spot_img
Home Blog Page 4532

କୁମ୍ଭ ରାଶିରେ ଚଳନ କରିବେ ବୁଧ, ଏହି ରାଶି ରୁହନ୍ତୁ ସାବଧାନ

ନୂଆଦିଲ୍ଲୀ: ମିଥୁନ ଓ କନ୍ୟା ରାଶିର ରାଶ୍ୟାଧିପତି ହେଉଛନ୍ତି ବୁଧ ଗ୍ରହ। ଜ୍ୟୋତିଷ ଶାସ୍ତ୍ରନୁସାରେ ବୁଧ ରାଶି ହେଉଛି ଶୁଭ । ମାର୍ଚ୍ଚ ୬ରେ ମକର ରାଶିରୁ ବାହାରି କୁମ୍ଭ ରାଶିକୁ ଚଳନ କରିବ ଏହି ଗ୍ରହ । ଏହି ଚଳନ ଦ୍ୱାରା କକର୍ଟ ରାଶି ଉପରେ ସାମାନ୍ୟ ପ୍ରଭାବ ପଡିପାରେ। ଆସନ୍ତୁ ଜାଣିବା ଏହି ଚଳନ ଯୋଗୁଁ କେଉଁ ରାଶି ଉପରେ କି ପ୍ରଭାବ ପଡିବ।

Rahu Gochar-2022 May Give Good Profit To 4 Zodiac Signs

ମେଷ- ଏହି ରାଶିର ବ୍ୟକ୍ତିବିଶେଷଙ୍କୁ ଖୁବ୍ ଶୁଭଫଳ ମିଳିବ । ଆର୍ଥିକ ଲାଭ ମିଳିବା ସଙ୍ଗେସଙ୍ଗେ ଆପଣଙ୍କ ଦ୍ୱାରା ଲିଖିତ ଯେକୗେଣସି ଲେଖାକୁ ଉଚ୍ଚ ପ୍ରଶଂସା ମିଳିବ।  ଦୀର୍ଘ ଦିନ ଧରି ଅଟକି ରହିଥିବା କାମର ସମାଧାନ ହେବ ।

ବୃଷ- ବୃଷ ରାଶିର ଲୋକମାନେ ବ୍ୟବସାୟରେ ଶୁଭ ଫଳ ପାଇବେ । ବ୍ୟାଙ୍କିଙ୍ଗ୍ ଏବଂ ଫାଇନାନ୍ସ ସେକ୍ଟର ସହ ଜଡିତ ଲୋକମାନେ ଅନେକ ଲାଭ ପାଇବେ। ପାରିବାରିକ ବ୍ୟବସାୟ ସହିତ ଜଡିତ ଲୋକମାନେ ବ୍ୟବସାୟକୁ ଏକ ନୂଆ ଉଚ୍ଚକୁ ନେବେ ।

ମିଥୁନ – ମିଥୁନ ଲୋକଙ୍କ ପାଇଁ ଏହି ସମୟ ବହୁତ ଭଲ ରହିବ । ଏହି ରାଶିର ବ୍ୟକ୍ତି ଧାର୍ମିକ କାର୍ଯ୍ୟ ପ୍ରତି ଆକୃଷ୍ଟ ହେବେ ।

Rahu Gochar-2022 May Give Good Profit To 4 Zodiac Signs

କର୍କଟ – ଏହି ସମୟ କର୍କଟ ରାଶିର ଲୋକଙ୍କ ପାଇଁ ସାମାନ୍ୟ ସମସ୍ୟା ଭରା ହୋଇପାରେ । ଏହି ସମୟ ମଧ୍ୟରେ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡିପାରେ | ଏପରି ପରିସ୍ଥିତିରେ ଆପଣ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ ।

ସିଂହ- ସିଂହ ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହର ଚଳନ ଖୁବ୍ ଲାଭଦାୟକ ହେବ । ନୂଆ ବ୍ୟବସାୟ ଆରମ୍ଭ କରୁଥିବା ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ | ବୖେବାହିକ ଜୀବନରେ ଖୁସି ଭରିରହିବ ।

 

