spot_img
Home Blog Page 4462

ବିଷ ଦେଇପାରନ୍ତି ଭାବି ୧ହଜାର କର୍ମଚାରୀଙ୍କୁ ବଦଳି କଲେ ପୁତିନ

ମସ୍କୋ: ପୁତିନଙ୍କୁ ମୃତ୍ୟୁ ଭୟ । କୁହାଯାଏ କର୍ମ ନେଇ ଫଳ । ଯିଏ ଯେମିତି କର୍ମ କରିଥିବ ତାକୁ ସେମିତି ହିଁ ଫଳ ମିଳିବ । ୟୁକ୍ରେନ ଉପରେ ଆକ୍ରମଣ କରି ନଜକୁ ଦୁନିଆ ଆଖିରେ ଜଣେ କ୍ରୁର ଶାସକର ପ୍ରମାଣ ଦେଇଥିବା ପୁତିନଙ୍କୁ ଏବେ ମାଡ଼ି ବସିଛି ମୃତ୍ୟୁର ଭୟ । ହଜାର ହଜାର ଲୋକଙ୍କୁ ହତ୍ୟା ପାଇଁ ତାଙ୍କୁ କାଳେ କିଏ ବିଷ ଦେଇ ହତ୍ୟା କରିଦେବ ବୋଲି ଭାବି ଏକ ହଜାର କର୍ମଚାରୀକୁ ବଦଳି କରିଦେଇଛନ୍ତି ପୁତିନ ।

ସୂଚନା ଅନୁସାରେ, ଫେବ୍ରୁଆରି ମାସରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ତାଙ୍କର ସମସ୍ତ ବ୍ୟକ୍ତିଗତ କର୍ମଚାରୀଙ୍କୁ ବଦଳି କରିଦେଇଛନ୍ତି । ତେବେ ଏହି ନିଷ୍ପତ୍ତି ସେ ୟୁକ୍ରେନ୍‌ରେ ‘ବିଶେଷ ସେନା ଅଭିଯାନ’ ଆରମ୍ଭ ପୂର୍ବରୁ କିମ୍ବା ପରେ ନେଇଥିଲେ ତାହା ସ୍ପଷ୍ଟ ହୋଇନାହିଁ । ତେବେ ବଦଳି ହୋଇଥିବା କର୍ମଚାରୀମାନଙ୍କ ମଧ୍ୟରେ ଅଛନ୍ତି, ରାନ୍ଧୁଣିଆ, ଧୋବା, ଅଙ୍ଗରକ୍ଷୀ ଭଳି କର୍ମଚାରୀମାନେ। ‘ଡେଲି ମେଲ୍‌’ ରିପୋର୍ଟ କରିଛି ଯେ, ୟୁକ୍ରେନୀୟ ଗୁଇନ୍ଦା କହିବା ଅନୁସାରେ, ପୁଟିନ୍‌ଙ୍କୁ ବିଷ ଦେଇ ଏହାକୁ ଗୋଟାଏ ଦୁର୍ଘଟଣା ଭାବେ ଅଭିହିତ କରିବା ଲାଗି ମସ୍କୋର ଶୀର୍ଷସ୍ତରୀୟ ଅଧିକାରୀମାନଙ୍କ ଉଦ୍ୟମ ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହି ହେବନାହିଁ ।

ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢି ନିଜ ଦେଶକୁ ଅକଳରେ ପକାଇଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ଆର୍ଥିକ ସଂକଟର ସାମ୍ନା କରିବାକୁ ଯାଉଛି ଋଷିଆ । ପାଶ୍ଚାତ୍ୟ ଦେଶରେ ବ୍ୟବସାୟିକ ପ୍ରତିବନ୍ଧକ ଭିତରେ ଋଷର ଶିଳ୍ପପତି ଶକ୍ତ କ୍ଷତି ସହିବାକୁ ଯାଉଛନ୍ତି । ଫଳରେ ବ୍ୟବସାୟିକ ଭବିଷ୍ୟତ ଏବେ ଅନିଶ୍ଚିତତାରେ ଗତି କରୁଛି । ଏସବୁ ପଛରେ କେବଳ ପୁତିନ ଦାୟୀ ବୋଲି ସେମାନେ ବିବେଚିତ କରୁଛନ୍ତି । ଆଉ ଯେଉଁଥିପାଇଁ ପୁତିନଙ୍କୁ ରାସ୍ତାରୁ ସବୁଦିନ ପାଇଁ ହଟାଇବାର ମାଷ୍ଟର ଷଡ଼ଯନ୍ତ୍ର ରଚିଛନ୍ତି ।

ଫେଡେରାଲ ସିକ୍ୟୁରିଟ ସର୍ଭିସ FSS ମୁଖ୍ୟ ଆଲେକଜାଣ୍ଡର ବର୍ଟିନକୋଭଙ୍କୁ କ୍ଷମତାରେ ବସାଇବାକୁ ଚାହୁଁଛନ୍ତି ଋଷର ଶିଳ୍ପପତି । କର ବା ମର ପଦ୍ଧତି ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଆପଣାଇବା ପାଇଁ ଯାଉଛି । ଅର୍ଥାତ ଯେକୌଣସି ଉପାୟରେ ମଧ୍ୟ ଭ୍ଲାଦିମିର ପୁତିନଙ୍କୁ ଗାଦିଚ୍ୟୁତ କରିବା ପାଇଁ ଚାହୁଁଛନ୍ତି ଏମାନେ । ତେଣୁ ଖାଦ୍ୟରେ ବିଷ ଦେଇ ହେଉ ଅବା ଏକ ଆକସ୍ମିକ ଦୁର୍ଘଟଣା ଦ୍ୱାରା ପୁତିନହ୍କୁ ହତ୍ୟା ପାଇଁ ଚାଲିଛି ଷଡ଼ଯନ୍ତ୍ର । ଆଉ ଯଦି ଏହି ଷଡ଼ଯନ୍ତ୍ର ସଫଳ ହୁଏମ, ତେବେ ଏହା ଫଛରେଲ ରହିବ ବର୍ଟିନକୋଭଙ୍କ ବଡ଼ ହାତ । ପୂର୍ବରୁ ଋଷ ସରକାରରେ ପୁତିନଙ୍କ ସହ ମିଶି କାର୍ଯ୍ୟ କରୁଥିଲେ ଆଲେକଜାଣ୍ଡର ବର୍ଟିନକୋଭ । ପୁତିନଙ୍କ ଅତ୍ୟନ୍ତ ଘନିଷ୍ଠ ଅଟନ୍ତି ବର୍ଟିନକୋଭ । କିନ୍ତୁ ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢି ବିଫଳ ହେବାପରେ ପୁତିନଙ୍କ ବିଶ୍ୱାସ ହରାଇଛନ୍ତି ବର୍ଟିନକୋଭ । କିନ୍ତୁ ଋଷରେ ନିଜର ପ୍ରଭାବ ବଜାୟ ରଖିଛନ୍ତି ଆଲେକଜାଣ୍ଡର ବର୍ଟିନକୋଭ ।

