spot_img
Home Blog Page 4514

ମହିଳା ବିଶ୍ୱକପ: ପରାଜୟର ସ୍ୱାଦ ଚାଖିଲା ଭାରତ, ନ୍ୟୁଜିଲାଣ୍ଡ ୬୨ ରନରେ ବିଜୟୀ

ନ୍ୟୁଜିଲାଣ୍ଡ: ନ୍ୟୁଜିଲାଣ୍ଡରେ ଜାରି ରହିଥିବା ମହିଳା ବିଶ୍ୱକପରେ ପ୍ରଥମ ପରାଜୟ ଲାଭ କରିଛି ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୧୦୭ ରନରେ ପରାସ୍ତ କରିବା ପରେ ଦ୍ୱିତୀୟ ମ୍ୟାଚରେ ପରାଜୟର ସ୍ୱାଦ ଚାଖିଛି ଭାରତ । ଆଜି ନ୍ୟୁଜିଲାଣ୍ଡର ହାମିଲଟନରେ ଖେଳାଯାଇଥିବା ମ୍ୟାଚରେ ଭାରତ ଘରୋଇ ନ୍ୟୁଜିଲାଣ୍ଡକୁ ଭେଟିଥିଲା । ଏହି ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ ।

ଟସ୍ ହାରି ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୯ ଓ୍ୱିକେଟ ହରାଇ ୨୬୦ ରନ କରିଥିଲେ । ଭାରତ ପକ୍ଷରୁ ପୂଜା ଭସ୍ତ୍ରାକର ୪ଟି, ରାଜେଶ୍ୱରୀ ଗାଇକ୍ୱେଡ ୨ଟି, ଝୁଲଣ ଗୋସ୍ୱାମୀ ଓ ଦିପ୍ତି ଶର୍ମା ଗୋଟିଏ ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ । ୨୬୧ ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ୪୬ ଓଭରରେ ସମସ୍ତ ଓ୍ୱିକେଟ ହରାଇ ୧୯୮ ରନ କରିଥିଲା । ଯାହାଫଳରେ ଭାରତ ଏହି ମ୍ୟାଚକୁ ୬୨ ରନରେ ପରାଜୟ ବରଣ କରିଛି । ଭାରତ ପକ୍ଷରୁ ହରମନପ୍ରୀତ କୌର ୭୧ ରନ କରଥିବାବେଳେ ମିତାଲୀ ରାଜ୍ ୩୧ ରନ କରିଥିଲେ ।

 

୧୮ ହଜାର ଭୋଟରେ ବିଜୟ ଲାଭ କଲେ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ

ଇମ୍ଫାଲ: ଆଜି ୫ ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେଉଛି । ମଣିପୁରରେ ମଧ୍ୟ ଆଜି ଜାରି ରହିଛି ଭୋଟ ଗଣତି । ମଣିପୁର ମୋଟ ୬୦ ଆସନ ପାଇଁ ଏବେବି ଜାରି ରହିଛି ଭୋଟ ଗଣତି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଦଳଙ୍କୁ ସଂଖ୍ୟାଗରିଷ୍ଠତା ମିଳିପାରି ନାହିଁ । ତେବେ ମଣିପୁରରେ ବିଜୟ ଲାଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ । ୧୮ ହଜାର ଭୋଟରେ ବିଜୟ ଲାଭ କରିଛନ୍ତି ବିରେନ ସିଂ । ବୀରେନ ସିଂହ ପୂର୍ବଥର ଭଳି ଏଥର ମଧ୍ୟ ହେଙ୍ଗାଙ୍ଗ ଆସନରୁ ପ୍ରାର୍ଥୀ ହୋଇଥିଲେ। ବିରେନ ସିଂଙ୍କ ବିପକ୍ଷରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ପି ଶରତ ଚନ୍ଦ୍ର । ସେ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କୁ କଡ଼ା ଟକ୍କର ଦେଇଥିଲେ । କିନ୍ତୁ ଶେଷରେ ପରାସ୍ତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ବୀରେନ ସିଂ ହେଙ୍ଗାଙ୍ଗ ଆସନରୁ ୧୮ ହଜାର ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ବିଜୟଲାଭ ପରେ ବିରେନ ସିଂ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ରାଜ୍ୟରେ ପୁଣି ବିଜେପି ସରକାର ଗଠନ କରିବ ବୋଲି ଦମ୍ଭୋକ୍ତି କରିଛନ୍ତି ।

ସୂଚନା ଆନୁସାରେ ମଣିପୁରର ୬୦ ଆସନରେ ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି । ମଣିପୁରରେ ଆସିଥିବା ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ୨୮ଟି ଆସନରେ ଆଗୁଆ ରହିଛି ଭାରତୀୟ ଜନତା ପାର୍ଟି । ସେହିପରି ୧୦ଟି ଆସନରେ ଏନପିପି, ୯ଟି ଆସନରେ କଂଗ୍ରେସ ଓ ୧୩ଟି ଆସନରେ ଅନ୍ୟାନ ଦଳ ଆଗୁଆ ରହିଛି । ତେବେ ଏପର୍ଯ୍ୟନ୍ତ ମଣିପୁରରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିପାରିନାହିଁ ।

ପଠାନକୋଟରେ ବିଜେପିର ପ୍ରଦେଶ ଅଧ୍ୟକ୍ଷ ଅଶ୍ୱିନୀ ଶର୍ମା ବିଜୟ

ପଠାନକୋଟ: ପଞ୍ଜାବର ପଠାନକୋଟ ଜିଲ୍ଲାରେ ସୁଜାନପୁର, ଭୋଆ ଏବଂ ପଠାନକୋଟ ଆସନ ଆସିଥାଏ । ପଞ୍ଜାବର ପ୍ରଥମ ଫଳାଫଳ ଆସିଯାଇଛି । ପଠାନ କୋଟରୁ ବିଜେପିର ପ୍ରଦେଶ ଅଧ୍ୟକ୍ଷ ଅଶ୍ୱିନୀ ଶର୍ମା ବିଜୟ ହୋଇଛନ୍ତି । ତାଙ୍କୁ ସମୁଦାୟ ୪୨,୭୮୭ ଭୋଟ ମିଳିଛି । ଅନ୍ୟପଟେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି କଂଗ୍ରେସର ଅମିତ ବିଜଙ୍କୁ ସମୁଦାୟ ୩୫,୧୫୯ଟି ଭୋଟ ମିଳିଛି ।

ସେହିପରି ସୁଜାନପୁର ବିଜେପି ଗଡ଼ । ୨୦୦୭ପର ଠାରୁ  ବିଜେପି ଏଠାରେ କବଜା କରିଛି । ଏଥର କଂଗ୍ରେସର ନିତେଶ ପୁରୀ, ଆପର ଅମିତ ସିଂହ ବିଜେପିର ଦିନେଶ କୁମାର ବବୁଙ୍କ ମଧ୍ୟରେ ଚାଲିଥିଲା ଲଢେଇ । ୨୦୧୭ରେ ଏଠାରେ ବିଜେପି ବିଜୟ ହାସଲ କରିଥିଲା । ଏବଂ  ବିଜେପିର ଦିନେଶ ସିଂହ ବିଧାୟକ ହୋଇଥିଲେ ।

ଅନ୍ୟପଟେ ଭୋୟା ପଞ୍ଜାବ ସୀମାବର୍ତ୍ତୀ ଅଞ୍ଚଳ । ଏଠାରେ କଂଗ୍ରେସର ଯୋଗେନ୍ଦର ପାଲ, ବିଜେପିର ସୀମା କୁମାରୀ ଏବଂ ଆପର ଲାଲ ଚନ୍ଦ ପ୍ରାର୍ଥୀ ହୋଇଥିଲେ । ଏଠାରେ ମଧ୍ୟ ୨୦୦୭ରୁ ୨୦୧୭ ପର୍ଯ୍ୟନ୍ତ ବିଜେପିର କବଜା ରହିଥିଲା କିନ୍ତୁ ୨୦୧୭ କଂଗ୍ରେସ ଏଠାରେ ବାଜି ମାରିଥିଲା ଏବଂ ଯୋଗେନ୍ଦର ପାଲ ବିଧାୟକ ହୋଇଥିଲେ ।

 

ୟୁପିରେ ଇତିହାସ ରଚିବ ବିଜେପି, ୩୭ ବର୍ଷ ପରେ ପ୍ରଥମ ଥର ପାଇଁ ବହୁମତ ସହ ଦ୍ୱିତୀୟ ଥର ସରକାର

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଇତିହାସ ରଚିଲା ଭାରତୀୟ ଜନତା ପାର୍ଟି । ୩୭ ବର୍ଷ ପରେ ପ୍ରଥମ ପାଇଁ ବହୁମତ ସହ ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଛି ବିଜେପି । ୟୁପିରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ । ୨୦୧୭ ପରେ ୨୦୨୨ରେ ଭାରତୀୟ ଜନତା ପାର୍ଟି ପୁଣି ଥରେ ପୂର୍ଣ୍ଣ ବହୁମତ ସହ ସରକାର ଗଢ଼ବାକୁ ଯାଉଛି ।ଏହା ପୂର୍ବରୁ ୩୭ ବର୍ଷ ପୂର୍ବେ କୌଣସି ରାଜନୈତିକ ଦଳ ଲଗାତର ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିଥିଲେ । ୧୯୮୦ ଓ ୧୯୮୫ରେ ଏପରି ହୋଇଥିଲା ଯେତେବେଳେ କୌଣସି ସରକାର ପୂର୍ଣ୍ଣ ବହୁମତ ସହ ସରକାର ଗଢ଼ିଥିଲେ । ୧୯୮୦ରେ କଂଗ୍ରେସ ୩୦୯ ଆସନରେ ବିଜୟ ଲାଭ କରି ସରକାର ଗଢ଼ିଥିବାବେଳେ ୧୯୮୫ରେ ୨୬୯ ଆସନରେ ବିଜୟ ଲାଭ କରି ସରକାର ଗଢ଼ିଥିଲା ।

https://twitter.com/ANINewsUP/status/1501805343114153986?s=20&t=c7hLkO5kMG9PxjbF2B8IWw

ସୂଚନା ଅନୁସାରେ ଆଜି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଉଛି । ଯଦି ଉତ୍ତରପ୍ରଦେଶ କଥା କହିବା ତାହାଲେ ବର୍ତ୍ତମାନ ସୁଦ୍ଧା ଉତ୍ତରପ୍ରଦେଶ ୪୦୩ ଆସନର ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି । ଏହି ୪୦୩ ଆସନରେ ଆସିଥିବା ପ୍ରାରମ୍ଭିକ ଟ୍ରେଣ୍ଡ ପ୍ରଚଣ୍ଡ ବିଜୟ ହାସଲ କରୁଛି ଭାରତୀୟ ଜନତା ପାର୍ଟି । ୪୦୩ ଆସନରୁ ୨୭୩ ଆସନରେ ଆଗରେ ରହିଛି ବିଜେପି । ସେହପରି ୧୨୧ଟି ଆସନରେ ସମାଜବାଦୀ ପାର୍ଟି, ୩ଟି ଆସନରେ ବିଏସପି, ୩ଟି ଆସନରେ କଂଗ୍ରେସ ଓ ଗୋଟିଏ ଆସନରେ ଅନ୍ୟାନ ଦଳ ଆଗରେ ରହିଛି ।

କରୋନାର ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ୫ରାଜ୍ୟ ପାଇଁ ନିର୍ବାଚନ ଆୟୋଗର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ହଟାଇଛି ପ୍ରତିବନ୍ଧକ । ପୂର୍ବରୁ କରୋନା ପାଇଁ ନିର୍ବାଚନ ଆୟୋଗ ଯେଉଁ ପ୍ରତିବନ୍ଧକ ଗୁଡ଼ିକ ଲଗାଇଥିଲା ତାହାକୁ ପ୍ରତ୍ୟାହର କରିନେଇଛି । କରୋନାର ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ରାଜ୍ୟରେ ହୋଇଥିବା ମତଦାନ ଗଣନା ସମୟରେ ଏବଂ ବିଜୟ ଶୋଭା ଯାତ୍ରା ଉପରେ ଥିବା ପ୍ରତିବନ୍ଧକଗୁଡ଼ିକୁ ହଟାଇବାର ନିଷ୍ପତ୍ତି ନେଇଛି ।

ପୂର୍ବରୁ ବେଲଗାମ କରୋନାକୁ ରୋକିବାକୁ ନିର୍ବାଚନ ଆୟୋଗ ବିଜୟ ଶୋଭାଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହି ନିର୍ଦ୍ଦେଶ ଅନୁସାରେ ୧୦ମାର୍ଚ୍ଚରେ ନିର୍ବାଚନ ଫଳାଫଳ ଆସିବା ପରେ ବିଜୟ ପ୍ରମାଣପତ୍ର ଆଣିବାକୁ ବଜୟୀ ପ୍ରାର୍ଥୀଙ୍କ ସହ କେବଳ ୨ଜଣ ରହିବା ନେଇ କୁହାଯାଇଥିଲେ । ବର୍ତ୍ତମାନ ଦେଶରେ କରୋନା ସ୍ଥିତି ସୁଧୁରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଏହି ନିର୍ଦ୍ଦେଶାବଳି ଉପରୁ ପ୍ରତିବନ୍ଧକ ହଟାଇଛି । ୫ ରାଜ୍ୟରେ ଚାଲିଥିବା ମତ ଗଣାନା ପରେ ବିଜୟୀ ଦଳ ଏବେ ବିଜୟ ଶୋଭା ଯାତ୍ରା କରିପାରିବା ନେଇ ଗ୍ରୀସିଗନାଲ ଦେଇଛି ନିର୍ବାଚନ ଆୟୋଗ ।

ପଟିଆଲାରେ ଝାଡ଼ୁ ‘ଝଡ଼’, ହାରିଲେ କ୍ୟାପଟେନ୍ ଅମରିନ୍ଦର ଓ ନବଜୋତ ସିଂହ ସିଦ୍ଧୁ

ଚଣ୍ଡିଗଡ଼: ପଞ୍ଜାବରେ ବିଜୟ ବାନା ଉଡ଼ାଉଛି ଆପ୍ । ୧୧୭ ଆସନରୁ ଆପ୍ ୯୦ଟି ଆସନରେ ଆଗୁଆ ରହିଛି । ଆପର ପ୍ରାର୍ଥୀ ଆଗରେ କଂଗ୍ରେସର ବଡ଼ ବଡ଼ ନେତା ମଧ୍ୟ ଭୋଟ୍ ଗଣତିରେ ପଛୁଆ ରହିଛନ୍ତି । କଂଗ୍ରେସ ଛାଡ଼ି ପଞ୍ଜାବ ଲୋକ କଂଗ୍ରେସ ଦଳ ଗଠନ କରି ନିର୍ବାଚନ ଲଢ଼ିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ଝଟକା ଲାଗିଛି । ୧୩ ହଜାରରୁ ଅଧିକ ଭୋଟରେ କ୍ୟାପଟେନ୍ ଅମରିନ୍ଦର ସିଂହ ପଟିଆଲା ଆସନରୁ ହାରିଛନ୍ତି ।

Captain Amarinder Singh loses from Patiala Urban Assembly Seat

ପଟିଆଲା ଆସନରେ ଆପ୍ ପ୍ରାର୍ଥୀ ଅଜିତ୍ ପାଲ ସିଂହ କୋହଲିଙ୍କ ସହ କ୍ଯାପଟେନଙ୍କ କଡ଼ା ଟକ୍କର ହୋଇଥିଲା । ଅମରିନ୍ଦରଙ୍କୁ ୨୮ ପ୍ରତିଶତ ଅର୍ଥାତ୍ ୨୨ ହଜାରରୁ ଅଧିକ ଭୋଟ୍ ମିଳିଛି । ଆପ୍ ପ୍ରାର୍ଥୀ ଅଜିତ୍ ପାଲ ୪୫ ପ୍ରତିଶତ ଅର୍ଥାତ୍ ୩୬ ହଜାରରୁ ଅଧିକ ଭୋଟ୍ ପାଇ ୧୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ।

୨୦୧୭ ବିଧାନସଭା ନିର୍ବାଚନରେ କ୍ୟାପଟେନ୍ ଅମରିନ୍ଦର ସିଂ ପଟିଆଲା ଆସନରୁ ନିର୍ବାଚିତ ହୋଇଥିଲେ । ସେତେବେଳେ କ୍ୟାପଟେନଙ୍କୁ ୭୨ ହଜାର ୫୮୬ ଭୋଟ୍ ମିଳିଥିଲା । ଦ୍ୱିତୀୟ ସ୍ଥାନରେ ଥିବା ଆପ୍ ପ୍ରାର୍ଥୀ ଡକ୍ଟର ବଲବୀର ସିଂହ ୨୦ ହଜାର ୧୭୯ ଭୋଟ୍ ପାଇଥିଲେ । ୨୦୧୨ରେ ମଧ୍ୟ ୪୨ ହଜାରରୁ ଅଧିକ ଭୋଟରେ ପଟିଆଲା ଆସନରୁ ଜିତିଥିଲେ କ୍ୟାପଟେନ୍ ଅମରିନ୍ଦର ।

ସେହିଭଳି ପଞ୍ଜାବରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି । ପରାଜୟକୁ କଂଗ୍ରେସ ପଞ୍ଜାବ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ ସ୍ୱୀକାର କରିବା ସହ ଲୋକଙ୍କ ସ୍ୱର ଭଗବାନଙ୍କ ସ୍ୱର ବୋଲି ଟ୍ୱିଟ୍ କରିଛନ୍ତି । ପଞ୍ଜାବ ଜନତାଙ୍କ ରାୟକୁ ସେ ନମ୍ରତାର ସହ ସ୍ୱୀକାର କରିବା ସହ ଆମ୍ ଆଦମୀ ପାର୍ଟିକୁ ଶୁଭେଚ୍ଛା ଜଣାଇଛନ୍ତି ।

ଆପ୍ ସୁନାମୀରେ ଭାସିଗଲେ ବଡ଼ ନେତା

ଚଣ୍ଡିଗଡ଼: ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଜାରି ରହିଛି ଭୋଟ ଗଣତି । ଯଦି ପଞ୍ଜାବ କଥା କହିବା ତାହାଲେ ପଞ୍ଜାବରେ ବର୍ତ୍ତମାନ ସୁଦ୍ଧା ଆସିଥିବା ପ୍ରାରମ୍ଭିକ ଟ୍ରେଣ୍ଡରେ ଆମ୍ ଆଦମୀ ପାର୍ଟି ସରକାର କରୁଥିବା ଜଣାପଡ଼ୁଛି । ପଞ୍ଜାବରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି ଆମ୍ ଆଦମୀ ପାର୍ଟି । ପ୍ରାରମ୍ଭିକ ଟ୍ରେଣ୍ଡରେ ଯାହା ଦେଖିବାକୁ ମିଳୁଛି ପଞ୍ଜାବରେ ଆପ୍ ଭଗବନ୍ତ ସିଂ ମାନଙ୍କ ନେତୃତ୍ୱରେ ସରକାର ଗଢ଼ୁଛି । ପଞ୍ଜାବର ମୋଟ ୧୧୭ ସିଟରୁ ସମସ୍ତ ସିଟର ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି । ୧୧୭ ସିଟରୁ ଆପ୍ ୮୯ଟି ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୧୩ଟି ଆସନରେ ଆଗୁଆ ରହିଛି । ସେହପରି ଶିରୋମଣୀ ଆକାଳୀ ଦଳ ୭ଟି, ବିଜେପି ୫ଟି ଓ ବିଏସପି ୨ଟି ଆସନରେ ଆଗୁଆ ରହିଛି ।

ତେବେ ବର୍ତ୍ତମାନ ସୁଦ୍ଧା ଆସିଥିବା ପ୍ରାରମ୍ଭିକ ଟ୍ରେଣ୍ଡରେ ପଞ୍ଜାବରେ ଏକ ବଡ଼ କଥା ଦେଖିବାକୁ ମିଳିଛି । ଆମ୍ ଆଦମୀ ପାର୍ଟିର ସୁନାମୀରେ ଭାସି ଯାଇଛନ୍ତି ବହୁ ବରିଷ୍ଠ ନେତା । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନିଙ୍କ କଥା କହିବା ଯଦି ତାହାଲେ ଚନ୍ନି ଦୁଇଟି ଆସନରେ ଏବେ ପଛୁଆ ରହିଛନ୍ତି । ଚନ୍ନି ଭଦୁର ଆସନରୁ ପଛରେ ଅଛନ୍ତି । ଦ୍ୱିତୀୟ ରାଉଣ୍ଡ ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ଭଦୁର ସିଟରେ ପଛରେ ଅଛନ୍ତି ଚନ୍ନି । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ଆପର ଲଭ୍ ସିଂ ୩ ହଜାର ୪୬୧ ଭୋଟରେ ଆଗୁଆଆ ରହିଛନ୍ତି । ସେହିପରି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ମଧ୍ୟ ଅମୃତସର ଇଷ୍ଟ ଆସନରୁ ପଛୁଆ ରହିଛନ୍ତି । ତୃତୀୟ ରାଉଣ୍ଡ ଗଣତି ଶେଷ ହେବ ସୁଦ୍ଧା ତୃତୀୟ ସ୍ଥାନରେ ଅଛନ୍ତି ସିଦ୍ଧୁ । ଅମୃତସର ଇଷ୍ଟ ଆସନରେ ଆମ୍ ଆଦମୀ ପାର୍ଟିର ଜୀବନ ଜ୍ୟେତ କୈର ଆଗରେ ରହିଛନ୍ତି ।

ସେହିପରି କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ପାର୍ଟି ଅଧ୍ୟକ୍ଷ କ୍ୟାପଟେନ ଅମିରନ୍ଦର ସିଂ ମଧ୍ୟ ପଛୁଆ ରହିଛି । ପଞ୍ଜାବର ପଟିଆଲା ଆସନରେ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଚେକ୍ ଦେଉଛନ୍ତି ଆମ୍ ଆଦମୀ ପାର୍ଟିର ଅଜିତ ପାଲ୍ ସିଂ କୋହଲି । ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ଅମରିନ୍ଦର ସିଂ ୯ ହଜାର ୮୦୦ ଭୋଟରେ ପଛୁଆ ରହିଛନ୍ତି । ଅନ୍ୟପକ୍ଷରେ ପଞ୍ଜାବର ବରିଷ୍ଠ ନେତା ତଥା ପଞ୍ଜାବର ଚାରି ଥରର ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ମଧ୍ୟ ପଛୁଆ ରହିଛନ୍ତି । ପ୍ରକାଶ ସିଂଙ୍କ ପାରମ୍ପାରିକ ଆସନ ଲମ୍ବିରେ ତାଙ୍କୁ ଚେକ୍ ଦେଇଛନ୍ତି ଆମ୍ ଆଦମୀ ପାର୍ଟିର ଗୁରମିତ୍ ସିଂ ଖୁଡିଆନ । ଚତୁର୍ଥ ରାଉଣ୍ଡ ଶେଷ ହେବା ସୁଦ୍ଧା ପ୍ରକାଶ ସିଂ ବାଦଲ ୫ ହଜାର ୫୮୫ ଭୋଟରେ ପଛୁଆ ରହିଛନ୍ତି ।

ଏହି ୨ରାଜ୍ୟରେ ବଦଳିବେ କି ମୁଖ୍ୟମନ୍ତ୍ରୀ ?

ନୂଆଦିଲ୍ଲୀ: ୫ ରାଜ୍ୟର ହେଉଛି ଭାଗ୍ୟ ପରୀକ୍ଷା । କେଉଁ ରାଜ୍ୟରେ ରହିବ କାହାର ସତ୍ତା । ଏନେଇ ସକାଳ ୮ରୁ ଆରମ୍ଭ ହୋଇଯାଇଛି ଭୋଟ ଗଣତି । ୫ରାଜ୍ୟରୁ ୨ ରାଜ୍ୟର ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ପଛରେ ରହିଛନ୍ତି । ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ପଛରେ ଥିବା ବେଳେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱତ ମଧ୍ୟ ପଛରେ ଅଛନ୍ତି ।

ଗୋଆରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପଛରେ ଥିବା ବେଳେ  କଂଗ୍ରେସର ଭୁବନ ଚନ୍ଦ୍ର କେପ୍ରି ଆଗରେ ଅଛନ୍ତି । ସେହିପରି ବର୍ତ୍ତମାନ ସୁଧା ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି  ଦୁଇଟି ଆସନରେ ଏବେ ପଛୁଆ ରହିଛନ୍ତି । ଚନ୍ନି ଭଦୁର ଆସନରୁ ମଧ୍ୟ ପଛରେ ଅଛନ୍ତି କିନ୍ତୁ ପଞ୍ଜାବରେ ଆମ ଆଦମି ପାର୍ଟି ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି । ବର୍ତ୍ତମାନ ସୁଧା ଆପର ଲବ ସିଂ ଆଗରେ ଅଛନ୍ତି ।

https://fb.watch/bFkCz_5AQ1/

ପଞ୍ଜାବର ୧୧୭ ଆସନରୁ ୮୭ଟି ଆସନରେ ଆମ୍ ଆଦମୀ ପାର୍ଟି ଆଗୁଆ । ୧୪ ଆସନରେ କଂଗ୍ରେସ ଆଗୁଆ ଥିବାବେଳେ ବିଜେପି ୪ଟି, ଅକାଳୀ ଦଳ ୯ଟି ଆସନରେ ଆଗୁଆ ରହିିଛି । ସେହିପରି ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ପଛୁଆ ଅଛନ୍ତି । ଏହାସହ ଗୋଆରେ ବିଜେପି ୧୮ଟି ଆସନରେ ଆଗୁଆଥିବା ବେଳେ କଂଗ୍ରେସ ୧୨ଆସନରେ,  ଟିଏମସି ୪ଟି ଆସନରେ ଆଗୁଆ ରହିଛି ।

ନ୍ୟାୟ ଦାବିରେ କଟାମୁଣ୍ଡ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକ

ପିପିଲି: ରାଜରାସ୍ତାରେ କଟାମୁଣ୍ଡ ରଖି ସ୍ଥାନୀୟ ଲୋକ ରାସ୍ତାରୋକ । ପୁରୀ ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ ପିପିଲି ଟୋଲ ଗେଟ ପାଖରେ ରାସ୍ତା ରୋକ । ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ କଟାମୁଣ୍ଡ ଓ ମୃତ ଦେହ ରଖି ନ୍ୟାୟ ଦାବିରେ ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକିଛି ଶହ ଶହ ଗାଡି । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି । ପିପିଲି ଏସଡିପିଓ ଓ ଆଇଆଇସି ସ୍ଥାନୀୟ ଲୋକଙ୍କୁ ରାସ୍ତା ଉପରୁ ହଟାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

ସୂଚନା ଅନୁସାରେ, ପିପିଲି ଗୋବିନ୍ଦପୁର ଅନ୍ତର୍ଗତ ମାଟିଆପଡ଼ା ଗ୍ରାମର ସୁମିତ୍ରା ଜେନାଙ୍କ ପୁଅ ମୃତ ସୌମ୍ୟରଞ୍ଜନ ଦଶମ ଶ୍ରେଣୀର ଛାତ୍ର । ସୌମ୍ୟରଞ୍ଜନ ଗତ ୭ ତାରିଖ ସନ୍ଧ୍ୟା ୬ଟା ଠାରୁ ନିଖୋଜ ଥିଲେ । ପରଦିନ ୮ତିରଖ ୧୧ଟା ସମୟରେ ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୌମ୍ୟରଞ୍ଜନଙ୍କ ମୃତଦେହ ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ । ମୃତଦେହ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅନ୍ତର୍ଗତ କନ୍ତିଆକଣ୍ଟା ସ୍ଥିତ ରେଳଲାଇନରେ ପଡ଼ିଥିବାର ଦେଖିଥିଲେ ଶିକ୍ଷୟତ୍ରୀ ।

