spot_img
Home Blog Page 4370

୮ ବର୍ଷ ହେଲା ଜଙ୍ଗଲରେ ରହୁଛନ୍ତି ୬୦ ବର୍ଷିଅ ବୃଦ୍ଧା, ସାଜିଛନ୍ତି ମାଙ୍କଡ଼ଙ୍କ ମାଆ

ଲକ୍ଷ୍ନୌ: ମଣିଷ-ପଶୁ ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି । ଆଉ ମାଙ୍କଡ଼ଙ୍କୁ ତ ମଣିଷର ପୂର୍ବଜ କୁହାଯାଏ । ଅନେକ ସୌଖିନରେ ଘରେ ମାଙ୍କଡ଼ ବି ପାଳିଥାନ୍ତି । କିନ୍ତୁ ଆମେ ଆପଣଙ୍କୁ ଜଣାଇବାକୁ ଯାଉଥିବା ଘଟଣା ଟିକେ ଭିନ୍ନ । ଏଠି ପଶୁ ପ୍ରେମୀ ମହିଳା ଜଣଙ୍କ ଘରେ ମାଙ୍କଡ଼ ରଖି ନାହାନ୍ତି । ବରଂ ମାଙ୍କଡ଼କୁ ଭଲ ପାଇ ନିଜ ଘର ଛାଡ଼ି ଆସି ଜଙ୍ଗଲରେ ରହୁଛନ୍ତି ।

Woman Feeding Monkeys Since 8 Years Like Mother Inspirational Story

ୟୁପି କଟରାର ୬୦ ବର୍ଷିଅ ବୃଦ୍ଧା ରାନୀ ଓରଫ୍ କୁଶମାଙ୍କ ଆତ୍ମବିଶ୍ୱାସ ଦେଖିଲେ ଆପଣ ବି ଚକିତ ହୋଇଯିବେ । ଦୀର୍ଘ ୮ ବର୍ଷ ହେଲା ଜଙ୍ଗଲରେ କୁଡ଼ିଆ କରି ରହୁଛନ୍ତି ରାନୀ । ନଦୀ ନିକଟରେ ଥିବା ମନ୍ଦିର ନିକଟରେ ରାନୀଙ୍କ କୁଡ଼ିଆ । ଆଉ ପରିବାର କହିଲେ ଜଙ୍ଗଲରେ ରହୁଥିବା ମାଙ୍କଡ଼ । ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ରାନୀ ସାଜିଛନ୍ତି ଉଦାହରଣ ।

ସୂର୍ଯ୍ୟଙ୍କ ତାପରେ ତାତୁଛି ଧରା, ଶୁଖୁଛି ନଦୀ । ଆଉ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶର ଜଙ୍ଗଲରେ ପାଣି ଅଭାବରୁ ଜଙ୍ଗଲୀ ଜୀବ ବିପଦରେ । ପ୍ରବଳ ଖରାରେ ଜଙ୍ଗଲୀ ଜୀବଙ୍କ ମାଆ ସାଜିଛନ୍ତି ୬୦ ବର୍ଷର ବୃଦ୍ଧା । ଟ୍ୱିୱେଲ୍ ମାରି ମାଙ୍କଡ଼ମାନଙ୍କୁ ରାନୀ ପାଣି ପିଆଉଛନ୍ତି । ରାନୀ ମାଙ୍କଡ଼ଙ୍କ ନାଁ ପପ୍ପୁ, ମୁନ୍ନୁ, କାଳୁ ଦେଇଥିବା ବେଳେ ସେମାନେ ଡାକ ଶୁଣିଲେ ଧାଇଁ ଆସୁଛନ୍ତି । ପୁଣି ପାଣି ପିଇ ଜଙ୍ଗଲକୁ ଯାଉଛନ୍ତି ।

Woman Feeding Monkeys Since 8 Years Like Mother Inspirational Story

ଏଭଳି ଭାବେ ଦୀର୍ଘ ୮ ବର୍ଷ ହେଲାଣି ମାଙ୍କଡ଼ଙ୍କ ମାଆ ସାଜି ସେବା କରି ଚାଲିଛନ୍ତି ରାନୀ । ଆଉ ରାନୀ କୁହନ୍ତି ଏଭଳି ସେବା ସେ ବଞ୍ଚିଥିଲା ଯାଏ କରିବେ । ରାନୀଙ୍କ ମାଙ୍କଡ଼ ସେବା ଦେଖି ଲୋକେ ତାଙ୍କୁ ବି ସାହାଯ୍ୟର ହାତ ବଢ଼ାଇଛନ୍ତି । ରାନୀଙ୍କର ୪ ପୁଅଙ୍କ ମଧ୍ୟରୁ ୩ ପୁଅ ଅଛନ୍ତି । ତଥାପି ସେ ପରିବାର ଠାରୁ ଅଲଗା ହୋଇ ଜଙ୍ଗଲରେ ରହୁଛନ୍ତି । ଆଉ ସବୁଠୁ ବଡ଼ କଥା ହେଲା ଯଦି କେହି ରାନୀଙ୍କୁ ଆକ୍ରମଣ କରେ ଅବା ସେଭଳି ସ୍ୱଭାବ ଦେଖାଏ ତ ମାଙ୍କଡ଼ ସେମାନଙ୍କ ଉପରେ ଆକ୍ରମଣ କରି ଦିଅନ୍ତି ।