ଏମିତିକି ଦେଶର ପ୍ରତିରକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ସେନା, ଗୁଇନ୍ଦା ସଂସ୍ଥା ଏବଂ ରାଜନୀତିରେ ବେଶ ପ୍ରଭାବ ବିସ୍ତାର କରିଛନ୍ତି । ପଡୋଶୀ ୟୁକ୍ରେନ ଉପରେ ମାସାଧିକ ସମୟ ଋଷ ଆକ୍ରମଣ କରିଥିଲେ ମଧ୍ୟ ସଫଳ ହୋଇପାରିନାହିଁ । ଅର୍ଥାତ କେଉଁଠି ନା କେଉଁଠି ପୁତିନଙ୍କ ପ୍ଲାନ ବିଫଳ ହୋଇଛି । କାରଣ ଏକ ଛୋଟିଆ ଦେଶକୁ ନିଜ ଅକ୍ତିଆର ନେବାକୁ ଖୁବ କମ ସମୟ ଲାଗିବା ନେଇ ଭାବିନେଇଥିଲେ ପୁତିନ । ଏହାରି ଭିତରେ ଯୁଦ୍ଧକୁ ମାସେ ବିତିବାକୁ ବସିଥିବାବେଳେ ୟୁକ୍ରେନ ରେ ମୃତ୍ୟୁ ବରଣ କଲେଣି ଋଷିଆର ୧୦ ହଜାରରୁ ଅଧିକ ସେନା । ଅନ୍ତରାଷ୍ଟ୍ରୀୟ ସ୍ତରର କଟକଣା ଭିତରେ ସାମରିକ ଖର୍ଚ୍ଚ ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି ଋଷ ପାଇଁ ।

ସେପଟେ ଋଷର ଅର୍ଥନୀତିଜ୍ଞ ଅନୁମାନ କରିଛନ୍ତି କି ୧୫ ପ୍ରତିଶତରୁ ଅଧିକ କ୍ଷତି ସହିବାକୁ ଯାଉଛି ଋଷିଆ । ୧୯୯୮ ରେ ଋଷର ଷ୍ଟକ ବଜାର ଯେଉଁଭଳି ଭୁଷୁଡିଥିଲା ତାହା ଥିଲା ଋଷ ଇତିହାସର ସବୁଠାରୁ ବଡ଼ କ୍ଷତି । କିନ୍ତୁ ଏହି କ୍ଷତି ୯୮ ମସିହା ଠାରୁ ବଳିଯିବା ନେଇ କହିଛନ୍ତି ଅର୍ଥନୀତିଜ୍ଞ । ବିଶେଷକରି ଯଦି ଦେଖିବା ଋଷ ଅର୍ଥନିତି କହିଲେ ତୈଳ ଓ ଗ୍ୟାସକୁ ବୁଝାଏ । ୟୁକ୍ରେନକୁ ସମର୍ଥନ କରି ଋଷ ବିରୋଧରେ ୟୁରୋପୀୟ ଦେଶ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି । ଫଳରେ ବ୍ରିଟେନ ଓ ଆମେରିକା ଋଷ ମାର୍କେଟରୁ ତେଲ ନକିଣିବା ନେଇ ଘୋଷଣା କରିଛନ୍ତି । ଯଦି ୟୁରୋପୀୟ ରାଷ୍ଟ୍ର ଋଷ ସହ ଏହି କଟକଣା ଜାରି ରଖନ୍ତି, ତେବେ ଋଷ ଆର୍ଥିକ ଅବ୍ୟବସ୍ଥା ୧୦୦ ବର୍ଷ ପଛକୁ ନେଇଯିବ ବୋଲି ଅନୁମାନ କରିଛନ୍ତି ଫାଇନେସିଆଲ ଏକ୍ସପର୍ଟ । ତେବେ ସବୁଦିନ ପାଇଁ ରାସ୍ତାରୁ କଣ୍ଟା ହଟାଇବାକୁ ଚାହୁଁଛନ୍ତି ଋଷର ବ୍ୟବସାୟୀ ଓ ଶିଳ୍ପପତି । ଖୋଦ ନିଜ ଦେଶରେ ହିଁ ସୃଷ୍ଟି ହୋଇଛନ୍ତି ବିଭୀଷଣ । ମାନେ ପୁତିନଙ୍କୁ ହତ୍ୟା ପାଇଁ ଋଷିଆରେ ହେଉଛି ଷଡ଼ଯନ୍ତ୍ର ।

