spot_img
Home Blog Page 4651

ମହିଳା କର୍ମୀଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଅଭଦ୍ର ଆଚରଣ ଅଭିଯୋଗ

ରାଉରକେଲା: କେନ୍ଦ୍ରମନ୍ତ୍ରୀଙ୍କ ପରେ ବିବାଦରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ । ସୁନ୍ଦରଗଡ଼ର ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ । ନିଜ ଦଳର ଜଣେ ଯୁବନେତ୍ରୀଙ୍କୁ ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ଅପମାନ ସହି ନପାରି ନେତ୍ରୀ ଜଣକ ଆଜି ପାର୍ଟି ଅଫିସରେ ପଶି ଭଙ୍ଗାରୁଜା କରିବା ସହ ସାଂସଦଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିବେ ବୋଲି କହିଛନ୍ତି । ଏଭଳି ସ୍ଥିତିରେ ସେ ଆଉ ବିଜେପିରେ କାର୍ଯ୍ୟ କରିପାରିବେନି ପୂର୍ବରୁ ସାଂସଦଙ୍କ ଏଭଳି  ଆଚରଣ ନେଇ ଶୁଣିଥିଲେ ଏବେ ଅଙ୍ଗେ ଲିଭାଇଥିବା କହିଛନ୍ତି ଅଭିଯୋଗକାରିଣୀ ।

ଅଭିଯୋଗକାରୀ ଯୁବତୀ ଜଣଙ୍କ ସାଂସଦଙ୍କ ପ୍ରତିନିଧି ହୋଇଥିବା ବେଳେ କୌଣସି ଏକ ଅଫିସିଆଲ୍ କାର୍ଯ୍ୟକୁ ନେଇ ସେ ଫୋନ୍ କରିଥିଲେ । ଏହି ସମୟରେ ସେ ଯୁବତୀ ଜଣଙ୍କୁ ଅଭଦ୍ର ଆଚରଣ କରିବା ସହ ତାଙ୍କ ପ୍ରତି ଅପଶଦ୍ଧର ବ୍ୟବହାର କରିଥିଲେ । ଯାହାକୁ ନେଇ ଯୁବତୀ ଜଣଙ୍କ କାନ୍ଧି ପକାଇଥିଲେ । ଏବଂ ସେ ସାଂସଦଙ୍କ ସହ ବାର୍ତ୍ତାଳପର ଅଡିଓଟିକୁ ଗଣମାଧ୍ୟମକୁ ଦେଇଥିବା ବେଳେ ଏ ନେଇ ଥାନାରେ ମାମଲା ରୁଜୁ କରିବେ ବୋଲି କହିଛନ୍ତି ।

ଅନ୍ୟପକ୍ଷରେ ଅନ୍ୟ ଜଣେ ମହିଳା ଏ ଘଟଣାକୁ ନେଇ ଯୁବତୀଙ୍କୁ ବୁଝାଇବା ଲାଗି ଫୋନ୍ କରିଥିଲେ । ସାଂସଦ ଆଜି ସକାଳୁ ଟିକେ ଲୋଡ୍ ହୋଇଯାଇଥିବାରୁ ସେ ଏଭଳି କହିଦେଇଥିବା ସଫେଇ ଦେଇଥିଲେ ଉକ୍ତ ମହିଳା ଜଣଙ୍କ ସଫେଇ ଦେଇଥିଲେ । ତେବେ ଏଥିରେ ଯୁବତୀ ଜଣଙ୍କ ଆଦୌ ମାନିନଥିବା ବେଳେ ଘଟଣାକୁ ନେଇ ଥାନାରେ ଏତଲା ଦେବେ ବୋଲି କହିଛନ୍ତି । ଯୁବତୀ ଜଣଙ୍କ ଆହୁରି କହିଛନ୍ତି ଯେ, ମୁଁ ଜୁଏଲ ଓରାମଙ୍କୁ ସମ୍ମାନ ଦେଉଥିଲି, ମାତ୍ର ସେ ଅଭଦ୍ର ।ମୋତେ ବହୁତ ଅଶ୍ଳୀଳ ଭାଷାରେ ଇଙ୍ଗିତ କଲେ । ‘ଯେଉଁ ଭାଷାରେ ଇଙ୍ଗିତ କରିଛନ୍ତି ତାହା ସହି ହେବନି । ସେ ମହିଳାଙ୍କୁ ଅସଦାଚରଣ କରୁଥିବା ମୋତେ ଅନେକ କହିଛନ୍ତି । ମୁଁ ବିଶ୍ୱାସ କରୁନଥିଲି, ଏବେ ପ୍ରମାଣ ପାଇଲି । ଜୁଏଲ ଓରାମଙ୍କ ନାଁରେ ଝିରପାଣି ଥାନାରେ ଅଭିଯୋଗ କରିବି ବୋଲି କହିଛନ୍ତି ।

ଓମିକ୍ରନ ନୁହଁ କରୋନାର ଶେଷ ଭାରିଆଣ୍ଟ, ଆଗକୁ ଆହୁରି ଆସିପାରେ : WHO

ନୂଆଦିଲ୍ଲୀ: ଦେଶ ତଥା ସାରା ବିଶ୍ୱରେ ବଢ଼ୁଥିବା ଓମିକ୍ରନ ମାମଲାକୁ ଲକ୍ଷ୍ୟ କରି ଟିକାକରଣକୁ ଜୋରଦାର କରିବା ଏବଂ ମାସ୍କ ପିନ୍ଧିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏଥିସହିିିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ବୈଷୟିକ ବିଭାଗ ମୁଖ୍ୟ ମାରିଆ ଭ୍ୟାନ୍ କ୍ରେକୋଭେ କହିଛନ୍ତି ଯେ, ଓମିକ୍ରନ କରୋନାର ଶେଷ ନୁହଁ । ଏହା ପରେ ମଧ୍ୟ ମ୍ୟୁଟେସନ୍ ଯୋଗୁଁ ନୂଆ ନୂଆ ଭାରିଆଣ୍ଟ ଆସିପାରନ୍ତି ।

