spot_img
Home Blog Page 4515

ଉତ୍ତର ପ୍ରଦେଶରେ ବାହୁବଳିମାନଙ୍କର କଣ ରହିଛି ସ୍ଥିତି ?

ଲକ୍ଷ୍ନୋ: ୟୁପିରେ ଚାଲିଛି ଭୋଟ୍ ଗଣତି । ନିର୍ବାଚନ ପୂର୍ବରୁ ବାହୁବଳିମାନଙ୍କୁ ଦଳରେ ସାମିଲ କରିବା ଏବଂ ସେମାନଙ୍କୁ ଟିକେଟ୍ ଦେବା ନେଇ ପ୍ରତ୍ୟେକ ଦଳ ମଧ୍ୟରେ ଟଣା ଓଟରା ଜାରିଥିଲା ।  କିନ୍ତୁ ନିର୍ବାଚନ ଠିକ୍ ପୂର୍ବରୁ ପରିସ୍ଥିତି ବଦଳି ଯାଇଥିଲା। ସପା-ବସପା-ଭାଜପା ଏବଂ କଂଗ୍ରେସ ସମୁଦାୟ ୧୪ ବାହୁବଳି କିମ୍ବା ସେମାନଙ୍କ ପରିବାରରୁ ଜଣେ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଛନ୍ତି । ଏହି ସମୟରେ ସେମାନଙ୍କର ସ୍ଥିତି କ’ଣ ରହିଥି, ଆସନ୍ତୁ ଜାଣିବା…

କୁଣ୍ଡା ଆସନରେ ବହୁବଳି ରାଜା ଭାଇଙ୍କ ସ୍ଥିତି

କୁଣ୍ଡାର ପ୍ରାରମ୍ଭିକ ଗଣନାରେ ସପାର ଗୁଲଶାନ ଯାଦବ ଆଗରେ ଥିବା ବେଳେ ବାହୁବଳି ରାଜା ଭାଇ ପଛରେ ଅଛନ୍ତି । ପ୍ରତାପଗଡର କୁଣ୍ଡା ଆସନରୁ ଲଗାତାର ୬ଥରର ବିଧାୟକ ବାହୁବଳି ରଘୁରାଜ ପ୍ରତାପ ସିଂ ଅର୍ଥାତ୍ ରାଜା ଭଇ । ତାଙ୍କ ବିପକ୍ଷରେ ସପା ଗୁଲଶାନ ଯାଦବଙ୍କୁ ପ୍ରାର୍ଥୀ କରିଥିଲେ।

ମାଲହାନି ଆସନରେ ବହୁବଳି ଧନଞ୍ଜୟ ସିଂଙ୍କ ସ୍ଥିତି

ଏଠାରେ ସପାର ଲକି ଜାଦବ ଆଗରେ ଥିବା ବେଳେ ଧନଞ୍ଜୟ ସିଂ ପଛରେ ଅଛନ୍ତି । ମଲହନି ସିଟରୁ ବାହୁବଲୀ ଧନଞ୍ଜୟ ସିଂ ଜନତା ଦଳ ୟୁନାଇଟେଡର ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତାଙ୍କ ବିପକ୍ଷରେ ରହିଛନ୍ତି ସପାର ଲକି ଜାଦବ ।

ଜ୍ଞାନପୁର ଆସନରେ ବହୁବଳି ବିଜୟ ମିଶ୍ରଙ୍କ ସ୍ଥିତି

ପ୍ରାରମ୍ଭିକ ଗଣନାରେ ଜ୍ଞାନପୁର ଆସନରେ ପ୍ରଗତିଶିଳ ମନବ ସମାଜ ପାର୍ଟିର ବିଜୟ ମିଶ୍ର ଆଗରେ ଅଛନ୍ତି ।

ଫୁଲପୁର ପବଇ ଆସନରେ ବହୁବଳି ରାମକାନ୍ତ ଯାଦବଙ୍କ ସ୍ଥିତି

ପ୍ରରମ୍ଭିକ ଗଣନାରେ ଫୁଲପୁର ପବଇ ଆସନରେ ସପାର ବାହୁବଳି ରାମକାନ୍ତ ଯାଦବ ଆଗୁଆ ଅଛନ୍ତି।

ସୟେଦରାଜା ଆସନରେ ବହୁବଳି ସୁଶୀଲ ସିଂଙ୍କ ସ୍ଥିତି

ସୟେଦରାଜା ଆସନରେ ସୁନୀଲ ସିଂ ପଛରେ ଅଛନ୍ତି । ତାଙ୍କ ବିପକ୍ଷରେ ଥିବା ସପାର ମନୋଜ ସିଂ ଆଗରେ ଅଛନ୍ତି ।