“ବନ୍ଧୁ ନାଁରେ ଅପବାଦ ଭାରତ”, ଜାଣନ୍ତୁ ଭାରତକୁ ନେଇ କାହିଁକି ଏମିତି କହିଲେ ବାଇଡେନ

ନନ୍ଦିଘୋଷ ବ୍ୟୁରୋ: ବନ୍ଧୁ ନାଁରେ ଅପବାଦ ଭାରତ । କ୍ୱାଡ ଦେଶ ମଧ୍ୟରେ ସବୁଠୁ ଦୁର୍ବଳ ଭାରତ । ଭାରତ ବିରୁଦ୍ଧରେ ଏମିତି କଡ଼ା ମନ୍ତବ୍ୟ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସୋମବାର ୱାଶିଂଟନରେ ଦେଶର ବ୍ୟବସାୟିକ ପ୍ରତିନିଧିଙ୍କୁ ସମ୍ବୋଧନ କରିବା ସମୟରେ ଭାରତକୁ ନେଇ କିଛି ଏମିତି ପ୍ରତିକ୍ରିୟା ରଖିଛନ୍ତି ବାଇଡେନ। ବାଇଡେନଙ୍କ ଏଭଳି ପ୍ରତିକ୍ରିୟାରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ ସେ ଭାରତ ଉପରେ ବହୁତ ଖପ୍ପା ହୋଇଛନ୍ତି । କିନ୍ତୁ କାହିଁକି? ଭାତର ଏମିତି କ’ଣ କଲା ଯେ ବାଇଡେନ ଭାରତକୁ ଅପବାଦ ବୋଲି କହିଲେ?

ବାସ୍ତବରେ ୨୮ ଦିନ ହେଲା ଜାରି ରହିଥିବା ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟ ପ୍ରତି ବାଇଡେନ କ୍ଷୁବ୍ଧ ହୋଇଛନ୍ତି । ସେ କହିଛନ୍ତି ଯେ ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ଋଷ ଉପରେ କଟକଣା ଲଗାଇବା କିମ୍ବା ପୁଟିନଙ୍କୁ ସମାଲୋଚନା କରିବା ରେ ଭାରତ ପଛଘୁଞ୍ଚା ଦେଉଛି।

ଜାପାନ ଓ ଅଷ୍ଟ୍ରେଲିଆର ପ୍ରଶଂସା:

ଆମେରିକା ବ୍ୟବସାୟିକ ପ୍ରତିନୀଧି ବୈଠକରେ ବାଇଡେନ କହିଛନ୍ତି କ୍ୱାଡ ସହଯୋଗୀଙ୍କ ମଧ୍ଯରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ ନହେଁ । କିନ୍ତୁ ଜାପାନ ଓ ଅଷ୍ଟ୍ରେଲିଆ ଏ ମାମଲାରେ ଭାତର ତୁଳନାରେ ବହୁତ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ପୁଟିନଙ୍କ ସମାଲୋଚନା କରିବା ସହ ଋଷ ଉପରେ କଟକଣା ବି ଲଗେଇଛନ୍ତି। ଯେଉଁଠି କି ଭାରତ ଋଷ ନିକଟରୁ ସାମରିକ ଉପକରଣ ଓ ତେଲ କିଣୁଛି। ବାଇଡେନ ଆହୁରି କହିଛନ୍ତି ଯେ NATO ଏହା ପୂର୍ବରୁ କେବେ ବି ଏତେ ଶକ୍ତିଶାଳୀ ଓ ଏକଜୁଟ୍ ନଥିଲା ଯେମିତି ଆଜି ଅଛି । NATO ହେଉ କି ପ୍ୟାସିଫିକ୍ ସବୁ କ୍ଷେତ୍ରରେ ଆମକୁ ଏକାଠି ହେବାକ ପଡ଼ିବ ବୋଲି କହିଛନ୍ତି ବାଇଡେନ୍।

ପୁଟିନଙ୍କ ଉପରେ ବର୍ଷିଲେ ବାଇଡେନ:

ଆମେରିକାର ରାଷ୍ଟ୍ରପତି କହିଛନ୍ତି ଯେ ଭ୍ଲାଦିମିର ପୁଟିନ ଆଶା କରିନଥିବେ ଯେ ୟୁକ୍ରେନ ଉପରେ ଆକ୍ରମଣର ବିଶ୍ୱ ପ୍ରତିକ୍ରିୟାରେ ନାଟୋ ଏବଂ ପାଶ୍ଚାତ୍ୟ ସହଯୋଗୀମାନେ ଏକାଠି ହେବେ। ରୁଷ ଯାହା କରିଛି ସେଥିପାଇଁ ତାଙ୍କୁ ନିଶ୍ଚିତ ଦଣ୍ଡ ଭୋଗିବାକୁ ପଡ଼ିବ। ଏଥିସହ ବାଇଡେନ ସିଧା ସଳଖ ଋଷକୁ ଧମକ ଦେଇ କହିଛନ୍ତି ଯେ ଯଦି ୟୁକ୍ରେନରେ ଋଷ କୌଣସି ପ୍ରକାରର ଗଣବିଧ୍ୱଂସୀ ଅସ୍ତ୍ର ପ୍ରୟୋଗ କରିବ ତେବେ ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଆଉ ଚୁପ ରହିବେନି । ଆମର ଧର୍ଯ୍ୟର ପରୀକ୍ଷା ନିଅନ୍ତୁନାହିଁ ପୁଟିନ।

ଆକ୍ରମଣକୁ ନିନ୍ଦା କରିନାହିଁ ଭାରତ:

କ୍ୱାଡର ଭାରତ ହେଉଛି ଏକମାତ୍ର ସଦସ୍ୟ ଯିଏ ଋଷର ୟୁକ୍ରେନ ଉପରେ ଆକ୍ରମଣକୁ ନିନ୍ଦା କରିନାହିଁ। ଭାରତ ବ୍ୟତୀତ କ୍ୱାଡର ସମସ୍ତ ସଦସ୍ୟ ଦେଶ ଋଷ ଉପରେ କିଛି ନା କିଛି ବାସନ୍ଦ ଓ  କଟକଣା ଲଗାଇଛନ୍ତି। କେବଳ ଏତିକି ନୁହେଁ, ୟୁକ୍ରେନ ସଙ୍କଟ ଉପରେ ମିଳିତ ଜାତିସଂଘରେ ଗୁରୁତ୍ୱପୂର୍ଣ୍ଣ ଭୋଟିଂରେ ମଧ୍ୟ ଭାରତ ଅଂଶଗ୍ରହଣ କରିନାହିଁ। ଭାରତ କେହଳ ହିଂସାକୁ ତୁରନ୍ତ ବନ୍ଦ କରିବାକୁ ଏବଂ ଆଲୋଚନାକୁ ଫେରିବାକୁ ଆହ୍ୱାନ ଦେଇଛି।

ଭାରତଠୁ କ’ଣ ଚାହେଁ ଆମେରିକା?

