spot_img
Home Blog Page 4633

ଫେବ୍ରୁଆରୀ ୩ରୁ ରାଜ୍ୟରେ ବଦଳିବ ପାଗ, ୪ରୁ ବର୍ଷିବ

ଭୁବନେଶ୍ୱର: ବର୍ଷା ପରେ ଜାଡ଼ ପୁଣି ଜାଡ଼ ପରେ ବର୍ଷା । ପୁଣି ଭିଜିବ ଓଡ଼ିଶା । ପଶ୍ଚିମାଝଡ଼ ପ୍ରଭାବରେ ୩ତାରିଖରୁ ରାଜ୍ୟରେ ପାଗ ବଦଳିବା ସହିତ ୪ରୁ ବର୍ଷା ହେବ। ଉତ୍ତର ଆଭ୍ୟନ୍ତରୀଣ ସମେତ ଉପକୂଳ ଓଡ଼ିଶାରେ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ କୁଆପଥର ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବିଶେଷ କରି ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଯାଜପୁର, କେନ୍ଦ୍ରାପଡା ଏବଂ ସୋନପୁର ଆଦି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବ । ବର୍ଷା ପ୍ରଭାବରେ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି ଏଣୁ ଚାଷୀଙ୍କୁ ସତର୍କତା ଜାରି ହୋଇଛି । ସେପଟେ ଉତ୍ତର ଦିଗରୁ ଓଡ଼ିଶାକୁ ଆସୁଥିବା ଥଣ୍ଡା ଶୁଷ୍କ ପବନ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପାଇଁ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

କାଲିଠାରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବ । ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢିବ । ୩ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାରେ ଘନ କୁହୁଡି ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଅନ୍ୟପଟେ ବିଶେଷଜ୍ଞଙ୍କ ଆକଳନ ଅନୁସାରେ ୨୪ ଘଣ୍ଟାରେ ଉତ୍ତର-ପଶ୍ଚିମ ଭାରତରେ ପଶ୍ଚିମା ଝଡ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଫଳରେ ରାଜ୍ୟରେ ତାପମାତ୍ରା ବଢିବ ।

ଏଥିସହିତ ପଢ଼ନ୍ତୁ: ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ରାଜ୍ୟ ଭଲ ସ୍ଥିତିକୁ ଫେରିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟସ୍ତରୀୟ ଶହୀଦ ଦିବସ ପାଳିତ: ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟ ନେତୃବୃନ୍ଦ

ଭୁବନେଶ୍ୱର: ରବିବାର ବିଧାନସଭା ପରିସରରେ ରାଜ୍ୟସ୍ତରୀୟ ଶହୀଦ ଦିବସ ଅନୁଷ୍ଠିତ ହୋଇଛି । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବାଚସ୍ପତି ଡ, ସୂର୍ଯ୍ୟନାରାୟଣ ପାତ୍ର, ଉପ ବାଚସ୍ପତି ରଜନୀକାନ୍ତ ସିଂହ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଶାସନ ସଚିବ ବିଷ୍ଣୁପଦ ସେଠୀ, ବିଧାନସଭାର ସଚିବ ଦାଶରଥୀ ଶତପଥୀ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ପ୍ରମୁଖ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।

