spot_img
Home Blog Page 4371

ବିବାହ ବନ୍ଧନରେ ବାନ୍ଧି ହେଲେ ବେବି ଡଲ୍, ଭାଇରାଲ୍ ହେଲା ଫଟୋ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ବେବି ଡଲ୍ । ବଲିଉଡର ସୁନ୍ଦରୀ ଗାୟିକା କନିକା କପୁରଙ୍କ ବାହାଘର ସରିଛି । ବିଜନେସ ମ୍ୟାନ ଗୌତମଙ୍କ ହାତ ଧରିଛନ୍ତି କନିକା । ଗତ ଶୁକ୍ରବାର ଲଣ୍ଡନରେ ହିନ୍ଦୁ ରୀତିନୀତି ଅନୁସାରେ ବାହା ହୋଇଛନ୍ତି କନିକା । ବାହାଘର ବେଳର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଗତ କିଛି ଦିନ ହେବ ପରିବାର ସହ କନିକା ଲଣ୍ଡନରେ ହିଁ ଅଛନ୍ତି । ସେହିଠାରେ ହିଁ ତାଙ୍କ ବିବାହର ସବୁ ଫଙ୍ଗସନ୍ ହୋଇଛି । ନିକଟରେ ତାଙ୍କ ମେହେନ୍ଦୀ, ହଳଦୀର ଫଟୋ ଭାଇରାଲ ହୋଇଥିଲା ।

ଫଟୋରେ ଦେଖାଯାଉଛି କନିକା ହାଲୁକା ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି । ଭାରୀ ଅଳଙ୍କାର ସହ ମେକଅପରେ ସୁନ୍ଦର ଦେଖାଯାଉଛନ୍ତି ସେ । ତାଙ୍କ ସ୍ବାମୀ ମଧ୍ୟ କ୍ରିମ୍ କଲରର ସେରଓ୍ବାନୀ ପିନ୍ଧିଛନ୍ତି । କନିକାଙ୍କ ବିବାହରେ ପରିବାର ସହ ତାଙ୍କର ଘନିଷ୍ଠ ବନ୍ଧୁମାନେ ହିଁ ସାମିଲ ହୋଇଥିଲେ ।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ଏହା ହେଉଛି କନିକାଙ୍କ ଦ୍ବିତୀୟ ବିବାହ । ପୂର୍ବରୁ ସେ ଏନଆରଆଇ ରାଜଙ୍କୁ ବିବାହ କରିଥିଲେ ।  କନିକାଙ୍କର ୩ଟି ସନ୍ତାନ ମଧ୍ୟ ଅଛନ୍ତି । ୨୦୧୨ରେ କନିକା ଛାଡପତ୍ର ନେଇଥିଲେ । ଏବଂ ଏହା ପରେ ସେ ସଙ୍ଗୀତକୁ କ୍ୟାରିୟର୍ ଭାବେ ବାଛିଥିଲେ ।

ଜିଭରେ ପଡ଼ୁଛି କି ଧଳା ଦାଗ, ଭାରି ପଡ଼ିବ ଅଣଦେଖା

ଭୁବନେଶ୍ୱର: ଯେତେବେଳେ ଆପଣ ବେମାରରେ ପଡ଼ନ୍ତି ତ ଡାକ୍ତର ପ୍ରଥମେ ଆପଣଙ୍କ ଜିଭ ଦେଖନ୍ତି । କାରଣ ଜିଭର ରଙ୍ଗରୁ ଅନେକ ରୋଗ ବିଷୟରେ ଅନୁମାନ କରି ହୁଏ । ଜିଭ କେବଳ ଖାଦ୍ୟର ସ୍ୱାଦ ବାରେ ନାହିଁ ବରଂ ଜିଭ ଦ୍ୱାରା ଆମ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅନେକ ସମୟରେ ଜାଣି ହୁଏ । ଯଦିଓ ଜିଭର ରଙ୍ଗ ହାଲକା ଗୋଲାପୀ ତଥାପି ଅନେକ ସମୟରେ ଏଥିରେ ଧଳା ଦାଗ ଦେଖାଯାଏ ।