ଋଷକୁ ଉଚିତ ଶିକ୍ଷା ଦେବା ପାଇଁ ଆମେରିକା ସମେତ ଅନେକ ଦେଶ ଏହା ଉପରେ କିଛି ପ୍ରତିବନ୍ଧକ ଲଗାଇଛନ୍ତି। ଆମେରିକା ଚାହୁଁଛି ଯେ ସମସ୍ତ ଦେଶ ସେହି ପ୍ରତିବନ୍ଧକକୁ ସମର୍ଥନ କରନ୍ତୁ। ବାଇଡେନ ଏହା ମଧ୍ୟ ଚାହୁଁଛନ୍ତି ଯେ ଏହି ପ୍ରସଙ୍ଗରେ ଭାରତ ଖୋଲାଖୋଲି ଭାବେ ରୁଷକୁ ସମାଲୋଚନା କରୁ। ଭାରତ କିନ୍ତୁ ନଜର ରଣନୈତିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏପରି କରିବାକୁ ଆଗ୍ରହ ଦେଖାଉ ନାହିଁ। ଯାହାକି ବାଇଡେନ ଗ୍ରହଣ କରିପାରୁ ନାହାଁନ୍ତି।

ଆମେରିକାର ନ୍ୟୁ ଓର୍ଲିୟନସ୍‌ରେ ଭୟଙ୍କର ଘୂର୍ଣ୍ଣିଝଡ଼, ଭାଙ୍ଗିଲା ହଜାର ହଜାର ଘର

ଓ୍ୱାଶିଂଟନ: ଆମେରିକାର ନ୍ୟୁ ଓର୍ଲିୟନସରେ ଭୟଙ୍କର ଘୂର୍ଣ୍ଣିଝଡ଼ । ଭୟଙ୍କର ଘୂର୍ଣ୍ଣିଝଡ଼ରେ ଧ୍ୱସ୍ତବିଧ୍ୱସ୍ତ ହୋଇଛି ସହର । ହଜାର ହଜାର ଘର ଭାଙ୍ଗିରୁଜି ଯାଇଥିବାବାବେଳେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି । ପ୍ରବଳ ଝଡ଼ବାତ୍ୟାରେ ଅନେକ କାର୍ ଓଲଟି ପଡ଼ିଥିବା ପରିଲକ୍ଷିତ ହୋଇଛି । ଗତ ୨୦୦୫ରେ ହରିକେନ କାଟ୍ରିନା ନ୍ୟୁ ଓର୍ଲିୟନସକୁ ଧ୍ୱସ୍ତବିଧ୍ୱସ୍ତ କରିଥିଲା । କେବଳ ନ୍ୟୁ ଓର୍ଲିୟନସରେ ନୁହେଁ ଟେକ୍ସାସ, ଓକଲହୋମାରେ ମଧ୍ୟ ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ । ବିଭିନ୍ନ ସ୍ଥାନରେ ଘର ଭୁଶୁଡ଼ି ପଡ଼ିବା ଯୋଗୁ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଲୁଇସିଆନା ଗଭର୍ଣ୍ଣର ଜେନ ବେଲ ଏଡଓ୍ୱାର୍ଡସ ସ୍ଥିତି ସମୀକ୍ଷା କରିଛନ୍ତି । ଏହି ସବୁ ଉଦ୍ଧାର କାର୍ଯ୍ୟକୁ ତ୍ୱାରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଗତ ମଙ୍ଗଳବାର ଦକ୍ଷିଣାଞ୍ଚଳ ଆମେରିକାର ବିଭିନ୍ନ ସହରରେ ଘୂର୍ଣ୍ଣିଝଡ଼ ତାଣ୍ଡବ ରଚିଥିଲା । ଲୁଇସିଆନା, ମିସିସିପି, ଆଲବାମାରେ ବି ବ୍ୟାପକ କ୍ଷତି ଘଟିଛି । ଡଲାସରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଜେଲରେ ବିବାହ କରିବେ ୱିକିଲିକ୍ସର ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜ

ଲଣ୍ଡନ: ବାହାହେବେ ୱିକିଲିକ୍ସର ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜ । ଦୀର୍ଘଦିନର ବାନ୍ଧବୀ ଷ୍ଟେଲା ମୋରିସଙ୍କୁ ଲଣ୍ଡନର ଏକ ହାଇସିକ୍ୟୁରିଟି ଜେଲରେ ବାହା ହେବେ ଆସେଞ୍ଜ । ଏହି ଉତ୍ସବରେ ୪ଜଣ ଅତିଥି, ଦୁଇ ଜଣ ସରକାରୀ ସାକ୍ଷୀ, ଦୁଇ ଜଣ ସିକ୍ୟୁରିଟି ଗାର୍ଡ ଯୋଗଦେବେ । ଆମେରିକାର ବହୁ ଗୁଇନ୍ଦା ତଥ୍ୟ ରେକର୍ଡ ଓ ଗୋପନୀୟ କୂଟନୈତିକ କେବଲ ଲିକ୍ ଅଭିଯୋଗରେ ଆମେରିକା ଲାଗି ସେ ଓ୍ବାଣ୍ଟେଡ ଘୋଷିତ ହୋଇଛନ୍ତି ।