ଓଡ଼ିଶା ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଙ୍ଗୀତ ବାଦନ କରାଯାଇଥିଲା । ଶାଶ୍ୱତୀ ସାମାଜିକ ସାଂସ୍କୃତିକ କେନ୍ଦ୍ରର କଣ୍ଠଶିଳ୍ପୀଗଣ ଗାନ୍ଧିଜୀଙ୍କ ପ୍ରିୟ ଆଶ୍ରମ ଭଜନ ‘ ବୈଷ୍ଣବ ଜନ ତୋ’ ପରିବେଷଣ କରିଥିଲେ । ପୋଲିସ ବାହିନୀ ଦ୍ୱାରା ବୀର ଶହୀଦମାନଙ୍କୁ ସମ୍ମାନ ପ୍ରଦର୍ଶନ ଉଦ୍ଦେଶ୍ୟରେ ତୋପ ଧ୍ୱନି, ଦୁଇ ମିନିଟ ନିରବ ପ୍ରାର୍ଥନା ଓ ଏହାର ସମାପ୍ତିର ସଂକେତ ସ୍ୱରୂପ ଦ୍ୱିତୀୟବାର ତୋପଧ୍ୱନି କରାଯାଇଥିଲା । ଓଡ଼ିଶା ପୋଲିସ ବ୍ୟାଣ୍ଡ ଦ୍ୱାରା ରାମଧୂନ ପରିବେଷଣ ଓ ଜାତୀୟ ସଂଙ୍ଗୀତ ବାଦନ ପରେ କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ସମସ୍ତ ଅତିଥି ବିଧାନସଭା ପରିସରରୁ ପ୍ରସ୍ଥାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ମାନସ ରଞ୍ଜନ ଖୁଣ୍ଟିଆ ଓ ଅନ୍ୟ ଅଧିକାରୀବୃନ୍ଦ, ବିଧାନସଭାର ଯୁଗ୍ମ ନିର୍ଦ୍ଦେଶକ ଶିବ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଓ ଲୋକ ସମ୍ପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ ସଚେତା ପ୍ରିୟଦର୍ଶନୀ କାର୍ଯ୍ୟକ୍ରମ ପରିଚାଳନାକ କରିଥିଲେ ।

ଏଥିସହିତ ପଢ଼ନ୍ତୁ: ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ରାଜ୍ୟ ଭଲ ସ୍ଥିତିକୁ ଫେରିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ରାଜ୍ୟ ଭଲ ସ୍ଥିତିକୁ ଫେରିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । କିଛି ଦିନ ରାଜ୍ୟରେ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିବା ପରେ ଏବେ ହ୍ରାସ ପାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୪ ହଜାର ୮୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ରାଜ୍ୟରେ ଏବେ ସଂକ୍ରମଣ ୫ ହଜାର ତଳେ ରହିଛି । ଜିଲ୍ଲା ସ୍ତରରେ ଟେଷ୍ଟିଂ, ଟ୍ରାକିଂ ଓ ଟ୍ରେସିଂ ଜୋରଦାର କରିବାକୁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଏଭଳି ସଂକ୍ରମଣ ତଳମୁହାଁ  ରହିଲେ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ରାଜ୍ୟରେ ଭଲ ସ୍ଥିତି ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଯାହାଫଳରେ ରାଜ୍ୟରେ ଆଉ ବିଶେଷ କଟକଣା ଆବଶ୍ୟକ ପଡିନପାରେ ।

ରାଜ୍ୟରେ ଆଜି ୧୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ନିୟମିତ ସ୍ୱାସ୍ଥ୍ୟ କର୍ମୀଙ୍କର ପ୍ରଶିକ୍ଷଣ ପାଇଁ ଜିଲ୍ଲାସ୍ତରରେ ବ୍ୟବସ୍ଥା କରାଯାଇଛି । ରୋଗୀଙ୍କ ତୁଳନାରେ ଡାକ୍ତରଖାନାରେ ଯଥେଷ୍ଟ ସଂଖ୍ୟକ ଶଯ୍ୟା ଖାଲି ରହିଛି । ତଥାପି ତୃତୀୟ ଲହରର ମୁକବାଇଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରାଯାଉଛି । ଏବେ ବି ରାଜ୍ୟରେ ଡେଲଟା ଓ ଓମିକ୍ରନ ଭୂତାଣୁ ସକ୍ରିୟ ଅଛନ୍ତି । ଆମକୁ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ । ସଂକ୍ରମଣ ସଂଖ୍ୟା କାମୁଥିଲେ ବି ବିପଦ ଟଳିନାହିଁ । ବର୍ତ୍ତମାନ ସୁଧା ୯୨ ପ୍ରତିଶତ ଟିକାକରଣ ସମ୍ପୂର୍ଣ୍ଣ ହୋଇଛି । ଏହା ଗୋଟିଏ ଭଲ ଉପଲବ୍ଧି । ୧୫ ରୁ ୧୮ ବର୍ଷର ପିଲା ଓ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ତ୍ୱରାନ୍ୱିତ କରାଯାଇଛି । ଏବେ ଦୈନିକ ଟେଷ୍ଟିଂ ୬୮ ହଜାରରୁ ୬୯ ହଜାର ଟେଷ୍ଟ କରାଯାଉଛି । ଟେଷ୍ଟିଂ ହାର କମିନାହିଁ । ଦେଶରେ ଅନ୍ୟ ରାଜ୍ୟରେ ସଂକ୍ରମଣ କମିବା ସହିତ ଓଡ଼ିଶାରେ ମଧ୍ୟ ସଂକ୍ରମଣ ହାର ଲଗାତାର କମିବାରେ ଲାଗିଛି । ଏହା ଗୋଟିଏ ଭଲ ସ୍ଥିତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଟାଟା ହାତରେ ଏୟାର ଇଣ୍ଡିଆ, ବଦଳିବ ଏସବୁ…