ସାରା ବିଶ୍ୱରେ ଭ୍ୟାକ୍ସିନେସନ୍ ବଢ଼ାଇବା ଯଥେଷ୍ଟ ହେବ ନାହିଁ  ବରଂ ଏହାର ସଂକ୍ରମଣ ରୋକିବା ଦିଗରେ ମଧ୍ୟ ସତର୍କତା ଅବଲମ୍ୱନ କରିବାକୁ ପଡ଼ିବ ।  କରୋନାର ଭୂତାଣୁର ଏହି ନୂଆ ଭାରିଆଣ୍ଟ ଓମିକ୍ରନ କରୋନାର ଶେଷ ନୁହଁ । ଏଯାବତ୍ ସାରା ବିଶ୍ୱରେ ମୋଟ ୧୦ ବିଲିୟନ୍ ଟିକାକରଣ ସରିଛି । ଏବେ ମଧ୍ୟ ୩ ବିଲିୟନ୍ ଲୋକେ ଅଛନ୍ତି ଯେଉଁମାନେ କରୋନାର ପ୍ରଥମ ଡୋଜ୍ ପାଇବେ ।

ଓମିକ୍ରନ କରୋନା ଭୂତାଣୁର ଶେଷ ଭାରିଆଣ୍ଟ ନେଇ ହେଉଥିବା ଚର୍ଚ୍ଚାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି  ମାରିଆ । ତେବେ ଏହା ଡେଲ୍ଟା ଭାରିଆଣ୍ଟ ଠାରୁ ଲୋକଙ୍କୁ କମ୍ ଗୁରୁତର କରେ । ତଥାପି ଟିକା ନେଇନଥିବା ଏବଂ ଅନ୍ୟାନ୍ୟ ରୋଗ ଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁଥିବା ସେ କହିଛନ୍ତି । ଏଥିସହିତ ଆଗାମୀ ଦିନରେ ଯେଉଁ ବି ଭାରିଆଣ୍ଟ ଆସିବା ତାହା ପୂର୍ବ ଭାରିଆଣ୍ଟ ଗୁଡ଼ିକ ଅପେକ୍ଷା କମ୍ କ୍ଷତିକାରକ ହେବ ବୋଲି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ଏହାର କୌଣସି ଗ୍ୟାରେଣ୍ଟି ନାହିଁ ବୋଲି କହିଛନ୍ତି  । ହେଇପାରେ ଆଗାମୀ ଦିନରେ ଯେଉଁ ଭାରିଆଣ୍ଟ ଆସିବ ତାହା ଆମକୁ କରୋନା ଭ୍ୟାକ୍ସିନରୁ ସୃଷ୍ଟି ହେଉଥିବା କବଚ୍ଚକୁ ମଧ୍ୟ ଭେଦ କରିପାରେ ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ  ୩ଲକ୍ଷ ୬୦ହଜାର ୬୪ଟି ନୂଆ ମାମଲା ସାମ୍ନାକୁ ଆସିଛି । ଯାହା ପୂର୍ବ ଦିନ ଅପେକ୍ଷା ୮.୨୦ ପ୍ରତିଶତ କମ୍ ।

ସିଦ୍ଧୁଙ୍କୁ ମନ୍ତ୍ରୀ କରିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ କରିଥିଲେ ସୁପାରିସ : କ୍ୟାପ୍ଟେନ୍ ଅମରିନ୍ଦର

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ପୂର୍ବତନ ସଭାପତି କ୍ୟାପ୍ଟେନ୍ ଅମରିନ୍ଦର ସିଂହ ନବଜ୍ୟୋତ ସିଂହ ସିଦ୍ଧୁଙ୍କ ବିରୋଧରେ ବଡ଼ ଧରଣର ଅଭିଯୋଗ ଆଣିଛନ୍ତି । ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କ୍ୟାପ୍ଟେନ୍ ଦାବି କରିଛନ୍ତି ଯେ, ପଂଜାବ ନିର୍ବାଚନ ପରେ ପରେ ତାଙ୍କ ପାଖକୁ ପାକିସ୍ତାନରୁ ସନ୍ଦେଶ ଆସିଥିଲା । ଯେଉଁ ସନ୍ଦେଶରେ ସିଦ୍ଧୁଙ୍କୁ ମନ୍ତ୍ରୀ କରିବାକୁ କୁହାଯାଇଥିଲା । ଅମରିନ୍ଦର ସିଂହ କହିଛନ୍ତି ଯେ, ତାଙ୍କୁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ତରଫରୁ ଗୋଟିଏ ଟେକ୍ସଟ୍ ମେସେଜ୍ ଆସିଥିଲା । ଯେଉଁଥିରେ କୁହାଯାଇଥିଲା ଯେ, ଯଦି ତାଙ୍କ ଦଳ ସରକାର ଗଠନ କରେ ତେବେ ସିଏ ସିଦ୍ଧୁଙ୍କୁ ମନ୍ତ୍ରୀ କରନ୍ତୁ । ସିଦ୍ଧୁ ଯଦି ଭଲ କାମ କରିବେ ତେବେ ତାଙ୍କୁ ରଖିବେ ନହେଲେ ତାଙ୍କୁ ବିଦା କରିଦେବେ ବୋଲି ମେସେଜରେ କୁହାଯାଇଥିଲା ।

