spot_img
Home Blog Page 4616

ଏମାରରୁ ମିଳିଲାନି ଗୁପ୍ତଧନ

ପୁରୀ: ପୁରୀ ଏମାର ମଠରୁ ମିଳିଲଶନି ଗୁପ୍ତଧନ । ଖନନ ପରେ କିଛି ମିଳିନି । ପୁରୀର ପୁରାତନ ଓ ବିତ୍ତଶାଳୀ ଏମାରମଠରେ ଅନେକ ଗୁପ୍ତଧନ ଥିବା ନେଇ ସନ୍ଦେହକୁ ଦୂରୀଭୂତ କରିବାକୁ ଯାଇ ମଠ ପରିସରରେ ପୂର୍ବରୁ ଚିହ୍ନଟ ହୋଇଥିବା ତିନୋଟି ସ୍ଥାନରେ ଆଜି ଖନନ କରାଯାଇଥିବା ବେଳେ ସେଭଳି କୌଣସି ଧନ ନଥିବା ସ୍ପଷ୍ଟ ହୋଇଛି | ଦେବୋତ୍ତର ବିଭାଗ, ପ୍ରଶାସନିକ ଅଧିକାରୀ, ପୋଲିସ ଓ ଟ୍ରଷ୍ଟ ବୋର୍ଡ଼ ସଦସ୍ୟଙ୍କ ଉପସ୍ଥିତିରେ ମେଟାଲ ଡିଟେକ୍ଟର ଦ୍ବାରା ପୁଣି ଯାଞ୍ଚ କରାଯାଇ ଚଟାଣକୁ ଖୋଳାଯାଇ କେବଳ ଲୌହ ଜାତ ଧାତବ ପଦାର୍ଥ ମିଳିଥିବାରୁ ଯାଞ୍ଚ ପ୍ରକ୍ରିୟାକୁ ବନ୍ଦ କରାଯାଇଥିଲା ।

ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିବା ଏହି ବହୁ ପୁରାତନ ମଠର ପୁନଃରୁଦ୍ଧାର କରାଯିବା ସହ ଏହାର ପୂର୍ବ ଗାରିମା ଫେରାଇବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ନିବେଦନ କରିବ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି |

୨୦୧୧ ମସିହାରେ ମଠରୁ ୫୨୨ ଓ ପରବର୍ତ୍ତୀ ସମୟରେ ଏପ୍ରିଲ ୨୦୨୧ରେ ମଠ ପରିସରରୁ ୪୫ଖଣ୍ଡ ରୂପା ଇଟା ମିଳିଥିଲା । ଏହାପରେ ମଠରେ ଆହୁରି ବହୁ ଗୁପ୍ତଧନ ରହିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଏନେଇ ନୂତନ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଗତ ୧୬ ସେପ୍ଟେମ୍ବର ୨୦୨୧ରେ ମେଟାଲ  ଡିଟେକ୍ଟର ସାହାଯ୍ୟରେ ବିଭିନ୍ନ ସ୍ଥାନକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିବା ବେଳେ ତିନୋଟି ସ୍ଥାନରେ ଗୁପ୍ତଧନ ଥିବା ନେଇ ସନ୍ଦେହ ସୃଷ୍ଟି ହେବାରୁ ଚିହ୍ନଟ କରାଯାଇଥିଲା । ଚିହ୍ନଟ ହୋଇଥିବା ସେହି ସ୍ଥାନକୁ ଆଜି ଟ୍ରଷ୍ଟ ବୋର୍ଡ ସଦସ୍ୟ, ପ୍ରଶାସନିକ ଅଧିକାରୀ ଓ ପୋଲିସଙ୍କ ଉପସ୍ଥିତିରେ ଖନନ କରାଯାଇଥିବା ବେଳେ ସେଭଳି କୌଣସି ମୂଲ୍ୟବାନ ସାମଗ୍ରୀ ମିଳିନଥିବା ଜଣାପଡିଛି |