ଗୋସାଇଗଞ୍ଜ ଆସନରେ ବହୁବଳି ଅଭୟ ସିଂଙ୍କ ସ୍ଥିତି

ଗୋସାଇଗଞ୍ଜ ଆସନରେ ପ୍ରରମ୍ଭିକ ଗଣନାରେ ସପାର ଅଭୟ ସିଂ ଆଗରେ ଅଛନ୍ତି ।

ଲୋନି ଆସନରେ ବହୁବଳି ମଦନ ଭାଇଙ୍କ ସ୍ଥିତି

ଲୋନି ଆସନରେ ପ୍ରରମ୍ଭିକ ଗଣନାରେ ମଦନ ଭାଇ ପଛରେ ଅଛନ୍ତି । ଏଠାରେ ବିଜୋପି ନନ୍ଦ କିଶୋର ଗିର୍ଜରକୁ ପ୍ରାର୍ଥୀ କରିଥିଲା ।

ବାହୁବଳିମାନଙ୍କ ପୁଅମାନଙ୍କର କଣ ରହିଛି ସ୍ଥିତି

ନାଟାନୱା ଆସନରେ ଅମାନମଣିଙ୍କ ସ୍ଥିତି କ’ଣ?

ପ୍ରରମ୍ଭିକ ଗଣନାରେ ଅମାନମଣି ଆଗୁଆ ରହିଛନ୍ତି ।  ବାହୁବଲୀ ଅମରମଣିଙ୍କ ପୁଅ ଅମନମାଣି ବର୍ତ୍ତମାନ ଆଗରେ ଅଛନ୍ତି ।

ମାଉ ସଦର ଆସନରେ ଅବ୍ବାସ ଅଂସାରୀଙ୍କ ସ୍ଥିତି

ପ୍ରରମ୍ଭିକ ଗଣନାରେ ଅବ୍ବାସ ଅଂସାରୀ ଆଗରେ ଅଛନ୍ତି । ବାହୁବଳୀ ମୁଖତାର ଆଂସାରୀଙ୍କ ପୁଅ ଅବ୍ବାସ ଅଂସାରୀ ଆଗରେ ଅଛନ୍ତି  । ଏହି ଆସନରୁ ବାପା କେବେ ହାରି ନଥିବା ବେଳେ ଏଥର କଣ ରହିବ ପୁଅର ଅବସ୍ଥା । ତାଙ୍କ ବିପକ୍ଷରେ ବସପା ଭୀମ ରାଜଭାରଙ୍କୁ ଟିକେଟ ଦେଇଛି ।

ଚିଲୁପାର ଆସନରେ ବିନୟ ତିୱାରୀଙ୍କ ସ୍ଥିତି

ଚିଲୁପାଲ ସିଟରେ ବିନୟ ତିୱାରୀ ଆଗୁଆ ଅଛନ୍ତି। ଗୋରଖପୁରର ବାହୁବଳି ନେତା ହରିଶଙ୍କର ତିୱାରୀଙ୍କ ପୁଅ ବିନୟ ତିୱାରୀ ସପା ଟିକେଟରେ ଲଢୁଛନ୍ତି । ଏଠାରେରେ ସେ ବିଏସପି ଟିକେଟରେ ନିର୍ବାଚନରେ ​​ଜିତିଥିଲେ। ତାଙ୍କ ବିପକ୍ଷରେ ବିଜେପିରୁ ରାଜେଶ ତ୍ରିପାଠୀ ଅଛନ୍ତି।

ସାହସହବାନ ଆସନରେ କୁନାଲ ଯାଦବଙ୍କ ସ୍ଥିତି କ’ଣ?

ସାହସୱାନ ସିଟରେ କୁନାଲ ଯାଦବ ପଠରେ ଅଛନ୍ତି । ବାହୁବଳି ଡି.ପି ଯାଦବ ତାଙ୍କ ପୁଅ କୁନାଲ ଯାଦବଙ୍କୁ ତାଙ୍କ ଦଳ ରାଷ୍ଟ୍ରିୟ ପାରିବାର୍ତନ ଦଳରୁ ପ୍ରାର୍ଥୀ କରିଛନ୍ତି । ସପା ବ୍ରିଜେଶ ଯାଦବ ଏବଂ ବିଜେପି ଡି.କେ ଭରଦ୍ୱାଜ ପ୍ରାର୍ଥୀ କରିଥିଲେ ।