ଯଦିଓ ଜିଭରେ ଧଳା ଦାଗ ଦେଖାଯିବା ସାଧାରଣ କଥା ତଥାପି ବେଳେ ବେଳେ ଏହା ଗମ୍ଭୀର ରୋଗର ଲକ୍ଷଣ ହୋଇପାରେ । ଯେଉଁମାନଙ୍କ ଇମ୍ୟୁନିଟି ବହୁତ କମ୍, ସେମାନଙ୍କ ଜିଭରେ ଧଳା ଦାଗ ଦେଖାଯାଏ । ଆସନ୍ତୁ ଜାଣିବା କାହିଁକି ପଡ଼େ ଜିଭରେ ଧଳା ଦାଗ । ଆଉ ଏହା ଆପଣଙ୍କ ସ୍ୱାସ୍ଥ୍ୟରେ କଣ ପ୍ରଭାବ ପକାଇବ ।…

ଡେଣ୍ଟାଲ ଟ୍ରମା- ଯଦି ଆପଣ ବାରମ୍ବାର ଜିଭକୁ ଦାନ୍ତରେ ଘଷନ୍ତି ତ ଜିଭ ଚିରି ହୋଇଯାଏ । ଯଦିଓ ଏହାଦ୍ୱାରା କଷ୍ଟ ହୁଏ ନାହିଁ । କିନ୍ତୁ ଏହା ଅନେକ ସମୟରେ ଅଲସର ସମସ୍ୟା ସୃଷ୍ଟି କରିଥାଏ । ଯଦି ଏଥିପାଇଁ ଆପଣଙ୍କ ଜିଭରେ ଧଳା ଦାଗ ଦେଖା ଯାଉଛି ତ ପ୍ରଥମେ ଆଘାତ ସ୍ଥାନକୁ ଠିକ୍ କରନ୍ତୁ । ଜିଭକୁ ଚୋବାଇବା ଅଭ୍ୟାସ ଛାଡ଼ନ୍ତୁ ।

ଥ୍ରସ୍- ଏହାକୁ ଓରାଲ କ୍ୟାଣ୍ଡିଡାୟସିସ୍ କୁହାଯାଏ । ଏହା ଏକ ସଂକ୍ରମଣ, ଯାହା କ୍ୟାଣ୍ଡିଡା ଫଙ୍ଗସ୍ ପାଇଁ ହୋଇଥାଏ । ଏହି ସଂକ୍ରମଣ ଆପଣଙ୍କ ମୁହଁ ବାଦ୍ ଶରୀରର ଅଲଗା ସ୍ଥାନରେ ହୋଇପାରେ । ଏଥିସହ ଯେଉଁମାନଙ୍କ ଇମ୍ୟୁନିଟି କମଜୋର, ସେମାନଙ୍କ କ୍ଷେତ୍ରରେ ସଂକ୍ରମଣ ବିପଦ ଅଧିକ । ଯଦି ଆପଣଙ୍କୁ ଏଚଆଇଭି ଏଡସ୍ କିମ୍ବା କ୍ୟାନସର ହୋଇଛି ତ ସଂକ୍ରମଣ ବିପଦ ଆହୁରି ବେଶୀ ।

ଜିଓଗ୍ରାଫିକ ଟଙ୍ଗ- ଏହା ଏଭଳି ଏକ ସ୍ଥିତି ଯେଉଁଥିରେ ଆପଣଙ୍କ ଜିଭ ଦାଢ଼ରେ ଛୋଟ ଛୋଟ ବିନ୍ଦୁ ବାହାରିଥାଏ । ଫଳରେ ଦରଜ ହେବା ସହ ଜଳିଥାଏ । ଅନେକ ସମୟରେ ଜିଭରେ ଲାଲ୍ ଦାଗ ଦେଖାଯାଏ । ଫଳରେ ଖାଦ୍ୟ ଖାଇବାରେ ସମସ୍ୟା ଉପୁଜେ ।