ବେଆଇନ୍ ନିର୍ମାଣ ନେଇ ବିଏମ୍‌ସି ପକ୍ଷରୁ ରାଣା ଦମ୍ପତିଙ୍କୁ ନୋଟିସ ଜାରି

ମୁମ୍ବାଇ:  ଦିନକୁ ଦିନ ରାଣା ଦମ୍ପତିଙ୍କ ଲାଗି ଅଡ଼ୁଆ ବଢ଼ିବାରେ ଲାଗିଛି । ଶନିବାର ବ୍ରିହନମୁମ୍ୱାଇ ମ୍ୟୁନସିପାଲଟି କର୍ପୋରେସନ୍ ପକ୍ଷରୁ  ବେଆଇନ ନିର୍ମାଣ ନେଇ ରାଣା ଦମ୍ପତିଙ୍କୁ ନୋଟିସ କରିଛି । ସାଂସଦ ନବନୀତ୍ ରାଣା ଓ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ନୋଟିସ ଜାରି କରାଯାଇଛି। ରହୁଥିବା ଫ୍ଲାଟରେ କରାଯାଇଥିବା ବେଆଇନ ନିର୍ମାଣକୁ  ହଟାଇବା ପାଇଁ ୭ ଦିନର ସମୟ ଦିଆଯାଇଛି। ଏଭଳି ନହେଲେ ବିଏମସି ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜାରି କରାଯାଇଥିବା ନୋଟିସରେ କୁହାଯାଇଛି।

ଶୁକ୍ରବର ବିଏମ୍‌ସି ପକ୍ଷରୁ ଜାରି ନୋଟିସ ନେଇ ରାଣା ଦମ୍ପତିଙ୍କ ପକ୍ଷରୁ ଉତ୍ତର ରଖାଯାଇଥିଲା । ଏଥିରେ ବିଏମସି କର୍ତ୍ତୃପକ୍ଷ ସନ୍ତୁଷ୍ଟ ନ ହେବାରୁ ଶନିବାର ପୁଣି ଏହି ନୋଟିସ ଜାରି କରାଯାଇଛି । ଯଦି ରାଣା ଦମ୍ପତି ଅନଧିକୃତ ନିର୍ମାଣକୁ ନହଟାନ୍ତି ତେବେ ବିଏମସି ପକ୍ଷରୁ ଏହାକୁ ହଟାଯିବା ସହ ଘର ମାଲିକକୁ ମାସେ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ନୋଟିସରେ ସ୍ପଷ୍ଟ କରାଯାଇଛି। କିଛି ଦିନ ତଳେ ବିଏମସି କରିଥିବା ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ, ଲିଫ୍ଟର ପାସକୁ ରାଣା ଦମ୍ପତି ଶୌଚାଳୟରେ ପରିଣତ କରିଥିବା ବେଳେ ପୂଜା ଘର ଏବଂ ରୋଷେଇ ଘରକୁ ମିଶାଇ ଲିଭିଙ୍ଗ ରୁମ୍ କରିଛନ୍ତି। ଲବିକୁ ଫ୍ଲାଟ ଭିତରେ ଯୋଡ଼ି ଦିଆଯାଇଥିବା ସହ ଛାତର ଏକ ଅଂଶ ଶୋଇବା ଘର ସହିତ ଯୋଡ଼ାଯାଇଛି।

ସୂଚନା ଯୋଗ୍ୟ ଯେ, ଅମରାବତୀର ସ୍ୱାଧୀନ ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ଏପ୍ରିଲ୍‌ ୨୩ ତାରିଖ ଦିନ ଖାର୍‌ ଥାନା ପୋଲିସ ଗିରଫ କରିଥି‌ଲା। ସେମାନେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବ୍ୟକ୍ତିଗତ ବାସଭବନ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବେ ବୋଲି ଘୋଷଣା କରିଥିଲେ। ଏଥିଯୋଗୁଁ ସଦ୍‌ଭାବନା ଉଲ୍ଲଂଘନ ହେବା ଓ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା କରି ପୁଲିସ ଏଭଳି ପଦକ୍ଷେପ ଗ୍ରହଣ କରିଥିଲା।

ଏଥିସହିତ ପଢ଼ନ୍ତୁ: ପୂର୍ବତନ ASI ଅଧିକାରୀଙ୍କ ବଡ଼ ଦାବି, ସୂର୍ଯ୍ୟଙ୍କ ସ୍ଥିତି ଅଧ୍ୟୟନ ପାଇଁ ନିର୍ମାଣ ହୋଇଥିଲା କୁତବ ମିନାର

ଏ ଫଟୋରେ ଆପଣଙ୍କୁ କେଉଁ ଜୀବ ଦିଶୁଛି ?

ଭବନେଶ୍ବର: ଆଜିର ଏହି ଷ୍ଟୋରୀଟି ଆପଣ ଦେଖୁଥିବା ଫଟୋଟି ନେଇ । ଫଟୋରେ ଆପଣଙ୍କୁ ଏକ ଜୀବର ଚିତ୍ର ଦିଶୁଛି । କହି ପାରିବେ କି ଏ ଜୀବଟି କିଏ । ଉତ୍ତର ନିଶ୍ଚିତ ଆସିବ ବେଙ୍ଗ । ହେଲେ ଏଥିରେ କେବଳ ବେଙ୍ଗର ଫଟୋ ନାହିଁ । ଏଥିରେ ଆହୁରି ଏକ ଜୀବର ମଧ୍ୟ ଫଟୋ ରହିଛି । ଟିକେ ଭଲ କରି ଫଟୋଟିକୁ ଦେଖିଲେ ବେଙ୍ଗ ସହ ଘୋଡାର ଦର୍ଶନ କରିପାରିବେ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋକୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ ଏଠାରେ ଆମେ ଆପଣଙ୍କୁ ବେଙ୍ଗ ଓ ଘୋଡା ଫଟୋକୁ ନେଇ କହିବାକୁ ଯାଉନାହୁଁ । ଫଟୋରେ ଆପଣ ପ୍ରଥମେ ବେଙ୍ଗ ନା ଘୋଡା ଦେଖିଲେ ସେଥିରୁ ଆପଣଙ୍କ ଚରିତ୍ର କିପରି  କହିବାକୁ ଯାଉଛୁ ।

ଯଦି ଆପଣଙ୍କୁ ଫଟୋରେ ବେଙ୍ଗ ଦେଖାଗଲା ଆପଣଙ୍କ ଚରିତ୍ର କେମିତି ଓ ଯଦି ଘୋଡା ଦେଖାଗଲା ଆପଣଙ୍କ ଚରିତ୍ର କେମିତି ଜାଣନ୍ତୁ ଏହି ରିପୋର୍ଟରୁ ।

ଆପଣ ବେଙ୍ଗ ଦେଖିଲେ କି ?

ଫଟୋଟି ଉପରେ ନଜର ପଡିବା ମାତ୍ରା ଅଧିକାଂଶ ଲୋକଙ୍କୁ ବେଙ୍ଗ ଦେଖାଯାଇଥାଏ । ଆପଣ ବି ବେଙ୍ଗ ଦେଖିଲେ କି ? ଯଦି ହଁ, ତେବେ ଜାଣନ୍ତୁ ଏହାର ଅର୍ଥ କ’ଣ ?

ଯେଉଁମାନଙ୍କୁ ଫଟୋଟିରେ ବେଙ୍ଗ ଦେଖାଯାଉଛି ଏହା ଦର୍ଶାଉଛି ଆପଣ ଜଣଷ ବିଶ୍ବାସୀ ବ୍ୟକ୍ତି । ଆପଣ ଅନ୍ୟମାନଙ୍କ ସହ ସବୁ ସମୟରେ ସଚ୍ଚୋଟ ରହିବାକୁ ଚେଷ୍ଟା କରିଥାନ୍ତି । ଆପଣ ବହୁତ ଆତ୍ମବିଶ୍ବାସୀ ଏବଂ ବିଶ୍ବାସଯୋଗ୍ୟ । ଲୋକେ ଆପଣଙ୍କ ଉପରେ ବିଶ୍ବାସ କରିଥାନ୍ତି । ଆପଣଙ୍କ କଥା ସିଧାସିଧା ଓ ଏଥିରେ କୌଣସି ଅନ୍ୟ ଅର୍ଥ ନଥାଏ ।

ଘୋଡା ନଜରରେ ପଡ଼ିଲା କି ?  

ଫଟୋଟିକୁ ଦେଖୁଥିବା ଅଧିକାଂଶ ଲୋକଙ୍କୁ ଏଥିରେ ବେଙ୍ଗ ହିଁ ଦିଶୁଛି । ହେଲେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଫଟୋଟିରେ ପ୍ରଥମେ ଘୋଡା ଦେଖିଛନ୍ତି । ଫଟୋଟିକୁ ଦେଖିବା ବେଳେ ବେକକୁ ସାମାନ୍ୟ ବାମ ଆଡକୁ ବଙ୍କାଇଲେ ଆପଣ ଘୋଡାର ଫଟୋ ଦେଖି ପାରିବେ । ଯଦି ଆପଣ ପ୍ରଥମେ ଘୋଡା ଦେଖିଛନ୍ତି ତେବେ ଆପଣ ଭାବନାତ୍ମକ ବ୍ୟକ୍ତି । ଜୀବନକୁ ନେଇ ଆପଣଙ୍କ ଆଲୋଚନାତ୍ମକ ଦୃଷ୍ଟିଭଙ୍ଗି ରହିଛି । ଆପଣ ନିଜ ଉଦ୍ୟମରେ ଯେ କୌଣସି ସ୍ଥିତିରେ ସମାଧାନରେ ପହଞ୍ଚିବାକୁ ସକ୍ଷମ ।

କେମିତି ତିଆରି ହୋଇଛି ବେଙ୍ଗ-ଘୋଡାର ଏହି ଫଟୋ ?

ଆଜିକାଲି ଇଣ୍ଟରନେଟରେ ଅପ୍ଟିକାଲ ଇଲ୍ୟୁଜନ ବହୁଳ ବ୍ୟବହାର ହେଉଛି । ଆପଣ ଯଦି ଇଣ୍ଟରନେଟ ଫ୍ରେଣ୍ଡଲି ଓ ଏହାକୁ ବ୍ୟବହାର କରୁଛନ୍ତି ତେବେ ଅପ୍ଟିକାଲ ଇଲ୍ୟୁଜନ ବିଷୟରେ ନିଶ୍ଚିତ ଜାଣିଥିବେ । ଏଥିରେ ଆପଣଙ୍କ ଆଗରେ ଏକ ଫଟୋ ଥାଏ । ବହୁତ ସମୟରେ ଫଟୋଟି ସାଧାରଣ ହୋଇଥାଏ । ହେଲେ ଏଥିରେ ଭିନ୍ନ ଦୃଷ୍ଟିଭଙ୍ଗି ରହିଥାଏ । ଅପ୍ଟିକାଲ ଇଲ୍ୟୁଜନ ଫଟୋରେ ପ୍ରଥମେ ଆପଣ କ’ଣ ଦେଖିଲେ ଏହା ଆପଣଙ୍କ ସ୍ବଭାବ ସମ୍ପର୍କରେ ବହୁତ କିଛି କହିଥାଏ ।