ନୂଆଦିଲ୍ଲୀ: ୭୦ ବର୍ଷ ପରେ ଘେରକୁ ଫେରିଛି ଏୟାର ଇଣ୍ଡିଆ । ଟାଟା ହାତକୁ ଏୟାର ଇଣ୍ଡିଆ ଆସିବା ସହ ନୂଆ ଆଶା ସଞ୍ଚାରିତ ହୋଇଛି । ଏୟାର ଇଣ୍ଡିଆ ଟାଟା ହାତକୁ ଆସିବା ସହ ବ୍ୟବସ୍ଥା ବଦଳିବାକୁ ଯାଉଛି । ବିମାନରେ ଆନାଉନ୍ସମେଣ୍ଟ ଠାରୁ ନେଇ ଯାତ୍ରୀଙ୍କୁ ଖାଦ୍ୟପେୟ ସବୁଥିରେ ପରିବର୍ତ୍ତନ ଆଣୁଛି ଟାଟା । କେବଳ ଯାତ୍ରୀ କାହିଁକି ଟାଟାର ନୂଆ ପଦକ୍ଷେପ କର୍ମଚାରୀଙ୍କୁ ବି ଫାଇଦା ଦେବ । ଆସନ୍ତୁ ଜାଣିବା ଟାଟା ହାତକୁ ଏୟାର ଇଣ୍ଡିଆ ଆସିବା ପରେ କଣ ସବୁ ବଦଳିବ…

Flyers What Changes Will See in Air India Flights Tata

ଯାତ୍ରୀଙ୍କୁ ଅତିଥି ସମ୍ବୋଧନ

ଟାଟା ହାତକୁ ଏୟାର ଇଣ୍ଡିଆ ଆସି ସାରିଛି । ଏଥିସହ ପରମ୍ପରା ବଦଳିଛି । ଏୟାର ଇଣ୍ଡିଆ ବିମାନ ଉଡ଼଼ାଣ ପୂର୍ବରୁ ଶୁଣିବାକୁ ମିଳୁଛି ଟାଟ ସନ୍ସ ଅଧ୍ୟକ୍ଷ ରତନ ଟାଟାଙ୍କ ସ୍ୱତନ୍ତ୍ର ବାର୍ତ୍ତା । ଏଥିସହ ପ୍ଲେନର କେବିନ୍ କ୍ରିଉଙ୍କୁ ସ୍ୱତନ୍ତ୍ର ପ୍ରିଶକ୍ଷଣ ଦିଆଯାଇଛି । ଏଣିକି ଏୟାର ଇଣ୍ଡିଆରେ ଯାତ୍ରୀଙ୍କୁ ଯାତ୍ରୀ ବଦଳରେ ଅତିଥି ସମ୍ବୋଧନ କରାଯିବ ।

ମିଳିବ ଉନ୍ନତ ଭୋଜନ

ସେବାରେ ସୁଧାର ପାଇଁ ଏୟାର ଇଣ୍ଡିଆ ବିମାନରେ ଉନ୍ନତ ଭୋଜନ ବ୍ୟବସ୍ଥା କରିଛି ଟାଟା । ପ୍ରଥମେ ଏହା ମୁମ୍ବାଇ-ନ୍ୟୁୟର୍କ, ମୁମ୍ବାଇ-ଦିଲ୍ଲୀ ଫ୍ଲାଇଟରେ ଆରମ୍ଭ ହୋଇଥିବା ବେଳେ ପରେ ସବୁ ରୁଟରେ ଉନ୍ନତ ଭୋଜନ ମିଳିବ । ବିମାନ ଉଡ଼ାଣର ୧୦ ମିନିଟ୍ ପୂର୍ବରୁ ସମସ୍ତ ଡୋରକୁ ବନ୍ଦ କରି ଦିଆଯିବ ।