ମେଡିକାଲ ସିଟ୍‌ ଦେବା ନାଁରେ ୩୦ ଲକ୍ଷ ଠକେଇ, ବନ୍ଧା ହେଲେ ଠକ

ଭୁବନେଶ୍ୱର: ମେଡିକାଲ କଲେଜରେ ସିଟ୍‌ ଦେବା ନାଁରେ ଠକେଇ । ଦୁଇଜଣ ଠକଙ୍କୁ ଗିରଫ କଲା ଇନଫୋସିଟି ପୋଲିସ । ଦୁଇ ଠକ ହେଉଛନ୍ତି କଲିକତାର ଅମିତ ବାନାର୍ଜୀ ଓ ବିହାରର ବିକାଶ କୁମାର । ମେ 5 ରେ ପଲ୍ଲବୀ ସାହା ନାମକ ଯୁବତୀ ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ତଦନ୍ତ କରିଥିଲା ପୋଲିସ । ଇନଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେରେ ସିଟ ଦେବାକୁ କହି ଟଙ୍କା ଠକିଥିଲେ ଠକ । 30 ଲକ୍ଷ ଟଙ୍କା ଠକେଇ ନେଇ ଅଭିଯୋଗ କରିଥିଲେ ପଲବୀ ।

ଗିରଫ ପରେ ଦୁଇ ଅଭିଯୁକ୍ତଙ୍କ ପାଖରୁ 11 ଲକ୍ଷ ଜବତ ହୋଇଛି । 10 ବର୍ଷ ହେଲାଣି ଦୁଇ ଠକ ଲୋକଙ୍କୁ ଠକୁଥିବା ନେଇ ସୂଚନା ମିଳିଛି । ମେଡ଼ିକାଲ ପରୀକ୍ଷାର ରେଜଲ୍ଟ ଲିଷ୍ଟ ବାହାରିବା ପରେ ଛାତ୍ରଛାତ୍ରୀଙ୍କୁ ଯୋଗାଯୋଗ କରୁଥିଲେ । ପ୍ରାଙ୍କ କଲ ଆପ ଜରିଆରେ ଫୋନ କରୁଥିଲେ ଠକ । ପ୍ରାଙ୍କ କଲ ଆପରେ କଲ୍‌ କଲେ ଟ୍ରୁ କଲରରେ କୌଣସି ନାଁ ଆସୁ ନଥିଲା । ଫେକ ଅଧାର କାର୍ଡ଼ ଓ କାଗଜପତ୍ର ବ୍ୟବହାର କରି ଫ୍ଲାଇଟରେ ଆସୁଥିଲେ ଓ ହୋଟେଲରେ ରହୁଥିଲେ । ବିଭିନ୍ନ ରାଜ୍ୟରେ ଠକିଥିବା ନେଇ ଅଭିଯୋଗ ରହିଛି ଏମାନଙ୍କ ନାଁରେ । ୨ ଠକଙ୍କୁ ରିମାଣ୍ଡରେ ଆଣି ଜେରା କରାଯିବ ବୋଲି ଭୁବନେଶ୍ୱର ଡ଼ିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଭାବନୀୟ ଦୃଶ୍ୟ, ଅର୍ଦ୍ଧନଗ୍ନ ହୋଇ ବିକ୍ଷୋଭ କଲେ ଯୁବତୀ

