spot_img
Home Blog Page 4369

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଦୋଷ ସାବ୍ୟସ୍ତ

ଚଣ୍ଡିଗଡ଼: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲା । ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଚୌତାଲାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆସନ୍ତା ମେ ୨୬ ତାରିଖରେ ମାମଲାର ହେବ ପରବର୍ତ୍ତୀ ଶୁଣାଣି । ୧୯୯୩ରୁ ୨୦୦୬ ମଧ୍ୟରେ ୬ କୋଟି ୯ ଲକ୍ଷ ଟଙ୍କାର ଆୟବର୍ହିଭୁତ ସମ୍ପତ୍ତି ସେ ଠୁଳ କରିଥିବା ନେଇ ଅଭିଯୋଗ ହୋଇଥିଲା ।

ଏନେଇ ଚୌତାଲାଙ୍କ ବିରୋଧରେ ଗତ ୨୦୧୦ ମାର୍ଚ୍ଚ ୨୬ରେ ସିବିଆଇ ଏକ ଚାର୍ଜସିଟ ଦାଖଲ କରିଥିଲା । ୨୦୧୩ରେ ଶିକ୍ଷକ ନିଯୁକ୍ତି ସ୍କାମରେ ଉଭୟ ଓମପ୍ରକାଶ ଓ ପୁଅ ଅଜୟ ଚୌତାଲାଙ୍କୁ ୧୦ ବର୍ଷ ଲେଖାଁଏ ଜେଲ ଦଣ୍ଡ ହୋଇଥିଲା । ୮୭ ବର୍ଷ ବୟସ୍କ ଓମ ପ୍ରକାଶ ଏହି ମାମଲାରେ ଗତବର୍ଷ ଜୁଲାଇରେ ଜେଲରୁ ବାହାରିଥିଲେ ।

ଏଥିସହିତ ପଢ଼ନ୍ତୁ: ବଡ଼ ଆଶ୍ୱସ୍ତି: ପେଟ୍ରୋଲ ୯ ଟଙ୍କା ଡିଜେଲ୍ ୭ ଟଙ୍କା ଶସ୍ତା

 

ଥମୁନି ରାଜ୍ୟ କଂଗ୍ରେସର ଚୌକି କଳି

ଭୁବନେଶ୍ବର: ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ହଟିବେ ନା ରହିବେ ? ପିସିସି ସାଧାରଣ ସମ୍ପାଦକ ଓ ବିଧାୟକ ମୁହାଁମୁହିଁ । ଏଆଇସିସି ପ୍ରତି ଉଠିଲା ଅଙ୍ଗୁଳି । ରାଜ୍ୟ କଂଗ୍ରେସରେ ଚୌକି କଳି ଥମିବାର ନାଁ ନେଉନି । ପିସିସି ସଭାପତି ପରିବତ୍ତର୍ନ ହେବେ କି ନାହିଁ ସେନେଇ ନେତା ମୁହାଁମୁହିଁ ହୋଇଛନ୍ତି । ନିକଟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବଦଳିବେ ନାହିଁ ବୋଲି ପିସିସି ସାଧାରଣ ସମ୍ପାଦକ ଚିନ୍ମୟ ଦାସ କହିଥିବା ବେଳେ ଦଳର ବିଧାୟକ ସୁରେଶ ରାଉତରାୟ ଭିନ୍ନମତ ରଖିଛନ୍ତି । ପିସିସିରେ ଆମୂଳଚୂଳ ପରିବତ୍ତର୍ନ ହେବ ବୋଲି ରାହୁଲ ଗାନ୍ଧି କହିଥିବା ସୁର କହିଛନ୍ତି । ଯାହାକୁ ନେଇ ଦଳରେ କଳି ତୀବ୍ର ହେବାରେ ଲାଗିଛି ।

କଂଗ୍ରେସ ସଂଗଠନକୁ ମଜବୁତ କରିବା ପାଇଁ ପ୍ରଭାରୀ ଚେଲ୍ଲା କୁମାର ନିକଟରେ ଓଡ଼ିଶା ଆସି କସରତ କରିଥିଲେ । ଏହାପରେ ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କ ସହ ଦଳର ସମସ୍ତ ବିଧାୟକ, ସାଂସଦ ଓ ବରିଷ୍ଠ ନେତାଙ୍କର ଆଲୋଚନା ହୋଇଥିଲା । ପିସିସି ସଭାପତି ପରିର୍ବତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିବା ପ୍ରଭାରୀ ସଙ୍କେତ ଦେଇଥିଲେ ।