କୋହଳ ହେଲା କଟକଣା: ରାତି ୧୧ଟାରୁ ସକାଳ ୫ଟା ଯାଏଁ ଲାଗୁ ରହିବ କଟକଣା

0

ନୂଆଦିଲ୍ଲୀ: ଦିଲ୍ଲୀରେ କୋହଳ ହେଲା କୋଭିଡ୍‌ କଟକଣା । ଆସନ୍ତା ୭ତାରିଖରୁ ସ୍କୁଲ, କଲେଜ ସମେତ ସବୁ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି । ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି । ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିଥିବା ବେଳେ ରାତ୍ରିକାଳୀନ କର୍ପ୍ୟୁ କଟକଣା କୋହଳ କରାଯାଇଛି । ଏଣିକି ରାତି ୧୧ଟାରୁ ସକାଳ ୫ଟା ଯାଏ କଟକଣା ଲାଗୁ ହେବ ବୋଲି ନିଷ୍ପତ୍ତି ହୋଇଛି । ସମସ୍ତ ଅଫିସ ଶହେ ପ୍ରତିଶତ କର୍ମଚାରୀରେ ଚାଲିବ । ଜିମ୍‌, ସ୍ପା ଓ ସୁଇମିଂ ପୁଲ୍‌ ଖୋଲିବାକୁ ଅନୁମତି ମିଳିଥିବା ବେଳେ ସ୍ବତନ୍ତ୍ର SOP ଜାରି କରାଯାଇଛି । ଏହାଛଡ଼ା କାର୍‌ରେ ଏକା ଯାଉଥିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି ନୂତନ ଗାଇଡ୍‌ ଲାଇନ ଜାରି ହୋଇଛି ।

ଏଥିସହିତ ପଢ଼ନ୍ତୁୁ: ଦେଶରେ ଖସୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧ ଲକ୍ଷ ୪୯ ହଜାର ୩୯୪ ଆକ୍ରାନ୍ତ ଚିହ୍ନଟ

ପୁଣି ବାରବାଟୀକୁ ଫେରିବ ଆନ୍ତର୍ଜାତୀୟ ମ୍ୟାଚ, ଜୁନରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଟି-୨୦

କଟକ: କଟକକୁ ପୁଣି ଫେରିଲା ଆନ୍ତର୍ଜାତୀୟ ମ୍ୟାଚ । ବାରବାଟୀରେ ହେବ ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ । ଆସନ୍ତା ଜୁନ ମାସରେ ହେବାକୁ ଯାଉଥିବା ଭାରତ – ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ଏକ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ବାରବାଟୀରେ ମ୍ୟାଚ କରାଇବା ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହିତ ଓସିଏ ସଂପାଦକ ସଞ୍ଜୟ ବେହେରାଙ୍କ ସହିତ ବିଶେଷ ଆଲୋଚନା ହେଇଛି । ଓଡ଼ିଶା କ୍ରିକେଟ ଆସୋସିଏସନର ଅନୁରୋଧକୁ ରକ୍ଷା କରି ବିସିସିଆଇ ସହମତି ଜଣାଇଥିବା ଓସିଏ ସମ୍ପାଦକ ସଞ୍ଜୟ ବେହେରା ଗଣମାଧ୍ୟମକୁ ଜଣାଇଛନ୍ତି । ଜୁନ ମାସରେ ବାରବାଟୀ ଷ୍ଟାଡିୟମରେ ଏହି ମ୍ୟାଚ ଦର୍ଶକଙ୍କ ଖଚାଖଚ ଭିଡ଼ରେ ଅନୁଷ୍ଠିତ ହେବ ।  ତେବେ ଫେବ୍ରୁଆରୀ ମାସରେ ଓ୍ୱେଷ୍ଟ ଇଣ୍ଡିଜ୍ ମ୍ୟାଚ ପାଇଁ ଓସିଏ ସମସ୍ତ ପ୍ରସ୍ତୁତି କରିସାରିଥିଲା । କିନ୍ତୁ କୋଭିଡ୍ କଟକଣା ପାଇଁ ଶେଷ ମୂହୁର୍ତ୍ତରେ ଏହି  ମ୍ୟାଚ ବାତିଲ ହୋଇଯାଇଥିଲା ।

ପୁଣି ଏମାର ମଠ ଯାଞ୍ଚ, ମାଟି ତଳୁ ମିଳିବ କି ଗୁପ୍ତଧନ !

ପୁରୀ: ପୁରୀର ବହୁପୁରାତନ ଓ ଧନଶାଳୀ ଏମାର ମଠରେ ପୁଣି ଖୋଳା ଆରମ୍ଭ । ଗତ ସେପ୍ଟେମ୍ବର ୧୬ରେ ଯାଞ୍ଚ କରାଯାଇ ଚିହ୍ନଟ ୩ଟି ସ୍ଥାନରେ ଖନନ ଆରମ୍ଭ ହୋଇଛି । କିନ୍ତୁ ସେତେବେଳେ ମେଟାଲ ଡିଟେକ୍ଟର କ୍ଷମତାଶାଳୀ ହୋଇନଥିବାରୁ ଗଭୀରତା ମାପି ପାରିନଥିଲା । ତେଣୁ ଆଜି ମାଜିଷ୍ଟ୍ରେଟ, ଜିଲ୍ଲା ପ୍ରଶାସନ , ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଓ ଏଣ୍ଡାଓମେଣ୍ଟ ଅଧିକାରୀ ସହ ନୂତନ ଟ୍ରଷ୍ଟ ବୋର୍ଡ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଯାଞ୍ଚ ସହ ଖନନ ଆରମ୍ଭ ହୋଇଛି । ଗତ ୨୦୧୧ରେ ମଠରୁ ୫୨୨ ଖଣ୍ଡ ରୂପାଇଟା ବାହାରିଥିବା ବେଳେ ସେବେଠାରୁ ରୂପା ଇଟାକୁ ନେଇ ମାମଲା କୋର୍ଟରେ ବିଚରାଧିନ ରହିଛି । ଏପ୍ରିଲ ୨୦୨୧ରେ ଖୋଳାଯାଇ ୪୫ ଖଣ୍ଡ ରୂପା ଇଟା ବାହାର କରାଯାଇଥିଲା । ଏହା ସହ ରୂପା ତାରକଶି ସାମଗ୍ରୀ, ରୂପା ଗଛ, ରୂପା ଫୁଲଦାନୀ, ବ୍ରୋଞ୍ଜ ଗାଈ ବାଛୁରୀ ଓ ୧୬ଟି୦ ଖଣ୍ଡା ଉଦ୍ଧାର କରାଯାଇଥିଲା । ଉଦ୍ଧାର ରୂପା ଇଟା ଜିଲ୍ଲା ଟ୍ରେଜରୀରେ ରଖାଯାଇଛି । ଏବେ ଆଉ କ’ଣ ବାହାରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ନିର୍ବାଚନ ପୂର୍ବରୁ ଭୁଶୁଡୁଛି ବିଜେପି ଗଡ଼, ବିଜେଡିରେ ମିଶିଲେ ଭଦ୍ରକ ଜିଲ୍ଲାର ଶତାଧିକ କର୍ମୀ

ଭୁବନେଶ୍ୱର: ଭଦ୍ରକରେ ମଉଳି ମଉଳି ଯାଉଛି ପଦ୍ମ । ବିଜେପି ଛାଡି ଆଜି ଶଙ୍ଖ ଧରିଛନ୍ତି ଶତାଧିକ ବିଜେପି ନେତା ଓ କର୍ମୀ  । ବିଜେପିର କାର୍ଯ୍ୟଶୈଳୀରେ ଅସନ୍ତୋଷ ପ୍ରକାଶ କରି ସେମାନେ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ଦୀର୍ଘ ଦିନ ଧରି ଦଳରେ କାମ କରିଆସୁଥିବା  କାର୍ଯ୍ୟକର୍ତ୍ତାମାନଙ୍କୁ ଅବହେଳା କରାଯାଉଥିବାରୁ ଦଳ ଛାଡିଥିବା କହିଛନ୍ତି ଦଳ ଛାଡିଥିବା ନେତା ଓ କର୍ମୀ । ମିଶ୍ରଣ ଉତ୍ସବରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ରହି ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଏଥି ସହି ଦଳରେ ଉଚିତ ଆଦର ଓ ସମ୍ମାନ ମିଳିବ ବୋଲି ଏ ଅବସରରେ କହିଛନ୍ତି ପ୍ରଣବ ପ୍ରକାଶ ଦାସ । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ନକଲି ବାହାଘର କରି ଠକିନେଲେ ୩୦ କୋଟି: ଜାଣନ୍ତୁ କିଭଳି

 ଭୋପାଳ: ନକଲି ବାହାଘର, ଅସଲି ଲୁଟ୍ । କରୋନା କାଳରେ ନକଲି ବାହାଘରର ପ୍ରମାଣପତ୍ର ଦେଖାଇ କୋଟି କୋଟି ଟଙ୍କା ହରିଲୁଟ୍ । ଏଭଳି କରାନାମାର ମୁଖ୍ୟ କାର୍ପଟଦାରକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା ଅନୁଯାୟୀ ନକଲି ବାହାଘର ଦେଖାଇ ଟଙ୍କା ଠକି ନେଇଛନ୍ତି । ବିଦିଶା ଜିଲ୍ଲାର ମିରୋଜ ଜନପଦ ପଞ୍ଚାୟତ ସିଇଓ ଶୋଭିତ ତ୍ରିପାଠୀଙ୍କୁ ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଳ୍ୟୁ) ଗୁରୁବାର ଗିରଫ କରିଛି । ଅଭିଯୋଗ ହୋଇଛି ଯ, ନକଲି ବାହାଘର ଦେଖାଇ ସେମାନେ ୩୦ କୋଟି ଟଙ୍କାରୁ ଅଧିକ ଲୁଟ କରିନେଇଛନ୍ତି । ଶୋଭିତ ତ୍ରିପାଠୀ ମନ୍ତ୍ରୀ ଗୋପାଳ ଭାର୍ଗବଙ୍କ ସଢୁ ।

ବିଦିଶା ଜିଲ୍ଲାର ସିରୋଜ ଜନପଦ ପଞ୍ଚାୟତରେ କରୋନା କାଳରେ ୫ହଜାର ୯୨୩ ବିବାହ ମାମଲାକୁ ସ୍ୱୀକୃତି ପ୍ରଦାନ କରାଯିବା ସହ ୩୦ କୋଟି ୧୮ ଲକ୍ଷ ୩୯ ହଜାର ଟଙ୍କାର ପେମେଣ୍ଟ ଦିଆଯାଇଛି । ଏହାକୁ ନେଇ ବିଧାନସଭାର ଶୀତକାଳୀନ ଅଧିବେଶନରେ ସିରୋଜରୁ ଭାଜପା ବିଧାୟକ ଉମାକାନ୍ତ ଶର୍ମା ପ୍ରଶ୍ନ ଉଠାଇଥିଲେ। ବିଧାନସଭା ଅଧ୍ୟକ୍ଷ ଗିରିଶ ଗୌତମ ଶ୍ରମ ମନ୍ତ୍ରୀ ବୃଜେନ୍ଦ୍ର ସିଂହଙ୍କୁ ତଦନ୍ତ ଯାଞ୍ଚ ଆଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୈହାନ ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହା ସହିତ ସିଇଓ ଶୋଭିତ ତ୍ରିପାଠୀଙ୍କୁ ନିଲମ୍ୱିତ କରିଦେଇଛନ୍ତି ।

ତେବେ ଏହି ଠକେଇରେ ଏଭଳି କିଛି ଲୋକେ ମଧ୍ୟ ସାମିଲ ଥିଲେ ଯାହାଙ୍କ ବାହାଘର ପୂର୍ବରୁ ହୋଇସାରିଥିଲା । ତାଙ୍କ ନାମରେ ମଧ୍ୟ ସରକାରୀ ସହାୟତା ରାଶି ଉଠାଯାଇଛି । ଏହି ଟଙ୍କା ମୁଖ୍ୟମନ୍ତ୍ରୀ ବିବାହ ଯୋଜନା ଅଧିନରେ ବାହାର କରାଯାଇଥିଲା ।

ତେବେ ତଦନ୍ତକାରୀ ସଂସ୍ଥାକୁ ମିଳିଥିବା ସାକ୍ଷ୍ୟରେ ସିରୋଜରେ ବର୍ଷ ୨୦୧୯ଠାରୁ ୨୦୨୧ ମଧ୍ୟରେ ୫୯୨୩ ବାହାଘର ହୋଇଛି । ସମସ୍ତ ହିତାଧିକାରୀଙ୍କୁ ୫୧-୫୧ ହଜାର ବିତରିତ କରାଯାଇଥିଲା । ଇଓଡବ୍ଳ୍ୟୁ ଯାଞ୍ଚ କରିବାରୁ ଜଣାପଡ଼ିଲା ଯେ, କରୋନା ସମୟରେ ଏସ୍‌ଡିଏମ୍ ୩୫୦୦ ବାହାଘର ନାମରେ ଟଙ୍କା ବାହାର କରିଛନ୍ତି ।

୨୭ବର୍ଷୀୟ ଯୁବକଙ୍କ ୩ଝିଅଙ୍କ ହୋଇଥିଲା ବାହାଘର

ତଦନ୍ତ ବେଳେ ଜଣାପଡ଼ିଛି ଯେ, ୨୭ ବର୍ଷର ଯୁବକଙ୍କ ୩ ଝିଅଙ୍କ ବାହାଘର କରାଯାଇଛି । ତିନ ଜଣଙ୍କ ନାମରେ ୫୧-୫୧ ହଜାର ଟଙ୍କା ମଞ୍ଜୁର ହୋଇଛି । କିଛି ଏଭିଳ ଲୋକେ ମଧ୍ୟ ସାମ୍ନାକୁ ଆସିଛନ୍ତି, ଯେଉଁମାନେ ସହାୟତା ନେଇ ଆବେଦନ ମଧ୍ୟ କରିନାହାନ୍ତି । କିଛି ହିତାଧିକାରୀଙ୍କ କାଗଜପତ୍ର ମଧ୍ୟ ମିଳିପାରିନାହିଁ । ଘଟଣା ସାମ୍ନାକ ଆସିବା ପରେ ଅଧିକାରୀଙ୍କୁ ଠକେଇ ସମ୍ପର୍କିତ କାଗଜପତ୍ର ଗାୟବ କରିଦିଆଯାଇଛି । ଏସଡିଏମ୍‌ଙ୍କ ବ୍ୟତୀତ ଅନ୍ୟ କର୍ମଚାରୀଙ୍କ ମଧ୍ୟ ଭୂମିକା ନେଇ ଯାଞ୍ଚ କରାଯିବ ।

ଏଥିସହିତ ପଢ଼ନ୍ତୁ: ଗ୍ୟାସ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର: ୬୩୪ଟଙ୍କାରେ ମିଳୁଛି ଏଲ୍‌ପିଜି ସିଲିଣ୍ଡର

ଅଣ୍ଡର-୧୯ ଫାଇନାଲ ଫାଇଟ ପୂର୍ବରୁ ଯୁବ ଖେଳାଳିଙ୍କୁ ଗୁରୁମନ୍ତ୍ର ଦେଲେ ବିରାଟ

ନୂଆଦିଲ୍ଲୀ: ଭାରତ ପୁଣି ଥରେ ଅଣ୍ଡର-୧୯ ବିଶ୍ୱକପରେ ତା’ର ସ୍ଥାନ ପକ୍କା କରିଛି । ଅଷ୍ଟ୍ରେଲିଆକୁ ୯୪ ରନରେ ପରାସ୍ତ କରି ଲଗାତର ଚତୁର୍ଥ ଥର ପାଇଁ ଅଣ୍ଡର-୧୯ ବିଶ୍ୱକପ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଟିମ୍ ଇଣ୍ଡିଆ । ଶନିବାର ଖେଳାଯିବାକୁ ଥିବା ଫାଇନାଲ ମୁକାବିଲାରେ ଭାରତ ଇଂଲଣ୍ଡକୁ ଭେଟିବ । ତେବେ ଶନିବାର ଫାଇନାଲ ଫାଇଟ ପୂର୍ବରୁ ଅଣ୍ଡର-୧୯ ଦଳର ଖେଳାଳିଙ୍କ ସହ ଆଲୋଚନା କରିଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ।

ଅଣ୍ଡର-୧୯ ଦଳର ସଦସ୍ୟ କୌଶଳ ତାମ୍ବେ ଓ ରାଜବର୍ଦ୍ଧନ ହାଙ୍ଗରଗେକର ବିରାଟଙ୍କ ସହ କଥା ହୋଇଥିଲେ । ଯାହା ଫଟୋ ସେମାନେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ପ୍ରଦାନ କରିଥିଲେ । କୌଶଲ ତାମ୍ବେ ବିରାଟଙ୍କୁ ମହାନ ଖେଳାଳି କହିବା ସହ ଫାଇନାଲ ମ୍ୟାଚରେ ବିରାଟ କୋହଲିଙ୍କ ଟିପ୍ସ ଭଲ କାମ ଦେବ ବୋଲି କହିଛନ୍ତି । ସେହିପରି ରାଜବର୍ଦ୍ଧନ ଲେଖିଥିଲେ ବିରାଟ ଭାଇଙ୍କ ସହ କଥା ହୋଇ ଭଲ ଲାଗୁଛି । ସେ ନିଜ ଜୀବନ ଓ କ୍ରିକେଟ ବାବଦରେ ଅନେକ କିଛି କହିଥିଲ । ଯାହା ସେମାନଙ୍କୁ ଅନେକ ସାହାର୍ଯ୍ୟ କରିବ ବୋଲି ସେ ଲେଖିଥିଲେ ।

ବିରାଟ କୋହଲି ୨୦୦୮ରେ ଅଣ୍ଡର-୧୯ ବିଶ୍ୱକପ ଜିତିସାରିଛନ୍ତି । ୨୦୦୮ରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଅଣ୍ଡର-୧୯ ଟ୍ରଫି ଜିତିଥିଲା । ତେବେ ଚଳିତ ଅଣ୍ଡର-୧୯ ବିଶ୍ୱକପରେ ଭାରତ ଫାଇନାଲ ଟିକେଟ ହାତେଇଛି । ସେମିଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆକୁ ୯୪ ରନରେ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ଫାଇନାଲ ଫାଇଟରେ ଶନିବାର ଭାରତ ଇଂଲଣ୍ଡକୁ ଭେଟିବ । ଏହି ମ୍ୟାଚକୁ ଜିତି ଭାରତ ପଞ୍ଚମ ଥର ପାଇଁ ଟ୍ରଫି ଜିତିବାକୁ ଚେଷ୍ଟା କରିବ ବ୍ଲୁ ବ୍ରିଗେଡ ।

ଗ୍ୟାସ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର: ୬୩୪ଟଙ୍କାରେ ମିଳୁଛି ଏଲ୍‌ପିଜି ସିଲିଣ୍ଡର

0

ନୂଆଦିଲ୍ଲୀ: ଦେଶର ସରକାରୀ ତୈଳ କମ୍ପାନୀ ଆପଣଙ୍କ ପାଇଁ ଶସ୍ତା ଦାମ୍‌ରେ ଗ୍ୟାସ୍ ସିଲିଣ୍ଡର ପାଇବାର ଏକ ବିକଳ୍ପ ଆଣିଦେଇଛନ୍ତି ।  ଯଦି ଆପଣ ସବୁଦିନ ବଢ଼ୁଥିବା ଗ୍ୟାସ୍ ସିଲିଣ୍ଡରର ଦରକୁ ନେଇ ବିରକ୍ତ ହୋଇଗଲେଣି । ତେବେ ଆପଣଙ୍କ ପାଇଁ ଖୁସି ଖବର । ଆପଣ ମାତ୍ର ୬୩୩.୪ ଟଙ୍କାରେ ପାଇପାରିବେ ରନ୍ଧନ ଗ୍ୟାସ୍ ।

               ତେବେ ଜାଣନ୍ତୁ ଆପଣ କମ୍ ଟଙ୍କାରେ କିଭଳି ପାଇପାରିବେ ରନ୍ଧନ ଗ୍ୟାସ୍                                                 

ଭାରତୀୟ ଗ୍ରାହକଙ୍କ ଆବଶ୍ୟକତାକୁ ନଜରରେ ରଖି କମ୍ପୋଜିଟ୍ ସିଲିଣ୍ଡର ନେଇ ଆସିଛନ୍ତି କମ୍ପାନୀମାନେ । ଯାହାକୁ ଆପଣ କେବଳ ୬୩୩.୫ ଟଙ୍କା କିଣିପାରିବେ । ଯାହାକୁ ଆପଣ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସହଜରେ ନେଇପାରିବେ । ଯଦି ଛୋଟ ପରିବାର ହୋଇଥିବ ତେବେ ଏହା ଆପଣଙ୍କ ପାଇଁ ଭଲ ବିକଳ୍ପ ହୋଇପାରେ ।

କମ୍ପୋଜିଟ୍ ସିଲିଣ୍ଡରର ଓଜନ ପ୍ରାୟ ୧୦କେଜି ହୋଇଥାଏ । ଏହି କାରଣରୁ ସିଲିଣ୍ଡର ଦାମ୍ କମ୍ ହୋଇଥାଏ । ଇଣ୍ଡିଆନ ଅଏଲ ପକ୍ଷରୁ କୁହାଯାଇଛି ଯେ, କମ୍ପୋଜିଟ୍ ବାଲା ସିଲିଣ୍ଡର ଏବେ ୨୮ ସହରରେ ଉପଲବ୍ଧ । କିନ୍ତୁ ଏହା ବହୁତ ଶୀଘ୍ର ଅନ୍ୟ ସହରରେ ମଧ୍ୟ ଉପଲବ୍ଧ ହେବ । ଆଇଓସିଏଲ୍ ଓ୍ୱେବସାଇଟ୍ ଅନୁଯାୟୀ ଏହି ସିଲିଣ୍ଡର ମୁମ୍ୱାଇରେ ୬୩୪ ଟଙ୍କା, କୋଲକାତାରେ ୬୫୨ ଟଙ୍କା, ଚେନ୍ନାଇ ୬୪୫ ଟଙ୍କା, ଲକ୍ଷ୍ଣୌରେ ୬୬୦ ଟଙ୍କା, ଇନ୍ଦୋରରେ  ୬୫୩ ଟଙ୍କା, ଭୋପାଳରେ ୬୩୮ ଏବଂ ଗୋରଖପୁରରେ ୬୭୭ ଟଙ୍କା ରହିଛି । ୧୪.୨ କିଲୋ ବିଶିଷ୍ଟ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦିଲ୍ଲୀରେ ୧୪.୨ କିଲୋ ବିଶିଷ୍ଟ ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ସଂସଦରେ ବିଜେଡି ଦୋହରାଇଲା ଦାବି

ନୂଆଦିଲ୍ଲୀ: ରାଜ୍ୟସଭାରେ ପୁଣି ଉଠିଲା ଉଷୁନା ଚାଉଳ ପ୍ରସଙ୍ଗ । ସାଂସଦ ସସ୍ମିତ ପାତ୍ର, ଅମର ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରଶାନ୍ତ ନନ୍ଦ ଶୂନ୍ୟକାଳରେ ଉଷୁନା ଚାଉଳ ପ୍ରସଙ୍ଗରେ ପୁଣି ଦାବି ଉଠାଇଛନ୍ତି । ରାଜ୍ୟରେ ଥିବା ବଳକା ଉଷୁନା ଚାଉଳ ଏଫସିଆଇ ଉଠାଉନି । ଯାହା ଫଳରେ ରାଜ୍ୟର ବହୁ ଚାଷୀ ପ୍ରଭାବିତ ହେଉଛନ୍ତି । ଏହାପୂର୍ବରୁ ଉଷୁନା ଚାଉଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । କିନ୍ତୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଦାବି ଗ୍ରହଣ କରୁନଥିବାରୁ ବିଜେଡି ସାଂସଦମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ବିଜେଡି ସାଂସଦମାନେ ଦର୍ଶାଇଛନ୍ତି ଓଡ଼ିଶାରେ ବର୍ଷକୁ ବର୍ଷ ଅଧିକ ଧାନ ଉତ୍ପାଦନ ହେଉଛି । ଫଳରେ ସରକାର ଚାଷୀଙ୍କ ସ୍ୱାର୍ଥ ପାଇଁ ଉତ୍ପାଦିତ ଧାନର ଉଚିତ୍ ମୂଲ୍ୟ ଦେବାକୁ ଅଧିକ ଧାନ ସଂଗ୍ରହିତ କରୁଛନ୍ତି । ଯାହା ଫଳରେ ଅଧିକରୁ ଅଧିକ ଉଷୁନା ଚାଉଳ ମହଜୁଦ ରହିଛି । ମାତ୍ର ଏଫସିଆଇ ଏହି ବଳକା ଉଷୁନା ଚାଉଳ ଉଠାଣ କରୁନଥିବାରୁ ରାଜ୍ୟର ଚାଷୀ କୂଳ ବହୁଳ ମାତ୍ରାରେ ପ୍ରଭାବିତ ହେଉଛନ୍ତି । କେନ୍ଦ୍ର ସରକାର ଏ ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ ବିଜେଡି ସାଂସଦମାନେ ଶାଣିତ ସ୍ୱରରେ ସଂସଦରେ ଦାବି ରଖିଛନ୍ତି ।

ନିର୍ବାଚନ ପୂର୍ବରୁ ଚନ୍ନିଙ୍କୁ ଝଟକା, ମନି ଲଣ୍ଡରିଂ ମାମଲାରେ ଚନ୍ନିଙ୍କ ପୁତୁରାଙ୍କୁ ଗିରଫ କଲା ED

ଚଣ୍ଡିଗଡ଼: ନିର୍ବାଚନ ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଅଡୁଆ ବଢ଼ିଲା । ବେଆଇନ ଲଘୁ ଖଣିଜ ଚାଲାଣ ଓ ଟଙ୍କା ହେରଫେର ମାମଲାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନିଙ୍କ ପୁତୁରାଙ୍କୁ ଗିରଫ କରିଛି ED । ଗତକାଲି ଚନ୍ନିଙ୍କ ପୁତୁରା ଭୁପିନ୍ଦର ସିଂ ହନିଙ୍କୁ ୮ ଘଣ୍ଟା ଧରି ପଚରା ଉଚରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାପରେ ତାଙ୍କୁ ଗିରଫ କରାଯାଇଛି । ବେଆଇନ ବାଲି ଚାଲାଣ ଓ ମନି ଲଣ୍ଡରିଂ କେସରେ ଭୁପିନ୍ଦରଙ୍କ ବାସଭବନ ସମେତ ଅନ୍ୟ କେତେକ ସ୍ଥାନରେ ଚଢ଼ାଉ ହୋଇଥିଲା । ଚଢ଼ାଉ ବେଳେ ଅନେକ ବେଆଇନ କାଗଜପତ୍ର ଜବତ କରିବା ସହ ପ୍ରାୟ ୮ କୋଟି ଟଙ୍କା ଜବତ କରିଯାଇଥିଲା ।

ଅନ୍ୟପକ୍ଷରେ ଚନ୍ନିଙ୍କ ପୁତୁରାଙ୍କ ଗିରଫଦାରୀକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ । କେନ୍ଦ୍ର ଉପରେ ଆଞ୍ଚ ଆସିଲେ ଇଡିର ଯାଞ୍ଚ ହୁଏ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ କେନ୍ଦ୍ର ସରକାର ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ବ୍ୟବହାର କରିଥାନ୍ତି ବୋଲି କହିଛନ୍ତି ପ୍ରିୟଙ୍କା ଚର୍ତ୍ତୁର୍ବେଦୀ ।