ଅନ୍ୟପଟେ ମୃତ ସୌମ୍ୟରଞ୍ଜନଙ୍କ ସହ ଉକ୍ତ ଅଞ୍ଚଳର ଜଣେ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ଥିଲା ଯାହାକି ତାଙ୍କ ମୋବାଇଲର ମେସେଜରୁ ଜଣାପଡିଛି ବୋଲି ଏତଲା ରେ ଦର୍ଶାଯାଇଛି । ତେବେ ୧୬ବର୍ଷୀୟ ଦଶମ ଶ୍ରେଣୀର ଛାତ୍ର ସୌମ୍ୟରଞ୍ଜନଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ ପରିବାର ଲୋକ । ଏବଂ ନ୍ୟାୟ ଦାବିରେ ପରିବାର ଲୋକ ଓ ଗ୍ରାମବାସୀ ନ୍ୟାୟ ପାଇଁ ପିପିଲି ଟୋଲ ଗେଟ ଠାରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ।

ପଞ୍ଜାବରେ ସରକାର ଗଢ଼ିବ ଆପ୍! ଚରଣଜିତ୍ ସିଂ ଚନ୍ନି ଓ ନବଜୋତ୍ ସିଂ ସିଦ୍ଧୁ ପଛୁଆ

ଚଣ୍ଡିଗଡ଼: ପଞ୍ଜାବରେ ସରକାର ଗଢ଼ିବ ଆମ୍ ଆଦମୀ ପାର୍ଟି । ଆଜି ଗଣତି ଆରମ୍ଭରେ ଏହି ଟ୍ରେଣ୍ଡ ସାମ୍ନାକୁ ଆସିଛି । ଗଣତି ଆରମ୍ଭ ପରେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ପଞ୍ଜାବରେ ବହୁମତ ହାସଲ କରିବ ଆମ୍ ଆଦମୀ ପାର୍ଟି । ପଞ୍ଜାବର ମୋଟ ୧୧୭ ଆସନରୁ ବର୍ତ୍ତମାନ ସୁଦ୍ଧା ୧୧୫ ଆସନରେ ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସି ସାରିଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ୧୧୫ ଆସନରୁ ଆମ୍ ଆଦମୀ ପାର୍ଟି ୮୪ ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୧୬ଟି ଆସନରେ ଆଗୁଆ ରହିଛି । ସେହିପରି ଶିରୋମଣୀ ଅକାଳୀ ଦଳ ୧୦ଟି ଆସନ ଓ ଭାରତୀୟ ଜନତା ପାର୍ଟି ୫ଟି ଆସନରେ ଆଗୁଆ ରହିଛି ।

ତେବେ ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତିରେ ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଏକ ଏକତରଫା ବିଜୟ ଲାଭ କରୁଥିବାରୁ ଦେଖିବାକୁ ମିଳିଛି । ଏଥିସହ ଆଉ ଏକ ବଡ଼ ଖବର ପଞ୍ଜାବରେ ଦେଖିବାକୁ ମିଳୁଛି । ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଲଢ଼ିଥିବା ଦୁଇଟି ଆସନରେ ପଛୁଆ ରହିଛନ୍ତି । ସେହିପରି ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ମଧ୍ୟ ଅମୃତସର ଇଷ୍ଟ ଆସନରେ ପଛୁଆ ରହିଛନ୍ତି । ସେପଟେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲୋକ କଂଗ୍ରେସ ପାର୍ଟି ମୁଖ୍ୟ କ୍ୟାପଟେନ ଅମିରନ୍ଦର ସିଂ ମଧ୍ୟ ପ୍ରାରମ୍ଭିକ ଟ୍ରେଣ୍ଡରେ ପଛୁଆ ରହିଛନ୍ତି । ପ୍ରଥମ ରାଉଣ୍ଡରେ ପଟିଆଲା ଆସନରୁ ଅମିରନ୍ଦର ସିଂଙ୍କୁ ୩ ହଜାରୁ ଅଧିକ ଭୋଟରେ ପଛରେ ପକାଇଛନ୍ତି ଆମ୍ ଆଦମୀ ପାର୍ଟିର ଅଜିତ ପାଲ୍ ସିଂ କୋହଲି ।