକାଶ କରି ମୁଖ୍ୟ ସାସନ ସଚିବ କମନ୍ ଫେସିଲିଟି ସେଣ୍ଟର, ପରୀକ୍ଷାଗାର ଏବଂ ମାଛ ପହୁଞ୍ଚାଣ ନିମନ୍ତେ ଭାସମାନ ଜେଟ୍ଟି ଆଦି ଭିତ୍ତିଭୂମିକୁ ଶିଘ୍ର କାର୍ଯ୍ୟକାରୀ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କେଜ୍-ଫିସ୍-କଲ୍ଚର ବିକାଶ ନିମନ୍ତେ ସରକାର ଆବଶ୍ୟକୀୟ ଭିତ୍ତିଭୂମି ଓ ସହଯୋଗ ଯୋଗାଇଦେବେ ବୋଲି ସୁରେଶ ଚନ୍ଦ୍ର ମହାପାତ୍ର ଉଦ୍ୟୋଗୀମାନଙ୍କୁ ପ୍ରତିଶୃତି ଦେଇଥିଲେ । କମନ୍ ଫେସିଲିଟି ସେଣ୍ଟରରେ ଚାଷୀମାନେ କେଜ ରୁ ମାଛ ଧରି ବିପଣୀ ନିମନ୍ତେ ବର୍ଗୀକରଣ, ଓଜନ, ଓ ପ୍ରସ୍ତୁତ କରିପାରିବେ । ଏଠାରେ ଚାଷୀମାନଙ୍କ ପାଇଁ ପାଣି, ବିଦ୍ୟୁତ, ପରିଚ୍ଛନ୍ନତା ଓ ଶୌଚାଳୟ ଆଦିର ବ୍ୟବସ୍ଥା ରହିବ । ସେହିପରି ମତ୍ସ୍ୟଚାଷ ଗବେଷଣା ପରୀକ୍ଷାଗାର ଜଳ-ଜୀବ ସ୍ୱାସ୍ଥ୍ୟ ନିରୀକ୍ଷଣ ଏବଂ ପରିବେଶ ସନ୍ତୁଳନ ଅନୁଧ୍ୟାନ ଆଦିରେ ସହାୟକ ହେବ । ମାଛଚାଷୀମାନେ କେଜ୍ର ରେ ବଢ଼ୁଥିବା ମାଛଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଗୁଣାତ୍ମାକମାନର ଉତ୍ପାଦନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେଇପାରିବେ ।