କାନ୍ସ: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦେଖିବାକୁ ମିଳିଲା ଲୋମ ଟାଙ୍କୁରି ଉଠିଲା ଭଳି ଚିତ୍ର । ରେର୍ଡ କାର୍ପେଟରେ ଦେଖାଦେଲେ ଜଣେ ଅର୍ଦ୍ଧନଗ୍ନ ଯୁବତୀ । ଆଉ ଦେଲେ ଦୁଷ୍କର୍ମ ବିରୋଧରେ ନାରା । ଏହି ବିଷୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯୁବତୀ ଜଣଙ୍କ ଅର୍ଦ୍ଧନଗ୍ନ ଅବସ୍ଥାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେ ଯୁକ୍ରେନର ବୋଲି ଜଣାପଡ଼ିଛି । ସେଠାରେ ହେଉଥିବା ଯୌନ ନିର୍ଯାତନା ଏବଂ ଦୁଷ୍କର୍ମ ଭଳି ଅତ୍ୟାଚାର ବିରୋଧରେ ଯୁବତୀ ଜଣଙ୍କ ଅଭିନବ ପ୍ରତିବାଦ କରିଛନ୍ତି । ଆଉ ତାଙ୍କର ଏଭଳି ଅର୍ଦ୍ଧନଗ୍ନ ଅବସ୍ଥାରେ ନାରା ଦେବା ସମସ୍ତଙ୍କୁ ବିଚଳିତ କରିଛି ।

ଏହି ଘଟଣା ପରେ ଫେଷ୍ଟିଭାଲର ସୁରକ୍ଷାକର୍ମୀ ଯୁବତୀଙ୍କୁ ଢାଙ୍କି ସେଠାରୁ ନେଇଯାଇଛନ୍ତି । କାନ୍ସ ଫେଷ୍ଟିଭାଲରେ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେନେଲସ୍କି କହିଥିଲେ, ଗତ କିଛି ମାସରେ ୟୁକ୍ରେନରେ ଶତାଧିକ ଦୁଷ୍କର୍ମ ହୋଇଛି । ରୁଷ ସୈନ୍ୟମାନେ ଶିଶୁ ଏବଂ ନାବାଳିକାଙ୍କୁ ମଧ୍ୟ ଦୁଷ୍କର୍ମ କରୁଛନ୍ତି । ସେଠାରେ ଚାଲିଥିବା ହିଂସାର ବିରୋଧ କରିବାକୁ ଯାଇ ଯୁବତୀ ଜଣଙ୍କ ଏପରି କରିଛନ୍ତି ।

ଓଲା-ଉବେରକୁ ସରକାରଙ୍କ ଚେତାବନୀ

ନୂଆଦିଲ୍ଲୀ: ଓଲା-ଉବେରକୁ ନେଇ କଠୋର ହେଲେ ସରକାର । କ୍ୟାବ୍ ବୁକ୍ କରୁଥିବା ଗ୍ରାହକଙ୍କ ଅଭିଯୋଗକୁ ନେଇ ସରକାର ୨ କମ୍ପାନୀକୁ ନୋଟିସ୍ ଜାରି କରିଛନ୍ତି । ୧୫ ଦିନ ମଧ୍ୟରେ ଜବାବ ରଖିବାକୁ କୁହାଯାଇଛି । ଅଭିଯୋଗ ଅନୁସାରେ, କ୍ୟାବ୍ ବୁକ୍ କରୁଥିବା ଅଧିକାଂଶ ଗ୍ରାହକଙ୍କୁ ଡ୍ରାଇଭର ଖରାପ ବ୍ୟବହାର କରୁଛନ୍ତି । ବାରମ୍ବାର ବୁକିଂ ରିକ୍ୱେଣ୍ଟ ବାତିଲ୍ କରୁଛନ୍ତି । ଏପରିକି ଟ୍ରାଭେଲ୍ ବେଳେ ଏସି ଚଲାଉ ନଥିବା ଅଭିଯୋଗ ହୋଇଥିଲା ।

