ସାଲେପୁର: ଝିଅ ଜନ୍ମ ଦେଲାରୁ ମାଆକୁ ମାରିଦେଲେ । ଯୌତୁକ ରାଗ ଓ ଦୁଇଟି ଝିଅ ହେଲା ବୋଲି ବୋହୂକୁ ନିର୍ଯାତନା ଦେଇ ଜୀବନରୁ ମାରିଦେଲେ ଶାଶୂଘର ଲୋକ । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ନଈଗୁଆଁ ଗାଁରୁ । ନଈଗୁଆଁ ଗାଁ’ର ବିଜୟ ମହାରଣାଙ୍କୁ ଲୁଣାହାର ଗାଁ’ର ବଟ ଓଝାଙ୍କ ଝିଅ ରୀନା ୭ ବର୍ଷ ପୂର୍ବେ ବିବାହ କରିଥିଲେ । ବିବାହ ସମୟରେ ଲକ୍ଷାଧିକ ଟଙ୍କା ସହ ସମସ୍ତ ଯୌତୁକ ସାମଗ୍ରୀ ଦିଆଯାଇଥିଲା । ତେବେ ଶାଶୂଘର ଲୋକ ସବୁବେଳେ ଆହୁରି ଅଧିକ ଯୌତୁକ ଦାବି କରି ଆସୁଥିଲେ । ବିବାହ ପରେ ଗୋଟିଏ ଝିଅ ଜନ୍ମ ହୋଇଥିଲା । ୭ ମାସ ତଳେ ଆଉ ଗୋଟିଏ ଝିଅ ହେବାରୁ ରୀନାଙ୍କୁ ଆହୁରି ଅତ୍ୟାଚାର କରି ଶାଶୂଘର ଲୋକ ମାରି ଦେଇଥିବା ସାଲେପୁର ଥାନାରେ ଅଭିଯୋଗ ହୋଇଛି । ଏତଲା ପରେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପୋଲିସ ଓ ତହସିଲଦାର ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ପୋଲିସ ଖୋଜୁଛି ।
ମହିଳା ବିଶ୍ୱକପ୍: ଇଂଲଣ୍ଡକୁ ୭୧ ରନରେ ହରାଇ ଟ୍ରଫି ଜିତିଲା ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ: ଅଷ୍ଟ୍ରେଲିୟ ପୁରୁଷ ଖେଳାଳି ନୁହଁନ୍ତି ଅଷ୍ଟ୍ରେଲିଆର ମହିଳା ଖେଳାଳି ବି କମନୁହଁନ୍ତି । ଏପର୍ଯ୍ୟନ୍ତ ସୁଧା ବିଶ୍ୱକପରେ ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ ଟିମ୍ ମୋଟ ୫ଟି ମ୍ୟାଚ ଜିତିଥିବା ବେଳେ ମହିଳା ଜିତିଲେଣି ସମୁଦାୟ ୭ଟି । ଏବେ ପୁଣି ମହିଳା ଦଳ ବାଜିମାତ୍ କରିଛି । ମହିଳା ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଛି ମହିଳା ଅଷ୍ଟ୍ରେଲିଆ ଦଳ । ଦଳ ଇଂଲଣ୍ଡକୁ ୭୧ ରନରେ ପରାସ୍ତ କରି ମ୍ୟାଚ୍ ଜିତିବା ସହ ଇତିହାସ ରଚିଛି ।

ଯଦିଓ ମ୍ୟାଚର ଆରମ୍ଭରୁ ଇଂଲଣ୍ଡ ଟସ୍ ଜିତିଥିଲା କିନ୍ତୁ ବାଜି ମାରିଛି ଅଷ୍ଟ୍ରେଲିଆ । ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ଏବଂ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦମଦାର ବ୍ୟାଟିଂ କରିଥିଲା । ଆୟେଶା ହେଲୀଙ୍କ ୧୭୦ରନ୍ ବଳରେ ଦଳ ୫ ଓ୍ୱିକେଟ୍ ହରାଇ ୩୫୬ ରନର ବିଶାଳ ସ୍କୋର କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଚେଲ ହାଏନସ ୬୮ ଓ ବେଥ୍ ମୁଲୀ ୬୨ ରନ୍ କରିଥିଲେ । ଇଂଲଣ୍ଡ ପକ୍ଷରୁ ଅନ୍ୟା ଶ୍ରୁବସୁଲେ ୩ଟି ଓ୍ୱିକେଟ୍ ନେଇଥିବା ବେଳେ ସୋଫି ଏକିଲଷ୍ଟୋନ୍ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