ଜଳଭଣ୍ଡାର ଉପରିଭାଗର ୧ ପ୍ରତିଶତ ଅଂଚଳରେ ଏହି କେଜ୍-କଲ୍ଚର ସିମୀତ ରଖିବା ଲାଗି ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହୀରାକୁଦର ମତ୍ସ୍ୟ ଓ ପଶୁସଂପଦ ବିକାଶ ଉପ ନିର୍ଦ୍ଦେଶକ ଜଣାଇଥିଲେ ଯେ ଜାତୀୟ ନୀୟମାବଳୀ ଦ୍ୱାରା ନିର୍ଦ୍ଧାରିତ ସୀମାଠାରୁ ବହୁ କମ୍ ଅଂଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୨ ଟି କେଜ୍ ମାଛଚାଷ ଜୋନ୍ ଏବଂ ୬୨୫ ଟି ସବ୍- ଜୋନ ଚିହ୍ନଟ କରାଯାଇଛି । ଏହା ମଧ୍ୟରୁ ୧୦୧ ଟି ସବ୍- ଜୋନ କୁ ପୁଞ୍ଜିନିବେଶ ଆଗ୍ରହ ଭିତ୍ତିରେ ଚୟନ ହୋଇଥିବା ଉଦ୍ୟୋଗୀମାନଙ୍କୁ ଲିଜ୍ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ମଧ୍ୟରୁ ୭୧ ଜଣ ଉଦ୍ୟୋଗୀ ବିଭାଗସହ ବୁଝାମଣାପତ୍ର ସ୍ୱାକ୍ଷର କରି କ୍ଷେତ୍ରସ୍ତରୀୟ କାମ ଆରମ୍ଭ କରିଛନ୍ତି । ୩୦ ଟି ସବ୍- ଜୋନ ରେ କେଜ୍ ସ୍ଥାପନ କାର୍ଯ୍ୟ ସରିଛି । ଉଦ୍ୟୋଗୀମାନଙ୍କୁ ନିୟମିତ ଯୋଗାଯୋଗ ଓ ବୈଷୟିକ ଜ୍ଞାନ କୌଶଳ ସଂପ୍ରସାରଣ ମାଧ୍ୟମରେ ଉତ୍ସାହିତ କରି ଆଗାମୀ ୬ ମାସରେ ଅବଶିଷ୍ଟ ସବ୍- ଜୋନ ମାନଙ୍କରେ କେଜ୍ ସ୍ଥାପନ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାଯୋଗ୍ୟ, ଗୋଟିଏ ସବ୍- ଜୋନ ରେ ୧୬ ମି ବ୍ୟାସ ଏବଂ ୫ ମି ଗଭୀରତାର ୩ ଟି ଗୋଲାକାର କେଜ୍ କିମ୍ବା ୪ x ୬ x ୪ ମିଟରର ୨୪ ଟି ଆୟତଘନାକାର କେଜ୍ ସ୍ଥାପନ କରାଯାଇ ପାରିବ । ପ୍ରତି ଗୋଲାକାର କେଜ୍ ରୁ ଥରକେ ୨୫ ରୁ ୩୦ ଟନ୍ ମାଛ ଅମଳ କରାଯାଇ ପାରିବ । ଆବଣ୍ଟିତ ସବ୍- ଜୋନ ଗୁଡିକରେ ଉତ୍ପାଦନ ଆରମ୍ଭ ହେଲେ ଥରକେ ପ୍ରାୟ ୧୪୫୦୦ ଟନ୍ ରୁ ଅଧିକ ମାଛ ଅମଳ ହେବ । ହୀରାକୁଦ ଜଳଭଣ୍ଡାର ଉପରିଭାଗରେ ୧୮୭୫ ଟି ଗୋଲାକାର କେଜ୍ କିମ୍ବା ୧୫୦୦୦ ଆୟତଘନାକାର କେଜ୍ ପ୍ରତିଷ୍ଠା କରାଯାଇପାରିବ । ଏସବୁରୁ ଥରକେ ପ୍ରାୟ ୪୫୦୦୦ ଟନ୍ ରୁ ଅଧିକ ମଧୁର ପାଣି ମାଛ ଅମଳ କରାଯାଇପାରିବ । ଉଦ୍ୟୋଗୀମାନଙ୍କୁ ଅମଳ ମାଛର ବିପଣୀ ନିମନ୍ତେ ବଜାର- ସଂଯୋଗ ପରାମର୍ଶ ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ ।
ବୈଷୟିକ କୌଶଳର ପ୍ରୟୋଗ, ଜନସାଧାରଣଙ୍କ ସହଭାଗିତା ଏବଂ ଘରୋଇ ପୁଞ୍ଜିନିବେଶ ମାଧ୍ୟମରେ ମଧୁର ପାଣି ମାଛ ଚାଷ ଆର୍ଥିକ ଅବିବୃଦ୍ଧିରେ ସହାୟକ ହେବ ବୋଲି ବିଶେଷଜ୍ଞ ଓ ବୁଦ୍ଧିଜିବୀମାନେ ଆଶା ପ୍ରକାଶ କରିଛନ୍ତି । ସମ୍ବଲପୁରର ଜିଲ୍ଲାପାଳ  ଦିବ୍ୟଜ୍ୟୋତି ପରିଡ଼ା ଏବଂ ମତ୍ସ୍ୟ ଓ ପଶୁ ସଂପଦ ବିକାଶ ଉପ ନିର୍ଦ୍ଦେଶକ ବିରଜା ପ୍ରକାଶ ଦ୍ୱିବେଦୀଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ସମୀକ୍ଷା ନିମନ୍ତେ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ ।