୫୦ ବର୍ଷ ବୟସ୍କ ଆସେଞ୍ଜ ଲଣ୍ଡନର ବେଲମାର୍ସ କାରାଗାରରେ ୨୦୧୯ରୁ ବନ୍ଦୀ ହୋଇ ରହିଛନ୍ତି ।  ଆସେଞ୍ଜ ଓ ମୋରିସଙ୍କ ମଧ୍ୟରେ ୨୦୧୧ରେ ସାକ୍ଷାତ ହୋଇଥିବାବେଳେ ୨୦୧୫ରେ ସେମାନଙ୍କ ସମ୍ପର୍କ ଗଢ଼ିଉଠିଥିଲା । ସେମାନଙ୍କର ଦୁଇ ଜଣ ସନ୍ତାନ ମଧ୍ୟ ରହିଛନ୍ତି । ତେବେ ସେମାନେ ବିବାହ କରି ନଥିଲେ ।

ତେବେ ଆସେଞ୍ଜ ଲଣ୍ଡନର ବେଲମାର୍ସ କାରାଗାରରେ ୨୦୧୯ରୁ ବନ୍ଦୀ ହୋଇ ରହିଛନ୍ତି । ତଥ୍ୟ ଲିକ୍ ଅଭିଯୋଗ କ୍ରମେ ବ୍ରିଟେନରେ ଆସେଞ୍ଜଙ୍କୁ ଗିରଫ କରାଯିବା ପରେ ସେ ଜେଲରେ ରହିଛନ୍ତି । ସେପଟେ ଆମେରିକା ହାତରେ ପ୍ରତ୍ୟର୍ପଣ କରିବା ନିଷ୍ପତ୍ତି ବିରୋଧରେ ବ୍ରିଟେନ ସୁପ୍ରିମ କୋର୍ଟରେ ଆବେଦନ କରିବା ଲାଗି ଆସେଞ୍ଜଙ୍କୁ ଅନୁମତି ଦିଆଯାଇ ନାହିଁ ।

ଆସନ୍ତା ମାର୍ଚ୍ଚ ୩୧ରୁ ଦେଶରୁ ହଟିବ କୋଭିଡ କଟକଣା, ମାସ୍କ ଓ ସାମାଜିକ ଦୂରତା ନିୟମ ରହିବ ବଳବତ୍ତର

ନୂଆଦିଲ୍ଲୀ: ଦୀର୍ଘ ଦୁଇ ବର୍ଷ ଧରି ସାରା ବିଶ୍ୱକୁ କଲବଲ କରୁଛି କରୋନା ମହାମାରୀ । ପ୍ରାୟ ଦୁଇ ବର୍ଷ ଦେଶରେ କରୋନା ଦ୍ରୁତ ଗତରେ ବୃଦ୍ଧି ପାଇବା ପରେ ଏବେ ଦେଶରେ କରୋନାର ଦୈନିକ ସଂକ୍ରମଣ ହ୍ରାସ ପାଉଛି । ଦେଶରେ ଦୈନିକ ସଂକ୍ରମଣ କମିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଦେଶରୁ କୋଭିଡ କଟକଣା ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାର । ସାରା ଦେଶରେ ଲାଗୁ ହୋଇଥିବା ମହାମାରୀ ଆଇନକୁ ପ୍ରତ୍ୟାହାର କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ ଏବେବି ସ୍ବାସ୍ଥ୍ୟ ମନ୍ତ୍ରାଳୟର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜର୍ସ -ଏସଓପି ଜାରି ରହିବ ।

କେନ୍ଦ୍ର ସରକାର ଏପ୍ରିଲ ପହିଲାରୁ କୋଭିଡ ମୁକାବିଲା ସଂପର୍କିତ ସ୍ବତନ୍ତ୍ର କଟକଣା ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି  । ତେବେ, ସ୍ବାସ୍ଥ୍ୟ ମନ୍ତ୍ରାଳୟର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜର୍ସ -ଏସଓପି ଜାରି ରହିବ  । କୋଭିଡ ମୁକାବିଲା ପାଇଁ କେନ୍ଦ୍ର ସରକାର ୨୦୨୦ ମସିହା ମାର୍ଚ୍ଚ ୨୪ ତାରିଖରେ ବିପଯ୍ୟୟ ପରିଚାଳନା ଅଧିନିୟମ ଅନ୍ତର୍ଗତ ଏକାଧିକ କଟକଣା ଜାରି କରିଥିଲେ  । ସେସବୁ କଟକଣାର ଅବଧି ମାର୍ଚ୍ଚ ୩୧ ତାରିଖରେ ଶେଷ ହେଉଛି  । ପ୍ରାୟ ଦୁଇ ବର୍ଷ ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ କୋଭିଡ ମୁକାବିଲା ସଂପର୍କିତ କଟକଣା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି  । ଜାତୀୟ ବିପଯ୍ୟୟ ପରିଚାଳନା ପ୍ରାଧିକରଣର ସୁପାରିସ ପରେ କେନ୍ଦ୍ର ସରକାର କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି  ।

ଦେଶରେ କରୋନା କଟକଣା ପ୍ରତ୍ୟାହାର ନେଇ ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ । ଆଗକୁ କୋଭିଡ ସ୍ଥିତି ଦେଖି ସମ୍ପୃକ୍ତ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କ ନିକଟକୁ ପଠାଯାଇଥିବା ଚିଠିରେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା କହିଛନ୍ତି ଯେ ଗତ ୨୪ ମାସ ମଧ୍ୟରେ ମହାମାରୀ ପରିଚାଳନା ପାଇଁ ବିଭିନ୍ନ ଦକ୍ଷତା ବିକାଶ କରାଯାଇଛି । ଏଥିମଧ୍ୟରେ ପରୀକ୍ଷା, ନୀରିକ୍ଷଣ, ଯୋଗାଯୋଗ ଅନୁସନ୍ଧାନ, ଚିକିତ୍ସା, ଟୀକାକରଣ, ଡାକ୍ତରଖାନାର ବିକାଶ ଅନ୍ତର୍ଭୁକ୍ତ । ଏହା ସହିତ ସାଧାରଣ ଲୋକଙ୍କ ମଧ୍ୟରେ କୋଭିଡ ବିଷୟରେ ସଚେତନତା ମଧ୍ୟ ବୃଦ୍ଧି ପାଇଛି । ତେବେ ମାସ୍କ ପିନ୍ଧିବା ସହ ହାତ ଧୋଇବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଗୃହ ସଚିବ । ୨୦୨୦ ମାର୍ଚ୍ଚ ୨୪ରେ ଲାଗୁ ହୋଇଥିଲା ଦେଶରେ ମହାମାରୀ ଆଇନ ।