ଅମରିନ୍ଦର ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ଯେ, ପିଏମ୍ ଖାନ୍ ତାଙ୍କୁ ଫୋନରେ ମେସେଜ୍ ପଠାଇଥିଲେ ଓ ଲିଖିତ ଭାବେ ସିଦ୍ଧୁଙ୍କ ପାଇଁ ସୁପାରିସ କରିଥିଲେ । ଯେହେତୁ ସେ କେବେ ମଧ୍ୟ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଭେଟିନଥିଲେ କିମ୍ବା ତାଙ୍କର କୌଣସି ପୂର୍ବ ପରିଚୟ ନଥିଲା ତେଣୁ ଏଭଳି ମେସେଜ୍ ପାଇ ସେ କେବଳ ଚକିତ ହୋଇନଥିଲେ ବଂର ତାଙ୍କୁ ଝଟକା ଲାଗିଥିଲା ବୋଲି କହିଛନ୍ତି ଅମରିନ୍ଦର । ଅମରିନ୍ଦର କହିଛନ୍ତି ଯେ, ମୋତେ ଏହା ଜାଣି ଝଟକା ଲାଗିଲା ଯେ, କେଉଁଭଳି ଭାବେ ଅନ୍ୟ ଗୋଟିଏ ଦେଶର ଜଣେ ପ୍ରଧାନମନ୍ତ୍ରୀ ଆଉ ଗୋଟିଏ ଦେଶର ଏକ ରାଜ୍ୟରେ ଜଣେ ବ୍ୟକ୍ତିଙ୍କୁ ମନ୍ତ୍ରୀ କରିବା ପାଇଁ ଚାପ ପ୍ରୟୋଗ କରୁଛନ୍ତି ।
କ୍ୟାପ୍ଟେନଙ୍କ ଏହି ବକ୍ତବ୍ୟକୁ ନେଇ ଏପର୍ଯ୍ୟନ୍ତ ସିଦ୍ଧୁଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ତେବେ ଆଗକୁ ଏହାକୁ ନେଇ ରାଜନୈତିକ ବୟାନବାଜି ବଢିବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ସିଦ୍ଧୁଙ୍କ ପାକିସ୍ତାନୀ ସେନା ସହିତ ସମ୍ପର୍କକୁ ନେଇ ଆଗରୁ ମଧ୍ୟ ବିବାଦ ରହିଛି ।

ବର୍ଷା ପରେ ପୁଣି ଫେରିବ ଶୀତ, ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା

ଭୁବନେଶ୍ୱର: ବର୍ଷା ପରେ ପୁଣି ଫେରିବ ଶୀତ। ଉପାନ୍ତରୁ ଉପକୂଳ ଥରିବ ଓଡିଶା। ସ୍ୱାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଦୁଇ ଦିନ ପରେ ଆଭ୍ୟନ୍ତରୀଣ ଓଡିଶା ସମେତ ଉପକୂଳ ଓଡିଶାରେ ପାରା କମିବ। ଫଳରେ ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ହେବା ସହ ପୁଣି ଏକ ସପ୍ତାହ ପର୍ଯ୍ୟନ୍ତ ଜାଡ଼ରେ ଥରିବ ଓଡ଼ିଶା । ଜାଡ଼ ସହ ଘନ କୁହୁଡ଼ିରେ ଅସ୍ତବ୍ୟସ୍ତ ହେବ ଜନଜୀବନ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ରାତି ୧୦ ରୁ ସକାଳ ୧୦ ପର୍ଯ୍ୟନ୍ତ କମିବ ଦୃଶ୍ୟମାନ କ୍ଷମତା ।

ବାୟୁମଣ୍ଡଳର ସ୍ଥିରତା ଏବଂ ପ୍ରଚୁର ପରିମାଣର ଜଳୀୟବାଷ୍ପ ଉପସ୍ଥିତି ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡି ପାଇଁ ୮ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବିଶେଷ କରି ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ ଏବଂ କେନ୍ଦୁଝର ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ସେହିପରି ୨୬ ତାରିଖରେ ୧୦ ଟି ଜିଲ୍ଲା କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ଖୋର୍ଦ୍ଧା ଏବଂ କଟକ କୁ ଘନ କୁହୁଡି ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

୨୭ ତାରିଖରେ ମଧ୍ୟ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲା କୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପଟେ ଝାଡ଼ଖଣ୍ଡ ଏବଂ ଏହାର ଆଖପାଖ ରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ। ସେହିପରି ୨୬ ତାରିଖରେ ମଧ୍ୟ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବଜ୍ରପାତ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ଘନ କୁହୁଡି ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି।

ଘନ କୁହୁଡ଼ିରେ ଗାଡ଼ି ଚାଳନା ଉପରେ ସତର୍କ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି କୁହୁଡି ସମୟରେ ପୋଲିସ ଏବଂ ପରିବହନ ବିଭାଗ ଦୁର୍ଘଟଣା ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।