ବଦଳିଲା ‘ବର୍ଷା-ଅନୁଭବ’ ସୋସିଆଲ ପେଜର ନାମ, ସୋସିଆଲ ମିଡିଆରେ ନ୍ୟାୟ ଭିକ୍ଷା

ଭୁବନେଶ୍ୱର: ସେଲିବ୍ରିଟ ଦମ୍ପତ୍ତିଙ୍କ ବିବାହ-ବିବାଦ ଓ ବିଛେଦ  ।  ପାରିବାରିକ ବିବାଦର ଭିତିରି କଥା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି  । ସାସଂଦ ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିବାଦ ଘଟଣା ଏବେ ଚର୍ଚ୍ଚା ପାଲଟିଛି  ।  ଏବଂ ସୋସିଆଲ ମିଡିଆରେ ହିଁ ୟୁଜର ଉଭୟଙ୍କୁ ସମାଲୋଚନା ଏବଂ ସମର୍ଥନ କରିବା ଆରମ୍ଭ କରିଦେଇଛନ୍ତି ।  ଖୋଦ ଅନୁଭବ ମହାନ୍ତି ସାମାଜିକ ଗଣମାଧ୍ୟମରେ ମୁହଁ ଖୋଲି କହିଛନ୍ତି  ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଝଡ଼ର କାହାଣୀ  । କାହିଁକି ସେ ବିଛେଦ ଚାହୁଛନ୍ତି ତାହାର ଏକ ଭିଡିଓ ପୋଷ୍ଟ କରିଛନ୍ତି ଅନୁଭବ  ।

 

ଅନୁଭବ ୨୧ ତାରିଖରେ ପ୍ରଥମ ଭିଡିଓ ପୋଷ୍ଟ କରି ବର୍ଷା ଏବଂ ତାଙ୍କ ଭିତରେ ଗଢି ଉଠିଥିବା ପ୍ରେମ ସମ୍ପର୍କକୁ ନେଇ ଉଲ୍ଲେଖ କରିଥିଲେ  । ଭଲ ପାଇଁ ଜୀବନରେ ମସ୍ତ ବଡ଼ ଭୁଲ କରିଦେଇଥିବା ସେ ପ୍ରକାଶ କରିଥିଲେ  । ପରଦିନ ଅର୍ଥାତ ମେ ୨୨ ତାରିଖରେ ଆଉ ଏକ ଭିଡିଓ ପୋଷ୍ଟ କରିଥିଲେ ଅନୁଭବ ମହାନ୍ତି  । ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଏହି ଭିଡିଓରେ ଅନୁଭବ ମହାନ୍ତି ପାରିବାରିକ ବିବାଦ ଓ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଝଡ଼କୁ ନେଇ ବିଭିନ୍ନ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି  ।

ଅନୁଭବଙ୍କ ଏହି ଭିଡିଓ ଭାଇରାଲ ପରେ ସୋସିଆଲ ମିଡିଆରେ ଅନୁଭବଙ୍କ ସମର୍ଥନରେ ବାହାରିଛନ୍ତି ଅନେକ ୟୁଜର । ଏମିତିକି ପେସବୁକରେ ଥିବା ଅନୁଭବ-ବର୍ଷା ନାମକ ଏକ ପେଜ୍ ର ନାମ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି  । ଯେଉଁ ପେଜର ନାମକୁ ପରିବର୍ତ୍ତନ କରାଯାଇ Justice For Anubhav ବୋଲି ପରିବର୍ତ୍ତନ କରିଦିଆଯାଇଛି  ।

କୁତବମିନାର ନିକଟରେ ଖନନ କରିବା ସହ ବିଭିନ୍ନ ମୂର୍ତ୍ତିର ଫଟୋ ଉତ୍ତୋଳନ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜ୍ଞାନବାପି ମସଜିଦ ବିବାଦ ଜାରି ରହିଥିବାବେଳେ କୁତବମିନାରକୁ ନେଇ ବିବାଦ ବଢ଼ିଛି । ରାଜା ବିକ୍ରମାଦିତ୍ୟଙ୍କ ଦ୍ବାରା ଏହି ମିନାର ତିଆରି ହୋଇଛି ବୋଲି ଦାବି ଉଠିବା ପରେ ଏହି କୀର୍ତ୍ତି ନିକଟରେ ଖନନ କରିବା ସହ ବିଭିନ୍ନ ମୂର୍ତ୍ତିର ଫଟୋ ଉତ୍ତୋଳନ ଲାଗି ପ୍ରତ୍ନତତ୍ତ୍ବ ବିଭାଗ ବା ଏଏସଆଇକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ । କୁତବ ଅଲ ଦିନ୍ ଆଇବାକ ନୁହିନ୍ତି ବରଂ ହିନ୍ଦୁ ସମ୍ରାଟ ରାଜା ବିକ୍ରମାଦିତ୍ୟ କୁତବମିନାର ନିର୍ମାଣ କରିଥିଲେ ବୋଲି ଏଏସଆଇର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ଧରମବୀର ଶର୍ମା ଦାବି କରିବା ପରେ ବିବାଦ ବଢ଼ିଥିଲା ।

