ସ୍କୁଲ ରୂପାନ୍ତର ପରେ କେମିତି ଚାଲିଛି ପାଠପଢ଼ା, ଆଜି ସମୀକ୍ଷା କରିବେ 5T ସଚିବ

1 min read

କେନ୍ଦୁଝର: ବଦଳିଛି ସ୍କୁଲ, ହାଇଟେକ୍ ହୋଇଛି କ୍ଲାସରୁମ୍ । ସ୍କୁଲ ରୂପାନ୍ତର ପରେ କେମିତି ଚାଲିଛି ପାଠପଢ଼ା । ଆଜି କେନ୍ଦୁଝର ବାସୁଦେବପୁର ବାଳିକା ଉଚ୍ଚବିଦ୍ୟାଳୟରେ ସମୀକ୍ଷା କରିବେ 5T ସଚିବ ଭି.କେ. ପାଣ୍ଡିଆନ । ଆଜି ୧୦ ଟା ୨୫ରେ ସ୍କୁଲରେ ପହଞ୍ଚି ଭିତ୍ତିଭୂମି ବୁଲି ଦେଖିବା ସହ ପିଲାଙ୍କ ସହ ଆଲୋଚନା କରିବେ । 5T ସ୍କୁଲ ରୂପାନ୍ତରଣ ପରେ ସ୍ମାର୍ଟ କ୍ଲାସରୁମରେ ପାଠ ପଢ଼ୁଛନ୍ତି ପିଲା । ଇ-କ୍ଲାସରୁମ୍ ଓ ଅତ୍ୟାଧୁନିକ ଲାଇବ୍ରେରୀରେ ପାଠପଢ଼ା ଆଗ୍ରହ ବଢ଼ାଇଛି । ସ୍କୁଲ ରୂପାନ୍ତରଣ ନେଇ ପିଲାଙ୍କ ଅନୁଭୁତି ଶୁଣିବେ 5T ସଚିବ । ପିଲାଙ୍କ ସହ ଭୋଜନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ପ୍ରଥମ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ପର୍ବ ଗଞ୍ଜାମ ହିଞ୍ଜିଳିକାଟୁରୁ ଆରମ୍ଭ ହୋଇ ଯାଜପୁରରେ ଶେଷ ହୋଇଥିଲା । ଏଥିରେ ସାରା ରାଜ୍ୟରେ ୧୦୭୮ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ ହୋଇଛି ।