କଂଗ୍ରେସ ଅନ୍ଦର ମହଲରୁ ମିଳିଥିବା ସୂଚନା ଅନୁସାରେ ବ୍ରଜରାଜନଗର ଉପନିର୍ବାଚନ ପରେ ହାଇକମାଣ୍ଡ ରାଜ୍ୟ କଂଗ୍ରେସ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବେ ।

ଜିଏସଟି ଆଦାୟରେ କେନ୍ଦ୍ର ଆଉ କରିପାରିବନି ମନମାନି

ଭୁବନେଶ୍ବର: ଜିଏସଟି ଆଦାୟକରେ ଚଳିବନି କେନ୍ଦ୍ରର ଏକଛତ୍ରବାଦ । ରାଜ୍ୟମାନେ ଜିଏସଟି କାଉନସିଲର ନିଷ୍ପତ୍ତି ପାଳିବାକୁ ବାଧ୍ୟ ନୁହଁନ୍ତି । ଜିଏସଟି ଆଦାୟ କ୍ଷେତ୍ରରେ ଆଇନ ପ୍ରଣୟନ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟର ସମାନ ଅଧିକାର ରହିଛି । ଆଇଜିଏସଟି ଆଦାୟ ପ୍ରସଙ୍ଗରେ ଏକ ମାମଲାର ବିଚାର କରି ଏପରି ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଗୋଟିଏ ରାଷ୍ଟ୍ର ଓ ଗୋଟିଏ ଟିକସ ନ୍ୟାୟରେ ୨୦୧୭ରୁ ଲାଗୁ ହୋଇଛି ଜିଏସଟି ବ୍ୟବସ୍ଥା । ଟିକସ ଆଦାୟ କ୍ଷେତ୍ରରେ ଜିଏସଟି କାଉନସିଲର ନିଷ୍ପତ୍ତି ସର୍ବମାନ୍ୟ । ଯାହାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ପାଳନ କରିଆସୁଛନ୍ତି । ରାଜ୍ୟମାନଙ୍କୁ ଜିଏସଟି କ୍ଷତିଭରଣା ଆଇନର ଅବଧି ଆସନ୍ତା ମାସ ୩୦ ତାରିଖରେ ସରୁଛି । ଏବେ କୋର୍ଟଙ୍କ ରାୟ ଆସିବା ପରେ ରାଜ୍ୟ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇଛି । କୋର୍ଟଙ୍କ ରାୟ ଦ୍ବାରା କାଉନସିଲ ତାର ଗୁରୁତ୍ବ ହରାଇବନି । କିନ୍ତୁ ରାଜ୍ୟର ଆୟ ଯେପରି ପ୍ରଭାବିତ ନ ହେବ, ସେଥିପାଇଁ କ୍ଷତି ଭରଣା ଆଇନର ଅବଧି ବୃଦ୍ଧି କରିବାକୁ ଦାବି ଜୋର ଧରିଛି । ସେସ୍, ସରଚାର୍ଜ ଓ ସ୍ବତନ୍ତ୍ର ଉତ୍ପାଦ ଶୁଳ୍କରୁ ଆଦାୟ ହେଉଥିବା ଅର୍ଥରୁ ୫୦ ଭାଗ ରାଜ୍ୟକୁ ଦିଆଯିବାକୁ ଦାବି ହେଉଛି ।

ବିଦେଶରୁ ଜାହାଜରେ ଆସୁଥିବା ଆମଦାନୀ ଶୁଳ୍କ ଉପରେ ଆଉ ଏଣିକି କେନ୍ଦ୍ର ଆଇଜିଏସଟି ଟିକସ ବସାଇପାରିବ ନାହିଁ । ଏ ନେଇ ସ୍ପଷ୍ଟ କରିଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟଙ୍କ ରାୟକୁ ସ୍ବାଗତ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ । ଜିଏସଟି ପ୍ରଚଳନ ପରଠାରୁ ରାଜ୍ୟମାନଙ୍କ ଆର୍ଥିକ କ୍ଷମତା ସଂକୁଚିତ ହୋଇଥିଲା । ଯାହାକି ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ । ଏବେ ରାଜ୍ୟମାନଙ୍କ ସାମ୍ବିଧାନିକ କ୍ଷମତା ମଜଭୁତ ହେବ । କେନ୍ଦ୍ର ଉପରେ ନିର୍ଭରଶୀଳତା ମଧ୍ୟ କମିବ ।