ବାହୁବଳି ଏବଂ ସେମାନଙ୍କ ପୁଅମାନଙ୍କ ପରେ, ଏବେ ବାହୁବଳିଙ୍କ ପତ୍ନୀଙ୍କ ଫଳାଫଳକୁ ଦେଖିବା ।

ହମିରପୁର ସଦର ଆସନରେ ରାଜକୁମାରୀ ଚାନ୍ଦେଲଙ୍କ ସ୍ଥିତି

ହମିରପୁର ସିଟରେ ରାଜକୁମାରୀ ଚାନ୍ଦେଲ ତିନି ନମ୍ବର ସ୍ଥାନରେ ଅଛନ୍ତି । ୫ ଜଣଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଅଶୋକ ସିଂ ଚାନ୍ଦେଲଙ୍କ ପତ୍ନୀ ଆରତୀ ଚାନ୍ଦେଲଙ୍କୁ କଂଗ୍ରେସ ହାମିରପୁର ଜିଲ୍ଲାର ସଦର ଆସନ ପାଇଁ ପ୍ରାଥ୍ରୀ କରିଛି। ୨୦୧୭ ରେ, କେବଳ ଅଶୋକ ସିଂ ଏଠାରେ ଜିତିଥିଲେ କିନ୍ତୁ ଦୋଷୀ ସାବ୍ୟସ୍ତ ହେବା ପରେ ଦଳ ତାଙ୍କ ପତ୍ନୀଙ୍କୁ ଟିକେଟ୍ ଦେଇନଥିଲା ।  ବିଜେପି ମନୋଜ ପ୍ରଜାପତିଙ୍କୁ ତାର ପ୍ରାର୍ଥୀ କରିଛି ।

ମେଜା ଆସନରେ ନୀଲମ କାରବରିୟାଙ୍କ ସ୍ଥିତି

ମେଜାରେ ପ୍ରାରମ୍ଭିକ  ଗଣନାରେ ନୀଲମ କାରବରିୟା ଆଗରେ ଅଛନ୍ତି । ପ୍ରୟାଗରାଜ ଜିଲ୍ଲାର ମେଜା ଆସନରେ ବିଧାୟକ ଜବାହର ଯାଦବ ହତ୍ୟା ମାମଲାରେ ଦଣ୍ଡ ଭୋଗୁଥିବା ଉଦୟଭାନ କାରବରିୟାଙ୍କ ପତ୍ନୀ ବିଜେପି ଟିକେଟରେ ନିର୍ବାଚନ ଲଢୁଛନ୍ତି । ୨୦୧୭ ରେ ମଧ୍ୟ ନୀଲମ୍ ଏଠାରୁ ଜିତିଥିଲେ । ସପା ସନ୍ଦୀପ ପଟେଲଙ୍କୁ ତାର ପ୍ରାର୍ଥୀ କରିଥିଲା ।

ଗୋସାଇଗଞ୍ଜ ଆସନରେ ଆରତୀ ତିୱାରୀଙ୍କ ସ୍ଥିତି

ଆରତୀ ତିୱାରୀ ପଛରେ ଅଛନ୍ତି । ଅଯୋଧ୍ୟାର ଗୋସାଇଗଞ୍ଜ ଆସନରେ ବିଜେପି ବାହୁବଳି ଖାବୁ ତିୱାରୀଙ୍କ ପତ୍ନୀ ଆରତୀ ତିୱାରୀଙ୍କୁ ପ୍ରାର୍ଥୀ କରିଛି। ବିପକ୍ଷରେ ସପାରୁ ବାହୁବଳି ଅଭୟ ସିଂ ଲଢୁଛନ୍ତି ।

ରାଜଧାନୀରେ ଚାଞ୍ଚଲ୍ୟ, ହନୁମାନ ପଇସା ନଦେବାରୁ ଠକଙ୍କୁ ଅପହରଣ

ଭୁବନେଶ୍ୱର: ହନୁମାନ ପଇସା ପାଇଁ ଅପହରଣ । ହନୁମାନ ପଇସା ଦେବାକୁ କହି ସାଢେ ତିନି ଲକ୍ଷ ଟଙ୍କା ଠକି ନେଇଥିବା ଯୁବକଙ୍କୁ ଅପହରଣ । ଅପହରଣର ଶିକାର ହୋଇଥିବ ବିବେକାନନ୍ଦ ମହାଲିଙ୍କୁ ଉଦ୍ଧାର କରିଛି ତାମାଣ୍ଡୋ ଥାନା ପୋଲିସ । ବିବେକାନନ୍ଦଙ୍କୁ କିଛି ଯୁବକ ଅପହରଣ କରି ଭରତପୁର ଅଞ୍ଚଳରେ ଥିବା ଏକ ହୋଟେଲର ୬ ମହଲା ଉପରେ ରଖିଥିଲେ । ଅପହରଣ କରିବା ପରେ ବିବେକାନନ୍ଦଙ୍କୁ ଉକ୍ତ ଯୁବକମାନେ ତାଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହିତ ଘର ଲୋକଙ୍କୁ ଫୋନ୍ କରି ୨୫ ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ । ଏହି ଅପହରଣ ନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ଭରତପୁର ଓ ତମାଣ୍ଡୋ ଥାନା ମିଳିତ ଚଢାଉ କରି ହୋଟେଲ ଭିତରୁ ଯୁବକଙ୍କୁ ଉଦ୍ଧାର କରିଛି । ବିବେକାନନ୍ଦ ନିଜ ଘର କେନ୍ଦ୍ରାପଡ଼ାରୁ ଭୁବନେଶ୍ୱର ଆସୁଥିବା ବେଳେ କଟକ ରାସ୍ତାରେ ତାଙ୍କୁ ଅପହରଣ କରାଯାଇଥିଲା । ତମାଣ୍ଡୋ ପୋଲିସ ବିବେକାନନ୍ଦଙ୍କୁ ଉଦ୍ଧାର କରିବା ସହ ହୋଟେଲ ଭିତରୁ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଗଣିତ ଆରମ୍ଭ: ଉତ୍ତରପ୍ରଦେଶରେ ଆଗରେ ବିଜେପି, ପଞ୍ଜାବରେ ଆଗୁଆ ଆପ୍

ନୂଆଦିଲ୍ଲୀ: ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ନେଇ ଭୋଟ ଗଣତି ଆରମ୍ଭ ହୋଇଛି । ଗଣତି ପରେ ୫ ରାଜ୍ୟରେ ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିବାରେ ଲାଗିଛି । ଏକଜିଟ୍ ପୋଲରେ ଯାହା ଦେଖିବାକୁ ମିଳିଥିଲା ତାହା ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଦେଖିବାକୁ ମିଳୁଛି । ଅର୍ଥାତ ଏକଜିଟ୍ ପୋଲ ଅନୁସାରେ ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାର୍ଟି ଆଗୁଆ ରହିଥିବାବେଳେ ପଞ୍ଜାବରେ ଆଗୁଆ ରହିଛି ଆମ୍ ଆଦମୀ ପାର୍ଟି ।

ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଉତ୍ତରପ୍ରଦେଶରେ ବର୍ତ୍ତମାନ ସୁଦ୍ଧା ୧୯୮ଟି ଆସନରେ ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି । ଏହି ୧୯୮ଟି ଆସନ ମଧ୍ୟରୁ ବିଜେପି ୧୧୯ଟି ଆସନରେ ଆଗୁଆ ରହିଥିବାବେଳେ ସମାଜବାଦୀ ପାର୍ଟି ୭୩ଟି ଆସନରେ ଆଗୁଆ ରହିଛି । ସେହିପରି ବିଏସପି ୪ଟି ଓ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ରହିଛି । ଯଦି ପଞ୍ଜାବ କଥା କହିବା ତାହାଲେ ପଞ୍ଜାବରେ ୯୩ଟି ଆସନରେ ବର୍ତ୍ତମାନ ସୁଦ୍ଧା ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସୁଛି । ୯୩ଟି ଆସନରୁ ଆପ୍ ୪୦ଟି ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୩୬ ଓ ବିଜେପି ୨ଟି ଆସନରେ ଆଗୁଆ ରହିଛି ।

ସେହିପରି ଗୋଆରେ ୨୯ଟି ଆସନରେ ଆସିଥିବା ପ୍ରାରମ୍ଭିକ ଟ୍ରେଣ୍ଡରୁ ୧୨ଟି ଆସନରେ ବିଜେପି ଆଗୁଆ ରହିଥିବାବେଳେ ୧୫ଟି ଆସନରେ କଂଗ୍ରେସ ଓ ୨ଟି ଆସନରେ ତୃଣମୂଳ କଂଗ୍ରେସ ଆଗୁଆ ରହିଛି । ଉତ୍ତରାଖଣ୍ଡରେ ମଧ୍ୟ ଆଗୁଆ ରହିଛି ବିଜେପି । ଉତ୍ତରଖଣ୍ଡରେ ୬୨ଟି ଆସନରେ ପ୍ରାରମ୍ଭିକ ଟ୍ରେଣ୍ଡ ଆସିଥିବାବେଳେ ୩୧ଟି ଆସନରେ ବିଜେପି ଓ ୨୯ଟି ଆସନରେ କଂଗ୍ରେସ ଆଗୁଆ ରହିଛି । ଅନ୍ୟପକ୍ଷରେ ମଣିପୁର କଥା କହିବା ତାହାଲେ ମଣିପୁରରେ ୨୯ଟି ଆସନ ମଧ୍ୟରୁ ୧୪ଟି ଆସନରେ ବିଜେପି, ୬ଟି ଆସନରେ କଂଗ୍ରେସ, ୪ଟି ଆସନରେ ଏନପିଫ ଓ ଦୁଇଟି ଆସନରେ ଏନପିପି ଆଗୁଆ ରହିଛି ।

ଉତ୍ତରପ୍ରଦେଶର ୪୦୩ ଆସନର ଚାଲିଛି ମତଗଣନା, ୮୦ ଆସନରେ ବିଜେପି ଆଗୁଆ

ଲକ୍ଷ୍ନୋ: ଉତ୍ତର ପ୍ରଦେଶରେ ଆରମ୍ଭ ହୋଇଯାଇଛି ଭୋଟ ଗଣତି । ସକାଲ ୮ଟାରୁ ଭୋଟ ଗଣତି ଆରମ୍ବ ହୋଇଯାଇଛି । ଭୋଟ ଗଣତି ଆରମ୍ଭରୁ କଣ ରହିଛି ଫଳାଫଳ । ଏକଜିଟ ପୋଲରେ ଉତ୍ତର ପ୍ରଦେଶରେ ବିଜେପିରେ ଲଗାତର ଦ୍ୱିତୀୟ ଥର ପ୍ରବଳ ବହୁମତରେ ଆସିପାରେ ।

୮ଟା ୨୦: ଉତ୍ତରପ୍ରଦେଶର ୪୦୩ ଆସନର ଚାଲିଛି ମତଗଣନା । ଉତ୍ତରପ୍ରଦେଶର ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗୁଆ । ବିଜେପି ୮୦ ଆସନରେ ଆଗୁଆ ଥିବାବେଳେ ୪୮ ଆସନରେ ସମାଜବାଦୀ ପାର୍ଟି, ୨ଟି ଆସନରେ କଂଗ୍ରେସ, ୩ଟି ଆସନରେ ବିଏସପି ଆଗୁଆ ରହିଛି ।

ଆଜି ’ଅପରେସନ ଗଙ୍ଗା’ର ଅନ୍ତିମ ଦିନ, ସନ୍ଧ୍ୟାରେ ୟୁକ୍ରେନ ଛାଡ଼ିବ ଭାରତର ଶେଷ ବିମାନ

କିଭ୍: ଅପରେସନ ଗଙ୍ଗାର ଆଜି ଶେଷ ଦିନ । ସନ୍ଧ୍ୟାରେ ୟୁକ୍ରେନ ଛାଡିବ ଭାରତର ଶେଷ ବିମାନ । ମିଶନର ଶେଷ ପର୍ଯ୍ୟାୟରେ ବାହୁଡ଼ିବେ ପ୍ରାୟ ୭୦୦ ଛାତ୍ରଛାତ୍ରୀ । ବିଶେଷ କରି ୟୁକ୍ରେନର ସୁମିରେ ଫସିଥିବା ଡାକ୍ତରୀ ଛାତ୍ରଛାତ୍ରୀ ନିରାପଦରେ ଭାରତ ଫେରିବେ । ସେମାନଙ୍କ ଉଦ୍ଧାର ଲାଗି ବେଶ୍ ଉଦ୍ୟମ କରିଥିଲା ଭାରତୀୟ ଦୂତାବାସ । ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଥିଲେ । ଗତ ଫେବ୍ରୁଆରୀ ୨୨ରୁ ଆରମ୍ଭ ହୋଇଥିଲା ଅପରେସନ ଗଙ୍ଗା । ଏହି ମିଶନରେ ବର୍ତ୍ତମାନ ସୁଦ୍ଧା ୧୮ ହଜାରରୁ ଅଧିକ ଭାରତୀୟ ସ୍ୱଦେଶ ଫେରିଲେଣି ।

ଅନ୍ୟପକ୍ଷରେ ୟୁକ୍ରେନ ସ୍ଥିତି ଉପରୁ ସସପେନ୍ସ ଏପର୍ଯ୍ୟନ୍ତ ବି ହଟୁନି । ରାଷ୍ଟ୍ରପତି ଜେଲେନସ୍କିଙ୍କ ଭିନ୍ନ ଭିନ୍ନ ବୟାନ ଯୁଦ୍ଧ ସ୍ଥିତି ସମ୍ପର୍କରେ ଦ୍ୱନ୍ଦ ସୃଷ୍ଟି କରିଛି । ତଥାପି ନାଟୋ ପ୍ରତି ସେ ଅନାଗ୍ରହୀ ଥିବା ସ୍ପଷ୍ଟ ହୋଇଥିବାବେଳେ ଆଗକୁ ସେ କି ପଦକ୍ଷେପ ନେବେ ତାହାର ସୂଚନା ମିଳିନାହିଁ । ସେପଟେ ରାଜଧାନୀ କିଭ୍ ଦଖଲ କରିବା ପାଇଁ ଆଗଉଛି ଋଷ ବାହିନୀ । କିଭ୍ ଠାରୁ ମାତ୍ର ୪୦ ମାଇଲ ଦୂରରେ ଠୁଳ ହେଲେଣି ଋଷ ସୈନ୍ୟ । ୟୁକ୍ରେନର ବିଭିନ୍ନ ସହରରେ ବୋମାମାଡ ଜାରି ରହିଛି । କ୍ରମଶଃ ବିଶ୍ୱ ସମୁଦାୟ ନିକଟରେ ଅଲଗା ହୋଇପଡୁଥିବା ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଲୁକ ଇଷ୍ଟ ନୀତି ଆପଣାଇବା ନେଇ ସୂଚନା ମିଳିଛି ।

ଫଳାଫଳ ପୂର୍ବରୁ ମନ୍ଦିର ଦର୍ଶନ କଲେ ଯୋଗୀ ଆଦିତ୍ୟ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ, ପଞ୍ଜାବ ସମେତ ୫ରାଜ୍ୟର ୬୯୦ ବିଧାନସଭା ଆସନର ଆସିବ ଫଳାଫଳ । ଭୋଟ ଗଣତି ଗୁରୁବାର ସକାଳ ୮ରୁ ଆରମ୍ଭ ହୋଇଯାଇଛି । ୨ମାସ ହେବ ଜାରି ରହିଥିବା ନିର୍ବାଚନର ଘମାସାନ ରାଜନୈତିକ ଲଢେଇର ଆଜି ସମାପ୍ତି ଘଟିବ । ଏକଜିଟ୍ ପୋଲରେ ବିଜେପି ଶାସନକୁ ଫେରିବ ବୋଲି କୁହାଯାଉଥିବା ବେଳେ ଏହା କେତେ ସତ ହେବ ତାହା ଉପରେ ନଜର ।

ଉତ୍ତର ପ୍ରଦେଶରେ ଭଜପା ଓ ସପା ମଧ୍ୟରେ ଟକ୍କର ଜୋରଦାର ହୋଇଛି । ଫଳାଫଳ ପୂର୍ବରୁ ଯୋଗୀ ଆଦିତ୍ୟ ନାଥ ଆଜି ମନ୍ଦିର ଦର୍ଶନ କରିଛନ୍ତି । ଏହାସହ ଉତ୍ତର ପ୍ରଦେଶରେ ବିଜେପି ସରକାର ପୁଣି ଆସିବାକୁ ଆସା ପ୍ରକଟ କରିଛନ୍ତି ଯୋଗୀ । ସେହିପରି ପଞ୍ଜାବରେ କଂଗ୍ରେସକୁ ଟକ୍କର ଦେବାକୁ ଆମ ଆଦମି ପାର୍ଟି ଅଣ୍ଟା ଭିଡ଼ିଛି । ଏହି ୨ ରାଜ୍ୟ ବ୍ୟତୀତ ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ କଂଗ୍ରେସ, ଆପ୍ ଓ ଭାରତୀୟ ଜନତା ପାର୍ଟି ଘମାସାନ ଲଢେଇ ଚାଲିବ ।

କେଉଁ ରାଜ୍ୟରେ କେତେ ବିଧାନସଭା ଆସନ ?

ଉତ୍ତର ପ୍ରଦେଶ ୪୦୩

ପଞ୍ଜାବ ୧୧୭

ଉତ୍ତରାଖଣ୍ଡ ୭୦

ଗୋଆ ୪୦

ମଣିପୁର ୬୦

ଆରମ୍ଭ ହେଲା ୫ ରାଜ୍ୟରେ ଭୋଟ ଗଣତି, ପୋଷ୍ଟାଲ ବାଲଟ ଗଣତି ପରେ ଖୋଲିବ ଇଭିଏମ

ନୂଆଦିଲ୍ଲୀ: ୫ ରାଜ୍ୟର ବିଧାନସଭା ଫଳାଫଳ ପାଇଁ ଆରମ୍ଭ ହୋଇଛି ଗଣତି । ପ୍ରଥମ ପର୍ଯ୍ୟାୟରେ ପୋଷ୍ଟାଲ ବାଲାଟ ଭୋଟ୍‌ ଗଣତି ଆରମ୍ଭ ହୋଇଛି । ପୋଷ୍ଟାଲ ବାଲାଟ ଭୋଟ୍ ଗଣତି ହେବା ପରେ ଇଭିଏମ ଭୋଟ ଗଣତି ହେବ । କଡ଼ା ସୁରକ୍ଷା ମଧ୍ୟରେ ବିଭିନ୍ନ ସ୍ଥାନରେ ଭୋଟ ଗଣତି ଜାରି ରହିଛି । ତେବେ ଆଉ କିଛି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟରେ ପାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିବ । ୫ ରାଜ୍ୟରେ ୬୯୦ ବିଧାନସଭା ଆସନରେ ଆସିବ ଫଳାଫଳ ।

ତେବେ ସର୍ବାଧିକ ଆସନ ଥିବା ଉତ୍ତରପ୍ରଦେଶରେ କିଏ ସିଂହାସନ ଦଖଲ କରିବ ତାହା ଉପରେ ରହିଛି ସମସ୍ତଙ୍କ ନଜର । ଯୋଗୀ ସରକାରଙ୍କ ରିପିଟ୍ ନା ପରିବର୍ତ୍ତନକୁ ଭୋଟ୍ ଦେଇଛନ୍ତି ୟୁପିବାସୀ । ଏହା ଉପରେ ସାରା ଦେଶର ନଜର । ଏକଜିଟ୍ ପୋଲରେ ବିଜେପି ଶାସନକୁ ଫେରିବ ବୋଲି କୁହାଯାଉଥିବା ବେଳେ ଏହା କେତେ ସତ ହେବ ତାହା ଉପରେ ନଜର । ସେପଟେ ପଞ୍ଜାବ ବି ଦେଖିବ ବିଗ୍ ଫାଇଟ୍ । ଦିଲ୍ଲୀ ପରେ ଏଠାରେ ଚାଲିବକି ଝାଡ଼ୁ । ସେପଟେ ମଣିପୁର, ଉତ୍ତରାଖଣ୍ଡ ଓ ଗୋଆରେ ମଧ୍ୟ ନେତାଙ୍କ ଛାତି ଧଡ଼ଧଡ଼ ହେଲାଣି ।

ଆଉ କିଛି ସମୟ ପରେ ଆସିବ ୫ ରାଜ୍ୟର ବିଧାନସଭା ଫଳାଫଳ, ୟୁପି ଓ ପଞ୍ଜାବ ଉପରେ ରହିଛି ନଜର

ନୂଆଦିଲ୍ଲୀ: ୨୪ ଫାଇନାଲ ପୂର୍ବରୁ କିଏ ମାରିବ ସେମିଫାଇନାଲ ବାଜି । କିଏ ଜିତିଛି ଜନତାଙ୍କ ଦିଲ୍ । କାହା ସପକ୍ଷରେ ଯିବ ଜନମତ । କେତେ ସତ ହେବ ଏକଜିଟ୍ ପୋଲ୍ । ୫ରାଜ୍ୟରେ କାହାର ଚାଲିବ ରାଜ୍ । ଆଉ କିଛି ସମୟ ପରେ ଖୋଲିବ ଇଭିଏମ୍, ଗଣତି ହେବ ଭୋଟ୍ । ସାରା ଦେଶର ନଜର ଏବେ ଉତ୍ତରପ୍ରଦେଶ ଉପରେ । ୫ ରାଜ୍ୟର ୬୯୦ ବିଧାନସଭା ଆସନର ଆସିବ ଫଳାଫଳ । ସର୍ବାଧିକ ଆସନ ଥିବା ରାଜ୍ୟ ଉତ୍ତରପ୍ରଦେଶରେ କିଏ ଦଖଲ କରିବ ସିଂହାସନ । ଯୋଗୀଙ୍କ ସରକାର ରିପିଟ୍ ହେବ ନା ପରିବର୍ତ୍ତନକୁ ଭୋଟ୍ ଦେଇଛନ୍ତି ୟୁପିବାସୀ । ଏହା ଉପରେ ରହିଛି ସାରା ଦେଶର ନଜର । ଏକଜିଟ୍ ପୋଲରେ ବିଜେପି ଶାସନକୁ ଫେରିବ ବୋଲି କୁହାଯାଉଥିବା ବେଳେ ଏହା କେତେ ସତ ହେବ ତାହା ଉପରେ ପୂରା ଭାରତର ନଜର ରହିଛି ।

ଅନ୍ୟପକ୍ଷରେ ପଞ୍ଜାବରେ ଦେଖିବାକୁ ମିଳିବ ବିଗ୍ ଫାଇଟ୍ । ଦିଲ୍ଲୀ ପରେ ଏଠାରେ ଚାଲିବକି ଝାଡ଼ୁ । ସେପଟେ ମଣିପୁର, ଉତ୍ତରାଖଣ୍ଡ ଓ ଗୋଆରେ ମଧ୍ୟ ନେତାଙ୍କ ଛାତି ଧଡ଼ଧଡ଼ ହେଲାଣି । ଆଉ କିଛି ସମୟ ପରେ ଇଭିଏମ ଖୋଲିବ । ପ୍ରଥମ ପର୍ଯ୍ୟାୟରେ ପୋଷ୍ଟାଲ ବାଲଟ ହିସାବ କରାଯିବ । ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଆପଣାଯାଇଥିବା ବେଳେ ନିର୍ବାଚନୀ ହିଂସାକୁ ନଜରରେ ରଖି ଆଲର୍ଟରେ ଅଛି ପ୍ରଶାସନ ।

 

ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ଏଏସଆଇ ଡିଜିଙ୍କ ପ୍ରଶଂସା, କାର୍ଯ୍ୟରତ ଅଧିକାରୀଙ୍କ ବିବାଦୀୟ ବୟାନ କାହିଁକି ?

ଭୁବନେଶ୍ବର: ଶ୍ରୀମନ୍ଦିର ସୁରକ୍ଷା ପାଇଁ ନିର୍ମାଣଧୀନ ଐତିହ କରିଡର କାମକୁ ନେଇ ସନ୍ତୋଷ ପ୍ରକାଶ କଲେ ଏଏସଆଇ ଡିଜି । ଗତମାସ ୨୧ ତାରିଖରେ ଶ୍ରୀକ୍ଷେତ୍ର ପରିଦର୍ଶନରେ ପୁରୀ ଆସିଥିଲେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ଡିଜି ବିଦ୍ୟାବତୀ । ୭୫ ମିଟର ସୁରକ୍ଷା କରିଡର ପାଇଁ ନିର୍ମାଣ ହେଉଥିବା ଉନ୍ନତିମୂଳକ କାର୍ଯ୍ୟକୁ ସେ ବୁଲି ଦେଖିଥିଲେ । ରାଜ୍ୟ ସରକାରଙ୍କ ଉଦ୍ଦ୍ୟେଶ ଡିଜି ଲେଖିଥିଲେ ଐତିହ କରିଡର କାମକୁ ଏଏସଆଇ ସମ୍ପୂର୍ଣ୍ଣ ସହଯୋଗ କରିବ ।

ନନ୍ଦିଘୋଷ ଟିଭି ହାତରେ ଲାଗିଛି ଡିଜି ବିଦ୍ୟାବତୀଙ୍କ ଭିଜିଟ ନୋଟର ଦସ୍ତାବିଜ । ଏଥିରେ ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିରର ପ୍ରକଳ୍ପକୁ ସେ ପ୍ରଶଂସା କରିଛନ୍ତି । ପ୍ରକଳ୍ପ କାମରେ ସାଧରଣ ଲୋକ, ସେବାୟତ ଓ ଭକ୍ତଙ୍କ ସୁବିଧା ପାଇଁ ଯେଉଁସବୁ ବିକାଶମୂଳକ କାମ କରାଯିବା କଥା ସେଗୁଡିକୁ ଶୀଘ୍ର କିଭଳି ଶେଷ କରାଯିବ ତା ଉପରେ ଟିପ୍ପଣୀ ଦେଇଛନ୍ତି | ତେବେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏହି ସଂସ୍ଥାର ସର୍ବୋଚ୍ଚ ଅଧିକାରୀ ଏଭଳି ମତ ଦେଇଥିବା ବେଳେ ରାଜ୍ୟରେ କାର୍ଯ୍ୟରତ ଅଧିକାରୀ ଅରୁଣ ମଲ୍ଲିକଙ୍କ ବିବାଦୀୟ ଓ ବିଭ୍ରାନ୍ତିକର ବୟାନ ଏବେ ପଦାରେ ପଡିଛି । ଶ୍ରୀକ୍ଷେତ୍ରର ବିକାଶ କାମକୁ ବାଟ ଓଗାଳୁଥିବା ଏହି ଅଧିକାରୀଙ୍କୁ ନେଇ ଏବେ ସବୁଠି ବିରୋଧ ହୋଇଛି ।

ଛତ୍ରବଜାର ବ୍ରିଜ ଭୁଶୁଡ଼ିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା

ଭୁବନେଶ୍ବର: କଟକ ଛତ୍ରବଜାର ପୁରୁଣା ବ୍ରିଜ ଭୁଶୁଡ଼ିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହାସହ ମୃତାହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିବା ସହ ଘଟଣାର ଆରଡିସି ସ୍ତରୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣାରେ ଆହତଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନାଯୋଗ୍ୟ, କଟକ ଛତ୍ର ବଜାରର ପୁରୁଣା ପୋଲ ନିକଟରେ ଥିବା କାନ୍ଥ ଭୁଶୁଡି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । କାନ୍ଥ ତଳେ ଦବି ଥିବା ଆହତଙ୍କୁ ଉଦ୍ଧାର କରାଯାଇ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ତାଳଦଣ୍ଡା କେନାଲ ପୁନରଉଦ୍ଧାର ସହ ରାସ୍ତା ଚୌଡା ଏବଂ ପୋଲର ପାର୍ଶ୍ବ ପାଚେରୀ ମରାମତି ପାଇଁ ଖୋଳା ଯାଉଥିଲା । ଏହି ସମୟରେ ପୋଲ ନିକଟରେ ଥିବା ଏକ କାନ୍ଥ ଭୁଶୁଡି ପଡିଥିଲା । ଦେଢ ଘଣ୍ଟାରୁ ଦୁଇଘଣ୍ଟା ଧରି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ । ଜିଲ୍ଲାପାଳ ଓ ପୋଲିସ କମିଶନର ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଡିସିପିଙ୍କ ସହ ଅଘଟଣ ନେଇ ଆଲୋଚନା କରିଛନ୍ତି ପୋଲିସ କମିଶନର । ସେପଟେ କାନ୍ଥଟି କିଭଳି ଭୁଶୁଡିଲା ତାହାର ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।