spot_img
Home Blog Page 46

ଆଧୁନିକତା ଛାପରେ ପଶ୍ଚିମ ଓଡିଶାରେ ଆଉ ଶୁଭୁନି କେନ୍ଦେରା ବାଦ୍ୟ ; ମିଳୁନି ଧାନରେ ନିର୍ମିତ ମହାଲକ୍ଷ୍ମୀଙ୍କ ମୂର୍ତ୍ତି

ନନ୍ଦିଘୋଷ ବ୍ୟୁରୋ : ଦୁର୍ଦ୍ଦିନରେ ଦେବ ଗୁରୁ । ଦିନ ଥିଲା ମାର୍ଗଶିର ମାସରେ ଦେବଗୁରୁ ସଂପ୍ରଦାୟର ଲୋକେ ଘରକୁ ଘର ବୁଲି ଧାନରେ ତିଆରି ମହାଲକ୍ଷ୍ମୀ ମୂର୍ତ୍ତି ଦେଇ ଦୁଇ ପଇସା ରୋଜଗାର କରୁଥିଲେ । ହେଲେ ଆଧୁନିକ ଯୁଗରେ ସେ ଆଉ ଚାଲୁନି । ଫଳରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଅନେକ ଲୋକେ ।

ଆଧୁନିକତା ଛାପରେ ଆଉ ଶୁଭୁନି କେନ୍ଦେରା ବାଦ୍ୟ । କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ଆଉ ଗୁଞ୍ଜରିତ ହେଉନି ଦେବଗୁରୁ ସଂପ୍ରଦାୟ ଲୋକଙ୍କ ଗୁଣୁଗୁଣୁ ଗୀତ । ଦିନ ଥିଲା ଦେବଗୁରୁ ସମ୍ପ୍ରଦାୟର ଲୋକେ କାର୍ତ୍ତିକ ଓ ମାର୍ଗଶିର ଦୁଇ ମାସ ଘରକୁ ଘର ବୁଲୁଥିଲେ । ପ୍ରତି ଘରେ ଧାନରେ ତିଆରି ଲକ୍ଷ୍ମୀ ମୂର୍ତ୍ତି ଦେଇ ଦୁଇ ପଇସା ରୋଜଗାର କରିବା ସହ ଧାନ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଏବେ ପଶ୍ଚିମ ଓଡ଼ିଶାରେ ଆଉ ଶୁଭୁନି କେନ୍ଦେରା ବାଦ୍ୟ । ବୁଡ଼ିବାକୁ ବସିଲାଣି ଦେବଗୁରୁ ସଂପ୍ରଦାୟ ଲୋକଙ୍କ କୌଳିକ ବୃତ୍ତି l

ବର୍ତ୍ତମାନ ଯୁଗରେ ରୌପ୍ୟ ବ୍ରୋଞ୍ଜ, କଂସା ଓ ପିତଳ ତିଆରି ସାମଗ୍ରୀ ଜିନିଷର ଚାହିଦା ବଢିଗଲାଣି । ଫଳରେ ଦିନକୁ ଦିନ ଦେବଗୁରୁ ସଂପ୍ରଦାୟ ଲୋକଙ୍କ କୂଳ ବେଉସା ବୁଡିବାକୁ ବସିଲାଣି । ଜାଗା ବାଡି ନ ଥିବା ଏହି ସମ୍ପ୍ରଦାୟ ଲୋକଙ୍କୁ ପୁର୍ବ ସରକାର ସମୟରେ ଘର ଖଣ୍ଡିଏ ଯୋଗାଇ ଦିଆଯାଇଥିଲା । ହେଲେ ଏବକାର ସରକାର ସେମାନଙ୍କ ଦୁଃଖ ବୁଝୁନଥିବା ଅଭିଯୋଗ ହୋଇଛି ।

ଦିଲ୍ଲୀ ପୋଲିସ କବଜାରେ ତିନି ଆତଙ୍କବାଦୀ, ପାକିସ୍ତାନୀ ଗ୍ୟାଙ୍ଗଷ୍ଟର ଶହଜାଦ ସହ ସମ୍ପର୍କ  

ଦିଲ୍ଲୀ ପୋଲିସ କବଜାରେ ତିନି ଆତଙ୍କବାଦୀ, ପାକିସ୍ତାନୀ ଗ୍ୟାଙ୍ଗଷ୍ଟର ଶହଜାଦ ସହ ସମ୍ପର୍କ  

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ହାତରେ ତିନି ପାକିସ୍ତାନୀ ଆତଙ୍କବାଦୀ । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ଏମାନଙ୍କ ସମ୍ପର୍କ ଥିବା ସୂଚନା । ଏମାନେ ପାକିସ୍ତାନୀ ଗ୍ୟାଙ୍ଗଷ୍ଟର ଶହଜାଦ ଭଟ୍ଟି ଗ୍ୟାଙ୍ଗର ବୋଲି କୁହାଯାଉଛି । ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ସହ ଏହି ଗିରଫଦାରୀକୁ ଜୋଡି ଦେଖାଯାଉଛି । ତେବେ ଦିଲ୍ଲୀ ବ୍ଲାଷ୍ଟର ମୁଖ୍ୟ ଅଭିଯୁକ୍ତ ଡକ୍ଟର ଉମର ଉନ ନବୀ ସହ ଏମାନଙ୍କ ସାଧାସଳଖ ସମ୍ପର୍କ ଥିବା ନେଇ ସୁରକ୍ଷା ଏଜେନ୍ସି ସ୍ପଷ୍ଟ କରିନାହାନ୍ତି । ଏମାନେ ଉତ୍ତର ଭାରତରେ ରହୁଥିବା ବେଳେ ଆଇଏସଆଇ ସମ୍ପର୍କରେ ଥିଲେ ।

ଏହି ଗିରଫଦାରୀ ପରେ ଦିଲ୍ଲୀ ବ୍ଲାଷ୍ଟକୁ ନେଇ ନୂଆ ଦିଗ ପଦାକୁ ଆସିଛି । ଦିଲ୍ଲୀ ବ୍ଲାଷ୍ଟରେ କେବଳ ଆତଙ୍କବାଦୀ ସଂଗଠନ ସାମିଲ ନଥିଲେ । ଏମାନଙ୍କ ସହ ପାକିସ୍ତାନର ବଡ଼ ଗ୍ୟାଙ୍ଗଷ୍ଟର ଶହଜାଦ ଭଟ୍ଟି ବି ସାମିଲ ଥିବା ଜଣାପଡ଼ିଛି । ସମସ୍ତ ଆତଙ୍କବାଦୀଙ୍କୁ ଉତ୍ତର ପ୍ରଦେଶ, ପଞ୍ଜାବ ଓ ମଧ୍ୟ ପ୍ରଦେଶରୁ କରାଯାଇଛି ।

କିଏ ଏହି ଶହଜାଦ ଭଟ୍ଟି ?

ପାକିସ୍ତାନର ପଞ୍ଜାମ ପ୍ରାନ୍ତର ମୂଳ ବାସିନ୍ଦା ହେଉଛି ଶହଜାଦ ଭଟ୍ଟି । ତା’ପାଖରେ ମରକ୍କାନ ପାସପୋର୍ଟ ଅଛି ଓ ସେ ୟୁଏଇରେ ଆକ୍ଟିଭ ରହିଛି । ନିଜକୁ ଇସଲାମ ଓ ପାକିସ୍ତାନର ସିପାହୀ କହି ସୋସିଆଲ ମିଡ଼ିଆରେ ଭିଡିଓ ପକାଇଥାଏ । ଲରେନ୍ସ ବତଷ୍ଣୋଇ ଗ୍ୟାଙ୍ଗ ସହ ତା’ର ଅସ୍ତ୍ରଶସ୍ତ୍ର ଚୋରା ଚାଲାଣରେ ପାର୍ଟନରସିପ ଥିଲା । ହେଲେ ୨୦୨୫ରେ ଉଭୟଙ୍କ ମଧ୍ୟରେ ଶତ୍ରୁତା ବଢ଼ିଯାଇଥିଲା । ୨୦୨୫ ଏପ୍ରିଲରେ ପହଲଗାମ ଟେରର ଆଟାକ ପରେ ବିଷ୍ଣୋଇ ଗ୍ୟାଙ୍ଗ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଧମକ ଦେଇଥିଲା । ଏହାର ଜବାବରେ ଭଟ୍ଟି ଭିଡିଓ ଜାରି କରି ସିଦ୍ଧୁ ମୁସେଓ୍ବାଲା (୨୦୨୨) ଓ ବାବା ସିଦ୍ଦିକି (୨୦୨୪) ହତ୍ୟା ଉପରୁ ପରଦା ଉଠାଇବାକୁ ଧମକ ଦେଇଥିଲା । ତା’ ପାଖରେ ପଲିଟିସିଆନ, ଫଣ୍ଡିଂ ଓ ଅସ୍ତ୍ରଶସ୍ତ୍ରକୁ ନେଇ ରେକର୍ଡିଂ ରହିଥିବା କହିଥିଲା ।

କୋମାରେ ଅକ୍ସିଜେନ ପ୍ଲାଣ୍ଟ ଲାଗୁନି ରୋଗୀଙ୍କ ହିତରେ ; ନିର୍ମାଣର ୫ ବର୍ଷ ପରେ ବି ହେଉନି କାର୍ଯ୍ୟକ୍ଷମ

ନନ୍ଦିଘୋଷ ବ୍ୟୁରୋ : କେବେ କାର୍ଯ୍ୟକ୍ଷମ ହେବ ଅକ୍ସିଜେନ ପ୍ଲାଣ୍ଟ । ନିର୍ମାଣର ୫ ବର୍ଷ ପରେ ବି ହେଉନି କାର୍ଯ୍ୟକାରୀ । କୋଭିଡ ସମୟରେ ଗୁରୁତର ରୋଗୀଙ୍କୁ ଅକ୍ସିଜେନ ଯୋଗାଇଦେବା ଲକ୍ଷ୍ୟରେ ଗୁଣୁପୁର ଉପଖଣ୍ଡ ମେଡିକାଲ ପରିସରରେ ଅକ୍ସିଜେନ ପ୍ଳାଣ୍ଟ ସ୍ଥାପନ କରାଯାଇଥିଲା । ହେଲେ ପ୍ଲାଣ୍ଟଟି କାର୍ଯ୍ୟକ୍ଷମ ହୋଇପାରୁନି । ଏହାକୁ ନେଇ ପ୍ରକାଶ ପାଇଛି ଅସନ୍ତୋଷ।

କୋମାରେ ଅକ୍ସିଜେନ ପ୍ଲାଣ୍ଟ । ଲାଗୁନି ରୋଗୀଙ୍କ ହିତରେ । ନିର୍ମାଣର ୫ ବର୍ଷ ପରେ ବି ହେଉନି କାର୍ଯ୍ୟକ୍ଷମ । ନିଘୋଡ଼ ନିଦ୍ରାରେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ । କୋଭିଡ ସମୟରେ ଗୁରୁତର ରୋଗୀଙ୍କୁ ଅକ୍ସିଜେନ ଯୋଗାଇଦେବା ଲକ୍ଷ୍ୟରେ ରାୟଗଡ ଜିଲ୍ଲା ଗୁଣୁପୁର ଉପଖଣ୍ଡ ମେଡିକାଲ ପରିସରରେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରାଯାଇଥିଲା । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କାରେ ନିର୍ମାଣ ହୋଇଥିବା ପ୍ଲାଣ୍ଟର ଦାୟିତ୍ଵ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସେନକୁ ଦିଆଯାଇଥିଲା । ଦୀର୍ଘ ଦିନ ହେଲା ୪୫୦ ଏଲ.ପି.ଏମ୍ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ କାମ ସରିଲାଣି । ବିଭିନ୍ନ ୱାର୍ଡକୁ ଅକ୍ସିଜେନ ଯୋଗାଇବା ପାଇଁ ପାଇପ ଲାଇନ ବିଛା ବି ସରିଛି । ହେଲେ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇନଥିବାରୁ ପ୍ରକାଶ ପାଇଛି ପ୍ରତିକ୍ରିୟା।

ଗୁଣପୁର ଉପଖଣ୍ଡ ମେଡିକାଲ ଉପରେ ଦୈନିକ ଶତାଧିକ ରୋଗୀ ନିର୍ଭର କରନ୍ତି । ହେଲେ ମେଡିକାଲରେ ଭିତ୍ତିଭୂମି ସୁଦୃଢ ନଥିବାରୁ ରୋଗୀମାନେ ଉତ୍ତମ ସ୍ଵାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ନିର୍ମାଣଧୀନ ପ୍ଲାଣ୍ଟଟି ଯାନ୍ତ୍ରିକ ତୃଟି କାରଣରୁ ଅଚଳ ଅଛି ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

ସଭ୍ୟ ସମାଜରେ କୁତ୍ସିତ ବାସନ୍ଦ ପ୍ରଥା, ନଣନ୍ଦ-ଭାଉଜଙ୍କ କଳି ; ଗାଁରୁ ଉଠିଲାନି ଶବ

ନନ୍ଦିଘୋଷ ବ୍ୟୁରୋ : ନଣନ୍ଦ ଭାଉଜ କଳିରେ ଶବ ପଡିଲା ବଳି । ବାସନ୍ଦ ନାଁରେ ଗାଁରୁ ଉଠିଲାନି ଶବ। ଦୀର୍ଘ ୨୦ ଘଣ୍ଟା ଧରି ଘରେ ପଡି ରହିଲା ମୃତଦେହ । ଗଞ୍ଜାମ ଧରାକୋଟ ଥାନା କମାଶାସନ ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଶବ ସତ୍କାର ପାଇଁ ଗାଁ ଲୋକେ ରାଜିଥିବା ବେଳେ ବୋହୂ ନାଁରେ ଥିବା ୪ ଲକ୍ଷ ଟଙ୍କା ପ୍ରଦାନ ସହ ସାମାଜିକ ବାସନ୍ଦ ଉଠାଇବାକୁ ଅଡିବସିଥିଲେ ଦୁଇ ଝିଅ । ପୋଲିସର ବୁଝାସୁଝା ପରେ ମୃତକଙ୍କ ହେଲା ଶବ ସତ୍କାର ।

ସଭ୍ୟ ସମାଜରେ କୁତ୍ସିତ ବାସନ୍ଦ ପ୍ରଥା । ବାସନ୍ଦ ନାଁରେ ଗାଁରୁ ଉଠିଲାନି ଶବ । ଦୀର୍ଘ ୨୦ ଘଣ୍ଟା ଧରି ଘରେ ପଡି ରହିଲା ମୃତଦେହ । ଗାଁରେ ଜଳିଲାନି ଚୁଲି । ଠପ ହୋଇଗଲା ଦେବ କାର୍ଯ୍ୟ । ଗଞ୍ଜାମ ଧରାକୋଟ ଥାନା କମାଶାସନ ଗାଁରେ ଦେଖିବାକୁ ମିଳିଛି ଏଭଳି ଅମାନବୀୟ ଘଟଣା । ଗାଁର ୬୫ ବର୍ଷୀୟା ବୃଦ୍ଧା ଏସ୍.ରତ୍ନlଲୁ ରେଡ୍ଡୀଙ୍କ ଦେହାନ୍ତ ପରେ ଘରେ କୋଡିଏ ଘଣ୍ଟା ଧରି ଶବ ପଡିରହିଥିଲା ।  ପୂର୍ବରୁ ରତ୍ନାଲୁଙ୍କ ସ୍ଵାମୀ ଓ ଦୁଇ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ପାଖରେ ଥିଲେ ଦୁଇ ଝିଅ । ଶବ ସତ୍କାର ପାଇଁ ଗାଁ ଲୋକେ ରାଜିଥିବା ବେଳେ ବୋହୂ ନାଁରେ ଥିବା ୪ ଲକ୍ଷ ଟଙ୍କା ପ୍ରଦାନ ସହ ସାମାଜିକ ବାସନ୍ଦ ଉଠାଇବାକୁ ଅଡିବସିଥିଲେ ଦୁଇ ଝିଅ । ସ୍ଥାନୀୟ ଲୋକେ ଓ ପୋଲିସର ବୁଝାସୁଝା ପରେ ମୃତକଙ୍କ ଶବ ସତ୍କାର କରାଗଲା ।

ମୃତକ ରତ୍ନାଲୁ ରେଡ୍ଡୀ ତାଙ୍କ ସ୍ଵାମୀ ଓ ଦୁଇ ପୁଅଙ୍କ ମୃତ୍ୟୁ ପରେ ବଡ ବୋହୂ ପାଖରେ ନରହି ସାନ ଝିଅ ପାଖରେ ରହୁଥିଲେ ।  ପୂର୍ବରୁ ତାଙ୍କ ନାଁରେ ଥିବା ଏକ ଜମିକୁ ବିକ୍ରି କରି ଦୁଇ ଝିଅ ଓ ବିଧବା ବୋହୂ ମଧ୍ୟରେ ସମସ୍ତ ଟଙ୍କା ବାଣ୍ଟି ଦେଇଥିଲେ । ସେଥିରୁ ବଳକା ୪ ଲକ୍ଷ ଟଙ୍କା ତାଙ୍କର ଶୁଦ୍ଧଘର ପାଇଁ ବୋହୂ ନାମରେ ରହିଥିଲା । ଏବଂ ତାଙ୍କ ନାଁରେ ଥିବା ନିଜ ଘରକୁ ସାନ ଝିଅ ନାଁରେ ଲେଖାଇଦେଇଥିଲେ । କିନ୍ତୁ ବୋହୂ ତାକୁ ଗ୍ରହଣ କରିପାରି ନଥିଲେ । ଘଟଣା ଗାଁ ଲୋକଙ୍କ ପାଖରେ ବିଚାରଧୀନ ଥିଲା । ତେଣୁ ଗାଁରେ ମୃତକ ରତ୍ନାଲୁ ଓ ତାଙ୍କ ଝିଅଙ୍କ ସହ କେହି କଥାବାର୍ତ୍ତା କରୁନଥିଲେ । ଦୁଇ ଝିଅ ଓ ମାଆଙ୍କୁ ବାସନ୍ଦ କରାଯାଇଥିବା ନେଇ ଧରାକୋଟ ଥାନାରେ ଅନେକ ଥର ଅଭିଯୋଗ ହୋଇଥିଲେ ସୁଦ୍ଧା କୌଣସି ସମାଧାନ ହୋଇପାରିନଥିଲା । ମାଆଙ୍କ ମୃତ୍ୟୁ ପରେ ଝିଅ ମାନେ ୪ ଲକ୍ଷ ଟଙ୍କା ଦାବି କରିବା ସହ ବାସନ୍ଦ ପ୍ରଥା ଉଠାଇବାକୁ ଅଡି ବସିଥିଲେ । ଅନ୍ୟପଟେ ବାସନ୍ଦ କଥାକୁ ଖଣ୍ଡନ କରିଛନ୍ତି ଗାଁ ସଭାପତି ।

ରାଞ୍ଚିରେ କୋହଲିଙ୍କ ବିରାଟ ସ୍କୋର, ମାରିଲେ ୫୨ ତମ ଶତକ

ରାଞ୍ଚିରେ କୋହଲିଙ୍କ ବିରାଟ ସ୍କୋର, ମାରିଲେ ୫୨ ତମ ଶତକ

ନନ୍ଦିଘୋଷ ବ୍ୟୁରୋ: ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅବସରକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଆଜି ଉଭୟ ରାଞ୍ଚି ଦିନିକିଆରେ ଦକ୍ଷିଣ ଆଫ୍ରିକା ବୋଳଙ୍କୁ ଧୂଲେଇ କରିଛନ୍ତି । ରୋହିତ ୫୭ ରନ୍ କରି ଆଉଟ୍ ହୋଇଥିବା ବେଳେ ବିରାଟ ତାଙ୍କ ୫୨ତମ ଶତକ ପୂରଣ କରିଛନ୍ତି । ବିରାଟ ୧୧୯ ବଲରୁ ୧୩୫ ରନ୍ କରିଛନ୍ତି । ଆଉ ଏହି ଶତକ ସହ ଦିନିକିଆରୁ ତାଙ୍କୁ ଅବସର ନେଇଯିବା କଥା କହୁଥିବା ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୦-୨ରେ ସିରିଜ ହାରିଥିବା ବେଳେ ସମସ୍ତଙ୍କ ନଜର ଦିନିକିଆ ସିରିଜ ଉପରେ ଥିଲା । ଏହି ଶତକ ବଳରେ ବିରାଟ ସମାଲୋଚକ ବିଶେଷ କରି ବିସିସିଆଇରେ ନିଷ୍ପତ୍ତି ନେଉଥିବା ବ୍ୟକ୍ତିଙ୍କୁ ଜବାବ ଦେଇଛନ୍ତି ।

ଅଷ୍ଟ୍ରେଲିଆ ଗସ୍ତରେ ଦିନିକିଆ ସିରିଜରେ ଇଣ୍ଟରନ୍ୟାସନାଲ କ୍ରିକେଟକୁ ଫେରିଥିବା କୋହଲିଙ୍କ ପାଇଁ ସିରିଜ ଏତେ ଭଲ ନଥିଲା । ହେଲେ ରାଞ୍ଚିରେ ସାଉଥ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ଶତକ ମାରି ପ୍ରଶଂସକଙ୍କୁ ଖୁସି କରିଦେଇଛନ୍ତି । ସୂଚନାଯୋଗ୍ୟ ଏହି ଷ୍ଟାଡିୟମରେ ବିରାଟ ପୂର୍ବରୁ ଦୁଇଟି ଶତକ ମାରିଛନ୍ତି ।

ଆସନ୍ତାକାଲିଠାରୁ ସଂସଦର ଶୀତକାଳୀନ ଅଧିବେଶନ ; ଗୃହକୁ ସୁରୁଖୁରୁରେ ଚଳାଇବା ଲାଗି ସର୍ବଦଳୀୟ ବୈଠକରେ ଆଲୋଚନା

ନନ୍ଦିଘୋଷ ବ୍ୟୁରୋ : ଆସନ୍ତାକାଲିଠାରୁ ସଂସଦର ଶୀତକାଳୀନ ଅଧିବେଶନ। ଗୃହକୁ ସୁରୁଖୁରୁରେ ଚଳାଇବା ଲାଗି ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି। ଏହି ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଡିସେମ୍ବର ୧୯ ଯାଏ ଚାଲିବ ସଂସଦ ଅଧିବେଶନ। ଏହି ଅଧିବେଶନ ବିଭିନ୍ନ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହେବ।  ଏହି ଅଧିବେଶନରେ ୧୫ଟି ସିଟିଂ ବସିବ। ଅଧିବେଶନରେ ପ୍ରାଇଭେଟ ମେମ୍ବର୍ସ ବିଲ୍ ଗୁଡିକ ଡିସେମ୍ବର ୫ ଓ ଡିସେମ୍ବର ୧୯ରେ ଆଗତ ହେବ ବୋଲି ଜଣାଯାଇଛି। ସେପଟେ କମ୍ ଦିନ ଲାଗି ହେଉଥିବା ଅଧିବେଶନକୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ। ଏହି ଅଧିବେଶନରେ କିଛି ବିଲ୍ ଆଗତ ହେବ ବୋଲି ସୂଚନା ମିଳିଛି। ଏହା ସହ ଗତ ଅଧିବେଶନ କାଳରେ ଗୃହୀତ ହୋଇ ପାରି ନଥିବା କିଛି ବିଲ୍ ବି ଗୃହରେ ଆଗତ ହେବ। ବିରୋଧୀ ଦଳର ବିରୋଧ ଯୋଗୁ କିଛି ବିଲ୍ ସଂସଦର ଉଭୟ ଗୃହରେ ଗୃହୀତ ହୋଇପାରି ନଥିଲା। ଏହି ଅଧିବେଶନ ଲାଗି ସମ୍ମତି ପ୍ରଦାନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେଣେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଲାଗି ବିରୋଧୀ କରିଛନ୍ତି ରଣନୀତି।..

ଏହି ଅଧିବେଶନରେ ବିଭିନ୍ନ ପ୍ରସଙ୍ଗ ଉଠାଇବ ବିଜେଡି। ଦରବୃଦ୍ଧି, ମୁଦ୍ରାସ୍ଫୀତି, ବେକାରୀ, ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ, ଆଇନଶୃଙ୍ଖଳା, ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ହିଂସା ପ୍ରସଙ୍ଗ ଉଠାଇବ ବିଜେଡି। ସେହିପରି ନୂଆପଡ଼ା ଉପନିର୍ବାଚନରେ ହୋଇଥିବା ଅନିୟମିତତା, ପୋଲିସ ଏସଆଇ ପରୀକ୍ଷା ହୋଇଥିବା ଦୁର୍ନୀତି, ପୋଲାଭରମ ଓ ମହାନଦୀ ପ୍ରସଙ୍ଗ, କୋଇଲା ରୟାଲିଟି ଓ ଗ୍ରୀନ ଟାକ୍ସ ଆଦି ପ୍ରସଙ୍ଗରେ ସରକାରଙ୍କୁ ଜବାବ ମାଗିବ ବିଜେଡି। ଏହା ସହ କୃଷକଙ୍କ ଲାଗି ଏମଏସପି, ସମ୍ବଲପୁର, କୋରାପୁଟ, ବାଲେଶ୍ବରରେ ପୂର୍ଣ୍ଣକାଳୀନ ଏମସ୍ ପ୍ରତିଷ୍ଠା, ଆଦିବାସୀ ବିକାଶ, ଜାତୀୟ ରାଜପଥ, ଉପକୂଳ ରାଜପଥ, ରେଳ ସଂଯୋଗ, ମୋବାଇଲ ଟାୱାର ପ୍ରତିଷ୍ଠା ଆଦି ପ୍ରସଙ୍ଗ ବିଜେଡି ଉଠାଇବ।

 

ଇମ୍ରାନଙ୍କ ସମ୍ପର୍କରେ ନୂଆ ଖୁଲାସା ; ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଅଛନ୍ତି ଆଦିଆଲା ଜେଲରେ

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଦିଆଲା ଜେଲରେ ନିରାପଦରେ ଅଛନ୍ତି। ତାଙ୍କୁ ସମ୍ପୂର୍ଣ୍ଣ ଅଲଗା ଭାବେ ରଖାଯାଇଛି। ତେବେ ଦେଶଛାଡ଼ି ଚାଲିଯିବା ଲାଗି ଇମ୍ରାନଙ୍କ ଉପରେ ଚାପ ପକାଯାଉଛି ବୋଲି କହିଛନ୍ତି ପିଟିଆଇ ସିନେଟର ଖୁରାମ ଜିସାନ। ସେ କହିଛନ୍ତି- ଇମ୍ରାନଙ୍କ ଲୋକପ୍ରିୟତା ବଢୁଥିବାରୁ ଶାସକ ଦଳ ଚିନ୍ତାରେ ଅଛନ୍ତି। ଇମ୍ରାନଙ୍କୁ ଭେଟିବା ଲାଗି ତାଙ୍କ ପରିବାରକୁ ଅନୁମତି ଦିଆ ଯାଉନଥିବାରୁ ତାହାକୁ ସମାଲୋଚନା କରିଛନ୍ତି ଜିସାନ।

ସେପେଟ ପାକିସ୍ତାନର ଆଦିଆଲା ଜେଲରେ ବନ୍ଦୀ ଥିବା ପୂର୍ବତନ  ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ଦୂର ହେଉନି ସସପେନ୍ସ l ଜେଲରେ ସେ ସୁସ୍ଥ ଥିବା କୁହାଯାଉଥିଲେ ବି ପରିବାର ଓ ପିଟିଆଇ ସମର୍ଥକ ଏହାକୁ ଗ୍ରହଣ କରିବାକୁ ନାରାଜ l ତେବେ ଗତ ନଭେମ୍ବର ୫ରେ ପାକ୍ ସେନାମୁଖ୍ୟ ଜେନେରାଲ ଅସିମ ମୁନୀରଙ୍କ ବିରୋଧରେ ଇମ୍ରାନଙ୍କ ଟିପ୍ପଣୀ ଭିନ୍ନ କିଛି ବୟାନ କରୁଛି l ଇମ୍ରାନଙ୍କୁ ଭେଟିବା ଲାଗି କୋର୍ଟ ଅନୁମତି ସତ୍ତ୍ବେ ଏହା ପାଳନ ହେଉ ନଥିବାରୁ ସନ୍ଦେହ ଅଧିକ ଘନୀଭୂତ ହୋଇଛି l ତେଣେ ଇମ୍ରାନଙ୍କ ସମର୍ଥକମାନଙ୍କୁ ଗିରଫ କରାଯାଇ ଜେଲରେ ଅକଥନୀୟ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛି ପିଟିଆଇ l ୨୦୧୮-୨୦୧୯ରେ ଇମ୍ରାନ ପ୍ରଧାନମନ୍ତ୍ରୀ ଥିବାବେଳେ ମୁନୀରଙ୍କ ସହ ତାଙ୍କର ମତଭେଦ ହୋଇଥିଲା l ସେତେବେଳେ ଆଇଏସଆଇର ମହାନିର୍ଦ୍ଦେଶକ ଥିଲେ ମୁନୀର l

ତେବେ ଇମ୍ରାନଙ୍କ ପତ୍ନୀ ବୁସରା ବିବିଙ୍କ ବିରୋଧରେ ଦୁର୍ନୀତି ମାମଲା ନେଇ ହସ୍ତକ୍ଷେପ କରିବାରୁ ମାତ୍ର ସାତ ମାସ ଭିତରେ ଆଇଏସଆଇ ମୁଖ୍ୟ ପଦରୁ ମୁନୀରଙ୍କୁ ହଟାଇଦେଇଥିଲେ ଇମ୍ରାନ l ଇମ୍ରାନଙ୍କ ଏହି ନିଷ୍ପତ୍ତି ମୁନୀରଙ୍କ ଲାଗି ସମ୍ମାନ ହାନିର କାରଣ ଥିଲା l ସେପଟେ ପାକିସ୍ତାନ ମିଲିଟାରୀ ଇମ୍ରାନଙ୍କୁ ଜଣେ ସଚ୍ଚୋଟ ଶାସକ ବୋଲ ବିବେଚନା କରିବା ସହ ସେନାର ବିଶ୍ବସନୀୟତା ରକ୍ଷା କରିବାରେ ତାଙ୍କର ଭୂମିକାକୁ ପ୍ରଶଂସା କରୁଥିଲା ସେନା l ତେବେ ୨୦୨୨ରେ ଇମ୍ରାନ ଅନାସ୍ଥା ଭୋଟରେ କ୍ଷମତାରୁ ଅନ୍ତର ହେବା ପରେ ସ୍ଥିତି ବିଗିଡ଼ିଯାଇଥିଲା l ମୁନୀର ହିଁ ଖଳନାୟକ ଏବଂ ପିଟିଆଇକୁ ଧ୍ବଂସ କରିଦେବାକୁ ମୁନୀର ଯୋଜନା କରୁଥିଲେ ବୋଲି ଇମ୍ରାନ ଧରି ନେଇଥିଲେ l ମେ ୨୦୨୩ରେ ଇମ୍ରାନ ଗିରଫ ହେବା ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା l ଏପରିକି ତତକାଳୀନ ସେନାମୁଖ୍ୟ କମର ଜାଭେଦ ବାଜଓ୍ବାଙ୍କୁ ଜଣେ ପ୍ରତାରକ ବୋଲି କହିଥିଲେ ଇମ୍ରାନ l ନଭେମ୍ବର ୨୦୨୨ରେ ମୁନୀର ଆର୍ମି ଚିଫ ହେବା ପରେ ସେ ସର୍ବଶକ୍ତିମାନ ହୋଇଥିଲେ l

ଦିଲ୍ଲୀ ମହାନଗର ନିଗମର ୧୨ଟି ୱାର୍ଡରେ ଉପନିର୍ବାଚନ ; କଡ଼ା ସୁରକ୍ଷାରେ ଚାଲିଛି ମତଦାନ

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ ମହାନଗର ନିଗମର ୧୨ଟି ୱାର୍ଡରେ ଉପନିର୍ବାଚନ। କଡ଼ା ସୁରକ୍ଷାରେ ଚାଲିଛି ମତଦାନ। ଦିଲ୍ଲୀର ପ୍ରାୟ ୫୮୦ ବୁଥରେ ହେଉଛି ମତଦାନ। ଉପନିର୍ବାଚନରେ କିଏ ମାରିବେ ବାଜି ତାହାକୁ ନେଇ ଜାରି ରହିଛି ସସପେନ୍ସ। ଏହି ଉପନିର୍ବାଚନରେ ବିଜେପି ଓ ଆପ୍ ମଧ୍ୟରେ କଡ଼ା ଟକ୍କର ହେଉଛି। ଦିଲ୍ଲୀକୁ ବିଜେପି ହାତରୁ ପ୍ରାୟ ୨୭ ବର୍ଷ ପରେ ଛଡାଇ ଆଣି ଆପ ଶାସନକୁ ଆସିଥିଲା। ମାତ୍ର ଗତ ନିର୍ବାଚନରେ ଆପ୍ ଗାଦିଚ୍ୟୁତ ହୋଇଥିଲା। ଆପ୍ ନିଜକୁ ପୁଣି ଶକ୍ତିଶାଳୀ କରିବା ଲାଗି ପଦକ୍ଷେପ ନେଇଥିବାବେଳେ ଏହି ଉପନିର୍ବାଚନରେ ଦବଦବା କରିବା ଲାଗି ଆପ୍ ପ୍ରାଣମୂର୍ଚ୍ଛା ସଂଘର୍ଷ କରିଛି। ୧୨ଟି ଆସନ ଲାଗି ମୋଟ ୫୧ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ସେମାନଙ୍କ ମଧ୍ଯରେ ମହିଳା ପ୍ରାର୍ଥୀ ଅଛନ୍ତି ୨୬। ବିଜେପିର ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ୮ ହୋଇଥିବାବେଳେ ଆପର ୬ ଓ କଂଗ୍ରେସର ୫ଜଣ ଅଛନ୍ତି। ନିର୍ବାଚନ ପୂର୍ବରୁ ଆପର ୨ ଥରର ବିଧାୟକ ରାଜେଶ ଗୁପ୍ତା ବିଜେପିକୁ ଲମ୍ଫ ମାରିଥିବାରୁ ଆପକୁ ଏହା ଶକ୍ତ ଝଟକା ହୋଇଛି। ଆସନ୍ତା ୩ ତାରିଖରେ ହେବ ଗଣତି। ଏମସିଡିରେ ମୋଟ ୨୫୦ ୱାର୍ଡ ଥିବାବେଳେ ବିଜେପିର ସଂଖ୍ୟା ରହିଛି ୧୧୫। ମ୍ୟାଜିକ ନମ୍ବର ହେଉଛି ୧୨୫। ବର୍ତ୍ତମାନ ଆପର କାଉନସିଲରଙ୍କ ସଂଖ୍ୟା ରହିଛି ୯୯। କଂଗ୍ରେସର ଅଛନ୍ତି ମାତ୍ର ୬ କାଉନସିଲର। ଲୋକସଭା ଓ ବିଧାନସଭା ନିର୍ବାଚନରେ ଆପର ୩ଜଣ ଓ ବିଜେପିର ୯ ଜଣ କାଉନସିଲର ନିର୍ବାଚିତ ହୋଇଥିବାରୁ ଏହି ଉପନିର୍ବାଚନ ହୋଇଛି।

ବାସନ୍ଦ ନାଁରେ ଗାଁରୁ ଉଠୁନି ଶବ ;ଦୀର୍ଘ ୨୦ ଘଣ୍ଟା ଧରି ଘରେ ପଡି ରହିଛି ଶବ

ନନ୍ଦିଘୋଷ ବ୍ୟୁରୋ : ବାସନ୍ଦ ନାଁରେ ଗାଁରୁ ଉଠୁନି ଶବ। ଦୀର୍ଘ ୨୦ ଘଣ୍ଟା ଧରି ଘରେ ପଡି ରହିଛି ଶବ ।ଗଞ୍ଜାମ ଧରାକୋଟ ଥାନା କମାଶାସନ ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଗାଁର ୬୫ ବର୍ଷୀୟ ବୃଦ୍ଧା ଏସ୍.ରତ୍ନlଲୁ ରେଡିଙ୍କ ଦେହାନ୍ତ ହୋଇଛି। ପୂର୍ବରୁ  ସ୍ଵାମୀ  ଓ ଦୁଇ ପୁଅଙ୍କ ଦେହାନ୍ତ ହୋଇଥିବା ବେଳେ ପାଖରେ ଅଛନ୍ତି ଦୁଇ ଝିଅ। ପୁଅଙ୍କ ନାଁରେ ଥିବା ଟଙ୍କା ପ୍ରଦାନ ସହ ସାମାଜିକ ବାସନ୍ଦ ଉଠାଇବାକୁ ଅଡିବସିଛନ୍ତି ପରିବାର। ଶବ ସତ୍କାର ପାଇଁ ଗାଁ ଲୋକେ ରାଜି ହୋଇଥିଲେ ମଧ୍ୟ ସମାଧାନ ନ ହେବା ପର୍ଯ୍ୟନ୍ତ ଶବ ଉଠିବନି ବୋଲି ମୃତକଙ୍କ ଝିଅ ଅଡ଼ି ବସିଛନ୍ତି। ଘଟଣାକୁ ନେଇ ଧରାକୋଟ ଥାନାରେ ପୂର୍ବରୁ ବହୁବାର ଅଭିଯୋଗ ମଧ୍ୟ ହୋଇଛି। ଗାଁରେ ପୋଲିସ ପହଁଚି ବୁଝାସୁଝା  ଜାରି ରଖିଛି। ସେପଟେ ବାସନ୍ଦ କଥାକୁ ଗ୍ରାମବାସୀ ଅସ୍ବୀକାର କରିଛନ୍ତି l ବାସନ୍ଦ ନୁହେଁ ମତାନ୍ତର ବୋଲି ଗ୍ରାମବାସୀ କହିଛନ୍ତି।

ଘରେ କେହି ନଥିବା ବେଳେ କଳା କନା ବୁଲାଇଲେ ଦୁର୍ବୃତ୍ତ

ନନ୍ଦିଘୋଷ ବ୍ୟୁରୋ: ଘରେ କେହି ନଥିବା ବେଳେ କଳା କନା ବୁଲାଇଲେ ଦୁର୍ବୃତ୍ତ। ୨୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଓ ଟଙ୍କା ଲୁଟ ହେଇଥିବା ଅଭିଯୋଗ ହୋଇଛି। ବାଲେଶ୍ଵର ଜିଲ୍ଲା ଭୋଗରାଇ କମର୍ଦ୍ଦା ଥାନା ଅନ୍ତର୍ଗତ ଗୁଣୁସାର୍ଥା ଗ୍ରାମର ତପନ କୁମାର ପାଣିଗ୍ରାହୀ ତାଙ୍କ ପରିବାର ସହିତ ଭୁବନେଶ୍ବର ଯାଇଥିଲେ। ହେଲେ ସକାଳୁ ଘରକୁ ଫେରିବା ବେଳକୁ ଘରର ମୁଖ୍ୟ ଫାଟକର ତାଲା କାଟି ଲୁଟ୍ ହୋଇଥିବା ଦେଖିବାକୁ ପାଇଥିଲେ। ଆଲମାରି ତାଡି ସୁନା, ରୂପା ଓ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ କମର୍ଦ୍ଦା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନବିନ ଆରମ୍ଭ କରିଛି। ଗୋଟିଏ ମାସରେ କମର୍ଦ୍ଦା ଥାନା ଅଞ୍ଚଳରୁ ତିନିଟି ଲୁଟକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।.