ସେତେବେଳେ ସୂର୍ଯ୍ୟଙ୍କ ସ୍ଥିତି ଅଧ୍ୟୟନ ଓ ଗବେଷଣା ପାଇଁ ଏହି ମିନାର ନିର୍ମାଣ କରାଯାଇଥିଲା ବୋଲି ସେ କହିଥିଲେ । ଏହି ମିନାର ନିକଟରେ ଖନନ କରି ରିପୋର୍ଟ ଦାଖଲ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଛି ସଂସ୍କୃତି ମନ୍ତ୍ରାଳୟ । କୁତବମିନାର ନିକଟସ୍ଥ ମସଜିଦଠାରୁ ୧୫ ମିଟର ଦୂରରେ ଖନନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ସଂସ୍କୃତି ମନ୍ତ୍ରାଳୟ ସଚିବ ଗୋବିନ୍ଦ ମୋହନ କୁତବମିନାର ସ୍ଥଳ ଗସ୍ତ କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ସହ ୩ ଜଣ ଐତିହାସିକ, ୪ ଜଣ ଏଏସଆଇ ଅଧିକାରପ ଓ ଗବେଷକ ଯାଇଥିଲେ । ଗତ ୧୯୯୧ରୁ ସେଠାରେ କୌଣସି ଖନନ କାର୍ଯ୍ୟ ହୋଇନାହିଁ ବୋଲି କହିଥିଲେ ଏଏସଆଇ ଅଧିକାରୀ । କୁତବମିନାର ପ୍ରକୃତରେ ଏଖ ବିଷ୍ଣୁସ୍ତମ୍ଭ ବୋଲି ଦାବି କରିଥିଲା ବିଶ୍ବ ହିନ୍ଦୁ ପରିଷଦ ।

ବଜ୍ରକାପ୍ତା ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ୍

କଳାହାଣ୍ଡି: କଳାହାଣ୍ଡି ନର୍ଲା କର୍ଣ୍ଣିଖୁଣ୍ଟିରେ ବଜ୍ରକାପ୍ତା ବିକ୍ରି ଡିଲ୍ ବେଳେ ଧରିଲା ଏସଟିଏଫ୍ । କଳାହାଣ୍ଡି ବନ ବିଭାଗ ଓ ଏସଟିଏଫର ମିଳିତ ଚଢ଼ାଉରେ ୧୩ କେଜି ୩୩୦ ଗ୍ରାମର ଜୀବନ୍ତ ବଜ୍ରକାପ୍ତା ଜବତ ହୋଇଛି । ଏହା ସହ ଜଣେ ଜଙ୍ଗଲୀ ତସ୍କର ଜିତେନ୍ଦ୍ର କୁମାରଙ୍କୁ ଗିରଫ କରାଯାଇଛି । ଉଦ୍ଧାର ବଜ୍ରକାପ୍ତାକୁ କଳାହାଣ୍ଡି ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଛି । ଅଟକ ଜଙ୍ଗଲୀ ତସ୍କର ଜିତେନ୍ଦ୍ର କୁମାରକୁ ଏମ.ରାମପୁର ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ୨୦୨୦ରୁ ଏବେ ସୁଦ୍ଧା ୨୮ଟି ବାଘଛାଲ, ୨ଟି ବାଘ ଦାନ୍ତ, ୨୯ଟି ବାଘ ପଞ୍ଝା, ୨୪ ହାତୀ ଦାନ୍ତ, ୭ ହରିଣ ଛାଲ, ୧୪ ଜୀବନ୍ତ ବଜ୍ରକାପ୍ତା, ୩୦ କେଜି ୪ ଶହ ଗ୍ରାମ ବଜ୍ରକାପ୍ତା କାତି ଓ ୪୬ଟି ଜୀବନ୍ତ ଜଙ୍ଗଲୀ ଶୁଆ ଜବତ ହୋଇଛି । ଏହାସହ ୬୯ଜଣ  ଜଙ୍ଗଲୀ ତସ୍କର ଗିରଫ ହୋଇଛନ୍ତି ।