ବିଷ୍ଣୁଙ୍କ ବୟାନକୁ କଂଗ୍ରେସର ବି ସମର୍ଥନ: ଓଡ଼ିଶାରେ ସଶକ୍ତ ହେଉଛି ବିଜେଡି

ଭୁବନେଶ୍ବର: ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ପଲିଟିକାଲ ବାଇଟକୁ ନେଇ ଝଡ଼ । ବିଷ୍ଣୁଙ୍କ ବୟାନକୁ କଂଗ୍ରେସର ସମର୍ଥନ । ଦେଶରେ ଶକ୍ତିଶାଳୀ ହେଉଛି ଆଞ୍ଚଳିକ ଦଳ । ଓଡ଼ିଶାରେ ସଶକ୍ତ ହୋଇଛି ବିଜେଡି । ତୃଣମୂଳସ୍ତରେ ବିଜେଡି ସହ ଲଢିବା କଷ୍ଟ ।

ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବିଜେଡିକୁ  ନେଇ ଏପରି ବାସ୍ତବ ଚିତ୍ର ରଖିବା ରାଜ୍ୟ ରାଜନୀତିକୁ ଉଷ୍ମ କରି ରଖିଛି । ମୁଖ୍ୟ ବିରୋଧୀ ବିଜେପି ଉପନେତାଙ୍କ ବୟାନ ସଂପୂର୍ଣ୍ଣ ସତ ବୋଲି କହିଛି କଂଗ୍ରେସ । ଦରଦାମ ବୃଦ୍ଧି ଯୋଗଁ  ବିଜେପି ଉପରେ ଲୋକ ଅସନ୍ତୁଷ୍ଟ ହୋଇଛନ୍ତି  ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ଫଳରେ ତୃଣମୂଳ ସ୍ତରରେ ପହଞ୍ଚିପାରୁନାହିଁ ଦଳ । ତେଣୁ ବିଜେପି ଉପନେତା ଯାହା କହିଛନ୍ତି ତାହା ସତ । ଅନ୍ୟପଟେ ଜାତୀୟ ଦଳ ଅପେକ୍ଷା ଆଞ୍ଚଳିକ ଦଳ ଶକ୍ତିଶାଳୀ ବୋଲି କଂଗ୍ରେସ ନେତାଏ ବି କହିଛନ୍ତି । ବିରୋଧୀ ଦଳ ନେତାମାନେ ବିଜେଡିକୁ ନେଇ ରଖୁଥିବା ଆଭିମୁଖ୍ୟ ନେଇ ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି । ବିଜେପି ଓ କଂଗ୍ରେସ ନେତାଙ୍କ ବୟାନ ମୁକାବିଲା ପୂର୍ବରୁ ମଇଦାନ ଛାଡ଼ିବା କଥା ପରି ବୋଲି ବରିଷ୍ଠ ରାଜନୈତିକ ସମୀକ୍ଷକ ପ୍ରସନ୍ନ ମହାନ୍ତି କହିଛନ୍ତି ।

ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ମୁଖ୍ୟ ବିରୋଧୀ ବିଜେପି ଉପନେତା ବିଷ୍ଣୁ ସେଠୀ ବିଜେଡିକୁ ନେଇ ଦେଇଥିବା ବୟାନ ଏବେ ଚର୍ଚ୍ଚାରେ । ବ୍ରଜରାଜନଗରରେ ବିଜେଡିକୁ ଅନୁକମ୍ପା ଭୋଟ ମିଳିବ ବୋଲି କହିଥିବା ବିଷ୍ଣୁ କିନ୍ତୁ ମାରିଛନ୍ତି ୟୁ-ଟର୍ଣ୍ଣ । ୨୪ ଘଣ୍ଟା ନପୁରୁଣୁ ନିଜ ସ୍ବର ବଦଳାଇଛନ୍ତି ବିଷ୍ଣୁ ।