ଶ୍ରୀଲଙ୍କାରେ ସୁଧୁରିଲା ଆଇନ ଶୃଙ୍ଖଳା ପରିସ୍ଥିତି: ହଟିଲା ଏମରଜେନ୍ସି

କଲୋମ୍ୱୋ: ଜରୁରୀକାଳୀନ ପରିସ୍ଥିତିକୁ ପ୍ରତ୍ୟାହାର କଲେ ଶ୍ରୀଲଙ୍କା ସରକାର । ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆସିବା ପରେ ଶ୍ରୀଲଙ୍କା ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଆର୍ଥିକ ସଂକଟକୁ ନେଇ ହିଂସା ଆରମ୍ଭ ହେବା ପରେ ଗତ ୬ ତାରିଖ ମଧ୍ୟରାତ୍ରିଠାରୁ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ ।
Sri Lanka: State of emergency still in place as curfew lifted - Times of India
ଏହା ସତ୍ତ୍ୱେ ବି ଦେଶରେ ହିଂସା କମିନଥିଲା । ପରେ ୯ତାରିଖରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସ ବାଧ୍ୟହୋଇ ଇସ୍ତଫା ଦେଇଥିଲେ । କିନ୍ତୁ ମହିନ୍ଦାଙ୍କ ସମର୍ଥକ ଓ ବିକ୍ଷୋଭକାରୀମାନଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ସ୍ଥିତି ଆହୁରି ବିଗିଡ଼ି ଯାଇଥିଲା । ଏହି ହିଂସା ଫଳରେ ୯ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୨୦୦ରୁ ଅଧିକ ଆହତ ହୋଇଥିଲେ । ପରେ ରାଷ୍ଟ୍ରପତି ଗୋଟାବାୟା ରାନିଲ ବିକ୍ରମସିଂହେଙ୍କୁ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଥିଲେ । ରାନିଲ ଆସିବା ପରେ ଦେଶର ସ୍ଥିତି ସୁଧାରିବାକୁ ସେ କେତେକ ପଦକ୍ଷେପ ନେବା ସହ ପଡ଼ୋଶୀ ଭାରତର ସହାୟତା ମାଗିଛନ୍ତି ।
ତେବେ ଶ୍ରୀଲଙ୍କାର ଅର୍ଥନୀତିକୁ ରାତାରାତି ସୁଧାରିବାକୁ ତାଙ୍କ ପାଖରେ କୌଣସି ଉପାୟ ନାହିଁ ବୋଲି ରାନିଲ କହିଛନ୍ତି । ଶ୍ରୀଲଙ୍କାରେ ଏବେ ମୁଦ୍ରାସ୍ପୀତି ହାର ୪୦ ପ୍ରତିଶତ ଆଡ଼କୁ ଗତି କରିଥିବାବେଳେ ଖାଦ୍ୟସାମଗ୍ରୀ, ଇନ୍ଧନ ଓ ଔଷଧର ଗୁରୁତର ଅଭାବ ଦେଖାଦେଇଛି । ପୁଣି ଆମଦାନୀ କରିବାକୁ ସରକାରଙ୍କ ପାଖରେ ଯଥେଷ୍ଟ ପରିମାଣରେ ବିଦେଶୀ ମୁଦ୍ରା ନାହିଁ ।

 

ବ୍ୟାଟେରୀ ଉତ୍ପାଦନକାରୀ କାରଖାନାରେ ଭୟଙ୍କର ନିଆଁ, ୩ ମୃତ

ଫରିଦାବାଦ: ଫରିଦାବାଦ ସ୍ଥିତ ଏକ ବ୍ୟାଟେରୀ ଉତ୍ପାଦନକାରୀ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଦୁର୍ଘଟଣାରେ ୩ ଜଣ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ନିଆଁ ଲାଗିବା ପରେ ଘଟଣାସ୍ଥଳରେ ଦମକଳ ବାହିନୀ ସହ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରୁଛନ୍ତି । ତେବେ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ ।

ଏବେ ନିୟମିତ ବ୍ୟବଧ୍ୟାନରେ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସୁଛି । ନିକଟରେ ଦିଲ୍ଲୀରେ ଏକ ଚାରି ମହଲା କୋଠାରେ ନିଆଁ ଲାଗି ୨୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନେକ ଲୋକ ଆହତ ହୋଇଥିଲେ । ବିଳମ୍ବିତ ରାତି ଯାଏ ନିଆଁ ଲିଭା କାର୍ଯ୍ୟ ଜାରି ରହିଥିଲା ।

ଏହା ପରେ ଏମସିଡିର ୬ଟି ଟିମ୍ ଅଞ୍ଚଳରେ ସର୍ଭେ କରିଥିଲା । ଏହି ଘଟଣା ପରେ ଆରୋପ ପ୍ରତ୍ୟାରୋପ ଖୁବ୍ ହୋଇଥିଲା । ପରେ ଜଣାପଡ଼ିଥିଲା ବିଲ୍ଡିଂକୁ ଅଗ୍ନିଶମ ବିଭାଗ ଏନଓସି ଦେଇ ନଥିଲା ।

ଜ୍ଞାନବାପି ମାମଲାରେ ଫ୍ରଫେସରଙ୍କୁ ବାନ୍ଧିଲା ପୋଲିସ, ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଗିରଫ ଫ୍ରଫେସରଙ୍କ ମୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଜ୍ଞାନବାପି ମସ୍‌ଜିଦ୍‌ ମାମଲାରେ ସାମାଜିକ ଗଣମାଧ୍ୟମ ପୋଷ୍ଟ୍‌ ଯୋଗୁଁ ଗିରଫ ହୋଇଥିବା ପ୍ରଫେସର୍‌ଙ୍କ ମୁକ୍ତି ଦାବି କରି ଆଜି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ‘ଆର୍ଟ ଫାକଲଟି’ ବାହାରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ହିନ୍ଦୁ ମହାବିଦ୍ୟାଳୟର ପ୍ରଫେସର୍‌ ରତନ ଲାଲ୍‌ଙ୍କୁ ଶୁକ୍ରବାର ରାତିରେ ଗିରଫ କରାଯାଇଥିଲା।

ପୋଲିସ କହିବା ଅନୁସାରେ, ହିନ୍ଦୁ କଲେଜରେ ଅଧ୍ୟାପନା କରୁଥିବା ପ୍ରଫେସର୍‌ ରତନ ଲାଲ୍‌ଙ୍କୁ ଉତ୍ତର ଦିଲ୍ଲୀର ‘ସାଇବର୍‌ ଥାନା’ ଅଧିକାରୀମାନେ ଗିରଫ କରିଛନ୍ତି। ଦିଲ୍ଲୀର ଜଣେ ଓକିଲଙ୍କ ଅଭିଯୋଗକୁ ଆଧାର କରି ମଙ୍ଗଳବାର ରାତିରେ ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରାଯାଇଥିଲା। ଅଭିଯୋଗ ପତ୍ରରେ ଆଡ୍‌ଭୋକେଟ୍‌ ବିନୀତ ଜିନ୍ଦଲ୍‌ କହିଛନ୍ତି, ଶିବଲିଙ୍ଗ ଉପରେ ପ୍ରଫେସର୍‌ ଲାଲ୍‌ ନିକଟ ଅତୀତରେ ଟ୍ୱିଟରରେ ଅପମାନସୂଚକ, ହିଂସା ଓ କ୍ରୋଧ ଉଦ୍ରେକକାରୀ ପୋଷ୍ଟ୍‌ ସେୟାର୍‌ କରିଥିଲେ।

ଟ୍ୱିଟର ଆକାଉଣ୍ଟ୍‌ରେ ପ୍ରଫେସର୍‌ ଲାଲ୍ ଦେଇଥିବା ବିବୃତି ଧର୍ମୀୟ ଭାବନା ପ୍ରତି କୁଠାରଘାତ ବୋଲି ସେ କହିଛନ୍ତି। ଏହି ମାମଲା ଖୁବ୍‌ ସ୍ପର୍ଶକାତର ଏବଂ ଏହା ଅଦାଲତରେ ବିଚାରାଧୀନ ରହିଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି।

ନିଜ ପୋଷ୍ଟ୍‌କୁ ଯଥାର୍ଥ ଦର୍ଶାଇବାକୁ ଯାଇ ପ୍ରଫେସର୍‌ ଲାଲ୍‌ ପୂର୍ବରୁ କହିଥିଲେ, ଭାରତରେ ଆପଣ ଯଦି କୌଣସି ବିଷୟରେ କହିବେ, କାହାରି ନା, କାହାରି ଭାବାବେଗକୁ ଆଘାତ କରିବ। ତେଣୁ, ଏଇଟା ନୂଆ କଥା ନୁହେଁ। ମୁଁ ଜଣେ ଐତିହାସିକ ହୋଇଥିବାରୁ ବହୁ ପର୍ଯ୍ୟବେକ୍ଷଣ କରିଛି । ପୋଷ୍ଟ୍‌ରେ ଏ କଥା ଲେଖିବା ବେଳେ ମୁଁ ଖୁବ୍‌ ସତର୍କତା ଅବଲମ୍ବନ କରିଛି। ପ୍ରଫେସର୍‌ ଲାଲ୍‌ଙ୍କ ଗିରଫଦାରିକୁ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ନିନ୍ଦା କରିଛନ୍ତି।

ଏଥିସହିତ ପଢ଼ନ୍ତୁ: ପୂର୍ବତନ ASI ଅଧିକାରୀଙ୍କ ବଡ଼ ଦାବି, ସୂର୍ଯ୍ୟଙ୍କ ସ୍ଥିତି ଅଧ୍ୟୟନ ପାଇଁ ନିର୍ମାଣ ହୋଇଥିଲା କୁତବ ମିନାର

ଫିଲ୍ମ ପାଇଁ ଟଙ୍କାଟିଏ ନନେଇ କାମ କରିଛନ୍ତି ଏହି ବଲିଉଡ୍ ସେଲିବ୍ରିଟି

ମୁମ୍ବାଇ: ଫିଲ୍ମକୁ ଚମକାନ୍ତି ବଲିଉଡ୍ ତାରକା । ସେମାନଙ୍କ ନାଁରେ କେବେ ଫିଲ୍ମ ଚାଲେ ତ ଆଉ କେବେ ହୋଇଯାଏ ଫ୍ଲପ୍ । ବଲିଉଡ୍ ଷ୍ଟାର ମାନେ ଗୋଟିଏ ଗୋଟିଏ ଫିଲ୍ମ ଲାଗି ପ୍ରଯୋଜକଙ୍କ ଠାରୁ ମୋଟା ରକମର ଟଙ୍କା ନିଅନ୍ତି । ଫିଲ୍ମରେ ଅଭିନୟ ପାଇଁ କୋଟି କୋଟିରେ ହୁଏ ମୂଲଚାଲ । ତଥାପି ବଲିଉଡ୍ ଷ୍ଟାର୍ ଅନେକ ସମୟରେ ସ୍କ୍ରିପ୍ଟ, ବନ୍ଧୁତା ଅଥବା ନିଜସ୍ୱ ସମ୍ପର୍କ ପାଇଁ ମାଗଣାରେ କାମ କରିଛନ୍ତି ।