ଆମେରିକାର ଚେତାବନୀ, ଖୁବ୍ ଶୀଘ୍ର ୟୁକ୍ରେନର ଅନେକ ସହରରେ ଋଷ କରିବ ବୋମାମାଡ଼

କିଭ୍: ୟୁକ୍ରେନର ଅନେକ ସହରରେ ଋଷ କରିବ ବୋମାମାଡ଼ । ସହରଗୁଡିକୁ କବଜା କରିବା ଲାଗି ଋଷ ଆରମ୍ଭ କରିବ ମିଶନ । ବୋମାମାଡରେ ଅନେକ ଲୋକ ମୃତାହତ ହେବା ଆଶଙ୍କା ରହିଛି ବୋଲି ସତର୍କ କରାଇଛି ଆମେରିକା । ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆମେରିକା ଓ ନାଟୋ ସତର୍କ ରହିଥିବାବେଳେ ପରବର୍ତ୍ତୀ ସ୍ଥିତି ନେଇ ଆଲର୍ଟ ଜାରି କରିଛି ଆମେରିକା । ପାଶ୍ଚାତ୍ୟ ରାଷ୍ଟ୍ରର ଜଣେ ବରିଷ୍ଠ ଗୁଇନ୍ଦା ଅଫିସର କହିଛନ୍ତି- ଋଷ ପ୍ରୟୋଗ କରିବାକୁ ଯାଉଥିବା ଭୟଙ୍କର ଅସ୍ତ୍ର ବିପୁଳ କ୍ଷତି ଘଟାଇବାକୁ ଯାଉଛି । ଏହା ସହ ୟୁକ୍ରେନର ଇରପିନରେ ଏକ ସାମରିକ ହସ୍ପିଟାଲ ଉପରେ ବୋମାମାଡ କରିଛି ଋଷ । ସେପଟେ ୟୁକ୍ରେନର ଜାପୋରିଜିଆ ନ୍ୟୁକ୍ଲିୟର ପ୍ଲାଣ୍ଟକୁ ନେଇ ଆସିଲା ନୂଆ ତଥ୍ୟ । ଏହି ପ୍ଲାଣ୍ଟକୁ ୟୁକ୍ରେନ ପୁଣି ଋଷ ହାତରୁ ନିଜ କବଜାକୁ ଫେରାଇ ଆଣିଥିବା ଦାବି କରିଛି । ଏହାକୁ ନେଇ କିବରେ ଜାରି ହୋଇଛି ଏୟାର ଆଲର୍ଟ ।  ଗତକାଲି ୟୁରୋପର ସବୁଠାରୁ ବୃହତ ଆଣବିକ ପ୍ଲାଣ୍ଟକୁ ଋଷ କବଜା କରିବା ନେଇ ସୂଚନା ମିଳିଥିଲା ।

ଭାରତୀୟ ନୌସେନା ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ନୌସେନା ବ୍ରହ୍ମୋସ ମିସାଇଲର ଆଡଭାନ୍ସ ବର୍ଜନର ସଫଳ ପରୀକ୍ଷଣ କରିଛି । ପରୀକ୍ଷଣ ସମୟରେ ମିସାଇଲଟି ସଠିକ୍ ଲକ୍ଷ ସ୍ଥଳରେ ପହଞ୍ଚିବାରେ ସଫଳ ହୋଇଛି । ଏ ହେଉଛି ବ୍ରହ୍ମୋସ ମିସାଇଲର ଆଡଭାନ୍ସ ଭର୍ଜନ । ଏଥିରେ ଅନେକ ପରିବର୍ତ୍ତନ କରାଯାଇଛି । ମିସାଇଲରେ ଏହି ପରିବର୍ତ୍ତନ ପରେ ଏହା ଅଧିକ ଶକ୍ତିଶାଳୀ ହୋଇଯାଇଛି ।

ଭାରତର ଏହି ମିସାଇଲର ସଫଳ ପରୀକ୍ଷଣକୁ ଆତ୍ମନିର୍ଭର ଭାରତ ମିଶନର ସଫଳତା ସହ ଯୋଡ଼ା ଯାଇଛି । ସୂଚନା ଅନୁସାରେ, ଜଳରୁ ଉତକ୍ଷପଣ ହୋଇପାରୁଥିବା ବ୍ରହ୍ମୋସ ମିସାଇଲ ଶତ୍ରୁଙ୍କୁ କଡ଼ା ଜବାବ୍ ଦେବ । ସମୁଦ୍ରରୁ ଏହି ମିସାଇଲ ଉତକ୍ଷପଣ କରିବାକୁ ବ୍ରହ୍ମୋସ ମିସାଇଲର ୪ଟି ଭାରିଏଣ୍ଟ ରହିଛି । ଯାହା ଶତ୍ରୁଙ୍କୁ ମାତ୍ ଦେବାକୁ ସକ୍ଷମ ହୋଇପାରିବ ।

ୟୁକ୍ରେନ୍ ବିପକ୍ଷରେ ଋଷର ଯୁଦ୍ଧକୁ ବିରୋଧ, ଲାଇଭ୍ ଶୋ’ରୁ ଇସ୍ତଫା ଦେଲେ ନ୍ୟୁଜ ଚ୍ୟାନେଲର ସମସ୍ତ କର୍ମଚାରୀ

ମସ୍କୋ: ୧୦ ଦିନ ହେଲା ଜଳୁଛି ୟୁକ୍ରେନ୍ । ଯୁଦ୍ଧକୁ ତମାମ୍ ବିରୋଧରେ ସତ୍ତ୍ୱେ ପଛକୁ ହଟୁ ନାହାନ୍ତି ପୁଟିନ୍ । ବିଦେଶ ସହ ଋଷରେ ବି ୟୁକ୍ରେନ୍ ବିରୋଧରେ ଚାଲିଥିବା ଯୁଦ୍ଧକୁ ବିରୋଧ ଜାରି ରହିଛି । ଯୁଦ୍ଧକୁ ବିରୋଧ ନେଇ ବିଭିନ୍ନ ଟିଭି ଚ୍ୟାନେଲରେ ବିତର୍କ ବି ହେଉଛି । ଏମିତି ଏକ ଆଶ୍ଚର୍ଯ୍ୟକର ବିରୋଧ କରିଛନ୍ତି ନ୍ୟୁଜ ଚ୍ୟାନେଲର କର୍ମଚାରୀ । ଯୁଦ୍ଧକୁ ବିରୋଧ କରି ଲାଇଭ ଶୋରେ ଋଷର ଏକ ଚ୍ୟାନେଲର ସମସ୍ତ କର୍ମଚାରୀ ଇସ୍ତଫା ଦେଇଛନ୍ତି ।

ୟୁକ୍ରେନ୍ ବିରୋଧରେ ଋଷର ଯୁଦ୍ଧକୁ ବିରୋଧ କରି ଲିବେରାଲ ଋଷିଆ ଟିଭିର ସମସ୍ତ କର୍ମଚାରୀ ଚାକିରି ଛାଡ଼ି ଦେଇଛନ୍ତି । ନୋ ଟୁ ୱାର ଶୀଷର୍କ କାର୍ଯ୍ୟକ୍ରମ ମାଧ୍ୟମରେ ଚ୍ୟାନେଲ ପ୍ରସାରଣକୁ ବନ୍ଦ କରି ଦେଇଛନ୍ତି । ୟୁକ୍ରେନ୍ ଯୁଦ୍ଧ ନେଇ ଚ୍ୟାନେଲର ପ୍ରସାରଣ ଉପରେ ମସ୍କୋ ପ୍ରତିବନ୍ଧକ ଲଗାଇବା ପରେ ସଂସ୍ଥା ଏଭଳି ନିଷ୍ପତ୍ତି ନେଇଛି । ଚ୍ୟାନେଲର ସିଇଓ ନଟାଲିଆ ସିନ୍ଦେୟେଭା କହିଛନ୍ତି, ଆମେ ଆଗକୁ ଦୃଢ଼ତାର ସହ କାର୍ଯ୍ୟ କରିବୁ । ଆଶା କରୁଛି ଆମେ ଖୁବଶୀଘ୍ର ଫେରିବୁ ଓ ପୁନଃ ପ୍ରସାରଣ କରିବୁ ।
ଶେଷଥର ପାଇଁ ଚ୍ୟାନେଲରେ ନୋ ଟୁ ୱାର କାର୍ଯ୍ୟକ୍ରମ ପ୍ରସାରଣ କରାଯାଇଥିଲା । ଯେଉଁଥିରେ ଚ୍ୟାନେଲର ସମସ୍ତ କର୍ମଚାରୀ ଇସ୍ତଫା ପ୍ରଦାନ କରିବା ସହ ଜଣ ଜଣଙ୍କରି କାର୍ଯ୍ୟାଳୟରୁ ବାହାରି ଯାଇଥିଲେ । ମାସ ରେଜିନେସନର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଚ୍ୟାନେଲର ସମସ୍ତ କର୍ମଚାରୀ ବାହାରି ଯିବା ପରେ ସ୍ୱାନ୍ ଲେକ୍ ବାଲେଟ୍ ଭିଡିଓ ପ୍ରସାରିତ ହୋଇଛି । ଯାହାକି ୧୯୯୧ରେ ଶୋଭିଏତ୍ ସଂଘର ବିଘଟନ ପରେ ଋଷର ସରକାରୀ ଚ୍ୟାନେଲରେ ପ୍ରସାରିତ ହୋଇଥିଲା ।


ଲିବେରାଲ ଋଷିଆ ଟିଭି ଭଳି ଏହାର ରେଡିଓ ଏଖୋ ମସ୍କଭିର ପ୍ରସାରଣକୁ ବନ୍ଦ କରି ଦିଆଯାଇଛି । ପୂର୍ବରୁ ଋଷ ସରକାର ବିରୋଧରେ ଖବର ପ୍ରସାରଣ ଯୋଗୁ ୨୦୧୪ରେ ଟିଭି ରେନର ପ୍ରସାରଣକୁ ବନ୍ଦ କରି ଦିଆ ଯାଇଥିଲା । ସେତେବେଳେ ଟିଭି ରେନ୍ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ବିରୋଧ କରି ହେଉଥିବା ବିକ୍ଷୋଭକୁ ପ୍ରସାରଣ କରି ଆକ୍ରୋଶର ଶିକାର ହୋଇଥିଲା ।

ଋଷ-ୟୁକ୍ରେନ ଯୁଦ୍ଧରେ ୟୁକ୍ରେନର ହେବ ବିଜୟ: ଆମେରିକା ବୈଦେଶିକ ମନ୍ତ୍ରୀ

ଓ୍ୱାଶିଂଟନ: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଲଢ଼େଇ । ଫେବ୍ରୁଆରୀ ୨୪ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ତେବେ ଏହାରି ମଧ୍ୟରେ ଏକ ବଡ଼ କବର ସାମ୍ନାକୁ ଆସିଛି । ଋଷ-ୟୁକ୍ରେନ ଯୁଦ୍ଧରେ ୟୁକ୍ରେନର ହେବ ବିଜୟ । ଏହି ସୂଚନା ଦେଇଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ । ସେ କହିଛନ୍ତି- ଏହି ଯୁଦ୍ଧ କେତେ ଦିନ ଯାଏ ଚାଲିବ ତାହା ସେ କହିପାରିବେ ନାହିଁ । ମାତ୍ର ଯୁଦ୍ଧ ଶେଷରେ ୟୁକ୍ରେନର ବିଜୟ ହେବ ଏହା ନିଶ୍ଚିତ । ୟୁକ୍ରେନ ସରକାରଙ୍କୁ ଗାଦିଚ୍ୟୁତ କରିବା ଲାଗି ଋଷ ଉଦ୍ୟମ କରିବା ସହ ଏକ ସଖୀକଣ୍ଢେଇ ସରକାର ଗଠନ କରିବା ଲାଗି ଯୋଜନା କରୁଛି । ମାତ୍ର ୟୁକ୍ରେନବାସୀ ଏହା କରାଇ ଦେବେ ନାହିଁ । ବର୍ତ୍ତମାନ ବି ୟୁକ୍ରେନର ଅନେକ ସହରରେ ଋଷର ବୋମାମାଡ ଜାରି ରହିଥିବାବେଳେ କୃଷ୍ଣ ସାଗର ଉପକୂଳ ଓ ମାରିଓପଲ ସହରକୁ ଋଷ ସେନା ଘେରାବନ୍ଦୀରେ ରଖିଛନ୍ତି ।

ବାହୁବଳୀ-୩ ଆସିବା ନେଇ ଏମିତି କିଛି କହିଲେ ପ୍ରଭାସ

ନୂଆଦିଲ୍ଲୀ: ‘ବାହୁବଳୀ’ ପ୍ରେମୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଆସିପାରେ ବାହୁବଳୀର ତୃତୀୟ ଭାଗ । ଏନେଇ ସାମ୍ୟକ ଇଙ୍ଗିତ କରିଛନ୍ତି ଫିଲ୍ମର ଫେମ୍ ହିରୋ ପ୍ରଭାସ । ତେବେ ବାହୁବଳୀର ପ୍ରଥମ ଓ ଦ୍ୱିତୀୟ ଭାଗ ବକ୍ସ ଅଫିସରେ ବ୍ଲକବଷ୍ଟର ହେବା ପରେ ତୃତୀୟ ଭାଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି । ବାହୁବଳୀ ହିଁ ଏକମାତ୍ର ଫିଲ୍ମ ଥିଲା ଯିଏ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀ ପ୍ରତି ସିନେପ୍ରେମୀଙ୍କୁ ଆକର୍ଷିତ କରିଥିଲା । ଆଉ ଏମିତିରେ ବାହୁବଳୀ ୩ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢିବ ସ୍ୱଭାବିକ ।

ବାହୁବଳୀର ତୃତୀୟ ଭାଗ ନେଇ କଣ କହିଛନ୍ତି ପ୍ରଭାସ ?

ସୂଚନା ଅନୁସାରେ ଫିଲ୍ମ ନିର୍ଦ୍ଦେଶକ ଏସ ଏସ ରାଜମୌଲୀ ଓ ପ୍ରଭାସ ପୁଣି ଥରେ ଏକାଠୀ ନଜର ଆସିପାରନ୍ତି । ତେଣୁ ବହୁବଳୀ ୩କୁ ନେଇ ସମ୍ଭାବନା ବଢିଛି । ତେବେ ଏନେଇ ଆମେ ନୁହେଁ ବରଂ  ନିଜେ ପ୍ରଭାସ କହିଛନ୍ତି । ପ୍ରଭାସ ବର୍ତ୍ତମାନ ତାଙ୍କ ଆସନ୍ତା ଫିଲ୍ମ ରାଧେ ଶ୍ୟାମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ତେବେ ଏହି ଫିଲ୍ମ ପ୍ରମୋଶନ ସମୟରେ ଯେତେବେଳେ ପ୍ରଭାସଙ୍କୁ ବାହୁବଳୀ ୩ ନେଇ ପ୍ରଶ୍ନ କରାଯାଇଥିଲା । ସେତେବେଳେ ଏମିତି କିଛି ଇଙ୍ଗିତ କରିଥିଲେ ପ୍ରଭାସ ।

ବାହୁବଳୀ ୩ ନେଇ କଣ କହିଥିଲେ ପ୍ରଭାସ ?

ପ୍ରଭାସ କହିଛନ୍ତି ଯେ, ସେ ଓ ରାଜମୌଲୀ ବହୁତ ଭଲ ବନ୍ଧୁ  । ସେ ସବୁବେଳେ ପରସ୍ପର ସହ ଅନେକ ପ୍ରୋଜେକ୍ଟ ବିଷୟରେ ଆଲୋଚନା କରିଥାନ୍ତି । ଯେତେବେଳେ ବାହୁବଳୀ ୩କୁ ନେଇ ପ୍ରଶ୍ନ କରାଗଲା ସେତେବେଳେ ପ୍ରଭାସ କହିଛନ୍ତି, ଆଗକୁ କିଛି ବି ହୋଇପାରେ କିଏ ଜାଣିଛି ? ଯଦିଓ ପ୍ରଭାସ କିଛି ସ୍ପଷ୍ଟ କରିନାହାଁନ୍ତି କିନ୍ତୁ ତାଙ୍କ ଫ୍ୟାନମାନେ ପ୍ରଭାସଙ୍କ ଏହି ମନ୍ତବ୍ୟକୁ ବାହୁବଳୀ ୩ ସହ ଯୋଡ଼ିଛନ୍ତି ।

ରାଜ୍ୟର ୩ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ଦୀର୍ଘ ଦିନ ଧରି ଜାରି ରହିଥିବା କଳ୍ପନଜଳ୍ପନା ଅନ୍ତ ଘଟିଛି । ରାଜ୍ୟର ୩ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜୁ ଜନତା ଦଳ । ଭୁବନେଶ୍ୱର ମହାନଗର ନିଗମରେ ବିଜେଡି ପକ୍ଷରୁ ସୁଲୋଚନା ଦାସଙ୍କୁ ମେୟର ପ୍ରାର୍ଥୀ ଭାବରେ ଘୋଷଣା କରିଛି । ସେହିପରି ଭାବରେ କଟକ ମହାନଗର ନିଗମ ପାଇଁ ସୁବାସ ସିଂଙ୍କ ନାମ ଘୋଷଣା ହୋଇଥିବାବେଳେ ବ୍ରହ୍ମପୁର ମହାନଗର ନିଗମ ପାଇଁ ସଂଘମିତ୍ରା ଦଳେଇଙ୍କୁ ମେୟର ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ତେବେ ଚଳିତ ଥର ଭୁବନେଶ୍ୱର ମହାନଗର ନିଗମ ଓ ବ୍ରହ୍ମପୁର ମହାନଗର ନିଗମରେ ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା ।

 

ସୂଚନା ଅନୁସାରେ ମାର୍ଚ୍ଚ ୨୪ରେ ରାଜ୍ୟର ୩ ମହାନଗର ନିଗମ ସହ ସମସ୍ତ ପୌରାଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ମାର୍ଚ୍ଚ ୨ରୁ ଆରମ୍ଭ ହୋଇସାରିଛି ନାମାଙ୍କନ ପତ୍ର ଦାଖଲ । ଏହା ପୂର୍ବରୁ କଂଗ୍ରେସ କଟକ ମହାନଗର ନିଗମ ଓ ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିସାରିଛି । କଂଗ୍ରେସ ପରେ ଆଜି ବିଜୁ ଜନତା ଦଳ ମେୟର ପ୍ରାର୍ଥୀ ଘୋଷଣା କରିଛି । ତେବେ ଏପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ରାଜ୍ୟର ୩ ମହାନଗର ନିଗମ ପାଇଁ ତା’ର ମେୟର ପ୍ରାର୍ଥୀ ଘୋଷଣା କରିନାହିଁ ।

ୟୁକ୍ରେନରେ ଯୁଦ୍ଧବିରତି ଘୋଷଣା କଲା ଋଷ, ଫସିଥିବା ଲୋକ ଉଦ୍ଧାର ନହେବା ପର୍ଯ୍ୟନ୍ତ ହେବନି ଆକ୍ରମଣ

କିଭ୍: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ୟୁକ୍ରେନ ବିରୋଧରେ ଜାରି ରହିଥିବା ଯୁଦ୍ଧରେ ଅସ୍ତ୍ରବିରତି ଘୋଷଣା କରିଛି ଋଷ । ଯୁଦ୍ଧରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅସ୍ତ୍ରବିରତି ଘୋଷଣା କରିଛନ୍ତି ପୁଟିନ୍ । ୟୁକ୍ରେନର ଦୁଇ ସହରରେ ଅସ୍ତ୍ରବିରତି ଘୋଷଣା କରିଛି ଋଷ । ମାରିୟୋପୋଲ ଓ ବୋଲେନୋବାଖା ସହରରେ ଅସ୍ତ୍ରବିରତି । ଭାରତୀୟ ସମୟ ପୂର୍ବାହ୍ନ ୧୧.୩୦ରୁ ଦୁଇ ଘଣ୍ଟା ପାଇଁ ଅସ୍ତ୍ରବିରତି ଘୋଷଣା କରିଛି ଋଷ । ଏହି ଦୁଇ ସହରରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର ନକରିବା ପର୍ଯ୍ୟନ୍ତ ଆକ୍ରମଣ କରିବନି ଋଷ । ଲୋକଙ୍କୁ ଯୁଦ୍ଧ କ୍ଷେତ୍ରରୁ ଉଦ୍ଧାର କରିବା ପାଇଁ ହେବ ଗ୍ରୀନ କରିଡର । ଏହି ଦୁଇ ସହରରେ ଭାରତ ସମେତ ବିଭିନ୍ନ ଦେଶର ବହୁ ନାଗରିକ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଋଷ ଅସ୍ତ୍ରବିରତି ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ ଫେବ୍ରୁଆରୀ ୨୪ରେ ୟୁକ୍ରେନ ବିପକ୍ଷରେ ସ୍ୱତନ୍ତ୍ର ସେନା ଅପରେସନର ନିର୍ଦ୍ଦେଶ ଦେଇଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ପୁଟିନଙ୍କ ଏହି ନିର୍ଦ୍ଦେଶ ପରେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ ଜାରି ରଖିଛି ଋଷ । ୟୁକ୍ରେନର ବିଭିନ୍ନ ସହର ଉପରେ ମିଜାଇଲ ଓ ରକେଟ ମାଡ କରିଛି ଋଷ । ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଫସି ରହିଥିବା ଭରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ ଗଙ୍ଗା । ଅପରେସନ ଗଙ୍ଗା ମାଧ୍ୟମରେ ହଜାର ହଜାର ଭାରତୀୟ ଯୁଦ୍ଧଭୂମିରୁ ଜନ୍ମଭୂମିକୁ ଫେରୁଛନ୍ତି ।

ସହାରନପୁର-ଦିଲ୍ଲୀ ଯାତ୍ରୀବାହୀ ଟ୍ରେନରେ ଲାଗିଲା ନିଆଁ

ମିରଟ: ଉତ୍ତର ପ୍ରଦେଶର ମିରଟ ଜନପଥରେ ଏକ ବିରାଟ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ଯାତ୍ରୀବାହୀ ଟ୍ରେନ । ଶନିବାର ସକାଳେ ସହାରନପୁର-ଦିଲ୍ଲୀ ଯାତ୍ରୀବାହୀ ଟ୍ରେନ ଦୋରାଲ ରେଲୱେ ଷ୍ଟେସନରେ ପହଞ୍ଚିଥିଲା । ଏହି ସମୟରେ ହଠାତ୍ ଟ୍ରେନର ୩ଟି ଡବାରେ ନିଆଁ ଲାଗିଯାଇଥିଲା । ଏବଂ ଏଥିରୁ ବାହାରୁଥିବା ଧୁଆଁରେ ସମ୍ପୂର୍ଣ୍ଣ ପରିବେଶ ଘୋଡେଇ ହୋଇଯାଇଥିଲା ।

https://www.instagram.com/tv/CatkESXAeua/?utm_source=ig_web_copy_link

ନିଆଁ ଧିରେ ଧିରେ ବଢିବାକୁ ଲାଗିଥିଲା ଫଳରେ ସେଥିରେ ଥିବା ଯାତ୍ରୀମାନେ ଜୀବନ ବଞ୍ଚାଇ ବାହାରିଯାଇଥିଲେ । ତେବେ ଏହି ସମୟରେ ଅନେକ ଯାତ୍ରୀ ଆହତ ମଧ୍ୟ ହୋଇଥିବା ଜଣାପଡ଼ିଛି । ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହୀନି ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ନିଆଁକକୁ ଆୟତ୍ତ କରିଛି । ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଛି ।

ସୂଚନ ଥାଉ କି ଏହି ଟ୍ରେନରେ ପ୍ରତ୍ୟେକ ଦିନ ଏକ ହଜାରରୁ ଅଧିକ ଯାତ୍ରୀ ଯାତ୍ରାକରିଥାନ୍ତି । ଏହି ଟ୍ରେନ ପଶ୍ଚିମ ଉତ୍ତର ପ୍ରଦେଶରୁ ରାଜଧାନୀ ଦିଲ୍ଲୀକୁ ଆସୁଥିବା ଗୁରୁତ୍ତ୍ୱପୂର୍ଣ୍ଣ ଟ୍ରେନ । ତେବେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ ଯଦିଓ ସ୍ଥାନୀୟ ଲୋକ ସର୍ଟ ସର୍କିଟ ପାଇଁ ଏଭଳି ହୋଇଥିବା କହୁଛନ୍ତି । ତେବେ ଏହି ଦୁର୍ଘଟଣା ଅନେକ ଟ୍ରେନ ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।

ଋଷ ହାତରୁ ଜାପୋରିଜିଆ ଆଣବିକ ପ୍ଲାଣ୍ଟକୁ ପୁଣି ନିଜ କବଜାକୁ ଆଣିଲା ୟୁକ୍ରେନ

କିଭ୍: ୟୁକ୍ରେନର ଜାପୋରିଜିଆ ନ୍ୟୁକ୍ଲିୟର ପ୍ଲାଣ୍ଟକୁ ନେଇ ଆସିଲା ନୂଆ ତଥ୍ୟ । ଏହି ପ୍ଲାଣ୍ଟକୁ ୟୁକ୍ରେନ ପୁଣି ଋଷ ହାତରୁ ନିଜ କବଜାକୁ ଫେରାଇ ଆଣିଥିବା ଦାବି କରିଛି । ଏହାକୁ ନେଇ କିଭରେ ଜାରି ହୋଇଛି ଏୟାର ଆଲର୍ଟ । ଗତକାଲି ୟୁରୋପର ସବୁଠାରୁ ବୃହତ ଆଣବିକ ପ୍ଲାଣ୍ଟକୁ ଋଷ କବଜା କରିବା ନେଇ ସୂଚନା ମିଳିଥିଲା । ୟୁକ୍ରେନରେ ଋଷ ଆଣବିକ ଟେରର ସୃଷ୍ଟି କରୁଛି ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଅଭିଯୋଗ କରିଛନ୍ତି ।

ସେପଟେ ୟୁକ୍ରେନସ୍ଥିତ ଆଣବିକ କାରଖାନାର ସୁରକ୍ଷା ନେଇ ଜାତିସଂଘ ନିରାପତ୍ତା ପରିଷଦ ନିକଟରେ ଦାବି କରିଛି ଭାରତ । ଜାପୋରିଜିଆ ଆଣବିକ କାରଖାନାକୁ ଋଷ ନିଜ କବଜାକୁ ନେଇଥିବା ବେଳେ, ଦେଶରେ ଥିବା ଅନ୍ୟାନ୍ୟ ଆଣବିକ କାରଖାନାର ସୁରକ୍ଷା ନେଇ ଭାରତ ଚିନ୍ତାପ୍ରକଟ କରିଛି । ୧୫ ରାଷ୍ଟ୍ର ବିଶିଷ୍ଟ ନିରାପତ୍ତା ପରିଷଦର ଏକ ଜରୁରୀ ବୈଠକରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତିରୁମୂର୍ତ୍ତି କହିଛନ୍ତି ଯେ, ଋଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତିରେ ଆଣବିକ କାରଖାନା ଉପରେ ଆକ୍ରମଣ ଜନଜୀବନ ଲାଗି ଭୟଙ୍କର ବିପଦ ସୃଷ୍ଟି କରିବ । ଏହାର ସୁରକ୍ଷା ଅତି ଜରୁରୀ । ଆଲବାନିଆ, ଫ୍ରାନ୍ସ, ଆୟାର୍ଲାଣ୍ଡ, ନରଓ୍ବେ, ବ୍ରିଟେନ ଓ ଆମେରିକା ଦ୍ବାରା ଏହି ବୈଠକ ଆହୂତ ହୋଇଥିଲା ।

ଅନ୍ୟପଟେ ଆନ୍ତର୍ଜାତିକ ଆଣବିକ ଶକ୍ତି ସଂସ୍ଥା ବା ଆଇଏଇଏର ମହାନିର୍ଦ୍ଦେଶକ ରାଫେଲ ମାରିଆନୋ ଗ୍ରସି କହିଛନ୍ତି ଯେ, ୟୁକ୍ରେନସ୍ଥିତ ଆଣବିକ କାରଖାନା ଉପରେ ସତର୍କ ଦୃଷ୍ଟି ରଖାଯାଇଛି । ସେ ଚେର୍ଣ୍ଣୋବିଲ ଯାଇ ଏହି ପ୍ରସଙ୍ଗରେ ଋଷ ଓ ୟୁକ୍ରେନ ସହ ଆଲୋଚନା କରିବା ଲାଗି ପ୍ରସ୍ତାବ ଦେଇଛନ୍ତି । ସେହିପରି ରାଜନୈତିକ ଓ ଶାନ୍ତି ପ୍ରତିଷ୍ଠା ବ୍ୟାପାର ଉପମହାନିର୍ଦ୍ଦେଶକ ରୋଜମାରି ଡିକାର୍ଲୋ କହିଛନ୍ତି, ଆଣବିକ ବିପତ୍ତି ଯେପରି ଘଟିବ ନାହିଁ ସେଥିଲାଗି ପଦକ୍ଷେପ ନିଆଯାଉଛି । ଆଣବିକ କାରଖାନା ନିକଟବର୍ତ୍ତୀ ସ୍ଥାନରେ ସାମରିକ କାର୍ଯ୍ୟକଳାପକୁ ସେ ତୀବ୍ର ବିରୋଧ କରିଛନ୍ତି ।