Flyers What Changes Will See in Air India Flights Tata

ବର୍ଷେ ଯାଏ ଯିବନି ଚାକିରି

ଏୟାର ଇଣ୍ଡିଆର ଘରୋଇକରଣ ପରେ ଚାକିରିକୁ ନେଇ କର୍ମଚାରୀ ଦ୍ୱନ୍ଦ୍ୱରେ ଥିବାବେଳେ ଆଶ୍ୱସ୍ତି ମିଳିଛି । କାହାରି ଚାକିରି ବର୍ଷେ ଯାଏ ଯିବ ନାହିଁ ବୋଲି ଟାଟା କହିଛି । ଟେକଓଭର ଠାରୁ ବର୍ଷେ ପର୍ଯ୍ୟନ୍ତ ଟାଟା କୌଣସି କର୍ମଚାରୀଙ୍କୁ ବାହାର କରିବ ନାହିଁ । ତେବେ ଦ୍ୱିତୀୟ ବର୍ଷରେ ଟାଟା କର୍ମଚାରୀଙ୍କ ପାଇଁ କୌଣସି ନିଷ୍ପତ୍ତି କିମ୍ବା ସର୍ତ୍ତ ରଖିପାରେ ।

ଦ୍ୱିତୀୟ ବର୍ଷ କଣ ହେବ ?

ଦ୍ୱିତୀୟ ବର୍ଷ ଟାଟା. ଏୟାର ଇଣ୍ଡିଆ କର୍ମଚାରୀଙ୍କ ଲାଗି ଭିଆରଏସ୍ ଆଣିପାରେ । ଯେଉଁଥିରେ କମ୍ପାନୀକୁ ଅଧିକ ଲାଭ ମିଳିବ । ସେହିଭଳି କର୍ମଚାରୀ ଗ୍ୟାଚୁଇଟି, ପ୍ରୋଭିଡେଣ୍ଟ ଫଣ୍ଡ ଓ ମେଡିକାଲ ସୁବିଧା ଲାଭ ପାଇବେ ।

Flyers What Changes Will See in Air India Flights Tata

କେଉଁଠି ରହିବେ କର୍ମଚାରୀ

ଟାଟାକୁ ଏୟାର ଇଣ୍ଡିଆ ହସ୍ତାନ୍ତର ପରେ କର୍ମଚାରୀ ୬ ମାସ ଯାଏ ଏୟାର ଇଣ୍ଡିଆ କଲୋନୀରେ ରହିପାରିବେ । ଏଥିସହ ୫୫ ବର୍ଷ ବୟସ୍କ ଅଥବା ଏୟାର ଇଣ୍ଡିଆରେ ୨୦ ବର୍ଷ ଧରି ସେବା ଯୋଗାଇଥିବା କର୍ମଚାରୀଙ୍କୁ ସରକାର ଏବେ ମେଡିକାଲ ସୁବିଧା ଯୋଗା ଥିବାବେଳେ ଆଗକୁ ଟାଟା ସ୍ୱାସ୍ଥ୍ୟ ଖର୍ଚ୍ଚ ବହନ କରିବ । ଏହାଛଡ଼ା ଅବସର ନେଇଥିବା ୫୦ ହଜାର କର୍ମଚାରୀଙ୍କୁ ମେଡିକାଲ୍ ସୁବିଧା ମିଳିବ ।