Salman Khan Priyanka Chopra Shahrukh Khan Kareena Kapoor Katrina Kaif Celebrities Who Worked Free In Movies

ପ୍ରିୟଙ୍କା ଚୋପ୍ରା- ‘ବିଲ୍ଲୁ’ ଚଳଚ୍ଚିତ୍ରରେ ପ୍ରିୟଙ୍କା ଚୋପ୍ରା ଏକ ଗୀତର ସୁଟ୍ କରିଥିଲେ । ଗୀତ ନାଁ ଥିଲା ‘ୟୁ ଗେଟ୍ ମେ ରୋକିଂ ଆଣ୍ଡ ରିଲିଂ’ । ଏଥିପାଇଁ ସେ କିଛି ପାରିଶ୍ରମିକ ନେଇ ନଥିଲେ । ମାଗଣାରେ ଅଭିନୟ କରିଥିଲେ ।

Salman Khan Priyanka Chopra Shahrukh Khan Kareena Kapoor Katrina Kaif Celebrities Who Worked Free In Movies

ସଲମାନ୍ ଖାନ- ବଲିଉଡର ଦିଲଦାର ସଲମାନ ଖାନ ଏହି ଲିଷ୍ଟରେ ସବୁଠୁ ଶୀର୍ଷରେ । ଗୋଟିଏ ନୁହେଁ ‘ସନ୍ ଅଫ୍ ସର୍ଦ୍ଦାର’, ‘ତିସ୍ ମାର ଖାଁ’ ଭଳି ଅନେକ ଫିଲ୍ମରେ ଅଭିନୟ ପାଇଁ ସଲମାନ ଖାନ ଟଙ୍କାଟିଏ ବି ନେଇ ନାହାନ୍ତି ।

Salman Khan Priyanka Chopra Shahrukh Khan Kareena Kapoor Katrina Kaif Celebrities Who Worked Free In Movies

କ୍ୟାଟ୍ରିନା କୈଫ- ଫିଲ୍ମ ‘ଅଗ୍ନିପଥ’ରେ କ୍ୟାଟ୍ରିନା ‘ଚିକନି ଚମେଲି’ ଗୀତ କରିଥିଲେ । ଯାହାକି ବେଶ୍ ହିଟ୍ ହୋଇଥିଲା । ତେବେ କ୍ୟାଟ୍ରିନା ଏଥିପାଇଁ କୌଣସି ଟଙ୍କା ନେଇ ନଥିଲେ । କରଣ ଜୋହରଙ୍କ ସହ ବନ୍ଧୁତା ପାଇଁ କ୍ୟାଟ୍ରିନା ମାଗଣାରେ ଅଭିନୟ କରିଥିଲେ ।

Salman Khan Priyanka Chopra Shahrukh Khan Kareena Kapoor Katrina Kaif Celebrities Who Worked Free In Movies

ରାଣୀ ମୁଖାର୍ଜୀ- ବଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ଅଭିନେତ୍ରୀ ରାଣୀ ମୁଖାର୍ଜୀ । ସେ ‘କଭି ଖୁସି କଭି ଗମ୍’ ଫିଲ୍ମରେ ଅଭିନୟ ପାଇଁ କରଣ ଜୋହରଙ୍କ ଠାରୁ ପ୍ରାପ୍ୟ ନେଇ ନଥିଲେ । କରଣ ଜୋହର ଓ ରାଣୀ ମୁଖାର୍ଜୀ ଭଲ ବନ୍ଧୁ ଅଟନ୍ତି ।

Salman Khan Priyanka Chopra Shahrukh Khan Kareena Kapoor Katrina Kaif Celebrities Who Worked Free In Movies

ସୋନାକ୍ଷୀ ସିହ୍ନା- ଅକ୍ଷୟ କୁମାରଙ୍କ ଫିଲ୍ମ ‘ବସ୍’ରେ ସୋନାକ୍ଷୀ ତାଙ୍କ ସହ ଏକ ଗୀତ କରିଥିଲେ । ‘ପାର୍ଟି ଅଲ୍ ନାଇଟ୍’ ଗୀତ ପାଇଁ ଅକ୍ଷୟଙ୍କ ଠାରୁ ଟଙ୍କା ନେଇ ନଥିଲେ ସୋନାକ୍ଷୀ ।

Salman Khan Priyanka Chopra Shahrukh Khan Kareena Kapoor Katrina Kaif Celebrities Who Worked Free In Movies

