ନନ୍ଦିଘୋଷ ବ୍ୟୁରୋ: ନୟାଗଡ଼ରେ ସେକ୍ସ ରାକେଟ ଠାବ। ହୋଟେଲରେ ଦେହ ବ୍ୟବସାୟ କରିବା ଅଭିଯୋଗରେ ହୋଟେଲ ମାଲିକକୁ ଗିରଫ କରାଯାଇଛି। ଏହାସହ ଜଣେ ଦେହଜୀବୀକୁ ଥାନାରେ ଅଟକ ରଖିଛି ପୋଲିସ। ହୋଟେଲରେ ଚଢ଼ାଉ ବେଳେ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଇଟାମାଟି ଥାନା ଅଞ୍ଚଳରେ ଥିବା ହୋଟେଲ ଓ ଲଜରେ ଦେହ ବ୍ୟବସାୟ ହେଉଥିବା ନେଇ ଅଭିଯୋଗ ହେଉଥିଲା। ନୟାଗଡ଼ ଏସଡିପିଓଙ୍କ ତତ୍ବାବଧାନରେ ନୟାଗଡ଼ ସଦର ଥାନା ଓ ଇଟାମାଟି ଥାନା ପାଲିସ ମିଳିତ ଭାବେ ହୋଟେଲରେ ରେଡ୍ କରିଥିଲେ। ରେଡ୍ ବେଳେ ଇଟାମାଟି ଅଞ୍ଚଳର ପ୍ରତାପ ପ୍ରସାଦ ନିକଟରେ ଥିବା ଦୀପକ ହୋଟେଲ ଆଣ୍ଡ ଲଜରୁ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଥିଲା।
ବଲାଙ୍ଗୀରରେ ଆୟୁଷ ଡାକ୍ତରଙ୍କ ଅହୋରାତ୍ର ଧାରଣା
ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀରରେ ଆୟୁଷ ଡାକ୍ତରଙ୍କ ଅହୋରାତ୍ର ଧାରଣା । ୮ ଦଫା ଦାବି ନେଇ ଆନ୍ଦୋଳନକୁ ଜୋରଦାର କରିଛି ସଂଘ। ଆଗରୁ ୧୫ ଦିନ ଧରି କଳାବ୍ୟାଜ୍ ପରିଧାନ କରିବା ସହ ୭ ଦିନ ହେଲା ଡାକ୍ତରୀ ଛାତ୍ରଛାତ୍ରୀ ବଲାଙ୍ଗୀର ଆୟୁର୍ବେଦିକ କଲେଜ ସମ୍ମୁଖରେ ତାଲା ବନ୍ଦ ଆନ୍ଦୋଳନ କରି ଧାରଣା ଦେଇଥିଲେ। କିନ୍ତୁ ସରକାର ସେମାନଙ୍କ ଦାବି ନ ଶୁଣିବାରୁ ଅହୋରାତ୍ର ଧାରଣାରେ ବସିଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ। ପୂର୍ବରୁ ଏନେଇ ଜିଲ୍ଲା ପ୍ରଶାସନ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛି ଆୟୁଷ୍ମ ଡାକ୍ତରୀ ସଂଘ। ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ୍ ମହାଲିଙ୍ଗ ବିରୋଧୀ ଦଳରେ ଥିବା ବେଳେ ଆୟୁର୍ବେଦିକ କଲେଜକୁ ଆସି ତାଙ୍କର ଦାବୀ ଯୁକ୍ତିଯୁକ୍ତ ବୋଲି କହିଥିଲେ। କିନ୍ତୁ ସରକାରକୁ ଆସିବା ପରେ ଏବେ ଚୁପ୍। ତାହାକୁ ନିନ୍ଦା କରି ଶୀତ ରାତିରେ ଶହଶହ ଛାତ୍ରଛାତ୍ରୀ ଅହରାତ୍ର ଧାରଣାରେ ବସିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ବଲାଙ୍ଗୀର ଆସୁଛନ୍ତି ବାହାଘର ଭୋଜି ଖାଇ ଯାଉଛନ୍ତି। କିନ୍ତୁ ସେହି ରାସ୍ତାରେ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି, ସେମାନଙ୍କ ଆଲୋଚନା ବି କରୁ ନାହାନ୍ତି। ଏହାକୁ ନେଇ ବହୁତ କ୍ଷୁବଧ ହୋଇଛି ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଗଠନ।
ଆଜିଠୁ ୩୬ତମ କୋଣାର୍କ ଉତ୍ସବ
ନନ୍ଦିଘୋଷ ବ୍ୟୁରୋ: ଉତ୍ସବ ମୁଖର ଅର୍କକ୍ଷେତ୍ର କୋଣାର୍କ । ଆଜିଠୁ ୫ ଦିନ ବ୍ୟାପୀ ଆରମ୍ଭ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ୩୬ତମ କୋଣାର୍କ ଉତ୍ସବ । ଚନ୍ଦ୍ରଭାଗା ବେଳାଭୂମିରେ ବି ଆରମ୍ଭ ହେବ ୧୫ତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ । ସୂର୍ଯ୍ୟ ମନ୍ଦିର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚର ମଞ୍ଚ, ତୋରଣ, ଆଲୋକ ସହ ଚନ୍ଦ୍ରଭାଗାରେ ବ୍ଯାରିକେଡ ନିର୍ମାଣ କରାଯାଇଛି । ସୁରକ୍ଷା ପାଇଁ ସିସିଟିଭି, କଳାକାରଙ୍କ ରହଣୀ ଓ ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ଯବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ଆଜିଠୁ ୭ ଯାଏଁ ଚନ୍ଦ୍ରଭାଗା ଠାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଅନୁଷ୍ଠିତ ହେବ । ଦେଶ ବିଦେଶର କଳାକାରଙ୍କ ଦ୍ୱାର ଓଡିଶୀ, ଭାରତ ନାଟ୍ୟମ, କୁଚିପୁଡ଼ି, କଥକଲି, ମଣିପୁରୀ ଓ କଥକ ନୃତ୍ୟ ଶୀତୁଆ ସନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିବ । ୧୯୮୭ ଅକ୍ଟୋବର ୧୦ ରେ ସ୍ଥାପନ ହୋଇଥିଲା କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚର ଭିତ୍ତି ପ୍ରସ୍ତର । ୧୯୮୯ ଫେବୃଆରୀ ୨୫ରେ ଏହା ଉଦୁଘାଟିତ ହୋଇଥିଲା । ସେହି ବର୍ଷ ଡିସେମ୍ବର ୧ ରୁ ୫ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ନୃତ୍ୟ ଓ ସଙ୍ଗୀତ ମହାକୁମ୍ଭ କୋଣାର୍କ ଉତ୍ସବ । ଏହା ସହିତ ୨୦୧୦ ରୁ ଚନ୍ଦ୍ରଭାଗା ବେଳାଭୂମିରେ ଆନ୍ତ୍ରଜାତୀୟ ବାଲୁକା କଳା ଉତ୍ସବ ଯୋଡି ହୋଇଛି । ଚଳିତବର୍ଷ ଚନ୍ଦ୍ରଭାଗାର ସ୍ବର୍ଣ୍ଣାଭ ବେଳେଭୂମିରେ ଜାପାନ, ରୁଷିଆ, ସ୍ପେନ, ପର୍ତ୍ତୃଗାଲ, ଶ୍ରୀଲଙ୍କା ଆଦି ଦେଶ ସମେତ ଭାରତ ବିଭିନ୍ନ ରାଜ୍ୟରୁ ୩୦ରୁ ଉର୍ଦ୍ଧ ଷ୍ଟଲରେ ବାଲୁକା କଳା ପଦର୍ଶନ କରିବେ ଶିଳ୍ପୀ ।
ବାରବାଟୀ ମ୍ୟାଚ୍ : ଆଜିଠୁ ଅନଲାଇନରେ ମିଳିବ ଟିକେଟ୍
ନନ୍ଦିଘୋଷ ବ୍ୟୁରୋ: କଟକ ବାରବାଟୀରେ ଆସନ୍ତା ୯ରେ ଖେଳାଯିବ ଟି-ଟ୍ବେଣ୍ଟି ସିରିଜର ପ୍ରଥମ ମ୍ଯାଚ । ଆଥିପାଇଁ ଆଜିଠୁ ଅନଲାଇନରେ ଆରମ୍ଭ ହେବ ଟିକେଟ ବିକ୍ରି । District zomato ରେ ଆବେଦନ କରିବେ ଦର୍ଶକ । ଚଳିତବର୍ଷ ଟିକେଟ ସଂଖ୍ୟା କମି ଥିବା ବେଳେ ଅନଲାଇନ୍ ରେ ୨ ହଜାର ଟିକେଟ ବିକ୍ରି ପାଇଁ ନିଷ୍ପତ୍ତି ନିଆଯାଇଛି । ଗ୍ୟାଲେରୀ ୧ ଓ ୩ ର ମୂଲ୍ଯ ୧୧ଶହ ଟଙ୍କା, ଗ୍ୟାଲେରୀ ୨ ଓ ୪ କୁ ୯ଶହ ଟଙ୍କା, ଗ୍ୟାଲେରୀ ୫ ନମ୍ବର୍ ୧୨ଶହ ଟଙ୍କା, ସ୍ପେଶଲ୍ ଏନ କ୍ଲୋଜର ୬ହଜାର ଟଙ୍କା, ଏସି ବକ୍ସ ୮ ହଜାର ଟଙ୍କା, ନ୍ୟୁ ପାଭିଲିୟନ୍ ୧୦ ହଜାର ଟଙ୍କା ଏବଂ କର୍ପୋରେଟ ବକ୍ସ ୨୦ ହଜାର ଟଙ୍କା ରହିଥିବା ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ସେହିଭଳି ପୂର୍ବ ମ୍ୟାଚରେ ୪୪ ହଜାର ୫ଶହ ଟିକେଟ ବିକ୍ରି ହୋଇଥିବା ବେଳେ ଚଳିତ ମ୍ୟାଚରେ ୪୨ ହଜାର ଟିକେଟ ବିକ୍ରି କରାଯିବ । ଗ୍ୟାଲେରୀ ର ସିଟ କୁ ୧୯ ଇଞ୍ଚ୍ ବଦଳରେ ୨୨ ଇଞ୍ଚ୍ କରାଯାଇଛି । ୧୮ ହଜାର ୪ଶହ କମ୍ପ୍ଲିମେଣ୍ଟାରି ଟିକେଟ ରହିଥିବା ବେଳେ ଚଳିତବର୍ଷ ଉଭୟ ଅନଲାଇନ ଓ ଅଫଲାଇନ୍ ରୁ ୩ ହଜାର ୮୦ ଟିକେଟ ସାଧାରଣ ଦର୍ଶକଙ୍କ କଟିଥିବା ବେଳେ କମ୍ପ୍ଲିମେଣ୍ଟାରି ରୁ ୫୬୦ ଟିକେଟ କଟିଛି । ଚଳିତ ମ୍ୟାଚ ପାଇଁ ଆସନ୍ତା ଡ଼ିସେମ୍ବର ୫ରେ କାଉଣ୍ଟରରେ ଟିକେଟ ବିକ୍ରି କରାଯିବ । ଡ଼ିସେମ୍ବର ୩ ତାରିଖ ଓ ୪ ତାରିଖରେ ଅନୁବନ୍ଧିତ କ୍ଲବ୍ ମାନଙ୍କୁ ଟିକେଟ ବିକ୍ରି କରାଯିବ । ମ୍ୟାଚ୍ ଦିନ ୪ ଟା ବେଳକୁ ଦର୍ଶକ ମାନେ ଷ୍ଟାଡିୟମ୍ ପରିସର କୁ ପ୍ରବେଶ କରି ପାରିବେ । ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଦର୍ଶକ ମାନେ ଲାଇଟ୍ ସୋ ର ମଜା ମଧ୍ୟ ନେଇ ପାରିବେ।…
ଆଜି ପୁଣି କମ୍ପିବ ବିଧାନସଭା
ନନ୍ଦିଘୋଷ ବ୍ୟୁରୋ: ଗୋଟିଏ ଦିନ ବିରତି ପରେ ପୁଣି ସରଗରମ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ଆଜି ଗୃହ, ଅର୍ଥ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନକାଳ ରହିଛି । ବିଧାୟକ ମାନେ ଚାହିଁଲେ ଭିନ୍ନ ପ୍ରଶ୍ନ ପଚାରିପାରିବେ । ସେହିଭଳି ଶୂନ୍ୟକାଳରେ ଉଭୟ ଶାସକ ଓ ବିରୋଧୀ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଗୃହରେ ଉଠାଇବେ। ସେପଟେ ଆଜି ଗୃହରେ କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଆଗତ କରାଯିବା । ଆଇନ ଶୃଙ୍ଖଳା ଏବଂ ଚାଷୀ ସମସ୍ୟାକୁ ନେଇ ଗୃହରେ ଦେଖା ଦେଇପାରେ ତାତି।
ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ
ନନ୍ଦିଘୋଷ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ଏହା ୧୯ ତାରିଖ ଯାଏ ଚାଲିବ। ଗୃହକୁ ସୁରୁଖୁରୁରେ ଚଳାଇବା ଲାଗି ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି। ଏହି ବୈଠକରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗରେ ସଂସଦରେ ସବିଶେଷ ଆଲୋଚନା ଲାଗି ଦାବି କରିଥିଲେ ବିରୋଧୀ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି- ସର୍ବଦଳୀୟ ବୈଠକ ସଫଳ ହୋଇଛି। ଏଥିରେ ୩୬ ଦଳର ୫୦ରୁ ଅଧିକ ନେତା ଯୋଗ ଦେଇଥିଲେ। ଦେଶରେ ବିଏଲଓମାନେ ଆତ୍ମହତ୍ୟା କରିବା ପ୍ରସଙ୍ଗରେ ବି ସରକାରଙ୍କୁ ଘେରିଥିଲେ ଟିଏମସି ସାଂସଦ। ଏହି ଅଧିବେଶନରେ ୧୪ଟି ବିଲ୍ ଆଗତ ହେବ ବୋଲି ସୂଚନା ମିଳିଛି। ଏହି ଅଧିବେଶନ ବିଭିନ୍ନ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହେବ। ଏହି ଅଧିବେଶନରେ ୧୫ଟି ସିଟିଂ ବସିବ। ଅଧିବେଶନରେ ପ୍ରାଇଭେଟ ମେମ୍ବର୍ସ ବିଲ୍ ଗୁଡିକ ଡିସେମ୍ବର ୫ ଓ ଡିସେମ୍ବର ୧୯ରେ ଆଗତ ହେବ ବୋଲି ଜଣାଯାଇଛି। ସେପଟେ କମ୍ ଦିନ ଲାଗି ହେଉଥିବା ଅଧିବେଶନକୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଲାଗି ବିରୋଧୀ କରିଛନ୍ତି ରଣନୀତି।..
ଦୈନିକ ଖବର କାଗଜ ‘ସକାଳ’ ସ୍ବନକ୍ଷତ୍ର ଦିବସ ଅବସରରେ ମିନିମାରାଥନ
ନନ୍ଦିଘୋଷ ବ୍ୟୁରୋ: ଦୌଡ଼ୁଛି ସାରା ଓଡ଼ିଶା । ଦୈନିକ ଖବର କାଗଜ ‘ସକାଳ’ ସ୍ବନକ୍ଷତ୍ର ଦିବସ ଅବସରରେ ’ସକାଳ’ ଏବଂ ’ନନ୍ଦିଘୋଷ ଟିଭି’ ପକ୍ଷରୁ ମିନିମାରାଥନ । ଭୁବନେଶ୍ବର ସମେତ ରାଉରକେଲା, ବାଲେଶ୍ବର, ସମ୍ବଲପୁର ଏବଂ ଜୟପୁରରେ ଅନୁଷ୍ଠିତ ହେଉଛି ମିନିମାରାଥନ । ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ସହରବାସୀମାନେ ଏହି ମାରାଥନରେ ଯୋଗ ଦେଇଛନ୍ତି । ଉତ୍ସାହର ସହ ଦୌଡ଼ୁଥିବା ଦେଖିବାକୁ ମିଳୁଛି ।
ଦିପିନା ମେମୋରିଆଲ ଟୁର୍ଣ୍ଣାମେଣ୍ଟ: ବମ୍ଫକୁଦକୁ ହରାଇ ଦାରୁଥୁଙ୍ଗ ଗଡ଼ ଚାମ୍ପିଅନ
ଦିପିନା ମେମୋରିଆଲ ଟୁର୍ଣ୍ଣାମେଣ୍ଟ: ବମ୍ଫକୁଦକୁ ହରାଇ ଦାରୁଥୁଙ୍ଗ ଗଡ଼ ଚାମ୍ପିଅନ
ନନ୍ଦିଘୋଷ ବ୍ୟୁରୋ: ଶେଷ ହୋଇଛି ଅନ୍ଧାରୁଆ ଜଗନ୍ନାଥ ପ୍ରସାଦ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ବମ୍ଫକୁଦ ଟିମକୁ ହରାଇ ଦାରୁଥୁଙ୍ଗ ଗଡ଼ ଚାମ୍ପିଅନ ହୋଇଛି । Arise Youth Clubର ସମସ୍ତ ସଦସ୍ୟ ଆଜିର ମ୍ୟାଚ୍ ପରିଚାଳନା କରିଥିଲେ । ଏହା ଦିପିନା ମେମୋରିଆଲ ଟୁର୍ଣ୍ଣାମେଣ୍ଟ ଭାବେ ଜଣାଶୁଣା ।
ଫାଇନାଲ ମ୍ୟାଚରେ ଅତିଥି ଭାବେ ଭୁବନେଶ୍ୱର ବ୍ଲକର ଅଜିତ୍ ଶ୍ରୀଚନ୍ଦନ, ତପନ ଚକ୍ରବର୍ତ୍ତୀ, ସ୍ଵର୍ଣ୍ଣଲତା ବଳିଆରସିଂ, ଜ୍ଞାନରଞ୍ଜନ ପ୍ରଧାନ, ଜ୍ଞାନରଞ୍ଜନ ମାନସିଂହ (ପୂତୁଲୁ ଭାଈ), ସୁନିଲ୍ ସାହୁ (ଗାନ୍ଧୀ), ଦେବସ୍ମିତା (ମୋନା) ପ୍ରମୁଖ ଉପସ୍ଥିତ ଥିଲେ । ଫାଇନାଲ ପରେ ପୁରସ୍କାର ବିତରଣ ଉତ୍ସବକୁ ରାଜା ସ୍ବାଇଁ ପରିଚାଳନା କରିଥିଲେ ।