କିନ୍ତୁ ଅଷ୍ଟ୍ରେଲିଆ ଦେଇଥିବା ଟାର୍ଗେଟକୁ ଭେଦ କରିପାରିଲାନି ଇଂଲଣ୍ଡ । ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । କେବଳ ନାଟ୍ ସିଭର ଏକାକି ଅଷ୍ଟ୍ରେଲିଆ ବୋଲରଙ୍କ ସାମ୍ନା କରିଥିଲେ । ସେ ଶତକ ପୂରଣ କରିଥିଲେ । ଅନ୍ୟ କୌଣସି ବ୍ୟାଟର ତାଙ୍କୁ ସହଯୋଗ କରିନଥିଲେ । ଫଳରେ ଦଳ ୪୩.୪ ଓଭରରେ ୨୮୫ ରନରେ ଅଲଆଉଟ୍ ହୋଇଯାଇଥିଲେ । ନାଟ୍ ୧୪୮ ରନ୍ କରି ଅପରାଜେୟ ରହିଥିଲେ । ଅନ୍ୟାମନଙ୍କ ମଧ୍ୟରେ ତମସିନ୍ ବିୟୁମୋଣ୍ଟ୍ ୨୭, ହେଦର ନାଇଟ୍ ୨୬ ଓ ସୋଫିଆ ଡଙ୍କଲୀ ୨୩ ରନ୍ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆଲାନ କିଙ୍ଗ ଓ ଜେସ୍ ଜୋନାସେନ୍ ୩ଟି ଲେଖାଏଁ ଓ୍ୱିକେଟ୍ ନେଇଥିବା ବେଳେ ମେଗାନ ସ୍କଟ୍ ଦୁଇଟିଓ୍ୱିକେଟ୍ ନେଇଥିଲେ ।
ଭିଡିଓ କଲରେ ୭୮୬ କର୍ମଚାରୀଙ୍କୁ ବାହାର କରିଦେଲା କମ୍ପାନୀ
ନୂଆଦିଲ୍ଲୀ: ଜୁମ୍ କଲରେ ୭୮୬ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ଦେବା ପରେ ହରଡ଼ଘଣାରେ ପଡ଼ିଛି ବ୍ରିଟିଶ୍ ସପିଂ କମ୍ପାନୀ ପି ଆଣ୍ଡ ଓ ଫେରିଜ୍ । ଏବେ କମ୍ପାନୀର କାର୍ଯ୍ୟଶୈଳୀକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ରିପୋର୍ଟ ଅନୁସାରେ, କମ୍ପାନୀ ବିରୋଧରେ ଅପରାଧିକ ଓ ନ୍ୟାୟିକ ତଦନ୍ତ ଚାଲିଛି । କମ୍ପାନୀ ୭୯୬ କର୍ମଚାରୀଙ୍କୁ କୌଣସି ନୋଟିସ୍ ନଦେଇ, କୌଣସି ଆଲୋଚନା ନକରି ଚାକିରିରୁ ବାହାର କରି ଦେଇଥିଲା ।

ଏକଥାକୁ ବ୍ରିଟେନ୍ ବାଣିଜ୍ୟ ମନ୍ତ୍ରୀ କ୍ୱାସି କ୍ୱାରତେଙ୍ଗ ମଧ୍ୟ ସ୍ପଷ୍ଟ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, ଗତ ସପ୍ତାହରେ ମୋ ଚିଠି ପରେ କମ୍ପାନୀ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ଆଗକୁ ବଢ଼ିବା ସହ ମୁଁ ଓ ପରିବହନ ମନ୍ତ୍ରୀ ତୀକ୍ଷଣ ନଜର ରଖିଛୁ ।
ଅନ୍ୟପଟେ ପି ଆଣ୍ଡ ଓ ଫେରିଜର ମୁଖ୍ୟ ପିଟର ହେବଲେଥୱେଟ୍ ଗତ ସପ୍ତାହରେ କହିଥିଲେ, ଆମେ କର୍ମଚାରୀଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ଥିଲା… ଆମେ ସେଭଳି କରି ନାହୁଁ । ସପିଂ କମ୍ପାନୀ ଗତ ମାର୍ଚ୍ଚ ୧୭ ତାରିଖରେ କର୍ମଚାରୀଙ୍କୁ ଏକ ଭିଡିଓ ମେସେଜ୍ ପଠାଇଥିଲା । ଯେଉଁଥିରେ କୁହାଯାଇଥିଲା, ତୃତୀୟ ପକ୍ଷଙ୍କ ଦ୍ୱାରା କାର୍ଯ୍ୟ କରିବ । ଆପଣ ସମସ୍ତଙ୍କୁ ଆଜିଠୁ ଚାକିରିରୁ ବାହାର କରି ଦିଆଗଲା ।
ରୋହିତଙ୍କ ବିଶ୍ୱାସ ଜିତିଲେ ତିଲକ, କହିଲେ ମୋ ରୋଜଗାରରେ ବାପାମାଆଙ୍କ ପାଇଁ ଘର କିଣିବି
ମୁମ୍ୱାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଏକ ଏମିତି ପ୍ଲାଟଫର୍ମ ଯେଉଁଠାରେ ନବାଗତମାନେ ନିଜକୁ ପ୍ରମାଣିତ କରିଥାନ୍ତି । ଏହି ଲିଗରେ ଖେଳାଳିଙ୍କ ଖେଳ ଉପରେ ସମସ୍ତଙ୍କ ନଜର ରହିଥାଏ । ତିଲକ ବର୍ମା ମଧ୍ୟ ଏହିପରି ଜଣେ ଯୁବ ଖେଳାଳି । ସେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୨ରେ ଏପର୍ଯ୍ୟନ୍ତ କେବଳ ଦୁଇଟି ମ୍ୟାଚ୍ ଖେଳିଛନ୍ତି ଏବଂ ଏଥିରେ ସେ ନିଜକୁ ପ୍ରମାଣିତ କରିଛନ୍ତି । ଫେବୃଆରୀରେ ଅନୁଷ୍ଠିତ ହୋଇଥିବା ନିଲାମୀରେ ଏହି ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧.୭ କୋଟିରେ କିଣିଛି । ପ୍ରଥମ ଦୁଇଟି ମ୍ୟାଚରେ ସେ ୨୨ ଏବଂ ୬୧ ରନ୍ ସ୍କୋର କରିଥିଲେ । ତାଙ୍କର ଷ୍ଟ୍ରାଇକ୍ ହାର ୧୭୨.୯୧ ରହିଛି ।
ତିଲକ ବର୍ମା ରୋହିତ ଶର୍ମାଙ୍କ ବିଶ୍ୱାସ ଜିତିଛନ୍ତି । କିନ୍ତୁ ଏଠାରେ ପହଞ୍ଚିବା ପାଇଁ ତିଲକଙ୍କ ଯାତ୍ରା ସହଜ ନଥିଲା । ହାଇଦ୍ରାବାଦର ଏହି ୧୯ ବର୍ଷର ବାଳକଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲା । ସେ ଜୁନିଅର କ୍ରିକେଟରେ ଭଲ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବର୍ମା ଅଣ୍ଡର -୧୯ ବିଶ୍ୱକପ ୨୦୨୦ ରେ ଏକ ସୁଯୋଗ ପାଇଥିଲେ ବି ତାଙ୍କର ପ୍ରଦର୍ଶନ ଏତେଟା ସନ୍ତୁଷ୍ଟ ଜନକ ନଥିଲା । ଏହା ସତ୍ତ୍ୱେ ଘରୋଇ କ୍ରିକେଟରେ ତାଙ୍କର ଭଲ ପ୍ରଦର୍ଶନ ତାଙ୍କୁ ଆଇପିଏଲ୍ ରେ ସ୍ଥାନ ଦେଇଥିଲା । ତେବେ ସେ ତାଙ୍କ ଘରର ଆର୍ଥିକ ସ୍ଥିତି ବିଷୟରେ କହି ତାଙ୍କ ବାପାମାଆଙ୍କ ପାଇଁ ନୂଆ ଘର କିଣିବା କଥା କହିଥିଲେ ।
ଏକ ସାକ୍ଷାତକାରରେ ବର୍ମା କହିଛନ୍ତି, “ଯେତେବେଳେ ମୁଁ ବଡ଼ ହେଉଥିଲି ସେତେବେଳେ ମୋ ପରିବାର ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିଲା । ମୋ ବାପାଙ୍କ ସୀମିତ ବେତନରେ ମୋ କ୍ରିକେଟ୍ ଖର୍ଚ୍ଚ ଏବଂ ମୋ ବଡ଼ ଭାଇଙ୍କ ପଢା ଖର୍ଚ୍ଚ ହେଉଥିଲା । ଗତ କିଛି ବର୍ଷ ମଧ୍ୟରେ, କିଛି ପ୍ରାୟୋଜକ ଏବଂ ମ୍ୟାଚ୍ ସହିତ, ମୁଁ କୌଣସି ପ୍ରକାରେ ମୋର କ୍ରିକେଟ୍ ଖର୍ଚ୍ଚ ବହନ କରିପାରିଲି । ‘ଆମର ନିଜ ଘର ନାହିଁ । ତେଣୁ ମୁଁ ଆଇପିଏଲରୁ ଯାହା ରୋଜଗାର କରିଛି, ମୋର ଏକମାତ୍ର ସ୍ୱପ୍ନ ହେଉଛି ମୋର ବାପାମାଆଙ୍କ ପାଇଁ ଘର କରିବା । ଯେତେବେଳେ ସେ ଆଇପିଏଲ ପାଇଁ ମନୋନୀତ ହୋଇଥିଲେ, ସେତେବେଳେ ତାଙ୍କ ପରିବାର ଏବଂ ପ୍ରଶିକ୍ଷକ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିଲେ ।
ସେ ଆହୁରି ମଧ୍ୟ କହିଛନ୍ତି, ‘ଯେଉଁ ଦିନ ଆଇପିଏଲ ନିଲାମ ଚାଲିଥିଲା, ମୁଁ ମୋର କୋଚଙ୍କ ସହ ଏକ ଭିଡିଓ କଲ କରୁଥିଲି । ଯେତେ ଯେତେ ମୋର ନିଲାମିର ମୂଲ୍ୟ ବଢୁଥାଏ ସେତେ ସେତେ ମୋ କୋଚଙ୍କ ଆଖିରେ ଲୁହ ଆସୁଥିଲା । ଯେତେବେଳେ ମୁଁ ମନୋନୀତ ହେଲି ସେତେବେଳେ ମୁଁ ମୋ ବାପାମାଆଙ୍କୁ ଜଣାଇ ଥିଲି । ମୋ କଥା ଶୁଣି ସେମାନେ ମଧ୍ୟ କାନ୍ଦି ପକାଇଥିଲେ । ମୋ ମା ଏତେ ଭାବପ୍ରବଣ ହୋଇଗଲେ ଯେ ତାଙ୍କ ପାଟିରୁ ଶବ୍ଦ ବାହାରିଲା ନାହିଁ ।
କାହିଁକି ମହିଳାଙ୍କ ତୁଳନାରେ ପୁରୁଷଙ୍କୁ ଲାଗେ ଅଧିକ ଗରମ ?
ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଖରା । ଚୈତ୍ର ମାସର ଡହ ଡହ ଖରାରେ ଲୋକେ ତ୍ରାହି ତ୍ରାହି ଡାକିଲେଣି । ଅନେକ ସ୍ଥାନରେ ଅଘୋଷିତ ବିଦ୍ୟୁତ୍ କାଟ ଗରମକୁ ଆହୁରି ଅସହ୍ୟ କରି ଦେଇଛି । ଆଉ ଅନେକ ଲୋକଙ୍କ କହିବା କଥା ସେମାନଙ୍କୁ ଅଧିକ ଗରମ ଲାଗୁଛି । ଆଉ କିଛି ସମୟ ପରେ ଶରୀରର ତାପମାତ୍ରା ସ୍ୱଭାବିକ ହୋଇଥାଏ । କିନ୍ତୁ କିଛି ଲୋକ ଅଭିଯୋଗ କରିଛନ୍ତି ବହୁତ ଗରମ ହେଉଛି ।
ସାଧରଣତଃ ଶରୀରର ତାପମାତ୍ରା ୯୮.୬ ଡିଗ୍ରୀ ଫାରେନାଇଟ୍ ରହିଥାଏ । ଅନେକ ସମୟରେ ଶରୀରର ତାପମାତ୍ରା ବୟସ ଅଥବା ଦିନଯାକ କରିଥିବା କାର୍ଯ୍ୟ ଉପରେ ନିର୍ଭର କରିଥାଏ । ଆଉ କିଛି ଲୋକଙ୍କୁ ଅନ୍ୟଙ୍କ ତୁଳନାରେ ଥଣ୍ଡା କିମ୍ବା ଅଧିକ ଲାଗିଥାଏ । ଏହା ପଛରେ ଅନେକ କାରଣ ରହିଛି । ଆସନ୍ତୁ ଜାଣିବା…

ବୟସ- ଯୁବବଙ୍ଗଙ୍କ ତୁଳନାରେ ବୟସ୍କ ଲୋକ ସେମାନଙ୍କ ଶରୀର ତାପମାତ୍ରାକୁ ସନ୍ତୁଳିତ କରିପାରନ୍ତି ନାହିଁ । କାରଣ ବୟସ ବଢ଼ିବା ସହ ମେଟାବୋଲିଜିମ୍ ବହୁତ ଧିର ହୋଇ ଯାଇଥାଏ । ଫଳରେ ଶରୀରର ତାପମାତ୍ରା ଖସିଯାଏ । ଫଳରେ ବୟସ୍କ ଲୋକଙ୍କୁ ଅଧିକ ଥଣ୍ଡା ବା ହାଇପୋଥର୍ମିଆ ଆଶଙ୍କା ଅଧିକ ଥାଏ ।
ଲିଙ୍ଗ- ମହିଳାଙ୍କ ଶରୀର ପୁରୁଷଙ୍କ ତୁଳନାରେ କମ୍ ମାଂସପେଶୀ ଥାଏ । ଫଳରେ ସେମାନଙ୍କ ତ୍ୱଚାର ଛିଦ୍ରରୁ କମ୍ ମାତ୍ରାରେ ଝାଳ ବାହାରିଥାଏ । ଫଳରେ ପୁରୁଷଙ୍କ ତୁଳନାରେ ମହିଳାଙ୍କୁ କମ୍ ଗରମ ଲାଗିଥାଏ । ଏହାଛଡ଼ା ମହିଳାଙ୍କ ମାସିକ ଋତୁସ୍ରାବ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ପରେ ପୁରୁଷଙ୍କ ତୁଳନାରେ ବେଶୀ ଗରମ ହୋଇଥାଏ । ମହିଳାଙ୍କ ଶରୀରରେ ହରମୋନ୍ସ ଅନେକ ପରିବର୍ତ୍ତନ ଯୋଗୁ ଏଭଳି ଘଟିଥାଏ ।

ମୋଟପଣ- ଅଧ୍ୟୟନରୁ ଜଣାପଡ଼ିଛି ଶରୀରର ପ୍ରକାର ଅନୁସାରେ ଗରମ ଲାଗିଥାଏ । ମୋଟା ବ୍ୟକ୍ତିଙ୍କୁ ଅଧିକ ଗରମ ହୋଇଥାଏ । ଅଧିକ ଫ୍ୟାଟ ଶରୀରକୁ ଆହୁରି ଗରମ କରି ଦିଏ । ଆମକୁ ଗରମ ଲାଗିଲେ ଆମ ରକ୍ତକଣିକା ଓସାରି ହୋଇଯାଆନ୍ତି । ରକ୍ତ ପ୍ରବାହିତ ହେବା ସହ ତ୍ୱଚା ପର୍ଯ୍ୟନ୍ତ ଯାଇ ଗରମ ବାହିରି ଯାଇଥାଏ । କିନ୍ତୁ ଯେଉଁମାନେ ମୋଟା ହୋଇଥାନ୍ତି ସେମାନଙ୍କ ତ୍ୱଚା ତଳେ ଜମି ରହିଥିବା ଫ୍ୟାଟ ଗରମକୁ ବାହାରିବାକୁ ଦିଏ ନାହିଁ । ଫଳରେ ସେମାନଙ୍କୁ ଦୀର୍ଘ ସମୟ ଯାଏ ଗରମ ଲାଗିଥାଏ ।
ସ୍ୱାସ୍ଥ୍ୟ ସମସ୍ୟା- କିଛି ରୋଗ ପାଇଁ ଶରୀରର ତାପମାତ୍ରା ଉପରେ ପ୍ରଭାବ ପଡ଼ିଥାଏ ।
ଆସନ୍ତା ସପ୍ତାହରେ କଣ ରହିଛି ଆପଣଙ୍କ ରାଶିଫଳ ?
ଏପ୍ରିଲର ପ୍ରଥମ ସପ୍ତାହରେ ଅନେକ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ପ୍ରମାଣିତ ହେବାକୁ ଯାଉଛି । ଏପ୍ରିଲର ପ୍ରଥମ ସପ୍ତାହରେ ସିଂହ ରାଶିର ଲୋକମାନେ ଅଧିକ ଲାଭବାନ ହେବେ । ଆସନ୍ତୁ ଜାଣିବା ଏପ୍ରିଲ୍ ର ପ୍ରଥମ ସପ୍ତାହ ଆପଣଙ୍କ ରାଶିରେ କଣ ରହିଛି ।
ମେଷ – ଏହି ସପ୍ତାହରେ କାର୍ଯ୍ୟ କ୍ଷେତ୍ରରେ ବୃଦ୍ଧି ଏବଂ ଲକ୍ଷ୍ୟ ଦିଗରେ ପହଞ୍ଚିବାର ସୁଯୋଗ ପାଇବେ । ପ୍ରିୟଜନଙ୍କ ସମର୍ଥନ ରହିବ । ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେବେ । ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ । ସପ୍ତାହଟି ଉତ୍ସାହ ଏବଂ ଆନନ୍ଦରେ କଟିବ । ପରିବାରରେ ପ୍ରେମ ବିଶ୍ୱାସ ବଢିବ । ଆୟବ୍ୟୟ ଉପରେ ଗୁରୁତ୍ୱ ଦେବେ । ସମାନତା, ସାହସ ଏବଂ ଭାଇଚାରା ବଜାୟ ରଖିବେ । ନମ୍ର ହୁଅନ୍ତୁ ଅଧିକ ଆୟ କରିବାରେ ସଫଳ ହେବେ ।
ବୃଷ– ଏହା ଏମିତି ଏକ ସପ୍ତାହ ଯେଉଁଥିରେ ସମ୍ପର୍କରେ ମଧୁରତା ବଢିବ । ପ୍ରତ୍ୟେକ କାର୍ଯ୍ୟର ଆରମ୍ଭ ଫଳପ୍ରଦ ରହିବ । ଧିରେ ଧିରେ ପରିସ୍ଥିତି ଅଧିକ ପ୍ରଭାବଶାଳୀ ହେବ । ସମସ୍ତଙ୍କୁ ସମ୍ମାନ ଦେବେ । ଜୀବନ ଆକର୍ଷଣୀୟ ହେବ । ଲୋକ ଦେଖାଣିଆଠାରୁ ଦୂରେଇ ରୁହନ୍ତୁ । ପରିବାର ସଦସ୍ୟ ଖୁସି ହେବେ । ଦାୟିତ୍ୱ ଗୁଡିକ ଭଲ ଭାବରେ ପୂରଣ କରିବେ । ପ୍ରସ୍ତୁତି ସହିତ କାମ କରନ୍ତୁ ସଫଳତା ମିଳିବ । କାର୍ଯ୍ୟ ବ୍ୟବସାୟ ଅଧିକ ସକରାତ୍ମକ ହେବ । ପ୍ରଶାସନ ଦ୍ୱାରା ଲାଭବାନ ହେବେ ଏବଂ ଆୟ ବୃଦ୍ଧି ପାଇବ ।
ମିଥୁନ– ଏହି ସପ୍ତାହରେ ଆଶା କରାଯାଉଥିବା ଲାଭ ମିଳିବ । ସକରାତ୍ମକ ଚିନ୍ତାଧାରା ସହିତ ଆଗକୁ ବଢନ୍ତୁ । କାର୍ଯ୍ୟ ବ୍ୟବସାୟ ଭଲ ରହିବ । ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱଗୁଡିକ ପୂରଣ କରିବାରେ ଆଗରେ ରହିବେ । ପ୍ରତିଷ୍ଠା ଏବଂ ସମ୍ମାନ ବୃଦ୍ଧି ପାଇବ । ଭଲ ସୁବିଧା ପାଇବେ । ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ । ସମସ୍ତଙ୍କ ପାଇଁ କିଛି କରିବାକୁ ଇଚ୍ଛାଶକ୍ତି ରହିବ । ବିନିଯୋଗ ବୃଦ୍ଧି ପାଇବ । ପରୀକ୍ଷା ଓ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବେ । ସାହସ ଏବଂ ଶକ୍ତି ବୃଦ୍ଧି ପାଇବ । ଆପଣ ଧାର୍ମିକ କ୍ଷେତ୍ରକୁ ଯାତ୍ରା କରିବେ ।
କର୍କଟ- ସପ୍ତାହଟି ଆପଣଙ୍କୁ ପ୍ରଶାସନିକ କାର୍ଯ୍ୟକୁ ସୁଚାରୁ ରୂପେ କାର୍ଯ୍ୟକାରୀ କରିବାରେ ସହାୟକ ହେବ । କାର୍ଯ୍ୟାଳୟରେ ସମ୍ମାନିତ ହେବେ । ବ୍ୟବସାୟରେ ଲାଭବାନ ହେବେ । ଆପଣ ସାଙ୍ଗମାନଙ୍କ ସମର୍ଥନ ପାଇବେ । କାର୍ଯ୍ୟ କ୍ଷେତ୍ରରେ ଆକର୍ଷଣ ବୃଦ୍ଧି ପାଇବ । ସମ୍ପର୍କରେ ଥିବା ବିବାଦକୁ ଏଡ଼ାଇଦେବେ । ଦ୍ରୁତ ଗତିରେ ଆଗକୁ ବଢନ୍ତୁ ଲାଭବାନ ହେବେ । ସପ୍ତାହ ଶେଷରେ ଆର୍ଥିକ ପ୍ରସଙ୍ଗରେ ବେପରୁଆ ହୁଅନ୍ତୁ ନାହିଁ । ଉଚ୍ଚପଦସ୍ଥ ଲୋକଙ୍କ ନିକଟରେ ରୁହନ୍ତୁ ।
ସିଂହ– ସମସ୍ତଙ୍କ ସହ ସମ୍ପର୍କ ଭଲ ରଖିବାର ସପ୍ତାହଟିଏ । ଶୁଭଙ୍କର ହେବ ତୀର୍ଥ ଯାତ୍ରା । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡିକ ଶୀଘ୍ର କରନ୍ତୁ । ସମସ୍ୟାର ସମାଧାନ ହେବ । ପରିଚାଳନା ପ୍ରଶାସନ ସହିତ ଜଡିତ କାର୍ଯ୍ୟ ହେବ । ପ୍ରେମ ସମ୍ପର୍କ ବୃଦ୍ଧି ପାଇବ । ନୂତନ ସଫଳତାରେ ଯୋଗଦେବା ପାଇଁ ସୁଯୋଗ ଆସିବ । ଆଗକୁ ବଢିବାକୁ କୁଣ୍ଠାବୋଧ ହୁଅନ୍ତୁ ନାହିଁ । ଆପଣ ସାଙ୍ଗମାନଙ୍କ ସମର୍ଥନ ପାଇବେ । ପରୀକ୍ଷା ପ୍ରତିଯୋଗିତାରେ ଆପଣ ଭଲ ପ୍ରଦର୍ଶନ କରିବେ । କାର୍ଯ୍ୟଗୁଡିକ ଶୀଘ୍ର ସମାପ୍ତ କରିବାକୁ ଧ୍ୟାନ ଦିଅନ୍ତୁ ।
କନ୍ୟା– କାର୍ଯ୍ୟକ୍ଷେତ୍ରରେ ପୁରସ୍କୃତ ହେବେ । ସପ୍ତାହର ମଧ୍ୟଭାଗରେ ଚକ୍ଷୁରେ ସମସ୍ୟା ଦେଖାଦେବ । ରୋଜଗାର ବୃଦ୍ଧି ପାଇବ । ଅନୁଶାସନ ସହିତ ଅପ୍ରତ୍ୟାଶିତ ଘଟଣାଗୁଡ଼ିକ ଉପରେ ନିୟନ୍ତ୍ରଣ ବୃଦ୍ଧି ପାଇବ । ଆପଣ ତୀର୍ଥ ସ୍ଥାନଗୁଡ଼ିକ ପରିଦର୍ଶନ କରିପାରିବେ । ପୈତୃକ ଜମିବାଡ଼ି ଗଣ୍ଡଗୋଳ ସମାଧାନ ହେବ । ଶୁକ୍ରବାର ଓ ଶନିବାର ଯାତ୍ରା କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ । ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଗଣେଶଙ୍କୁ ଆରାଧନା କରନ୍ତୁ।
ତୁଳା– ସମ୍ମାନ, ଗୋପନୀୟତା ଏବଂ ଦଳୀୟ ସଫଳତା ମିଳିବ । ସପ୍ତାହଟି ସମ୍ପର୍କକୁ ମଜବୁତ କରିବାକୁ ଯାଉଛି । ପତି-ପତ୍ନୀ ଉଲ୍ଲେଖନୀୟ ସଫଳତା ହାସଲ କରିପାରିବେ । ନେତୃତ୍ୱ ଦକ୍ଷତା ବୃଦ୍ଧି ପାଇବ । ସାଧାରଣ ବାଣିଜ୍ୟରେ ଗତି ହେବ । ଶିଳ୍ପ ଓ ବାଣିଜ୍ୟ ଉପରେ ଧ୍ୟାନ ବୃଦ୍ଧି କରିବା ଆବଶ୍ୟକ । ପ୍ରିୟଜନଙ୍କ ସମର୍ଥନ ପାଇବେ । ଜୀବନର ପରିସ୍ଥିତି ଧିରେ ଧିରେ ବଦଳିବ । ଖାଦ୍ୟରେ ଯତ୍ନବାନ ହୁଅନ୍ତୁ । ଧର୍ମିକ ବିଶ୍ୱାସ ବୃଦ୍ଧି ପାଇବ । ଭ୍ରମଣର ସମ୍ଭାବନା ରହିଛି ।
ବିଛା – ଏହା ଏକ ମଧ୍ୟମ ଫଳପ୍ରଦ ସପ୍ତାହ । ବୁଦ୍ଧିମାନ ଭାବରେ କାର୍ଯ୍ୟ କଲେ ବ୍ୟବସାୟରେ ଉନ୍ନତି ହେବ । ଆପଣ ବ୍ୟକ୍ତିଗତ ପ୍ରସଙ୍ଗରେ ବ୍ୟସ୍ତ ରହିପାରନ୍ତି । ଭାବିଚିନ୍ତି ଅଗ୍ରଗତି କରନ୍ତୁ । ଲକ୍ଷ୍ୟ ହାସଲ କରିବାରେ ସମର୍ଥ ରହିବେ । ଅଂଶୀଦାର ପ୍ରୟାସ ଭଲ ହେବ । ଦମ୍ପତିଙ୍କ ମଧ୍ୟରେ ନିବିଡତା ବୃଦ୍ଧି ପାଇବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡିକ ଶୀଘ୍ର ସଂପୂର୍ଣ୍ଣ କରିବେ । ସପ୍ତାହ ଶେଷରେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ସଂଗ୍ରହ ସଂରକ୍ଷଣ ଉପରେ ଗୁରୁତ୍ୱ ଦେବେ । ସମ୍ପର୍କୀୟଙ୍କ ସହିତ ଘନିଷ୍ଠତା ବୃଦ୍ଧି ପାଇବ । ବିପଦରୁ ଦୂରେଇ ରୁହନ୍ତୁ ।
ଧନୁ – ସପ୍ତାହଟି ଆପଣଙ୍କ ପାଇଁ ବ୍ୟକ୍ତିଗତ ଜୀବନରେ ସୁଧାର ଆସିବାକୁ ଯାଉଛି । ସାଙ୍ଗମାନଙ୍କ ସହିତ ସ୍ମରଣୀୟ ମୂହୁର୍ତ୍ତ ବିତିବ । ଭଲ ଫଳ ପାଇବେ । ପରିବାର ସଦସ୍ୟଙ୍କ ସମର୍ଥନ ରହିବ । ସମ୍ପର୍କ ମଜବୁତ ହେବା ସହ ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟବସାୟରେ ସାବଧାନ ରୁହନ୍ତୁ । ସାଥୀମାନେ ସଫଳତା ଅର୍ଜନ କରିପାରିବେ । ଦୃଢ ନେତୃତ୍ୱରେ ଦକ୍ଷତା ବୃଦ୍ଧି ପାଇବ । ପୈତୃକ ସମ୍ପତ୍ତିରୁ ଲାଭବାନ୍ ହେବେ । ଦୂରଯାତ୍ରା ସଫଳତା ଆଣିଦେବ। ଦାର୍ଶନିକ ଚିନ୍ତାଧାରାଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗାସହସ୍ର ନାମ ପାଠ କରନ୍ତୁ।
ମକର – ଆଗାମୀ ସପ୍ତାହରେ ଲୋକପ୍ରିୟତା ଏବଂ ବ୍ୟକ୍ତିଗତ ବିଷୟ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ । ପ୍ରିୟଜନଙ୍କ କଥା ଶୁଣିବେ । ପରିବାର ସଦସ୍ୟଙ୍କ ପ୍ରତି ବିଶ୍ୱାସ ଏବଂ ସମ୍ମାନ ବଜାୟ ରଖନ୍ତୁ । ପ୍ରିୟଜନଙ୍କୁ ଭେଟିବେ । ନୂତନ କାର୍ଯ୍ୟଗୁଡ଼ିକ ପାଇଁ ଆଗ୍ରହୀ ହେବେ । ଆପଣ ଘନିଷ୍ଠମାନଙ୍କଠାରୁ ଭଲ ଖବର ପାଇପାରନ୍ତି । ପରିବାର ସହିତ ଘନିଷ୍ଠତା ବୃଦ୍ଧି ପାଇବ । ସତର୍କତା ବୃଦ୍ଧି କରନ୍ତୁ । କାରବାରରେ ଅସାବଧାନତା ଠାରୁ ଦୂରେଇ ରୁହନ୍ତୁ । ଆପଣ ସବୁ ସ୍ଥାନରେ ସଫଳତା ପାଇବେ ।
କୁମ୍ଭ– ଏହା ଆପଣଙ୍କ ପାଇଁ ଏମିତି ଏକ ସପ୍ତାହ ଯାହାକି ଆଚରଣ ଏବଂ ବ୍ୟକ୍ତିତ୍ୱ ଉପରେ ଗୁରୁତ୍ୱ ଦେବେ । ପରିବାର ସଦସ୍ୟମାନେ ଘରେ ଖୁସି ହେବେ । ବ୍ୟୟ ଅଧିକ ହେବ। ଆପଣଙ୍କ ପ୍ରତିଭାର ବିକାଶ ହେବ। ବୁଧବାର ଓ ଗୁରୁବାର ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । ମହିଳା ଓ ବିଦ୍ୟାର୍ଥୀମାନେ କର୍ମାଶ୍ରୟୀ ହେବେ । ରିଷ୍ଟଖଣ୍ଡନ ପାଇଁ ଶ୍ରୀ ରୁଦ୍ରାଷ୍ଟକମ୍ ପାଠ କରନ୍ତୁ। ସାଙ୍ଗମାନଙ୍କ ବିଶ୍ୱାସ ଜିତିବେ ।
ମୀନ – ଏହା ହେଉଛି ସର୍ବୋତ୍ତମ ସପ୍ତାହ । ଲକ୍ଷ୍ୟ ପୂରଣ କରିବାରେ ସଫଳ ହେବ । ଲୋକଙ୍କ ବିଶ୍ୱାସ ଜିତିବେ । ଆତ୍ମବିଶ୍ୱାସ ଏବଂ ସୃଜନଶୀଳତା ବୃଦ୍ଧି ପାଇବ । ସମ୍ପର୍କୀୟମାନଙ୍କ ନିକଟତର ହେବେ । ସାହସ ଏବଂ ଶକ୍ତି ବୃଦ୍ଧି ପାଇବ । ଆନନ୍ଦ ଏବଂ ସୁଖ ପାଇଁ ସୁଯୋଗ ମିଳିବ । ପରିବାର ସଦସ୍ୟ ଖୁସି ହେବେ । ସୁଖ ସମ୍ବଳ ବୃଦ୍ଧି ପାଇବ । ଭାଇଚାରା ମଜବୁତ ହେବ । ସଂଗ୍ରହ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଅନ୍ତୁ । ଘରକୁ ଅତିଥିମାନଙ୍କ ଆଗମନ ହେବ । ଅଳସୁଆ ଏବଂ ଗୁଜବରୁ ଦୂରେଇ ରୁହନ୍ତୁ ।