Government Slaps OLA Uber And Cab Aggregators With Notices

ଏନେଇ CCPA ପକ୍ଷରୁ ଓଲା ଓ ଉବେରକୁ ନୋଟିସ୍ ଜାରି କରାଯାଇଛି । ଉଭୟ କମ୍ପାନୀଙ୍କୁ ବ୍ୟବସାୟର ଅନୁଚିତ୍ ତରିକା ଓ ଗ୍ରାହକଙ୍କ ଅଧିକାର ଉଲ୍ଲଂଘନ ନେଇ ନୋଟିସ୍ ହୋଇଛି । ଏଥିସହ ଗ୍ରାହକଙ୍କ ଅଭିଯୋଗର ସମାଧାନ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବା, ବୁକିଂ ବାତିଲ୍ ପରେ କ୍ଯାନସଲେସନ୍ ଚାର୍ଜ ନିର୍ଦ୍ଧାରଣ ନେଇ କୌଣସି ନିର୍ଦ୍ଦିଷ୍ଟ ନୀତି ନଥିବା ଅଭିଯୋଗ ହୋଇଛି ।

ଏହା ପୂର୍ବରୁ CCPA ମେ ୧୦ରେ ବିଭିନ୍ନ କମ୍ପାନୀଙ୍କୁ ନେଇ ବୈଠକ କରିଥିଲା । ଯେଉଁଥିରେ ସରକାର ଅଚାନକ ଭଡ଼ା ବୃଦ୍ଧି, ଏସି ଚାଲୁ କରିବାକୁ ଡ୍ରାଇଭର ମନା କରିବା, ବୁକିଂ ବାତିଲ୍ ଓ ନଗଦ ଟଙ୍କା ମାଗିବା ଅଭିଯୋଗ ଉପରେ ଆଲୋଚନା ହୋଇଥିଲା । ସମସ୍ତ ସେବାରେ ସୁଧାର ଆଣିବା ଲାଗି ସରକାର ରୋକଠୋକ୍ ଶୁଣାଇଥିଲେ । ନଚେତ୍ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଥିଲା ।

୧୨ଶହ ୧୮ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ, ସୃଷ୍ଟି ହେବ ୩୩୯୦ ନିଯୁକ୍ତି

ଭୁବନେଶ୍ୱର: ଶିଳ୍ପ କ୍ଷେତ୍ରରେ ଆହୁରି ଅଧିକ ବିକଶିତ କରିବ ଓଡ଼ିଶା । ରାଜ୍ୟରେ ନୂଆ ୧୩ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ସବୁ ପ୍ରକଳ୍ପର ମୂଲ୍ୟ ରହିଛି ୧୨ଶହ ୧୮ କୋଟି ଟଙ୍କା । ଏହି ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ 3 ହଜାର 390ଟି ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ୭୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୩ଟି ପ୍ରକଳ୍ପର ଉଦଘାଟନ ହୋଇଥିବା ବେଳେ ଆଉ ୧୦ଚି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୧୧ ଶହ ୪୧ କୋଟି ଟଙ୍କା । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ବଡ଼ଭଇଂରୋ ପଂଚାୟତ ପାଣିମୋରା ଜଙ୍ଗଲରେ ଇଥାନାଲ ବାୟୋ ଫୁଏଲ କାରଖାନାର ଭୂମିପୂଜନ କରାଯାଇଛି  ।

ଏହାର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା 50 ଏକର ଜମିରେ ତିଆରି ହେବାକୁ ଥିବା ଏହି କାରଖାନାରେ ଜିଲ୍ଲାର କୃଷକ ମାନଙ୍କ ଶସ୍ୟଜାତ ବର୍ଜ୍ୟଵସ୍ତୁରେ ଇଥାନାଲ ପ୍ରସ୍ତୁତ କରାଯିବ l HULର ହର୍ଲିକ୍ସ ପ୍ରସ୍ତୁତକାରୀ ପ୍ଲାଣ୍ଟ ୬୧ କୋଟି ଟଙ୍କାରେ କଚକ ଟାଙ୍ଗିରେ ଉଦଘାଟିତ ହୋଇଖଥିବା ବେଳେ, ବରଗଡ଼ରେ ଆମ୍ୟୁଜମେଣ୍ଟ ପାର୍କର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆନ୍ତଃ ରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ, ଅଧ୍ୟକ୍ଷ ଅଛନ୍ତି ଅମିତ ଶାହା