କରୋନା କବଳରେ ବଲିଉଡ ଅଭିନେତ୍ରୀ କାଜୋଲ

ମୁମ୍ବାଇ: ସାରା ଦେଶରେ କରୋନା ତା’ର କାୟା ବିସ୍ତାର କରିଚାଲିଛି । ବଲିଉଡରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଛି । କରୋନାର ତୃତୀୟ ଲହରରେ ବଲିଉଡ ସହ ଅନେକ ଟିଭି କଳାକାର ସଂକ୍ରମିତ ହୋଇଛନ୍ତି । ତେବେ ଏହି ଲିଷ୍ଟରେ ଏବେ ଯୋଡି ହୋଇଛନ୍ତି ବଲିଉଡ ଅଭିନେତ୍ରୀ କାଜୋଲ । କାଜୋଲଙ୍କୁ କରୋନା ହେବା ନେଇ ସେ ତାଙ୍କ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । କରୋନା ସଂକ୍ରମିତ ହେବା ପ୍ରସଙ୍ଗରେ ସେ ପ୍ରଶଂସକଙ୍କୁ ଅବଗତ କରାଇବା ସହ ତାଙ୍କ ଝିଅ ନ୍ୟାସଙ୍କ ଏକ ଫଟୋ ପୋଷ୍ଟ କରିଛନ୍ତି । ଅନ୍ୟପକ୍ଷରେ କାଜୋଲଙ୍କୁ କରୋନା ହେବା ନେଇ ସେ ପୋଷ୍ଟ କରିବା ପରେ ତାଙ୍କ ପ୍ରଶଂସକ ତାଙ୍କର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ।

 

View this post on Instagram

 

A post shared by Kajol Devgan (@kajol)

କୋରାପୁଟରୁ ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ

ଭୁବନେଶ୍ୱର: କୋରାପୁଟ ଉଦ୍ଧାର ହେଲା ବଜ୍ରକାପ୍ତା । କରୋପୁଟ ଫରେଷ୍ଟ ଅଞ୍ଚଳରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । କୋରାପୁଟ-ବୋରିଗୁମ୍ମା ବାଇପାସ ରାସ୍ତାରେ ବନ୍ୟପ୍ରାଣୀ ତସ୍କରୀ ବେଳେ ୨ ଜଣଙ୍କୁ ଗିରଫ କରିଛି ଏସଟିଏଫ୍‌ । କୋରାପୁଟ ବନବିଭାଗ ଓ ଏସଟିଏଫ ମିଳିତ ଭାବେ ଚଢାଉ କରି ୨ ଜଣଙ୍କୁ ଗିରଫ କରିଛି । ଏସଟିଏଫ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ବିନ୍ଧାଣିଗୁଡାର ମାଧବ ପରଜା ଓ ଜଗବନ୍ଧୁ ପରଜା ।

୨୦୨୦ ମସିହାରୁ ଏପର୍ଯ୍ୟନ୍ତ ଏସଟିଏଫ୍ ୨୫ଟି ବାଘଛାଲ, ୧୩ଟି ହାତୀଦାନ୍ତ, ୭ଟି ହରିଣ ଛାଲ, ୧୧ଟି ଜୀବନ୍ତ ବଜ୍ରକାପ୍ତା ଓ ୧୬ କେଜି ବଜ୍ରକାପ୍ତା କାତି ଜବତ କରିସାରିଛି । ଏଥସହ ୫୭ ଜଣ ଜଙ୍ଗଲ ତସ୍କରଙ୍କୁ ମଧ୍ୟ ଗିରଫ କରିସାରିଲାଣି ଏସଟିଏଫ୍ ।

ଫେବ୍ରୁଆରୀ ୧୦ରୁ ଖୋଲିବ କି କଲେଜ ? ଜାଣନ୍ତୁ ଭାଇରାଲ୍ ଚିଠିର ସତ…

ଭୁବନେଶ୍ୱର: କୋଭିଡ୍ ସଂକ୍ରମଣ ଭିତରେ କେବେ ଖୋଲିବ କଲେଜ୍ ? ଏନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ କୌଣସି ନୀତିଗତ ନିଷ୍ପତ୍ତି ନେଇ ନାହିଁ । ହେଲେ ସୋସିଆଲ୍ ମିଡିଆରେ ଅପପ୍ରଚାର ଚାଲିଛି । ଫେବ୍ରୁଆରୀ ୧୦ରେ କଲେଜ ଖୋଲିବା ନେଇ ସୋସିଆଲ୍ ମିଡିଆରେ ହେଉଥିବା ଅପପ୍ରଚାରକୁ ନେଇ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ସୋସିଆଲ୍ ମିଡିଆରେ ଭାଇରାଲ୍ ସୂଚନାକୁ ମିଛ କହିଛି ଉଚ୍ଚଶିକ୍ଷା ବିଭାଗ ।

ଫେବ୍ରୁଆରୀ ୧୦ ତାରିଖରେ କଲେଜ୍ ଖୋଲିବ ନାହିଁ । କଲେଜ ପୁଣିଥରେ ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନଥିବା କହିଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟ୍ୱିଟ୍ କରାଯିବା ସହ ଭାଇରାଲ ଚିଠି ମିଛ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ଯୋଗ୍ୟ, ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ଜାନୁଆରୀ ୧୦ରୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ବନ୍ଦ କରାଯାଇଥିଲା ।