ଏଥିସହିତ ପଢ଼ନ୍ତୁ: ୨ଦିନ ପରେ ଗଛରୁ ଉଦ୍ଧାର ହେଲା ଭାଲୁ

୨ଦିନ ପରେ ଗଛରୁ ଉଦ୍ଧାର ହେଲା ଭାଲୁ

0

ଉମରକୋଟ: ଦୀର୍ଘ ୩୦ ଘଣ୍ଟା ଗଛରେ ରହିବା ପରେ ଶେଷରେ ଗଛରୁ ଉଦ୍ଧାର ହେଲା ଭାଲୁ । ଉମରକୋଟ ଓ ନବରଙ୍ଗପୁର ବନ ବିଭାଗର ଦୀର୍ଘ ୩ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଗଛରୁ ଉଦ୍ଧାର ହେଲା ଭାଲୁ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ନାୟକଗୁଡା ଗ୍ରାମରେ ଖାଦ୍ୟ ଅନ୍ୱେଷଣରେ ଆସି ଗଛରେ ଚଢ଼ି ଯାଇଥିବା ଭାଲୁକୁ ବନ ବିଭାଗ ଦ୍ୱାରା ଶେଷରେ ଟ୍ରାଙ୍କୁଲାଇଜର ବ୍ୟବହାର କରି ନିସ୍ତେଜ କରାଯାଇଥିଲା ଏବଂ ତଳକୁ ଖସାଯାଇଥିଲା ।

ବନ ବିଭାଗ ଏଥିପାଇଁ ଗତକାଲି ଠାରୁ ସମସ୍ତ ଚେଷ୍ଟା କରି ବିଫଳ ଥିଲା । ପୂର୍ବରୁ ଭାଲୁ ଚଢ଼ି ଥିବା ଗଛ ତଳେ ଥିବା ଲୋକଙ୍କୁ ଘଉଡ଼ାଇ ଗଛ ଚାରି ପାଖରୁ ଲୋକ ଗହଳି କମି ଗଲେ ଭାଲୁ ଗଛରୁ ଓହ୍ଲାଇ ଜଙ୍ଗଲକୁ ଚାଲିଯିବ ବୋଲି ବନ ବିଭାଗ ଉଦ୍ୟମ କରିଥିଲେ କିନ୍ତୁ ତାହା ବିଫଳ ହେବା ପରେ ଗଛ ତଳେ ଭାଲୁର ପ୍ରିୟ ଖାଦ୍ୟ ଦ୍ରବ୍ୟ ସବୁ ଦିଆଯାଇଥିଲା । କିନ୍ତୁ ଭାଲୁ ଗଛରୁ ତଳକୁ ଓହ୍ଲାଇ ନ ଥିଲା । ଆଜି ନବରଙ୍ଗପୁରରୁ ଏକ ସ୍ୱତନ୍ତ୍ର ଟିମ୍ ଆସି ଗଛ ଚାରି ପାଖରେ ନେଟ ବିଚ୍ଛାଇ ଜଗି ରହିଥିଲା ବନ ବିଭାଗର ଏକ ଟିମ । ଉଦ୍ଧାରକାରୀ ଟିମର ସଦସ୍ୟ ମାନେ ଭାଲୁକୁ ଟ୍ରାଙ୍କୁଲାଇଜ କରି ଭାଲୁକୁ ଗଛରୁ ଉଦ୍ଧାର କରାଯାଇଥିଲା । ଭାଲୁ ଅଚେତ ଅବସ୍ଥାରେ ଥିବାରୁ ଭାଲୁକୁ ବନ ବିଭାଗ ନିଜ ସହିତ ଏକ ଅଜଣା ସ୍ଥାନ ରେ ରଖିଛନ୍ତି । ଭାଲୁର ଚେତା ଫେରିବା ପରେ ଭାଲୁକୁ ଚିକିତ୍ସା କରି ଜଙ୍ଗଲ ଭିତରେ ଛାଡି ଦିଆଜିବ ବୋଲି ସୂଚନା ଦେଇଛି ବନ ବିଭାଗ ।

ଏଥିସହିତ ପଢ଼ନ୍ତୁ: ଶୀତ ପରେ ବର୍ଷା, ୨୬ ତାରିଖ ଯାଏଁ ରାଜ୍ୟରେ ବର୍ଷିବ

ମିଶନ ଶକ୍ତି କାଫେ: ସୁନ୍ଦର ପରିବେଶ ମଧ୍ୟରେ ସୁସ୍ୱାଦୁ ଖାଦ୍ୟର ମଜା ଉଠାଇଛନ୍ତି ଲୋକେ

0

ସୋନପୁର: ମନୋରମ ପରିବେଶରେ ମିଶନଶକ୍ତି କାଫେ । ସୁବର୍ଣ୍ଣପୁର ଜିଲ୍ଲା ହିକୁଡି ଛକ ମହାନଦୀ କୂଳରେ ରହିଛି ଏହି କାଫେ । ସ୍ୱଂୟ ସହାୟକ ଗୋଷ୍ଠୀ ମହିଳାଙ୍କ ଦ୍ୱାରା  କାଫେ ପରିଚାଳିତ ହେଉଥିବା ବେଳେ ସୁସ୍ୱାଦୁ ଖାଦ୍ୟ ଖାଇବାକୁ ଲୋକଙ୍କ ଭିଡ଼ ଜମୁଛି । ସେପଟେ ପ୍ରଶାସନର ଏପରି ପଦକ୍ଷେପକୁ ପ୍ରଶାଂସ କରିଛନ୍ତି ଲୋକେ ।

ମହାନଦୀର ମନୋରମ ପରିବେଶରେ ମିଶନଶକ୍ତି କାଫେ । ସୁବର୍ଣ୍ଣପୁର ଜିଲ୍ଲାରେ ମିଳୁଛି ସୁସ୍ୱାଦୁ ଖାଦ୍ୟ । ଚା’ କଫି, ଚାଓ୍ୱମିନ୍ । ତା’ ସହିତ ପଶ୍ଚିମ ଓଡ଼ିଶାର ସ୍ୱାଦିଷ୍ଟ ବ୍ୟଞ୍ଚନ । ଗୋଟିଏ ସ୍ଥାନରେ ମିଳୁଛି ମନଲାଖି ଖାଦ୍ୟ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ହିକୁଡି ଛକ ନିକଟ ମିଶନଶକ୍ତି କାଫେ ଆରମ୍ଭ ହୋଇଥିବା ବେଳେ ସ୍ୱଂୟ ସହାୟକ ଗୋଷ୍ଠୀ ମହିଳା ନିଜ ହାତରେ ତିଆରି କରି ଖାଦ୍ୟ ପରସୁଛନ୍ତି ।

ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କ ଉଦ୍ୟମରେ ଏହି କାଫେ ଆରମ୍ଭ ହୋଉଛି । ସ୍ୱଂୟ ସହାୟକ ଗୋଷ୍ଠୀ ମହିଳାଙ୍କୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି । ସୁଲଭ ମୂଲ୍ୟ ସ୍ୱାଦିଷ୍ଟ ଖାଦ୍ୟ ମିଳୁଥିବା ବେଳେ ସନ୍ଧ୍ୟା ହେବା କ୍ଷଣି ଏଠାରେ ଲୋକଙ୍କ ଭିଡ଼ ଜମୁଛି । ମହିଳାମାନଙ୍କୁ ଶସକ୍ତ କରିବାକୁ ପ୍ରଶାସନ ଏଭଳି ପଦକ୍ଷେପ ନେଇଥିବା ବେଳେ ମିଶନଶକ୍ତି କାଫେରେ ନିୟୋଜିତ ହୋଇ ସ୍ୱାବଲମ୍ୱୀ ହେଉଛନ୍ତି ମହିଳା ।

ଭୁଲରେ ଆବିଷ୍କାର ଏହି ୪ ବଡ଼ ମେଡିସିନ୍…

ନନ୍ଦିଘୋଷ ବ୍ୟୁରୋ: କ୍ରିଷ୍ଟୋଫର କୋଲମ୍ବସ ସୁନା ଏବଂ ମସଲା ଖୋଜିବାର ସନ୍ଧାନରେ ଏସିଆ ଅଭିମୁଖେ ବାହାରିଥିଲେ । କିନ୍ତୁ ବାଟଭୁଲି ଆମେରିକାରେ ପହଂଚି ଯାଇଥିଲେ । ଠିକ ସେହିଭଳି ବିଶ୍ୱର ବୈଜ୍ଞାନିକ ମାନେ କୌଣସି ଏକ ନିର୍ଦ୍ଧିଷ୍ଟ ମେଡିସିନର ଗବେଷଣା କରୁକରୁ ଅନ୍ୟ ଏକ ରୋଗର ଔଷଧ ପାଇଯାଇଥାନ୍ତି । ଡେନମାର୍କର ଏକ ରିସର୍ଚ୍ଚ ଟିମ୍ ଜଣେ ଗର୍ଭବତୀ ମହିଳାଙ୍କୁ ବଞ୍ଚାଇବା ପାଇଁ ମେଡିସିନ ପ୍ରସ୍ତୁତ କରୁଥିଲେ । ଆଉ ଜଣାପଡିଥିଲା ଯେ ମ୍ୟାଲେରିଆ ପାରାସାଇଟ ମେଡିସନରୁ ସୃଷ୍ଟି ହେଉଥିବା ପ୍ରୋଟିନ କର୍କଟ ସେଲକୁ ମାରିବାରେ ସକ୍ଷମ ହୋଇପାରୁଛି । ଏହାପରେ କ୍ୟାନସର ଭଳି ଭୟଙ୍କର ରୋଗରୁ ବଞ୍ଚିବାର ଆଶା ସଞ୍ଚାର ହୋଇଥିଲା ।

ଠିକ୍ ଏହିଭଳି ଭୁଲରେ ଆବିଷ୍କାର ହୋଇଥିବା 4ଟି ମେଡିସନ କଥା ଆସନ୍ତୁ ଜାଣିବା…

ପାୱାରଫୁଲ ଭାୟାଗ୍ରା ଟାବଲେଟ ପଛର କାହାଣୀ
ଶହଶହ ବର୍ଷଧରି ଯୌନ ଶକ୍ତି ବୃଦ୍ଧି ପାଇଁ ବିଭିନ୍ନ ଉପାୟ ଆପଣା ଯାଉଥିଲା । କିଏ ବାଘ ମାଂସ ଖାଉଥିଲା ତ, ଅନ୍ୟ କିଏ ଜଡ଼ି ବୁଟିର ଚିକିତ୍ସା କରୁଥିଲା । କିନ୍ତୁ ଭାୟାଗ୍ରା ମେଡିସିନର ରିସର୍ଚ୍ଚ ଥିଲା ବହୁତ ରୋଚକ । ୧୯୯୦ ମସିହାରେ ଆମେରିକା ବୈଜ୍ଞାନିକ ହୃଦରୋଗ ପାଇଁ ଏକ ଔଷଧ ଉପରେ ଗବେଷଣା ଜାରି ରଖିଥିଲେ । କିନ୍ତୁ ସେମାନେ ହାର୍ଟ୍ ବଦଳରେ ହାର୍ଡ୍ ଏରେକ୍ସନକୁ ଜନ୍ମ ଦେଉଥିବା ଏକ ମ୍ୟାଜିକ୍ ପିଲ୍ ଆବିଷ୍କାର କରିଥିଲେ । ଏହି ଔଷଧର କ୍ଲିନିକାଲ ଟେଷ୍ଟ୍ କିଛି ପୁରୁଷଙ୍କ ଠାରେ କରାଯାଇଥିଲା । ଫଳାଫଳ କିନ୍ତୁ ବୈଜ୍ଞାନିକହ୍କୁ ଚମକାଇ ଦେଇଥିଲା । ଯେଉଁମାନେ ଏହି ଟାବଲେଟ ଖାଇଥିଲେ, ସେମାନଙ୍କ ଶିରାରେ ଦ୍ରୁତ ରକ୍ତ ପ୍ରବାହ କରିଥିଲା । ଏମିତିକି ଯୌନାଙ୍ଗରେ ମଧ୍ୟ ଏହାର ପ୍ରଭାବ ପଡୁଥିବା ଦେଖିବାକୁ ମିଳିଥିଲା । ପୁଣିଥରେ ବୈଜ୍ଞାନିକ ମାନେ ଏହି ମେଡିସନକୁ ପୁନର୍ବାର ରିସର୍ଚ୍ଚ କରିବା ନେଇ ଆଗ୍ରହ ପ୍ରକାଶ କରିଥିଲେ । ପରେ ସ୍ପଷ୍ଟ ହୋଇଥିଲା ଯେ, ନପୁଂସକତା ଦୂର କରିବାରେ ସଫଳ ଏହି ମେଡିସିନ । ଫାଇଜର କମ୍ପାନୀ ଏହି ବଟିକା ଯେବେ ବଜାରରେ ଉପଲବ୍ଧ କରିଥିଲା, ସେତେବେଳେ ଚହଳ ସୃଷ୍ଟି ହୋଇଯାଇଥିଲା । ଆଉ ଫାଇଜର ବନିଯାଇଥିଲା ବିଶ୍ୱର ସବୁଠାରୁ ଧନୀ ମେଡିସିନ୍ କମ୍ପାନି ।

ବ୍ୟାକ୍ଟେରିଆ ମାରୁଥିବା ପେନିସିଲିନର କାହାଣୀ
୧୯୧୮ ମସିହାରେ ସ୍ପେନିସ ପ୍ଲୁ ବିଶ୍ୱର ଅନେକ ଦେଶରେ ବ୍ୟାପିଯାଇଥିଲା । ଯୁଆଡେ ଦେଖିବ ମୃତ୍ୟୁର ପ୍ରହେଳିକା ରଚୁଥିଲା ଏହି ଭୂତାଣୁ । ବୈଜ୍ଞାନିକ ଆଲେକଜାଣ୍ଡର ପ୍ଲେମିଙ୍ଗ ରିସର୍ଚ୍ଚରେ ବ୍ୟସ୍ତ ଥାଆନ୍ତି । ଗଳାରେ ଫୁଲା ଏବଂ ଉପଶମ ପାଇଁ ମେଡିସିନ ଖୋଜୁ ଥାଆନ୍ତି । କିନ୍ତୁ ଏହି ମେଡିସିନ ଖୋଜୁ ଖୋଜୁ ଫ୍ଲେମିଙ୍ଗ ବ୍ୟାକ୍ଟେରିଆ ମାରୁଥିବା ପେନିସିଲିନ ପ୍ରସ୍ତୁତ କରି ବସିଥିଲେ । ଏହି ମେଡିସିନ ପାଇଁ ଆଲେକଜଣ୍ଡାରଙ୍କୁ ନୋବେଲ ପୁରସ୍କାର ମଧ୍ୟ ପ୍ରାପ୍ତ ହୋଇଥିଲା । ଯାହାକୁ ଯାଦୁଗରୀ ମେଡିସିନ ବୋଲି ମଧ୍ୟ କୁହନ୍ତି ଆଲେକଜାଣ୍ଡର ଫ୍ଲେମିଙ୍ଗ ।

ଗର୍ଭନିରୋଧକ ମେଡିସନ ପଛର ସତ୍ୟତା
୧୯୫୦ ମସିହାରେ ଘଟିଥିଲା ଏମିତି କିଛି ରୋଚକ ଘଟଣା । ଲୋକଙ୍କୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ମେଡିସିନର ଗବେଷଣା ଜାରି ରହିଥାଏ । ଲ୍ୟାବରେ ସାଇଣ୍ଟିଷ୍ଟ ଗବେଷଣା ଜାରି ରଖିଥାନ୍ତି । କିନ୍ତୁ ଖୋଜୁଥିବା ମେଡିସିନ ବଦଳରେ ବାହାରିଥିଲା ଅନ୍ୟ କିଛି ମେଡିସିନ୍ । ଯାହା ମହିଳାଙ୍କ ଋତୁସ୍ରାବ ଉପରେ ପ୍ରଭାବ ପକାଇଥିଲା । ପରେ ଜଣାପଡିଥିଲା ଯେ, ଏହି ମେଡିସିନ ହିଁ ଗର୍ଭ ନିରୋଧକ ଭାବେ କାର୍ଯ୍ୟ କରିପାରିବ । ୧୯୫୦ ପରଠାରୁ ଗର୍ଭନିରୋଧକ ମେଡିସିନ ପ୍ରଚୁର ଭାବେ ବିକ୍ରିୟ ହୋଇଆସୁଛି ।
ଏନେସ୍ଥେସିଆ ପଛର କାହାଣୀ ?
ଆଧୁନିକ ମେଡିସିନର ଆବିଷ୍କାର ପୁର୍ବରୁ ଅପରେସନ୍ ଥିଲା ଏକ ଜଟିଳ ପଦ୍ଧତି । ରୋଗୀକୁ ବେହୋସ କରିବା ପାଇଁ କୌଣସି ଔଷଧ ନଥିବାରୁ ଡାକ୍ତର ମାନେ ରୋଗୀର ମୁଣ୍ଡ ପଛକୁ ଆଘାତ କରୁଥିଲେ । କିନ୍ତୁ ବେଳେବେଳେ ଏହା ରୋଗୀର ଜୀବନ ନେଉଥିଲା ।
ପରବର୍ତ୍ତୀ ସମୟରେ ସର୍ଜ୍ଜରି ପାଇଁ ବରଦାନ ସାଜିଥିବା ମେଡିସିନ ହେଉଛି ଏନେସ୍ଥେସିଆ । ତେବେ ଏନେସ୍ଥେସିଆ ଉଦ୍ଭାବନର କାହାଣୀ କିଛି କୌତୁହଳପୂର୍ଣ୍ଣ…
ହୋରେସ ବେଲ୍ସ ୧୮୪୪ ମସିହାରେ ଏହି ମେଡିସିନର ଉଦ୍ଭାବନା କରିଥିଲେ । ଜଣେ ବ୍ୟକ୍ତିଙ୍କ ଶରୀରରେ କୈଣସି ଏକ ଗ୍ୟାସ ପ୍ରଭାବ ପକାଇଥିଲା । ସେ ଏକ ଧାରୁଆ ଅସ୍ତ୍ରରେ ନିଜ ଗୋଡକୁ ବାରମ୍ବାର ଚୋଟ ମାରୁଥିଲେ । ଧାରଧାର ରକ୍ତ ମଧ୍ୟ ସ୍ରାବ ହେଉଥିଲା କିନ୍ତୁ ଉକ୍ତ ବ୍ୟକ୍ତିଙ୍କୁ କୈଣସି ଯନ୍ତ୍ରଣା ଅନୁଭବ ହେଉନଥିବା ଦେଖିବାକୁ ମିଳିଥିଲା । ପରେ ଏହି ଘଟଣାକୁ ନେଇ ଗବେଷଣା ଆରମ୍ଭ କରିଦେଇଥିଲେ ହୋରେସ ବେର୍ଲସ । ଆହାତ ହୋଇଥିବା ବ୍ୟକ୍ତି ଏକ କେମିକାଲ ଗ୍ୟାସ ଦ୍ୱାରା ପ୍ରଭାବିତ ହୋଇଥିବା ଜଣିବାକୁ ମିଳିଥିଲା । ଏବଂ ସେହି ଗ୍ୟାସ ଥିଲା ନାଇଟ୍ରେସ ଅକ୍ସସାଇଡ଼୍ । ବୈଜ୍ଞାନିକ ଜଣଙ୍କ ନାଇଟ୍ରେସ ଅକ୍ସସାଇଡ଼ରୁ ହିଁ ଉଦ୍ଭାବନ କରିଥିଲେ ଏନେସ୍ଥେସିଆ ଭଳି ମେଡିସିନ । ପରେ ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ ।

ଚିନ୍ତା ବଢାଇଲା ଓମିକ୍ରନର ସବ୍‌-ଭାରିଆଣ୍ଟ BA.2

ନୂଆଦିଲ୍ଲୀ: ଦେଶରେ ଚିନ୍ତା ବଢାଇଲା ଓମିକ୍ରନର ସବ୍‌-ଭାରିଆଣ୍ଟ BA.2 । ଭାରତରେ ବର୍ତ୍ତମାନ ସୁଦ୍ଧା ଏହି ଭାରିଆଣ୍ଟ ଜରିଆରେ ୫୩୦ ଲୋକ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । କେବଳ ଭାରତ ନୁହେଁ ବିଶ୍ବର ୪୦ ଦେଶରେ BA.2 ମାତିଲାଣି । ପ୍ରଥମେ ଗତ ଡିସେମ୍ବର ୬ରେ ଏହି ଭାରିଆଣ୍ଟର ସଂକ୍ରମଣ ସୂଚନା ମିଳିଥିଲା । ବର୍ତ୍ତମାନ ସୁଦ୍ଧା ବ୍ରିଟେନରେ ୪୨୬ ଜଣ BA.2 ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେଥିରୁ କେବଳ ଲଣ୍ଡନରେ ୧୪୬ କେସ୍ ରହିଛି ।

ତେବେ ଓମିକ୍ରନ ତୁଳନାରେ BA.2 ଅଧିକ ସଂକ୍ରାମକ ଏବଂ ଅଧିକ ବେଗରେ ସଂକ୍ରମଣ ସୃଷ୍ଟି କରୁଛି ବୋଲି ସୂଚନା ମିଳିଛି । ବ୍ରିଟେନ ସ୍ବାସ୍ଥ୍ୟ ନିରାପତ୍ତା ସଂସ୍ଥା ବା ୟୁକେଏଚଏସଏ ପକ୍ଷରୁ କୁହାଯାଇଛି- BA.2 ଏକ ମାମୁଲି ଭାରିଆଣ୍ଟ ନୁହେଁ । ଏହା ଅଧିକ ବିପଜ୍ଜନକ । ଏହାର କୌଣସି ସ୍ବତନ୍ତ୍ର ମ୍ୟୁଟେସନ ହୋଇନାହିଁ । ତେଣୁ ଏହାକୁ ଡେଲଟା ପରି ଏକ ନୂଆ ଭାରିଆଣ୍ଟ ବୋଲି ବିଚାର କରାଯାଇପାରେ । ଡେଲଟା ଓ ଓମିକ୍ରନ ତୁଳନାରେ BA.2 ଅଧିକ ସଂକ୍ରମଣ ସୃଷ୍ଟି କରୁଛି ଏବଂ ୪୦ ଦେଶରେ ଏବେ ଏହି ସବ୍‌-ଭାରିଆଣ୍ଟ ଚିନ୍ତା ସୃଷ୍ଟି କଲାଣି ।

ଏହି ଭାରିଆଣ୍ଟ ଯୋଗୁ ଅନ୍ୟ ଭାରିଆଣ୍ଟ ପରି ସଂକ୍ରମଣ ପିକ୍‌କୁ ଯାଇପାରେ । ଏପରିକି ଏହି ଭାରିଆଣ୍ଟ ସାରା ୟୁରୋପ ଓ ଆମେରିକାରେ ପ୍ରଭାବ ବିସ୍ତାର କରିପାରେ । ବର୍ତ୍ତମାନ ସୁଦ୍ଧା ସ୍ବିଡେନରେ ୧୮୧, ସିଙ୍ଗାପୁରରେ ୧୨୭ BA.2 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଦଶମ ଓ ଦ୍ୱାଦଶ ପରୀକ୍ଷା ହେବାର ସମ୍ଭାବନା, ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର: ରାଜ୍ୟରେ ଦଶମ ଓ ଦ୍ୱାଦଶ ପରୀକ୍ଷା ହେବାର ଯଥେଷ୍ଟ ସମ୍ଭାବନା ଅଛି । ଏଥିପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ରହିବାକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରାମର୍ଶ ଦେଇଛନ୍ତି । ପରୀକ୍ଷା ହେବା ନେଇ ରାଜ୍ୟ ସରକାର ଯଥେଷ୍ଟ ଆଶାବାଦୀ । ପରୀକ୍ଷା ଠିକ ସମୟରେ ହୋଇ ଫଳାଫଳ ବାହାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଶା ପ୍ରକାଶ କରିଛନ୍ତି ।

ରାଜ୍ୟରେ ଦଶମ ସମ୍ମେଟିଭ ପରୀକ୍ଷା ସରିଛି । ଏବେ ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହେଉଛି । ପରିସ୍ଥିତି ଉପରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦୃଷ୍ଟି ଆକର୍ଷଣ ରଖିଛନ୍ତି  । ଯଦି ସ୍ଥିତି ଖରାପ ହୁଏ, ରାଜ୍ୟ ସରକାର ବିକଳ୍ପ ଚିନ୍ତା କରିବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ଗାନ୍ଧୀ ମାର୍ଗରେ ଫୁଲ ଡ୍ରେସ ରିହର୍ସଲ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଫୁଲ ଡ୍ରେସ ରିହରସେଲ। କୋଭିଡ଼ କଟକଣାରେ ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହୋଇଯାଇଛି ପରେଡ଼୍। ପୋଲିସ ଡିଜି ସୁନିଲ୍ ବଂଶଲ ଆଜିର ଫୁଲ ଡ୍ରେସ ରିହରସେଲକୁ ନୀରକ୍ଷଣ କରିଥିଲେ। ଏଥର ପରେଡ଼ରେ 10 ଟି କଣ୍ଟିଜେଣ୍ଟ ଭାଗ ନେବେ। ଏଥିରେ 3 ଟି ବ୍ରାସ ବ୍ରାଣ୍ଡ ସହ 8ଟି ପୋଲିସ କଣ୍ଟିଜେଣ୍ଟ ଭାଗ୍ ନେଇଛନ୍ତି। ତେବେ ପ୍ରଥମ ଥର ପାଇଁ ବିଏସଏଫ ପରେଡରେ ଭାଗ ନେଉଛି ।

କୋଭିଡ଼ କଟକଣା ପାଇଁ ସିଭିଲ୍ ଏବଂ କଲେଜ ଛାତ୍ରଛାତ୍ରୀ ରାଜ୍ୟ ସ୍ତରୀୟ ପେରେଡ଼ରୁ ବାଦ୍ କରାଯାଇଛି। ଅନ୍ୟ ପଟେ ପେରେଡ଼ରେ ଭାଗ ନେଉଥିବା ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରାଯିବ। ରାଜ୍ୟପଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ। ସମ୍ମାନିତ ଅଥିତି ଭାବରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି। ଭୁବନେଶ୍ୱର ଡିସିପିଙ୍କ ନେତୃତ୍ବରେ ସୁରକ୍ଷା ବ୍ୟବସ୍ଥା ରହିବ । ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୨୫ ପ୍ଲାଟୁନ ଫୋର୍ସ, 70 ଜଣ ବରିଷ୍ଠ ଅଧିକାରୀ ନିୟୋଜିତ କରାଯାଇଛି। ଟ୍ରାଫିକ ବ୍ୟବସ୍ଥା କୁ ଗୁରୁତ୍ୱ ସହ ସଂପୁର୍ଣ୍ଣ ଗାନ୍ଧୀମାର୍ଗ କୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ କରାଯିବ । ସିସିଟିଭି ନଜରରେ ରହିବ ଗାନ୍ଧିମାର୍ଗ।