ଶାହିଦ କପୁର- କାଶ୍ମୀର ଯୁବକଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ‘ହାଇଦର’ ଶାହିଦଙ୍କ ଅଭିନୀତ ଶ୍ରେଷ୍ଠ ଫିଲ୍ମ ମଧ୍ୟରୁ ଅନ୍ୟତମ । ଏହି ଫିଲ୍ମ ଲାଗି ଶାହିଦ କପୁରଙ୍କୁ ଶ୍ରେଷ୍ଠ ଅଭିନେତା ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ମିଳିଛି । ଶାହିଦ ‘ହାଇଦର’ ଫିଲ୍ମ ଲାଗି କିଛି ଟଙ୍କା ନେଇ ନଥିଲେ ।

Salman Khan Priyanka Chopra Shahrukh Khan Kareena Kapoor Katrina Kaif Celebrities Who Worked Free In Movies

ଶାହରୁଖ ଖାନ- ଫିଲ୍ମ ‘ଭୂତନାଥ’ରେ ନଜର ଆସିଥିଲେ ଶାହରୁଖ ଖାନ । ଫିଲ୍ମରେ ଅମିତାଭ ବଚ୍ଚନ ଓ ଜୁହି ଚାୱଲା ମଧ୍ୟ କାମ କରିଥିଲେ । ଏହି ଫିଲ୍ମରେ ଶାହରୁଖ ସ୍ୱଳ୍ପ ସମୟ ପାଇଁ ନଜର ଆସିଥିଲେ । ଯେଉଁଥିପାଇଁ କିଛି ଟଙ୍କା ନେଇ ନଥିଲେ ।

Salman Khan Priyanka Chopra Shahrukh Khan Kareena Kapoor Katrina Kaif Celebrities Who Worked Free In Movies

କରିନା କପୁର- ଅଭିନେତ୍ରୀ କରିନା କପୁର ‘ଡବଙ୍ଗ-୨’ ଫିଲ୍ମର ‘ଫେବିକଲ’ ଗୀତ ଓ ‘ବ୍ଲୁ’ ଫିଲ୍ମର ’ମରଜାନୀ’ ପାଇଁ କିଛି ଟଙ୍କା ନେଇ ନଥିଲେ ।

Salman Khan Priyanka Chopra Shahrukh Khan Kareena Kapoor Katrina Kaif Celebrities Who Worked Free In Movies

ଦୀପିକା ପାଦୁକୋନ- ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ, ଶାହରୁଖ ଖାନଙ୍କ ଫିଲ୍ମ ’ଓମ୍ ଶାନ୍ତି ଓମ୍’ରେ ଡେବ୍ୟୁ କରିଥିଲେ । ତେବେ ଏହି ଫିଲ୍ମରେ ଲିଡ୍ ରୋଲରେ ନଜର ଆସିଥିବା ଦୀପିକା ଟଙ୍କାଟିଏ ବି ନେଇ ନଥିଲେ ।

ରାବଣ ଛକରେ ଗର୍ଜିଲା ଗୁଳି, ଗାଡ଼ି ପାର୍କିଂରୁ ବାପା-ପୁଅକୁ ଫାୟାରିଂ

ନୂଆପଡ଼ା: ଗାଡ଼ି ପାର୍କିଂକୁ ନେଇ ଫୁଟିଲା ଗୁଳି । ସିନାପାଲି ସହର ରାବଣ ଛକରେ ପାର୍କିଂକୁ ନେଇ କଥା କଟାକଟିରୁ ବାପା ଓ ପୁଅଙ୍କୁ ଗୁଳିମାଡ଼ ହୋଇଛି । ଖଡ଼ିଆଳ ମିଶନ ସ୍ୱାସ୍ଥ୍ୟ କେନ୍ଦ୍ରରେ ବାପା ପୁଅଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସିନାପାଲି ସହରର ରାବଣ ଛକ ନିକଟରେ ସିନାପାଲିର ରାଜା ପାଣିଗ୍ରାହୀ ନିଜ ଗାଡ଼ିରେ ଥିବା ସମୟରେ ସେହି ସ୍ଥାନରେ ସିନାପାଲିର ନୁର ମେହେର ଓ ତାଙ୍କ ପୁଅ ଲବ ମେହେର ନିଜ ଗାଡ଼ିରେ ପହଁଚିଥିଲେ । ଏହି ସମୟରେ ଗାଡି ପାର୍କିଂକୁ ନେଇ ରାଜା ପାଣିଗ୍ରାହୀ ଓ ନୁର ମେହେରଙ୍କ ମଧ୍ୟରେ ହୋଇଥିଲା କଥା କଟାକଟି ।

ପରେ ରାଜା ପାଣିଗ୍ରାହୀ ନୁର ମେହେରଙ୍କୁ ମାଡ଼ ମାରିଥିଲେ ଏହା ଦେଖି ନୁର ମେହେରଙ୍କ ପୁଅ ଲବ ମେହେର ବାପାଙ୍କୁ ଛଡ଼ାଇବାକୁ ଯାଇଥିଲେ। ଏହି ସମୟରେ ରାଜା ପାଣିଗ୍ରାହୀ ନିଜ ଗାଡିରୁ ବନ୍ଧୁକ କାଢ଼ି ନୁର୍‌ଙ୍କୁ ଗୁଳି କରିଥିଲେ । ଫଳରେ ଗୁଳିଟି ତାଙ୍କ ବାମ ଗୋଡ଼ରେ ବାଜିଥିଲା । ଏହା ପରେ ତାଙ୍କ ପୁଅ ଲବଙ୍କୁ ଗୁଳି କରିଥିଲା ରାଜା । ଲବର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ଘଟଣାପରେ ସ୍ଥାୟୀ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସିନପାଲି ପୋଲିସ ପହଁଚି ଦୁଇ ଗୁରୁତର ବାପା ଓ ପୁଅଙ୍କୁ ପ୍ରଥମେ ସିନାପାଲି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି  ।