 

ପଶ୍ଚିମବଙ୍ଗରେ ୮ଜଣଙ୍କୁ ଜୀବନ୍ତ ଦଗ୍ଧ ଘଟଣାରେ କଲିକତା ହାଇକୋର୍ଟଙ୍କ ହସ୍ତକ୍ଷେପ

କୋଲକାତା: ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲାରେ ଘଟିଥିବା ହିଂସାକାଣ୍ଡ ଘଟଣାରେ କଲିକତା ହାଇକୋର୍ଟଙ୍କ ହସ୍ତକ୍ଷେପ । ଆଜି ହେବ ଶୁଣାଣି । ରାମପୁରହାଟରେ ଘଟିଥିବା ହିଂସା ଘଟଣାରେ ୮ ଜଣ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ତୃଣମୂଳ କଂଗ୍ରେସ ନେତା ଭାଦୁ ଶେଖଙ୍କ ହତ୍ୟା ପରେ ଏହି ହିଂସାକାଣ୍ଡ ଘଟିବା ସହ ୮ଜଣଙ୍କୁ ଜିଅନ୍ତା ଜାଳି ଦିଆଯାଇଥିଲା ।

ତେବେ ଏହି ଘଟଣାରେ ହାଇକୋର୍ଟ ନିଜ ଆଡୁ ମାମଲାକୁ ରୁଜୁ କରି ବିଚାର କରିବା ଲାଗି ନିଷ୍ପତ୍ତି ନେଇଥିଲେ । ଏହି ଘଟଣାରେ ୨୦ ଜଣଙ୍କୁ ଗିରଫ କରାଯାଇଛି । ଗତକାଲି ବଡ଼ସାଲ ଗ୍ରାମ ଉପ-ପଞ୍ଚାୟତ ପ୍ରଧାନ ଭାଦୁ ଶେଖ ତାଙ୍କ ଘର ନିକଟ ଏକ ଦୋକାନରେ ଚା’ ପିଉ ଥିବା ବେଳେ ଦୁଇଟି ମୋଟର ସାଇକେଲରେ ୪ ଜଣ ଦୁର୍ବୃତ୍ତ ଅଚାନକ ଆସି ବୋମାମାଡ଼ କରିଥିଲେ । ଫଳରେ ଘଟଣାସ୍ଥଳରେ ଭାଦୁ ଶେଖଙ୍କ ମୃତ୍ୟୁ ହୋଇଥିଲା । ଘଟଣାରେ ଉତ୍ତ୍ୟକ୍ତ ହୋଇ ମୃତ ଉପ-ପଞ୍ଚାୟତ ପ୍ରଧାନଙ୍କ ସମର୍ଥକମାନେ ଗାଁରେ ଅନ୍ୟମାନଙ୍କ ଘର ପୋଡ଼ି ଦେଇଥିଲେ ।

 

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା, ଭୁବନେଶ୍ୱରରୁ ମିଳିଲା ଶର୍ମିଷ୍ଠାଙ୍କ କାର

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା । ମିଳିଲା ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଶର୍ମିଷ୍ଠାଙ୍କ କାର । ଭୁବନେଶ୍ୱରରୁ ମିଳିଲା ଶର୍ମିଷ୍ଠାର କାର । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍କାଏ ଟାଓ୍ୱାର ଆପାର୍ଟମେଣ୍ଟରୁ ମିଳିଲା ଶର୍ମିଷ୍ଠା ରାଉତଙ୍କ କାର । ମାନସ ସ୍ୱାଇଁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଅଟେ ଶର୍ମିଷ୍ଠା ରାଉତ । ସ୍କାଏ ଟାଓ୍ୱାର ଆପାର୍ଟମେଣ୍ଟ ଗ୍ୟାରେଜରୁ ଶର୍ମିଷ୍ଠାର କାର୍ ମିଳିଛି । ଏହି ଗାଡି ହ୍ୟୁଣ୍ଡାଇର ଅଟେ ଯାହାର ନମ୍ବର OD02BA6599 । ତେବେ ମାନସକୁ ଅପହରଣ କରିବାରେ ଏହି ଗାଡି ବ୍ୟବହାର ହୋଇଥିବା ସନ୍ଦେହ କରାଯାଉଛି । ଗାଡି ମିଳିବା ପରେ ଏହାକୁ ଯାଞ୍ଚ କରିବା ଭୁବନେଶ୍ୱର ଆସୁଛି ଚାନ୍ଦବାଲି ପୋଲିସର ଏକ ସ୍ପେଶାଲ ଟିମ୍ ।

ତେବେ ଏହି କାର ମିଳିବା ପରେ ସେହି ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ ଦେଇଛନ୍ତି ବିସ୍ଫୋରକ ବୟାନ । ସେ କହିଛନ୍ତି, ଅବସରପ୍ରାପ୍ତ ଓଆଇଏଶ ଅଧିକାରୀ ନିରଂଜନ ସେଠୀ ସେଠାକୁ ବାରମ୍ବାର ଆସୁଥିଲେ । କିନ୍ତୁ ସେ ରେଜିଷ୍ଟରରେ ସ୍ବାକ୍ଷର କରୁନଥିଲେ । ସଂପୂର୍ଣ୍ଣ ଅଫିସର ସେ ଚେୟାରମ୍ୟାନ ତେଣୁ ତାଙ୍କର ସ୍ବାକ୍ଷର ଦରକାର ନାହିଁ ବୋଲି ଶର୍ମିଷ୍ଠା ତାଗିଦ କରିଥିଲେ ବୋଲି କହିଛନ୍ତି ସିକ୍ୟୁରିଟି ଗାର୍ଡ ।

ସୂଚନା ଅନୁସାରେ ମାନସ ସ୍ୱାଇଁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଅଟେ । କିନ୍ତୁ ଏପର୍ଯ୍ୟନ୍ତ ପୋଲିସ ଶର୍ମିଷ୍ଠାର ଟେର ପାଇନି । ଏବେ ବି ଫେରାର ରହିଛି ଶର୍ମଷ୍ଠା । ଏହି ହତ୍ୟାକାଣ୍ଡ ମାମଲାରେ ଗତକାଲି ପୋଲିୀସ ଶର୍ମିଷ୍ଠାର ଭାଇ ପରମେଶ୍ୱର ରାଉତକୁ ବିଜୟଓ୍ୱାଡାରୁ ଗିରଫ କରିଛି । ବିଜୟଓ୍ୱାଡାରୁ ଗିରଫ ପରେ ଆଜି ପରମେଶ୍ୱରକୁ ଓଡ଼ିଶାକୁ ଆଣୁଛି । ଭଉଣୀ ଶର୍ମିଷ୍ଠାକୁ ଫେରାର କରିବାକୁ ପ୍ଲାନ କରିଥିଲା ପରମେଶ୍ବର । ଭାଇଭଉଣୀଙ୍କ ମଧ୍ୟରେ ଟଙ୍କା କାରବାର ହୋଇଥିବା କଥା ମଧ୍ୟ ପୋଲିସ ପ୍ରମାଣ ପାଇଛି  । ହେଲେ ଶର୍ମିଷ୍ଠା ବିଜୟଓ୍ବାଡାରେ ନାହାନ୍ତି ବୋଲି ପୋଲିସ କହିଛି  । ତେବେ ଶର୍ମିଷ୍ଠା ଏବେ କେଉଁଠି ପରମେଶ୍ବରଠୁ ଠିକଣା ବାହାର କରିବାକୁ ଉଦ୍ୟମ କରୁଛି ପୋଲିସ ।

ଦେଶର ସହରାଞ୍ଚଳରୁ କମିଲା ବେକାରୀ ହାର

ନୂଆଦିଲ୍ଲୀ: ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ମଙ୍ଗଳବାର ଦିନ ଏକ ସର୍ଭେର ରିପୋର୍ଟ ଜାରି କରିଛନ୍ତି । ଏହି ରିପୋର୍ଟ ଅନୁସାରେ ପୂର୍ବ ବର୍ଷ ୨୦୨୧ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ବେରୋଜଗାରୀ ହାର ହ୍ରାସ ପାଇଛି । ଦେଶର ସହରାଞ୍ଚଳରେ ୧୫ବର୍ଷ ବା ତାଠାରୁ ଅଧିକ ବୟସର ବ୍ୟକ୍ତିଙ୍କ ପାଇଁ ବେରୋଜଗାରୀ ହାର ଜୁଲାଇ-ସେପ୍ଟେମ୍ବର ସୁଦ୍ଧା ହ୍ରାସ ପାଇ ୯.୮ ପ୍ରତିଶତ ରହିଛି । ଯାହା ପୂର୍ବରୁ ୧୩.୨ ପ୍ରତିଶତ ଥିଲା ।

ଏନଏସଓ ଦ୍ୱାରା ମଙ୍ଗଳବାର ଦିନ ଜାରି କରାଯାଇଥିବା ଶ୍ରମବଳ ସର୍ବେକ୍ଷଣରୁ ଏହି ସୂଚନା ମିଳିଛି । ବେରୋଜଗାରୀ ହାର ଅର୍ଥାତ୍ ବେକାରୀ ହାରକୁ ଶ୍ରମବଳରେ ବେରୋଜଗାରୀ ବ୍ୟକ୍ତିମାନଙ୍କର ପ୍ରତିଶତ ମାଧ୍ୟମରେ ଗଣାଯାଇଛି । ସାରା ଦେଶରେ ଲାଗିଥିବା ଲକଡାଉନ କାରଣରୁ ବେକାରୀ ହାର ୨୦୨୦ରେ ସବୁଠାରୁ ଅଧିକ ଥିଲା  ।

ସେହିପରି ମହିଳା ବେକାରୀଙ୍କ ହାର ମଧ୍ୟ ହ୍ରାସ ପାଇଛି । ଏହା  ଜୁଲାଇ-ସେପ୍ଟେମ୍ବର ସୁଦ୍ଧା ହ୍ରାସ ପାଇ ୧୧.୬ ପ୍ରତିଶତ ରହିଯାଇଛି । ଯାହା ପୂର୍ବରୁ ୧୫.୮ ପ୍ରତିଶତ ଥିଲା । ଏବଂ ୨୦୨୧ ଏପ୍ରିଲ-ଜୁନ ସୁଧା  ମହିଳା ବେକାରୀଙ୍କ ହାର ୧୪.୩ ପ୍ରତିଶତ ଥିଲା ।  

 ଦେଶରେ ବେରୋଜଗାରୀ ହାରକୁ ନେଇ ବିରୋଧି ଦଳ ସବୁବେଳେ କେନ୍ଦ୍ରକୁ ଘେରିଛି । ଏବଂ ନିକଟରେ ୫ଟି ରାଜ୍ୟରେ ହୋଇଥିବା ନିର୍ବାଚନ ସମୟରେ ବିଭିନ୍ନ ଦଳ ବେକାରୀ ପ୍ରସଙ୍ଗକୁ ଉଠାଇଥିଲେ । ଯଦିଓ NSO ଏହି ସର୍ଭେ ଜୁଲାଇରୁ ସେପ୍ଟେମ୍ବର ଅର୍ଥାତ୍ ୩ମାସର ତଥାପି ଏହି ଖବରକୁ ସକାରାତ୍ମକ ଦୃଷ୍ଟି କୋଣରୁ ଦେଖାଯାଉଛି ।

ସଂସଦ ଟିଭି ଢ଼ାଞ୍ଚାରେ ଓଡ଼ିଶାରେ ହେବ ବିଧାନସଭା ଟିଭି

ଭୁବନେଶ୍ୱର: ଏପ୍ରିଲ୍ ୧ ଅର୍ଥାତ ଉତ୍କଳ ଦିବସରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭା ଟିଭି ଚ୍ୟାନେଲ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏବେ ଓଡ଼ିଶା ବିଧାନସଭା ସମାଚାର ୟୁ ଟ୍ୟୁବ ଚ୍ୟାନେଲ ଅଛି ।  ବିଜୁ ଜୟନ୍ତୀରୁ ୟୁ ଟ୍ୟୁବ ଚ୍ୟାନେଲର ଶୁଭାରମ୍ଭ ହୋଇଥିଲା । ବିଧାନସଭା ଟିଭି ପାଇଁ ବିଧାନସଭା ପରିସରରେ ଷ୍ଟୁଡିଓ ତିଆରି ହେଉଛି । ଏହି ଚ୍ୟାନେଲରେ ବିଧାନସଭା ସଂପର୍କିତ ଖବର ପ୍ରସାରଣ କରାଯିବ ବୋଲି କହିଛନ୍ତି ବାଚସ୍ପତି ।

ସେହିପରି ଏପ୍ରିଲ ୧ରୁ ମଧ୍ୟ ବିଧାନସଭା ପତ୍ରିକା ନାମକ ଏକ ମାସିକ ପତ୍ରିକା ପ୍ରକାଶ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସେପଟେ ଆସନ୍ତା ୨୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭାର ବଜେଟ ଅଧିବେଶନ । ଏଥିପାଇଁ ଆଜିଠାରୁ ବିଧାନସଭା ପରିସରରେ ଆରମ୍ଭ ହୋଇଛି କୋଭିଡ ଆରଟିପିସିଆର ଟେଷ୍ଟ । ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିଙ୍କର ମଧ୍ୟ କୋଭିଡ ଟେଷ୍ଟ ହେଉଛି । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ ବିଧାନସଭା ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ଦିଲ୍ଲୀକୁ ଦୋହଲାଇବାକୁ ଧମକ୍ ପୂର୍ଣ୍ଣ ଇ-ମେଲ ଆସିବାପରେ ଆର୍ଲଟ ଜାରି କଲା ପୋଲିସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ‌ ଆଶଙ୍କା । ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ହାଇଆଲର୍ଟରେ ଦିଲ୍ଲୀ ପୋଲିସ । ଆତଙ୍କୀ ହମଲା ନେଇ ୟୁପି ପୋଲିସକୁ ମିଳିଛି ଗୁଇନ୍ଦା ରିପୋର୍ଟ । ଗୁଇନ୍ଦା ରିପୋର୍ଟ ଆଧାରରେ ଆଲର୍ଟରେ ରହିଛି ସୁରକ୍ଷା ଏଜେନ୍ସି । ଆତଙ୍କୀ ସଂଗଠନ ତେହରିକ-ଏ-ତାଲିବାନ ପକ୍ଷରୁ ହମଲା ଆଶଙ୍କା ଥିବା କୁହାଯାଉଛି ।  ତେଣୁ ବିଭିନ୍ନ ସ୍ଥାନରେ ଗାଡ଼ି ଅଟକାଇ ଚେକିଂ କରାଯାଉଛି ।

ଏହାକୁ ନେଇ ମଙ୍ଗଳବାର ରାତିରୁ ଦିଲ୍ଲୀର ସରୋଜିନୀ ନଗର ମାର୍କେଟ ସହ ଅନ୍ୟ କେତେକ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ତେହରିକ-ଏ-ତାଲିବାନ ନାଁରେ କିଛି ଲୋକଙ୍କୁ ଧମକ ପୂର୍ଣ୍ଣ ଇମେଲ ମିଳିଥିଲା ଯେଉଁଥିରେ ଦିଲ୍ଲୀରେ ବିସ୍ଫୋରଣ ହେବା ନେଇ କୁହାଯାଇଛି । ତେବେ ଏସମ୍ପର୍କରେ ଲୋକମାନେ ଉତ୍ତରପ୍ରଦେଶ ପୋଲିସକୁ ଧମକ ପୂର୍ଣ୍ଣ ଇମେଲ ବିଷୟରେ ଜଣାଇଥିଲେ ।

ଆର୍ଲଟ ପରେ ସରୋଜିନି ମାର୍କେଟରେ ଘଣ୍ଟାଏ ଧରି ଚାଲିଥିଲା ସର୍ଚ୍ଚ ଅପରେସନ । କେବଳ ସରୋଜିନି ମାର୍କେଟ ନୁହେଁ ଦିଲ୍ଲୀର ଅନେକ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ମଧ୍ୟ ସୁରକ୍ଷାକୁ ବଢାଇ ଦିଆଯାଇଛି ।  ସେହିପରି ଦିଲ୍ଲୀ ପୋଲିସ ଆଜି ସରୋଜିନି ମାର୍କେଟ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ନେଇଛି ।

ତେବେ କେବଳ ଦିଲ୍ଲୀ ନୁହେଁ ଉତ୍ତରପ୍ରଦେଶରେ ମଧ୍ୟ ସୁରକ୍ଷା ବଢାଇ ଦିଆଯାଇଛି । କାରଣ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ଏହି ଧମକ ପୂର୍ଣ୍ଣ ମେଲ କରିଥିବା ବ୍ୟକ୍ତି ତେହରିକ-ଏ-ତାଲିବାନ ସହ ଜଡ଼ିତ ଅଛି । ତେଣୁ ଯଦିବା ଦିଲ୍ଲୀକୁ ନେଇ ଧମକ ଦିଆଯାଇଛି ତଥାପି ଉତ୍ତପ ପ୍ରଦେଶକୁ ମଧ୍ୟ ଆର୍ଲଟ ରଖାଯାଇଛି । ତେବେ ଏହି ମେଲ ପଠାଇଥିବା ବ୍ୟକ୍ତିଙ୍କୁ ଖୋଜି ବାହାର କରିବାଡକୁ ପ୍ରୟାସ ଚାଲିଛି ।