ନୂଆଦିଲ୍ଲୀ: ଆନ୍ତଃ ରାଜ୍ୟ ପରିଷଦର ଷ୍ଟାଣ୍ଡିଂ କମିଟିର ନୂତନ ସଦସ୍ୟ ଙ୍କ ନା କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଏହି କମିଟିରେ ସାମିଲ ଅଛନ୍ତି। ଏହାର ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ 13 ଜଣ ସଦସ୍ୟ ଅଛନ୍ତି। ଗୃହ ମନ୍ତ୍ରଣାଳୟ ଶୁକ୍ରବାର ଦିନ ଜାରି କରାଯାଇଥିବା ଗେଜେଟ୍ ବିଜ୍ଞପ୍ତିରେ ଏହି ପଦକ୍ଷେପ ବିଷୟରେ ଉଲ୍ଲେଖ କରିଛି। ଆନ୍ତ ରାଜ୍ୟ ପରିଷଦ ସଚିବାଳୟର ବିଜ୍ଞପ୍ତି ଅଗଷ୍ଟ 9, 2019 ଏବଂ ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ନିଆଯାଇଛି। ଏହି କମିଟିରେ ଶାହାଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟର ଅନ୍ୟ ଚାରିଜଣ ମନ୍ତ୍ରୀ ଏବଂ ଆଠ ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି।

କମିଟିର ସଦସ୍ୟ ଭାବରେ ଅର୍ଥ ଓ କର୍ପୋରେଟ ମନ୍ତ୍ରୀ ନିର୍ମଳା ସୀତାରମଣ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ସାମାଜିକ ନ୍ୟାୟ ତଥା ସଶକ୍ତିକରଣ ମନ୍ତ୍ରୀ ବିରେନ୍ଦ୍ର କୁମାର, ଜଲ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାଟ ଏହି କମିଟିର ସଦସ୍ୟ ଅଛନ୍ତି। ମୁଖ୍ୟମନ୍ତ୍ରୀ ଆନ୍ଧ୍ରପ୍ରଦେଶ YS ଜଗନ୍ ମୋହନ ରେଡ୍ଡୀ, ମୁଖ୍ୟମନ୍ତ୍ରୀ ଆସାମ ହିମନ୍ତା ବିଶ୍ୱ ସରମା, ମୁଖ୍ୟମନ୍ତ୍ରୀ ବିହାର ନୀତୀଶ କୁମାର, ମୁଖ୍ୟମନ୍ତ୍ରୀ ଗୁଜୁରାଟ ଭୁପେନ୍ଦ୍ର ପଟେଲ, ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ଉଦଡ ଠାକରେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବାନ୍ ମନ, ମୁଖ୍ୟମନ୍ତ୍ରୀ ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥ କମିଟିର ଅନ୍ୟ ସଦସ୍ୟ ଅଟନ୍ତି।

ଆନ୍ତ State ରାଜ୍ୟ ପରିଷଦରେ କୌଣସି ବିଷୟ ବିଚାରକୁ ନିଆଯିବା ପୂର୍ବରୁ ଏହା କେନ୍ଦ୍ର-ରାଜ୍ୟ ସମ୍ପର୍କ ସମ୍ବନ୍ଧୀୟ ସମସ୍ତ ବିଷୟ ପ୍ରକ୍ରିୟାକରଣ କରେ | ଆନ୍ତ ରାଜ୍ୟ ସମ୍ପର୍କ ଧୃଢ଼ି ଭୂତ କରିବାରେ ପରିଷଦର ସୁପାରିଶ ଉପରେ ନିଷ୍ପତ୍ତି ନିଆଯାଏ। ଏ ଗୁଡ଼ିକର କାର୍ଯ୍ୟକାରିତା ଉପରେ ମଧ୍ୟ କମିଟି ତଦାରଖ କରେ ଏବଂ ଏହାକୁ ଅଧ୍ୟକ୍ଷ କିମ୍ବା ପରିଷଦ ଦ୍ୱାରା ସୂଚିତ ଅନ୍ୟ ବିଷୟ ଉପରେ ବିଚାର କରେ  । ଷ୍ଟାଣ୍ଡିଂ କମିଟି, ଯଦି ଆବଶ୍ୟକ ହୁଏ, ସଂପୃକ୍ତ ବିଷୟ ଉପରେ ବିଚାର ବିମର୍ଶ କରିବାବେଳେ ନିର୍ଦ୍ଦିଷ୍ଟ କ୍ଷେତ୍ରର ବିଶିଷ୍ଟ ବିଶେଷଜ୍ଞ ଏବଂ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ପରାମର୍ଶ ନିଆ ଯାଏ।