ପଞ୍ଚାୟତ ଓ ପୌର ନିର୍ବାଚନରେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସକୁ ପ୍ରତ୍ୟାଖାନ କରିଛନ୍ତି ଓଡ଼ିଶାବାସୀ । ଅନ୍ୟପଟେ ଏବେ ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ବିରୋଧୀ ଦଳ ଉପନେତାଙ୍କ ବୟାନ ବିରୋଧୀ ଶିବିରଙ୍କୁ ଚିନ୍ତାରେ ପକାଇ ଦେଇଛି ।

୪୦କୋଟି ଟଙ୍କା ମୂଲ୍ୟର ବିଳାସପୂର୍ଣ୍ଣ ବଙ୍ଗଳା କିଣିଲେ ଗାଙ୍ଗୁଲି

କୋଲକାତା; ଦାମୀ ବଙ୍ଗଳା କିଣିଲେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ପ୍ରାୟ କୋଟି କୋଟି ଟଙ୍କା ମୂଲ୍ୟରେ ଏକ ବଙ୍ଗଳା କିଣିଛନ୍ତି ବେଙ୍ଗଲ ପ୍ରିନ୍ସ । ସର୍ବଦା ରାଜକୀୟ ଢଙ୍ଗରେ ଜୀବତନ ବିତାଇବାକୁ ପସନ୍ଦ କରୁଥିବା ଗାଙ୍ଗୁଲୀଙ୍କ ପରିବାର ବଙ୍ଗର ସବୁଠାରୁ ଧନୀ ପରିବାର ମଧ୍ୟରୁ  ଅନ୍ୟତମ ।

ହାର୍ଟି ଅଫ୍ ଦି ସିଟି ଅଞ୍ଚଳରେ ଏହି ଚମତ୍କାର ଘର କିଣିବା ପାଇଁ ସୌରଭ ଗାଙ୍ଗୁଲି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ଘରର ମୋଟ ମୂଲ୍ୟ ୪୦ କୋଟି ଟଙ୍କା । ଏହି ଘରେ ରହିବାକୁ ଗାଙ୍ଗୁଲି ତାଙ୍କର ୪୮ ବର୍ଷ ପୁରୁଣା ପୈତୃକ ମହଲ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ମହଲଟି ମଧ୍ୟ ସମୟର ସବୁଠାରୁ ମହଙ୍ଗା ଘର ଥିଲା, କିନ୍ତୁ ବର୍ତ୍ତମାନ ବିସିସିଆଇ ମୁଖ୍ୟ ତାଙ୍କ ଠିକଣା ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି । ଆରମ୍ଭରୁ ସୌରଭ ଗାଙ୍ଗୁଲିଙ୍କ ପରିବାର ବହୁତ ଧନୀ ଥିଲେ । ତାଙ୍କ ପିତା ଚଣ୍ଡିଦାସ ଗାଙ୍ଗୁଲିଙ୍କର ଏକ ପ୍ରିଣ୍ଟ ଚାକିରି ଥିଲା ଏବଂ ସେ ସହରର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଥିଲେ ।

ସୌରଭ ଗାଙ୍ଗୁଲିଙ୍କ ପିତା ସେହି ସମୟରେ ସବୁଠାରୁ ମହଙ୍ଗା କୋଠା ନିର୍ମାଣ କରିଥିଲେ । ତେବେ ପୁରୁଣା ଘର ଛାଡିବା ସମୟରେ ସୌରଭ ଗାଙ୍ଗୁଲି ବହୁତ ଭାବପ୍ରବଣ ହୋଇଥିଲେ । ସେ ତାଙ୍କ ପ୍ରତିକ୍ରିୟାରେ ସେ ନୂଆ ଘର କିଣିଥିବାରୁ ବହୁତ ଖୁସି ଥିବା କହିଥିବା ବେଳେ୪୮ ବର୍ଷ ଧରି ରହୁଥିବା ସ୍ଥାନ ଛାଡ଼ିବା ବି ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ବୋଲି ସେ କହିଛନ୍ତି ।

ବଡ଼ ଆଶ୍ୱସ୍ତି: ପେଟ୍ରୋଲ ୯ ଟଙ୍କା ଡିଜେଲ୍ ୭ ଟଙ୍କା ଶସ୍ତା

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର କମିବ । କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି । ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୫୦ ପଇସା ଓ ଡିଜେଲ ୭ ଟଙ୍କା ଶସ୍ତା ହେବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ଦେଇଛନ୍ତି । ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପରେ ଗତ ମାର୍ଚ୍ଚ ୨୨ରୁ ଲଗାତର ୧୫ରୁ ଅଧିକ ଥର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିଲା ।

ସେପଟେ ଉଜ୍ଜ୍ୱଳା ହିତାଧିକାରୀଙ୍କ ଲାଗି ଗ୍ୟାସ ସିଲିଣ୍ଡର ପିଛା ମିଳିବ ୨୦୦ ଟଙ୍କା ରିହାତି । ଏହି ରିହାତି ବାର୍ଷିକ ୧୨ଟି ସିଲିଣ୍ଡର ଲାଗି ଉଦ୍ଦିଷ୍ଟ । ଏନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେହିପରି ଲୁହା ଓ ଇସ୍ପାତ ଲାଗି ହ୍ରାସ ପାଇଛି ଉତ୍ପାଦ ଶୁଳ୍କ । ସେହିପରି ଇସ୍ପାତ ସାମଗ୍ରୀ ଉପରେ ଲାଗୁ ହୋଇଛି ରପ୍ତାନି ଶୁଳ୍କ ।

ଇଣ୍ଡିଆନ ଗ୍ରାଣ୍ଡପ୍ରିକ୍ସରେ ଚମକିଲେ ଓଡ଼ିଆ ଝିଅ ଶ୍ରାବଣୀ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଇଣ୍ଡିଆନ ଗ୍ରାଣ୍ଡପ୍ରିକ୍ସରେ ଚମକିଲେ ଓଡ଼ିଶା ଝିଅ ଶ୍ରାବଣୀ ନନ୍ଦ । ୪ ବର୍ଷ ପରେ ଟ୍ରକକୁ ଫେରି ସ୍ବର୍ଣ୍ଣ ପଦକ ଉପରେ କଲେ କବଜା । ୨୦୦ ମିଟର ବର୍ଗରେ ଶ୍ରାବଣୀଙ୍କୁ ମିଳିଛି ସ୍ବର୍ଣ୍ଣ ପଦକ । ୨୪.୦୪ ସେକଣ୍ଡରେ ସେ ରେସ୍ ଶେଷ କରି ପ୍ରଥମ ସ୍ଥାନ ହାସଲ କରିଥିଲେ ।

Pole Vault, Hammer Throw ଓ Triple Jumpରୁ କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହୋଇଥିଲା ଗ୍ରାଣ୍ଡପ୍ରିକ୍ସ-୩ । ଏଥିରେ ବିଭିନ୍ନ ରାଜ୍ୟର ୧୧୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଅନ୍ୟତମ ଓଡ଼ିଆ ଖେଳାଳି ଅମୀୟ ମଲ୍ଲିକ ୨୦୦ ମିଟର ରେସରେ ଅଂଶଗ୍ରହଣ କରିବେ । ଯାହା ଉପରେ ସମସ୍ତଙ୍କ ନଜର ରହିଛି । ମୋଟ ୧୭ଟି ଇଭେଣ୍ଟ ଖେଳାଯାଉଛି । ଯେଉଁଥିରେ ପୁରୁଷ ଆଥଲେଟଙ୍କ ପାଇଁ ୮ଟି ଓ ମହିଳା ଆଥଲେଟ ପାଇଁ ୯ଟି ଇଭେଣ୍ଟ ରହିଛି । ଭାରତୀୟ ଦୌଡ଼କୁଦ ମହାସଂଘ ଏବଂ ଓଡ଼ିଶା ଦୌଡକୁଦ ସଂଘ ମିଳିତ ଆନୁକୂଲ୍ୟରେ ଇଣ୍ଡିଆନ୍ ଗ୍ରାଣ୍ଡପ୍ରିକ୍ସର ଦୁଇଟି ଚରଣ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଛି । ଆଜି ଗ୍ରାଣ୍ଡପ୍ରିକ୍ସ-୩  ଖେଳା ଯାଉଥିବା ବେଳେ, ୨୪ ତାରିଖରୁ ଗ୍ରାଣ୍ଡପ୍ରିକ୍ସ-୪ ଆରମ୍ଭ ହେବ ।

୭ଟି ବିଦ୍ୟୁତ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଦ୍ୟୁତ ହେଉଛି ବିକାଶର ଜୀବନରେଖା । ପାଣି ପରି ବିଦ୍ୟୁତ ଆଜି ସମସ୍ତଙ୍କ ପାଇଁ ଖୁବ ଜରୁରୀ । ତେଣୁ ବିଦ୍ୟୁତ ଶକ୍ତି ଅପଚୟ ନ କରି ଏହାର ଉଚିତ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ । ଆଜି ଭିଡିଓ କନ୍ଫରେନ୍ସିଂ ଯୋଗେ ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ସମ୍ବଲପୁର, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରେ ୬ଟି ଉଚ୍ଚ ଶକ୍ତି ସମ୍ପନ୍ନ ଗ୍ରୀଡ ସବଷ୍ଟେସନ ଓ ବଲାଙ୍ଗୀର-କେସିଙ୍ଗାରେ ୨୨୦ କେଭି ଟ୍ରାନ୍ସମିଶନ ଲାଇନ ଉଦଘାଟନ କରି ଲୋକଙ୍କୁ ଗୁଣାତ୍ମକ ତଥା ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବା ଯୋଗାଇ ଦେବାରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ୬ଟି ଉଚ୍ଚଶକ୍ତି ସମ୍ପନ୍ନ ଗ୍ରୀଡ ସବ୍‌ଷ୍ଟେସନ ଓ ଗୋଟିଏ ୨୨୦ କେଭି ଡବଲ ସର୍କିଟ ଟ୍ରାନ୍ସମିଶନ ଲାଇନ ପାଇଁ ୪୫୦ କୋଟି ଟଙ୍କା ବିନିଯୋଗ ହୋଇଛି ।

ଏହି ଅବରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଏହି ନୂତନ ବ୍ୟବସ୍ଥା ଦ୍ବାରା କଳାହାଣ୍ଡି, ରାୟଗଡା, ନବରଙ୍ଗପୁର, କେନ୍ଦୁଝର, ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାର ଚାଷୀ, ଛାତ୍ରଛାତ୍ରୀ ଓ ମାଆମାନେ ବିଶେଷ ଉପକାର ପାଇବେ । କ୍ଷୁଦ୍ର ଶିଳ୍ପ ଓ ଜଳସେଚନ ପ୍ରକଳ୍ପଗୁଡିକ ମଧ୍ୟ ଉପକାର ପାଇବେ ।’

ସେ ଆଗକୁ କହିଥିଲେ, ‘ଜନସାଧାରଣଙ୍କୁ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୩୮୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଓଡ଼ିଶା ଡିଷ୍ଟ୍ରିବୁସନ ଷ୍ଟ୍ରେନ୍ଥନିଂ ପ୍ରୋଜେକ୍ଟ ଆରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୪୩୦ଟି ୩୩/୧୧ କେଭି ସବ୍‌ଷ୍ଟେସନ କାର୍ଯ୍ୟକାରୀ କରାଯାଇଛି । ରାଜ୍ୟରେ ଲୋ-ଭୋଲ୍‌ଟେଜ ସମସ୍ୟା ଦୂର କରିବା ପାଇଁ ସରକାର ଏହି ଯୋଜନାର ଚତୁର୍ଥ ପର୍ଯ୍ୟାୟରେ  ୧୮୦୦ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି ।’

କାର୍ଯ୍ୟକ୍ରମରେ ସମ୍ବଲପୁରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଷାନ୍ତ ସିଂ, ଖୋର୍ଦ୍ଧାରେ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ପଣ୍ଡା, କଳାହାଣ୍ଡିରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, କେନ୍ଦୁଝରରେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ  ଓ ରାୟଗଡା-ଗୁଣୁପୁରରେ ବିଧାୟକ ରଘୁନାଥ ଗମାଙ୍ଗ ପ୍ରମୁଖ ଉପସ୍ଥିତ ରହି ବିଦ୍ୟୁତ ଭିତ୍ତିଭୂମିର ବିକାଶ ଦ୍ବାରା ରାଜ୍ୟର ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିଛି ବୋଲି ମତବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବକୁ ପ୍ରଶଂସା କରିଥିଲେ

କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ. ପାଣ୍ଡିଆନ ସଂଚାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଶକ୍ତି ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ଧଳ ସ୍ବାଗତ ଭାଷଣ ଦେଇଥିଲେ । OPTCLର ପରିଚାଳନା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଳବଣିଆ ହେଲିକ୍ୟାଡରେ ହେଲିକପ୍ଟରର ଜରୁରୀ ଅବତରଣ

ପୁରୀ: ପୁରୀ ତାଳବଣିଆ ହେଲିପ୍ୟାଡରେ କୋଷ୍ଟ ଗାର୍ଡ ହେଲିକପ୍ଟରର ଜରୁରୀ ଅବତରଣ । ପୁରୀ ସମୁଦ୍ର ଉପରେ ପାଟ୍ରୋଲିଂ କରିବା ବେଳେ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଜଣାପଡ଼ିଥିଲା ।  ତ୍ରୁଟି ଜଣାପଡିବା ପରେ ଏହାକୁ  ଜରୁରୀ ଅବତରଣ କରାଯାଇଥିଲା ।  ପାଖରେ ହେଲିପ୍ୟାଡ ଥିବାରୁ ଏକ ବଡ଼ ଅଘଟଣକୁ ଏଡାଇ ଦେଇ ହେଲା ବୋଲି କୁହାଯାଉଛି ।

ମହାବଳ ବାଘକୁ ମାରିଲା କିଏ ? ସସପେନ୍ସ ବଢାଇଲା ବାଘ ମୃତଦେହ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ବୁଢିପଦା ଗାଁରୁ ମହାବଳ ବାଘର ମୃତଦେହ ଓ ଛାଲ ଜବତକୁ ନେଇ ବଢିବାରେ ଲାଗିଛି ସସପେନ୍ସ । ବାଘକୁ କିଏ ମାରିଲା ତାକୁ ନେଇ ଆରମ୍ଭ ହୋଇଛି ତଦନ୍ତ ।  ବାଘର ମୃତଦେହ ସହ ଛାଲ ଜବତ ପରେ ତନାଘନା ଆରମ୍ଭ କରିଛି ବନ ବିଭାଗ । ଘଟଣାରେ ୪ ଜଣକୁ ଗିରଫ କରାଯାଇଛି । ଏମାନଙ୍କୁ ରିମାଣ୍ଡରେ ଆଣି ବାଘ ମୃତ୍ୟୁର ରହସ୍ୟ ଖୋଜିବାକୁ ଯୋଜନା କରିଛି ବନ ବିଭାଗ ।

ପ୍ରଶ୍ନ ଉଠୁଛି ସଂପୃକ୍ତ ଗାଁର ଆଖପାଖ ଜଙ୍ଗଲରେ ମହାବଳ ରହୁଥିଲା କି ? ଏନେଇ ଜଙ୍ଗଲ ବିଭାଗ ପାଖରେ କୌଣସି ସୂଚନା ନାହିଁ । ଯଦି ବନ ବିଭାଗ ତଥ୍ୟ ସତ ତେବେ ଅଞ୍ଚଳକୁ ମହାବାଳ ବାଘର ମୃତଦେହ ଆସିଲା କେଉଁଠୁ ? ଅନ୍ୟ କେଉଁଠି ମହାବଳ ବାଘକୁ ଶିକାର କରାଯିବା ପରେ ଏଠାରେ ଆଣି ପକାଯାଇନି ତ ?

ପ୍ରାଥମିକ ରିପୋର୍ଟ ମୁତାବକ, ବୁଢିପଦା ଗାଁ ପାଖ ଜଙ୍ଗଲକୁ ୩ଟି ମଇଁଷି ଚରିବାକୁ ଯାଇଥିଲେ । ସେହି ମଇଁଷିମାନଙ୍କୁ ବାଘ ଖାଇ ଦେଇଥିଲା । ଏହାର ପ୍ରତିଶୋଧ ନେବାକୁ ଯାଇ ଗୋଟିଏ ମଇଁଷିର ମୃତଦେହରେ ବିଷ ମିଶାଇ ଦେଇଥିଲେ ମୁଖ୍ୟ ଅଭିଯୁକ୍ତ ଦୁର୍ଯ୍ୟୋଧନ ମହାକୁଡ଼ । ଏହି ବିଷ ମିଶା ମଲା ମଇଁଷିକୁ ବାଘ ଖାଇବା ପରେ ତାର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହା ପରେ ଦୁର୍ଯ୍ୟୋଧନଙ୍କ ପରିବାର ଲୋକେ ବାଘର ଛାଲ କାଢି ଘରେ ରଖିଥିଲେ । ବନବିଭାଗ ଦୁର୍ଯ୍ୟୋଧନଙ୍କ ଘରେ ଚଢାଉ କରି ଏସବୁ ସାମଗ୍ରୀ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା ।