spot_img
Home Blog Page 4652

ପୁରୀରେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ !

ପୁରୀ: ଶ୍ରୀକ୍ଷେତ୍ରରେ ଲଜ୍ଜା । ଟାଉନ ଥାନା ଅଞ୍ଚଳରେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି ପୀଡିତା । ସୂଚନା ମୁତାବକ ଗତକାଲି ନାବାଳିକା ଜଣକୁ ଛାତ ଉପରେ ଏକୁଟିଆ ଦେଖି ସେହି ଅଞ୍ଚଳର ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି  ।

ଅଭିଯୁକ୍ତ ଜଣକ ସ୍ଥାନୀୟ ଅଞ୍ଚଳର ମହେଶ ମହାନ୍ତି ବୋଲି ଜଣାପଡିଛି। ସେପଟେ ଥାନାରେ ପରିବାର ଲୋକ ଅଭିଯୋଗ କରିବା ପରେ ଅଭିଯୁକ୍ତ ଜଣଙ୍କ  ଫେରାର ହୋଇଯାଇଥିବା ଜଣାପଡିଛି  ।  ତେବେ ପୁରୀ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଅବିଯୁକ୍ତକୁ ଧରିବାକୁ  ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଛି  ।

ପୁରୀ ଭଳି ଏକ ପବିତ୍ର ସ୍ଥାନରେ ଏପରି ଘଟଣାକୁ ନେଇ ମଧ୍ୟ ସାଧାରଣରେ ଉଦବେଗ ପ୍ରକାଶ ପାଇଛି  । ଏହି ଘଟମାକୁ ନିନ୍ଦା କରିଛନ୍ତି ସ୍ଥାନୀୟ ବାସୀ  । ଯେଉଁବ୍ୟକ୍ତି ଏହି ଘଟଣାରେ ସଂଶ୍ଲିଷ୍ଟ ଅର୍ଥାତ ଏପରି ଘୃଣ୍ୟ କାର୍ଯ୍ୟରେ ଲିପ୍ତ ରହିଛି, ତାଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ ଗ୍ରହଣ କରାଯିବା ଉଚିତ ବୋଲି ମତ ପ୍ରକାଶ ପାଇଛି  ।

ୟୁପି ପରେ ବିହାରରେ ଲଖିମପୁର ଘଟଣା

ପାଟନା: ପୁଣି ଥରେ ଉତ୍ତରପ୍ରଦେଶ ଲଖିମପୁର ଖେରି ଘଟଣାର ପୁନରାବୃତ୍ତି । ଜଣେ ବିଜେପି ନେତା ତଥା ବିହାର ମନ୍ତ୍ରୀଙ୍କ ପୁଅଙ୍କ ଦାଦାଗିରି । ନିରୀହ ପିଲାଙ୍କ ଉପରକୁ କରିଛନ୍ତି ଗୁଳିଚାଳନା । ଘଟଣାରେ ଆହତ ହୋଇଛନ୍ତି ଜଣେ ବାଳକ । ପଶ୍ଚିମ ଚମ୍ପାରଣ ଜିଲ୍ଲା ବେତିଆ ଅନ୍ତର୍ଗତ ହରଦିୟା ଗ୍ରାମରେ ଘଟିଛି ଘଟଣା । ପ୍ରତିବାଦରେ ତାଙ୍କୁ ସ୍ଥାନୀୟ ଲୋକେ ପିଟିଥିବା ଜଣାଯାଇଛି । ହରଦିୟା ଗ୍ରାମରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ତଥା ସ୍ଥାନୀୟ ବିଜେପି ନେତା ନାରାୟଣ ପ୍ରସାଦ ସାହଙ୍କ ଫାର୍ମରେ କିଛି ପିଲା ଖେଳୁଥିଲେ ।

ତେବେ ସେଠାରେ ତାଙ୍କ ପୁଅ ବବଲୁ ପ୍ରସାଦ ପହଞ୍ଚି ପିଲାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଧମକଚମକ ଦେଇଥିଲେ । ଏହା ସହ ପିଲାଙ୍କୁ ପିଟିବାରେ ଲାଗିଥିଲେ । କ୍ରୋଧ ଏତିକିରେ ଶାନ୍ତ ହୋଇ ନଥିଲା । ପିଲାଙ୍କ ଉପରକୁ ନିଜ ବନ୍ଧୁକରୁ ଗୁଳି ଚଳାଇଥିଲେ । ଗୁଳିମାଡରେ ଜଣେ ବାଳକ ଆହତ ହୋଇଥିଲା । ପ୍ରତିବାଦରେ ଗ୍ରାମବାସୀ ସେଠାରେ ପହଞ୍ଚି ବବଲୁକୁ ପିଟିଥିଲେ । ବବଲୁ ବ୍ୟବହାର କରୁଥିବା ବାପା ତଥା ମନ୍ତ୍ରୀଙ୍କ କାରକୁ ବି ଭାଙ୍ଗିଦେଇଥିଲେ ।

ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଘଟଣାସ୍ଥଳରୁ ପଳାଇଥିଲେ ମନ୍ତ୍ରୀଙ୍କ ପୁଅ । ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ପିସ୍ତଲ ଓ ରାଇଫଲ ଜବତ କରିଛି । ଏହି ଦୁଇଟି ଯାକ ଅସ୍ତ୍ର ବବଲୁଙ୍କ ନାମରେ ଥିବା ପୋଲିସ ଜାଣିବାକୁ ପାଇଛି । ଗୁଳିରେ ଆହତ ବାଳକକୁ ସ୍ଥାନୀୟ ବେତିଆ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ କରାଯାଉଛି ବୋଲି ସୂଚନା ଦେଇଛନ୍ତି ପୋଲିସ ଏସପି ଉପେନ୍ଦ୍ର ବର୍ମା ।

ଡିଜେ ଡ୍ୟାନ୍ସରେ ଚାଲିଛି ଶବ ଶୋଭାଯାତ୍ରା

କୋଲକାତା: ପଶ୍ଚିମବଙ୍ଗ ହୁଗୁଳି ବ୍ୟାଣ୍ଡଲ ଅଞ୍ଚଳରେ ନାଚଗୀତର ଆସର । ଦୃଶ୍ୟ ଦେଖି ଲାଗୁଛି କୌଣସି ବିବାହ ଉତ୍ସବ ବୋଲି । ଡିଜେର ତାଳେ ତାଳେ ନାଚୁଛନ୍ତି ଛୋଟରୁ ବଡ଼ । ପ୍ରକୃତ କଥା କିନ୍ତୁ ଅଲଗା । ଏ ହେଉଛି ଜଣେ ୧୦୬ ବର୍ଷୀୟ ବୃଦ୍ଧା ସାବିତ୍ରୀ ମଣ୍ଡଳଙ୍କ ବିୟୋଗର ଶୋଭାଯାତ୍ରା । ଯେଉଁ ଶୋଭାଯାତ୍ରାରେ ନାତି ନାତୁଣୀ ମିଶି ନାଚ ଗୀତ କରି ବୃଦ୍ଧ ଜେଜେମାଙ୍କୁ ବିଦାୟ ଦେଇଛନ୍ତି ।

ପରିବାରର କେହି ମୃତ୍ୟୁବରଣ କଲେ ଘରେ କାନ୍ଦ ବୋବାଳି ପଡେ । ହେଲେ ଏଠି ପୁରା ଓଲଟା । ସାବିତ୍ରୀଙ୍କ ମୃତ୍ୟୁରେ ଉତ୍ସବ ମନାଇଛନ୍ତି ପରିବାର ଓ ଗ୍ରାମବାସୀ । ତାଙ୍କ କହିବା ହେଲା, ଶହେ ବର୍ଷ ବୟସରେ ସାବିତ୍ରୀଙ୍କ ଜନ୍ମଦିନ ଖୁବ ଧୁମଧାମରେ ମନାଇଥିଲେ ସମସ୍ତେ । ଏବେ ମୃତ୍ୟୁ ଆସିଛି ଯଦି ଦୁଃଖ କାହିଁକି । ଏଥିରେ ବି ଡିଜେ ବଜାଇ ଜେଜେ ମାକୁ ଖୁସି ଖୁସିରେ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ଘାଟ ନିଆଯାଇଛି ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କୋଭିଡ୍ ପଜିଟିଭ୍ । କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ନିରଞ୍ଜନ । ସଂକ୍ରମିତ ଚିହ୍ନଟ ହୋଇ ସେ ଏବେ ଚିକିତ୍ସିତ ହେଉଛନ୍ତି । ଗତ କିଛିଦିନରେ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି କରୋନା ପରୀକ୍ଷା କରିବା ସହିତ ଆଇସୋଲେସନରେ ରହିବାକୁ ସେ ଅନୁରୋଧ କରିଛନ୍ତି ।

ପୂର୍ବରୁ ମଧ୍ୟ କୋଭିଡ ସଂକ୍ରମିତ ହୋଇଥିଲେ ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  । ଆଜି ମଧ୍ୟ ପୁଣି ଥରେ ତାଙ୍କର କୋଭିଡ ରିପୋର୍ଟ ପଜିଟିଭ ଆସିଥିବା ସେ ସୂଚନା ଦେଇଛନ୍ତି  । ତାଙ୍କ ସମ୍ପର୍କରେ ଆସିଥିବା ଲୋକମାନେ ହୋମ ଆଇସୋଲେସନରେ ରହିବା ନେଇ ସୋସିଆଲ ମିଡିଆରେ ଜଣାଇଛନ୍ତି ନିରଞ୍ଜନ ପଟ୍ଟନାୟକ  ।

ତଳ ମୁହାଁ କରୋନା କେସ, ୨୪ ଘଣ୍ଟାରେ ୭ହଜାର ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଖସିଲା କରୋନା ଗ୍ରାଫ୍ । ଦିନକରେ ୭ହଜାର ୨୯୧ ସଂକ୍ରମିତ ଚିହାନ୍ଟ ହୋଇଛନ୍ତି । ଜନ୍ମରୁ ୧୮ବର୍ଷ ମଧ୍ୟରେ ୯୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୪୨୨୬, ଲୋକାଲ କେସ୍ ୩ହଜାର ୬୫ । ଖୋର୍ଦ୍ଧାରୁ ସର୍ବାଧିକ ୧୭ଶହ ୫, ସୁନ୍ଦରଗଡ଼ରୁ ୬୪୬, କଟକରୁ ୫୬୧, ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୩୬୫, ବାଲେଶ୍ବରରୁ ୩୪୩, ରାୟଗଡ଼ାରୁ ୨୯୫, ନୟାଗଡ଼ରୁ ୧୯୨, ସୋନପୁରରୁ ୨୮୨, ମୟୂରଭଞ୍ଜରୁ ୨୨୯, ବଲାଙ୍ଗୀରରୁ ୨୧୮ଟି କୋଭିଡ କେସ ଚିହ୍ନଟ ହୋଇଛି  ।

ସେହିପରି ଯାଜପୁରରୁ ୨୦୩, ଅନୁଗୁଳରୁ ୧୮୩, ସମ୍ବଲପୁରରୁ ୧୭୬, ନୂଆପଡାରୁ ୧୬୦, କଳାହାଣ୍ଡିରୁ ୧୭୩, ନବରଙ୍ଗପୁରରୁ ୧୪୮, କେନ୍ଦୁଝରରୁ ୧୩୨, ବରଗଡ଼ରୁ ୧୩୦, ଜଗତସିଂହପୁରରୁ ୧୨୧,ପୁରୀରୁ ୧୧୬, କୋରାପୁଟରୁ ୧୧୧,କେନ୍ଦ୍ରାପଡାରୁ ୧୦୯, କନ୍ଧମାଳରୁ ୯୮, ଭଦ୍ରକରୁ ୯୭, ଢେଙ୍କାନାଳରୁ ୯୬, ଗଜପତିରୁ ୯୫, ଝାରସୁଗୁଡାରୁ ୮୩, ଦେବଗଡ଼ରୁ ୬୨, ମାଲକାନଗିରିରୁ ୫୭, ବୌଦ୍ଧରୁ ୫୫, ଗଞ୍ଜାମରୁ ୫୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୦ହଜାର ୮୪୧ ।

ଦୁଇ ଦିନ ହେଲା ଗଛରେ ରହିଛି ଭାଲୁ, ଫେଲ୍ ମାରିଲା କୌଶଳ

ନବରଙ୍ଗପୁର: ଉମରକୋଟରେ ମିଶନ ଭାଲୁ ରେସ୍କୁ । ଦୁଇ ଦିନ ହେଲା ଗଛରେ ରହିଛି ଭାଲୁ । ଭାଲୁକୁ ଓହ୍ଲାଇବା ପାଇଁ ଉମରକୋଟ ବନ ବିଭାଗର ସବୁ କୌଶଳ ଫେଲ ମାରିଲା । ଉଦ୍ଧାର ପାଇଁ ନବରଙ୍ଗପୁରରୁ ଆସୁଛନ୍ତି ଏକ ଟିମ୍ । ଉମରକୋଟ ବଙ୍ଗୀୟ ଗ୍ରାମ ନାୟକ ଗୁଡା ଗ୍ରାମର ଘଟଣା । ନାୟକଗୁଡ଼ା ୟୁଭି ୧୧ ଗାଁରେ ଏକ ନିମ୍ବ ଗଛ ଉପରେ ଭାଲୁ ଚଢିଛି ।

ସେପଟେ ଭାଲୁକୁ ଦେଖି ଲୋକ ଭୟଭିତ ହୋଇଛନ୍ତି । ଗତ ରାତିରେ ଖାଦ୍ୟ ଅନ୍ୱେଷଣରେ ଭାଲୁଟି ଗାଁ ଭିତରକୁ ପଶିଥିଲା । ସକାଳୁ ଜଙ୍ଗଲକୁ ଫେରି ନପାରି ଗଛ ଉପରେ ଚଢିରହିଛି । ଭାଲୁ ଭୟରେ ଲୋକ ଚଲପ୍ରଚଳ ହୋଇପାରୁନାହାନ୍ତି । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ମାଇକ ଯୋଗେ ଲୋକଙ୍କୁ ସତର୍କ କରିବା ସହ ଭାଲୁକୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛନ୍ତି ।

ଶୀତ ପରେ ବର୍ଷା, ୨୬ ତାରିଖ ଯାଏଁ ରାଜ୍ୟରେ ବର୍ଷିବ

ଭୁବନେଶ୍ୱର: ରାଜ୍ୟରେ ଲୁଚକାଳି ଖେଳୁଛି ପାଣିପାଗ । ଶୀତ ପରେ ବର୍ଷା ଆଉ ବର୍ଷା ପରେ ପୁଣି ଶୀତ । ଆଜି ଦକ୍ଷିଣ ଏବଂ ପଶ୍ଟିମ ଓଡ଼ିଶାର ଅଧିକାଂଶ ଜିଲ୍ଲା ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି । ଏହିଭଳି ବର୍ଷା ୨୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏବେ ହରିୟାଣା ଠାରୁ ଦକ୍ଷିଣ ଉତ୍ତର ପ୍ରଦେଶ ଦେଇ ବିହାର ଏବଂ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଛି ।

ଏହା ସହିତ ପଶ୍ଚିମା ଝଡ଼ ମଧ୍ୟ ସକ୍ରିୟ ରହିଛି । ଏହା ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା କଟକ, ଜଗତସଂହପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ ଢେଙ୍କାନାଳରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ତେବେ ବର୍ଷା ପରେ ପୁଣି ଫେରିବ ଶୀତ ।

ସେପଟେ ସ୍ୱଭାବିକ ଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୭ ତାରିଖରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ଶୀତ ବଢିବ ।

ଲଗାତାର ୩ଲକ୍ଷ ପାର କରୁଛି ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଲଗାତାର ଦୈନିକ ସଂକ୍ରମଣ ୩ଲକ୍ଷ ଉପରେ । ୧୩ ଦିନ ମଧ୍ୟରେ ଦେଶରେ ସଂକ୍ରମଣ ପିକରେ ପହଞ୍ଚିବ ବୋଲି ଆକଳନ କରିଛନ୍ତି ଆଇଆଇଟି ମାଡ୍ରାସର ବିଶେଷଜ୍ଞ । କେତେକ ରାଜ୍ୟରେ ଏବେ ସ୍ଥିତି ସୁଧୁରୁଥିବାବେଳେ ଅନ୍ୟ କେତେକ ରାଜ୍ୟରେ ସଂକ୍ରମଣ ଉପରମୁହାଁ ରହିଛି । କର୍ଣ୍ଣାଟକରେ ସ୍ଥିତି ଅଣାୟତ ହେବାରେ ଲାଗିଛି । ଏବେ ଦୈନିକ ସଂକ୍ରମଣ ୫୦ହଜାର ଉପରେ ରହିଛି ।

୨୪ଘଣ୍ଚାରେ କର୍ଣ୍ଣାଟକରେ ୫୦ହଜାର ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଜିଟିଭିଟି ରେଟ ୨୨ ଦଶମିକ ୭୭କୁ ବୃଦ୍ଧି ପାଇଛି । ଦିଲ୍ଲୀ, କେରଳ, ତାମିଲନାଡୁ ଆଦି ରାଜ୍ୟରେ କରୋନା କେସ୍ ଅତି ଭୟଙ୍କର ଭାବେ ବଢୁଥିବାରୁ ସଂକ୍ରମଣ କଣ୍ଟ୍ରୋଲ କରିବାକୁ କଟକଣା କଡ଼ାକଡ଼ି କରାଯାଇଛି ।

ସେପଟେ ମୁମ୍ବାଇରେ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଜାନୁଆରୀ ୭ ଅପେକ୍ଷା ଏବେ ସଂକ୍ରମଣ ୮୩ ପ୍ରତିଶତ ହ୍ରାସ ହୋଇଛି । ପଜିଟିଭିଟି ରେଟ୍ ମଧ୍ୟ ୭ପ୍ରତିଶତକୁ ଖସିଛି । ଆଗାମୀ ସପ୍ତାହେ ମଧ୍ୟରେ ଦେଶର ଗ୍ରାମାଞ୍ଚଳରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ ।

୪୦ ଦିନର କନ୍ୟାଶିଶୁ ଓ ମା’ କୋଭିଡ ସଂକ୍ରମିତ

ଭରୋଦରା: ୪୦ ଦିନର କନ୍ୟାଶିଶୁ ଓ ମା’ କୋଭିଡ ସଂକ୍ରମିତ । ଗୁରୁତର ଅବସ୍ଥାରେ ସେମାନଙ୍କୁ ଗୁଜରାଟ ଭଦୋଦରାସ୍ଥିତ ଏସଏସଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଥମେ ସେମାନଙ୍କୁ ଜାମନବାଇ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଏସଏସଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଭଦୋଦରା ନବପୁରା ଅଞ୍ଚଳର ଉକ୍ତ ମା ଓ କନ୍ୟା ଆରଟିପିସିଆର ଟେଷ୍ଟରେ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କ ଚିକିତ୍ସା କରାଯାଇଥିଲା । ଉକ୍ତ କନ୍ୟା ଶିଶୁ ଡାଇରିଆ, ଡିହାଇଡ୍ରେସନରେ ପୀଡ଼ିତ । ତାର ମା ନିକଟରେ କୌଣସି ଲକ୍ଷଣ ପ୍ରକାଶ ପାଇ ନଥିଲା ବୋଲି କହିଛନ୍ତି ଡାକ୍ତର ଶୀଲା ଆୟାର । କିଛିଦିନ ତଳେ ୮ ମାସ ବୟସ୍କ ଜଣେ ଶିଶୁ ବି କରୋନା ସଂକ୍ରମିତ ହୋଇଥିଲା । ମାତ୍ର ଚିକିତ୍ସା ପରେ ସୁସ୍ଥ ହୋଇଥିଲା ।

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ସୁନ୍ଦରଗଡ଼ ଜିଲ୍ଲା ବିଜେପି ଉପ ସଭାପତି ବସନ୍ତ ସାହୁ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ମଉଳୁଛି ପଦ୍ମ । ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବିଜେପି ଉପ ସଭାପତି ବସନ୍ତ ସାହୁ । ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଭାବମୂର୍ତ୍ତୀ ଓ ସୁନ୍ଦରଗଡ଼ରେ ଜାରିଥିବା ବିକାଶ ଧାରାରେ ମୋହିତ ହୋଇ ସେ ବିଜେଡିକୁ ବାଛିଥିବା କହିଛନ୍ତି । ସେପଟେ କଂଗ୍ରେସ ନେତା ତଥା ଲେଫ୍ରିପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷ ନରେଶ ପ୍ରତାପ ସିଂ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡ଼ାଇ ଉପସ୍ଥିତ ରହି ସମସ୍ତଙ୍କୁ ଦଳକୁ ସ୍ବାଗତ କରିଥିଲେ ।