ସରିଲା ଇଣ୍ଡିଆନ ଗ୍ରାଁ ପ୍ରି-୩, ଶ୍ରେଷ୍ଠ ଆଥଲେଟଙ୍କୁ ସମ୍ମାନିତ କଲେ 5T ସଚିବ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଇଣ୍ଡିଆନ ଗ୍ରାଁ ପ୍ରି-୩ ଗତକାଲି ଶେଷ ହୋଇଛି । ତେବେ ଏହି ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ 5T ସଚିବ ଭି.କେ ପାଣ୍ଡିଆନ୍ । ଉଦଯାପନୀ ଉତ୍ସବରେ ଯୋଗଦେଇ ଶ୍ରେଷ୍ଠ ପୁରୁଷ ଆଥଲେଟ୍ ଅବଦୁଲା ଆବୁବକର (ଟ୍ରିପଲ୍ ଜମ୍ପ), ଶ୍ରେଷ୍ଠ ମହିଳା ଆଥଲେଟ୍ ନବଜିତ୍ କୌର ଧିଲନ୍ (ଡିସ୍କସ୍ ଥ୍ରୋ)ଙ୍କୁ ସମ୍ମାନିତ କରିଥିଲେ । ଏହାସହ 5T ସଚିବ AFI ସଭାପତି ଆଦିଲ୍ ସୁମାରିୱାଲାଙ୍କୁ ମଧ୍ୟ ସମ୍ମାନିତ କରିଥିଲେ । ତେବେ ଆସନ୍ତା ୨୪ ତାରିଖରେ ଗ୍ରାଁ ପ୍ରି-୪ ଖେଳାଯିବ ।

ଶନିବାରଠାରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରାଁ ପ୍ରି-୩ ଦୌଡ଼କୁଦରେ ଓଡ଼ିଶା ଖେଳାଳିଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା । ଧାବିକା ଶ୍ରାବଣୀ ନନ୍ଦ ସ୍ୱର୍ଣ୍ଣ, ଆର୍ଯ୍ୟନ ଏକ୍କା ରୌପ୍ୟ, ଅମିୟ ମଲ୍ଲିକ, ସ୍ୱାଧୀନ ମାଝି ଓ ଲକ୍ଷ୍ମିପ୍ରିୟା କିଷାନ କାଂସ୍ୟ ପଦକ ଜିତିଛନ୍ତି । ଜାମାଇକାରେ ପ୍ରଶିକ୍ଷଣ ହାସଲ କରି ଦୀର୍ଘ ୪ ବର୍ଷ ପରେ ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିବା ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ ଇଣ୍ଡିଆନ ଗ୍ରାଁ ପ୍ରି-୩ରେ ସ୍ୱର୍ଣ୍ଣିମ ସଫଳତା ପାଇଛନ୍ତି । ୨୦୦ ମିଟର ଦୌଡରେ ଶ୍ରାବଣୀ ପ୍ରଥମ ସ୍ଥାନ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଶ୍ରାବଣୀ ୨୦୧୮ ପରେ ପ୍ରଥମ ଥର ପାଇଁ ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।

୫୭ ଦିନ ଓ ୬୯ଟି ମ୍ୟାଚ୍ ପରେ ଚୂଡାନ୍ତ ହେଲା ପ୍ଲେ ଅଫ୍ ଟିମ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ -ଆଇପିଏଲ ୨୦୨୨ରେ ପ୍ଲେ ଅଫରେ ଖେଳିବାକୁ ଥିବା ଟିମ୍ ତାଲିକା ଚୂଡାନ୍ତ ହୋଇଛି । ମୁମ୍ବାଇ ଇଣ୍ଡିଆନସଠାରୁ ହାରି ଦିଲ୍ଲୀ କ୍ୟାପିଟାଲ୍ସର ପ୍ଲେ ଅଫ୍ ଆଶା ଧୂଳିସାତ ହୋଇଯାଇଥିବା ବେଳେ ଏହାର ଫାଇଦା ରୟାଲସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ମିଳିଛି । ୫୭ ଦିନ ଓ ୬୯ଟି ମ୍ୟାଚ୍ ପରେ ପ୍ଲେ ଅଫ୍ ଟିମ ଚୂଡାନ୍ତ ହୋଇଛି । ନିଜର ଡେବ୍ୟୁ ଆଇପିଏଲ ଖେଳୁଥିବା ଗୁଜରାଟ ଟାଇଟାନ୍ସ ପ୍ରଥମେ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ହାସଲ କରିଥିଲା ।