ପୂର୍ବତନ ASI ଅଧିକାରୀଙ୍କ ବଡ଼ ଦାବି, ସୂର୍ଯ୍ୟଙ୍କ ସ୍ଥିତି ଅଧ୍ୟୟନ ପାଇଁ ନିର୍ମାଣ ହୋଇଥିଲା କୁତବ ମିନାର

ନୂଆଦିଲ୍ଲୀ: ମହାରାଷ୍ଟ୍ରସ୍ଥିତ ଔରଙ୍ଗଜେବ ସ୍ତମ୍ଭକୁ ନେଇ ଦେଶ ବ୍ୟାପୀ ବିବାଦ ଥମି ନଥିବା ବେଳେ, ଏବେ କୁତବ ମିନାରକୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ । କୁତବ ମିନାରକୁ ମୋଗଲ ସମ୍ରାଟ କୁତବୁଦ୍ଦିନ ନିର୍ମାଣ କରିନଥିଲେ ବରଂ ଏହି ନିର୍ମାଣ ପଞ୍ଚମ ଶତାବ୍ଦୀରେ ସମ୍ରାଟ ବିକ୍ରମାଦିତ୍ୟ କରିଥିଲେ ବୋଲି କହିଛନ୍ତି ଏଏସଆଇର ପୂର୍ବତନ ବରିଷ୍ଠ ପଦାଧିକାରୀ । ସୂର୍ଯ୍ୟଙ୍କ ସ୍ଥିତିର ଅଧ୍ୟୟନ ଓ ଗବେଷଣା ପାଇଁ ଏହି ମିନାର ନିର୍ମାଣ କରାଯାଇଥିଲା ।

Qutab Minar was built by Raja Vikramaditya to observe the sun Ex-ASI officer's big claim

ଏହା କୁତବ ମିନାର ନୁହେଁ ବରଂ ସନ୍ ଟାୱାର ବୋଲି ବିଭିନ୍ନ ସମୟରେ କରାଯାଇଥିବା ସର୍ଭେ ଓ ଗବେଷଣାରୁ ତଥ୍ୟ ମିଳିଥିଲା ବୋଲି କହିଛନ୍ତି ଏଏସଆଇର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ଧରମବିର ଶର୍ମା । ଯାହାକୁ ନେଇ ଏବେ ମୁଣ୍ଡ ଟେକିଛି ବିବାଦ । ରାତିରେ ଧ୍ରୁବତାରାର ଅଧ୍ୟୟନ ପାଇଁ ଏହି ଟାୱାରର ଉତ୍ତର ପାର୍ଶ୍ୱରେ ଏକ ଦ୍ୱାର ମଧ୍ୟ ରହିଛି । ରାଜା ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟ ୩୭୫ରୁ ୪୧୨ ଖ୍ରୀଷ୍ଟାଦ୍ଦରେ ଏହି ସ୍ତମ୍ବ ନିର୍ମାଣ କରିଥିଲେ ବୋଲି ଅଧ୍ୟୟନରୁ ଜଣାପଡ଼ିଛି ।

ଗୋରୁ ଚୋରାଚାଲାଣକାରୀ କଲେ ଫାୟାରିଂ, ୨ ଦେବସେନା କର୍ମୀ ଗୁରୁତର

ମୟୂରଭଞ୍ଜ: ଗୋରୁ ଗାଡ଼ି ଅଟକାଇବାରୁ ଫୁଟିଲା ଗୁଳି । ୨ ଦେବସେନା କର୍ମୀ ଗୁରୁତର । ମୟୂରଭଞ୍ଜ କରଞ୍ଜିଆ ଯଶିପୁର ଟୋଲଗେଟ ନିକଟରେ ଫୁଟିଛି ଗୁଳି । ଜଣଙ୍କ ଗୋଡ଼ରେ ଓ ଅନ୍ୟଜଣଙ୍କ ହାତରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ପ୍ରଥମେ ଯଶିପୁର ପରେ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ଆଜି ସକାଳ ୫ଟାରେ ଯଶିପୁରର ଟୋଲଗେଟରେ ଦେବସେନା ପକ୍ଷରୁ ଗାଈଗୋରୁକୁ ନେଇ ଯାଉଥିବା ଏକ ଗାଡିକୁ ଅଟକା ଯାଉଥିଲା ।

ଏହି ସମୟରେ ଦୁର୍ବୃତ୍ତମାନେ ଦେବସେନା କର୍ମକର୍ତ୍ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ବନ୍ଧୁକ ଫୁଟାଇ ଦୁର୍ବୃତ୍ତ ଫେରାଇ ହେଇଯାଇଥିବା ବେଳେ, ଯଶିପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଟୋଲ ଗେଟରେ ଥିବା CCTV ଫୁଟେଜ ମଧ୍ୟ ଯାଞ୍ଚ କରୁଛି ପୋଲିସ । ଗୋରୁ ଚୋରାଚାଲାଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଲୋକେ  । ସେପଟେ ପୋଲିସ ମଦ୍ୟ ଛାନଭିନ୍ ଆରମ୍ଭ କରିଛି ପୋଲିସ  ।

ଆଜିଠୁ ଆରମ୍ଭ ମାଟ୍ରିକ ଖାତା ଦେଖା, ୫୮ଟି କେନ୍ଦ୍ରରେ ମୂଲ୍ୟାୟନ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ । ଏହି ପ୍ରକ୍ରିୟାରେ ଦଶମ ଶ୍ରେଣୀ ସହିତ SOS ଓ ମଧ୍ୟମା ପରୀକ୍ଷାର ଖାତା ମଧ୍ୟ ମୂଲ୍ୟାୟନ କରାଯିବ । ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଜ୍ୟର ୫୮ଟି କେନ୍ଦ୍ରରେ ଖାତାଦେଖା ହେବ । ଚଳିତ ଥର ଖାତାଦେଖା ପାଇଁ 481 ଜଣ ମୁଖ୍ୟ ଏଗଜାମିନରଙ୍କ ସହ 900 ଜଣ ଡେପୁଟି ଏଗଜାମିନର, 8919 ଜଣ ସହକାରୀ ଏଗଜାମିନର, 930 ସ୍କ୍ରୁଟିନାଇଜରଙ୍କୁ ବୋର୍ଡ ପକ୍ଷରୁ ନିୟୋଜିତ କରାଯାଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ  10ରୁ 12 ଦିନ ପର୍ଯ୍ୟନ୍ତ ଖାତା ଦେଖା କାର୍ଯ୍ୟ ଜାରି ରହିବ । ପରେ ଅନଲାଇନରେ ମାର୍କ ଅପଲୋଡ଼ କରାଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେପଟେ ପରୀକ୍ଷା ଭଲ ହୋଇଥିବାରୁ ଖାତା ଦେଖା ଭଲରେ ହେବ ଏବଂ ପରୀକ୍ଷା ଫଳ ମଧ୍ୟ ଆଶାନୁରୂପ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ପରୀକ୍ଷାର୍ଥୀ।