ମିଳିଥିବା ସୂଚନା ମୁତବାକ ମେଡିକାଲରେ ଜାରି ରହିଛି ଆହତ ବାପ-ପୁଅଙ୍କ ଚିକିତ୍ସା  ।  ଏବେ ବାପ-ପୁଅଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି । ଖଡ଼ିଆଳ SDPO ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ରାଜା ପାଣିଗ୍ରାହୀ ଫେରାର ଅଛି । ସେପଟେ ଅଭିଯୁକ୍ତ ରାଜାକୁ ଖୋଜୁଛି ନୂଆପଡ଼ା  ପୋଲିସ  ।

 

‘ରାଜ୍ୟରେ ନାହିଁ ମଙ୍କିପକ୍ସର କୌଣସି ଲକ୍ଷଣ’

ଭୁବନେଶ୍ୱର: ମଙ୍କିପକ୍ସ ରୋଗ ସମ୍ପର୍କରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଏହି ରୋଗର କିଛି ବି ଲକ୍ଷଣ ରାଜ୍ୟରେ ଦେଖିବାକୁ ମିଳିନି । ଏହା ଏବେ ଆମେରିକାରେ ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ଏନସିପିସି ତରଫରୁ ରାଜ୍ୟକୁ କୌଣସି ଚିଠି ଆସିନାହିଁ ବୋଲି କହିଛନ୍ତି ସ୍ୱାାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଟମାଟୋ ଫ୍ଲୁ ଵା ଭାଇରସର ସମ୍ପର୍କରେ ନୀତିଗତ ଭାବରେ ପବ୍ଲିକ ହେଲଥ ଏକ୍ସପର୍ଟ ତରଫରୁ କୌଣସି ନୋଟିସ ମିଳିନି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ମତ ପ୍ରକାଶ ପାଉଛି।

ଯେଉଁ ଜାଗାରେ ଏହା ଅଧିକ ପରିମାଣରେ ଦେଖା ଦେଇଛି ସେଠାରେ ଏହାର ଭାଇରଲ କଲଚର ପାଇଁ ପଠାଯାଇଛି। କଲଚରର ତଥ୍ୟ ଆସିବା ପରେ ନିଶ୍ଚିନ୍ତ ଭାବରେ ସ୍ୱାସ୍ଥ୍ୟ ପରାମର୍ଶଦାତାଙ୍କ ଠାରୁ ପରାମର୍ଶ ଗ୍ରହଣ କରାଯିବ ବୋଲି କହିଛନ୍ତି  ସ୍ୱାାସ୍ଥ୍ୟ ନିର୍ଦ୍ଦେଶକ ବିିଜୟ ମହାପାତ୍ର  । ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସେପରି ରୋଗୀ ଚିିହ୍ନଟ ହୋଇନାହାଁନ୍ତି  । କେବଳ ଆମେରିକା ବା ଅନ୍ୟ ଦେଶ ଗୁଡ଼ିକରେ ଏହି ରୋଗୀଙ୍କୁ ଚିହ୍ନଟ କରାଯାଇଥିବା କହିଛନ୍ତି  ।

ମଙ୍କିପକ୍ସରେ ୫୮ ଜଣଙ୍କ ମୃତ୍ୟୁ

କିଂଶାସା: କେନ୍ଦ୍ରୀୟ ଆଫ୍ରିକାର ଗଣରାଜ୍ୟ କଙ୍ଗୋରେ ଆତଙ୍କ ଖେଳାଇଛି ମଙ୍କିପକ୍ସ । ଏଥିରେ ୧୨୮୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏନେଇ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କଙ୍ଗୋର ସଙ୍କୁର, ଶ୍ରୋପି, ଇକ୍ୱେଟୁର ଆଦି ସ୍ଥାନରୁ ୯୧୩ ଜଣ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି । ଦେଶରେ ଚିହ୍ନଟ ହୋଇଥିବା ମୋଟ ମାମଲାର ଏହା ୭୫ ପ୍ରତିଶତ ।

ଡବ୍ଲୁଏଚଓର ୟୁରୋପ ଆଞ୍ଚଳିକ ନିର୍ଦ୍ଦେଶକ ଡ. ହଂସ ହେନରୀ କ୍ଲୁଜଙ୍କ ଅନୁସାରେ, ୟୁରୋପର ୮ଟି ଦେଶରେ ପ୍ରଥମେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏବେ ଯାଏ ୩୭ଟି ମାମଲା ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୭୧ଟି ସନ୍ଦିଗ୍ଧ ମାମଲାର ଯାଞ୍ଚ କରାଯାଉଛି ।

ରିପୋର୍ଟ ଅନୁସାରେ, ମଙ୍କିପକ୍ସ ମାମଲା ବ୍ରିଟେନ୍, ପର୍ତ୍ତୁଗାଲ, ସ୍ପେନ୍, ସ୍ୱିଡେନ୍ ଓ ଆମେରିକାରେ ଚିହ୍ନଟ ହୋଇଛି । ଆଉ ମଙ୍କିପକ୍ସ ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଲେ ସଂକ୍ରମଣ ବିପଦ ରହୁଛି । ଏହାଦ୍ୱାରା ଆକ୍ରାନ୍ତଙ୍କୁ ଜର ଆସୁଛି । ଦେହ ଦରଜ ହେବା ସହ ହାଲିଆ ଲାଗୁଛି ।