spot_img
Home Blog Page 4677

ସୁବର୍ଣ୍ଣପୁରରେ ବଢ଼ୁଛି ବିଦେଶୀ ପକ୍ଷୀଙ୍କ ଆଗମନ; ବିରଳ ପ୍ରଜାତିକୁ ଦେଖିବାକୁ ଜମୁଛି ଭିଡ଼

0

ସୁବର୍ଣ୍ଣପୁର: ବିଦେଶୀ ପକ୍ଷୀଙ୍କ ଆଗମନ । ଅନୁକୂଳ ଜଳବାୟୁ ପାଇଁ ସାଇବେରିଆ ପକ୍ଷୀଙ୍କ ସମାଗମରେ ସୌନ୍ଦର୍ଯ୍ୟମୟ ହୋଇଛି ମହାନଦୀ ପଠା । ହଜାର ହଜାର ସଂଖ୍ୟାରେ ଉତ୍ତର ଆମେରିକା ଓ ସାଇବେରିଆର ଏଠାରେ ପକ୍ଷୀଙ୍କୁ ଦେଖିବାକୁ ମିଳିଛି । ବିରଳ ପ୍ରଜାତିର ପକ୍ଷୀଙ୍କୁ ଦେଖିବାକୁ ପକ୍ଷୀପ୍ରେମୀଙ୍କ ସୁଅ ଛୁଟୁଛି । ଶୀତରେ ସୌନ୍ଦର୍ଯ୍ୟମୟ ସୁବର୍ଣ୍ଣପୁର । ବିଦେଶାଗତ ପକ୍ଷୀଙ୍କ ଆଗମନ । ଆକର୍ଷଣ କରୁଛି ପ୍ରାକୃତିକ ପରିବେଶ ଓ ଜଳବାୟୁ । ବିଦେଶୀ ପକ୍ଷୀଙ୍କ କଳରାବରେ ଗୁଞ୍ଜରିତ ହେଉଛି ମହାନଦୀ ଓ ତେଲନଦୀ ଅବବାହିକା । ଶୀତୁଆ ସକାଳକୁ ଆହୁରି ଆକର୍ଷିତ କରୁଛନ୍ତି ଉତ୍ତର ଆମେରିକା ଓ ସାଇବେରିଆକୁ ଉଡିଆଥିବା ପକ୍ଷୀ । କମନ ମାର୍ଗନ୍ସର, ରୁଡି ଶେଲଡକ, ରେଡ୍ କ୍ରେଷ୍ଟେଡ୍ ପୋଚାର୍ଡ, ରୋଜି ଷ୍ଟର୍ଲିଙ୍ଗ ଆଦି ବିରଳ ପ୍ରଜାତିର ପକ୍ଷୀଙ୍କ ସମାଗମ ହୋଇଥିବା ବେଳେ ଏମାନଙ୍କୁ ଦେଖିବାକୁ ପକ୍ଷୀପ୍ରେମୀଙ୍କ ସୁଅ ଛୁଟୁଛି ।

ଅନୁକୂଳ ଜଳବାୟୁ ପାଇଁ ଜିଲ୍ଲାରେ ବଢୁଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା । ପ୍ରାୟ ୨୨୦ ପ୍ରଜାତିର ହଜାର ହଜାର ପକ୍ଷୀଙ୍କୁ ଗଣନା କରାଯାଇଛି । ସେପଟେ ଏହି ପକ୍ଷୀଙ୍କୁ ସୁରକ୍ଷା ଦେବାକୁ ପକ୍ଷୀପ୍ରେମୀ ଓ ପରିବେଶବିତ୍ ବାଦି କରିଥିବା ବେଳେ ବନ ବିଭାଗ ସୁରକ୍ଷା ଦେବାକୁ ଅଣ୍ଟା ଭିଡିଛି । ବିଦେଶାଗତ ପକ୍ଷୀ ପାଇଁ ସୌନ୍ଦର୍ଯ୍ୟମୟ ମହାନଦୀ ପଠା । ତେବେ ଏମାନଙ୍କ ସୁରକ୍ଷା ପାଇଁ ଜନସଚେତତନା ଜରୁରୀ ହୋଇପଡିଛି ।

ମହିଳାଙ୍କୁ ସ୍ୱାବଲମ୍ୱୀ କରିଛି ମିଶନ ଶକ୍ତି: ଛତୁଆ ପ୍ରସ୍ତୁତ କରି ହୋଇପାରଛନ୍ତି ରୋଜଗାରକ୍ଷମ

ବାରିପଦା: ମିଶନଶକ୍ତିରେ ମହିଳା ସ୍ୱାବଲମ୍ୱୀ । ରାଜ୍ୟ ସରକାରଙ୍କ ସହଯୋଗରେ ରୋଜଗାରକ୍ଷମ ହୋଇଛନ୍ତି ମହିଳା । ମୟୂରଭଞ୍ଜ ଜିଲ୍ଲା ବେତନଟିରେ ମାଆ ସନ୍ତୋଷୀ ଏସଏଚଜି ଗ୍ରୁପ ଛତୁଆ ପ୍ରସ୍ତୁତ କରି ନିଜେ ଆତ୍ମନିର୍ଭର ହେବା ସହିତ ଅନ୍ୟମାନଙ୍କୁ ରୋଜଗାରର ରାସ୍ତା ଦେଖାଇଛନ୍ତି ।

ମିଶନଶକ୍ତିରେ ମହିଳା ସଶକ୍ତ । ଛତୁଆ ପ୍ରସ୍ତୁତ କରି ସ୍ୱାବଲମ୍ୱୀ । କଠିନ ପରିଶ୍ରମ ଆଜି ମହିଳାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଛି । ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଆତ୍ମନିର୍ଭର ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ତୁଳସୀଚଉରା ଗାଁର ମହିଳାମାନେ । ଏସଏଚଜି ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ଓ ଛତୁଆ ପ୍ରସ୍ତୁତ କରି ଦୁଇ ପଇସା ରୋଜଗାର କରୁଛନ୍ତି ।

ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପରାମର୍ଶରେ ୨୦୧୧ ମସିହାରୁ ମହିଳାମାନେ ଛତୁଆ ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ମିଶନଶକ୍ତି, ମାଆ ସନ୍ତୋଷୀ ସ୍ୱଂୟ ସହାୟକ ଗୋଷ୍ଠୀକୁ ସହଯୋଗ କରୁଛି । ଛତୁଆ ପ୍ରସ୍ତୁତ ପାଇଁ ମେସିନ ସହ ଆବଶ୍ୟକ ସରଞ୍ଜାମ ମଧ୍ୟ ଯୋଗାଇ ଦେଇଛି । ତେବେ ପ୍ରସ୍ତୁତ ପୁଷ୍ଟିକର ଖାଦ୍ୟକୁ ବିକ୍ରି ଲାଭବାନ ହେଉଛନ୍ତି ମହିଳା । ଜିଲ୍ଲାର ୫୭ଟି ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଛତୁଆ ପ୍ରସ୍ତୁତ କରୁଛନ୍ତି । ଆଉ ଏହି ଛତୁଆକୁ ଜିଲ୍ଲାର ଶିଶୁ ଓ ଗର୍ଭବତୀମାନଙ୍କୁ ଯୋଗାଇ ଦିଆଯାଉଛି ।

ଦେଢ଼ କେଜି ସୁନା ଚୋରି ମାମଲା: ପିଅନ୍‌କୁ ଗିରଫ କଲା ପୋଲିସ

କୋରାପୁଟ: ଲକ୍ଷ୍ମୀପୁର ଷ୍ଟେଟବ୍ୟାଙ୍କରୁ ୧ କେଜି ୬୧୦ଗ୍ରାମ ସୁନା ଚୋରି ମାମଲା। ଚୋରି ସୁନା ଉଦ୍ଧାର କରିବା ସହ ମୁଖ୍ୟ ଅଭିଯୁକ୍ତ ଶେଖର କୁଲଦୀପଙ୍କୁ ଗିରଫ କରିଛି ପୋଲିସ । ଲକ୍ଷ୍ମୀପୁର ଏସବିଆଇ ଶାଖାରେ ୨୦୧୪ରୁ ୨୦୨୧ ଯାଏଁ ଅସ୍ଥାୟୀ ପିଅନ ଭାବେ କାମ କରୁଥିଲେ ଶେଖର। ସେତେବେଳେ ବ୍ୟାଙ୍କରେ ସୁନା କେଉଁଠି ରଖାଯାଉଥିଲା, ସେକଥା ଶେଖର ଜାଣିଥିଲେ। ଗତବର୍ଷ ନଭେମ୍ବର ୩୦ତାରିଖରେ ବ୍ୟାଙ୍କରେ ସୁନା ଚୋରି କରିଥିବା ବେଳେ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଗତ ୧୪ତାରିଖରେ ଲକ୍ଷ୍ମୀପୁର ଥାନାରେ ଏତଲା ଦିଆଯାଇଥିଲା।

ଡଗ୍ ସ୍କ୍ୱାର୍ଡ ଓ ସିସିଟିଭି ଫୁଟେଜ୍‌ ଆଧାରରେ ଅଭିଯୁକ୍ତ ଶେଖର କୁଲଦୀପଙ୍କୁ ନାରାୟଣପାଟଣାରୁ ଗିରଫ କରିଛି । ତାଠାରୁ ପ୍ରାୟ ୧କେଜି ୨୦୦ଗ୍ରାମ ସୁନା ଉଦ୍ଧାର କରଯାଇଛି । ଏଥିସହ ନଗଦ ୨ଲକ୍ଷ ୯୫ହଜାର ଟଙ୍କା ଜବତ କରାଯାଇଛି । ଶେଖରଙ୍କ ଘରକୁ ମଧ୍ୟ ସିଜ୍ କରାଯାଇଛି । ମାମଲାରେ ଅନ୍ୟ କିଏ ସାମିଲ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି ।

ଏଥିସହିତ ପଢ଼ନ୍ତୁ: ଆସନ୍ତାକାଲି ଓଡ଼ିଶା ଆସିବ ଓମିସିୟୋର, ଆଉ ଦରକାର ପଡ଼ିବନି ଜେନମ ସିକ୍ୱେନ୍ସିଂ

ବିରାଟଙ୍କ ପରେ କିଏ ଧରିବ ଟେଷ୍ଟର ମଙ୍ଗ? କେଉଁ ଖେଳାଳି ଅଛନ୍ତି କ୍ୟାପଟେନ ରେସରେ ଜାଣନ୍ତୁ…

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ କ୍ରିକେଟ ଇତିହାସର ସବୁଠାରୁ ସଫଳ ଅଧିନାୟକ ବିରାଟ କୋହଲି ଛାଡିଛନ୍ତି ଟେଷ୍ଟ ଦଳର ଅଧିନାୟକ ପଦ । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ୨-୧ରେ ଭାରତ ପରାଜିତ ହେବା ପରେ ଅଧିନାୟକ ପଦ ଛାଡିଛନ୍ତି କୋହଲି । ଟି-୨୦ରେ ଅଧିନାୟକ ପଦ ଛାଡିବା ପରେ ଦିନିକିଆ ଅଧିନାୟକ ପଦରୁ ବିରାଟଙ୍କୁ ହଟାଇ ଦିଆଯାଇଥିଲା । ଆଉ ଏବେ ଟେଷ୍ଟ ଦଳର ଅଧିନାୟକ ପଦ ମଧ୍ୟ ସେ ଛାଡିଛନ୍ତି । ବିରାଟ କୋହଲି ଟେଷ୍ଟରେ ଅଧିନାୟକ ପଦ ଛାଡିବା ପରେ ବିସିସିଆଇ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।

ଅନିଲ କୁମ୍ବଲେ ଓ ମହେନ୍ଦ୍ର ସିଂ ଧୋନିଙ୍କ ପରି କୋହଲି ଟେଷ୍ଟରୁ ଅଧିନାୟକ ପଦ ଛାଡିବା ପରେ ବିସିସିଆଇ ପାଖରେ ଏମିତି କୌଣସି ବିକଳ୍ପ ଖେଳାଳି ନାହାନ୍ତି ଯାହାଙ୍କ ଉପରେ ଦୀର୍ଘ ସମୟ ପାଇଁ ଟେଷ୍ଟ ଦଳର ଅଧିନାୟକ ପଦ ନ୍ୟସ୍ତ କରିପାରିବେ । ଯଦିଓ ଏବେବି ଦଳରେ ଏମିତି କିଛି ଖେଳାଳି ଅଛନ୍ତି ଯିଏକି ଅଧିନାୟକ ହେବାର ରେସରେ ଅଛନ୍ତି । ତେବେ ଆସନ୍ତୁ ଜାଣିବା ଟେଷ୍ଟ ଦଳର ଅଧିନାୟକ ରେସ୍ କେଉଁ କେଉଁ ଖେଳାଳି ରହିଛନ୍ତି ।

ରୋହିତ ଶର୍ମା: ଟି-୨୦ ଓ ଦିନିକିଆରେ ଅଧିନାୟକ ପଦ ଛାଡିବା ପରେ ରୋହିତ ଶର୍ମାଙ୍କୁ ହ୍ୱାଇଟ ବଲ କ୍ରିକେଟର ଅଧିନାୟକ ଭାବେ ନିୟୋଜିତ କରାଯାଇଥିଲା । ଏଥିସହ ଟେଷ୍ଟ ଦଳର ଉପ-ଅଧିନାୟକ ପଦ ମଧ୍ୟ ରୋହିତଙ୍କୁ ମିଳିଥିଲା । ଏହି ପ୍ରକ୍ରିୟାରେ ଅଧିନାୟକଙ୍କ ପରେ ଉପ-ଅଧିନାୟକଙ୍କୁ ଅଧିନାୟକ ପଦ ମିଳିଥାଏ ଅର୍ଥାତ ରୋହିତ ଶର୍ମାଙ୍କୁ ଅଧିନାୟକ ପଦ ମିଳିବ । ଏଥିସହ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ରେକର୍ଡ ମଧ୍ୟ ଭଲ ରହିଛି । ଏହା ସହିତ ବିଗତ ଦୁଇ ବର୍ଷ ମଧ୍ୟରେ ଟେଷ୍ଟ ଖେଳାଳି ଭାବରେ ରୋହିତ ଦମଦାର ପ୍ରଦର୍ଶ କରି ଆସିଛନ୍ତି । ବିରାଟ କୋହଲି ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଚାଲୁଥିବା ମଧ୍ୟରେ ଅଧିନାୟକ ପଦ ଛାଡିଛନ୍ତି । ତେଣୁ ଏହି ଟୁର୍ଣ୍ଣାମେଣ୍ଟ ଶେଷ ହେବା ପର୍ଯ୍ୟନ୍ତ ରୋହିତଙ୍କୁ ଅଧିନାୟକ ପଦ ମିଳିପାରେ । କିନ୍ତୁ ରୋହିତଙ୍କ ପାଇଁ ତାଙ୍କ ବୟସ ବାଧକ ହେବାକୁ ଯାଉଛି । କାରଣ ବର୍ତ୍ତମାନ ରୋହିତ ୩୪ ବର୍ଷ ବୟସର ଅଟନ୍ତି ଏବଂ ରୋହିତଙ୍କ ସହ ପ୍ରାୟତଃ ଫିଟନେସକୁ ନେଇ ସବୁବେଳେ ଏକ ଦ୍ୱନ୍ଦ ରହିଥାଏ । ରୋହିତଙ୍କର ଏହା ହେଉଛି ସବୁଠାରୁ ବଡ଼ ପ୍ରତିବନ୍ଧକ । ତେଣୁ ଏସବୁକୁ ଧ୍ୟାନରେ ରଖି ବିସିସିଆଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରେ ।

କେଏଲ ରାହୁଲ: ୩୦ ବର୍ଷିଆ କେଏଲ ରାହୁଲ ଭାରତୀୟ ଦଳର ଫ୍ୟୁଚର କ୍ୟାପଟେନ ବୋଲି ବିଶ୍ୱାସ କରାଯାଉଛି । ଟି-୨୦ ଓ ଦିନିକିଆରେ ତାଙ୍କୁ ରୋହିତ ଶର୍ମାଙ୍କ ଡେପୁଟି ଭାବରେ ନିଯୁକ୍ତି ଦିଆଯାଇଛି । ଏଥିସହ ଟେଷ୍ଟରେ ମଧ୍ୟ ବିରାଟ ଓ ରୋହିତଙ୍କ ଅନୁପସ୍ଥିତିରେ ରାହୁଲଙ୍କ ପାଖରେ ଦାୟିତ୍ୱ ରହିଥାଏ । କେଏଲ ରାହୁଲଙ୍କ ପାଖରେ ବୟସ ମଧ୍ୟ ରହିଛି ଏବଂ ଖେଳାଳି ଭାବରେ ମଧ୍ୟ ରାହୁଲ ଜଣେ ଅନୁଭବୀ ଖେଳାଳି ମଧ୍ୟ । ତେଣୁ ରାହୁଲଙ୍କୁ ମଧ୍ୟ ଟେଷ୍ଟ ଦଳର ଅଧିନାୟକ କରିବାକୁ ଚିନ୍ତା କରିପାରେ ବିସିସିଆଇ ।

ରବିଚନ୍ଦ୍ରନ ଅଶ୍ୱିନୀ: ଟେଷ୍ଟ ଦଳର ଅଧିନାୟକ ରେସରେ ମଧ୍ୟ ଅଛନ୍ତି ଭାରତୀୟ ଦଳର ସିନିଅର ଖେଳାଳି ରବିଚନ୍ଦ୍ରନ ଅଶ୍ୱିନୀ । ଯେତେବେଳେ ରାହୁଲ ଦ୍ରାବିଡ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦ ଛାଡିଥିଲେ ସେତେବେଳେ ବିସିସିଆଇ ତୁରନ୍ତ ଅନିଲ କୁମ୍ବଲେଙ୍କୁ ଅଧିନାୟକ ଭାବରେ ନିଯୁକ୍ତି କରିଥିଲେ । ସେ ସମୟରେ କୁମ୍ବଲେଙ୍କ ଅଧିନାୟକତ୍ୱରେ ଭାରତ ଦମଦାର ପ୍ରଦର୍ଶନ କରିଥିଲା । ଠିକ୍ ସେହିପରି ବିସିସିଆଇ ମଧ୍ୟ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ପରି ଅନୁଭବୀ ଖେଳାଳିଙ୍କୁ ଅଧିନାୟକ ପଦରେ ନିଯୁକ୍ତି ଦେଇପାରେ । କିନ୍ତୁ ରୋହିତଙ୍କ ପରି ଅଶ୍ୱିନୀଙ୍କ ପାଇଁ ପ୍ରତିବନ୍ଧକ ସାଜୁଛି ତାଙ୍କ ବୟସ । ଏଥିସହ ବିଦେଶୀ ମାଟିରେ ତାଙ୍କ ବୋଲିଂ ରେକର୍ଡ ମଧ୍ୟ ଭଲ ନାହିଁ । ତେଣୁ ଯଦି ଅଧିନାୟକ ଭାବରେ ଅଶ୍ୱିନୀ ଖେଳନ୍ତି ତେବେ ବିଦେଶୀ ମାଟିରେ ଆଉ ଏକ ସ୍ପିନର ଖେଳାଇବା ସହଜ ହେବ ନାହିଁ ।

ଋଷଭ ପନ୍ତ: ଟେଷ୍ଟରେ ଅଧିନାୟକ ରେସରେ ଏକ ନୂଆ ନାମ ଯୋଡି ହୋଇଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେ ହେଉଛନ୍ତି ଭାରତୀୟ ଦଳର ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ । ପୂର୍ବତନ ଭାରତୀୟ କ୍ରିକେଟର ସୁନିଲ ଗାଭାସ୍କର ଓ ଯୁବରାଜ ସିଂ ଋଷଭ ପନ୍ତଙ୍କୁ ଅଧିନାୟକ କରିବା ପାଇଁ କହିଛନ୍ତି । ସୁନିଲ ଗାଭାସ୍କର କହିଛନ୍ତି କି ଯଦି ଋଷଭ ପନ୍ତଙ୍କୁ ଅଧିନାୟକ ଭାବରେ ନିଯୁକ୍ତି କରାଯାଏ ତେବେ ତାଙ୍କ ଖେଳରେ ମଧ୍ୟ ସୁଧାର ଆସିବ ଏବଂ ଦୀର୍ଘ ସମୟ ଧରି ଦଳ ସହ ରହିପାରିବେ । କିନ୍ତୁ ୨୪ ବର୍ଷିୟ ଋଷଭ ପନ୍ତଙ୍କୁ ଏବେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ମିଳିବା କଷ୍ଟକର ହେବ । ଯଦିଓ ସେ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଅଧିନାୟକତ୍ୱ କରି ଦମଦାର ପ୍ରଦର୍ଶନ କରିଥିଲେ । କିନ୍ତୁ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଭାବରେ ତାଙ୍କ ଏବେ ନିଯୁକ୍ତି ଦେବା ବିସିସିଆଇ ପକ୍ଷରେ କଷ୍ଟକର ହୋଇପାରେ ।

ଜଶପ୍ରୀତ ବୁମ୍ରା: ଭାରତୀୟ କ୍ରିକେଟ ଟିମର ଅଧିନାୟକ କୌଣସି ବୋଲରଙ୍କ ପାଖରେ ରହିବା ବହୁତ କମ୍ ଦେଖାଯାଇଛି । କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ଦଳର ଉପ-ଅଧିନାୟକ ପଦ ଜଶପ୍ରୀତ ବୁମ୍ରାଙ୍କୁ ମିଳିଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବିଗତ ଚାରି ପାଞ୍ଚ ବର୍ଷ ମଧ୍ୟରେ ବୁମ୍ରା ଭାରତ ପାଇଁ ଦମଦାର ପ୍ରଦର୍ଶନ କରି ଆସୁଛନ୍ତି । ଯାହା ଫଳରେ ସେ ଭାରତୀୟ ଦଳର ମୁଖ୍ୟ ବୋଲର ଭାବରେ ଦଳରେ ରହିଛନ୍ତି । ଏପରି ସ୍ଥିତିରେ ବିସିସିଆଇ ଜଶପ୍ରୀତ ବୁମ୍ରାଙ୍କୁ ମଧ୍ୟ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଭାବରେ ଦାୟିତ୍ୱ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

ବିଜେଡିରେ ମିଶିଲେ ବହଳଦାର ପୂର୍ବତନ ବିଧାୟକ ଓ ବୌଦ୍ଧ ପୂର୍ବତନ ଜିଲ୍ଲା ପରିଷଦ

ଭୁବନେଶ୍ୱର: ବଢିଲା ବିଜେଡି ବଳ । ବିଜେଡିରେ ଯୋଗଦେଲେ ମୟୂରଭଞ୍ଜ ଜିଲ୍ଲା ବହଳଦାର ପୂର୍ବତନ ବିଧାୟକ ଲକ୍ଷ୍ମଣ ସୋରେନ । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ମିଶିଲେ । ଲକ୍ଷ୍ମଣ ସୋରେନଙ୍କୁ ବିଧିବଦ୍ଧ ଭାବେ ସ୍ୱାଗତ କରିଛନ୍ତି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ବିଜେପିରୁ ୨୦୦୦ ମସିହାରେ ୨୧ ଶହ ଅଧିକ ଭୋଟରେ ଜିତିଥିଲେ । ୨୦୦୪ରୁ ବିଜେପି ଟିକେଟ ନପାଇବାରୁ କଂଗ୍ରେସରୁ ଲଢ଼ି ପରାଜିତ ହୋଇଥିଲେ । ପୁଣି ସେହି ୨୦୦୪ରେ ସେ ବିଜେପିକୁ ଫେରିଥିଲେ । କିନ୍ତୁ ଏହା ପରଠାରୁ ବିଜେପି ତାଙ୍କୁ ଆଉ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇ ନଥିଲା । ଯେଉଁଥିପାଇଁ ସେ ବିଜେପି ଛାଡ଼ିଛନ୍ତି ।

ସେହିପରି ବୌଦ୍ଧର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁଧୀର ମହାକୁଡ଼ କଂଗ୍ରେସ ଛାଡ଼ି ବିଜେଡିର ମିଶିଛନ୍ତି । ବୌଦ୍ଧ ଜିଲ୍ଲା କଂଗ୍ରେସ ସଭାପତି ମଧ୍ୟ ଥିଲେ ସୁଧୀର । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଛନ୍ତି । କଂଗ୍ରେସର ସଂଗଠନ ଦୁର୍ବଳ ହେଉଥିବା ବେଳେ କେହି ଏହାର ସଂଗଠନକୁ ସୁଦୃଢ଼ କରିବାକୁ ଚାହୁଁନାହାନ୍ତି । ଯେଉଁଥି ପାଇଁ ସମର୍ଥକଙ୍କ ସହ କଂଗ୍ରେସ ଛାଡି ସୁଧୀର ମହାକୁଡ଼ ବିଜେଡିରେ ମିଶିଛନ୍ତି । ବିଜେଡିରେ ସେମାନଙ୍କର ରାଜନୈତିକ ଆଦର ସମ୍ମାନ ଅକ୍ଷୂଣ୍ଣ ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ଦିନିକିଆ ନୂଆପଡ଼ା ଗସ୍ତରେ ଡିଜିପି, ମାଓ ଓ ଆଇନ ଶୃଙ୍ଖଳା ସ୍ଥିତିକୁ କଲେ ସମୀକ୍ଷା

ନୂଆପଡ଼ା: ଦିନିକିଆ ନୂଆପଡା ଗସ୍ତରେ ଡିଜିପି ସୁନିଲ ବଂଶଲ । ନୂଆପଡ଼ା ଜିଲ୍ଲାର ମାଓ ସ୍ଥିତି ଓ ଆଇନଶୃଙ୍ଖଳା ନେଇ ସମୀକ୍ଷା କରିଛନ୍ତି ପୋଲିସ ଡିଜି । ଜିଲ୍ଲାର ଗୌତମା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ନୂଆପଡା ଏସ୍ପିଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକରେ ଯୋଗଦେଇଥିଲେ ଡିଜିପି । ଏହି ବୈଠକରେ ନୂଆପଡା ଏସପି ପ୍ରତ୍ୟୁଷ ଦିବାକରଙ୍କ ସମେତ ଗୁଇନ୍ଦା ନିର୍ଦେଶକ ଲଳିତ ଦାସ, IG ଅପରେସନ ଅମିତାଭ ଠାକୁର, DIG ଅନିରୂଢ ସିଂଙ୍କ ସହ ଜିଲ୍ଲାର ଛତିଶଗଡ଼ ସୀମା ଓ ସୀମାବର୍ତୀ ଗାଁରେ ମାଓ ଗତିବିଧିର ସମୀକ୍ଷା କରିଛନ୍ତି । ଆଗକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଆଇନ ଶୃଙ୍ଖଳା ଉପରେ ଆଲୋଚନା ଓ ସମୀକ୍ଷା କରିଥିଲେ । ଜିଲ୍ଲାର ଛତିଶଗଡ଼ ସୀମାରେ ଗତ ୧୦ ତାରିଖ ଦିନ ଯବାନଙ୍କ ମାଓ ମୁକାବିଲାକୁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ହେବ । ୧୦ ତାରିଖରେ ହୋଇଥିବା ମାଓ ମୁକାବିଲାରେ ମାଓବାଦୀଙ୍କ କେତେ କ୍ଷତି ହୋଇଛି ତା’ର ଗୁଇନ୍ଦା ରିପୋର୍ଟ ଆସିଲେ ଜଣାପଡିବ ବୋଲି ସୂଚନା ଦେଇଛନ୍ତି ଡିଜିପି ସୁନୀଲ ବଂଶଲ ।

 

 

 

ଆସନ୍ତାକାଲି ଓଡ଼ିଶା ଆସିବ ଓମିସିୟୋର, ଆଉ ଦରକାର ପଡ଼ିବନି ଜେନମ ସିକ୍ୱେନ୍ସିଂ

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସିବ ଓମିକ୍ରନ୍ କିଟ୍‌ ଓମିସିୟୋର । ପ୍ରଥମ ପର୍ଯ୍ୟାୟର କିଛି କିଟ୍‌ ସୋମବାର ଓଡ଼ିଶାରେ ପହଞ୍ଚିବ । ଟାଟା ଏମଡି ଓଡ଼ିଶାକୁ ଏହି କିଟ୍‌ ଦେବ । ୫ ଲକ୍ଷ ଓମିସିଓର କିଟ ଆଣିବା ପାଇଁ ଅର୍ଡର ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଓମିକ୍ରନ ଭୂତାଣୁ ଚିହ୍ନଟ କରିବ ଏହି ଓମିସିୟୋର କିଟ୍ । ଆଉ ଜିନମ ସିକ୍ବେନ୍ସିଂ କରିବା ଆବଶ୍ୟକ ପଡିବନି । ଓମିକ୍ରନର ଲକ୍ଷଣ ଥିଲେ ସଙ୍ଗେ ସଙ୍ଗେ ଏହି କିଟ୍‌ରେ ଟେଷ୍ଟ କଲେ ଓମିକ୍ରନ ଭୂତାଣୁ ଚିହ୍ନଟ ହେବ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । କିଛି ଦିନ ତଳେ ଓମିକ୍ରନ ସହ ଲଢ଼ିବା ପାଇଁ ଟାଟା ପ୍ରସ୍ତୁତ କରିଥିବା ଟେଷ୍ଟିଂ କିଟ୍ ଓମିସିୟୋରକୁ ମଞ୍ଜୁରୀ ପ୍ରଦାନ କରିଥିଲା ଆଇସିଏମଆର । ଆଉ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଓମିସିୟୋର କିଟ୍ କିଣିବା ପାଇଁ ଅର୍ଡର ଦେଇଥିଲା।

ବିଦେଶ ରପ୍ତାନି ହେବ ଭାରତୀୟ କ୍ରୁଜ୍ ମିସାଇଲ ବ୍ରହ୍ମୋସ, ଫିଲିପାଇନ୍ସ ସହ ୩୭୪ ନିୟୁତ ଡଲାରର ଚୁକ୍ତି

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷାରେ ନୂଆ ଅଧ୍ୟାୟ । ପ୍ରଥମ ଥର ଲାଗି କ୍ରୁଜ ମିସାଇଲ ବ୍ରହ୍ମୋସ କ୍ଷେପଣାସ୍ତ୍ରର ହେବ ରପ୍ତାନି । ଫିଲିପାଇନ୍ସ ସହ ହୋଇଥିବା ୩୭୪ ନିୟୁତ ଡଲାର ପ୍ରତିରକ୍ଷା ଚୁକ୍ତି ଅନୁସାରେ ଭାରତ ଏହି କ୍ଷେପଣାସ୍ତ୍ର ରପ୍ତାନି କରିବ । ଯୁଦ୍ଧଜାହାଜ ବିଧ୍ୱଂସୀ ଏହି କ୍ଷେପଣାସ୍ତ୍ରର ଅତ୍ୟାଧୁନିକ କାରିଗରୀ ଦେଖି ଫିଲିପାଇନସ ଭାରତ ସହ ପ୍ରତିରକ୍ଷା ଚୁକ୍ତି କରିଥିଲା । ଏହି କ୍ଷେପଣାସ୍ତ୍ର ହାସଲ କଲେ ଫିଲିପାଇନସ ନୌସେନା ପ୍ରତିରକ୍ଷା କ୍ଷେତ୍ରରେ ଶକ୍ତିଶାଳୀ ହେବ ।

ଚୁକ୍ତି ଅନୁସାରେ ଫିଲିପାଇନ୍ସକୁ ଭାରତ ଇଣ୍ଟିଗ୍ରେଟେଡ ଲଜିଷ୍ଟିକ୍ସ ସପୋର୍ଟ ବି ଦେବ । ଋଷିଆର ସହଭାଗିତାରେ ଭାରତ ବ୍ରହ୍ମୋସ କ୍ରୁଜ ମିସାଇଲ ନିର୍ମାଣ କରୁଛି । ଯାହାକି ବୁଡାଜାହାଜ, ଜାହାଜ, ବିମାନ ବା ଅନ୍ୟ କୌଣସି ସ୍ଥଳବିଶେଷରୁ ଏହାକୁ ନିକ୍ଷେପ କରାଯାଇପାରିବ । ଏହି ରପ୍ତାନି ଭାରତର ପ୍ରଥମ ପ୍ରତିରକ୍ଷାଭିତ୍ତିକ ରପ୍ତାନିର ମାନ୍ୟତା ଲାଭ କରିଛି । ବିଭିନ୍ନ ବନ୍ଧୁ ଓ ସମଭାବାପନ୍ନ ରାଷ୍ଟ୍ରଗୁଡିକୁ ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କରିଆସୁଛି ଭାରତ । ବ୍ରହ୍ମୋସ କ୍ଷେପଣାସ୍ତ୍ର କିଣିବା ଲାଗି ଭିଏତନାମ ଓ ଇଣ୍ଡୋନେସିଆ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି ।

ଚୀନକୁ ଗୋପନ ତଥ୍ୟ ଯୋଗାଇବା ପଡ଼ିଲା ମହଙ୍ଗା, ରାଜୀବ ଶର୍ମାଙ୍କ ୪୮ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ଚୀନକୁ ଗୋପନ ତଥ୍ୟ ଦେଉଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ । ଗିରଫ ସାମ୍ବାଦିକ ରାଜୀବ ଶର୍ମାଙ୍କ ୪୮ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଥ ଚାଲାଣ ନିରାକରଣ ଆଇନ ଅନୁସାରେ ନୂଆଦିଲ୍ଲୀସ୍ଥିତ ପୀତମପୁରାସ୍ଥିତ ରାଜୀବଙ୍କ ଆବାସିକ ସମ୍ପତ୍ତିକୁ ଇଡି ଜବତ କରିଛି । ଆଇପିସିର ବିଭିନ୍ନ ଧାରା ଓ ସରକାରୀ ଗୋପନୀୟତା ଆଇନ ଅନୁସାରେ ଗୁଇନ୍ଦାଗିରି ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ ମାମଲା ଦାୟର କରିଥିଲା । ଦୀର୍ଘଦିନ ଧରି ରାଜୀବ ଚୀନର ଗୁଇନ୍ଦା ଅଧିକାରୀଙ୍କୁ ଦେଶର ନିରାପତ୍ତା ଓ ଜାତୀୟ ସ୍ୱାର୍ଥ ସମ୍ବଳିତ ସ୍ପର୍ଶକାତର ତଥ୍ୟ ଯୋଗାଇ ଆସୁଥିଲେ ।

ଏହି ବାବଦରେ ସେ ଅର୍ଥ ଲାଭ କରୁଥିବା ନେଇ ଅଭିଯୋଗ ହୋଇଥିଲା । ତଦନ୍ତରୁ ଜଣାପଡ଼ିଥିଲା ଯେ, ଚୀନର ଝାଙ୍ଗ ଚେଙ୍ଗ ଓରଫ ସୂରଜ, ଝାଙ୍ଗ ଲେକ୍ସିଆ ଓରଫ ଉଷା ଓ କ୍ୱିଙ୍ଗ ସି ନାମକ ୩ ଜଣ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ଏକ ତଥାକଥିତ କମ୍ପାନୀ ଜରିଆରେ ଏହି ଅର୍ଥ ରାଜୀବଙ୍କୁ ଦିଆଯାଇଥିଲା । ଅନ୍ୟ ୨ ଜଣ ନେପାଳୀ ନାଗରିକ ମଧ୍ୟ ଏଥିରେ ସମ୍ପୃକ୍ତ ଥିଲେ । ଚୀନର ଗୁଇନ୍ଦା ସଂସ୍ଥାର ସ୍ୱାର୍ଥ ଅନୁସାରେ ଏମାନେ ସମସ୍ତେ ପରିଚାଳିତ ଥିଲେ । ତଥ୍ୟ ବଦଳରେ ରାଜୀବଙ୍କ ଜଣେ ସାଙ୍ଗଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯାଉଥିଲା କିମ୍ବା ଲୋକଙ୍କ ଜରିଆରେ ଟଙ୍କା ପଠାଯାଉଥିଲା । ରାଜୀବଙ୍କ ଲାଗି ବିଦେଶ ଯାତ୍ରାର ବ୍ୟବସ୍ଥା ବି କରାଯାଉଥିବା ଜଣାଯାଇଛି । ନୂଆଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟରେ ଇଡି ଏକ ଚାର୍ଜସିଟ ଦାଖଲ କରିଛି ।

ନୂଆପଡ଼ାର ବାଘ ଆତଙ୍କ, ଗାଈକୁ ଟାଣିନେଲା

ନୂଆପଡା: ଗାଈକୁ ଟାଣିନେଲା ବାଘ । କୁଟରେଙ୍ଗାପଡ଼ାରେ ବାଘ ଆତଙ୍କ । ମହାବଳ ବାଘ ଗାଈ ଶିକାର କରିଥିବା ଅଭିଯୋଗ ହୋଇଛି । ଆଜି ସକାଳୁ ଅଗିନ ମାଝୀ ଗାଈ ଚରାଇବାକୁ ନେଇଥିଲେ । ଏହି ସମୟରେ ଗାଁ ମୁଣ୍ଡରେ ଏକ ବାଘ ହଠାତ ଆସି ଗାଈର ତଣ୍ଟିକୁ ଧରି ଜଙ୍ଗଲ ଭିତରକୁ ଟାଣି ନେଇଥିଲା । ଏହାପରେ ଗାଁ ଲୋକେ ଠେଙ୍ଗା ବାଡ଼ି ଧରି ଚିତ୍କାର କରିବାରୁ ବାଘ ଗାଈକୁ ଧରି ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲା ।

ଏହି ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଘର ପାଦ ଚିହ୍ନକୁ ଠାବ କରିଛନ୍ତି । ଏହି ଘଟଣା ପରେ ଏବେ ଧରମବନ୍ଧା, ତୋର୍ରା ଅଞ୍ଚଳରେ ବାଘକୁ ନେଇ ଆତଙ୍କ ଖେଳିଯାଇଛି । ଅନ୍ୟପକ୍ଷରେ ବନ ବିଭାଗ କର୍ମଚାରୀ ସ୍ଥାନୀୟ ଅଞ୍ଚଳରେ ବାଘକୁ ନେଇ ସଚେତନ କରୁଛନ୍ତି ।