spot_img
Home Blog Page 4663

୫ ଦିନରେ ସୁସ୍ଥ ହେଉଛନ୍ତି କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ୫ ଦିନରେ ସୁସ୍ଥ ହେଉଛନ୍ତି କରୋନା ଆକ୍ରାନ୍ତ । କୋଭିଡର ଦ୍ବିତୀୟ ପ୍ରବାହ ଭଳି ସେତେ ମାରାତ୍ମକ ନୁହେଁ ତୃତୀୟ ପ୍ରବାହ । ତୃତୀୟ ଲହରରେ ଛୋଟ ପିଲାଙ୍କ ପାଇଁ ଭୟ ନାହିଁ । ଭୟଭୀତ ନହୋଇ ସତର୍କ ରହିବା ସହ କରୋନା କଟକଣା ମାନିବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଏବେ ଦେଶରେ ୧୯ ଲକ୍ଷ ଆକ୍ଟିଭ କେସ୍ ରହିଛି । ଟେଷ୍ଟିଂ ବୃଦ୍ଧି ଯୋଗୁ ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ପଜିଟିଭ୍ ରେଟ୍ ବଢ଼ିଛି ।

ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, କେରଳ, ଦିଲ୍ଲୀ, ଉତ୍ତରପ୍ରଦେଶରେ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଥିବା ବେଳେ ୧୧ରାଜ୍ୟରେ ୫୦ ହଜାର ଉପରେ ରହିଛି ସଂକ୍ରମଣ । ସଂକ୍ରମଣ କାବୁ କରିବା ପାଇଁ ପ୍ରଭାବିତ ରାଜ୍ୟ ସରକାରଙ୍କ ସହ ଆଲୋଚନା ଜାରି ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି । ଚିନ୍ତାଜନକ ସ୍ଥିତି ଥିବା ରାଜ୍ୟରେ କେନ୍ଦ୍ରୀୟ ଟିମ୍ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ୮ ମାସ ପରେ ଦେଶରେ ଦୈନିକ ସଂକ୍ରମଣ ୩ଲକ୍ଷ ପାର୍ କରିଛି ।

ଗୁରୁବାର ୩ ଲକ୍ଷ ୧୭ହଜାର ୫୩୨ କେସ୍ ରେକର୍ଡ ହୋଇଥିବା ବେଳେ ୪୯୧ ଜଣଙ୍କ ଜୀବନ ନେଇଛି ଭୂତାଣୁ । ଟିକାକରଣ ଯୋଗୁ ସ୍ଥିତି ଆୟତରେ ରହିଥିବା ବେଳେ ଟିକା ନେଇ ନଥିବା ଲୋକମାନେ କରୋନା ଟିକା ନେବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶ ଦେଇଛି । ଅନ୍ୟପଟେ ସପ୍ତାହକରେ ବିଶ୍ବରେ ଦୈନିକ ସଂକ୍ରମଣ ୨୯ ଲକ୍ଷ କେସ୍ ପାର କରିଛି । ୟୁରୋପୀୟ ରାଷ୍ଟ୍ରରେ ସଂକ୍ରମଣ ବଢ଼ିଥିବା ବେଳେ ଗୁରୁତରଙ୍କ ସଂଖ୍ୟା ବଢୁଛି ।

ବିଜେପି ମାନୁନି ଗାଇଡଲାଇନ୍, ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ନିର୍ବାଚନ ଗାଇଡଲାଇନ୍‌ ମାନୁନି ବିଜେପି । ନିର୍ବାଚନ ଆଦର୍ଶ ଆଚରଣବିଧି ଉଲଙ୍ଘନ ଅଭିଯୋଗରେ ବିଜେପି ବିରୋଧରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ୍ ହୋଇଛନ୍ତି ବିଜେଡି ପ୍ରତିନିଧି ଦଳ । ଖୋର୍ଦ୍ଧା ଜିଲ୍ଲାର 30 ନମ୍ବର ଜୋନ୍‌ର ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀ ସସ୍ମିତା ପତି ନାମାଙ୍କନ ବେଳେ ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରିଥିବା ଅଭିଯୋଗ ହୋଇଛି ।

କୋଭିଡ କଟକଣାରେ ୫ଜଣଙ୍କୁ ନେଇ ନାମାଙ୍କନ ଭରିବାକୁ ଗାଇଡଲାଇନ୍ ଜାରି ହୋଇଛି । ତେବେ 100 ଜଣରୁ ଅଧିକ ସମର୍ଥକଙ୍କୁ ନେଇ ସସ୍ମିତା ନାମାଙ୍କନ ଦାଖଲ କରିଥିଲେ । ଯାହାର ଭିଡିଓ ଆୟୋଗଙ୍କ ନିକଟରେ ଦାଖଲ କରିଛି ବିଜେଡି । ଏଣୁ ଏହା ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଆୟୋଗଙ୍କ ପାଖରେ ଅଭିଯୋଗ କରିଛି ବିଜେଡି ।

 

ବିଏସପିରେ ମିଶିଲେ ନିର୍ଭୟା ଓକିଲ ସୀମା କୁଶୱା

ଲକ୍ଷ୍ନୗେ: ବହୁଜନ ସମାଜ ପାର୍ଟି (ବିଏସପି)ରେ ଯୋଗଦେଲେ ସୀମା କୁଶୱା ।  ୨୦୧୨ ମସିହାରେ ଦିଲ୍ଲୀରେ ଘଟିଥିବା ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କ ପାଇଁ ଲଢିଥିଲେ ସୁପ୍ରିମକୋର୍ଟର ଏହି ଓକିଲ ସୀମା ।

ଦଳର ଜାତୀୟ ସାଧାରଣ ସମ୍ପାଦକ ସତୀଶ ଚନ୍ଦ୍ର ମିଶ୍ରଙ୍କ ଉପସ୍ଥିତିରେ ଗୁରୁବାର ଦିନ ସୀମା ବିଏସପିରେ ସାମିଲ ହୋଇଛନ୍ତି। ତେବେ ଏହା ପୂର୍ବରୁ ସେ କହିଥିଲେ ଯେ, ମୁଁ ରାଜନୖେତିକ ଦଳରେ ସାମିଲ ହୋଇ ସମାଜର ଦୁର୍ବଳ ଲୋକଙ୍କୁ ନ୍ୟାୟ ଦେବାରେ ଯଥାସମ୍ଭବ ପ୍ରଚେଷ୍ଟା କରିବି ।

ତିନି ଦଳର ଗୋଟିଏ ପ୍ରାର୍ଥୀ, କୋଟିଆ ପାଇଁ ସଭିଏଁ ଏକ୍

ଭୁବନେଶ୍ୱର: କୋଟିଆ ପାଇଁ ସବୁ ଦଳ ଏକ । କୋଟିଆ ନିର୍ବାଚନରେ ତିନି ଦଳ ପକ୍ଷରୁ ଗୋଟିଏ ପ୍ରାର୍ଥୀ ଭାବେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ତିନି ଦଳ ନେତାଙ୍କ ନିଷ୍ପତ୍ତି । ପୂର୍ବରୁ ମଧ୍ୟ କୋଟିଆକୁ ସବୁ ଦଳ ତଥା ଦଳ ଗତ ନିର୍ବିଶେଷରେ ଲଢେଇ ଜାରି ରଖିଛନ୍ତି । ସେଥିପାଇଁ ଆଜି ସର୍ଵ ଦଳୀୟ ବୈଠକରେ ଆଗ ମାଟି ପରେ ପାର୍ଟି ବୋଲି ନିଷ୍ପତ୍ତି ନେଇଛନ୍ତି ।

ସବୁ ଦଳ ପକ୍ଷରୁ ଗୋଟିଏ ପ୍ରାର୍ଥୀ ତଥା ଶିକ୍ଷିତ ଯୁବତୀଙ୍କୁ ପ୍ରାର୍ଥୀ କରାଯିବ ବୋଲି ମତ ପ୍ରକାଶ ପାଇଛି । ୱାର୍ଡ ଠୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭ୍ୟ ପାଇଁ ସର୍ଵ ଦଳୀୟ ପ୍ରାର୍ଥୀ କରାଯିବ । ଏକତାର ପରିଚୟ ସୃଷ୍ଟି କରିବା ପାଇଁ ସବୁ ଦଳର ଜିଲ୍ଲା ସଭାପତି କହିଛନ୍ତି । ଆନ୍ଧ୍ର ଯେମିତି ସବୁ ଦଳର ନେତା ଏକ ହୋଇଛନ୍ତି । ସେମିତି ଓଡିଶା ଓ କୋରାପୁଟ ଜିଲ୍ଲାର ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ଉପସ୍ଥିତ ରହି ଏକ ସାମୁହିକ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ନେତା ମାନେ କହିଛନ୍ତି ।

ମିହିର ଦାସଙ୍କ ଦଶାହରେ ସିନେ କଳାକାରଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବରିଷ୍ଠ ଅଭିନେତା ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି। ଓଡିଶା ସିନେ ଆଟିଷ୍ଟସ୍ ଆସୋସିଏସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଆଜି ମିହିର ଦାସଙ୍କ ଦଶାହ କାର୍ଯ୍ୟ ରେ ସବୁ କଳାକାର ଏକାଠି ହୋଇ ମିହିରଙ୍କ ସ୍ମୃତି ଚାରଣ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ହସ ହସ ମୁହଁ ଏବଂ ଲୋକପ୍ରିୟ କଳାକାର ଙ୍କୁ ହରାଇ ସତେ ଯେମିତି ନିସ୍ତବ୍ଧ ହୋଇଯାଇଛି କଳାକାର ପରିବାର। କାହାରି ମୁହଁରେ ଭାଷା ନଥିଲା।

ମିହିରଙ୍କ ଆବର୍ତ୍ତମାନକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ମୃତ୍ୟୁ ଭଳି ନିରାଟ ସତ୍ୟକୁ ହଜମ କରିପାରୁନାହାଁନ୍ତି କଳାକାର ସହଯୋଗୀ। ଏହି ଅବସରରେ ଆସୋସିଏସନ ପକ୍ଷରୁ ମିହିରଙ୍କ ଫଟୋ ଚିତ୍ରରେ ସମସ୍ତ କଳାକାର ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ସହ ବିତାଇଥିବା ମୂହୁର୍ତ୍ତ ବଖାଣି ଥିଲେ। ଶ୍ରଦ୍ଧାଞ୍ଜଳି ସଭାରେ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ଅଭିନେତା ଅଶ୍ରୁମୋଚନ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ, ପ୍ରେମାନନ୍ଦ ପରିଡା, ତନ୍ଦ୍ରା ରାୟ, ଉଷଶୀ ମିଶ୍ର, ବିଦୁସ୍ମିତା, ଗୁନଗୁନ୍ ପ୍ରମୁଖ ଉପସ୍ଥିତ ଥିଲେ।

ମୈନପୁରୀର କରହଲରୁ ନିର୍ବାଚନ ଲଢିବେ ଅଖିଳେଶ ଯାଦବ

ଲକ୍ଷ୍ନୌ: ୟୁପି ନିର୍ବାଚନରେ ଲଢିବାକୁ ସଜବାଜ ହେଉଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଅଖିଳେଶ ମୈନପୁରୀର କରହଲ ଆସନରୁ ଲଢିବେ ବୋଲି ସୂଚନା ଦେଇଛନ୍ତି। ଦଳର ପୂର୍ବତନ ଜାତୀୟ ସଭାପତି ମୁଲାୟମ ସିଂ ଯାଦବଙ୍କର ଏହି ଆସନ ସହିତ ଘନିଷ୍ଠ ସମ୍ପର୍କ ରହିଛି। ମୁଲାୟମ ସିଂ ଯାଦବ କରହଲର ଜୖେନ ଇଣ୍ଟର କଲେଜରୁ ଶିକ୍ଷା ଗ୍ରହଣ କରିବା ସହ ସେଠାରେ ଜଣେ ଶିକ୍ଷକ ଭାବେ ମଧ୍ୟ ଅବସ୍ଥାପିତ ଥିଲେ। କରହଲ ମୁଲାୟମଙ୍କ ଗାଁ ସେଫଇ ଠାରୁ ମାତ୍ର ଚାରି କିଲୋମିଟର ଦୂରରେ।

କରହଲ ବିଧାନସଭା ଆସନକୁ ସାତଥର ଦଖଲ କରିଛି ସମାଜବାଦୀ ପାର୍ଟି (ଏସପି)। ୧୯୮୫ରେ ଏହି ବିଧାନସଭା ଆସନରୁ ଦଳିତ ଶ୍ରମିକ କିଷାନ ଦଳର ବାବୁରାମ ଯାଦବ, ୧୯୮୯ ଓ ୧୯୯୧ରେ ସମାଜବାଦୀ ଜନତା ପାର୍ଟି ଏବଂ ୧୯୯୩,୧୯୯୬ରେ ସମାଜବାଦୀ ପାର୍ଟି ଟିକେଟରୁ ବାବୁରାମ ଯାଦବ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୦ ଉପ-ନିର୍ବାଚନରେ ସମାଜବାଦୀ ପାର୍ଟିରୁ ଅନିଲ ଯାଦବ, ୨୦୦୨ରେ ବିଜେପି ଏବଂ ୨୦୦୭, ୨୦୧୨ ଓ ୨୦୧୭ରେ ସମାଜବାଦୀ ପାର୍ଟି ଟିକେଟରୁ ସୋଭରନ ସିଂ ଯାଦବ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

କରହଲ ବିଧାନସଭା ଆସନରୁ ୨୦୧୭ ନିର୍ବାଚନରେ ​​ସମାଜବାଦୀ ପାର୍ଟିରୁ ସୋଭରନ ସିଂ ଯାଦବ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ ଜନତା ପାର୍ଟିର ରମା ଶାକ୍ୟଙ୍କୁ ୪୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ।

ଅଧିକ ପଢନ୍ତୁ- ଯୋଗୀଙ୍କୁ ଟକ୍କର ଦେବେ ଚନ୍ଦ୍ରଶେଖର

ଲାହୋରରେ ବଡ଼ ଧରଣର ବିସ୍ଫୋରଣ; ୩ ମୃତ ଓ ୨୦ ଗୁରୁତର

ଲାହୋର: ପାକିସ୍ତାନ ଲାହୋରର ଅନାରକଲି ଅଞ୍ଚଳରେ ଗୁରୁବାର ଦିନ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହି ଘଟଣାରେ ୩ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଲାହୋର ପୋଲିସର ମୁଖପାତ୍ର ରାଣା ଅରିଫ୍ ଘଟଣା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଏପରିକି ବୋମାଟି ଏକ ମୋଟର ସାଇକେଲରେ ଲଗାଯାଇଥିଲା ବୋଲି ସୂଚନା ଦେଇଛନ୍ତି।

ଆମ ଟେକ୍ନିକାଲ୍ ଟିମ୍ ଯାଞ୍ଚ କରୁଛନ୍ତି । ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ଅଧିକ କିଛି କୁହାଯାଇପାରିବ ବୋଲି କହିଛନ୍ତି ଲାହୋର ପୋଲିସର ଡିଆଇଜି ଅପରେସନ୍ ଅବିଦ ଖାନ୍। ଏହି ବିସ୍ଫୋରଣ ପାଇଁ ୧.୫ କିଲାେଗ୍ରାମର ବିସ୍ଫୋରଣ ସାମଗ୍ରୀ ବ୍ୟବହାର କରାଯାଇଥିଲା । ପ୍ରାଥମିକ ରିପୋର୍ଟ ଅନୁଯାୟୀ ବିସ୍ଫୋରଣ ୧ଟା ୪୪ ମି.ରେ ହୋଇଥିଲା ବେଳେ ଗୋଟିଏ କୋଠା ଭାଙ୍ଗିବା ସହ ୮ଟି ମୋଟର ସାଇକେଲ୍ ପୋଡି ଯାଇଛି ।

ପଞ୍ଚାୟତ ରାଜନୀତିରେ ବିଦେଶ ସଫ୍ଟୱେର ଇଞ୍ଜିନିୟର

ନବରଙ୍ଗପୁର: ବିଦେଶ ଫେରନ୍ତା ସଫ୍ଟୱେର ଇଞ୍ଜିନିୟର ଜିଲ୍ଲା ପରିଷଦ ପ୍ରାର୍ଥୀ । ନବରଙ୍ଗପୁର ରାଜନୀତି ରେ ଶିକ୍ଷିତ ଯୁବକଙ୍କ ପ୍ରାର୍ଥୀପତ୍ର ଦାଖଲ । ଡକ୍ତରଙ୍କ ପରେ ବିଦେଶ ଫେରନ୍ତା ସଫ୍ଟୱେର ଇଞ୍ଜିନିୟର ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି। ନାମୀଦାମୀ କମ୍ପାନୀରେ ଚାକିରି କରି ଫେରିଥିବା ଜଣେ ବିଦେଶ ଫେରନ୍ତା ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଜିଲ୍ଲା ପରିଷଦ ଜୋନ-୨ରେ ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ରାଜନୀତି ଯୋଗୁ ବିଜେଡି ଓଡ଼ିଶାରେ ନିରବଚ୍ଛିନ୍ନ ଭାବେ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ୱ ହେଲା ଶାସନ କରିଆସୁଛନ୍ତି । ଯାହା ରତିକାନ୍ତଙ୍କୁ ଗଭୀର ପ୍ରଭାବିତ କରିଥିଲା । ତେଣୁ ବିଜେଡିରେ ଯୋଗଦାନ କରି ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇ ଥିବା କହିଛନ୍ତି । ଟଳିତ ପଞ୍ଚାୟତ ନିର୍ବାଚନରେ ଅଧିକରୁ ଅଧିକ ଯୁବପିଢୀ ସାମିଲ ହେଉଛନ୍ତି  ।

ଡିଏସ୍‌ପି ରାଙ୍କର ଅଧିକାରୀଙ୍କୁ କୋଭିଡ୍ ଅବଜର୍ଭର ଦାୟିତ୍ୱ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ କୋଭିଡ୍‌ ନିୟମକୁ କଡ଼ାକଡ଼ି ପାଳନ ଉପରେ ଜୋର୍ ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ନିର୍ବାଚନ ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟରେ କଟକଣା ଅନୁପାଳନକୁ ଜୋରଦାର କରାଯିବ । କମିଶନଙ୍କ ନିର୍ଦ୍ଦେଶରେ ବିଭିନ୍ନ ଜିଲ୍ଲାରେ ଡିଏସ୍‌ପି ରାଙ୍କର ଅଧିକାରୀଙ୍କୁ କୋଭିଡ୍ ଅବଜର୍ଭର ଭାବେ ନିଯୁକ୍ତି ଦିଆଯାଇଛି । ଗତ ୧୫ତାରିଖରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମ୍ମିଳନୀରେ ଏନେଇ ଆଲୋଚନା ହୋଇଥିଲା।

ଗତ ୧୭ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏହା ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ । ନାମାଙ୍କନ ପତ୍ର ଦାଖଲ ବେଳେ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି । କେତେକ ସ୍ଥାନରେ ପ୍ରାର୍ଥୀ ଓ ରାଜନୈତିକ ଦଳ ଗାଇଡ୍‌ଲାଇନ୍ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି । ତେଣୁ ନିୟମକୁ କଡ଼ାକଡ଼ି ସହ ପାଳନ କରିବାକୁ ଆୟୋଗଙ୍କ ସଚିବ ପୋଲିସ ଡ଼ିଜି ଓ ଆଇଜିଙ୍କୁ ଚିଠି ଲେଖିଛନ୍ତି ।

ସେପଟେ ଶେଷ ଦିନରେ ଅଧିକ ସଂଖ୍ୟକ ପ୍ରାର୍ଥୀପତ୍ର ଦାଖଲ କରାଯିବ । ଏହି ସମୟରେ ଯେପରି ଗହଳି ନହୁଏ ଓ ସର୍ବସାଧାରଣ ସ୍ଥାନରେ ସଭା ନ କରାଯାଏ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ପଞ୍ଚାୟତ ନିର୍ବାଚନକୁ ସଠିକ ଭାବେ ପରିଚାଳନା ନେଇ ମଧ୍ୟ ରାଜ୍ୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି  ।

ସେଲଫି ବିକି ୨୨ ବର୍ଷୀୟ ଯୁବକ ବନିଲେ କୋଟିପତି

ଜାକାର୍ତ୍ତା: ସେଲଫି ବିକ୍ରି କରି କ’ଣ କୋଟିପତି ବନିପାରିବେ? ଏଭଳି କଥା ଶୁଣିବାକୁ ଅଜିବ ଲାଗୁଥିଲେ ବି ସତ । ଇଣ୍ଡୋନେସିଆର ଜଣେ ୨୨ ବର୍ଷୀୟ ଯୁବକ ନିଜ ସେଲଫି ବିକ୍ରି କରି ଆୟ କରିଛନ୍ତି ୭ କୋଟିରୁ ଅଧିକ ଟଙ୍କା । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସମ୍ପୂର୍ଣ୍ଣ ଘଟଣା…

ଏକ ରିପୋର୍ଟ ଅନୁଯାୟୀ, ଏହି ୨୨ ବର୍ଷୀୟ ଯୁବକର ନାମ ସୁଲତାନ ଗୁସ୍ତାଫ ଅଲ ଗୋଜାଲି ବୋଲି ଜଣାପଡିଛି। ଯିଏକି ଜଣେ କମ୍ପ୍ୟୁଟର ସାଇନ୍ସ ଛାତ୍ର। ସୂଚନା ଅନୁସାରେ ସୁଲତାନ ୧୮ ବର୍ଷ ବୟସରେ ନିଜର ୧୦୦୦ ପାଖାପାଖି ସେଲଫି ଉଠାଇଥିଲେ।  ଫଟୋକୁ ବ୍ୟବହାର କରି ପରେ ଗୋଜାଲି ଏବ୍ରିଡେ ନାମରେ ଏକ ଭିଡ଼ିଓ ପ୍ରୋଜେକ୍ଟ ବନାଇଥିଲେ। ଆଉ ଏହି ପ୍ରୋଜେକ୍ଟ ଓ ଫଟୋ ଗୁଡିକୁ କିଣିଥିଲା NFT (Non-Fungible Token)।  ସାଧାରଣତଃ NFT ଏକ ଡିଜିଟାଲ୍ ଆଇଟମ୍ । ବ୍ଲକଚେନ୍ ଟେକ୍ନୋଲୋଜିର ବ୍ୟବହାର କରି କିଣାବିକା କରାଯାଇଥାଏ। ଏପରିକି କ୍ରିପ୍ଟୋକରେନ୍ସି ଓ ଏନଏଫଟି ସ୍ପେଶାଲାଇଜଡ୍ ପ୍ଲାଟଫର୍ମରେ କ୍ରୟ ବିକ୍ରୟ ହୋଇଥାଏ ।

ସୁଲତାନ ନିଜ ସେଲଫି ଗୁଡିକୁ କ୍ରିପ୍ଟୋକରେନ୍ସି ପାଇଁ ଏନଏଫଟିର ନିଲାମୀ ସାଇଟ୍ OpenSeaରେ ବିକ୍ରି କରିଥିଲେ । ଆଉ ଯାହାର ମୂଲ୍ୟ ୩ ଡଲାର ରଖିଥିବା ବେଳେ ଫଟୋ ଗୁଡିକୁ କିଣିଥିଲା NFT କଲେକ୍ଟର୍ସ।

ପରେ ଜଣେ ସେଲିବ୍ରିଟି ସେଫ୍ ଏହାକୁ କିଣିବା ସହ ପ୍ରମୋସନ୍ କରିଥିଲେ। ଲୋକଲୋଚନକୁ ଆସିବା ପରେ ୪୦୦ରୁ ଅଧିକ ଲୋକ ତାଙ୍କ ଫଟୋକୁ କିଣିଥିଲେ । ଏଥିରୁ ୨୨ ବର୍ଷୀୟ ସୁଲତାନ ଏତେ ଟଙ୍କା ପାଇଥିଲେ ଯେ ତାଙ୍କୁ ନିକଟରେ ଇନକମ୍ ଟ୍ୟାକ୍ସ ଭରିବାକୁ ପଡିଥିଲା ।

NFT କ’ଣ?

NFT ଏକ ଭିନ୍ନ ପ୍ରକାରର ଅପରିବର୍ତ୍ତନୀୟ ଡାଟା ଅଟେ । ଯାହା ୨୦୧୪ରେ ପ୍ରଥମେ ଲୋକଙ୍କ ନଜରକୁ ଆସିଥିଲା । ଏଥିରେ ଲୋକମାନେ କ୍ରିପ୍ଟୋକରେନ୍ସିର ବ୍ୟବହାର କରି ଅରିଜନାଲ୍ କପି ଡିଜିଟାଲ୍ ଆର୍ଟର କ୍ରୟ ବିକ୍ରୟ କରିଥାନ୍ତି । ସବୁ ଡିଜିଟାଲ୍ ଆର୍ଟର ଏକ ୟୁନିକ୍ କୋର୍ଡ ରହିଥାଏ।