ଡେବ୍ୟୁ ଆଇପିଏଲ ଖେଳୁଥିବା ଅନ୍ୟତମ ଟିମ୍ ଲକ୍ଷ୍ନୌ ସୁପର ଜିଆଣ୍ଟସ ସମେତ ରାଜସ୍ଥାନ ରୟାଲସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ପ୍ଲେ ଅଫକୁ ଯାଇଛନ୍ତି । ମେ’ ୨୪ରେ ପ୍ରଥମ କ୍ବାଲିଫାୟର ଇଡେନ ଗାର୍ଡେନ୍ସରେ ଖେଳାଯିବ । ଟେବୁଲ ଟପ୍ପର ଗୁଜରାଟ ଟାଇଟାନ୍ସ ଓ ରାଜସ୍ଥାନ ରୟାଲସ ମଧ୍ୟରେ ଖେଳାଯିବ ଏହି ମ୍ୟାଚ୍ । ମେ’ ୨୫ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏଲିମିନେଟର ମ୍ୟାଚ ଖେଳାଯିବ । ମେ’ ୨୭ରେ ଦ୍ବିତୀୟ କ୍ବାଲିଫାୟର ଖେଳାଯିବ । ଏହି ମାସ ୨୯ ତାରିଖରେ ଅହମ୍ମଦାବାଦରେ ଖେଳାଯିବ ଫାଇନାଲ ମ୍ୟାଚ୍ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବାଧା, ବିଜେପି ନେତା ସମ୍ବିତ ପାତ୍ରଙ୍କ ଉପରେ ବର୍ଷିଲେ ସୁଲତା ଦେଓ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବାଧା ନେଇ ବର୍ଷିଲେ ବିଜେଡି ମୁଖପାତ୍ର ସୁଲତା ଦେଓ । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ କଲେ ଟାର୍ଗେଟ୍ । ଶ୍ରୀଜଗନ୍ନାଥ ମନ୍ଦିର ବିକାଶ ପାଇଁ ସ୍ୱତଃ ପ୍ରବୃତ୍ତ ଭାବେ ନିଜ ଜମି ଦେଇଥିଲେ ସେବାୟତ। ତେବେ ମିଛ ଓ ବିଭ୍ରାନ୍ତିକର ତଥ୍ୟ ଦେଇ ବିକାଶ କାମରେ ବାଧା ସୃଷ୍ଟି କରୁଥିବା ସମ୍ବିତ ପାତ୍ରଙ୍କୁ ପୁରୀବାସୀ କେବେ କ୍ଷମା ଦେବେ ନାହିଁ ବୋଲି ସୁଲତା କହିଛନ୍ତି ।

ଜିପିଆରଏସ୍ ପୂର୍ବରୁ କରାଯାଇ ଏହାର ଡିପିଆର ଏନଏମଏକୁ ଦିଆଯାଇଛି । ଏକଥା ଜାଣି ମଧ୍ୟ ସମ୍ବିତ ପାତ୍ର ପୁରୀବାସୀଙ୍କୁ ଭୁଆଁ ବୁଲାଉଛନ୍ତି । ଅଭ୍ୟର୍ଥନା ଗୃହକୁ ଅଳ୍ପ ଉଚ୍ଚତା ବିଶିଷ୍ଟ କରିବା ପାଇଁ ଏନଏମଏ ଅନୁମତି ଦେଇଥିଲେ । ତେବେ ରାଜ୍ୟ ସରକାର ଏହାକୁ ଉଚ୍ଚତା ବୃଦ୍ଧି ପାଇଁ ଚାହୁଁଥିବାରୁ ଏହାକୁ ରେଗୁଲେଟେଡ୍ ଜୋନକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏନେଇ ସମ୍ବିତ ପାତ୍ରଙ୍କ ବିଭ୍ରାନ୍ତିକର ତଥ୍ୟ ସେବାୟତ ଓ ଜଗନ୍ନାଥପ୍ରେମୀଙ୍କୁ ଅତିମାତ୍ରାରେ ଆଘାତ ଦେଇଥିବା ସୁଲତା କହିଛନ୍ତି ।