ଭାରତ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଦଳ ଘୋଷଣା କଲା ଓ୍ୱେଷ୍ଟ ଇଣ୍ଡିଜ୍

ନୂଆଦିଲ୍ଲୀ: ଭାରତ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିଛି ଓ୍ୱେଷ୍ଟ ଇଣ୍ଡିଜ୍ । ତିନିଟିକିଆ ଟି-୨୦ ମ୍ୟାଚ ପାଇଁ କିରଣ ପୋଲାର୍ଡଙ୍କ ନେତୃତ୍ୱରେ ୧୬ ଜଣିଆ ଦଳ ଘୋଷଣା କରିଛି ଓ୍ୱେଷ୍ଟ ଇଣ୍ଡିଜ୍ । ସାମାରା ବ୍ରୁକ୍ସ ଓ କିମାର ରୋଚଙ୍କ ପରି ଖେଳାଳିଙ୍କ ଟି-୨୦ ଦଳରେ ସୁଯୋଗ ମିଳିପାରି ନାହିଁ । ଓ୍ୱେଷ୍ଟ ଇଣ୍ଡିଜ୍ ଏବେ ଇଂଲଣ୍ଡ ବିପକ୍ଷରେ ଘରୋଇ ମାଟିରେ ଟି-୨୦ ସିରିଜ୍ ଖେଳୁଛି । ପୋଲାର୍ଡଙ୍କ ନେତୃତ୍ୱରେ ଓ୍ୱେଷ୍ଟ ଇଣ୍ଡିଜ୍ ୨୦୨୧ ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନ କରିଥିଲା । ଯାହା ଫଳରେ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଓ୍ୱେଷ୍ଟ ଇଣ୍ଡିଜକୁ କ୍ୟାଲିଫାୟର ମ୍ୟାଚ ଖେଳିବାକୁ ପଡ଼ିବ ।

ଓ୍ୱେଷ୍ଟଇଣ୍ଡିଜ୍ ଦଳ ଘୋଷଣା କରିବା ପୂର୍ବରୁ ଭାରତ ଉଭୟ ଦିନିକିଆ ଓ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିସାରିଛି । ଏହି ସିରିଜର ପ୍ରଥମ ଦିନିକିଆ ୬ ଫେବ୍ରୁଆରୀରେ, ଦ୍ୱିତୀୟ ଦିନିକିଆ ୯ ଫେବ୍ରୁଆରୀ ଓ ତୃତୀୟ ଦିନିକିଆ ୧୨ ଫେବ୍ରୁଆରୀରେ ଖେଳାଯିବ । ଦିନିକିଆ ସିରିଜର ସମସ୍ତ ମ୍ୟାଚ ଅହମଦାବାଦରେ ଖେଳାଯିବ । ସେହିପରି ଟି-୨୦ ସିରିଜର ପ୍ରଥମ ମ୍ୟାଚ ୧୫ ଫେବ୍ରୁଆରୀ, ଦ୍ୱିତୀୟ ମ୍ୟାଚ ୧୮ ଫେବ୍ରୁଆରୀ ଓ ତୃତୀୟ ମ୍ୟାଚ ୨୦ ଫେବ୍ରୁଆରୀରେ ଖେଳାଯିବ । ଟି-୨୦ ସିରିଜର ସମସ୍ତ ମ୍ୟାଚ କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ସିରିଜର ସମସ୍ତ ମ୍ୟାଚ ଦୁଇଟି ଭେନ୍ୟୁରେ ଖେଳାଯିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ ।

ଓ୍ୱେଷ୍ଟଇଣ୍ଡିଜ ଟି-୨୦ ଦଳ:

କିରଣ ପୋଲାର୍ଡ (ଅଧିନାୟକ), ନିକୋଲାସ ପୂରନ, ଫାବିଆନ ଆଲେନ, ଡାରେନ ବ୍ରାଭୋ, ରଷ୍ଟନ ଚେଜ, ସେଲଡନ କଟରେଲ, ଡୋମିନିକ ଡ୍ରେକ୍ସ, ଜାସନ ହୋଲ୍ଡର, ସାଇ ହୋପ, ଅକିଲ ହୋସେନ, ବ୍ରାଣ୍ଡନ କିଙ୍ଗ, ରୋଭମାନ ପାୱେଲ୍‌, ରୋମାରିଓ ସେପର୍ଡ, ଓଡେନ ସ୍ମିଥ୍‌, କାଏଲ ମେୟର୍ସ, ହେଡେନ ୱାଲ୍ସ ଜୁନିୟର

ସବୁଠୁ କମ୍ ବୟସରେ କୋଟିପତି: ବିମାନଠୁ ନେଇ ଗାଡ଼ି, ବଙ୍ଗଳାର ମାଲିକ

ନୂଆଦିଲ୍ଲୀ: ଦୁନିଆରେ ଧନୀ ହେବାକୁ କିଏ ବା ସ୍ୱପ୍ନ ନଦେଖେ । କିଏ କଷ୍ଟ କରି ଧନୀ ହୁଏ ତ ଆଉ କିଏ ଲଟେରୀ ପାଇ । ମାତ୍ର ଭାଗ୍ୟବାନ ହେଉଛନ୍ତି ସେମାନେ ଯେଉଁମାନଙ୍କୁ ଜନ୍ମ ଜନ୍ମ ହେଉ ହେଉ ବିପୁଳ ଧନ ମିଳିଯାଏ । ଏବେ ଇଣ୍ଟରନେଟେ ସେନସେସନ୍ ପାଲଟିଛନ୍ତି ସେମିତି ଜଣେ ୯ ବର୍ଷର ବାଳକ । ଘର ନାଇଜେରିଆରେ, ନାଁ ମହମ୍ମୋଦ ଅୱଲ ମୁସ୍ତାଫା ।

9 Years Old Millionaire Youngest Millionaire Of World

ସୂଚନା ଅନୁସାରେ, ମାତ୍ର ୬ ବର୍ଷ ବୟସରେ ମହମ୍ମୋଦ ଏକ ବଙ୍ଗଳାର ମାଲିକ ହୋଇଥିଲେ । ଏପରିକି ତାଙ୍କ ପାଖରେ ଏକ ପ୍ରାଇଭେଟ୍ ଜେଟ୍ ରହିଛି । ଯେଉଁଥିରେ ସେ ଦୁନିଆ ବୁଲନ୍ତି । ଏହାଛଡ଼ା ତାଙ୍କ ପାଖରେ ରହିଛି ଅନେକ ସୁପର କାରର କଲେକ୍ସନ୍ ।

9 Years Old Millionaire Youngest Millionaire Of World

ମହମ୍ମୋଦ ପ୍ରାୟ ସମୟ ସୋସିଆଲ୍ ମିଡିଆରେ ସକ୍ରିୟ ରୁହନ୍ତି । ତାଙ୍କ ଜୀବନଶୈଳୀକୁ ସେ ସର୍ବଦା ସୋସିଆଲ୍ ମିଡିଆରେ ସେୟାର କରନ୍ତି । ସୋସିଆଲ୍ ମିଡିଆରେ ଭାଇରାଲ୍ ଫଟୋ ମଧ୍ୟରେ ସେ ଏକ ବିମାନରେ ବସି ଖାଉଥିବା ଏବଂ ଦାମୀ ନାମୀ କମ୍ପାନୀର ଡ୍ରେସ୍ ପିନ୍ଧିବାରେ ନଜର ଆସିଛନ୍ତି ।

ପୂର୍ବ ଓ ଉତ୍ତର ଆମେରିକାରେ ବରଫ ରଚିଲା ତାଣ୍ଡବ, ପ୍ରଭାବିତ ହେଲେ ୭ କୋଟି ଲୋକ

ଓ୍ୱାସିଂଟନ: ଆମେରିକାରେ ଭୟଙ୍କର ବରଫ ତାଣ୍ଡବ । ବରଫ ଝଡ଼ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପୂର୍ବ ଓ ଉତ୍ତର ଆମେରିକାର ଝଡରେ ପ୍ରଭାବିତ ହୋଇଛନ୍ତି ପ୍ରାୟ ୭ କୋଟି ଲୋକ । ସବୁଠାରୁ ଶକ୍ତିଶାଳୀ କୁହାଯାଉଥିବା ଏହି ବରଫ ଝଡ଼ ଯୋଗୁ ବିଭିନ୍ନ ସ୍ଥାନରେ ଜାରି ହୋଇଛି ଜରୁରୀକାଳୀନ ପରିସ୍ଥିତି । ଘଣ୍ଟା ପ୍ରତି ୧୨୮ରୁ ୧୯୩ କିଲୋମିଟର ବେଗରେ ବରଫ ଝଡ଼ ପ୍ରବାହିତ ହେବାର ଆଶଙ୍କା ରହିଛି ବୋଲି ସତର୍କ କରିଛି ପାଣିପାଗ ବିଭାଗ । ଏହି ଝଡ ଯୋଗୁ ଭୟଙ୍କର ଥଣ୍ଡା ଅନୁଭୂତ ହେବା ସହ ଅନେକ କ୍ଷତି ଘଟାଇବା ଆଶଙ୍କା କରାଯାଉଛି ।

ପ୍ରତି ଏକ ଘଣ୍ଟାରେ ଚାରି ଇଞ୍ଚର ବରଫ ଆସ୍ତରଣ ସୃଷ୍ଟି ହେବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ୪ ହଜାରରୁ ଅଧିକ ବିମାନ ବାତିଲ ହୋଇଥିବାବେଳେ ହଜାର ହଜାର ଯାତ୍ରୀ ବିଭିନ୍ନ ସ୍ଥାନରେ ଫସି ରହିଥିବା ସୂଚନା ମିଳିଛି । ଲକ୍ଷାଧିକ ଘରକୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିବାବେଳେ ପରିବହନ ବ୍ୟବସ୍ଥା ମଧ୍ୟ ଠପ୍  ହୋଇଯାଇଛି । ନ୍ୟୁୟର୍କ ଓ ବୋଷ୍ଟନରେ ସ୍ଥିତି ସାଂଘାତିକ ହୋଇଛି । ଏହା ଏକ ବରଫଝଡ ନୁହେଁ ବରଂ ବରଫ ବୋମାର ଘୂର୍ଣ୍ଣିଝଡ଼ ବୋଲି କହିଛି ଜାତୀୟ ପାଣିପାଗ ସେବା ବିଭାଗ । ପ୍ରାୟ ସମସ୍ତ ଉପକୂଳ ଅଞ୍ଚଳରେ ଏକ ଫୁଟ ବହଳର ବରଫ ଆସ୍ତରଣ ସୃଷ୍ଟି ହୋଇଥିବାବେଳେ ମାସାଚୁସେଟେସରେ ୩ ଫୁଟ ବହଳର ବରଫ ଆସ୍ତରଣ ସୃଷ୍ଟି ହୋଇଛି । ଫ୍ଲୋରିଡାରେ ବି ସ୍ଥିତି ସାଂଘାତିକ  ହୋଇଛି । ବରଫ ଝଡ଼ ଯୋଗୁ ଲୋକେ ଘରୁ ପଦାକୁ ବାହାରିବା ସମ୍ଭବ ହୋଇପାରୁନାହିଁ । ଘରୁ ପଦାକୁ ନବାହାରିବା ଲାଗି ପରାମର୍ଶ ଦିଆଯାଇଥିବାବେଳେ ମନହଟ୍ଟନ ଅନ୍ତର୍ଗତ ଲଙ୍ଗ ଆଇଲାଣ୍ଡରେ ଏକ କାର୍ ଭିତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

 

ବରଫ ଝଡ ଫଳରେ ରେଳଲାଇନ ପୋତି ହୋଇଯିବା ଯୋଗୁ ଟ୍ରେନ ଚଳାଚଳ ବାତିଲ ହୋଇଛି । ବିଭିନ୍ନ ସ୍ଥାନରେ ବରଫ ସଫେଇ ଅଭିଯାନ ଜାରି ରହିଥିବା ସତ୍ତ୍ୱେ ବାରମ୍ବାର ବରଫ ଝଡ଼ ଅତି ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ଭୟଙ୍କର ବରଫ ଝଡ ଫଳରେ ନ୍ୟୁୟର୍କ, ବୋଷ୍ଟନ ଓ ନ୍ୟୁଜର୍ସିରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଥିବା ବେଳେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଛି ।